ଉପକୂଳ ଓଡିଶା

ଅସ୍ତିତ୍ୱ ହରାଉଛି ରାଣୀବନ୍ଧି ସେଚ ପ୍ରକଳ୍ପ

ଅସ୍ତିତ୍ୱ ହରାଉଛି ରାଣୀବନ୍ଧି ସେଚ ପ୍ରକଳ୍ପ

ଯାଜପୁର ଅଫିସ,୧୪।୧୨
ଯାଜପୁର ଜିଲାରେ ଥିବା ବିଭିନ୍ନ ଲଘୁ ଖଣି ଦ୍ୱାରା ପରିବେଶଗତ ପ୍ରଭାବ ସଂକ୍ରାନ୍ତରେ ଶୁକ୍ରବାର ଜିଲାସ୍ତରୀୟ ଏକ୍ସପର୍ଟ ଆପ୍ରାଇଜାଲ କମିଟି(ଡିଇଏସି) ତଦନ୍ତ କରିବ। ଏହି କମିଟିରେ ଖଣି, ଶିକ୍ଷା, ଜଳସେଚନ, ଜଙ୍ଗଲ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ପୂର୍ତ୍ତ, ଗ୍ରାମ୍ୟ ନିର୍ମାଣ ଆଦି ବିଭାଗୀୟ ଅଧିକାରୀମାନେ ସାମିଲ ହୋଇଛନ୍ତି। ଡଙ୍କାରୀ ପାହାଡ଼ରେ ବେଆଇନ ଖନନ ଯୋଗୁ ପରିବେଶଗତ ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହେବା ପରେ ଜିଲାପାଳ ରଞ୍ଜନ କୁମାର ଦାସଙ୍କ ନିର୍ଦ୍ଦେଶରେ ଏହି ତଦନ୍ତ ଆରମ୍ଭ ହେଉଥିବା ଜଣାପଡିଛି। ଡଙ୍କାରୀ ପାହାଡ଼ରେ ବେଆଇନ ଖନନ ଯୋଗୁ ଅସ୍ତିତ୍ୱ ହରାଉଛି ରାଣୀବନ୍ଧି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ଡଙ୍କାରୀ ସ୍କୁଲ ପିଲାଙ୍କ ଉପରେ କୁପ୍ରଭାବ, ଜଙ୍ଗଲ ଜମିରେ ବେଆଇନ ଖନନ ସମ୍ପର୍କରେ ଏହି ଦଳ ତଦନ୍ତ କରିବେ ବୋଲି ସୂଚନା ମିଳିଛି।
ଯାଜପୁର ଜିଲାରେ ଲଘୁ ଖଣିଜ ଦ୍ରବ୍ୟ ଲୁଟ ପାଇଁ ବିଭିନ୍ନ ପ୍ରଭାବଶାଳୀ କମ୍ପାନୀ ପକ୍ଷରୁ ଏକ ପ୍ରକାର ଅଘୋଷିତ ପ୍ରତିଯୋଗିତା ଆରମ୍ଭ ହୋଇଛି। ସମ୍ପୃକ୍ତ କମ୍ପାନୀ ଓ ବ୍ୟକ୍ତିଙ୍କ ଚାପରେ ସରକାରଙ୍କ ନୀତିନିୟମ ପ୍ରତିଶ୍ରୁତି ଚପିଯାଉଛି। ଲଘୁ ଖଣିଜ ସମ୍ପଦ ବାଲି, ଗ୍ରାନାଇଟ, ମୋରମ ପ୍ରଭୃତିର ଉତ୍ତୋଳନ ପାଇଁ ସରକାରଙ୍କ ଲଘୁ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନ-୨୦୧୪ (ଓଏମ୍‌ଏମ୍‌ସିଏଆର)କୁ କେହି ମାନୁ ନାହାନ୍ତି। ଫଳରେ ଜିଲାର ଧର୍ମଶାଳା ବ୍ଲକ ଅଧୀନ ଡଙ୍କାରୀ ଓ ଏହାର ଆଖପାଖ ଗ୍ରାମବାସୀ ବିଭିନ୍ନ ପରିବେଶଗତ ସମସ୍ୟାରେ ସନ୍ତୁଳିତ ହେଉଥିବା ଅଭିଯୋଗ ହୋଇ ଆସୁଛି। ଡଙ୍କାରୀ ପାହାଡ଼ରେ ପ୍ରାୟ ୧୫୦ ଫୁଟ ପର୍ଯ୍ୟନ୍ତ ଖୋଳି ଗ୍ରାନାଇଟ ପଥର ଉତ୍ତୋଳନ ହୋଇଥିବାରୁ ଭୂତଳ ଜଳସ୍ତର ନିମ୍ନଗାମୀ ହୋଇ ପ୍ରଦୂଷିତ ହେଉଛି। ଖଣି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଉକ୍ତ ଖଣିକୁ ପୋତା ଯାଉନାହିଁ। ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ଖଣି ଖାଦାନଠାରୁ ମାତ୍ର ୩୦୦ ମିଟର ବ୍ୟବଧାନରେ ରହିଛି ଡଙ୍କାରୀ ସ୍କୁଲ। ସଇରାତଗୁଡ଼ିକ ଜନବସତିଠାରୁ ୪୫୦ ମିଟର ଦୂରରେ ଖୋଲାଯାଉଛି। ୱାଗନ ବ୍ଲାଷ୍ଟିଂର ପ୍ରଚଣ୍ଡ ଶବ୍ଦରେ ସ୍କୁଲ ପିଲାମାନେ ଶବ୍ଦ ପ୍ରଦୂଷଣର ଶିକାର ହେଉଛନ୍ତି। ଗୋଟିଏ ସଇରାତଠାରୁ ଅନ୍ୟ ଏକ ସଇରାତର ଦୂରତା ସର୍ବାଧିକ ୫୦୦ ମିଟର ରହିବା କଥା। କିନ୍ତୁ ଏଠାରେ ୫୦୦ ମିଟର ଦୂରତା ମଧ୍ୟରେ ଡଙ୍କାରୀ ଓ ରାହାଡପୁର ସଇରାତ ରହିଛି। ୫୦୦ ମିଟର ଭିତରେ ୬୦ ଏକରରୁ ଅଧିକ ଲିଜ ପ୍ରଦାନ କରାଗଲେ ପାହାଡ଼ ପାଦଦେଶରେ ଥିବା ଗ୍ରାମରେ ପଲ୍ଲିସଭା ହେବା କଥା। କିନ୍ତୁ ଏଠାରେ ଏହି ନିୟମକୁ ମଧ୍ୟ ଉଲ୍ଲଂଘନ କରାଯାଇଛି। ଡଙ୍କାରୀ ପାହାଡ଼ ଜଙ୍ଗଲ ଜମିରେ ଯାଉଛି। କିନ୍ତୁ ତାହାର ସାବକ ମ୍ୟାପ ମିଳୁ ନାହିଁ କହି ଡିଏଫ୍‌ଓଙ୍କୁ ହାଲରେ ଚଞ୍ଚକତା କରି ରିପୋର୍ଟ ପ୍ରଦାନ କରାଯାଇଛି। ୧୯୮୮ରୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଦ୍ୱାରା ପାହାଡ଼ ପାଣିକୁ ସଂରକ୍ଷିତ ରଖିବାକୁ ଡଙ୍କାରୀ ପାହାଡ଼ ପାଦଦେଶରେ ରାଣୀବନ୍ଧି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଛି। ଏହି ଡ୍ୟାମ ପାଣିରେ ରମ୍ପେଇ, କାଦୁଅମାଗୁର ଆଦି ଗ୍ରାମର ପ୍ରାୟ ୧୦୦ ଏକର ଜମିରେ ଜଳସେଚନର ପରିକଳ୍ପନା କରାଯାଇଥିଲା। ଡ୍ୟାମ ନିର୍ମାଣ ଆରମ୍ଭରେ ପ୍ରାୟ ୫୦ଏକର ଜମିରେ ଜଳସେଚନ ହୋଇ ପାରୁଥିଲା। କିନ୍ତୁ ପାହାଡ଼ରେ କଳାପଥର ଖନନ ପରେ ଜଳସେଚନ ଠପ ହୋଇ ଯାଇଛି। ପାହାଡ଼ର ବିଭିନ୍ନ ସ୍ଥାନରେ ଖନନ ଯୋଗୁ ବର୍ଷା ପାଣି ଠିକ ଭାବେ ପାଦଦେଶକୁ ଆସୁନାହିଁ। ପାହାଡ଼ରୁ ଝରୁଥିବା ଋତୁଭିତ୍ତିକ ଝରଣା ପାଣି ବନ୍ଦ ହୋଇଯାଇଛି। ଯଦ୍ଦ୍ବାରା ରାଣୀବନ୍ଧି ଡ୍ୟାମରେ ଜଳ ସଂରକ୍ଷିତ ହୋଇ ପାରୁନାହିଁ। ରମ୍ପେଇ ଗ୍ରାମର ଚାଷୀ ସୁରେଶ ନାଏକ କୁହନ୍ତି, ବର୍ଷା ଋତୁରେ ମଧ୍ୟ ଚାଷ ଜମିରେ ଜଳସେଚନ ପାଇଁ ଚାହିଁଲେ ପାଣି ପର୍ଯ୍ୟାପ୍ତ ହୋଇପାରୁ ନାହିଁ। ତେଣୁ ଖରା ମାସ କଥା ନ କହିବା ଭଲ। କାଦୁଅମାଗୁରା ଗ୍ରାମର ଚାଷୀ ଶୁକଦେବ ସ୍ବାଇଁ କୁହନ୍ତି, ପାହାଡ଼ ଖନନ ପୂର୍ବରୁ ଖରା ମାସରେ ମଧ୍ୟ ୩୦/୪୦ ଏକର ଡାଳୁଅ ଚାଷ ହୋଇ ପାରୁଥିଲା। ତାହା ଏବେ ସାତସପନ। ଏହିସବୁ ପରିବେଶଗତ ସମସ୍ୟା ଉପରେ ଡିଇଏସି ନିଶ୍ଚିତ ଭାବରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବେ ବୋଲି ଗ୍ରାମବାସୀ ଆଶାବ୍ୟକ୍ତ କରିଛନ୍ତି। ଡଙ୍କାରୀରେ ବେଆଇନ ଖନନକୁ ନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ରହିଛି। ଅତିରିକ୍ତ ରାଜସ୍ବ ଆଦାୟ ବାବଦକୁ ପ୍ରାୟ ୫୮କୋଟି ଟଙ୍କାର ମାମଲା ଧର୍ମଶାଳା ତହସିଲ କୋର୍ଟରେ ପ୍ରାୟ ୧ବର୍ଷ ହେଲା ପଡ଼ିରହିଛି। ସରକାରଙ୍କୁ ଅନ୍ଧାରରେ ରଖି କୋଟି କୋଟି ଟଙ୍କାର ରାଜସ୍ବହାନି କରି କମ୍ପାନୀଗୁଡ଼ିକ କେବଳ ଉତ୍ତୋଳନରେ ଲାଗି ପଡିଛନ୍ତି। ଏଥିରେ ରାଜସ୍ବ ବିଭାଗ ପୂର୍ଣ୍ଣମାତ୍ରାରେ ସହଯୋଗ କରି ଆସୁଛି। ଯଦ୍ଦ୍ବାରା ପରବର୍ତ୍ତୀ ପିଢିଙ୍କ ପାଇଁ ଜିଲା ଖଣିଜ ସମ୍ପଦ ସାଙ୍ଗକୁ ପ୍ରାକୃତିକ ସମ୍ପଦ ଶୂନ୍ୟ ହୋଇଯିବ ବୋଲି ମତପ୍ରକାଶ ପାଉଛି। ଏ ସଂକ୍ରାନ୍ତରେ ଜିଲା ଖଣି ଅଧିକାରୀ ଅସିତ କୁମାର ବେହେରାଙ୍କୁ ପଚାରିବାରୁ, ଡିଇଏସିରେ ସବୁ ବିଭାଗର ଅଧିକାରୀମାନେ ରହିଛନ୍ତି। ତେଣୁ ପରିବେଶଗତ ପ୍ରଭାବ ଉପରେ କମିଟି ତଦନ୍ତ କରିବା ସହିତ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି।

All Right Reserved By

ଉପକୂଳ ଓଡିଶା

ବ୍ୟାସନଗର ଚୋର୍ଦ୍ଦା ମାଛ ମାର୍କେଟରେ ଚଢାଉ

ବ୍ୟାସନଗର ଚୋର୍ଦ୍ଦା ମାଛ ମାର୍କେଟରେ ଚଢାଉ

ଯାଜପୁର ଅଫିସ,୨୦ା୭-ବ୍ୟାସନଗର ଚୋର୍ଦ୍ଦା ମାଛ ମାର୍କେଟରେ ଶୁକ୍ରବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ମାଛ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି। ଫର୍ମାଲିନ ଅଛିକି ନାହିଁ ପରୀକ୍ଷା କରାଯିବ। ଏହି ଚଢାଉ ସମୟରେ ବ୍ୟାସନଗର ପୌରାଧ୍ୟକ୍ଷା ସବିତା ରାଉତ, ଉପାଧ୍ୟକ୍ଷ ସୁବାସ ବଳ ପ୍ରମୁଖ ଉପସ୍ଥିତ ଥିଲେ।

ବ୍ୟାସନଗର ସହର ଜଳମଗ୍ନ

ବ୍ୟାସନଗର ସହର ଜଳମଗ୍ନ

ଯାଜପୁର ରୋଡ,୨୦ା୭(ନି.ପ୍ର.)-ଲଘୁଚାପ ଜନିତ ବର୍ଷା ଫଳରେ ଶୁକ୍ରବାର ଯାଜପୁର ଜିଲା ବ୍ୟାସନଗର ଅଞ୍ଚଳରେ ବର୍ଷାଜଳ ନିଷ୍କାସିତ ହୋଇ ନପାରି ରାସ୍ତାରେ ଜମି ରହିଛି। ଫଳରେ ବ୍ୟାସନଗର ସହର ଜଳମଗ୍ନ ହୋଇଯାଇଛି।

ଯାଜପୁରରେ ପ୍ରବଳ ବର୍ଷା, ବନ୍ୟା ଆଶଙ୍କା

ଯାଜପୁରରେ ପ୍ରବଳ ବର୍ଷା, ବନ୍ୟା ଆଶଙ୍କା

ଯାଜପୁର ଅଫିସ,୨୦ା୭-ଯାଜପୁର ଜିଲାରେ ଶୁକ୍ରବାର ପ୍ରବଳ ବର୍ଷା ହୋଇ ବନ୍ୟା ଆଶଙ୍କା ଦେଖା ଦେଇଛି। ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ହାରାହାରି ୨୪.୩୦ମିମି ବର୍ଷା ରେକର୍ଡ କରାଯାଇଛି। ବୈତରଣୀ ନଦୀର ଜଳପତ୍ତନ ଆଖୁଆପଦା ଠାରେ ୧୬.୭୦ମିଟର ରହିଛି। ଏଠାରେ ବିପଦସଙ୍କୁଳ ୧୭.୮୩ମିଟର ପର୍ଯ୍ୟନ୍ତ ରଖାଯାଇଛି। ଫଳରେ ଯାଜପୁର,ବରୀ ଓ ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି।

ବିଦ୍ୟୁତ ଆଘାତରେ ଯୁବକଙ୍କ ଜୀବନ ଗଲା

ବିଦ୍ୟୁତ ଆଘାତରେ ଯୁବକଙ୍କ ଜୀବନ ଗଲା

ଓଡ଼ଗାଁ, ୨୦।୭(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଥାନା ମଶାବାରି ଗ୍ରାମର ଜିତେନ୍ଦ୍ର କୁମାର ସାହୁଙ୍କ ବିଦ୍ୟୁତ ସସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ପମ୍ପ ଘରେ କରେଣ୍ଟ ଲାଗି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବୁଧବାର ସକାଳେ ସେ ବାରପୁରିକିଆଠାରେ ଥିବା ନିଜର ପମ୍ପ ହାଉସ୍‌ରେ କରେଣ୍ଟ ସଂସ୍ପର୍ଶରେ ଆସିଯାଇଥିଲେ। ଅଧଘଣ୍ଟାଯାଏ ପାଇପରେ ପାଣି ନ ଆସିବାରୁ ଅନ୍ୟମାନେ ପମ୍ପ ହାଉସକୁ ଯାଇଥିଲେ।

ପ୍ରସ୍ତାବିତ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା

ପ୍ରସ୍ତାବିତ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା

ଯାଜପୁର ରୋଡ, ୨୦।୭(ନି.ପ୍ର.): ଯାଜପୁର ଜିଲା ବ୍ୟାସନଗରସ୍ଥିତ ପାଣିକୋଇଲିଠାରେ ପ୍ରସ୍ତାବିତ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାନୀୟ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଗଣଧାରଣା ଦିଆଯାଇଛି।

ସ୍ବାସ୍ଥ୍ୟକେନ୍ଦ୍ର ନେବା ବାଟରେ ଜନ୍ମହେଲା ଶିଶୁ କନ୍ୟା

ସ୍ବାସ୍ଥ୍ୟକେନ୍ଦ୍ର ନେବା ବାଟରେ ଜନ୍ମହେଲା ଶିଶୁ କନ୍ୟା

ରାଜନଗର, ୨୦।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବାଙ୍କୁଆଳ ଗ୍ରାମର ନିଗମାନନ୍ଦ ବେହେରାଙ୍କ ସ୍ତ୍ରୀ ସୌଦାମିନୀ ବେହେରାଙ୍କର ଶୁକ୍ରବାର ସକାଳେ ଗର୍ଭ ଯନ୍ତ୍ରଣା ହୋଇଥିଲା।

ହରିଣ ମାଂସ ବିକ୍ରି ଅଭିଯୋଗରେ ଜଣେ ଗିରଫ

ହରିଣ ମାଂସ ବିକ୍ରି ଅଭିଯୋଗରେ ଜଣେ ଗିରଫ

ସୁକିନ୍ଦା, ୨୦।୭(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତ ବନ୍ଧଗାଁ ଗ୍ରାମରେ ହରିଣ ମାଂସ ବିକ୍ରି କରୁଥିବା ଅଭିଯୋଗରେ ସୁକିନ୍ଦା ବନାଞ୍ଚଳ ଅଧିକାରୀ ଶୁକ୍ରବାର ଜଣଙ୍କୁ ଗିରଫ କରିଛି।

ବଜ୍ରପାତରେ କୃଷକ ମୃତ

ବଜ୍ରପାତରେ କୃଷକ ମୃତ

ରାଜନଗର,୨୦।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବଙ୍ଗୋପସାଗର ତଟବର୍ତ୍ତୀ ବ୍ରାହ୍ମଣସାହି ଗ୍ରାମର ଜଣେ ବ୍ୟକ୍ତି ଶୁକ୍ରବାର ସକାଳେ ହଳ କରିବାକୁ ଯାଉଥିବା ବେଳେ ବଜ୍ରପାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି।

ମାନସିକତାର ପରିବର୍ତ୍ତନ ଲୋଡ଼ା

ଖଣ୍ଡପଡା,୨୦ା୭(ସ୍ବ.ପ୍ର.)-ସାମ୍ପ୍ରତିକ ସମାଜ ବିଷ ବଳୟ ମଧ୍ୟରେ ଗତି କରୁଛି। ସମସ୍ତ ପରିବେଶ ଆଜି ବର୍ଜ୍ୟବସ୍ତୁରେ ପରିପୂର୍ଣ୍ଣ। ବିଶେଷକରି ପଲିଥିନର ବହୁଳ ବ୍ୟବହାର ପରିବେଶକୁ ଅତ୍ୟଧିକ କ୍ଷତି ପହଞ୍ଚାଉଛି।

ରଣପୁରକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ପ୍ରଦାନ ଦାବି

ରଣପୁର,୨୦ା୭ (ସ୍ବ.ପ୍ର.)- ରଣପୁର ସଂସ୍କୃତି ମଞ୍ଚ ତରଫରୁ ନୟାଗଡ ଜିଲାର ରଣପୁରକୁ ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି ବହୁଦିନ ଧରି ଦାବି ହୋଇଆସୁଛି।

ରଥଯାତ୍ରାରେ ହୋମିଓପାଥିକ୍‌ ଚିକିତ୍ସା ଶିବିର

ରଣପୁର,୨୦ା୭ (ସ୍ବ.ପ୍ର.)- ରଣପୁରଠାରେ ଶ୍ରୀଜୀଉମାନଙ୍କ ନଅ ଦିନ ବ୍ୟାପୀ ଘୋଷଯାତ୍ରା ପାଳନ ହେଉଥିବା ଅବସରରେ ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ମହାପ୍ରଭୁ ଜଗନ୍ନାଥଙ୍କ ନିର୍ଦ୍ଦେଶରେ ୩ ରଥର ଦକ୍ଷିଣ ମୋଡ଼ ହେଲା

ମହାପ୍ରଭୁ ଜଗନ୍ନାଥଙ୍କ ନିର୍ଦ୍ଦେଶରେ ୩ ରଥର ଦକ୍ଷିଣ ମୋଡ଼ ହେଲା

ରଣପୁର, ୨୦ା୭ (ସ୍ବ.ପ୍ର.)- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ଗୁରୁବାର ଷଷ୍ଠ ଦିବସରେ ରଣପୁର ବି.ସି. ହାଇସ୍କୁଲର ଛାତ୍ରମାନେ ରଥ ଖଳାରେ ଥିବା ତିନିରଥକୁ ଦକ୍ଷିଣ ମୋଡ କରିଛନ୍ତି।

Model This Week

ରୂପେଶ