ବ୍ରହ୍ମପୁର

କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭଙ୍ଗାଗଲା ତାଲା

କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭଙ୍ଗାଗଲା ତାଲା
ଅଧ୍ୟକ୍ଷ ପଦବୀକୁ ନେଇ ଛକାପଞ୍ଝା ଦିଗପହଣ୍ଡି,୧୪।୧୨(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ବମକେଇ ଚିଦାନନ୍ଦ ସରସ୍ବତୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପଦବୀ ଦାୟିତ୍ୱକୁ ନେଇ ଦୁଇଜଣ ବରିଷ୍ଠ ଅଧ୍ୟାପକଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ରାଜ୍ୟ ଟ୍ରିବ୍ୟୁନାଲ କୋର୍ଟଙ୍କ ଆଦେଶକ୍ରମେ ଗୁରୁବାର ସନ୍ଧ୍ୟାରେ ଦିଗପହଣ୍ଡି କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟ ତଥା ଭାରପ୍ରାପ୍ତ ତହସିଲଦାର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପୋଲିସ ଅଧ୍ୟକ୍ଷଙ୍କ କୋଠରୀ ଓ ଆଲମିରା ତାଲା ଭାଙ୍ଗି ଅଧ୍ୟାପକ ଆଦିକନ୍ଦ ସାହୁଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶାନ୍ତନୁ କୁମାର ପଣ୍ଡାଙ୍କ ବରିଷ୍ଠତାକୁ ଚ୍ୟାଲେଞ୍ଜ କରି ବରିଷ୍ଠ ଅଧ୍ୟାପକ ଆଦିକନ୍ଦ ସାହୁ ରାଜ୍ୟ ଟ୍ରିବ୍ୟୁନାଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଟ୍ରିବ୍ୟୁନାଲ ମାମଲାର ବିଚାର କରି ବରିଷ୍ଠ ଅଧ୍ୟାପକ ସାହୁଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର କରିବାକୁ ଆଦେଶ ଦେଇଥିଲେ। ଅଧ୍ୟକ୍ଷ ପଣ୍ଡା ଶାରିରୀକ ଅସୁସ୍ଥତା ଦର୍ଶାଇ ଦୀର୍ଘଦିନ ହେଲା ଛୁଟିରେ ଥିଲେ। କଲେଜ ପରିଚାଳନା କମିଟି ସଭାପତି ତଥା ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପୂର୍ବରୁ ଅଧ୍ୟକ୍ଷ ପଣ୍ଡାଙ୍କୁ ଦାୟିତ୍ୱ ହସ୍ତାନ୍ତର ପାଇଁ ଚିଠି କରିଥିଲେ। ପୂର୍ବତନ ଅଧ୍ୟକ୍ଷ ପୁଣିଥରେ ଟ୍ରିବ୍ୟୁନାଲ ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିବା ଜଣାପଡ଼ିଛି। ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କୋଠରୀ ତାଲା ଭଙ୍ଗାଯିବା ବେଳେ କେ.ନୂଆଗାଁ ଥାନା ଆଇଆଇସି ସୁଜିତ କୁମାର ନାୟକ, ନୂଆପଡ଼ା ଫାଣ୍ଡି ଅଧିକାରୀ ନବଘନ ଗୌଡ଼ଙ୍କ ସମେତ ପୋଲିସ ଫୋର୍ସ ମୁତୟନ ଥିଲେ। ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ।
All Right Reserved By

ବ୍ରହ୍ମପୁର

କାମ କରିବାକୁ ଆନ୍ଧ୍ର ଯାଇ ଯୁବକ ନିଖୋଜ

କାମ କରିବାକୁ ଆନ୍ଧ୍ର ଯାଇ ଯୁବକ ନିଖୋଜ

ଗଞ୍ଜାମ,୧୬।୧(ଡି.ଏନ.ଏ.)-ଗଞ୍ଜାମ ଥାନା ପୁରୁଣାବନ୍ଧ ଗ୍ରାମର ଜଣେ ଯୁବକ କାମ କରିବାକୁ ଆନ୍ଧ୍ରପ୍ରଦେଶ ଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଏସ. କାଶୀନାଥ ରେଡ୍ଡୀ।  ଏ ନେଇ କାଶୀନାଥଙ୍କ ପୁଅ ଗୋପାଳ ବୁଧବାର ଗଞ୍ଜାମ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କାଶୀନାଥଙ୍କ ସହ ମିଶି କାମ କରିବାକୁ ଆନ୍ଧ୍ର ଯାଇଥିବା ଜଣେ ଯୁବକଙ୍କୁ ପୋଲିସ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି ।  ଏତଲା ଅନୁଯାୟୀ କିଛିମାସ ହେବ କାଶୀନାଥ ଏବଂ ତାଙ୍କ ଗ୍ରାମର  ଅନ୍ୟ ଜଣେ ଯୁବକ ଆନ୍ଧ୍ରର ଏକ କାରଖାନାରେ କାମ କରିବାକୁ ଯାଇଥିଲେ।

ସଂଗ୍ରାମୀ ଚକରା ବିଷୋୟୀଙ୍କ ଜୟନ୍ତୀ ସମାରୋହ

ସଂଗ୍ରାମୀ ଚକରା ବିଷୋୟୀଙ୍କ ଜୟନ୍ତୀ ସମାରୋହ

ଛତ୍ରପୁର,୧୬।୧(ଡି.ଏନ.ଏ)- ଗଞ୍ଜାମ ଜିଲାସ୍ତରୀୟ ସଂଗ୍ରାମୀ  ଚକରା ବିଷୋୟୀଙ୍କ ଜୟନ୍ତୀ ସମାରୋହ ବୁଧବାର ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

ରୟାଲ କ୍ରିକେଟ କ୍ଲବ ହିଞ୍ଜିଳିକାଟୁ ଚାମ୍ପିୟନ

ରୟାଲ କ୍ରିକେଟ କ୍ଲବ ହିଞ୍ଜିଳିକାଟୁ ଚାମ୍ପିୟନ

ହିଞ୍ଜିଳିକାଟୁ,୧୬।୧(ଡି.ଏନ୍‌.ଏ.)- ରୟାଲ କ୍ରିକେଟ କ୍ଲବ ପକ୍ଷରୁ ହିଞ୍ଜିଳିକାଟୁ କଲେଜ ଷ୍ଟାଡିୟମଠାରେ ଚାଲିଥିବା ଗୌତମ ଗୌଡ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ବୁଧବାର ଘରୋଇ ଦଳ ହିଞ୍ଜିଳିକାଟୁ ରୟାଲ କ୍ରିକେଟ କ୍ଲବ ଓ ପାନାସୋନିକ କ୍ରିକେଟ କ୍ଲବ ଆସିକା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍‌ ଜିଣି ଆସିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟରେ ୧୫୬ ରନ ସଂଗ୍ରହ କରିଥିଲା।

ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା ଘଟଣା: ତାରାତାରିଣୀ ପୀଠ ନିକଟ ଜଙ୍ଗଲରୁ ମିଳିଲା ମୃତଦେହ, ପଥରରେ ଛେଚି ହତ୍ୟା କରି ଫିଙ୍ଗିଥିଲେ ଅଭିଯୁକ୍ତ

ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା ଘଟଣା: ତାରାତାରିଣୀ ପୀଠ ନିକଟ ଜଙ୍ଗଲରୁ ମିଳିଲା ମୃତଦେହ, ପଥରରେ ଛେଚି ହତ୍ୟା କରି ଫିଙ୍ଗିଥିଲେ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୧୬।୧: ଗଞ୍ଜାମ ଜିଲା ତାରାତାରିଣୀ ଶକ୍ତି ପୀଠ ନିକଟସ୍ଥ ଜଙ୍ଗଲରୁ ବ୍ରହ୍ମପୁର ଗୋଶାଣୀନୂଆଗାଁ ଥାନା ସଦାନନ୍ଦ ବିହାର ୭ମ ଲେନରୁ ଅପହୃତା ଅଂଶୁମାନ ଆଚାର୍ଯ୍ୟ(୭)ଙ୍କ ମୃତଦେହ ବୁଧବାର ପୋଲିସ ଉଦ୍ଧାର କରିଛି। 

ସ୍କୁଲରେ ଛାଡ଼ିବାକୁ ଯାଇ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା: ଅଭିଯୁକ୍ତ ଅଟକ, ପୋଲିସର ତନାଘନା

ସ୍କୁଲରେ ଛାଡ଼ିବାକୁ ଯାଇ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା: ଅଭିଯୁକ୍ତ ଅଟକ, ପୋଲିସର ତନାଘନା

ବ୍ରହ୍ମପୁର ଅଫିସ,୧୬ା୧: ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ଅଧିନସ୍ଥ ସଦାନନ୍ଦ ବିହାର ସପ୍ତମ ଲେନ୍‌ର ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ନେଇ ପୋଲିସ ମଙ୍ଗଳବାର ସ୍ପଷ୍ଟ କରିଛି। ସମ୍ପୃକ୍ତ ଅଭିଯୁକ୍ତ ଦେବାଶିଷ ପଣ୍ଡାଙ୍କୁ ପୋଲିସ ଚିହ୍ନଟ କରିବା ପରେ ଥାନାକୁ ଆଣି ଅଟକ ରଖି କ୍ରମାଗତ ଜେରା କରୁଥିବା ଜଣାପଡିଛି। 

ପ୍ରଥମଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ: ଅଭିଯୁକ୍ତ ଅଟକ, ପୋଲିସର ତନାଘନା

ପ୍ରଥମଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ: ଅଭିଯୁକ୍ତ ଅଟକ, ପୋଲିସର ତନାଘନା

ବ୍ରହ୍ମପୁର ଅଫିସ୍‌,୧୬ା୧-ବ୍ରହ୍ମପୁର ଗୋଷାଣୀନୂଆଗଁା ଥାନା ଅଧୀନ ସଦାନନ୍ଦ ବିହାର ସପ୍ତମ ଲେନ୍‌ର ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ନେଇ ପୋଲିସ ମଙ୍ଗଳବାର ସ୍ପଷ୍ଟ କରିଛି। 

ନାବାଳିକା ମା’ ହେବା ଘଟଣା: ପୀଡିତାଙ୍କୁ ଭେଟିଲେ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା

ନାବାଳିକା ମା’ ହେବା ଘଟଣା: ପୀଡିତାଙ୍କୁ ଭେଟିଲେ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା

ବ୍ରହ୍ମପୁର ଅଫିସ୍‌,୧୬ା୧-କନ୍ଧମାଳ ଜିଲାର ଏକ ସେବାଶ୍ରମରେ ଅଷ୍ଟମ ଶ୍ରେଣୀର ନାବାଳିକା ଛାତ୍ରୀ ମା’ ହେବା ଘଟଣାରେ ମଙ୍ଗଳବାର ବ୍ରହ୍ମପୁର ବଡ ମେଡିକାଲରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଦୁଇ ଜଣିଆ ପ୍ରତିନିଧିତ୍ୱ ଦଳ ପହଞ୍ଚତ୍ ଚିକିତ୍ସାଧୀନ ପୀଡିତାଙ୍କୁ ଭେଟି ଆଲୋଚନା କରି ଫେରିଛନ୍ତି। 

ମାଓବାଦୀ ଠିକାଦାରଙ୍କ କ୍ୟାମ୍ପ ଧ୍ୱଂସ କରିବା ଘଟଣା:  ୭ ମିଲିସିଆ ଗିରଫ

ମାଓବାଦୀ ଠିକାଦାରଙ୍କ କ୍ୟାମ୍ପ ଧ୍ୱଂସ କରିବା ଘଟଣା: ୭ ମିଲିସିଆ ଗିରଫ

ଫୁଲବାଣୀ ଅଫିସ, ୧୬ା୧-କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ ସୁଡ୍ରୁକୁମ୍ପା ଫାଣ୍ଡି ଅନ୍ତର୍ଗତ ପାତିଆମ୍ବା ଗ୍ରାମରେ ଜଣେ ଠିକାଦାରଙ୍କ କ୍ୟାମ୍ପକୁ ମାଓବାଦୀ ଧ୍ୱଂସ କରିବା ଘଟଣାରେ  ପୋଲିସ ୭ ଜଣଙ୍କୁ ଗିରଫ କରିଛି। 

ଚକାପାଦ ବ୍ଲକ: ୮୪ ଅଭିଯୋଗ ଶୁଣିଲେ ପିଡି

ଚକାପାଦ ବ୍ଲକ: ୮୪ ଅଭିଯୋଗ ଶୁଣିଲେ ପିଡି

ଶଙ୍କରାଖୋଲା,୧୬ା୧(ଡି.ଏନ୍‌.ଏ.) -କନ୍ଧମାଳ ଜିଲା ବସ୍ତିଙ୍ଗିଆରେ ଥିବା ଚକାପାଦ ବ୍ଲକ ପରିସରରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। 

ଓଲଟିଲା କୁକୁଡ଼ା ବୋଝେଇ ଗାଡ଼ି

ଓଲଟିଲା କୁକୁଡ଼ା ବୋଝେଇ ଗାଡ଼ି

ମୋହନା,୧୬ା୧(ଡି.ଏନ.ଏ.)- ମୋହନା ଥାନା ଅନ୍ତର୍ଗତ କେନ୍ଦୁଘାଟି ବୁଲାଣିରେ କୁକୁଡା ବୋଝେଇ ଏକ ୪୦୭ ଭ୍ୟାନ୍‌ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା।

ଯୁବ, ଛାତ୍ର ବିଜେଡି ପକ୍ଷରୁ ମୋ ସୁରକ୍ଷା ମୋ ସ୍ବାକ୍ଷର ଆନ୍ଦୋଳନ

ଯୁବ, ଛାତ୍ର ବିଜେଡି ପକ୍ଷରୁ ମୋ ସୁରକ୍ଷା ମୋ ସ୍ବାକ୍ଷର ଆନ୍ଦୋଳନ

ଫୁଲବାଣୀ ଅଫିସ, ୧୬ା୧ -କନ୍ଧମାଳ ଜିଲା ଫୁଲବାଣୀ ଟାକ୍ସି ଷ୍ଟାଣ୍ଡ ସମ୍ମୁଖରେ ମଙ୍ଗଳବାର ଯୁବ ଏବଂ ଛାତ୍ର ବିଜେଡି ପକ୍ଷରୁ ମୋ ସୁରକ୍ଷା ମୋ ସ୍ବାକ୍ଷର ଆନ୍ଦୋଳନ କରାଯାଇଛି| 

ଜୁଆ ଆଡ୍ଡାରେ ଚଢ଼ାଉ, ୮ ଗିରଫ

ଜୁଆ ଆଡ୍ଡାରେ ଚଢ଼ାଉ, ୮ ଗିରଫ

ପୁରୁଷୋତ୍ତମପୁର,୧୫ା୧(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର  ପୋଲିସ ଆଇଆଇସି ଅଜୟ କୁମାର ବାରିକଙ୍କ ନେତୃତ୍ୱରେ ସୋମବାର ରାତିରେ ଗୋପିଆପଲ୍ଲୀ ଗ୍ରାମ ନିକଟସ୍ଥ ଏକ କାଜୁ ତୋଟାରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ କରି ୮ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୬୫ ହଜାର ୨ଶହ ଟଙ୍କା, ୯ଟି ବାଇକ୍‌, ୩ ସାଇକେଲ, ୫ ମୋବାଇଲ ଫୋନ୍‌କୁ ଜବତ କରାଯାଇଛି। ଏ ନେଇ ନଂ. ୯/୧୯ରେ ମାମଲା ରୁଜୁ ହୋଇଛି।