ସମ୍ବଲପୁର

ସମ୍ବଲପୁର ମହୋତ୍ସବ-୨୦୧୭ର ଷଷ୍ଠ ଦିବସ: ଗୀତ ବାଦ୍ୟରେ ଦୁଲୁକିଲା ମଞ୍ଚ

ସମ୍ବଲପୁର ମହୋତ୍ସବ-୨୦୧୭ର ଷଷ୍ଠ ଦିବସ: ଗୀତ ବାଦ୍ୟରେ ଦୁଲୁକିଲା ମଞ୍ଚ
ସମ୍ବଲପୁର, ୧୪।୧୨ (ବ୍ୟୁରୋ)- ସମ୍ବଲପୁର ମହୋତ୍ସବ- ୨୦୧୭ର ଷଷ୍ଠ ଦିବସରେ ଘୁବକୁଡୁ ବାଦ୍ୟରେ ସଜନୀ ଗୀତ ଦର୍ଶକଙ୍କ ମନ ଛୁଇଁଥିଲା। ସେହିପରି ସମ୍ବଲପୁରୀ ଗୀତ ତାକେ ଦେଖି ରସିଗଲିରେ, ତାକେ ଦେଖି ଫସି ଗଲିରେ, ସମ୍ବଲପୁରିଆ ରସିଆ ପିଲାର ହଜିଗଲା ମୋର ମନ...., ଗୀତରେ ଦର୍ଶକ ଝୁମି ଉଠିଥିଲେ। ଧୁକା ମାରୁଛେରେ ସାଏଁ ସାଏଁ...., କଳାବତୀ ମୋର କଳା କଜଳି....ପ୍ରଭୃତି ଗୀତ ଓ ବାଦ୍ୟରେ ଆୟୋଜକ ଓ ସ୍ରୋତା ମଣ୍ଡଳୀ ନୃତ୍ୟ କରୁଥିବା ଦେଖାଦେଇଥିଲା। ମୁଖ୍ୟ ସଂଯୋଜକ ସପନ ମିଶ୍ରଙ୍କ ପରିଚାଳନାରେ ସାଂସ୍କୃତିକ ବାର୍ତ୍ତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଥିଲା। ଭାଜପା ଜିଲା ପ୍ରବକ୍ତା ମାନସ ବକ୍ସି ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସଦାନନ୍ଦ ସାନବର୍ଷା ଏବଂ ଡା. ବିନୋଦ ନାୟକଙ୍କୁ ଲୋକଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ସୁନିତା ପାଣିଗ୍ରାହୀ, ଆଶିଷ ମିଶ୍ର, ନିର୍ମଳ ଜେନା, ନନ୍ଦକିଶୋର ସାହୁ ଏବଂ ନୃତ୍ୟ ଗୁରୁ ଅସିମ ପ୍ରଧାନଙ୍କୁ କଳାକାର ସମ୍ମାନ ଦିଆଯାଇଥିଲା। ସଙ୍ଗୀତ ଆସରରେ ଅରୁଣ ରାଜହଂସ, ଦିଲୀପ ବାଗ, ଭରତ ସାହୁ, ରାଜକୁମାର ଜାଲ, ପୁଷ୍ପକ ସୁନା, ନୁପୂର ମଲ୍ଲିକ ଏବଂ ପଦ୍ମିନୀ ଗୀତ ଗାନ କରିଥିଲେ। ସେହିପରି ସାଇ ଶିକ୍ଷା ପରିଷଦର ସମ୍ବଲପୁରୀ, ରଙ୍ଗଫରୁଆର ରସରକେଲି ଓ ଜାଇଫୁଲ, କୁଲତା ନୂଆଁପାଲିର ନାଗବାଚା, ଆଦିବାସୀ ସମାଜର ଆଦିବାସୀ ନୃତ୍ୟ, କୃଷ୍ଣଗୁରୁ ନୃତ୍ୟ ପରିବେଶିତ ହୋଇଥିଲା। ଶେଷରେ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ସମ୍ବଲପୁରୀ ନାଟକ ଆଦିମ୍‌ ବିଚାର୍‌ ପ୍ରଦର୍ଶିତ ହୋଇଥିଲା। ଭବାନୀ ରଣବିଡା, ଆକାଂକ୍ଷିତା ପ୍ରିୟଦର୍ଶନୀ, ପିଙ୍କି ଶର୍ମା, ମାନସ ଷଡଙ୍ଗୀ, ତର୍ପଣ ପ୍ରଧାନ, ସସ୍ମିତା ପଟ୍ଟନାୟକ, ରାମାଶିଷ ତ୍ରିପାଠୀ, ସୁକିର୍ତ୍ତି ସମଲେଇ ମିଶ୍ର ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
All Right Reserved By

ସମ୍ବଲପୁର

‘ମୋ ଭବିଷ୍ୟତ ସୁରକ୍ଷା’ ସ୍ବାକ୍ଷର ଅଭିଯାନ ଆରମ୍ଭ

‘ମୋ ଭବିଷ୍ୟତ ସୁରକ୍ଷା’ ସ୍ବାକ୍ଷର ଅଭିଯାନ ଆରମ୍ଭ

ବାଲେଶ୍ୱର ଅଫିସ,୧୯।୧-ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଛାତ୍ର ବିରୋଧୀ ନୀତି  ପ୍ରତିବାଦରେ ବାଲେଶ୍ୱର ଗାନ୍ଧୀ ସ୍ମୃତିଭବନ ସମ୍ମୁଖରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଶନିବାର ‘ମୋ ଭବିଷ୍ୟତ ସୁରକ୍ଷା ସ୍ବାକ୍ଷର’ ଅଭିଯାନ ଆରମ୍ଭ ହୋଇଛି। 

ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ: ନାଇକେନସିରା ବିଜୟୀ

ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ: ନାଇକେନସିରା ବିଜୟୀ

ଦେଓଗାଁ, ୧୯ା୧(ଡି.ଏନ.ଏ.):ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଅନ୍ତର୍ଗତ ଶିରାବାହାଲରେ ଚାଲିଥିବା ଷଷ୍ଠବର୍ଷ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟର ଶନିବାର ଥିଲା ତୃତୀୟ ଦିବସ ା ଏହି  ଦିବସରେ କୁଲିଆବାହାଲ ଓ ନାଇକେନସିରା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। 

ଜଗନ୍ନାଥ କଲେଜର ବାର୍ଷିକ କ୍ରୀଡା :  ସବିତା ବାଳିକା, ରମେଶ ବାଳକ ଚାମ୍ପିୟନ

ଜଗନ୍ନାଥ କଲେଜର ବାର୍ଷିକ କ୍ରୀଡା : ସବିତା ବାଳିକା, ରମେଶ ବାଳକ ଚାମ୍ପିୟନ

ଦେଓଗାଁ, ୧୯ା୧(ଡି.ଏନ.ଏ.):ବଲାଙ୍ଗୀର ଜିଲା ସଦର ବ୍ଲକ ସାହାଜବାହାଲ ଜଗନ୍ନାଥ ଡିଗ୍ରୀ କଲେଜର ବାର୍ଷିକ କ୍ରୀଡା ଶୁକ୍ରବାର  ଉଦଯାପିତ ହୋଇଯାଇଛି ା

ମହିଳା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ: ମନ୍ତ୍ରିମଣ୍ଡଳରୁ ୨ମନ୍ତ୍ରୀଙ୍କୁ ବହିଷ୍କାର ଦାବି

ମହିଳା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ: ମନ୍ତ୍ରିମଣ୍ଡଳରୁ ୨ମନ୍ତ୍ରୀଙ୍କୁ ବହିଷ୍କାର ଦାବି

ଦେବଗଡ଼,୧୯।୧(ସ୍ବ.ପ୍ର.): ଦାରିଙ୍ଗବାଡ଼ିରେ ଅଷ୍ଟମଶ୍ରେଣୀ ଛାତ୍ରୀଙ୍କ ପ୍ରସବ ପରେ ନବଜାତ ଶିଶୁ ମୃତ୍ୟୁ ଘଟଣାରେ ମନ୍ତ୍ରିମଣ୍ଡଳରୁ ରମେଶ ଚନ୍ଦ୍ର ମାଝି ଓ ପ୍ରଫୁଲ୍ଲ ସାମଲଙ୍କୁ ଅବିଳମ୍ବେ ବହିଷ୍କାର ଓ ଦୁଇ ସଚିବଙ୍କୁ ନିଲମ୍ବନ କରିବା  ଦାବିରେ  ଜିଲା ମହିଳା କଂଗ୍ରେସ  ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା : ଅଭିଯୁକ୍ତ ଗିରଫ

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା : ଅଭିଯୁକ୍ତ ଗିରଫ

ଭବାନୀପାଟଣା / ନର୍ଲା, ୧୯।୧ (ଡି.ଏନ୍‌.ଏ.): ନର୍ଲା ନବୋଦୟ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା ଜଣାପଡିବା ପରେ ତନାଘନା ଆରମ୍ଭ ହୋଇଥିଲା। ଶନିବାର ଧର୍ମଗଡ଼ ଥାନାରେ ପୀଡ଼ିତାଙ୍କ ମା’ଙ୍କ ଏତଲା ପରେ ଅଭିଯୁକ୍ତଙ୍କୁ ପୋକ୍ସୋ ଆକ୍ଟରେ ଗିରଫ କରାଯାଇଛି।

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା:  ପରିବାର ଲୋକେ ଝିଅକୁ ବିହାର ନେଇଗଲେ

ନବୋଦୟ ବିଦ୍ୟାଳୟ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା: ପରିବାର ଲୋକେ ଝିଅକୁ ବିହାର ନେଇଗଲେ

ଭବାନୀପାଟଣା / ନର୍ଲା, ୧୯।୧ (ଡି.ଏନ୍‌.ଏ.): ନର୍ଲା ନବୋଦୟ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା ଜଣାପଡିବା ପରେ ତନାଘନା ଆରମ୍ଭ ହୋଇଛି। ଛାତ୍ରୀ ଜଣକ ନିଜ ପରିବାର ସଦସ୍ୟଙ୍କ ସହ ବିହାର ଚାଲି ଯାଇଥିବା ଜଣାପଡିଛି । 

ଝଲୋ ଝଲୋ ଦିଶୁଛେ ସରକାରୀ ଅବହେଲା:  ଆବାସ ଯୋଜ୍‌ନାର କାର୍ଯ୍ୟାଦେଶ ଲାଗି ହଟହଟା

ଝଲୋ ଝଲୋ ଦିଶୁଛେ ସରକାରୀ ଅବହେଲା: ଆବାସ ଯୋଜ୍‌ନାର କାର୍ଯ୍ୟାଦେଶ ଲାଗି ହଟହଟା

ଉଲୁଣ୍ଡା ୧୯ା୧ (ଡି.ଏନ.ଏ):  ବଖ୍‌ରେ ଘର, ସେଥ୍‌ରେ ଫେନ୍‌ ଜଁକାପେଲ୍‌ହା ହେଇ ରହୁଛନ୍‌ ଗୁଟେ ପରିବାର୍‌ର ୯ ଝନ୍‌ ଲୋକ୍‌। ସଖାଲ ପାଏଲେ ପର୍‌ହର ଘରେ ଖଟ୍‌ଲେ ଯାଇ ଘରର ଚୁଲି ଜଲୁଛେ। ସରକାରୀ ଯୋଜ୍‌ନା କହେଲେ ପରିବାର ପାଇଥିବାର ବିପିଏଲ କାର୍ଡ ଖଁଡ଼େ, ବାକି ସବୁ ସରକାରୀ ସୁବିଧା ସୁଯୋଗ୍‌ ପରିବାର ଲାଗି ସାତ୍‌ ସପନ୍‌ ହେଇଛେ। 

ମରନଜଁତା ପାଲଟିଛେ ପ୍ରଧାନମନ୍ତ୍ରୀ ରାସ୍‌ତା

ମରନଜଁତା ପାଲଟିଛେ ପ୍ରଧାନମନ୍ତ୍ରୀ ରାସ୍‌ତା

ଘଣ୍ଟାପଡା,୧୯ା୧ (ଡି.ଏନ.ଏ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ମନମୁଣ୍ଡା-ସିନ୍ଧୁଗୋରା ରାଜ୍ୟ ରାଜପଥ ନଂ.୪୧ର ଲଣ୍ଡାବାହାଲ ଛକଠାନୁ ଖମନମୁଣ୍ଡା ତକ୍‌ ଯାଇଥିବାର ୫ କି.ମି. ପ୍ରଧାନମନ୍ତ୍ରୀ ରାସ୍‌ତାର ଅବସ୍‌ତା ବହୁତ୍‌ ଖରାପ ଅଛେ। 

ଶିକ୍ଷାର ଉନ୍ନତିରେ ଦେଶର ବିକାଶ

ଶିକ୍ଷାର ଉନ୍ନତିରେ ଦେଶର ବିକାଶ

ଦେଓଗାଁ, ୧୯ା୧(ଡି.ଏନ.ଏ.)   ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅର୍ଜୁନପୁର ଉଚ୍ଚବିଦ୍ୟାଳୟର  ରଜତ ଜୟନ୍ତୀ ସମାରୋହ ଶୁକ୍ରବାର ଉଦ୍‌ଘାଟିତ  ଅପରାହ୍ନ ୧୨ଟାରେ ଶୁଲିଆବୁଢ଼ା ପୀଠରୁ ମଶାଲ ପହଞ୍ଚତ୍ବା ପରେ ଅତିଥିବୃନ୍ଦଙ୍କ ଦ୍ୱାରା ମଶାଲ  ସ୍ଥାପନ କରାଯାଇଥିଲା

 ବିକାଶରେ ଅସମତା ପାଇଁ ଦାଦନ ସମସ୍ୟା

ବିକାଶରେ ଅସମତା ପାଇଁ ଦାଦନ ସମସ୍ୟା

ସୋନପୁର,୧୯।୧(ନି.ପ୍ର.) ମାନବ ସମ୍ବଳର ସଦୁପଯୋଗ କ୍ଷେତ୍ରରେ ବିକାଶଶୀଳ ଦେଶ ଭାରତ ବହୁ ପଛରେ ପଡିଛି। ଓଡିଶା ଓ ଝାଡଖଣ୍ଡ ଭଳି ରାଜ୍ୟର ସ୍ଥିତି ସଙ୍ଗୀନ। ପଶ୍ଚିମ ଓଡିଶାରେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। 

ଜୋଙ୍କ ପ୍ରକଳ୍ପରୁ ପାଣି ଛାଡିବା ଘଟଣା: ତଳ ମୁଣ୍ଡ ଚାଷୀଙ୍କ ୧୨ ଘଣ୍ଟିଆ ବନ୍ଦ

ଜୋଙ୍କ ପ୍ରକଳ୍ପରୁ ପାଣି ଛାଡିବା ଘଟଣା: ତଳ ମୁଣ୍ଡ ଚାଷୀଙ୍କ ୧୨ ଘଣ୍ଟିଆ ବନ୍ଦ

ନୂଆପଡା ଅଫିସ,୧୯ା୧: ସ୍ଥାନୀୟ ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ରବି ଚାଷ ସକାଶେ ପାଣି ଛାଡିବା ଘଟଣାକୁ ନେଇ ଦୀର୍ଘ ତିନି ସପ୍ତାହ ହେବ ଛକାପଞ୍ଛା ଚାଲିଥିବାବେଳେ ଦୁଇ ମୁଣ୍ଡ ଚାଷୀଙ୍କ ଆନ୍ଦୋଳନ ପରେ ମଧ୍ୟ ପ୍ରଶାସନ କୌଣସି ନିଷ୍ପତ୍ତି ନେଇପାରୁନାହିଁ। 

ଜଂଗ୍‌ଲି ହାତୀର ଉପ୍‌ଦରବ୍‌:  ହାଡ଼ଭଂଗା ଶୀତ୍‌ ରାତିରେ ବେଘର ହେଲେ ୮ ପରିବାର

ଜଂଗ୍‌ଲି ହାତୀର ଉପ୍‌ଦରବ୍‌: ହାଡ଼ଭଂଗା ଶୀତ୍‌ ରାତିରେ ବେଘର ହେଲେ ୮ ପରିବାର

ପଡିଆବାହାଲ, ୧୯।୧ (ଡି.ଏନ.ଏ):  ଥମବାର ନାଁ ନାଇଁଧରବାର ଜଂଗଲି ହାତୀକର ଉତ୍‌ପାତ। ଗୋଠ୍‌ଛଡ଼ା ହେଇ ଅଂଚଲରେ ଘୂରି ବୁଲୁଥିବାର ପଟକିଆ ଦଁତା ହାତୀର ଉପ୍‌ଦରବ୍‌ରେ ଥାନୀୟ ଲୁକ୍‌କର ନିଦ୍‌ ହଜି ଯାଇଛେ। ଗଲା ୧୫ ତାରିଖ ରାତିରେ ସେମେଲଟିକିରା ଗାଁର ୬ ପରିବାରକୁ ବାସହରା କରାଇଥିଲା ଦଁତା।