ଉପକୂଳ ଓଡିଶା

ଆସିଲାନି ୧୦୮ ଆମ୍ବୁଲାନ୍ସ: ବାପାଙ୍କୁ ୩ କି.ମି. ଟ୍ରଲିରେ ମେଡିକାଲ ନେଲେ ପୁଅ

ଆସିଲାନି ୧୦୮ ଆମ୍ବୁଲାନ୍ସ: ବାପାଙ୍କୁ ୩ କି.ମି. ଟ୍ରଲିରେ ମେଡିକାଲ ନେଲେ ପୁଅ

ନୟାଗଡ ଅଫିସ,୧୪।୧୨-ନୟାଗଡ ଜିଲାରେ ସ୍ବାସ୍ଥ୍ୟବିଭାଗର ପାରିଲାପଣିଆ ପୁଣି ପଦାରେ ପଡିଛି । ଆମ୍ବୁଲାନ୍ସ ନ ଆସିବାରୁ ଜଣେ ଆହତ ରୋଗୀଙ୍କୁ ୩ କିଲୋମିଟର ଟ୍ରଲିରେ ବୋହି ମେଡିକାଲ ଆଣିଛନ୍ତି ତାଙ୍କ ପୁଅ । ଘଟଣା ଘଟିଛି ନୟାଗଡ ଜିଲା ଦଶପଲ୍ଲା ଏନଏସିର କୃଷ୍ଣଚନ୍ଦ୍ରପୁରପାଟଣା ଗ୍ରାମରେ । ଉକ୍ତ ଗ୍ରାମର ମୂଷା ନାହାକ (୬୦) ଗୁରୁବାର ସକାଳେ ନିକଟସ୍ଥ ଯୌବନ ତୋଟାରେ ଥିବା ତାଙ୍କ ବିଲକୁ କାମ କରିବାକୁ ଯାଇଥିଲେ । କୌଣସି କାରଣରୁ ତାଙ୍କ ମୁଣ୍ଡ ବୁଲାଇବାରୁ ସେ ସେଠାରେ ଅଚେତ ହୋଇ ପଡି ଯାଇଥିଲେ । ଆଖପାଖର ଲୋକେ ଏ ନେଇ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ସହ ୧୦୮ ଆମ୍ବୁଲାନ୍ସକୁ ଡକାଯାଇଥିଲା । ମାତ୍ର ମୂଷାଙ୍କ ପୁଅ ୧ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ଆମ୍ବୁଲାନ୍ସ ନ ଆସିବାରୁ ସେ ବାଧ୍ୟ ହୋଇ ଟ୍ରଲିରେ ୩ କି.ମି ଦୂର ଦଶପଲ୍ଲା ମେଡିକାଲକୁ ବାପାଙ୍କୁ ନେଇଥିଲୋ ସେଠାରେ ମୂଷା ଚିକିତ୍ସାଧୀନ ଅଛନ୍ତି । ଏ ନେଇ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପଚାରିବାରୁ ସେ ସେହି ସମୟରେ ନିକଟସ୍ଥ ଚଢିଆପଲ୍ଲୀ ଗ୍ରାମକୁ ଯାଉଥିବା କହିଥିଲେ ।

All Right Reserved By

Model This Week

ନିକିତା

ଉପକୂଳ ଓଡିଶା

୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ

ଜଗତ୍‌ସିଂହପୁର,୨୩।୪- ଜଗତ୍‌ସିଂହପୁର ଜିଲାରେ ୨୯ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ ସୋମବାର ଏକ ସଚେତନତା ରଥ ଉଦ୍‌ଘାଟନ କରିଥିଲେ।

ସ୍ବତନ୍ତ୍ର ମିଶନ ଇନ୍ଦ୍ର ଧନୁଷ କାର୍ଯ୍ୟକ୍ରମ

ଜଗତ୍‌ସିଂହପୁର,୨୩।୪- ମଣ୍ଡାସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଟିଗିଗାଁଠାରେ ସୋମବାର ସ୍ବତନ୍ତ୍ର ମିଶନ ଇନ୍ଦ୍ର ଧନୁଷ କାର୍ଯ୍ୟକ୍ରମକୁ ଜିଲାପାଳ ୟାମିନୀ ଷଡ଼ଙ୍ଗୀ ଶୁଭ ଉଦ୍‌ଘାଟନ କରିଥିଲେ। କୌଣସି ଆଦୌ ଟୀକା ନେଇ ନ ଥିବା କିମ୍ବା ଟିକାକରଣ ହୋଇ ନ ଥିବା ଶିଶୁଙ୍କ ପାଇଁ ଏହି ସ୍ବତନ୍ତ୍ର ମିଶନ ଇନ୍ଦ୍ର ଧନୁଷ କାର୍ଯ୍ୟକ୍ରମ ବିଶେଷ ଉପଯୋଗୀ।

ସଡ଼କ ନିରାପତ୍ତା ପାଇଁ ସଚେତନତା କାର୍ଯ୍ୟକ୍ରମ

ସଡ଼କ ନିରାପତ୍ତା ପାଇଁ ସଚେତନତା କାର୍ଯ୍ୟକ୍ରମ

କେନ୍ଦାପଡ଼ା ଅଫିସ୍‌,୨୩।୪- କେନ୍ଦ୍ରାପଡ଼ା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପରିବହନ କାର୍ଯ୍ୟାଳୟଠାରେ ସୋମବାର ସଡ଼କ ନିରାପତ୍ତା ସପ୍ତାହ ଆରମ୍ଭ ହୋଇଛି। ଜିଲାପାଳ ରେଘୁ ଜୀ. ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଛି।

ସାଇନ ବୋର୍ଡ ମାରିବାକୁ ନେଇ ବିବାଦ, ସଶସ୍ତ୍ର ପୋଲିସ ମୁତୟନ

ଯାଜପୁର ରୋଡ଼,୨୩।୪(ନି.ପ୍ର.)- କୋରେଇ ଥାନା ଅନ୍ତର୍ଗତ ତାହାରପୁର ପଞ୍ଚାୟତ ହାଇସ୍କୁଲ ସମ୍ମୁଖରେ ସାଇନ ବୋର୍ଡ ମାରିବାକୁ ନେଇ ସୋମବାର ଜଇଁନ୍ତଳ ଓ ଖଣ୍ଡୁଆଳ ଗ୍ରାମ ମଧ୍ୟରେ ବିବାଦ ଦେଖାଦେଇଛି। ସୂଚନାଯୋଗ୍ୟ, ପଞ୍ଚାୟତ ହାଇସ୍କୁଲ ଛକ ଜଇଁନ୍ତଳ ଗ୍ରାମବାସୀ ଜନସାଧାରଣଙ୍କୁ ସୂଚନା ଦେବାପାଇଁ ଗାଁ ନାମ ଲେଖି ଏକ ସାଇନବୋର୍ଡ ମାରିଥିଲେ।

କାର୍‌ ଦୁର୍ଘଟଣାରେ ୩ ଆହତ

କାର୍‌ ଦୁର୍ଘଟଣାରେ ୩ ଆହତ

ଚଣ୍ଡିଖୋଲ,୨୩।୪(ଡି.ଏନ୍‌.ଏ)- ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବଡ଼ଚଣା ପେଟ୍ରୋଲ ପମ୍ପ ନିକଟରେ ସୋମବାର କାର୍‌ ଧକ୍କାରେ ୩ ଜଣ ଆହତ ହୋଇଛନ୍ତି।

ଜିଲାପାଳଙ୍କ ଜନଶୁଣାଣି ଶିବିର

ଜିଲାପାଳଙ୍କ ଜନଶୁଣାଣି ଶିବିର

ରାଜନଗର,୨୩।୪- କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ସୋମବାର ଜିଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ୧୫୧ ଅଭିଯୋଗ କରାଯାଇଥିଲା।

ବେକରେ ଓଡ଼ଣି ଦେଇ ଆତ୍ମହତ୍ୟା କଲେ ନବବଧୂ

ବେକରେ ଓଡ଼ଣି ଦେଇ ଆତ୍ମହତ୍ୟା କଲେ ନବବଧୂ

ମହାକାଳପଡ଼ା,୨୩।୪(ଡି.ଏନ୍‌.ଏ)- ଜମ୍ବୁ ମେରାଇନ ଥାନା ଅଧୀନ ସ୍ଥାନୀୟ ରାମନଗର ପଞ୍ଚାୟତ ୫ ନଂ. ଓ୍ବାର୍ଡର କାଳାବାଡ଼ିଠାରେ ପାରିବାରିକ କଳହକୁ ନେଇ ରବିବାର ବିଳମ୍ବିତ ରାତିରେ ଜଣେ ନବବଧୂ ବେକରେ ଓଢଣି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ବସ୍‌ ଚକା ତଳେ ପଡ଼ି ବୃଦ୍ଧା ଗୁରୁତର

ବସ୍‌ ଚକା ତଳେ ପଡ଼ି ବୃଦ୍ଧା ଗୁରୁତର

ଓଡ଼ଗାଁ,୨୩।୪(ସ୍ବ.ପ୍ର)- ଓଡ଼ଗାଁ ବସ୍‌ ଷ୍ଟାଣ୍ଡରେ ଏକ ମିନି ବସ୍‌ ଚକା ତଳେ ପଡ଼ି ସୋମବାର ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ବୃଦ୍ଧାଙ୍କୁ ନୟାଗଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।ବୃଦ୍ଧା ଜଣକ ନୟାଗଡ଼ ଜିଲା ମେଣ୍ଟୁପଲ୍ଲୀ ଗ୍ରାମର ବୋଲି ପୋଲିସ ସୂଚନାରୁ ଜଣାପଡ଼ିଛି।

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ସାଲେପୁର,୨୩।୪(ଡି.ଏନ୍‌.ଏ.): କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ବଜାରରେ ସୋମବାର ସିମେଣ୍ଟ ବୋଝେଇ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ। ଉତ୍ତ୍ୟକ୍ତ ଲୋକେ ଟ୍ରକ୍‌ର ଆଗ କାଚ ବାଡେଇ ଭାଙ୍ଗିଦେବା ସହ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

୨୯ତମ ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ

୨୯ତମ ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ

ବିରଜାକ୍ଷେତ୍ର,୨୩।୪(ଡି.ଏନ୍‌.ଏ.): ଯାଜପୁର ସହରସ୍ଥିତ ମିନି ଷ୍ଟାଡିୟମ୍‌ରେ ସୋମବାର ଜିଲାପାଳ ରଞ୍ଜନ କୁମାର ଦାସଙ୍କ ଦ୍ୱାରା ୨୯ତମ ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ ହୋଇଯାଇଛି।

ଜିଲାସ୍ତରୀୟ ଜିଏସଟି କର୍ମଶାଳା

ଜିଲାସ୍ତରୀୟ ଜିଏସଟି କର୍ମଶାଳା

କେନ୍ଦ୍ରାପଡା ଅଫିସ,୨୩-୪କେନ୍ଦ୍ରାପଡା ସହରର ତିନିମୁହାଣୀସ୍ଥିତ ଏକ ହୋଟେଲରେ କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲାସ୍ତରୀୟ ଜିଏସଟି କର୍ମଶାଳା ରବିବାର ଅନୁଷ୍ଠିତ ହୋଇଯାଇଛି । ଭେନଭିକ୍‌ ଟେକ୍‌ ସଲ୍ୟୁସନ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଜିଲା ବାଣିଜ୍ୟ କର ବିଭାଗ ସହକାରୀ କମିଶନର ସମରେନ୍ଦ୍ର ସାମଲ, କେନ୍ଦ୍ରୀୟ କର ବିଭାଗର ଏସପି ଅରୁଣ କୁମାର ବରାଳ, ଏଏସପି ବିକାଶ ଚନ୍ଦ୍ର ଦାସ,

ଉପକୂଳରେ ହାଇଆଲର୍ଟ

ଉପକୂଳରେ ହାଇଆଲର୍ଟ

ଜନଗର/ମହାକାଳପଡ଼ା, ୨୩-୪ (ଡି.ଏନ୍‌.ଏ.) ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ଉଚ୍ଚ ଜୁଆର ଆସିବା ପୂର୍ବାନୁମାନ କରି ପାଣିପାଗ ବିଭାଗ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ଜୁଆରର ଅଧିକ ପ୍ରଭାବ କେରଳ ଓ ପଶ୍ଚିମବଙ୍ଗରେ ପଡ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।