ସମ୍ବଲପୁର

ଜିଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ: ୧୦୪ ପ୍ରକଳ୍ପ ପ୍ରଦର୍ଶିତ

ଜିଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ: ୧୦୪ ପ୍ରକଳ୍ପ ପ୍ରଦର୍ଶିତ

ସମ୍ବଲପୁର, ୧୪।୧୨(ବ୍ୟୁରୋ)- ଭଗବାନକୁ ବିଶ୍ୱାସ ରଖ। କିନ୍ତୁ ଅନ୍ଧ ବିଶ୍ୱାସ ରଖ ନାହିଁ। ବିଜ୍ଞାନ ସମ୍ବତ ହୁଅ, ଚିନ୍ତା ଧାରାରେ ନିଶ୍ଚୟ ଉନ୍ନତି ହେବ। ଯଦ୍ୱାରା ଛାତ୍ରୀଛାତ୍ରମାନେ ପ୍ରୋକ୍ଟିକାଲ ହୋଇପାରିବେ। ବୁଧବାର ଜିଲା ଶିକ୍ଷା ଅଫିସ ଆୟୋଜିତ ଜିଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ୨୦୧୭ରେ ବକ୍ତାମାନେ ଏହି କହିଛନ୍ତି। ଏହି ପ୍ରଦର୍ଶନୀରେ ଖଣ୍ଡୁଆଲ ୟୁଜି ହାଇସ୍କୁଲର ତନୁଜ କୁମ୍ଭାର, ରେଢ଼ାଖୋଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅରୋଶ୍ରୀ ମହାନ୍ତି, କୁଚିଣ୍ଡା ସରକାରୀ ହାଇସ୍କୁଲର ହିମାଂଶୁ ବାଗ, ମହୁଲପାଲି ୟୁଜି ହାଇସ୍କୁଲର ଅନୀଲ ରୋହିଦାସ, ତବଲା ଆଞ୍ଚଳିକ ହାଇସ୍କୁଲର ଆଶିଷ ବଢ଼ାଇ ଏବଂ ଅର୍ଡାବାହାଲ ସରକାରୀ ଏସ୍‌ଏସଡି ହାଇସ୍କୁଲର ସୁନିତା ସୁରିନ୍‌ ଶ୍ରେଷ୍ଠତ୍ୱ ହାସଲ କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି। ଆସନ୍ତା ୨୨ ଓ ୨୩ ତାରିଖ ପୁରୀ ଜିଲା ସ୍କୁଲଠାରେ ରାଜ୍ୟସ୍ତରୀୟ ପ୍ରଦର୍ଶନୀ ହେବ। ଜିଲାର ୯ଟି ବ୍ଲକର ୧୦୪ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ମୁଖ୍ୟତଃ କୁନି ବିଜ୍ଞାନୀମାନେ ନର୍ଦ୍ଦମା ଜଳର ପରିଚାଳନା ଉପଚାର, ପ୍ଲାଣ୍ଟ ଆବର୍ଜନାର ସଦୁପଯୋଗ, ଜଳ ସଂରକ୍ଷଣ ଓ ତାର ସୁବିନିଯୋଗ, ଘରେ ଘରେ ଶୀତଳ ଭଣ୍ଡାର, ସ୍ମାଟ୍‌ ପଦ୍ଧତିରେ ପୋକ ଦାଉରୁ ରକ୍ଷା, ସହଜ ପନିପରିବା ସଂରକ୍ଷଣ ପ୍ରଣାଳୀ, ଜୀବଜନ୍ତୁ ଠାରୁ ଫସଲ ସୁରକ୍ଷା, ପ୍ରଦୂଷଣ ମୁକ୍ତ ଜଳସେଚନ, ଜୈବିକ କୀଟନାଶକ, ଔଷଧିୟ ବୃକ୍ଷ, ଅଂଶୁଘାତରୁ ରକ୍ଷା ପାଇବା ଉପକରଣ ପ୍ରଭୃତି ପ୍ରକଳ୍ପ ପ୍ରଦର୍ଶନୀରେ ସାମିଲ କରିଥିଲେ। ଏଥିରେ ବିଚାରକଭାବେ ଝରଣା ମହାନ୍ତି, ଡା. ରେଣୁକା ସାହୁ, ସୁବାଷ ଚନ୍ଦ୍ର ରାଉତ, ରାଣି ଦାସ, ସୁବୋଧ ମିଶ୍ର, ସମୀର କୁମାର ଜେନା ଯୋଗଦେଇଥିଲେ। ସମ୍ବଲପୁର ବୁଢ଼ାରଜା ନୋଡାଲ ସ୍କୁଲ ପରିସରରେ ଜିଲା ଶିକ୍ଷା ଅଧିକାରୀ ଡ. ପ୍ରମୋଦ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ହୋଇଥିଲା। ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡିଭି ସ୍ବାମୀ ମୁଖ୍ୟଅତିଥି, ଶିକ୍ଷାବିତ ଡ. ସନ୍ତୋଷ କୁମାର ଦାଶ ମୁଖ୍ୟବକ୍ତା ଏବଂ ଜିଲାପାଳ ସମର୍ଥ ବର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ କୁନି ବିଜ୍ଞାନୀମାନଙ୍କୁ ବାର୍ତ୍ତା ଦେଇଥିଲେ। ଜିଲା ବିଜ୍ଞାନ ନିରୀକ୍ଷିକା ଦିପାଲି ଚୌଧୁରୀ ସୂଚନା ପ୍ରଦାନ କରିଥିଲେ। ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜିକା କଳ୍ପନା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅତିରିକ୍ତ ଜିଲା ଶିକ୍ଷାଅଧିକାରୀ ଦୟାନିଧି ପୂଜାରୀ, ବ୍ଲକ ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଏବଂ ବୁଢ଼ାରଜା ନୋଡାଡ ହାଇସ୍କୁଲ ପ୍ରଧାନ ଶିକ୍ଷକ ଯଶୋବନ୍ତ ସାହୁ ବକ୍ତବ୍ୟ ରଖିଥିଲେ। ସନ୍ଧ୍ୟାରାଣୀ ପୃଷ୍ଟି ଓ ସୁମିତା ପତ୍ରିଙ୍କ ସଂଯୋଜନାରେ ଉତ୍ସବ ହୋଇଥିଲା। ସେହିପରି ଶିକ୍ଷକ ହରନାରାୟଣ ପଣ୍ଡାଙ୍କ ରଚନାରେ ବୁଢ଼ାରଜା ସ୍କୁଲର ୧୫ଜଣ ଛାତ୍ରୀଛାତ୍ର ଆମେ ତ କୁନି ଶିଶୁ ବିଜ୍ଞାନୀ, ଭବିଷ୍ୟତ କାରିଗର.... ଶୀର୍ଷକ ସ୍ବାଗତ ସଙ୍ଗୀତ ଗାନ କରିଥିଲେ ।

All Right Reserved By

Model This Week

ନିକିତା

ସମ୍ବଲପୁର

ରବିଚାଷରେ ପୁଣି ଚକଡ଼ା ଦାଉ

ରବିଚାଷରେ ପୁଣି ଚକଡ଼ା ଦାଉ

ସମ୍ବଲପୁର,୨୨।୪(ବ୍ୟୁରୋ)-ଗତ ଖରିଫ ଋତୁ ଧାନ ଫସଲ ଚକଡା ପୋକରେ ନଷ୍ଟ ହୋଇ ଚାଷୀ ସର୍ବଶାନ୍ତ ହୋଇଯାଇଥିଲେ। ଚଳିତ ରବି ଚାଷରେ ପୁଣି ଚକଡା ପୋକର ଦାଉ ଆରମ୍ଭ ହୋଇ ଗଲାଣି। ଜିଲାର ୩ଟି ବ୍ଲକରେ ୬୪୫ ହେକ୍ଟର ଜମି ପ୍ରଭାବିତ ହୋଇଥିବା କୃଷି ବିଭାଗ କହିଛି। ମାନେଶ୍ୱରରେ ୨୦ ଚାଷୀଙ୍କ ୧୨୧ ହେକ୍ଟର, ଯୁଯୁମୁରାରେ ୨୦ ଚାଷୀଙ୍କ ୧୪୬ ହେକ୍ଟର

ମଙ୍ଗଳ ବିଭାଗରେ ଅମଙ୍ଗଳ କାର୍ଯ୍ୟ

ମଙ୍ଗଳ ବିଭାଗରେ ଅମଙ୍ଗଳ କାର୍ଯ୍ୟ

କୁଆଁରମୁଣ୍ଡା, ୨୨।୪(ଡି.ଏନ.ଏ.)- ତଫସିଲଭୁକ୍ତ ଜାତି/ଜନଜାତି ବିଭାଗର ଛାତ୍ରୀଛାତ୍ରମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ମଙ୍ଗଳ ବିଭାଗ ଜରିଆରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ ଏହି ବିଭାଗର କାର୍ଯ୍ୟକାରିତାକୁ ଦେଖିଲେ ପ୍ରକୃତରେ ଛାତ୍ରୀଛାତ୍ରଙ୍କର ମଙ୍ଗଳ ପାଇଁ ଥିବା ପରି ମନେହେଉନାହିଁ। ଛାତ୍ରୀଛାତ୍ରଙ୍କ ପାଠପଢାଠାରୁ ଆରମ୍ଭ କରି ରହିବା

ଭବାନୀପାଟଣାରେ ଓଡ଼ିଶା ରାଜ୍ୟ ପରିବର୍ତ୍ତନ ଯାତ୍ରା

ଭବାନୀପାଟଣାରେ ଓଡ଼ିଶା ରାଜ୍ୟ ପରିବର୍ତ୍ତନ ଯାତ୍ରା

ଭବାନୀପାଟଣା,୨୨।୪(ଡି.ଏନ୍‌.ଏ.)- ଓଡ଼ିଶା ରାଜ୍ୟ ପରିବର୍ତ୍ତନ ଯାତ୍ରା ରଥ ରବିବାର ସଦର ମହକୁମା ଭବାନୀପାଟଣାଠାରେ ପହଞ୍ଚିଥିଲା। ଉତ୍କଳ ଭାରତ ସଭାପତି ଖାରବେଳ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବି.ଏମ୍‌. ହାଇସ୍କୁଲ ପଡ଼ିଆରେ ଏକ ସଭା ଆୟୋଜିତ ହୋଇଯାଇଛି। ୧୮ ବର୍ଷ ହେଲା ବିଜେଡି ନେତୃତ୍ୱାଧୀନ ସରକାର ଓଡ଼ିଶାରେ ଶାସନ କରୁଥିଲେ ହେଁ ସବୁ ପ୍ରକାର

ଟାଙ୍ଗରପାଲିରେ ଅଗ୍ନିକାଣ୍ଡ: ଜଳିଗଲା କାର, ୨ ବାଇକ୍‌

ଟାଙ୍ଗରପାଲିରେ ଅଗ୍ନିକାଣ୍ଡ: ଜଳିଗଲା କାର, ୨ ବାଇକ୍‌

ରାଉରକେଲା ଅଫିସ,୨୨।୪- ଟାଙ୍ଗରପାଲି ଥାନା ଅନ୍ତର୍ଗତ ସେକ୍ଟର-୨୨ରେ ରବିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଏକ କାର୍‌ ଓ ୨ଟି ବାଇକ୍‌ ଭସ୍ମୀଭୂତ ହୋଇଯାଇଛି। ଶ୍ରୀକୁମାର ସାହୁଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଶ୍ରୀକୁମାରଙ୍କ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଆର୍‌ଏସ୍‌ପିର ଦୁଇଟି, ଆଇଡିଏଲ୍‌ର ଗୋଟିଏ ଓ ଓଡ଼ିଶା ଅଗ୍ନିଶମ ବିଭାଗର

ରାଷ୍ଟ୍ରୀୟ ଲୋକ ଅଦାଲତ: ୧୪ ମାମଲାର ଆପୋସ ସମାଧାନ

ରାଷ୍ଟ୍ରୀୟ ଲୋକ ଅଦାଲତ: ୧୪ ମାମଲାର ଆପୋସ ସମାଧାନ

ବୀରମହାରାଜପୁର,୨୨।୪(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରସ୍ଥିତ ବରିଷ୍ଠ ଦେୱାନୀ ଜଜ୍‌ଙ୍କ ଅଦାଲତ ପରିସରରେ ରବିବାର ଚଳିତବର୍ଷର ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ଓ ସହକାରୀ ଦୌରା ଜଜ୍‌ ମାନସରଞ୍ଜନ ଷଡ଼ଙ୍ଗୀ, ଏସ୍‌ଡିଜେଏମ୍‌ ଅବକାଶ ଚୌଧୁରୀ ଅଦାଲତ

ବଢ଼ୁଛି ବିଦ୍ୟୁତ୍‌ ଚୋରି, ଉପଭୋକ୍ତାଙ୍କୁ ମିଳୁଛି ଲୋ ଭୋଲଟେଜ୍‌

ବଢ଼ୁଛି ବିଦ୍ୟୁତ୍‌ ଚୋରି, ଉପଭୋକ୍ତାଙ୍କୁ ମିଳୁଛି ଲୋ ଭୋଲଟେଜ୍‌

ନୂଆଗାଁ,୨୨।୪ (ଡି.ଏନ୍‌.ଏ.)- ଗୋଟିଏ ପଟେ ସରକାର ବିଭିନ୍ନ ଯୋଜନାରେ ସମସ୍ତ ଗାଁକୁ ବିଦ୍ୟୁତ ଯୋଗାଇବାର ଲକ୍ଷ୍ୟ ରଖି କାମ କରୁଥିବା ବେଳେ ବିଭାଗୀୟସ୍ତରୀୟ ଅବହେଳା ଓ କାର୍ଯ୍ୟ ନେଉଥିବା କମ୍ପାନୀର ମନଇଚ୍ଛା କାର୍ଯ୍ୟ ଯୋଗୁ ନୂଆଗାଁ ସବ୍‌ଷ୍ଟେଶନ ଅଧୀନ ପ୍ରାୟ ୭/୮ଟି ପଞ୍ଚାୟତରେ ଏବେ ଲୋଭୋଲଟେଜ୍‌ ସମସ୍ୟା ଦେଖାଦେଇଛି। ଫଳରେ ଉପଭୋକ୍ତା ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି।

ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌

ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌

ସମ୍ବଲପୁର,୨୨।୪(ବ୍ୟୁରୋ)- ୭୫ତମ ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌-୨୦୧୮ର ୬ଟି ମ୍ୟାଚ୍‌ ରବିବାର ସକାଳେ ସମ୍ବଲପୁର ରିଜର୍ଭ ପୋଲିସ ପଡ଼ିଆସ୍ଥିତ ୩ଟି ଗ୍ରାଉଣ୍ଡରେ ହୋଇଥିଲା। ଏଥିରେ କୋରାପୁଟ, କମିଶନରରେଟ୍‌ ପୋଲିସ-ବି, ବାଲେଶ୍ୱର, ରାଉରକେଲା ଓଏସ୍‌ଏପି, ବୌଦ୍ଧ ଓ ବୁର୍ଲା ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପ୍ରଥମ

ଗ୍ରାମରକ୍ଷୀଙ୍କ ସମେତ ୪ ଅପହୃତଙ୍କୁ ଛାଡ଼ିଲେ ମାଓବାଦୀ

ଗ୍ରାମରକ୍ଷୀଙ୍କ ସମେତ ୪ ଅପହୃତଙ୍କୁ ଛାଡ଼ିଲେ ମାଓବାଦୀ

ଭବାନୀପାଟଣା,୨୨।୪(ଡି.ଏନ୍‌.ଏ.)- ଗତ ୧୯ ତାରିଖ ରାତି ପ୍ରାୟ ୮ଟାରେ ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ଗ୍ରାମରୁ ମାଓବାଦୀମାନେ ଅପହରଣ କରି ନେଇଥିବା ଜଣେ ଗ୍ରାମରକ୍ଷୀଙ୍କ ସମେତ ୪ ଜଣଙ୍କୁ ରବିବାର ସକାଳେ ଛାଡ଼ିଦେଇଛନ୍ତି। ସେମାନେ ହେଲେ ଗ୍ରାମରକ୍ଷୀ କ୍ଷେତ୍ର ହରିଜନ, ବାବୁଲା ନାଏକ, ବିଶିକେଶନ ନାଏକ ଓ ରାଜୁ ହରିଜନ। ଏହି ୩ ଦିନ ମଧ୍ୟରେ ମାଓବାଦୀମାନେ

ଅଶୁଂଘାତରେ ଶିକ୍ଷକ ଅସୁସ୍ଥ

ଭବାନୀପାଟଣା,୨୨।୪(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲାରେ ତାପମାତ୍ରା ଏବେ ଢେର୍‌ ଅଧିକ ରହିଥିବାବେଳେ ପ୍ରଚଣ୍ଡ ରୌଦ୍ରତାପରେ ଜିଲାର ବିଭିନ୍ନ ବ୍ଲକରେ ଚାଲିଛି ଶିକ୍ଷୟିତ୍ରୀ ଶିକ୍ଷକଙ୍କ ତାଲିମ। ସକାଳ ୯ ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଏହି ତାଲିମ ଦିଆଯାଉଛି। ଫଳରେ ତାଲିମ ନେଉଥିବା ଶିକ୍ଷାୟିତ୍ରୀ ଶିକ୍ଷକଙ୍କ ଅବସ୍ଥା ଦୁର୍ବିସହ ହୋଇପଡୁଛି। ତାଲିମ ସମୟରେ କର୍ଲାମୁଣ୍ଡା ବ୍ଲକର ଜଣେ

କାର୍‌ ଦୁର୍ଘଟଣା, ବର୍ତ୍ତିଲେ ଭିଜିଲାନ୍ସ ଇନ୍ସପେକ୍ଟରଙ୍କ ପରିବାର

କାର୍‌ ଦୁର୍ଘଟଣା, ବର୍ତ୍ତିଲେ ଭିଜିଲାନ୍ସ ଇନ୍ସପେକ୍ଟରଙ୍କ ପରିବାର

ଭବାନୀପାଟଣା,୨୨।୪(ଡି.ଏନ୍‌.ଏ.)- ଭବାନୀପାଟଣା ସଦରଥାନା ଅନ୍ତର୍ଗତ ବଳରାମପୁରଠାରେ ଶନିବାର ସଂଧ୍ୟାରେ ଏକ କାର୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏଥିରେ ଯାତ୍ରା କରୁଥିବା ରାୟଗଡ଼ା ଭିଜିଲାନ୍ସ ଇନ୍ସପେକ୍ଟର କଳାବତୀ ବାଗ ଓ ତାଙ୍କ ପରିବାର ସଦସ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଓଡି ୧୦-ସି୫୮୫୮ନଂ କାର୍‌ରେ ବାଗଙ୍କ ପରିବାର ଶନିବାର

ଧାନ ଅମଳ ଆରମ୍ଭ, ଖୋଲିନି ମଣ୍ଡି: ଚାଷୀଙ୍କୁ ଘାରୁଛି ବର୍ଷା ଭୟ

ଧାନ ଅମଳ ଆରମ୍ଭ, ଖୋଲିନି ମଣ୍ଡି: ଚାଷୀଙ୍କୁ ଘାରୁଛି ବର୍ଷା ଭୟ

ବରଗଡ଼ ଅଫିସ୍‌,୨୨।୪-ବରଗଡ଼ ଜିଲାରେ ରବିଋତୁ ଧାନ ଅମଳ ଆରମ୍ଭ ହୋଇ ଗଲାଣି। ଜିଲାର ଜଳସେଚିତ ଅତାବିରା ଓ ଭେଡ଼େନ ବ୍ଲକର ଚାଷୀମାନେ ଧାନ ଅମଳ କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ମାତ୍ର ଏପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲି ନ ଥିବାରୁ ଚାଷୀମାନେ ନିଜ ଅମଳ ଧାନକୁ କିଭଳି ସୁରକ୍ଷିତ ରଖି ବିକ୍ରି କରିବେ, ସେନେଇ ଚିନ୍ତିତ ହୋଇ ପଡ଼ିଛନ୍ତି। କିଛିଦିନ ତଳେ କାଳବୈଶାଖୀ

ନବବଧୂଙ୍କୁ ହତ୍ୟା ଅଭିଯୋଗ, ଥାନାରେ ମାମଲା

ନବବଧୂଙ୍କୁ ହତ୍ୟା ଅଭିଯୋଗ, ଥାନାରେ ମାମଲା

ବରଗଡ଼ ଅଫିସ୍‌/ବିଜେପୁର,(ଡି.ଏନ୍‌.ଏ.)୨୨।୪-ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ବାଦିପାଲି ଗ୍ରାମରେ ଜଣେ ନବବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହକୁ ରବିବାର ପୋଲିସ ଉଦ୍ଧାର କରିଛି। ମୃତା ମହିଳା ଜଣକ ହେଲେ, ଦଶମୀ ବାରିକ ଓରଫ ଗାୟତ୍ରୀ। ଅପରପକ୍ଷେ ଦୁଇମାସ ତଳେ ବିବାହ କରିଥିବା ତାଙ୍କ ଝିଅଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ମୃତା