ବ୍ରହ୍ମପୁର

ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କୁ ନିର୍ଯାତନା ଅଭିଯୋଗ

ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କୁ ନିର୍ଯାତନା ଅଭିଯୋଗ

ବିଇଓଙ୍କ କାର୍ଯ୍ୟାଳୟକୁ ଆସିଲା ତଦନ୍ତ ନିର୍ଦ୍ଦେଶ
ଦିଗପହଣ୍ଡି/ବାଲିପଡ଼ା,୧୪ା୧୨ (ଡି.ଏନ.ଏ.)- କୁକୁଡ଼ାଖଣ୍ଡି ବ୍ଲକ ଆଦିବାସୀ ଅଧ୍ୟୁଷିତ କଙ୍କିଆ ପଞ୍ଚାୟତର କଙ୍କିଆ ଗ୍ରାମରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ବିରୋଧରେ ଛାତ୍ର ନିର୍ଯାତନା ଅଭିଯୋଗ ଆସିଛି। ଅଭିଯୋଗ ଆଣିଛନ୍ତି ୯ମ ଶ୍ରେଣୀ ଛାତ୍ର ରଞ୍ଜନ ମଲ୍ଲିକଙ୍କ ବାପା ପୂର୍ଣ୍ଣଚନ୍ଦ୍ର ମଲ୍ଲିକ। ଏନେଇ ଜିଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେବା ସହ ଏକ ଅଭିଯୋଗ ପ୍ରଦାନ କରିଛନ୍ତି। ଯେଉଁଥିରେ ଦର୍ଶାଯାଇଛି, ରଞ୍ଜନ ସ୍କୁଲ ଛାତ୍ରାବାସରେ ରହି ପାଠ ପଢ଼ୁଥିବା ବେଳେ ଛାତ୍ରାବାସ ଅଧ୍ୟକ୍ଷ ଦେବେନ୍ଦ୍ର ଦାସ ଗାଳିଗୁଲଜ କରିବା ସହ ନିର୍ଯାତନା ଦେଉଥିଲେ। ଛାତ୍ରାବାସରେ ଛାତ୍ରମାନଙ୍କୁ ଠିକ ଭାବେ ଖାଇବାକୁ ଦିଆଯାଉନାହିଁ। ଖେଳ ସାମଗ୍ରୀ ଏବଂ ପୋଷାକ ପିଲାମାନଙ୍କୁ ଦିଆଯାଉ ନ ଥିବା ବେଳେ ଷ୍ଟାଇପେଣ୍ଟ ଅର୍ଥ ଆତ୍ମସାତ କରାଯାଉଛି। ଏହା ବିରୋଧରେ ପ୍ରତିବାଦ କରିବାରୁ ଆଦିବାସୀ ପିଲା ହୋଇ ଆମ ବିରୋଧରେ ଅଭିଯୋଗ କରୁଛୁ କହି ମାଡ ମାରିଥିଲେ। ଏପରି କି ଟିସି ଦେଇ ସ୍କୁଲରୁ ବାହାର କରିଦେଲେ। ବର୍ଷର ମଧ୍ୟଭାଗରେ ସ୍କୁଲରୁ ବାହାର କରି ଦିଆଯାଇଥିବାରୁ ଅନ୍ୟ କୌଣସି ବିଦ୍ୟାଳୟରେ ସେ ନାମ ଲେଖାଇ ପାରୁନାହାନ୍ତି। ତାଙ୍କ ସମେତ ଅନ୍ୟମାନଙ୍କୁ ମଧ୍ୟ ଧମକ ଦିଆଯାଉଥିବା ରଞ୍ଜନ ଅଭିଯୋଗ କରିଛନ୍ତି। କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ଉକ୍ତ ପଞ୍ଚାୟତର ସମିତିସଭ୍ୟ। ସେ ମଧ୍ୟ ଖୋଦ୍‌ ସ୍ବୀକାର କରିଛନ୍ତି ଗ୍ରାମ ବିକାଶ ବିଦ୍ୟାଳୟରେ ସ୍ଥାନୀୟ ପିଲାମାନେ ନାମ ଲେଖାଇବାରେ ସ୍କୁଲ କର୍ତ୍ତୃପକ୍ଷ ସାହାଯ୍ୟ କରୁନାହାନ୍ତି। ପ୍ରାୟ ପିଲା ବାହାର ବ୍ଲକରୁ ଆସି ପଢ଼ୁଛନ୍ତି। ଏ ସମ୍ପର୍କରେ ମୁଁ ବ୍ୟକ୍ତିଗତ ଭାବେ ଜିଲା ଶିକ୍ଷାଧିକାରୀଙ୍କୁ ଜଣାଇବି ବୋଲି ସେ କହିଛନ୍ତି। ଏନେଇ ଛାତ୍ରାବାସ ଅଧ୍ୟକ୍ଷ ଦେବେନ୍ଦ୍ର ଦାସ କହିଛନ୍ତି, ରଞ୍ଜନ ଆଗରୁ ଶ୍ରେଣୀ ଗୃହରେ ଶିକ୍ଷୟିତ୍ରୀ ଓ ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରୁଥିଲେ। ତାଙ୍କ ବାପାଙ୍କୁ ଡ଼ାକି ଏ ବିଷୟରେ ଆମେ କହିଥିଲୁ। ସେ ଏଭଳି ଭୁଲ କରିବି ନାହିଁ ବୋଲି ଏକ ଲେଖା ଦେଇଥିଲେ। କିନ୍ତୁ ତା ଉଦ୍ଧତ ପଣିଆ ବନ୍ଦ ହେଲା ନାହିଁ। ଫଳରେ ଆମେ ପୁନର୍ବାର ବୁଝାଇଲୁ। ତାଙ୍କ ପରିବାରବର୍ଗ ଟିସି ଦେବା ପାଇଁ ଆବେଦନ କରିବାରୁ ଆମେ ଦେଇଛୁ ବୋଲି ସେ କହିଛନ୍ତି। ଜିଲା ଶିକ୍ଷାଧିକାରୀ ସନାତନ ପଣ୍ଡା କହିଛନ୍ତି, ମୁଁ ଏ ବିଷୟରେ କୌଣସି ଖବର ପାଇ ନାହିଁ। ବିଇଓଙ୍କଠାରୁ ବୁଝି ମୁଁ ଉଚିତ ପଦକ୍ଷେପ ଗ୍ରହଣ କରିବି। ଘଟଣା ଜିଲାପାଳଙ୍କ ନିକଟରେ ପହଞ୍ଚତ୍ବା ପରେ ତଦନ୍ତ ନିର୍ଦ୍ଦେଶ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ପହଞ୍ଚତ୍ଥିବା କାର୍ଯ୍ୟାଳୟ ତରଫରୁ ଜଣାପଡ଼ିଛି।

All Right Reserved By

Model This Week

Model This Week

ବ୍ରହ୍ମପୁର

ନାବାଳିକା ବିବାହ ବନ୍ଦ କଲା ଚାଇଲ୍ଡ ଲାଇନ

ଫୁଲବାଣୀ ଅପିସ,୨୫।୪- ଗୋଚ୍ଛାପଡା ଥାନା ଅଞ୍ଚଳରେ ଚାଲିଥିବା ୨ ନାବାଳିକାଙ୍କ ବିବାହକୁ ଚାଇଲ୍ଡ ଲାଇନ ବନ୍ଦ କରିଛି। ଉଭୟ ନାବାଳିକାଙ୍କୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇଛି। ଜଣେ ନାବାଳିକା ୯ମ ଶ୍ରେଣୀ ପାସ୍‌ କରି ୧୦ ମ ଶ୍ରେଣୀରେ ପଢ଼ିଥାନ୍ତେ। ହେଲେ ତାଙ୍କ ଘର ଲୋକେ ତାଙ୍କ ବିବାହ କରୁଥିଲେ। ସେହିପରି ଅନ୍ୟ ଜଣେ ନାବାଳିକାଙ୍କ ବୟସ ୧୭ବର୍ଷ। ଟୋଲ ଫି ନଂରୁ ଫୋନ କଲ ପାଇ ଚାଇଲ୍ଡ ଲାଇନ କର୍ମକର୍ତ୍ତା ପୋଲିସ ସହାୟତାରେ ଉଭୟ ନାବାଳିକାଙ୍କ ଘରକୁ ଯାଇ ବିବାହ ବନ୍ଦ କରିବା ସହ ସେମାନଙ୍କ ପରିବାର ଲୋକଙ୍କୁ ବାଲ୍ୟ ବିବାହ ଆଇନ ଉପରେ ବୁଝାଇଥିଲେ।

ସରପଞ୍ଚ ପଦ ଅସିଦ୍ଧ ଘୋଷଣା କଲେ ଅଦାଲତ

ବୁଗୁଡ଼ା,୨୫। ୪(ଡି.ଏନ.ଏ.):ବୁଗୁଡ଼ା ବ୍ଲକ ବି.କରଡ଼ାବାଡ଼ି ପଞ୍ଚାୟତ ସରପଞ୍ଚ ପଦବୀକୁ ସୋମବାର ବୁଗୁଡ଼ା ପ୍ରଥମଶ୍ରେଣୀ ଅଦାଲତ ବିଚାରପତି ଦେବାଶିଷ ବିଷୋୟୀ ଅସିଦ୍ଧ ଘୋଷଣା କରିଛନ୍ତି। ଫଳରେ ଏହି ପଞ୍ଚାୟତ ସରପଞ୍ଚ ସୀମାଞ୍ଚଳ ପ୍ରଧାନ ନିଜ ପଦବୀ ହରାଇଛନ୍ତି। ଅନ୍ୟପକ୍ଷରେ ଅଧିକ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିବା ବିଷ୍ଣୁପ୍ରିୟା ନାୟକଙ୍କୁ ସରପଞ୍ଚ ପଦବୀ ଦେବା ପାଇଁ ୧୫ ଦିନ ମଧ୍ୟରେ କାର୍ଯ୍ୟପନ୍ଥା ଅବଲମ୍ବନ କରିବାକୁ ଅଦାଲତ ସ୍ଥାନୀୟ ବିଡିଓ ତଥା ନିର୍ବାଚନ ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି। ପ୍ରକାଶ ଯେ, ଫେବୃୟାରୀ, ୨୦୧୭ରେ ବି.କରଡ଼ାବାଡ଼ି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ହୋଇଥିଲା।

ପୋତାଗଡ଼ ବିକାଶ ନେଇ ୨.୫କୋଟିର ପ୍ରସ୍ତାବ

ପୋତାଗଡ଼ ବିକାଶ ନେଇ ୨.୫କୋଟିର ପ୍ରସ୍ତାବ

ଛତ୍ରପୁର,୨୫।୪(ଡି.ଏନ୍‌.ଏ.):ଗଞ୍ଜାମ ଏନ୍‌ଏସି ଉପକଣ୍ଠରେ ଥିବା ପୋତାଗଡର ବିକାଶ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏ ସମ୍ବନ୍ଧୀୟ ଏକ ବୈଠକ ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରାମଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଏହା ଉପରେ ଆଲୋଚନା ହୋଇଥିଲା। ଏବେ ପୋତାଗଡ଼ର ସଂରକ୍ଷଣ ଓ ରାସାୟନିକ ପ୍ରଲେପ କାମ ଚାଲିଛି। ଏହି କାର୍ଯ୍ୟ ପାଇଁ ୮୫ କୋଟି ୬୦ ହଜାର ୯୦୦ ଟଙ୍କା ଆସିଥିଲା। ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ୨୫ ହଜାର ୮୮୮ ଟଙ୍କା ଖର୍ଚ୍ଚ ହୋଇଛି। ଏହି କାର୍ଯ୍ୟରେ ୪୬ ଜଣ ଶ୍ରମିକ ଲାଗିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି କାମ ସାରିବାକୁ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ନିର୍ଦ୍ଦେଶ ଦେଇଛନ୍ତି। ଇନ୍‌ଟାକ୍‌ ସଂସ୍ଥା ଏହି କାମ କରୁଛି। ଏହାପରେ ପୋତାଗଡର ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧାସୁଯୋଗ କାର୍ଯ୍ୟ କରାଯିବ। ଏଣୁ ଏଷ୍ଟିମେଟ ପ୍ରସ୍ତୁତ ଚାଲିଛି।

ରାସ୍ତା ନ ଥିବାରୁ ହେଲାନି ପ୍ରଧାନମନ୍ତ୍ରୀ ଆବାସ

ରାସ୍ତା ନ ଥିବାରୁ ହେଲାନି ପ୍ରଧାନମନ୍ତ୍ରୀ ଆବାସ

ରାଇକିଆ,୨୫।୪(ଡ଼ି.ଏନ.ଏ.):ପକ୍କାଘର ନ ଥିବା ସମସ୍ତ ଗରିବ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ବାସଗୃହ ଯୋଗାଇ ଦିଆଯାଉଛି। ଏ ସବୁ ସତ୍ତ୍ୱେ କନ୍ଧମାଳ ଜିଲା ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତ ଡ଼ାଙ୍ଗାସି ଓ ବାନ୍ଦାଙ୍ଗିଗାଁ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ କରିପାରୁନାହାନ୍ତି। ଗୃହ ପାଇବା ପାଇଁ ପ୍ରାଥମିକତା ଭିତ୍ତିରେ ମନୋନୀତ ହୋଇଥିଲେ ମଧ୍ୟ ଏମାନଙ୍କ ପାଇଁ ରାସ୍ତା ପ୍ରତିବନ୍ଧକ ସାଜିଛି। ରାଇକିଆରୁ ସିକବାଡ଼ି ଓ କୁମ୍ଭାରଖାଡ଼ି ପର୍ଯ୍ୟନ୍ତ ୧୫ କିମି ରାସ୍ତା। ଏହି ଦୁଇ ଗ୍ରାମ ପର୍ଯ୍ୟନ୍ତ ଅଟୋ ଚଳାଚଳ ହୁଏ। ସେଠାରୁ ଆଗକୁ ଗଲାପରେ ଡ଼ାଙ୍ଗାସିଛକ।

ଆର୍‌ଡିସିଙ୍କ କୁକୁଡ଼ାଖଣ୍ଡି ବ୍ଲକ ପରିଦର୍ଶନ

ଆର୍‌ଡିସିଙ୍କ କୁକୁଡ଼ାଖଣ୍ଡି ବ୍ଲକ ପରିଦର୍ଶନ

ବାଲିପଡ଼ା,୨୪।୪- ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆଓ ମଙ୍ଗଳବାର କୁକୁଡ଼ାଖଣ୍ଡି ବ୍ଲକ ପରିଦର୍ଶନରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି। ପ୍ରଥମେ ୩୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ଚାଲିଥିବା କଲ୍ୟାଣ ମଣ୍ଡପ ବୁଲି ଦେଖିବା ସହ ବ୍ଲକ ପ୍ରଶାସନ ଉପରେ ବର୍ଷିଥିଲେ ଏବଂ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ତାଗିଦ୍‌ କରିଥିଲେ। ଉକ୍ତ ପଞ୍ଚାୟତ ଗୃହ ୩୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ଚାଲିଥିବା ବେଳେ ମନରେଗାରେ ନିର୍ମାଣ ଚାଲିଥିବା ଲାଞ୍ଜିଆ ପଞ୍ଚାୟତର ନାଳ ଓ ଗାର୍ଡଓ୍ବାଲ ବୁଲି ଦେଖିଥିଲେ। ଅନ୍ୟପକ୍ଷରେ ବାଲିପଡ଼ା ପଞ୍ଚାୟତର ଟିକରପଡ଼ା ଗ୍ରାମରେ ଏକ କ୍ଲଷ୍ଟର ଘର ବୁଲି ଦେଖିବା ସହ ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ।

ବାଘୁଆ ସେତୁର ଗାର୍ଡଓ୍ବାଲ୍‌ ମରାମତି ଦାବି

ବାଘୁଆ ସେତୁର ଗାର୍ଡଓ୍ବାଲ୍‌ ମରାମତି ଦାବି

ବୁଗୁଡ଼ା,୨୪।୪(ଡି.ଏନ.ଏ.)- ବୁଗୁଡ଼ା ଠାରୁ ପର୍ଯ୍ୟଟନ କେନ୍ଦ୍ର ବୁଦ୍ଧଖୋଲ ଯିବା ରାସ୍ତାରେ ଥିବା ବାଘୁଆ ସେତୁର ଭାଙ୍ଗି ଯାଇଥିବା ନିରାପତ୍ତା କାନ୍ଥ (ଗାର୍ଡୱାଲ)କୁ ମରାମତି କରିବା ପାଇଁ କତକଲା ଗ୍ରାମବାସୀ ସୋମବାର ଗ୍ରାମ୍ୟ ଉନ୍ନୟନ ଡିଭିଜନ ନଂ-୧ ବ୍ରହ୍ମପୁରର ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି। ବୁଗୁଡ଼ାଠାରୁ ବୁଦ୍ଧଖୋଲ ପର୍ଯ୍ୟଟନ କେନ୍ଦ୍ରସ୍ଥଳିକୁ ଗଲା ବେଳେ ବାଟରେ ପଡେ ବାଘୁଆ ସେତୁ।

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଚିକିଟି,୨୪।୪(ଡି.ଏନ.ଏ.)- ମଙ୍ଗଳବାର ସକାଳ ପ୍ରାୟ ସାଢେ ୯ଟାରେ ଗୋଳନ୍ଥରା ଥାନା ଅନ୍ତର୍ଗତ ହିଞ୍ଜିଳି ଗଁ। ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଇଚ୍ଛାପୁର ଥାନା ଏଏସ୍‌ପେଟାର ଏସ୍‌. ଦଳେୟା (୩୯) । ଦଳେୟା ବାଇକ (ନଂ.ଏପି୩୦ପି-୬୧୨୪)ରେ ଚିକିଟିରୁ ସୋରଳ ଜଙ୍ଗସନ୍‌ ଦେଇ ନିଜ ଗ୍ରାମକୁ ଫେରୁଥିବା ବେଳେ ହିଞ୍ଜିଳିଗଁ। ନିକଟରେ ଏକ ଅଜଣା ଗାଡି ପଛ ପଟୁ ଧକ୍କା ଦେଇ ଚାଲିଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗୋଳନ୍ଥରା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ରହ୍ମପୁର ବଡ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ବାଇକ୍‌ ଜବତ କରିଥିଲା। ଏନେଇ ଗୋଳନ୍ଥରା ଥାନାରେ ନଂ.୭୯/୨୦୧୮ ମାମଲା ରୁଜୁ ହୋଇଛି।

ବଜ୍ରପାତରେ ଶ୍ରମିକ ମୃତ

ବଜ୍ରପାତରେ ଶ୍ରମିକ ମୃତ

ଭଞ୍ଜଜନଗର,୨୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଜଳରେ ମଙ୍ଗଳବାର ଅପରାହ୍ନରେ ହୋଇଥିବା ଝଡ ତୋଫାନ ଓ ବର୍ଷାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହେବା ସହ ଅନ୍ୟ ୨ ଆହତ ହୋଇଥିବା ଜଣାପଡିଛି।

କ.ନୂଆଗଁ। ତହସିଲ କର୍ମଚାରୀଙ୍କ ଧାରଣା ଜାରି

କ.ନୂଆଗଁ।,୨୪।୪(ଡି.ଏନ୍‌.ଏ.)- କନ୍ଧମାଳ ଜିଲା କ.ନୂଆଗଁ। ତହସିଲଦାରଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ବ୍ୟକ୍ତ କରି ତହସିଲ କର୍ମଚାରୀଙ୍କ ପକ୍ଷରୁ ଧାରଣା ଜାରି ରହିଛି। ଧାରଣା ଦ୍ୱିତୀୟ ଦିନରେ ପହଞ୍ଚତ୍ଥିଲେ ସୁଦ୍ଧା କୌଣସି ଉଚ୍ଚ ପଦାଧିକାରୀ ଧାରଣାସ୍ଥଳରେ ପହଞ୍ଚତ୍ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବର୍ତ୍ତମାନ ଛାତ୍ରୀଛାତ୍ରମାନେ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଆବଶ୍ୟକ ଥିବା ସ୍ଥାୟୀ ବାସିନ୍ଦା ପତ୍ର, ଜାତି ପ୍ରମାଣ ପତ୍ର, ଆଦାୟ ପ୍ରମାଣପତ୍ର ପାଇଁ ଆର୍‌ଆଇମାନଙ୍କ ଅନୁପସ୍ଥିତ ଯୋଗୁ ହିତାଧିକାରୀମାନେ ଅନ୍‌ଲାଇନରେ ଆବେଦନ କରିପାରୁନାହାନ୍ତି। ଉଚ୍ଚ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ସମାସ୍ୟାର ସମାଧାନ କରିବାକୁ ଦାବି ହେଉଛି।

ଲକ୍ଷ୍ମୀନୃସିଂହ ଯାତ୍ରା ପ୍ରସ୍ତୁତି ବୈଠକ

ଲକ୍ଷ୍ମୀନୃସିଂହ ଯାତ୍ରା ପ୍ରସ୍ତୁତି ବୈଠକ

ହିଞ୍ଜିଳିକାଟୁ,୨୪।୪(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ପୌରପରିଷଦ ସଭାଗୃହରେ କାଟୁ ଲକ୍ଷ୍ମୀନୃସିଂହ ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୮ରୁ ୩୦ ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହେବ। ଯାତ୍ରା ଆୟୋଜନ କରୁଥିବା ରଙ୍ଗଣୀ ବାଡ଼, କେଉଟ ବାଡ଼ ଓ ପାଟଣା ସାହି ଯାତ୍ରା କମିଟିର ସଦସ୍ୟ ଓ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ନେଇ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ପୌରାଞ୍ଚଳ ଅଧ୍ୟକ୍ଷା ଗୌରୀ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ ।

ବନ୍ଧୁକ, ବୋମା ଜବତ, ଯୁବକ ଗିରଫ

ଆସିକା,୨୪।୪(ଡି.ଏନ୍‌.ଏ.) ଆସିକା-ବାଲିପଦର ମୁଖ୍ୟ ରାସ୍ତାରେ ଥିବା କୁଷ୍ଠ ତାଲିମ କେନ୍ଦ୍ର ନିକଟରୁ ସୋମବାର ରାତିରେ ପୋଲିସ ଜଣେ ଯୁବକଙ୍କ ନିକଟରୁ ବନ୍ଧୁକ ଓ ୩ ବୋମା ଜବତ କରିବା ସହ ତାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଆସିକା ଥାନା କୋଟିବାଡି ଗ୍ରାମର ସୂର୍ଯ୍ୟମଣି ପାତ୍ର । ସେ କୌଣସି ଏକ ଅପରାଧ ଘଟାଇବାକୁ ଯୋଜନା କରୁଥିବା ସୂଚନା ମିଳିଥିଲା ବୋଲି ଥାନା ଅଧିକାରୀ ସନ୍ତୋଷ କୁମାର ଜେନା କହିଛନ୍ତି। ଏ ନେଇ ଥାନାରେ ନଂ.୧୩୪/୧୮ରେ ଏକ ମାମଲା ରୁଜୁ କରାଯାଇ ମଙ୍ଗଳବାର ଅପରାହ୍ନରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

 ଆମ ପୋଲିସ ସମିତି ବୈଠକ

ଆମ ପୋଲିସ ସମିତି ବୈଠକ

ବୁଗୁଡ଼ା,୨୪।୪(ଡି.ଏନ.ଏ.)-ବୁଗୁଡ଼ା ଥାନା ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ପିପୁଲ୍ସ ହାଇସ୍କୁଲରେ ଆମ ପୋଲିସ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଞ୍ଜନଗର ଏସଡିପିଓ ଉକତ୍ଳ କେଶରୀ ଦାଶ ସଭାପତିତ୍ୱ କରିଥିଲେ। ବୁଗୁଡ଼ା ଥାନା ଆଇଆଇସି ରାମଚନ୍ଦ୍ର ବିଶ୍ୱାଳ, ଏସଆଇ ବିନାୟକ ମନ୍ତ୍ରୀ, ଏସଆଇ କିଶୋର ଚନ୍ଦ୍ର ଚୌଧୁରୀ, ଇଣ୍ଡିଆନ ବ୍ୟାଙ୍କ ବୁଗୁଡ଼ା ଶାଖାର ପରିଚାଳକ ଏସ.କେ ବେହେରା, ଷ୍ଟେଟବ୍ୟାଙ୍କ ବୁଗୁଡ଼ା ଶାଖା ପରିଚାଳକ ଅନିଲ କୁମାର ସୁନାଥର, ପ୍ରଧାନ ଶିକ୍ଷକ ବସନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।