ସମ୍ବଲପୁର

ନାବାଳିକାଙ୍କୁ ଅସଦାଚରଣ, ଅଭିଯୁକ୍ତ ଗିରଫ

ନାବାଳିକାଙ୍କୁ ଅସଦାଚରଣ, ଅଭିଯୁକ୍ତ ଗିରଫ
ମାନେଶ୍ୱର,୧୪।୧୨(ଡି.ଏନ.ଏ)- ସମ୍ବଲପୁର ଜିଲାରେ ପୁଣି ଲଜ୍ଜା। ଝିଅ ସମାନ ଜଣେ ନାବାଳିକାଙ୍କୁ ୫୦ ବର୍ଷ ବୟସ୍କ ଜଣେ ବ୍ୟକ୍ତି ଅସଦାଚରଣ କରି ଗିରଫ ହେବା ଘଟଣା ପଦାକୁ ଆସିଛି। ଟାଉନ ଥାନା ପୋଲିସ ଅଭିଯୁକ୍ତ ରାଜକିଶୋର ବେରିହାଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଅଭିଯୋଗ ମୁତାବକ, ନାବାଳିକା ଜଣକ ପାଖ ଏକ ନଳକୂଅକୁ ପାଣି ଆଣିବାକୁ ଯାଇଥିଲେ। ସେ ପାଣି ଧରି ଘରକୁ ଫେରୁଥିବାବେଳେ ରାଜକିଶୋର ନାବାଳିକାଙ୍କୁ ଏକୁଟିଆ ଦେଖି ଅଟକାଇ ଅସଦାଚରଣ କରିଥିଲେ। ନାବାଳିକା ଜଣଙ୍କ ଏହାର ପ୍ରତିବାଦ କରିଥିଲେ। ହେଲେ ରାଜକିଶୋର ଜୋରଜବରଦସ୍ତ ଟଣାଓଟଣା କରିଥିଲେ। ନାବାଳିକାଙ୍କ ପାଟିଶୁଣି ୨ଜଣ ସାଙ୍ଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ରାଜକିଶୋର ସେଠାରୁ କୌଶଳକ୍ରମେ ଚାଲିଯାଇଥିଲେ। ଏନେଇ ନାବାଳିକା ଜଣକ ପରିବାର ଲୋକଙ୍କୁ ଘଟଣା ସଂକ୍ରାନ୍ତରେ ଜଣାଇଥିଲେ। ଅନ୍ୟପକ୍ଷେ ରାଜକିଶୋର ପୀଡିତାଙ୍କ ପରିବାର ଲୋକଙ୍କୁ ବିଭିନ୍ନ ଚାପ ପକାଇଥିଲେ। ପରିବାର ଲୋକେ ଏନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତିକରି ଏକ ମାମଲା(ନଂ.୪୩୧/୧୭) ରୁଜୁ କରିଛି। ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପୋଲିସ ପୀଡିତା ଓ ପରିବାର ଲୋକଙ୍କୁ ମଧ୍ୟରାତି ପର୍ଯ୍ୟନ୍ତ ଥାନାରେ ଅଟକ ରଖି ପଚରାଉଚୁରା କରିଥିଲା। ପୋଲିସର ଏପରି କାମକୁ ସାଧାରଣରେ ନିନ୍ଦା କରାଯାଇଛି। ଅନ୍ୟପକ୍ଷେ ପୋଲିସ ଅଭିଯୁକ୍ତ ରାଜକିଶୋର ଏବଂ ପୀଡିତାଙ୍କ ଜିଲା ସଦର ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯାଇଥିଲା। ପରେ ପୋଲିସ ରାଜକିଶୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
All Right Reserved By

ସମ୍ବଲପୁର

ଟ୍ରକ୍‌ ନେଲା ଯୁବକଙ୍କ ଜୀବନ

ଟ୍ରକ୍‌ ନେଲା ଯୁବକଙ୍କ ଜୀବନ

ଭଟଲି, ୨୩।୧୦ (ଡି.ଏନ.ଏ.)
ବରଗଡ଼ ଜିଲା ଭଟଲି ଥାନା ସୁକୁଡା ଛକରେ ମଙ୍ଗଳବାର ସକାଳ ୧୧ଟାରେ ଦୁର୍ଘଟଣା ଘଟିଛି। 

ଖଳାରେ ଧାନ ଜଗି ଥିବାବେଳେ ସମିତିସଭ୍ୟଙ୍କୁ ହାତୀ ଦଳିଦେଲା

ଖଳାରେ ଧାନ ଜଗି ଥିବାବେଳେ ସମିତିସଭ୍ୟଙ୍କୁ ହାତୀ ଦଳିଦେଲା

ବରଗଡ଼ ଅଫିସ/ଝାରବନ୍ଧ,୨୩।୧୦-
ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବଣ୍ଡାମୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣକର ଜୀବନ ଯାଇଛି। ମୃତକ ହେଲେ ଏହି ଗ୍ରାମର ଚାଷୀ ତଥା କନ୍ଦାଡଙ୍ଗର ପଞ୍ଚାୟତର ସମିତିସଭ୍ୟ ଧୁବାରାମ ନାଗ(୫୫) । ନିଜ ଖଳାରେ ଅମଳ ଧାନକୁ ଜଗିଥିବାବେଳେ ସେ ହାତୀ ଆକ୍ରମଣର ସମ୍ମୁଖୀନ ହୋଇ ପ୍ରାଣ ହରାଇଛନ୍ତି। ତେବେ ତାଙ୍କ ସହିତ ରହିଥିବା ଆଉଜଣେ ଶ୍ରମିକ ହାତୀ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ।

ଗଜଲକ୍ଷ୍ମୀ ପୂଜା ପାଇଁ ଶାନ୍ତି କମିଟି ବୈଠକ: ଚାନ୍ଦା ଆଦାୟ ମନା, ବାଜିବନି ଡିଜେ

ଗଜଲକ୍ଷ୍ମୀ ପୂଜା ପାଇଁ ଶାନ୍ତି କମିଟି ବୈଠକ: ଚାନ୍ଦା ଆଦାୟ ମନା, ବାଜିବନି ଡିଜେ

ରେଢ଼ାଖୋଲ,୨୩।୧୦(ଡି.ଏନ.ଏ.)
ରେଢ଼ାଖୋଲରେ ଗଜଲକ୍ଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବ। ଏଥିପାଇଁ  ଥାନା ପରିସରରେ ଏକ ଶାନ୍ତିକମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ ଏଥିରେ ସଭାପତିତ୍ୱ କରିଥିଲେ। 

କନ୍ୟା ସନ୍ତାନ କୌଣସି ଗୁଣରେ ନ୍ୟୁନ ନୁହନ୍ତି

କନ୍ୟା ସନ୍ତାନ କୌଣସି ଗୁଣରେ ନ୍ୟୁନ ନୁହନ୍ତି

ସୋନପୁର,୨୩।୧୦(ନି.ପ୍ର.)କୈଶୋର ସ୍ବାସ୍ଥ୍ୟର ସୁରକ୍ଷା ତଥା ବାଲ୍ୟ ବିବାହ ଓ ତାର ପ୍ରତିକାର ସମ୍ପର୍କିତ ଜିଲାସ୍ତରୀୟ କର୍ମଶାଳା ସୁବର୍ଣ୍ଣପୁର ଡିଆରଡିଏ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ୟା ସନ୍ତାନମାନେ କେବେ ବି କୌଣସି ଗୁଣରେ ନ୍ୟୁନ ନୁହନ୍ତି। 

ଦାଦନ ଚାଲାଣରୁ ଡକାୟତି, ୭ ଆନ୍ତଃ ରାଜ୍ୟ ଡକାୟତ ଗିରଫ

ଦାଦନ ଚାଲାଣରୁ ଡକାୟତି, ୭ ଆନ୍ତଃ ରାଜ୍ୟ ଡକାୟତ ଗିରଫ

ବଲାଙ୍ଗୀର ଅଫିସ,୨୨।୧୦-ବଲାଙ୍ଗୀର ଜିଲା ଦେଓଗାଁଠାରେ ଡକାୟତି ଉଦ୍ୟମ କରୁଥିବା ୭ ଆନ୍ତଃ ରାଜ୍ୟ ଡକାୟତଙ୍କୁ ତୁଷରା ପୋଲିସ ରବିବାର ରାତିରେ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମୁରିବାହାଲ ଥାନା ବଡ଼ସାଇମରା ଗାଁର ତନୁ ଓରଫ ତନୁରାଜ ମହାନନ୍ଦ, ବନମାଳୀ ଓରଫ ସାହିଲ ତାଣ୍ଡି, କଣ୍ଟାବାଞ୍ଜିର ପ୍ରଦ୍ୟୁମ୍ନ 

ଫୁଟବଲ ଟୁର୍ନାମେଣ୍ଟ: ଗୋଲାମୁଣ୍ଡା ଚାମ୍ପିୟନ

ଫୁଟବଲ ଟୁର୍ନାମେଣ୍ଟ: ଗୋଲାମୁଣ୍ଡା ଚାମ୍ପିୟନ

ଜୁନାଗଡ,୨୨।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଦୁନ୍ଦେଲମାଲ ପଞ୍ଚାୟତ କଟିଙ୍ଗପଦରଠାରେ ୨ଦିନ ଧରି ଚାଲିଥିବା ଫୁଟବଲ ଟୁର୍ନାମେଣ୍ଟ ରବିବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି। 

ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ରିଷିଡ଼ା ଦଳ ବିଜୟୀ

ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ରିଷିଡ଼ା ଦଳ ବିଜୟୀ

ରିଷିଡ଼ା,୨୨।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମଠାରେ ରବିବାର ଅପରାହ୍ନରେ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି ।

ଇଂରାଜୀ ସହାୟକ କର୍ମଶାଳା ଉଦ୍‌ଯାପିତ

ଇଂରାଜୀ ସହାୟକ କର୍ମଶାଳା ଉଦ୍‌ଯାପିତ

ଧର୍ମଗଡ,୨୨।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ ମାଧ୍ୟମିକ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ଗତ ଏକ ସପ୍ତାହ ଧରି ଚାଲିଥିବା ଇଂରାଜୀ ସହାୟକ କର୍ମଶାଳା ସୋମବାର ଉଦ୍‌ଯାପିତ ହୋଇଯାଇଛି ।

ନକଲି ମାଓବାଦୀ ସାଜି ଜେଲଗଲେ ଯୁବକ

ନକଲି ମାଓବାଦୀ ସାଜି ଜେଲଗଲେ ଯୁବକ

ବେଲପଡା, ୨୨ା୧୦(ଡି.ଏନ.ଏ.): ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କୁ ଟଙ୍କା ମାଗିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ବଲାଙ୍ଗୀର ଜିଲା ବେଲପଡା ଥାନା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। 

ବ୍ୟାଡମିଣ୍ଟନ ଖେଲାଳିଙ୍କୁ ସମ୍ବର୍ଦ୍ଧନା

ବ୍ୟାଡମିଣ୍ଟନ ଖେଲାଳିଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର,୨୨।୧୦(ବ୍ୟୁରୋ) ସମ୍ବଲପୁର ଫ୍ରେଜର କ୍ଳବରେ ଦିବ୍ୟାଙ୍ଗ ବ୍ୟାଡ଼ମିଣ୍ଟନ   ଖେଲାଳି ପ୍ରମୋଦ  ଭଗତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କ୍ଳବ ସଭାପତି ଶେଷଦେବ ମିଶ୍ରଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ମୁଖ୍ୟ ଅତିଥି, ପ୍ରୟାସ ପରିବର୍ତ୍ତନ ଅନୁଷ୍ଠାନର ମୁଖ୍ୟ ଲଲାଟେନ୍ଦୁ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ରଘୁନାଥପାଲିରେ ବଏଲଯାତ୍ରା

ରଘୁନାଥପାଲିରେ ବଏଲଯାତ୍ରା

କୋଲାବିରା,୨୨।୧୦(ଡି.ଏନ.ଏ.) 
ଝାରସୁଗଡ଼ା ଜିଲା କୋଲାବିରାର ରଘୁନାଥପାଲଠାରେ ମା’ ସମଲେଶ୍ୱରୀଙ୍କ ଦ୍ୱାଦଶୀ ବଏଲଯାତ୍ରା ପାରମ୍ପରିକ ରୀତନୀତି ଅନୁସାରେ ପାଳିତ ହୋଇଛି। ଗତ ମଙ୍ଗଳବାରରୁ ଆରମ୍ଭ ହୋଇଥିବା ଏହି ଆଦ୍ୟପର୍ବ ସୋମବାର ଦେବୀଙ୍କ ପୀଠରେ ସମାପନ ହୋଇଛି। ଅଶ୍ୱିନୀ କୃଷ୍ଣପକ୍ଷ ପ୍ରତିପଦାଠାରୁ ୯ ଦିନ ବ୍ୟାପୀ ସମଲେଇ ମନ୍ଦିରରେ ଅଖଣ୍ଡଦୀପ ପ୍ରଜ୍ଜ୍ୱଳନ, ସପ୍ତମୀ ତିଥିରେ ପାଟଖଣ୍ଡା ସ୍ଥାପନ, ନିଶାପୂଜା, ଅଷ୍ଟମୀ ତିଥିରେ ଷୋହଳ ଖଣ୍ଡା ସ୍ଥାପନ ଏବଂ  ବଏଲଯାତ୍ରା ଅନୁଷ୍ଠିତ ହୋଇଥିଲା। ରବିବାର ରାତିରେ ଗଣ୍ଡ ସମ୍ପ୍ରଦାୟର ଲୋକଙ୍କ ମୁଣ୍ଡରେ ଦେବୀଙ୍କ ପୂଜକମାନେ ଫୁଲର ଚୂଳ ବାନ୍ଧି ମୁହଁରେ ସିନ୍ଦୁର ବୋଳି ପୂଜା ଉପଚାର କରିଥିଲେ। ବରୁଆଙ୍କ ଦେହରେ ଦୈବୀ ଶକ୍ତି ସଞ୍ଚାର କରିବା ପାଇଁ ଯଥାବିଧି ମନ୍ତ୍ରତନ୍ତ୍ର  ଉଚ୍ଚାରଣ ସହ ତାଙ୍କ କପାଳରେ ଦେବୀଙ୍କ ଛଡା ସିନ୍ଦୁର, ଫୁଲ, ଅରୁଆ ଚାଉଳ ଆଦି ଚଢ଼ାଯାଇଥିଲା। 

ଜୀବନ ହାରିଲେ ଭାଗଚାଷୀ

ଜୀବନ ହାରିଲେ ଭାଗଚାଷୀ

ସୁନ୍ଦରଗଡ଼,୨୨।୧୦(ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ବ୍ଲକ୍‌ ନିଆଲିପାଲି ଗ୍ରାମରେ ଜଣେ ଭାଗ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପୁରୁଷୋତ୍ତମ ସେଠ (୫୧)। ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଭଷ୍ମା ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପେରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।