Dharitri News
ସମ୍ବଲପୁର

ମଧ୍ୟାହ୍ନଭୋଜନ ବିବରଣୀ ନ ପଠାଇବାରୁ ୪ ସିଆର୍‌ସିସ,୨୬ ଶିକ୍ଷକଙ୍କ ଦରମା ବନ୍ଦ

ମଧ୍ୟାହ୍ନଭୋଜନ ବିବରଣୀ ନ ପଠାଇବାରୁ ୪ ସିଆର୍‌ସିସ,୨୬ ଶିକ୍ଷକଙ୍କ ଦରମା ବନ୍ଦ ସିନାପାଲି,୧୪।୧୨ (ଡି.ଏନ୍‌.ଏ.)- ନୂଆପଡା ଜିଲା ସିନାପାଲି ବ୍ଲକ ଅନ୍ତର୍ଗତ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନଭୋଜନର ବିବରଣୀ ନିୟମିତ ନ ପଠାଇବା ସିଆର୍‌ସିସି ଏବଂ ଶିକ୍ଷକମାନଙ୍କ ପାଇଁ ମହଙ୍ଗା ପଡିଛି। ସିନାପାଲି ବ୍ଲକ ଅନ୍ତର୍ଗତ ୪ଜଣ ସିଆର୍‌ସିସିଙ୍କ ସମେତ ୨୬ ଶିକ୍ଷକଙ୍କ ଦରମା ବନ୍ଦ କରାଯାଇଥିବା ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି। ବ୍ଲକ ଶିକ୍ଷା ଅଧିକାରୀ ଗଣେଶ କିଷାନ ଗତ ୧୪ ତାରିଖ ଏକ ନିର୍ଦ୍ଦେଶନାମା ଜାରିକରି ସିନାପାଲି ବ୍ଲକର ୪ ସିଆର୍‌ସିସି ଓ ୨୬ ଶିକ୍ଷକଙ୍କ ଦରମା ବନ୍ଦ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିୟମକୁ ଉଲଂଘନ କରିବାରୁ ଦରମା ବନ୍ଦ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ସରକାରୀ ନିୟମାନୁସାରେ ପ୍ରତ୍ୟେକ ଦିନ ପ୍ରଧାନଶିକ୍ଷକ ନିଜ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ତଥା ମଧ୍ୟାହ୍ନଭୋଜନ ଖାଉଥିବା ବିଦ୍ୟାର୍ଥୀଙ୍କ ତାଲିକା ମୋବାଇଲ୍‌ରେ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ପହଞ୍ଚାଇବା ସକାଶେ ନିର୍ଦ୍ଦେଶନାମା ରହିଥିଲେ ହେଁ ଏହି ନିୟମକୁ ଶିକ୍ଷକମାନେ ମାନୁନାହାନ୍ତି। ଯେଉଁ ଶିକ୍ଷକମାନେ ଏସ୍‌ଏମ୍‌ଏସ୍‌ ଦେଇନାହାଁନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବ୍ଲକ ଶିକ୍ଷା ଅଧିକାରୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ୪ ସିଆର୍‌ସିସି ଘାଟମାଲର ଡମ୍ବରୁଧର ମାଝି, ଭଟ୍ଟାପାଣିର ଲିଙ୍ଗରାଜ ମେହେର, କେନ୍ଦୁମୁଣ୍ଡାର ହୃଦାନନ୍ଦ ମେହେର, କଇଁଟପଦରର ଭାଗ୍ୟବନ୍ତ ସାହୁଙ୍କ ଦରମା ବନ୍ଦ ହୋଇଛି। ସେହିପରି ଅର୍ସାପଡା ପ୍ରାଥମିକ ବିଦ୍ୟାଳୟର (ପିଏସ୍‌)ର ସହକାରୀ ଶିକ୍ଷକ କୈଳାସ ଚନ୍ଦ୍ର ମେହେର, ବେଲପଡା ପିଏସ୍‌ର ଭୀଷ୍ମରାଜ ମାଝି, କନ୍ଦାପଡା ପ୍ରକଳ୍ପ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ (ପିୟୁପିଏସ୍‌)ର ଉମାଶଙ୍କର ସିଂ ମାଝି, ନୂଆମାଲପଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ (ପିପିଏସ୍‌)ର ଦେବୀଚରଣ ମାଝି, ଟାଙ୍ଗରୀପଡା ପିଏସ୍‌ର ଜ୍ୟୋତ୍ସ୍ନାରାଣୀ ବାଗ, ଭଟ୍ଟାପାଣି ପିଏସ୍‌ର ଜ୍ୟୋତ୍ସ୍ନାରାଣୀ ମାଝି, ଧାଙ୍ଗରୀଟାଲ ପିପିଏସ୍‌ର ସହଦେବ ମ ଝି, ଘାଟମାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ (ୟୁଜିଏଚ୍‌ଏସ୍‌)ର ବସନ୍ତ ହେର୍ଣ୍ଣା, ଜୟବାହାଲି ପିପିଏସ୍‌ର ହରିସିଂ ମାଝି, ପଣ୍ଡରିପାଣି ପିଏସ୍‌ର ପଦ୍ମକିଶୋର ମାଝି, ଭାନସିପଡା ପିଏସ୍‌ର ଭୁବନାନନ୍ଦ ମାଝି, ବ୍ରାହ୍ମଣପଡା ପିଏସ୍‌ର ହରିଶ୍ଚନ୍ଦ୍ର ବୈଠାରୁ, ଛୋଟଦର୍ଲିପଡା ପିୟୁପିଏସ୍‌ର ହେମନ୍ତ କୁମାର ନିଆଲ, ଧୁଙ୍ଗିଆମୁଣ୍ଡା ପିପିଏସ୍‌ ସୁଧୀର କୁମାର ଯୋଶୀ, ଫୁରସୁଣ୍ଡ ପିୟୁପିଏସ୍‌ ଶାନ୍ତନୁ କୁମାର ଯୋଶୀ, ଡଙ୍ଗରୀଗୁଡା ପିପିଏସ୍‌ର ଅରୁଣ କୁମାର ସୁନାନୀ, ରାନିଡୁଙ୍ଗରୀ ପିପିଏସ୍‌ର ବିବତ୍ସ ହୋତା, ହଲଦୀମୁଣ୍ଡା ପିୟୁପିଏସ୍‌ ଧ୍ୱଜରାଜ ହାତୀ, ସରଧାପୁର ପିୟୁପିଏସ୍‌ ମହେନ୍ଦ୍ର ସୁନାନୀ, ଥିପାଖୋଲ ପିପିଏସ୍‌ ଚକ୍ରଧର ନାଗ, କନ୍ଦାମୁଣ୍ଡା ୟୁଜିୟୁପିଏସ୍‌ ରାଜେନ୍ଦ୍ର ନାଏକ, କୋଦୋବେଡା ଏଡେଡ୍‌ ୟୁପିଏସ୍‌ ତିବ୍ରିଲାଲ ସାହୁ, ପେଣ୍ଡରେନ୍‌ ପିୟୁପିଏସ୍‌ ରଘୁମଣି ନାଏକ, ମକରଦମପଡା ପିପିଏସ୍‌ ରୁପସିଂ ମାଝି, ରାନିମୁଣ୍ଡା ଟେକନ୍‌ ଓଭର୍‌ ୟୁପିଏସ୍‌ ଶୁଭ୍ରାଂଶୁ ମଉଳି ପୁରୋହିତ, କୁଲିଆପାଥର ପିଏସ୍‌ର ପ୍ରକାଶ ଚନ୍ଦ୍ର ବାଗ ପ୍ରମୁଖ ଶିକ୍ଷକଙ୍କ ଦରମା ବନ୍ଦ ରହିଛି।

ସମ୍ବଲପୁର

ଇଚ୍ଛାଶକ୍ତି ପାଖରେ ହାର ମାନିଛି ବୟସ, ମାନବବାଦର ବାର୍ତ୍ତା ନେଇ ମହାରାଷ୍ଟ୍ରରୁ ପଦଯାତ୍ରା

ଇଚ୍ଛାଶକ୍ତି ପାଖରେ ହାର ମାନିଛି ବୟସ, ମାନବବାଦର ବାର୍ତ୍ତା ନେଇ ମହାରାଷ୍ଟ୍ରରୁ ପଦଯାତ୍ରା

ଖପ୍ରାଖୋଲ,୧୯।୧(ଡି.ଏନ୍‌.ଏ.)- ସାମ୍ପ୍ରତିକ ସମାଜରେ ହିଂସା, ଅହଂକାର, ଅସହିଷ୍ଣୁତା ଆଦି ଦେଖାଦେଉଥିବାବେଳେ ଲୋପ ପାଉଛି ମାନବିକତା। ହେଲେ ଏହି ମାନବବାଦର ବାର୍ତ୍ତା ନେଇ ୫ଜଣ ସାଙ୍ଗ ସୁଦୂର ମହାରାଷ୍ଟ୍ରର ଶିରିଡ଼ିଠାରୁ ପଦଯାତ୍ରାରେ ବାହାରି ଶ୍ରୀକ୍ଷେତ୍ରଧାମ ପୁରୀରେ ପହଞ୍ଚିବାକୁ ଆଶା ରଖିଛନ୍ତି। ୪ ବର୍ଷ ହେଲା ଏହି ୫ଜଣ ଏଭଳି ପଦଯାତ୍ରାରେ ଶହଶହ କି.ମି. ଚାଲି ଚାଲି ବିଭିନ୍ନ ସ୍ଥାନକୁ ଯାଇଥାନ୍ତି ବୋଲି

ଶିକ୍ଷକ୍‌ ଗିଲ୍‌ଲେ ୯୫ ପିଲାକର ମଧ୍ୟାହ୍ନ ଭୋଜନ୍‌, ୧୬ ଦିନ ହେଲା ହେଲା କାର୍‌ଯାନୁଷ୍‌ଠାନ୍‌ ନାଇଁ

ଶିକ୍ଷକ୍‌ ଗିଲ୍‌ଲେ ୯୫ ପିଲାକର ମଧ୍ୟାହ୍ନ ଭୋଜନ୍‌, ୧୬ ଦିନ ହେଲା ହେଲା କାର୍‌ଯାନୁଷ୍‌ଠାନ୍‌ ନାଇଁ

ବାମରା,୧୯।୧(ସ୍ବ.ପ୍ର.)-ସମ୍ବଲପୁର ଜିଲା ବାମରା ବ୍ଲକ୍‌ ଲରିଆପାଲି ପନ୍‌ଚେତ ଆର୍‌ ଗୋବିନ୍ଦପୁର ପନ୍‌ଚେତରେ ମଧ୍ୟାହ୍ନ ଭୋଜନ୍‌ରେ ଠକେଇ ହେଇଛେ। ୯୫ ପିଲାକର ଖାଦ୍ୟକେ ଶିକ୍ଷକ୍‌ ଖାଇ ଯାଇଛନ୍‌। ଜାନୁୟାରୀ ୨ ତାରିଖ ପୁଷ୍‌ପୁନି ଦିନ ବହୁତ୍‌ପିଲା ଇସ୍‌କୁଲକେ ନାଇଁ ଆସି। ହେଲେ ହାଜ୍‌ରା ଖାତାରେ ସବୁ ପିଲା ଆସିଥିବାର ଦେଖାଯାଇଛେ। ଆର୍‌ ଇ ବାବଦ୍‌ ସବୁ ଟଁକା ଶିକ୍ଷକ୍‌କଁର ମୁନାକେ ଯାଇଛେ।

ବିଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବିଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାଉରକେଲା ଅଫିସ,୧୯।୧- ସୁନ୍ଦରଗଡ଼ ଜିଲା ଲାଠିକଟା ବିଡିଓ, ସହକାରୀ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘର ଓ ଲାଠିକଟା ବ୍ଲକ କାର୍ଯ୍ୟାଳୟରେ କଟକ ଭିଜିଲାନ୍ସ ସେଲ୍‌ ପକ୍ଷରୁ ଶୁକ୍ରବାର ସକାଳେ ଚଢ଼ାଉ କରାଯାଇଛି। ୨୦୧୫ରେ ଏକ ରାସ୍ତା କାମରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସ ସୂଚନା ଅନୁଯାୟୀ ୨୦୧୫ରେ ଏକ ରାସ୍ତା ନିର୍ମାଣ କରା ନ

ପର୍ଶୁରାମକର ଚିକିତ୍ସା ଲାଗି ଟଁକା ବାଧକ୍‌, ଗୁଲ୍‌ଗୁଲା ହେଉଛନ ପରିବାର

ପର୍ଶୁରାମକର ଚିକିତ୍ସା ଲାଗି ଟଁକା ବାଧକ୍‌, ଗୁଲ୍‌ଗୁଲା ହେଉଛନ ପରିବାର

ଜୁନାଗଡ଼,୧୯।୧(ଡି.ଏନ୍‌.ଏ/ସ୍ବ.ପ୍ର.)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ ବଳଦିଆମାଲ ଗାଁର ପର୍ଶୁରାମ କର (୪୬) ଗଲା ବଛ୍‌ରେ ହେଲା ଜଂଘ୍‌ ଉପର ହାଡ଼ ଭାଂଗି ଯିବାରଲାଗି ଠିକ୍‌ରେ ଚଲାବୁଲା ନାଇଁ କରିପାର୍‌ବାର। ସବୁବେଲେ ଖଟ୍‌କେ ଆଶ୍‌ରେ କରି ପଡ଼ି ରହିଛନ। ବଡ଼ା କଷ୍‌ଟେ ଆଶାବାଡ଼ି ଧରି ଘରୁ ଡାଁଡ୍‌କେ କି ଡାଁଡୁ ଘର୍‌କେ ଯାଇପାରୁଛନ୍‌। ଏନ୍‌ତା ଅବସ୍‌ତାରେ ତାଁକର ଗୋଡ଼୍‌ ଅସ୍‌ତର୍‌ପଚାର କରବାର

ମରଣାନ୍ତକ ଆକ୍ରମଣ ଦୁଇ ଭାଇ ଆହତ

ମରଣାନ୍ତକ ଆକ୍ରମଣ ଦୁଇ ଭାଇ ଆହତ

ବଲାଙ୍ଗୀର ଅଫିସ,୧୮।୧- ବଲାଙ୍ଗୀର ସହରର ମୁଖ୍ୟ ବଜାରଠାରେ ବୁଧବାର ରାତିରେ ୨୦ରୁ ୨୫ ଜଣ ଯୁବକ ଖଣ୍ଡା, ମାରଣାସ୍ତ୍ର ଧରି ଦୁଇ ବ୍ୟବସାୟୀ ଭାଇଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଉକ୍ତ ଘଟଣା ସହରରେ ଆତଙ୍କ ଖେଳାଇ ଦେଇଥିଲା।

ସନ୍ଦେହରେ ପକ୍ଷୀ ଗଣନା ରିପୋର୍ଟ

ସମ୍ବଲପୁର, ୧୮ ।୧ (ବ୍ୟୁରୋ) ହୀରାକୁଦ ଡ୍ୟାମ୍‌ରେ ୨୦୧୮ ମସିହା ପାଇଁ ମଙ୍ଗଳବାର ବିଦେଶୀ ପକ୍ଷୀ ଗଣନା କରାଯାଇଛି। ଏହାର ରିପୋର୍ଟ ବୁଧବାର ପ୍ରକାଶ ପାଇଛି । ହୀରାକୁଦ ବନ୍ୟପ୍ରାଣୀ ଡିଏଫଓ ଅଫିସ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଏଥର ଡ୍ୟାମ୍‌କୁ ୮୨ ପ୍ରଜାତିର ୧ ଲକ୍ଷ ୩୨ ହଜାର ୮୩୫ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ଏହି ରିପୋର୍ଟରେ ସୂଚନା ରହିଛି ।

ଜୋତା ପଲିସ୍‌ କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଜୋତା ପଲିସ୍‌ କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ସମ୍ବଲପୁର,୧୭। ୧ (ବ୍ୟୁରୋ) ସମ୍ବଲପୁରରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ବିଭିନ୍ନ ଉପାୟରେ ଆନ୍ଦୋଳନ ଚଳାଇଛନ୍ତି। ପ୍ରଥମେ ସମଲେଇ ମନ୍ଦିରରେ ଭିକ ମାଗିବା ପରେ ମୁହଁରେ କଳା କନା ଦେଇ ପ୍ରତିବାଦ ଜଣାଇଥିଲେ।

କଦର୍ଯ୍ୟ ରାସ୍ତା ନେଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ

କଦର୍ଯ୍ୟ ରାସ୍ତା ନେଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ

ଜମନକିରା, ୧୭।୧ (ଡି.ଏନ୍‌.ଏ.)-ସମ୍ବଲପୁର ଜିଲା ଜମନକିରା ଥାନା ଟିକିଲିପଡ଼ା ନିକଟରେ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅନିରୁଦ୍ଧ ନାଏକ (୬୬)। ତେବେ କଦର୍ଯ୍ୟ ରାସ୍ତା ଯୋଗୁ ସେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଗାଡି ସହ ଓଲଟି ପଡିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସର ସୂଚନା ଅନୁସାରେ, ସେ ଜମନକିରା ଅଞ୍ଚଳର ଗଣ୍ଡ ସମାଜର ସଭାପତି ଥିଲେ। ଏକ ସାମାଜିକ ସଭା ସାରି ପାଟବନ୍ଧା ଗଁ।ରୁ ନିଜ ମୋପେଡରେ ଫେରଥିଲେ।

ଦେବଗଡ ମସଜିଦ୍‌ ବନ୍ଦ ହେବା ଘଟଣା: ମିଳାମିଶା ପାଇଁ ୧୫ ଦିନ ସମୟ

ଦେବଗଡ ମସଜିଦ୍‌ ବନ୍ଦ ହେବା ଘଟଣା: ମିଳାମିଶା ପାଇଁ ୧୫ ଦିନ ସମୟ

ଦେବଗଡ,୧୭।୧ (ସ୍ବ.ପ୍ର)-ଦୀର୍ଘ ୯ ବର୍ଷରୁ ଊର୍ଦ୍ଧ୍ୱ ହେଲା ଦେବଗଡସ୍ଥିତ ଏକମାତ୍ର ମସଜିଦ୍‌ରେ ୱାହାବୀ ଏବଂ ସୁନ୍ନୀ ବରେଲି ଗୋଷ୍ଠୀର ମୁସଲମାନ୍‌ମାନଙ୍କ ମଧ୍ୟରେ ନମାଜ୍‌ ପାଠ ଓ ନୁତନ ମୌଲବୀ ମନୋନୟନ ଇସହ ମସଜିଦ୍‌ ପରିଚାଳନା କମିଟି ନିର୍ବାଚନ ପାଇଁ ବିବାଦ ଜାରି ରହଛି । ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହାର ଏକ ନିଷ୍କର୍ଷ ସମାଧାନ ପାଇଁ ଦୁଇ ଗୋଷ୍ଠୀଙ୍କୁ ମିଶାଇବାପାଇଁ ଦ୍ୱିତୀୟ ବାର ମଙ୍ଗଳବାର ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଭିତରେ ଏକ ବୈଠକ ବସିଥିଲା । ଏହି ପରିପ୍ରେକ୍ଷୀରେ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ୱାକଫ୍‌ ବୋର୍ଡ୍‌ର ପ୍ରତିନିଧି ଭାବେ ଆସିଥିବା ଶେଖ୍‌ ସଲାଉଦ୍ଦିନ୍‌ ,ସୟେଦ୍‌ ଅସଦକ ଅଲ୍ଲୀ ଏବଂ ଦେବଗଡର ଏସଡିପିଓ ସୁଲେମାନ ଏକ୍କାଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ ।

କଷ୍ଟମ ଚାଉଳ ସଂଗ୍ରହ ମନ୍ଥର

କଷ୍ଟମ ଚାଉଳ ସଂଗ୍ରହ ମନ୍ଥର

ବରଗଡ଼ ଅଫିସ୍‌,୧୭। ୧ ବରଗଡ଼ ଜିଲାରେ ମିଲର୍ସଙ୍କଠାରୁ କଷ୍ଟମ ଚାଉଳ ସଂଗ୍ରହରେ ମନ୍ଥରତା ଦେଖାଦେଇଛି। ଯୋଗାଣ ନିଗମଠାରେ ଏହି ଚାଉଲ ଜମା ଦେବାର ଅବଧି ଆଉ ମାତ୍ର ସାଢ଼େ ୩ମାସ ବାକି ରହିଛି। ମାତ୍ର ଏପର୍ଯ୍ୟନ୍ତ ମିଲର୍ସମାନଙ୍କଠାରୁ ୫୦ ପ୍ରତିଶତ ଚାଉଳ ଅସୁଲ କରାଯାଇ ପାରିନାହିଁ । ଏହା ରାଜ୍ୟ ଯୋଗାଣ ନିଗମର ଦୃଷ୍ଟିକୁ ଆସିବା ପରେ ଏ ନେଇ ତ୍ୱରିତ ପଦକ୍ଷେପ ନେବା ପାଇଁ ମଙ୍ଗଳବାର ରାଜ୍ୟ ଯୋଗାଣ ନିଗମର ଜେନେରାଲ ମ୍ୟାନେଜର ପ୍ରଦୀପ କୁମାର ଗର୍ଡ଼ିଆ ବରଗଡ଼ ଜିଲା ଯୋଗାଣ ଅଧିକାରୀ ଶ୍ରୀକର ମାଝିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରେଲଓ୍ବେ ବଜେଟ ପାଇଁ ରାଉରକେଲାରୁ ପ୍ରସ୍ତାବ

ରାଉରକେଲା ଅଫିସ,୧୭।୧-ଆସନ୍ତା ଫେବୃୟାରୀରେ କେନ୍ଦ୍ରୀୟ ରେଲଓ୍ବେ ବଜେଟ। ଏ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ସେମାନଙ୍କ ରାଜ୍ୟରେ ଥିବା ରେଳ ସମସ୍ୟା ଓ ଆବଶ୍ୟକ ସୁବିଧା ସମ୍ପର୍କରେ ତଥ୍ୟ ମାଗି ସାରିଲେଣି। ଏହି ପରିପ୍ରେକ୍ଷୀରେ ରାଉରକେଲାର ରେଳ ବିକାଶ ସମ୍ପର୍କରେ କେତେକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ରେଳ ଓ ସଡ଼କ ଉପଯୋଗକାରୀ ସଂଘ ପକ୍ଷରୁ ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ ରହିଛି, ଦୀର୍ଘଦିନ ହେବ ରାଉରକେଲାରେ ଏକ ରେଳ ଡିଭିଜନ ପାଇଁ ପ୍ରସ୍ତାବ ରହିଥିଲା। କିନ୍ତୁ ତାହା ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନାହିଁ।

ଦୁର୍ଦ୍ଦଶା ଭୋଗୁଛନ୍ତି ବୀମାଭୁକ୍ତ କର୍ମଚାରୀ

ରାଉରକେଲା ଅଫିସ,୧୭।୧-ସ୍ଥାନୀୟ ଏକମାତ୍ର ଇଏସ୍‌ଆଇ ମଡେଲ ହସ୍ପିଟାଲ ଅବସ୍ଥା ଏବେ ଦୟନୀୟ। ଏହାର ଉନ୍ନତୀକରଣ ପରିବର୍ତ୍ତେ ଦୁରବସ୍ଥା ମଧ୍ୟକୁ ଠେଲି ଦିଆଯାଉଛି ବୋଲି ହିନ୍ଦ୍‌ ମଜଦୁର ସଭା ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ଇଏସ୍‌ଆଇସି ସଦସ୍ୟ ବିଦ୍ୟାଧର ବାରିକ ଅଭିଯୋଗ କରିଛନ୍ତି। ସେ ପ୍ରତିକ୍ରିୟାରେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଉଦାସୀନତା ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ। ସମଗ୍ର ଦେଶରେ ୩୪ ମଡେଲ ହସ୍ପିଟାଲ ରହିଛି।