Dharitri News
ସମ୍ବଲପୁର

ଦର୍ଲିପାଲି ଗ୍ରାମ ଚାଷଜମିକୁ ଅକ୍ତିଆର କଲା ଏମ୍‌ସିଏଲ୍‌: ବିରୋଧ କରି ୬୬ ଗ୍ରାମବାସୀ ଗିରଫ

ଦର୍ଲିପାଲି ଗ୍ରାମ ଚାଷଜମିକୁ ଅକ୍ତିଆର କଲା ଏମ୍‌ସିଏଲ୍‌: ବିରୋଧ କରି ୬୬ ଗ୍ରାମବାସୀ ଗିରଫ ଲଖନପୁର,୧୪।୧୨(ଡି.ଏନ୍‌.ଏ.)- ମହାନଦୀ କୋଲ୍‌ ଫିଲ୍‌ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ଲଖନପୁର କୋଇଲାକ୍ଷେତ୍ର ପକ୍ଷରୁ ଖଣି ଉଦ୍ଦେଶ୍ୟରେ ଗୁରୁବାର ଦର୍ଲିପାଲି ଗ୍ରାମ ଚାଷଜମିକୁ ବୁଲ୍‌ଡୋଜର ଲଗାଇ ସଶସ୍ତ୍ର ପୋଲିସ ଉପସ୍ଥିତିରେ ଅକ୍ତିଆର କରାଯାଇଛି। ଏହାକୁ ବିରୋଧ କରିବାରୁ ପୋଲିସ ଗ୍ରାମର ୬୬ଜଣ ମହିଳା ଓ ପୁରୁଷଙ୍କୁ ଗିରଫ କରିଛି। ଗିରଫ ଗ୍ରାମବାସୀଙ୍କ ମଧ୍ୟରେ ସୁଦାମ ପ୍ରଧାନ, ଦଶରଥ ପଟେଲ, କୁଶ ବୁଡ଼ା, ବେଣୁ ସାଗର ସା, ବୁଦ୍ଧରାମ ସା, ଦେବେନ୍ଦ୍ର ସା ପ୍ରମୁଖ ରହିଛନ୍ତି। ପ୍ରଥମେ ଗିରଫ ଗ୍ରାମବାସୀଙ୍କୁ ବନ୍ଧବାହାଲ ଇନ୍ଦ୍ରଧନୁଷ୍‌ କ୍ଲବ୍‌ରେ ରଖାଯାଇଥିଲା। ପରେ ବନହରପାଲି ଥାନାକୁ ଅଣାଯାଇଛି। ସେମାନଙ୍କୁ ଥାନାରେ ନ ରଖି କୋର୍ଟ ଚାଲଣ କରିବାକୁ ଗ୍ରାମବାସୀ ଅଡ଼ିବସିଛନ୍ତି। ଯାହାକି ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ଏ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଛି। ସୁରକ୍ଷା ଦୃଷ୍ଟିକୋଣରୁ ଘଟଣାସ୍ଥଳରେ ସଶସ୍ତ୍ର ପୋଲିସ ମୁତୟନ କରାଯାଇଛି। ଏହି ଅପରେଶନ୍‌ରେ ଉପଜିଲାପାଳ ଅଜୟ ଜେନା ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ରହିଥିଲେ। ଗୁରୁବାର ପୂର୍ବାହ୍ନ ସାଢ଼େ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଅପରେଶନ୍‌ ଚାଲିଥିଲା। ଲଖନପୁର ତହସିଲଦାର ହେମସାଗର ଭୋଇ ଏସ୍‌ଡିପିଓ ନୃପଚରଣ ଦଣ୍ଡସେନା, ବନହରପାଲି ଥାନା ଆଇଆଇସି ପୁରୁଷୋତ୍ତମ ଭୋଇ, ବେଲପାହାଡ଼ ଥାନା ଆଇଆଇସି ସୁରେଶ ସାହୁ, ଲଖନପୁର ଥାନା ଆଇଆଇସି ବୈକୁଣ୍ଠନାଥ ସେଠ, ରେଙ୍ଗାଲି ଥାନା ଆଇଆଇସି ପ୍ରତାପ ରଣା ପ୍ରମୁଖ ୪ ପ୍ଲାଟୁନ୍‌ ସଶସ୍ତ୍ର ପୋଲିସ ବାହିନୀ ସହିତ ଉପସ୍ଥିତ ଥିଲେ। ଏମ୍‌ସିଏଲ୍‌ ପକ୍ଷରୁ ଜିଏମ୍‌ ରାଜେନ୍ଦ୍ର ପ୍ରସାଦ ଗୁପ୍ତା, ପିଓ ଏମ୍‌.ଏସ୍‌.ଏସ୍‌. ରେଡ୍ଡୀ, ମ୍ୟାନେଜର୍‌ ଏସ୍‌.ବି. ବାରିକ, ଏସ୍‌.ଜେ. ଜେନୋ ଓ ଦଶରଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଖବର ପାଇ ସରଣ୍ଡାମାଲ ସରପଞ୍ଚ ପାର୍ବତୀ ବେହେରା, ସମିତିସଭ୍ୟ ଦେବାନନ୍ଦ ପ୍ରଧାନ, ବାସୁଦେବ ଭୋଇ, ସାଲେଗ୍ରାମ ନାୟକ ପ୍ରମୁଖ ଜନପ୍ରତିନିଧି ଓ ସାମାଜିକ କର୍ମୀ ଘଟଣାସ୍ଥଳରେ ପହଞ୍ଚି ଉପଜିଲାପାଳଙ୍କ ସହ ଆଲୋଚନା କରିଥିଲେ। ଏ ନେଇ ଉପଜିଲାପାଳ ଜେନା କହିଛନ୍ତି, ଏମ୍‌ସିଏଲ୍‌ କୋଇଲା ଖଣି ଉଦ୍ଦେଶ୍ୟରେ ୧୯୯୫ ମସିହାରେ ୨୫୭ ଏକର ରୟତ ଜମି ଅଧିଗ୍ରହଣ କରିଥିଲା। ଏଥିମଧ୍ୟରୁ ୧୫୭ ଏକର ରୟତ ଜମିରେ ଖଣି ସମ୍ପ୍ରସାରଣ ଚାଲିଛି। ଅବଶିଷ୍ଟ ଶହେ ଏକର ଜମି ମଧ୍ୟରେ ଚାଷଜମି ଓ ଗ୍ରାମର ବସ୍ତି ରହିଛି। ଏଥିମଧ୍ୟରୁ ଏବେ ୫୭ଏକର ରୟତ ଚାଷଜମିକୁ କମ୍ପାନୀ ନିଜ ଅକ୍ତିଆରକୁ ନେଇଛି। ଏହି ଚାଷଜମି ଗ୍ରାମ ନିକଟରୁ ୫୦ମିଟର ଦୂରରେ ରହିଛି। ଗ୍ରାମ ବିସ୍ଥାପିତ ହେବାପର୍ଯ୍ୟନ୍ତ ଏବେ ଖଣି ସମ୍ପ୍ରସାରଣ ସମୟରେ ସାବଧାନତା ଅବଲମ୍ବନ କରି କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଉପଜିଲାପାଳ ଜେନା କହିଛନ୍ତି। ଏ ନେଇ ଜମି ମାଲିକଙ୍କୁ କ୍ଷତିପୂରଣ ବାବଦ ୧୮ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। କେତେକ ଜମି ମାଲିକ କ୍ଷତିପୂରଣ ଅର୍ଥ ଗ୍ରହଣ କରି ନ ଥିବାରୁ ଏ ବାବଦରେ ୧୪ଲକ୍ଷ ଟଙ୍କା ଏବେ ମଧ୍ୟ ଜମା ରହିଛି। ଏ ନେଇ ଜମି ମାଲିକଙ୍କୁ ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ନୋଟିସ୍‌ ହେଉଛି। କିନ୍ତୁ କେହି ଶୁଣୁନାହାନ୍ତି ବୋଲି ସେ କହିଛନ୍ତି। ସେହିଭଳି ଗ୍ରାମବାସୀ କହିଛନ୍ତି, କମ୍ପାନୀ ପକ୍ଷରୁ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ, ସ୍ଥାୟୀ ନିଯୁକ୍ତି, ଅନ୍ୟତ୍ର ଥଇଥାନ ପାଇଁ ଘରଡିହ ଜମି ଆଦି ଯୋଗାଇ ଦିଆଯାଇନାହିଁ। ଗ୍ରାମବାସୀ ଦୀର୍ଘ ୨୨ ବର୍ଷ ହେଲା କମ୍ପାନୀ ବିରୋଧରେ ଲଢ଼େଇ କରିଆସୁଛନ୍ତି। ନ୍ୟାୟ ପାଇଁ ଗ୍ରାମବାସୀ କୋର୍ଟର ଆଶ୍ରୟ ମଧ୍ୟ ନେଇଥିବା କହିଛନ୍ତି। ଏଭଳି ସ୍ଥିତିରେ କମ୍ପାନୀ ଗ୍ରାମବାସୀଙ୍କ ବିରୋଧର ସମ୍ମୁଖୀନ ହେଉଛି। ଫଳରେ ଖଣି ସମ୍ପ୍ରସାରଣରେ ବାଧା ସୃଷ୍ଟିହୋଇ କୋଇଲା ଉପତ୍ାଦନ ବାଧାପ୍ରାପ୍ତ ହେବାରେ ଲାଗିଛି। ଏଥିପାଇଁ କମ୍ପାନୀର ମୁଣ୍ଡବିନ୍ଧା ବଢ଼ିଯାଇଛି।

ସମ୍ବଲପୁର

ଏଟିଏମ୍‌ ଲୁଟେରା ସକ୍ରିୟ: ୪ ଦିନରେ ୪ ଏଟିଏମ୍‌ ଲୁଟ୍‌ ଉଦ୍ୟମ

ଏଟିଏମ୍‌ ଲୁଟେରା ସକ୍ରିୟ: ୪ ଦିନରେ ୪ ଏଟିଏମ୍‌ ଲୁଟ୍‌ ଉଦ୍ୟମ

ରାଉରକେଲା ଅଫିସ,୨୩।୧: ରାଉରକେଲା ସହରରେ ଏଟିଏମ୍‌ ଲୁଟେରା ଦିନକୁ ଦିନ ଅଧିକ ସକ୍ରିୟ ହେଉଛନ୍ତି। ଗତ ୪ ଦିନ ମଧ୍ୟରେ ୪ଟି ଏଟିଏମ୍‌ ଲୁଟ୍‌ ଉଦ୍ୟମ ଏହା ପ୍ରମାଣ କରୁଛି। ଲୁଟେରାମାନେ ମଙ୍ଗଳବାର ଭୋର ସମୟରେ ଝିରପାଣି ଥାନା ଅନ୍ତର୍ଗତ ଆଦର୍ଶପଲ୍ଲୀ ଅଞ୍ଚଳରେ ଥିବା ଏକ ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ରୁ ପୁଣି ଲୁଟ୍‌ ଉଦ୍ୟମ କରିଛନ୍ତି।

ଆଇଜିଏଚ୍‌ ଡାକ୍ତରଙ୍କ ନିଷ୍ଠାପର ଉଦ୍ୟମ, ବଞ୍ଚିଗଲା ୩ ବର୍ଷର ଶିଶୁ, ଶ୍ୱାସନଳୀରୁ ବାହାରିଲା ଚିନାବାଦାମ ମଞ୍ଜି

ରାଉରକେଲା ଅଫିସ,୨୩।୧- ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌) ଡାକ୍ତରଙ୍କ ନିଷ୍ଠାପର ପ୍ରୟାସ ଓ ନିପୂଣ ଚିକିତ୍ସାର ଫଳସ୍ବରୂପ ଏଠାରେ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଭର୍ତ୍ତି ହୋଇଥିବା ଏକ ଶିଶୁର ଜୀବନ ରକ୍ଷା ପାଇଯାଇଛି। ଜଣେ ୩ ବର୍ଷର ଶିଶୁକନ୍ୟାଙ୍କ ଶ୍ୱାସନଳୀରେ ଅଟକି ରହିଥିବା ଦୁଇଟି ଚିନାବାଦାମ ମଞ୍ଜିକୁ ସଫଳତାର ସହ ନିଷ୍କାସନ

ଆଇଜିଏଚ୍‌ ଡାକ୍ତରଙ୍କ ନିଷ୍ଠାପର ଉଦ୍ୟମ, ବଞ୍ଚିଗଲା ୩ ବର୍ଷର ଶିଶୁ, ଶ୍ୱାସନଳୀରୁ ବାହାରିଲା ଚିନାବାଦାମ ମଞ୍ଜି

ଆଇଜିଏଚ୍‌ ଡାକ୍ତରଙ୍କ ନିଷ୍ଠାପର ଉଦ୍ୟମ, ବଞ୍ଚିଗଲା ୩ ବର୍ଷର ଶିଶୁ, ଶ୍ୱାସନଳୀରୁ ବାହାରିଲା ଚିନାବାଦାମ ମଞ୍ଜି

ରାଉରକେଲା ଅଫିସ,୨୩।୧- ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌) ଡାକ୍ତରଙ୍କ ନିଷ୍ଠାପର ପ୍ରୟାସ ଓ ନିପୂଣ ଚିକିତ୍ସାର ଫଳସ୍ବରୂପ ଏଠାରେ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଭର୍ତ୍ତି ହୋଇଥିବା ଏକ ଶିଶୁର ଜୀବନ ରକ୍ଷା ପାଇଯାଇଛି। ଜଣେ ୩ ବର୍ଷର ଶିଶୁକନ୍ୟାଙ୍କ ଶ୍ୱାସନଳୀରେ ଅଟକି ରହିଥିବା ଦୁଇଟି ଚିନାବାଦାମ ମଞ୍ଜିକୁ ସଫଳତାର ସହ ନିଷ୍କାସନ

ହୀରାକୁଦ ଜଳଭଣ୍ଡାର ଉପରେ ବ୍ରିଜ୍‌, ସୀମାନ୍ତ ସ୍ବାସ୍ଥ୍ୟସେବାର ମାଧ୍ୟମ ସାଜିବ

ହୀରାକୁଦ ଜଳଭଣ୍ଡାର ଉପରେ ବ୍ରିଜ୍‌, ସୀମାନ୍ତ ସ୍ବାସ୍ଥ୍ୟସେବାର ମାଧ୍ୟମ ସାଜିବ

ଝାରସୁଗୁଡ଼ା ଅଫିସ,୨୩।୧- ହୀରାକୁଦ ଜଳଭଣ୍ଡାର ଉପରେ ନିର୍ମାଣ ହୋଇଥିବା ସେତୁ ଝାରସୁଗୁଡ଼ା ଓ ପଡ଼ୋଶୀ ଛତିଶଗଡ଼ ଲୋକଙ୍କ ପାଇଁ ଉତ୍ତମ ସ୍ବାସ୍ଥ୍ୟସେବାର ମାଧ୍ୟମ ସାଜିବ। ବୁର୍ଲା ମେଡିକାଲ ଉପରେ ନିର୍ଭରଶୀଳ ଜନସାଧାରଣ ପ୍ରତ୍ୟକ୍ଷ ଭାବେ ଏହି ସେତୁ ଦ୍ୱାରା ଲାଭବାନ ହେବେ। ବିଶେଷକରି ଝାରସୁଗୁଡ଼ା ଜିଲାର ଲଖନପୁର ବ୍ଲକ, ବେଲପାହାଡ଼ ପୌରପରିଷଦ ଓ ପଡ଼ୋଶୀ ଛତିଶଗଡ଼ର

ଟ୍ରକ୍‌ ଧକ୍କାରେ ଆଇନଜୀବୀ ମୃତ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ

ଟ୍ରକ୍‌ ଧକ୍କାରେ ଆଇନଜୀବୀ ମୃତ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ

କୋଲାବିରା,୨୩।୧(ଡି.ଏନ୍‌.ଏ.)- ମକର ଯାତ୍ରାରୁ ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଆହତ ହୋଇଥିବା କୋଲାବିରା ଥାନା ଅନ୍ତର୍ଗତ ଯୁଗିଆଡିହି ଗ୍ରାମର ଆଇନଜୀବୀ କୃଷ୍ଣଚନ୍ଦ୍ର ବେହେରାଙ୍କର ରବିବାର ରାତିରେ ମୃତ୍ୟୁ ଘଟିଛିି। କୃଷ୍ଣଚନ୍ଦ୍ରଙ୍କ ଦୁଇଗୋଡ଼ ଟ୍ରକ୍‌ ଚକ ତଳେ ଚାପି ହୋଇଯାଇଥିବାରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଆମ୍ବୁଲାନ୍ସରେ ତାଙ୍କୁ ବୁର୍ଲା ଡାକ୍ତରଖାନା ନିଆଯାଇଥିଲା। ମାତ୍ର ରାସ୍ତାରେ ହିଁ

କଦଳୀଡ଼ିହି ଗାଁକୁ ପ୍ରଥମଥର ଗଡ଼ିଲା ଆମ୍ବୁଲାନ୍ସ

କଦଳୀଡ଼ିହି ଗାଁକୁ ପ୍ରଥମଥର ଗଡ଼ିଲା ଆମ୍ବୁଲାନ୍ସ

ବାରକୋଟ,୨୨।୧(ଡି.ଏନ.ଏ.)- ଦେବଗଡ଼ ଜିଲା ବାରକୋଟ ବ୍ଲକ ହେଡକ୍ବାର୍ଟରରୁ ୪୮ କିମି ଓ ସରୁଆଳି ଗ୍ରାମ ପଞ୍ଚାୟତରୁ ୧୮ କିମି ଦୂର ଅପହଞ୍ଚ ପାହାଡ଼ିଆ ଇଲାକାରେ ରହିଛି କଦଳୀଡ଼ିହି ଗାଁ। ଏହି ପାହାଡ଼ଘେରା ଗାଁରେ ମୋଟ ୨୯ ପରିବାରର ୧୭୫ ପାହାଡ଼ି ଭୂୟାଁ ଜନଜାତିର ଲୋକେ ବାସ କରନ୍ତି।

୨ ବାଇକ୍‌ ମଧ୍ୟରେ ଧକ୍କା : ଜଣେ ମୃତ

ବିଶ୍ରା,୨୨।୧(ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅନ୍ତର୍ଗତ ପ୍ରଧାନଟୋଲା ଚୌକଠାରେ ଦୁଇ ବାଇକ୍‌ ମଧ୍ୟରେ ଧକ୍କା ଘଟିଛି।

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସମ୍ବଲପୁର, ୨୧।୧(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଫାଟକସ୍ଥିତ ମୁଥୁଟ୍‌ ଫାଇନାନ୍ସ କମ୍ପାନୀରୁ ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି। ବିହାର ପୋଲିସ ସହାୟତାରେ ମୁଖ୍ୟ ଅଭିଯୁକ୍ତ ସୁବୋଧ କାଣ୍ଡ ସିଂଙ୍କ ସହ ଅନ୍ୟ ୫ଜଣଙ୍କୁ ଶନିବାର ବିଳମ୍ବିତ ରାତିରେ ବିହାରରୁ ଗିରଫ କରାଯାଇଛି।

ସଡ଼କ ଦୁର୍ଘଟଣା: ଉତ୍ତ୍ୟକ୍ତ ଲୋକଙ୍କ ଲଙ୍କାକାଣ୍ଡ

ସଡ଼କ ଦୁର୍ଘଟଣା: ଉତ୍ତ୍ୟକ୍ତ ଲୋକଙ୍କ ଲଙ୍କାକାଣ୍ଡ

ରାଉରକେଲା ଅଫିସ,୨୧।୧: ରାଉରକେଲା ରିଂ ରୋଡ଼ର ସ-ମିଲ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁକୁ ନେଇ ରବିବାର ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ପାଇଁ ପୋଲିସ ଓ ପ୍ରଶାସନର ନିଷ୍କ୍ରିୟତାକୁ ଦାୟୀକରି ସ୍ଥାନୀୟଲୋକେ ପୋଲିସ ଉପରକୁ ଆକ୍ରମଣ କରିଛନ୍ତି।

‘ଥିଏଟର ଜୀଇଁବା ଶିଖାଏ’

‘ଥିଏଟର ଜୀଇଁବା ଶିଖାଏ’

ବଲାଙ୍ଗୀର ଅଫିସ,୨୧।୧- ଥିଏଟର ବା ମଞ୍ଚ ନାଟକ ଜୀଇଁବା ଶିଖାଏ। ଥିଏଟର ଜଣକ ଭିତରେ ଆତ୍ମପ୍ରତ୍ୟୟ ସୃଷ୍ଟି କରେ। ଜୀବନକୁ ଶୃଙ୍ଖଳିତ ଓ ରୁଦ୍ଧିମନ୍ତ କରିଥାଏ। ଥିଏଟରରେ ସାମିଲ ହୋଇ ଜୀବନକୁ ବୁଝିବାକୁ ଚେଷ୍ଟା କରିଛି। ଥିଏଟରରେ ଜୀବନକୁ ଉପଭୋଗ କରିଛି। ଥିଏଟରରୁ ସମସ୍ତଙ୍କ ପାଇଁ ଅନେକ କିଛି ଶିଖିବାର ରହିଛି ବୋଲି ପ୍ରଖ୍ୟାତ ବଲିଉଡ୍‌ ଅଭିନେତା ତଥା ଥିଏଟର କର୍ମୀ ରଘୁବୀର ଯାଦବ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିଛନ୍ତି। ସର୍ବଭାରତୀୟ ବହୁଭାଷୀ ନାଟକ ଉତ୍ସବ ମଠଖାଇ ମହୋତ୍ସବରେ ଯୋଗଦେବା ପାଇଁ ମୁମ୍ବାଇରୁ ଆସିଥିବା ପ୍ରଖ୍ୟାତ ଅଭିନେତା ଯାଦବ ଶନିବାର ବଲାଙ୍ଗୀରରେ ପହଞ୍ଚତ୍ବା ପରେ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆରେ ରଘୁବୀର ଯାଦବଙ୍କ ସହ ଏକ ସନ୍ଧ୍ୟା ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

୨.୧୫ ଗ୍ରାମ ବ୍ରାଉନସୁଗର ଜବତ: ଦିବ୍ୟାଙ୍ଗ ଯୁବକ ଗିରଫ

କୁତ୍ରା,୨୧।୧(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅଧୀନ ଗଙ୍ଗାଜଳସ୍ଥିତ ରାଜଗାଙ୍ଗପୁର ଓସିଏଲ୍‌ ଡେର୍ଲିମାର୍କେଟରୁ ଜଣେ ଦିବ୍ୟାଙ୍ଗ ଯୁବକ ରିତେଶ ଘୋଷଙ୍କଠାରୁ ୨.୧୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ପୋଲିସ ସୂଚନାନୁଯାୟୀ, ଅଭିଯୁକ୍ତ ରିତେଶ ରାଜଗାଙ୍ଗପୁର ସହରରେ ବ୍ରାଉନସୁଗର ସମେତ ବିଭିନ୍ନ ନିଶା ଦ୍ରବ୍ୟ କାରବାର କରିଆସୁଥିଲେ।

ଯୁବତୀଙ୍କୁ ଏସିଡ୍‌ ମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତ ହାଇଦ୍ରାବାଦରୁ ଗିରଫ

କଲମପୁର,୨୦।୧(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ କଲମପୁର ବ୍ଲକ ବଙ୍କାପଲା ଗ୍ରାମରେ ଗତ ୧୫ତାରିଖ ସକାଳେ ଜଣେ ଯୁବତୀଙ୍କୁ ଏସିଡ୍‌ ମାଡ ହୋଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ କଳାହାଣ୍ଡି ଜିଲା ପୋଲିସ ଶନିବାର ସନ୍ଧ୍ୟାରେ ହାଇଦ୍ରାବାଦରୁ ଗିରଫ କରିଛି। ଘଟଣା ଦିନ ଖଣ୍ଡି ଡଙ୍ଗରିଗୁଡାର ଜଣେ ଯୁବତୀଙ୍କୁ ସେହି ଗ୍ରାମର ପର୍ଶୁରାମ ମାଝି ବଙ୍କାପଲା ବଜାର ପଡିଆ ନିକଟରେ ଏସିଡ୍‌ ମାଡ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା।