ବ୍ରହ୍ମପୁର

ଉଠା ଜଳସେଚନ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ ହେଉନି

ଉଠା ଜଳସେଚନ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ ହେଉନି
ଅର୍ଥ ଜମା କରି ଚିନ୍ତାରେ ଚାଷୀ ଚିକିଟି,୧୪।୧୨(ଡି.ଏନ.ଏ.)- ରାଜ୍ୟ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ଚାଷୀ ଅର୍ଥ ଜମା କରିଥିଲେ ସୁଦ୍ଧା ଉଠା ଜଳସେଚନ ପ୍ରକଳ୍ପକୁ ଆଜି ପଯର୍‌ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ୨ ବର୍ଷରୁ ଉର୍ଦ୍ଧ୍ୱ ବିତିଗଲାଣି ତଥାପି ଚାଷୀଙ୍କ ଦୁଃଖ କେହି ଶୁଣୁନାହାନ୍ତିି। ଏଭଳି ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଚିକିଟି ବ୍ଲକର ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଡଭାର ଗ୍ରାମରେ। ୨୦୧୫ - ୧୬ ଆର୍ଥିକ ବର୍ଷରେ ବିଜୁ କଲ୍ୟାଣ ଯୋଜନାରେ ବୋରୱେଲ ମାଧ୍ୟମରେ ଚାଷ ଜମିକୁ ଜଳ ଯୋଗାଇବା ସକାଶେ ଉକ୍ତ ଗ୍ରାମର ୮ରୁ ଊର୍ଦ୍ଧ୍ୱ ଚାଷୀ ଅନଲାଇନରେ ୨୦ ହଜାର ଟଙ୍କା ଲେଖାଏଁ ଜମା କରିଥିଲେ। ଜମି ଗୁଡିକରେ ବୋରୱେଲ ଖୋଳା କାମ ସରିଥିଲେ ମଧ୍ୟ ଆଜି ସୁଦ୍ଧା ବିଦ୍ୟୁତ ସଂଯୋଗ ହୋଇନାହିଁ। ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏବଂ ନିର୍ବାହୀ ଯନ୍ତ୍ରୀଙ୍କୁ ଅବଗତ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଚାଷୀ ଭାସ୍କର ନାୟକ, ସନ୍ତୋଷ ପାଣିଗ୍ରାହି, ପ୍ରତିଭା ପାଣିଗ୍ରାହି, ଲଡୁ କିଶୋର ପଣ୍ଡା, ଦ୍ୱାରିକା ନାଥ ପଣ୍ଡା, ଲିଙ୍ଗରାଜ ପଣ୍ଡା, ରାମକୃଷ୍ଣ ସାହୁ, ଅନୁସାୟା ପଣ୍ଡା ଅଭିଯୋଗ କରିଛନ୍ତିି। ଏନେଇ ଉଠା ଜଳସେଚନ ବିଭାଗର କାଯର୍‌ୟ ନିର୍ବାହୀ ଯନ୍ତ୍ରୀ ଦେବେନ୍ଦ୍ର କୁମାର ମିଶ୍ରଙ୍କ ସହ ଯୋଗାଯୋଗ ବେଳେ ନିୟମ ଅନୁଯାୟୀ ଅର୍ଥ ଜମା କରାଯାଇଛି। ଠିକାଦାରଙ୍କ ଅବହେଳା ଯୋଗୁ ଏଭଳି ସମସ୍ୟା ଉପୁଜୁଛି। ଏଥିପାଇଁ ନୂତନ ଭାବେ ଟେଣ୍ଡର ଡାକି ତୁରନ୍ତ କାଯର୍‌ୟ ସମ୍ପୂର୍ଣ୍ଣ କରିବା ପାଇଁ ନୂତନ ଠିକାଦାରଙ୍କୁ କୁହାଯାଇଥିବା ସେ କହିଛନ୍ତିି। କନିଷ୍ଠ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ମିଶ୍ରଙ୍କ ସହ ଯୋଗାଯୋଗ ବେଳେ ଏକ ସପ୍ତାହ ମଧ୍ୟରେ ବିଦ୍ୟୁତ ସଂଯୋଗ କରି ଜମିକୁ ଜଳ ଯୋଗାଇବା ପାଇଁ ଚେଷ୍ଟା କରାଯାଉଥିବା କହିଥିଲେ। ଏହିଭଳି ୨୦୧୫ -୧୬, ୨୦୧୬ -୧୭ ଆର୍ଥକ ବର୍ଷରେ ବିଜୁ କୃଷକ ବିକାଶ ଯୋଜନାରେ ଚିକିଟି ବ୍ଲକର ୧୭ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ସମୁଦାୟ ୯୦ଟି ଉଠା ଜଳସେଚନ ପ୍ରକଳ୍ପ ପାଇଁ ଚାଷୀମାନେ ଅନଲାଇନରେ ୨୦ ହଜାର ଟଙ୍କା ଲେଖାଏଁ ଜମା କରିଥିଲେ ସୁଦ୍ଧା ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି।
All Right Reserved By

ବ୍ରହ୍ମପୁର

ଏନ୍‌ଏସ୍‌ଏସ୍‌ ଦିବସ ପାଳିତ

ଏନ୍‌ଏସ୍‌ଏସ୍‌ ଦିବସ ପାଳିତ

ଭଞ୍ଜନଗର,୨୪।୯(ଡି.ଏନ୍‌.ଏ.): ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦାଳୟ ପକ୍ଷରୁ ସୋମବାର  ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଦିବସ ପାଳିତ ହୋଇଯାଇଛି। 

ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ବ୍ରହ୍ମପୁର ଅଫିସ,୨୪।୯- ବିଭିନ୍ନ ଦାବି ନେଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସୋମବାରଠାରୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି। 

ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ

ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ

ସେରଗଡ, ୨୪।୯(ଡି.ଏନ.ଏ.): ଗଞ୍ଜାମ ଜିଲା ସେରଗଡ ବ୍ଲକ ଅନ୍ତର୍ଗତ କାନଶା ଛକରେ ଥିବା ଦମକଳ କେନ୍ଦ୍ରରେ କାର୍ଯ୍ୟରତ ହାବିଲଦାର ଓ କନେଷ୍ଟେବଳମାନେ ୬ ଦଫା ଦାବି ନେଇ ସୋମବାର ଆନ୍ଦୋଳନ କରିଛନ୍ତି।

ବାଘୁଆ ଜଳଭଣ୍ଡାରର ୩ ଗେଟ ବନ୍ଦ

ବୁଗୁଡ଼ା,୨୪।୯(ଡି.ଏନ.ଏ.): ବୁଗୁଡ଼ା ବ୍ଲକ ବାଘୁଆ ଜଳ ଭଣ୍ଡରରୁ ବନ୍ୟାଜଳ ନିଷ୍କାସନ ଲାଗି ଶନିବାର ୪ ଗେଟ ଖୋଲା ଯାଇଥିବା ବେଳେ ରବିବାର ସେଥିରୁ ୩ ଗେଟକୁ ବନ୍ଦ କରାଯାଇଛି । ମାତ୍ର ଗୋଟିଏ ଗେଟ ଖୋଲାଯାଇ ବନ୍ୟାଜଳକୁ ବାଘୁଆ ନଦୀରେ ଛଡ଼ାଯାଉଛି ।

ଟିକଟ ଫେରସ୍ତ ପାଇଁ ଯାତ୍ରୀଙ୍କ ଅସନ୍ତୋଷ

ବ୍ରହ୍ମପୁର ଅଫିସ,୨୪।୯-ବ୍ରହ୍ମପୁର-କଟକ ମେମୋ ପାସେଞ୍ଜର ଟ୍ରେନରେ ରବିବାର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ଫଳରେ  ଟ୍ରେନ ବିଳମ୍ବକୁ ନେଇ ରବିବାର ଷ୍ଟ୍ରେସନରେ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।ଟିକଟ ଫେରାଇବା ନେଇ କେତେକ ଯାତ୍ରୀ ଷ୍ଟେଶନରେ ହୋ ହାଲ୍ଲା କରିଥିଲେ ।

ନିର୍ମାଣ ହେଉନି ରଙ୍ଗେଇଲୁଣ୍ଡା ବିମାନ ବନ୍ଦର

ବ୍ରହ୍ମପୁର ଅଫିସ,୨୪ା୯-ଦକ୍ଷିଣ ଓଡ଼ିଶାର ବୃହତ୍ତମ ସହର ବ୍ରହ୍ମପୁର ନିକଟ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପକୁ ପୂର୍ଣ୍ଣାଙ୍ଗ ବିମାନ ବନ୍ଦରରେ ପରିଣତ କରିବାରେ କେନ୍ଦ୍ର ସରକାର ଅବହେଳା କରୁଛନ୍ତି । କାର୍ଯ୍ୟକାରୀ କରାଇବାରେ ରାଜ୍ୟ ସରକାର ମଧ୍ୟ ଚୁପ୍‌ ରହିଛନ୍ତି ।

୧୩ ନାବାଳିକା, ନାବାଳକଙ୍କୁ ଉଦ୍ଧାର କଲା ରେଳପଥ ଚାଇଲ୍‌ଡ ଲାଇନ୍‌

ବ୍ରହ୍ମପୁର ଅଫିସ୍‌,୨୪।୯-ବ୍ରହ୍ମପୁର ରେଳପଥ ଚାଇଲ୍ଡ ଲାଇନ୍‌ର କେନ୍ଦ୍ର ସଂଯୋଜକ ପ୍ରଭୁପ୍ରସାଦ ପାତ୍ରଙ୍କ ନେତୃତ୍ୱରେ ରବିବାର ୧୩ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଏ ମାନଙ୍କ ମଧ୍ୟରୁ ୨ ନାବାଳିକା ଓ ୧୧ ଜଣ ନାବାଳକ ରହିଛନ୍ତି।

ଦୁର୍ଗାପୂଜା କମିଟି ବୈଠକ

ଦୁର୍ଗାପୂଜା କମିଟି ବୈଠକ

ଦାରିଙ୍ଗବାଡ଼ି,୨୪।୯(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି  ଦୁର୍ଗାପୂଜା କମିଟିର ବୈଠକ ଜିତେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଥମେ ଗତବର୍ଷର ହିସାବ କରାଯାଇଥିଲା। ପରେ ଏକ ନୂତନ କମିଟି ଗଠନ ପାଇଁ ପ୍ରସ୍ତାବ ଆସିଥିଲା। 

ଅବ୍ୟବସ୍ଥାରେ ଅଗ୍ନିଶମ କାର୍ଯ୍ୟାଳୟ

ଅବ୍ୟବସ୍ଥାରେ ଅଗ୍ନିଶମ କାର୍ଯ୍ୟାଳୟ

ଦାରିଙ୍ଗବାଡ଼ି,୨୪।୯(ଡି.ଏନ.ଏ.)-ଦୁର୍ଘଟଣା ହେଉକି ରାସ୍ତାରେ ଗଛ ପଡ଼ି ଅବରୋଧ ହେଉ,  କିମ୍ବା ନିଅଁା ଲାଗିଲେ ଖୋଜାପଡନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ। ଲୋକଙ୍କୁ ଉତ୍ତମ ସେବା ଯୋଗାଉଥିବା କର୍ମଚାରୀଙ୍କୁ ମୌଳିକ ସୁବିଧା ଉପଲବ୍ଧ ହେଉ ନ ଥିବା ଜଣାପଡ଼ିଛି।

ସାରଙ୍ଗଗଡ଼କୁ ହରାଇ ଭଞ୍ଜନଗର ଚାମ୍ପିୟନ

ସାରଙ୍ଗଗଡ଼କୁ ହରାଇ ଭଞ୍ଜନଗର ଚାମ୍ପିୟନ

ଭଞ୍ଜନଗର,୨୪।୯(ଡି.ଏନ.ଏ.)-ମୃତ୍ୟୁଞ୍ଜୟ ପ୍ରଧାନ ସ୍ମାରକୀ ଦିନିକିଆ ଭେଟେରାନ ଫୁଟବଲ ଟୁର୍ନାମେଣ୍ଟ ରବିବାର ଭଞ୍ଜନଗର ଜେଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଫାଇନାଲରେ ଭଞ୍ଜନଗର ପେନାଲ୍ଟିରେ ୪-୨ ଗୋଲରେ ସାରଙ୍ଗଗଡ଼କୁ ହରାଇ ଚାମ୍ପିୟନ ହୋଇଛି। 

ସୁରକ୍ଷା, ଆଇନଗତ ସଚେତନତାକୁ ଗୁରୁତ୍ୱାରୋପ ଦେବାକୁ ପରାମର୍ଶ

ସୁରକ୍ଷା, ଆଇନଗତ ସଚେତନତାକୁ ଗୁରୁତ୍ୱାରୋପ ଦେବାକୁ ପରାମର୍ଶ

ବ୍ରହ୍ମପୁର ଅଫିସ୍‌,୨୪।୯-ପ୍ରତ୍ୟେକ ବର୍ଷ ରାଜ୍ୟରେ ସର୍ପାଘାତରେ ଯେତେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥାଏ ସେଥିମଧ୍ୟରୁ ବାଲେଶ୍ୱର ଜଲା ପ୍ରଥମ ରହିଥିବା ବେଳେ ଦ୍ୱିତୀୟରେ ଗଞ୍ଜାମ ଜିଲା ରହିଛି । ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲାରେ ଜନସାଧାରଣଙ୍କ ସହିତ ସର୍ପଉଦ୍ଧାର କରୁଥିବା ସ୍ବେଚ୍ଛାସେବୀମାନେ ସତର୍କତା 

ବିବାହ କଲେ ୧୨ ହିନ୍ଦୁ, ମୁସଲମାନ ଦମ୍ପତି

ବିବାହ କଲେ ୧୨ ହିନ୍ଦୁ, ମୁସଲମାନ ଦମ୍ପତି

ବ୍ରହ୍ମପୁର ଅଫିସ, ୨୪।୯-ଗଞ୍ଜାମ ମୁସଲିମ କଲଚୁରାଲ ଆସୋସିଏଶନ ପକ୍ଷରୁ ଖାଜାସାହିରେ ଗରିବ ତଥା ଆର୍ଥିକ ଅନଗ୍ରସର ପରିବାରର କନ୍ୟାମାନଙ୍କ ସାମୂହିକ ବିବାହ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ୧୨ ଦମ୍ପତିଙ୍କୁ ଆସୋସିଏଶନ ପକ୍ଷରୁ ବିବାହ ବନ୍ଧନରେ ଆବଦ୍ଧ କରାଯାଇଥିଲା ।