ବ୍ରହ୍ମପୁର

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ ଜାନୁୟାରୀ ୨ରେ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ ଜାନୁୟାରୀ ୨ରେ
ସମ୍ବର୍ଦ୍ଧିତ ହେବେ ଗଞ୍ଜାମର ୨ ବ୍ୟକ୍ତିତ୍ୱ ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ଭୂମିହୀନ ଆଦିବାସୀ ଓ ଦଳିତଙ୍କ ମାନବିକ ସୁରକ୍ଷା ଏବଂ ଶିଳ୍ପ ବିକାଶ ନାମରେ ଟେକି ଦିଆଯାଉଥିବା ଜଙ୍ଗଲ ଓ ମୂଲ୍ୟବାନ ଜମି ବିରୋଧରେ ଲଢେଇ କରୁଥିବା ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା। ଗଞ୍ଜାମ ଜିଲା ବାସିନ୍ଦା ସାମନ୍ତରାଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ସାମନ୍ତରା ଏହି ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ପୁରାତନ ଛାତ୍ର। ନବେ ଦଶକର ଦ୍ୱିତୀୟ ଭାଗରେ ଟାଟା କମ୍ପାନୀର ଗୋପାଳପୁର ବନ୍ଦର ଭିତ୍ତିକ ମେଗା ଇସ୍ପାତ ପ୍ରକଳ୍ପ ନିର୍ମାଣ ଲାଗି ଅଧିଗ୍ରହଣ କରାଯାଇଥିବା ମୂଲ୍ୟବାନ ଜମିକୁ ବିରୋଧ କରି ସୃଷ୍ଟି ହୋଇଥିବା ବୃହତ୍‌ ଜନ ଆନ୍ଦୋଳନରେ ସାମନ୍ତରା ସାମିଲ ହୋଇଥିଲେ। ବିସ୍ତାବିତ ପରିବାରଙ୍କ ସପକ୍ଷରେ ତୀବ୍ର ସ୍ବର ଉତ୍ତୋଳନ କରିଥିଲେ। ଅନ୍ୟପକ୍ଷରେ ଦେଶର ଖ୍ୟାତନାମା ପରିବେଶବିତ୍‌ ମେଧା ପାଟକରଙ୍କର ସେ ଘନିଷ୍ଠ ସହଯୋଗୀ। ଦେଶରେ ହେଉଥିବା ମେଧାଙ୍କ ବିିଭିନ୍ନ ଆନ୍ଦୋଳନରେ ମଧ୍ୟ ସେ ସାମିଲ ହୋଇଛନ୍ତି। ନିୟମଗିରି ଡଙ୍ଗରିଆ କନ୍ଧଙ୍କ ଆନ୍ଦୋଳନରେ ମଧ୍ୟ ବହୁବାର ସାମିଲ ହୋଇଥିବା ନଜିର ରହିଛି। ପରିବେଶ ସୁରକ୍ଷା ଲାଗି ସଂଗ୍ରାମ ଅବ୍ୟାହତ ରଖିଥିବା ସାମନ୍ତରା ଦେଶ ବିଦେଶରେ ପରିଚିତ। ସବୁଜ ନବେଲ୍‌ ଭାବେ ଜଣାଶୁଣା ଗୋଲ୍‌ଡମ୍ୟାନ୍‌ ଏନ୍‌ଭରମେଣ୍ଟାଲ୍‌ ପ୍ରାଇଜ ହାସଲ କରିବା ସହ ବ୍ରିଟେନ ଓ ଆମେରିକାରେ ମଧ୍ୟ ସେ ସମ୍ମାନିତ କରାଯାଇଛି। ସାମନ୍ତରା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ୧୯୭୫ମସିହାରେ ଆଇନ୍‌ ଶିକ୍ଷା ଲାଭ କରିଥିଲେ। ଏବେ ସେହି ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯିବ। ଲୋକନୃତ୍ୟ ଘୁଡୁକି ଓ ସଖୀ ନାଚର ପୁରୋଧା ନୀଳକଣ୍ଠ ତରେଇ ସେହିପରି ଅନ୍ୟଜଣେ ସୁନାମଧନ୍ୟ ବ୍ୟକ୍ତିତ୍ୱ ହେଉଛନ୍ତି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡ଼ାର ବରିଷ୍ଠ ଲୋକନୃତ୍ୟ କଳାକାର ନୀଳକଣ୍ଠ ତରେଇ । ୧୯୫୪ ମସିହା ଏପ୍ରିଲ ୫ରେ ପୁରୁଷୋତ୍ତମପୁର ବ୍ଲକ ସମା ପଞ୍ଚାୟତ ସିଙ୍ଗିପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ନୀଳକଣ୍ଠ ନିଜ ବାପା ସ୍ବର୍ଗତ ପ୍ରାଣବନ୍ଧୁ ତରେଇଙ୍କଠାରୁ ଘୁଡ଼ୁକି ନୃତ୍ୟ ଶିକ୍ଷାଲାଭ କରିଥିଲେ । ଲୋକନୃତ୍ୟକୁ ବଞ୍ଚାଇ ରଖିବା ପାଇଁ ଏହି ନୃତ୍ୟକୁ ଏକାଧାରରେ ନିଶା ଓ ପେଶା ଭାବେ ଗ୍ରହଣ କରି ନେଇଥିଲେ । ମାତ୍ର ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ବେଳେ ସମୟର କରାଘାତରେ ଆଉ ଅଧିକା ପାଠ ପଢ଼ି ପାରିନାହାନ୍ତି ସେ । ମାତ୍ର ଏହି ନୃତ୍ୟକୁ ବଞ୍ଚାଇବାକୁ ପ୍ରାଣ ପଣେ ଉଦ୍ୟମ ଚଳାଇଛନ୍ତି। ଏମବିଏ ଓ ଇଞ୍ଜିନିୟର ପାଠ ପଢ଼ୁଥିବା ପିଲାଙ୍କୁ ଡ଼ାକି ନୃତ୍ୟ ସମ୍ପର୍କରେ ବୁଝାଇ ଲୋକକଳାକୁ ବଞ୍ଚାଇବା ଲାଗି ଶିକ୍ଷା ଦେଉଛନ୍ତି । ସେମାନେ ମଧ୍ୟ ଏହି ନୃତ୍ୟକୁ ପରିବେଷଣ କରିବାରେ ଲାଗିଛନ୍ତି। ଏପରି ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଶିଷ୍ୟ ସୃଷ୍ଟି କରିପାରିଛନ୍ତି। ସେ ଏହି ନୃତ୍ୟକୁ ଗଞ୍ଜାମ ଜିଲାରେ ପରିବେଷଣ କରିବା ସହ ରାଜ୍ୟର ବିଭିନ୍ନ ପ୍ରାନ୍ତ, ଦିଲ୍ଲୀ, ବମ୍ବେ, ମାଡ୍ରାସ ଓ କଲିକତାରେ ବିଭିନ୍ନ ଅନୁଷ୍ଠାନ ଓ ସରକାରୀ କାର୍ଯ୍ୟକ୍ରମରେ ପରିବେଷଣ କରୁଛନ୍ତି । ଏପରିକି କଲିକତାର ଇଷ୍ଟର୍ନ ଜୋନାଲ କଲଚୁରାଲ ସେଣ୍ଟର ପକ୍ଷରୁ ଗୁରୁଶିଷ୍ୟ ପରମ୍ପରା ହିସାବରେ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ନୃତ୍ୟ ଶିକ୍ଷାଦେଇ ସେମାନଙ୍କୁ ୱେଷ୍ଟବେଙ୍ଗଲର ଭାଗଲପୁରକୁ ନେଇ ଏକ କାର୍ଯ୍ୟକ୍ରମରେ ନୃତ୍ୟକୁ ବେସ୍‌ ଚମକତ୍ାର ଭାବେ ପରିବେଷଣ କରି ଦର୍ଶକଙ୍କ ମନ ଜିଣି ପାରିଥିଲେ । ବର୍ତ୍ତମାନ ସେ ସରକାରଙ୍କ ଏଚଆଇଭି ଏଡ୍‌ସ କଣ୍ଟ୍ରୋଲ ବୋର୍ଡର ରିସୋର୍ସ ପର୍ସନ ଭାବେ ରହିଛନ୍ତି । ସରକାରଙ୍କ ବିିଭିନ୍ନ ଜନ କଲ୍ୟାଣ ଯୋଜନାରେ ଏହି ଲୋକନୃତ୍ୟ ମାଧ୍ୟମରେ ଜନ ସଚେତନତା କରିବାରେ ଲାଗିଛନ୍ତି । ସେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରି ପୁରସ୍କୃତ ହୋଇଛନ୍ତି । ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୧୦୦ରୁ ଊର୍ଦ୍ଧ୍ୱ ସ୍ଥାନରୁ ପୁରସ୍କୃତ ହୋଇଛନ୍ତି । ତେବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତାଙ୍କୁ ପ୍ରଦାନ କରାଯିବାକୁ ଥିବା ଓଡିଶା ଲୋକ ସଂସ୍କୃତି ସମ୍ମାନ ଏହି ଲୋକନୃତ୍ୟ ପାଇଁ ଅନନ୍ୟ ସମ୍ମାନ ବୋଲି ତରେଇ କହିଛନ୍ତି। ଏହା ସହ ରାଜ୍ୟ ସରକାରଙ୍କ ଓ ପ୍ରଶାସନ ପକ୍ଷରୁ ପ୍ରୋତ୍ସାହନ ମିଳି ପାରିଲେ ଘୁଡ଼ିକି ଓ ଶଖୀନୃତ୍ୟ ଭଳି ହଜିଯାଉଥିବା ଲୋକନୃତ୍ୟ ପୁଣି ଜୀବନ୍ତ ହୋଇଉଠିବ ବୋଲି ସେ କହିଛନ୍ତି।
All Right Reserved By

ବ୍ରହ୍ମପୁର

ପ୍ରେମ ବ୍ୟାପାରରୁ  ହତ୍ୟା ସନ୍ଦେହ, ଯୁବକଙ୍କ ମୃତଦେହ ଉଦ୍ଧାର

ପ୍ରେମ ବ୍ୟାପାରରୁ ହତ୍ୟା ସନ୍ଦେହ, ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର ଅଫିସ,୨୦।୧୦: ଗଞ୍ଜାମ ଜିଲା ଗୋଷାଣୀନୂଆଗାଁ ଥାନାଞ୍ଚଳ ହଳଦିଆପଦର ରେଲୱେ ଫ୍ଲାଏଓଭର ବ୍ରିଜ ନିକଟରେ ଥିବା ଏକ ନାଳରୁ ଶୁକ୍ରବାର ପୋଲିସ ଏକ ମୃତଦେହ ଉଦ୍ଧାର କରିଛି। ମୃତକହେଲେ ବଡବଜାର ଥାନା ଅଧୀନ ଧାନମେରା ସାହିର ସୋନୁ ଘଡେଇ ଓରଫ ଯଦୁ ।

ଷ୍ଟୋଭ ଫାଟି ନାବାଳିକା ଗୁରୁତର

ଷ୍ଟୋଭ ଫାଟି ନାବାଳିକା ଗୁରୁତର

ବ୍ରହ୍ମପୁର ଅଫିସ, ୧୯।୧୦-ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳର ଏକ ସାହିରେ ଶୁକ୍ରବାର ଷ୍ଟୋଭ ଫାଟି ଜଣେ ନାବାଳିକା ଗୁରୁତର ହୋଇଛନ୍ତି । ଘରେ ରୋଷେଇ ଚାଲିଥିବା ସମୟରେ ଷ୍ଟୋଭ ଫାଟିଯାଇଥିଲା ବୋଲି ପରିବାର ଲୋକେ କହିଛନ୍ତି। 

କୃଷ୍ଣସାର ମୃଗ ମୃତଦେହ ଉଦ୍ଧାର

କୃଷ୍ଣସାର ମୃଗ ମୃତଦେହ ଉଦ୍ଧାର

ଗଞ୍ଜାମ, ୧୯ା୧୦(ଡି.ଏନ.ଏ.)-ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ପଞ୍ଚାୟତ ବାଟିମାଳ  ଗହୀରମଥା  ଅଞ୍ଚଳରେ ଏକ କୃଷ୍ଣସାର ମୃଗ ମୃତଦେହ ପଡିଥିବା ଶୁକ୍ରବାର ଦେଖିବାକୁ ମିଳିଥିଲା । ଗତ ତିତ୍‌ଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ମୃତ କୃଷ୍ଣସାର  ମୃଗଟି କାଦୁଅରେ ପୋତିହୋଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

ଦୁର୍ଗାପୂଜା, ଉତ୍ସବମୁଖର ଚନ୍ଦ୍ରଗିିରି

ଦୁର୍ଗାପୂଜା, ଉତ୍ସବମୁଖର ଚନ୍ଦ୍ରଗିିରି

ଚନ୍ଦ୍ରଗିରି, ୧୯ା୧୦(ଡି.ଏନ.ଏ.)-ଦୁର୍ଗାପୂଜା ଉପଲକ୍ଷେ ଗଜପତି ଜିଲା ଚନ୍ଦ୍ରଗିରି ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି ।  ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି ।  ଏହା ବ୍ୟତୀତ ଚନ୍ଦ୍ରଗିରି, ମହେନ୍ଦ୍ରଗଡ, ଚାନ୍ଦିପୁଟ ଓ ବାଘମାରି ଅଞ୍ଚଳ ମଧ୍ୟ ମା’ଙ୍କ ପୂଜା ଲାଗି ଉତ୍ସବ ମୁଖର ହୋଇଛି ।

ଆସିକାରେ ଭ୍ରାମ୍ୟମାଣ ଏଟିଏମ୍‌ ସେବା ବ୍ୟବସ୍ଥା

ଆସିକାରେ ଭ୍ରାମ୍ୟମାଣ ଏଟିଏମ୍‌ ସେବା ବ୍ୟବସ୍ଥା

ଆସିକା, ୧୯ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଆସିକା ଅଞ୍ଚଳରେ ଘଟି ଯାଇଥିବା ତିତ୍‌ଲି ବାତ୍ୟା ଓ ଏହା ପରବର୍ତ୍ତୀ ବନ୍ୟାରେ ବିଭିନ୍ନ ବ୍ୟାଙ୍କ ଶାଖାରେ ପାଣି ପଶି ବହୁ ଟଙ୍କା ଓ କାଗଜପତ୍ର ନଷ୍ଟ ହୋଇଯାଇଛି ।

ରମଣୀସାହିରେ ଓଷାକୋଠି ଯାତ୍ରା ଆରମ୍ଭ

ରମଣୀସାହିରେ ଓଷାକୋଠି ଯାତ୍ରା ଆରମ୍ଭ

ଶେରଗଡ, ୧୯ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଶେରଗଡ ଗ୍ରାମସ୍ଥିତ ରମଣୀସାହିରେ ଶୁକ୍ରବାର ଓଷାକୋଠି ଯାତ୍ରା ଆରମ୍ଭ ହୋଇଛି।  ରମଣୀସାହିର ଗ୍ରାମବାସୀ ବାଦ୍ୟବାଜଣା ସହ ବିରାଟ ପଟୁଆରରେ ରାମଚଣ୍ଡୀ ଠାକୁରାଣୀଙ୍କ ପୀଠକୁ ଯାଇଥିଲେ। 

ରାଜସ୍ବ କୃଷି ବିଭାଗର କ୍ଷୟକ୍ଷତି ଆକଳନ

ରାଜସ୍ବ କୃଷି ବିଭାଗର କ୍ଷୟକ୍ଷତି ଆକଳନ

ଶେରଗଡ, ୧୯ା୧୦-ଗଞ୍ଜାମ ଜିଲା ଶେରଗଡ ବ୍ଲକ ଅନ୍ତର୍ଗତ ୨୨ ପଞ୍ଚାୟତର ୯୫ ଗ୍ରାମରେ ୯ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଜରିଆରେ ଗୁରୁବାର ସନ୍ଧ୍ୟାରୁ ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ଆକଳନ କରାଯାଇଛି  । ଉକ୍ତ ଟିମ୍‌ରେ ରାଜସ୍ବ ବିଭାଗ ଓ କୃଷି ବିଭାଗ ଏବଂ ଉଦ୍ୟାନ ବିଭାଗ କର୍ମଚାରୀ ମିଳିତଭାବେ କ୍ଷୟକ୍ଷତି ଆକଳନ କରୁଛନ୍ତି  । 

ତିତ୍‌ଲି କ୍ଷତିଗ୍ରସ୍ତ ଅଞ୍ଚଳବାସୀଙ୍କୁ  ସହାୟତା, ଆଇଟିଆଇର ହେଲ୍‌ପିଙ୍ଗ ହ୍ୟାଣ୍ଡ କାର୍ଯ୍ୟକ୍ରମ

ତିତ୍‌ଲି କ୍ଷତିଗ୍ରସ୍ତ ଅଞ୍ଚଳବାସୀଙ୍କୁ ସହାୟତା, ଆଇଟିଆଇର ହେଲ୍‌ପିଙ୍ଗ ହ୍ୟାଣ୍ଡ କାର୍ଯ୍ୟକ୍ରମ

ବ୍ରହ୍ମପୁର ଅଫିସ, ୧୯ା୧୦-ତିତ୍‌ଲି ବାତ୍ୟା ଓ ଏହାର ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳବାସୀଙ୍କୁ ସହାୟତା କରିବା ପାଇଁ ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ପକ୍ଷରୁ ଶୁକ୍ରବାର ହେଲ୍‌ପ୍‌ ହ୍ୟାଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ରାଜ୍ୟର ୧୭ ଆଇଟିଆଇର ଛାତ୍ର ଓ ଶିକ୍ଷକଙ୍କୁ ନେଇ ଏକ ୫୦ ଜଣିଆ ଟିମ୍‌ ଶୁକ୍ରବାର ଗଜପତି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । 

ରାଇକିଆରେ ବିଜୟା ଦଶମୀ, ଶ୍ରଦ୍ଧାଳୁଙ୍କ ଭିଡ

ରାଇକିଆରେ ବିଜୟା ଦଶମୀ, ଶ୍ରଦ୍ଧାଳୁଙ୍କ ଭିଡ

ରାଇକିଆ, ୧୯ା୧୦(ଡି.ଏନ.ଏ.)-କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ବିଜୟା ଦଶମୀ ମହା ସମାରୋହରେ ପାଳନ କରାଯାଉଛି ।  ରାଇକିଆରେ ହୋଇଥିବା ମା’ଙ୍କ ମୃଣ୍ମୟ ମୂର୍ତ୍ତି ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।  ଶନିବାର ମା’ଙ୍କ ବିସର୍ଜନ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । 

ବ୍ରହ୍ମପୁର ରେଳ ଷ୍ଟେଶନ୍‌ରେ ଅଭାବନୀୟ ଘଟଣା: ବ୍ଲେଡରେ ବେକ କାଟିଲେ ବୃଦ୍ଧ

ବ୍ରହ୍ମପୁର ରେଳ ଷ୍ଟେଶନ୍‌ରେ ଅଭାବନୀୟ ଘଟଣା: ବ୍ଲେଡରେ ବେକ କାଟିଲେ ବୃଦ୍ଧ

ବ୍ରହ୍ମପୁର ଅଫିସ,୧୯ା୧୦-ବ୍ରହ୍ମପୁର ରେଳ ଷ୍ଟେଶନ୍‌ରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବୃଦ୍ଧା ଏକ ବ୍ଲେଡ୍‌ରେ ନିଜ ବେକକୁ କାଟି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆସିକା ବ୍ଲକ ସିଦ୍ଧନଇ ପଞ୍ଚାୟତ ମହାରାଜା ଗ୍ରାମର ଟୁଙ୍ଗୁରୁ ବେହେରା ସୁରତ୍‌ରେ କାମ କରୁଛନ୍ତି । 

ଦଶହରାରେ ଦାରିଙ୍ଗବାଡ଼ି ଉତ୍ସବ ମୁଖର, ମା’ ପାଟଖଣ୍ଡାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଦଶହରାରେ ଦାରିଙ୍ଗବାଡ଼ି ଉତ୍ସବ ମୁଖର, ମା’ ପାଟଖଣ୍ଡାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଦାରିଙ୍ଗବାଡ଼ି,୧୯।୧୦(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଶୁକ୍ରବାର  ଦଶହରା ପର୍ବ ବା ବିଜୟା ଦଶମୀ ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ଉକ୍ତ ବ୍ଳକର ଦାରିଙ୍ଗବାଡ଼ି ସମେତ ସିମନବାଡ଼ିଠାରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୁର୍ତ୍ତି ସ୍ଥାପନ କରାଯାଇ ପୁଜାର୍ଚ୍ଚନା କରାଯାଉଛି। ଦଶମୀ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନେ ଭିଡ଼ ଜମାଇଥିଲେ ।

ହଳଦିଆପଦରଠାରେ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

ହଳଦିଆପଦରଠାରେ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

ବ୍ରହ୍ମପୁର ଅଫିସ,୧୯।୧୦: ବ୍ରହ୍ମପୁର ଷ୍ଟେଶନ ନିକଟ ହଳଦିଆପଦର ପାଖରେ ଗୁରୁବାର ବିଳମ୍ବିତ ରାତିରେ ଏକ ମାଲ୍‌ବାହୀ ଟ୍ରେନ ଲାଇନ୍‌ଚ୍ୟୁତ ହୋଇଯାଇଛି । ଫଳରେ ବ୍ରହ୍ମପୁର ଠାରୁ ବିଶାଖାପାଟଣା ମଧ୍ୟରେ ଟ୍ର୍ରେନ ଚଳାଚଳ ପ୍ରଭାବିତ ହୋଇଛି।