ସମ୍ବଲପୁର

କଣ୍ଟାମାଳ ରେଞ୍ଜ୍‌ ପୁଟପୁଟିଗଡ଼ ସଂରକ୍ଷିତ ଜଙ୍ଗଲରେ ଦନ୍ତା ହାତୀର କଙ୍କାଳ ଠାବ

କଣ୍ଟାମାଳ ରେଞ୍ଜ୍‌ ପୁଟପୁଟିଗଡ଼ ସଂରକ୍ଷିତ ଜଙ୍ଗଲରେ ଦନ୍ତା ହାତୀର କଙ୍କାଳ ଠାବ

କଣ୍ଟାମାଳ,୧୪।୧୨(ଡି.ଏନ୍‌.ଏ.)- ବୌଦ୍ଧ ଜିଲା କଣ୍ଟାମାଳ ରେଞ୍ଜ୍‌ ପୁଟପୁଟିଗଡ଼ ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଏକ ଦନ୍ତା ହାତୀର କଙ୍କାଳ ଠାବ ହୋଇଛି। ସ୍ଥାନୀୟ ଲୋକ ଏହି କଙ୍କାଳକୁ ଠାବ କରି ଗଣମାଧ୍ୟମକୁ ସୂଚନା ଦେବା ପରେ କଣ୍ଟାମାଳ ରେଞ୍ଜରେ ହାତୀ ଶିକାର ଘଟଣା ପଦାକୁ ଆସିଛି। କଣ୍ଟାମାଳ ରେଞ୍ଜର ମାତାକୁପା ରିଜର୍ଭ ଜଙ୍ଗଲରେ ଗତମାସ ୧୪ ତାରିଖରେ ବନ ବିଭାଗ ୨ଟି ହାତୀଦାନ୍ତ ଜବତ କରିବା ସହ ୨ ଚାଲାଣକାରୀଙ୍କୁ ଗିରଫ କରିଥିଲା। ଏ ନେଇ କେସ୍‌ ନଂ-୨୨୯କେ/୨୦୧୭-୧୮ରେ ଏକ ମାମଲା ରୁଜୁ ହୋଇଥିଲା। ହାତୀଦାନ୍ତ ଚୋରାଚାଲାଣ ଖବର ପାଇ ଏସିଏଫ୍‌ ସୁଶିଳ କୁମାର ତ୍ରିପାଠୀ, ରେଞ୍ଜର ସରୋଜ କୁମାର ମିଶ୍ର, ରବି ନାରାୟଣ ସାହୁ ଓ ଫରେଷ୍ଟର ସ୍ବାଧୀନ ସାମଲ ଏପିଆର୍‌ ଫୋର୍ସ ସହାୟତାରେ ମାତାକୁପା ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରିଥିଲେ। କନ୍ଧମାଳ ଜିଲାରୁ ବୌଦ୍ଧ-କଂଧମାଳ ସୀମା ଡେଇଁ ପ୍ରାୟ ୧୦ ଜଣିଆ ଦଳ ଏହି ହାତୀଦାନ୍ତକୁ ବାଇକ୍‌ ଯେଗେ ଚାଲାଣ କରୁଥିବାବେଳେ ଚଢ଼ାଉରେ ୨ ଅଭିଯୁକ୍ତ ଧରା ପଡ଼ିଥିଲେ। ଏମାନେ ହେଲେ କନ୍ଧମାଳ ଜିଲା ଗୋଛାପଡ଼ା ଥାନା ସୁତାନି ଗାଁର ସୁନାଭଞ୍ଜ ବଘାର (୩୫) ଓ ଇଞ୍ଜେଲା କହଁର (୨୫)। ଉଭୟଙ୍କୁ ବନ ବିଭାଗ ଗିରଫ କରିଥିଲା। ଏମାନଙ୍କଠାରୁ ପ୍ରାୟ ୬ କେ.ଜି. ଓଜନର ହାତୀ ଦାନ୍ତ ଜବତ କରାଯାଇଥିଲା ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କରୁ ଊର୍ଦ୍ଧ୍ୱ ହେବ ବୋଲି ବନ ବିଭାଗ ସୂଚନା ଦେଇଥିଲା। ଏ ନେି ବନ ବିଭାଗ ଅଧିକାରୀ ଅଭିଯୁକ୍ତଙ୍କୁ ଜେରା କରିଥିଲେ। ତାଙ୍କଠାରୁ ମଳିଥିବା ତଥ୍ୟ ଆଧାରରେ ବନ ବିଭାଗ କଙ୍କାଳକୁ ଗତମାସ ଠାବ କରିଥିବା ସ୍ତାନୀୟ ଲୋକ ପ୍ରକାଶ କରିଛନ୍ତି। ଏପରିକି ଏହି କଙ୍କାଳ ପଡ଼ିଥିବା ଘଞ୍ଚ ଜଙ୍ଗଲରେ ବିସ୍କୁଟର ଖୋଳ ପଡ଼ିଛି। ଏହି ବିସ୍କୁଟ ବନ ବିଭାଗ କର୍ମଚାରୀ ଖାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ବନ ବିଭାଗ କର୍ମଚାରୀମାନେ ଲୋକଙ୍କୁ ଡରାଇ ଏହି ଖବର କାହାକୁ ନ କହିବାକୁ ଧମକାଇଥିବା ସ୍ଥାନୀୟ ଲୋକେ ଗଣମାଧ୍ୟମକୁ କହିଛନ୍ତି। ବୌଦ୍ଧ-କନ୍ଧମାଳ ସୀମା ଅଞ୍ଚଳରେ ଅବସ୍ଥିତ ଘଞ୍ଚ ଜଙ୍ଗଲ ମଧ୍ୟରେ ବନ ବିଭାଗ ହାତୀଦାନ୍ତକୁ ଜବତ କରି କିପରି ଶିକାର ଘଟଣାକୁ ଲୁଚାଇଲା ତାହା ବର୍ତ୍ତମାନ ବନ ବିଭାଗର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏ ସମ୍ପର୍କରେ କଣ୍ଟାମାଳ ରେଞ୍ଜର ରବି ନାରାୟଣ ସାହାଙ୍କୁ ପଚାରିବାରୁ ଗଛ ଡାଳ ବାଜି ହାତୀର ମୃତ୍ୟୁ ହୋଇଥିବା ପ୍ରକାଶ କରିଛନ୍ତି ଯାହାକୁ ସ୍ଥାନୀୟ ଲୋକେ ବିଶ୍ୱାସ କରିପାରୁନାହାନ୍ତି।

All Right Reserved By

ସମ୍ବଲପୁର

ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜେଇ ଜବତ, ଜଣେ ଗିରଫ

ରାଉରକେଲା ଅଫିସ,୧୯।୭-ସହରର ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରେ ଚୋରା ଗଞ୍ଜେଇ କାରବାର ଅଭିଯୋଗ ପରେ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଏହା ଉପରେ ନଜର ରଖାଯାଇଥିଲା। ପରିଣ଼ାମ ସ୍ବରୂପ ବୁଧବାର ବିଶ୍ରା ଛକରୁ ଅବକାରୀ ପୋଲିସ ଜଣଙ୍କୁ ଗିରଫ କରିଛି।

ପ୍ରତୀକ୍ଷାଳୟ ଅଭାବରୁ ଯାତ୍ରୀ ହନ୍ତସନ୍ତ: ବରଗଛମୂଳ ଆଶ୍ରୟସ୍ଥଳ

ପ୍ରତୀକ୍ଷାଳୟ ଅଭାବରୁ ଯାତ୍ରୀ ହନ୍ତସନ୍ତ: ବରଗଛମୂଳ ଆଶ୍ରୟସ୍ଥଳ

ରାଉରକେଲା ଅଫିସ,୧୯।୭-ଯାତ୍ରୀ ପ୍ରତୀକ୍ଷାଳୟ ଅଭାବରୁ ମ୍ୟୁନିସିପାଲ ମହାବିଦ୍ୟାଳୟ ନିକଟ ପ୍ରମୁଖ ଅଞ୍ଚଳ ସାରନା ଛକରେ ପଥଚାରୀଙ୍କ ସମସ୍ୟା ବଢିବାରେ ଲାଗିଛି। ବର୍ଷା ଯୋଗୁ ଯାତ୍ରୀ ପାଖ ବରଗଛ ମୂଳରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି।

ନିର୍ମାଣ ଶ୍ରମିକ ସମସ୍ୟା ନେଇ ଶ୍ରମ ଅଧିକାରୀଙ୍କ ସହ ଆଲୋଚନା

ନିର୍ମାଣ ଶ୍ରମିକ ସମସ୍ୟା ନେଇ ଶ୍ରମ ଅଧିକାରୀଙ୍କ ସହ ଆଲୋଚନା

ରାଉରକେଲା ଅଫିସ, ୧୯।୭-ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସମସ୍ୟା ନେଇ ବୁଧବାର ରାଉରକେଲା ଜିଲା କଂଗ୍ରେସ ସଭାପତି ରବି ରାୟ ଜିଲା ଶ୍ରମ ଅଧିକାରୀ ପ୍ରଣବ ପାତ୍ରଙ୍କୁ ଭେଟି ଆଲୋଚନା କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ପଞ୍ଜିକୃତ ଶ୍ରମିକଙ୍କୁ ସରକାରଙ୍କ ଯୋଜନାରୁ ସୁଫଳ ମିଳିପାରୁନି।

ସେଲ ପେନସନ ସ୍କିମ ଲାଗୁ କରିଯିବା ନେଇ ଚିତ୍ରଅସ୍ପଟ

ରାଉରକେଲା ଅଫିସ, ୧୯।୭-ସେଲ (ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିଃ) ପେନସନ ସ୍କିମ କେବେ ସୁଦ୍ଧା ଲାଗୁ କରାଯିବ ସେନେଇ ଚିତ୍ର ସ୍ପଷ୍ଟ ହେଉ ନ ଥିବାବେଳେ ତୁରନ୍ତ ଏହାର ସମାଧାନ ସହ ମଜୁରି ଚୁକ୍ତିନାମା ନେଇ ଏନଜେସିଏସ ବୈଠକ ଡାକିବାକୁ ରାଉରକେଲା ମଜଦୁର ସଭା ଦାବି କରିଛି।

ତେଲିଙ୍ଗିବାଜାର ୧୬ତମ ସମ୍ମାନ ସମାରୋହ

ତେଲିଙ୍ଗିବାଜାର ୧୬ତମ ସମ୍ମାନ ସମାରୋହ

ରାଉରକେଲା ଅଫିସ, ୧୯।୭-ଆଧୁନିକ ଶିଶୁ ସାହିତ୍ୟର ବର୍ଣ୍ଣବିଭା ବଦଳି ଯାଇଛି ଏବଂ ଲେଖକୀୟ ଅଙ୍ଗିକାରବଦ୍ଧତା ବିନା ଶିଶୁ ସାହିତ୍ୟର ଅସ୍ମିତା ଅସମ୍ଭବ ବୋଲି ତୈୟୋମାସିକ ଶିଶୁ କିଶୋର ପତ୍ରିକା ତେଲିଙ୍ଗିବାଜାର ୧୬ତମ ସମ୍ମାନ ସମାରୋହ ଉତ୍ସବରେ ଯୋଗଦେଇ ବିଶିଷ୍ଟ ଶିଶୁ ସାହିତି୍ୟକମାନେ ଏଭଳି ମତପ୍ରକାଶ କରିଥିଲେ।

୨ ବର୍ଷ ହେବ ନାହାନ୍ତି ସ୍ଥାୟୀ ବିଇଓ

୨ ବର୍ଷ ହେବ ନାହାନ୍ତି ସ୍ଥାୟୀ ବିଇଓ

ନୂଆଗାଁ,୧୯।୭(ଡି.ଏନ.ଏ.) ଶିକ୍ଷାର ଉନ୍ନତି ଓ ବିକାଶ ଦିଗରେ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଥିବାବେଳେ ଏବେ ଶିକ୍ଷାର ମାନ ବୃଦ୍ଧି ପାଇଁ ଚାଲିଛି ଉଜ୍ଜ୍ୱଳ, ଉତ୍‌ଥାନ ଓ ଉତ୍କର୍ଷ୍କ ଭଳି ଯୋଜନା ।

ଗାଡ଼ି ଚୋରି ର଼୍ୟାକେଟ୍‌ର ୨ ଗିରଫ: ୨ ବୋଲେରୋ, ୨ ବାଇକ୍‌ ଜବତ

ଗାଡ଼ି ଚୋରି ର଼୍ୟାକେଟ୍‌ର ୨ ଗିରଫ: ୨ ବୋଲେରୋ, ୨ ବାଇକ୍‌ ଜବତ

ଝାରସୁଗୁଡ଼ା ଅଫିସ,୧୯।୭- ଗାଡ଼ି ଚୋରି ର଼୍ୟାକେଟ୍‌ରେ ସକ୍ରିୟ ଥିବା ଦୁଇଜଣଙ୍କୁ ବୁଧବାର ବଡ଼ମାଲ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ କୁକୁର୍ଜଙ୍ଘାର ରୂପକ ଗୁରୁ (୨୫) ଏବଂ ବ୍ରଜରାଜନଗରର କର୍ତ୍ତିକ ମହାନନ୍ଦିଆ (୨୪)।

ଝାରସୁଗୁଡ଼ା ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ରରୁ ନାଇଜେରିଆ :ଐଶ୍ୱର୍ଯ୍ୟାଙ୍କ କୋଳ ଭରିଲା

ଝାରସୁଗୁଡ଼ା ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ରରୁ ନାଇଜେରିଆ :ଐଶ୍ୱର୍ଯ୍ୟାଙ୍କ କୋଳ ଭରିଲା

ଝାରସୁଗୁଡ଼ା ଅଫିସ, ୧୯।୭- କେତେବେଳେ କାହା ଭାଗ୍ୟର ସୂର୍ଯ୍ୟ କେଉଁଠି ଉଦୟ ହୁଏ ତାହା କହିବା କଷ୍ଟକର। ସେମିତି ଏକ ଉଦାହରଣ ବୁଧବାର ସାମ୍‌ନାକୁ ଆସିଛି। ଦିନେ ଜଣେ କୁଆଁରୀ ମା’ ଲୋକଲଜ୍ଜା ଭୟରେ ନିଜର ଶିଶୁକନ୍ୟାର ଭାର ବୋହି ପାରି ନ ଥିଲେ।

ଛାତ୍ରଙ୍କ ମୁଣ୍ଡ ଫାଟିବା ଘଟଣା: ଶିକ୍ଷୟିତ୍ରୀ ନିଲମ୍ବିତ

ଛାତ୍ରଙ୍କ ମୁଣ୍ଡ ଫାଟିବା ଘଟଣା: ଶିକ୍ଷୟିତ୍ରୀ ନିଲମ୍ବିତ

ଉଲୁଣ୍ଡା,୧୮।୭ (ଡି.ଏନ.ଏ.)-ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ମାଟିଖାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ମାଡ ମାରି ମୁଣ୍ଡ ଫଟାଇବା ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡିଛି। ଏହି ଘଟଣାକୁ କେନ୍ଦ୍ରକରି ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ବୁଧବାର ନିଲମ୍ବିତ କରାଯାଇଛି। ସୂଚନା ମତେ ମାଟିଖାଇ ଗଁାର ଭକ୍ତରାମ ମେହେରଙ୍କ ପୁଅ କାହ୍ନା ମେହେର(୮) ଉକ୍ତ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପାଠ ପଢନ୍ତି।

ସେକ୍ସ ର଼୍ୟାକେଟ, ଯୁବତୀ ଚାଲାଣ ଅଭିଯୋଗରେ ୨ ଅଟକ

ସେକ୍ସ ର଼୍ୟାକେଟ, ଯୁବତୀ ଚାଲାଣ ଅଭିଯୋଗରେ ୨ ଅଟକ

ପାଟଣାଗଡ,୧୮।୭(ଡି.ଏନ.ଏ.)-ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମରୁ ଯୁବତୀ ଚାଲାଣ ଅଭିଯୋଗରେ ଲରମ୍ଭା ପୋଲିସ ୨ ଜଣଙ୍କୁ ଅଟକ ରଖିଛି। ଜଣେ ଯୁବତୀଙ୍କୁ ନିଜ ସମ୍ପର୍କୀୟ କହି କିଛି ଦିନ ହେଲା ଏମାନେ ଘରେ ରଖି ଦେହ ବେପାର ଚଳାଉଥିଲେ ବୋଲି ଲୋକେ ଅଭିଯୋଗ କରିଛନ୍ତି।

ବଲାଣୀରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

ବଡ଼ବିଲ, ୧୮।୭(ସ୍ବ.ପ୍ର.): ବଲାଣୀରେ ବଡ଼ବିଲ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ମଙ୍ଗଳବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ ହୋଇଛି।

ଗୁହାଲର କାଁଥିତରା ଆଶ୍‌ରେ ଥଲ୍‌ ସୁଆଧୀନ୍‌ ରାଏଜର ଦୁଇ ପରାଧୀନ୍‌ ଜୀବନ୍‌

ଗୁହାଲର କାଁଥିତରା ଆଶ୍‌ରେ ଥଲ୍‌ ସୁଆଧୀନ୍‌ ରାଏଜର ଦୁଇ ପରାଧୀନ୍‌ ଜୀବନ୍‌

ତଳଗାଁ, ୧୮।୭ (ଡିଏନ,ଏ)- ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ୍‌ରେ ସରକାରୀ ଯୋଜ୍‌ନା ପର୍‌ହସନ୍‌ ପାଲ୍‌ଟିଥିବା ଦେଖ୍‌ବାକେ ମିଲିଛେ। ବ୍ଲକ୍‌ ହେଡକ୍ୱାଟର ପଁନ୍‌ଚେତ୍‌ ବାଣିଭୂଷଣପୁରର ଭଉଁରୀପଥର ଗାଁର ଅରକ୍ଷିତ ପ୍ରଧାନ ସାତ ପରାନି କୁଟୁମ୍‌କେ ନେଇ ଗଛ୍‌ତଲେ ପାଲ୍‌ ଟାନି ଜୀବନ୍‌ ବିତଉଛନ୍‌। ସେନ୍‌ତା ଝାର୍‌ ଜଂଗଲ୍‌, ପାହଡ଼ ପର୍‌ବତ୍‌ ଘେରା ଆଦିବାସୀ ଅଧୁଷିତ ଇ ବ୍ଲକ୍‌ର ନୂତନ୍‌ ପଁନ୍‌ଚେତ୍‌ ମହାଲିକପଡାରେ ଆର୍‌ ଗୁଟେ ଦୁଖର ଘଟ୍‌ନା ଦେଖ୍‌ବାକେ ମିଲିଛେ।

Model This Week

ରୂପେଶ