ବ୍ରହ୍ମପୁର

ଧାନଗଦାରେ ଲାଗିଲା ନିଅଁ।

ଧାନଗଦାରେ ଲାଗିଲା ନିଅଁ।

ବ୍ରହ୍ମପୁର ଅଫିସ,୧୩।୧୨- ଗଞ୍ଜାମ ଜିଲା ପାଟପୁର ବ୍ଲକ୍‌ ଛଣମେରୀ ଗ୍ରାମରେ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଶତ୍ରୁଘ୍ନ ସାମନ୍ତରାୟଙ୍କ ଧାନ ଖଳାରେ ନିଅଁା ଲାଗିଯାଇ ସମସ୍ତ ଧାନ ପୋଡିଯାଇଥିବା ସେ ଅଭିଯୋଗ କରିଛନ୍ତି ା ସୂଚନା ଅନୁଯାୟୀ, ଶତ୍ରୁଘ୍ନ ଚଳିତ ବର୍ଷ ପ୍ରାୟ ୨ ଏକର ଜମିରେ ଧାନ ଚାଷ କରିଥିଲେ ା ଚଳିତ ବର୍ଷ ଚକଡା ପୋକ, ଅଦିନିଆ ବର୍ଷାର ବିପତ୍।ତରେ ଅଧିକାଂଶ ଫସଲ ନଷ୍ଟ ହୋଇଯାଇଥିଲା ।ସେ ଧାନ ଅମଳ କରି ଜମିରେ ଗଦା କରି ରଖିଥିବା ବେଳେ ହଠାତ୍‌ ଉକ୍ତ ଧାନ ଗଦାରେ ବୁଧବାର ନିଅଁ। ଲାଗିଯାଇଥିଲା । ଛଣମେରୀ ସରପଞ୍ଚ ଏହା ଦେଖି ଅଗ୍ମିଶମ କେନ୍ଦ୍ରକୁ ଜଣାଇବା ପରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇ ଥିଲେ ମଧ୍ୟ ଧାନ ସମ୍ପୂଣ୍ଣର୍ର୍ ଜଳି ଯାଇଥିବା ସେ କହିଛନ୍ତି। ଏ ସମ୍ପର୍କରେ ସାନଖେମୁଣ୍ଡି ଅଗ୍ନିଶମ ଅଧିକାରୀ ସୁଶାନ୍ତ ରଞ୍ଜନ କହିଛନ୍ତି, ଚାଷୀ ଧାନ ଅମଳ ପରେ ତାକୁ ଅଧିକାଂଶ ମେଶିନରେ ମଳି ସାରିଥିଲେ ଆଉ କେତେକ ରହିଯାଇଥିଲା, ଯାହା ନିଆଁ ଲାଗିବାରୁ ପୋଡିଯାଇଥିବା ସେ କହିଛନ୍ତି। ତେବେ ତାହା କେତେ ପରିମାଣରେ କ୍ଷତି ହୋଇଛି ତାହା ତଦନ୍ତ ପରେ ହଁ ଜଣାପଡିବ।

All Right Reserved By

ବ୍ରହ୍ମପୁର

ପୋଖରୀରୁ କୁମ୍ଭୀର ଉଦ୍ଧାର

ପୋଖରୀରୁ କୁମ୍ଭୀର ଉଦ୍ଧାର

ଦିଗପହଣ୍ଡି,୧୮ା୬(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ଲୁଣୁଲୁଣିଆ ଲକ୍ଷ୍ମୀନାରାୟଣପୁର ଗ୍ରାମ ପୋଖରୀରୁ ସୋମବାର ଏକ କୁମ୍ଭୀର ଉଦ୍ଧାର କରାଯାଇଛି ା ଗ୍ରାମବାସୀ ପୋଖରୀରୁ ମାଛ ଧରିବା ବେଳେ କୁମ୍ଭୀରଟି ଜାଲରେ ପଡିଥିଲା।

ଅଟୋକୁ ରକ୍ଷା କରିବାକୁ ଯାଇ ଘରକୁ ଧକ୍କା ଦେଲା ଟ୍ରେଲର

ଅଟୋକୁ ରକ୍ଷା କରିବାକୁ ଯାଇ ଘରକୁ ଧକ୍କା ଦେଲା ଟ୍ରେଲର

ଛତ୍ରପୁର,୧୮।୬(ଡି.ଏନ.ଏ)- ସୋମବାର ଅପରାହ୍ନରେ ଏକ ଅଟୋ ବେନିୟମ ଭାବେ ହଠାତ୍‌ ଛତ୍ରପୁରଠାରେ ଜାତୀୟ ରାଜପଥ ପାର ହେବା ପାଇଁ ଉଦ୍ୟମ କରୁଥିବା ବେଳେ ତାହାକୁ ରକ୍ଷା କରିବାକୁ ଯାଇ ଏକ କଣ୍ଟେନର ବୋଝେଇ ଟ୍ରେଲର ଭାରସାମ୍ୟ ହରାଇ ଜଣଙ୍କ ଘରକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଦୁର୍ଘଟଣାରେ ମୋବାଇଲ କମ୍ପାନୀର ଓଡ଼ିଶା ମୁଖ୍ୟଙ୍କ ସମେତ ୪ ଆହତ

ଦୁର୍ଘଟଣାରେ ମୋବାଇଲ କମ୍ପାନୀର ଓଡ଼ିଶା ମୁଖ୍ୟଙ୍କ ସମେତ ୪ ଆହତ

ଗଞ୍ଜାମ,୧୮।୬(ଡି.ଏନ୍‌.ଏ.)- ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ପାରୁଲୁ ଜଙ୍କସନ ୧୬ ନଂ. ଜାତୀୟ ରାଜପଥରେ ଦୁର୍ଘଟଣାରେ ଏକ ମୋବାଇଲ କମ୍ପାନୀର ଓଡିଶା ମୁଖ୍ୟ ଡେଭିଡ ବୋଜ(୩୦), ବ୍ରହ୍ମପୁର ମୁଖ୍ୟ ଫରିଷ୍ଟା (୩୦) ଓ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ଡେଭିଡଙ୍କ ଆଖିରେ ଗଭୀର ଆଘାତ ଲାଗିଥିବା ବେଳେ ଫରିଷ୍ଟାଙ୍କର ହାତ, ଗୋଡ ଏବଂ ଛାତିରେ ଆଘାତ ଲାଗଛି।

ପାରିବାରିକ କଳହରୁ ସ୍ତ୍ରୀ, ସ୍ବାମୀ ଅର୍ଦ୍ଧଦଗ୍ଧ

ଧରାକୋଟ,୧୭ା୬(ଡି.ଏନ୍‌.ଏ.)- ଧରାକୋଟ ବ୍ଲକ ବରଡ଼ାବାଲି ପଞ୍ଚାୟତ କହିରାପଲ୍ଲୀ ଗ୍ରାମରେ ରବିବାର ମଧ୍ୟରାତ୍ରରେ ପାରିବାରିକ କହଳକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୂପ ନେଇଛି ା ଉଭୟେ କିରୋସିନ ଢାଳି ଅଗ୍ନି ସଂଯୋଗ କରିବାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି ହୋଇଛନ୍ତି ା

ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ତଦନ୍ତ ନ ହେଲେ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ତଦନ୍ତ ନ ହେଲେ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ପାତ୍ରପୁର,୧୮ା୬(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଇନ୍ଦିର ଆବାସ ଓ ମୋ’ କୁଡିଆ ଯୋଜନାର ହିତାଧିକାରୀ ଚୟନରେ ଅନିୟମିତା ହୋଇଥିବା ଅଭିଯୋଗ ହୋଇଛି।

ପୁରୁଷୋତ୍ତମପୁରରେ ଶିବବିବାହ ଉତ୍ସବ

ପୁରୁଷୋତ୍ତମପୁରରେ ଶିବବିବାହ ଉତ୍ସବ

ପୁରୁଷୋତ୍ତମପୁର,୧୮।୬(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର ଓ ଏହାର ଆଖପାଖ ଅଞ୍ଚଳରେ ଶୈବପୀଠଗୁଡିକରେ ରବିବାର ରାତିରେ ଶିବବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୁରୁଷୋତ୍ତମପୁର ସ୍ବପ୍ନେଶ୍ୱର ମନ୍ଦିର ଉନ୍ନୟନ କମିଟି ପକ୍ଷରୁ ଦେବଦେବ ମହାଦେବଙ୍କୁ ବିଭିନ୍ନ ବାଦ୍ୟବାଜଣା ଓ ଆତସବାଜି ଶୋଭାଯାତ୍ରା ମଧ୍ୟରେ ଗ୍ରାମ ପରିକ୍ରମା କରାଯାଇ ମନ୍ଦିର ପରିସରରେ ଥିବା ବିବାହ ମଣ୍ଡପକୁ ଅଣାଯାଇଥିଲା।

ଦେବ ଦମ୍ପତିଙ୍କ ନଗର ପରିକ୍ରମା

ଦେବ ଦମ୍ପତିଙ୍କ ନଗର ପରିକ୍ରମା

ହିଞ୍ଜିଳିକାଟୁ,୧୮।୬(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଲକର ବିଭିନ୍ନ ଶୈବ ପୀଠଗୁଡ଼ିକରେ ରବିବାର ଶିବ ବିବାହ ଉତ୍ସବ ଓ ସୋମବାର ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୌରାଞ୍ଚଳର ଲକ୍ଷ୍ମୀ ବଜାରସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିରରେ ଶିବ, ପାର୍ବତୀଙ୍କ ବିବାହ ପରେ ସୋମବାର ଦେବ ଦମ୍ପତିଙ୍କୁ ନଗର ପରିକ୍ରମା କରାଯାଇଥିଲା।

ଶୀତଳଷଷ୍ଠୀ ଅବସରରେ ନାଟକ ‘ସୁଭଦ୍ରା ପରିଣୟ’ ମଞ୍ଚସ୍ଥ

ଶୀତଳଷଷ୍ଠୀ ଅବସରରେ ନାଟକ ‘ସୁଭଦ୍ରା ପରିଣୟ’ ମଞ୍ଚସ୍ଥ

ଶେରଗଡ଼,୧୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ହରିକୃଷ୍ଣପୁର ଗ୍ରାମରେ ବହୁ ଆଡମ୍ବରରେ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଛି। ରବିବାର ଶିବ ପାର୍ବତୀଙ୍କ ବିବାହ ପରେ ମଧ୍ୟରାତ୍ରରେ ନଗର ପରିକ୍ରମା କରାଯାଇଥିଲା। ତେବେ ସୋମବାର ଦ୍ୱିତୀୟ ଦିବସ ଅବସରରେ ଗୋଠଗାଁ ପକ୍ଷରୁ ‘ସୁଭଦ୍ରା ପରିଣୟ’ ନାଟକ ମଞ୍ଚସ୍ଥ କରାଯାଇଥିଲା।

କେନ୍ଦ୍ର ଅର୍ଥ ପ୍ରଦାନ କରୁଛି, ରାଜ୍ୟ ଖର୍ଚ୍ଚ କରିପାରୁ ନାହିଁ: ଭାଜପା

କେନ୍ଦ୍ର ଅର୍ଥ ପ୍ରଦାନ କରୁଛି, ରାଜ୍ୟ ଖର୍ଚ୍ଚ କରିପାରୁ ନାହିଁ: ଭାଜପା

ବ୍ରହ୍ମପୁର ଅଫିସ,୧୮।୬: ଗଞ୍ଜାମ ଜିଲା ବ୍ରହ୍ମପୁରଠାରେ ଆୟୁଷ ହସ୍ପିଟାଲ ନିର୍ମାଣ ପାଇଁ ୨୦୧୬ ମସିହାରେ କେନ୍ଦ୍ର ସରକାର ୧୨ କୋଟି ଟଙ୍କାର ଅର୍ଥ ମଞ୍ଜୁର କରିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ହସ୍ପିଟାଲ ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ଦରମା ପ୍ରଦାନରେ ବିଳମ୍ବ ନେଇ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ

ଦରମା ପ୍ରଦାନରେ ବିଳମ୍ବ ନେଇ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ

ବ୍ରହ୍ମପୁର ଅଫିସ,୧୮।୬: ଦରମା ପ୍ରଦାନରେ ବିଳମ୍ବ ପ୍ରତିବାଦରେ ସୋମବାର ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ସାଉଥ୍‌କୋ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂଘର ଅଭିଯୋଗ ଅନୁଯାୟୀ, ପ୍ରତିମାସ ୭ ତାରିଖ ସୁଦ୍ଧା ଦରମା ପ୍ରଦାନ କରାଯିବ ବୋଲି ପୂର୍ବରୁ ସାଉଥ୍‌କୋ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ।

ବର୍ଷା ନାହିଁ: ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ବର୍ଷା ନାହିଁ: ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୧୮।୬(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ ୫ଦିନ ହେଲା ଅସହ୍ୟ ଗରମ ଓ ଗୁଳୁଗୁଳି ଲୋକଙ୍କୁ ଅତିଷ୍ଠ କରିଦେଇଛି। ଗତ ମାସରେ ୧୩୫ ମି.ମି ଏବଂ ଏପ୍ରିଲ ମାସରେ ୧୭୭ ମି.ମି ବର୍ଷା ହୋଇଥିବାବେଳେ ଚଳିତ ମାସ ଏବେ ସୁଦ୍ଧା ମାତ୍ର ୯୩ ମି.ମି ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି।

ଜମିଜମା ବିବାଦରୁ ବୃଦ୍ଧଙ୍କୁ ହତ୍ୟା

ଜମିଜମା ବିବାଦରୁ ବୃଦ୍ଧଙ୍କୁ ହତ୍ୟା

ହିଞ୍ଜିଳିକାଟୁ,୧୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଥାନା ଅଧୀନ ସମରଝୋଲା ଗ୍ରାମରେ ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ବିବାଦକୁ କେନ୍ଦ୍ରକରି ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଏ. କ୍ରିଷ୍ଣା ରାଓ(୭୫)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ହସ୍ପିଟାଲ ପଠାଇବା ସହ ଘଟଣାର ଅଭିଯୁକ୍ତ ଏ. ଦିବାକର ରାଓଙ୍କୁ ଅଟକ ରଖିଛି।

Model This Week

ପ୍ରଭାତ