
ବରଗଡ଼ ଅଫିସ, ୧୪।୧୨-ବରଗଡ଼ ସହରର ଡମ୍ପିଂୟାର୍ଡ଼ ମୁଣ୍ଡାପଡ଼ାଠାରେ ରହିଛି। ଏହାକୁ ବିରୋଧକରି ସ୍ଥାନୀୟ ଅଞ୍ଚଳର ମହିଳା, ପୁରୁଷ ବିର୍ସାମୁଣ୍ଡା ସଂଘର୍ଷ ବାହିନୀ ନେତୃତ୍ୱରେ ଡମ୍ପିଂୟାର୍ଡ଼ ସମ୍ମୁଖରେ ସୋମବାରଠାରୁ ଧାରଣା ଦେଇଛନ୍ତି। ବୁଧବାର ରାତିରେ ଦୁର୍ବୃତ୍ତମାନେ ଧାରଣାସ୍ଥଳର ତମ୍ବୁରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଏନେଇ ଅଞ୍ଚଳର ଲୋକେ ଗୁରୁବାର ବରଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ଡମ୍ପିଂୟାର୍ଡ଼ ଯୋଗୁ ମୁଣ୍ଡାପଡ଼ା ଅଞ୍ଚଳରେ ପରିବେଷ ପ୍ରଦୂଷିତ ହେବାରେ ଲାଗିଛି। ଫଳରେ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ମୁଣ୍ଡାପଡ଼ା ଓ ଆଖପାଖ ଅଞ୍ଚଳବାସୀ ଦାବି କରି ଧାରଣା ଦେଇଛନ୍ତି। ବୁଧବାର ପୌରଅଧିକାରୀ ପହଞ୍ଚି ଆଲୋଚନା କରିଥିବାବେଳେ କୌଣସି ସମାଧାନ ହୋଇନାହିଁ। ଆନ୍ଦୋଳନକାରୀ ଧାରଣା ଚାଲୁ ରଖିବେ ବୋଲି ଘୋଷଣା କରିଥିବାବେଳେ ରାତିରେ ତମ୍ବୁରେ ନିଆଁ ଲାଗିବା ଘଟଣାକୁ ରହସ୍ୟାବୃତ୍ତ କରିଛି।