ମନୋରଞ୍ଜନ |

ପରଲୋକରେ ନୀରଜ ଭୋରା

ପରଲୋକରେ ନୀରଜ ଭୋରା

ବମ୍ବେ: ବଲିଉଡ୍‌ ଅଭିନେତା, ନିର୍ଦ୍ଦେଶକ ତଥା ଲେଖକ ନୀରଜ ଭୋରାଙ୍କ ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କୁ ୫୪ ବର୍ଷ ହୋଇଥିଲା। ୨୦୧୬ରୁ ହୃଦ୍‌ଘାତ ଏବଂ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହେବା ପରେ ନୀରଜ କୋମା ଅବସ୍ଥାକୁ ଚାଲି ଯାଇଥିଲେ। ୨୦୧୬ ଅକ୍ଟୋବରରୁ ତାଙ୍କୁ ପ୍ରଯୋଜକ ଫିରୋଜ ନାଦିଆଓ୍ବାଲାଙ୍କ ଘରେ ରଖାଯାଇଥିଲା। ନୀରଜ୍‌ଙ୍କ ପାଇଁ ନାଦିଆଓ୍ବାଲା ସବୁ ପ୍ରକାର ଚିକିତ୍ସା ବ୍ୟବସ୍ଥାର ବନ୍ଦୋବସ୍ତ ନିଜ ଘରେ କରିଥିଲେ। ଏକ ରୁମ୍‌କୁ ଆଇସିୟୁରେ ପରିଣତ କରାଯାଇଥିଲା। ବୁଧବାର ରାତିରେ ନୀରଜଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ତାଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଭୋର୍‌ ସମୟରେ ଅଭିନେତାଙ୍କ ପରଲୋକ ହୋଇଥିବା ନିକଟତର ସୂତ୍ରରୁ ପ୍ରକାଶ। ନିର୍ଦ୍ଦେଶକଙ୍କ ପରଲୋକ ସମ୍ପର୍କରେ ଅଭିନେତା ପରେଶ ରାଓ୍ବଲ୍‌ ମଧ୍ୟ ସ୍ପଷ୍ଟ କରିଛନ୍ତି। ଗୁରୁବାର ଅପରାହ୍ନ ୩ଟା ବେଳେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିବା ଜଣାପଡ଼ିଛି।
ହିନ୍ଦୀ ଫିଲ୍ମ ‘ସତ୍ୟା’, ‘ଫିର୍‌ ହେରାଫେରି’, ‘ଦାଉଦ୍‌’ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇ ସିନେମାଜଗତରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ ନିରଜ। ଏହା ବ୍ୟତୀତ ‘ରଙ୍ଗିଲା’, ‘ବିରାସତ୍‌’, ‘ମନ୍‌’, ‘କମ୍ପାନୀ’, ‘ଅକେଲେ ହମ୍‌ ଅକେଲେ ତୁମ୍‌’, ‘ରାଜୁ ବନ୍‌ଗୟା ଜେଣ୍ଟଲ୍‌ମ୍ୟାନ୍‌’ ଫିଲ୍ମରେ ତାଙ୍କ ଅଭିନୟ ଥିଲା ବେଶ୍‌ ଚମତ୍କାର। ବିଶେଷକରି ବ୍ୟଙ୍ଗ ଚରିତ୍ରରେ ତାଙ୍କୁ ଅଧିକ ଦେଖିବାକୁ ମିଳିଥାଏ। ଶେଷଥର ପାଇଁ ତାଙ୍କୁ ୨୦୧୫ର ଫିଲ୍ମ ଅନିଲ କପୁର, ନାନା ପାଟ୍‌କରଙ୍କ ଅଭିନୀତ ‘ଓ୍ବେଲ୍‌କମ୍‌ ବ୍ୟାକ୍‌’ରେ ଦେଖିବାକୁ ମିଳିଥିଲା। ‘ହେରାଫେରି’, ‘ଗୋଲ୍‌ମାଲ’,‘ଦାଉଦ୍‌’ରେ ସେ କାହାଣୀ ରଚନା କରିଛନ୍ତି। ନୀରଜ୍‌ଙ୍କ ପରଲୋକରେ ଚଳଚ୍ଚିତ୍ର ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।

All Right Reserved By

Model This Week

ନିକିତା

ମନୋରଞ୍ଜନ |

୧୮ ବର୍ଷ ପରେ ସ୍କ୍ରିନ୍‌ ଶେୟାର୍‌ କରିବେ ମାଧୁରୀ, ଅନିଲ

୧୮ ବର୍ଷ ପରେ ସ୍କ୍ରିନ୍‌ ଶେୟାର୍‌ କରିବେ ମାଧୁରୀ, ଅନିଲ

ବମ୍ବେ,୨୧।୪: ବଲିଉଡ ଷ୍ଟାର ମାଧୁରୀ ଦୀକ୍ଷିତ ଓ ଅନିଲ କପୁର ୧୮ ବର୍ଷ ପରେ ପୁଣି ଥରେ ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି। ଆଗାମୀ ଫିଲ୍ମ ‘ଟୋଟଲ ଧମାଲ୍‌’ ରେ ଦୁହେଁ ଏକାଠି ନଜର ଆସିବେ।

ବଳାତ୍କାର ମାମଲାକୁ ନେଇ ମତ ରଖିଲେ ହେମା

ବଳାତ୍କାର ମାମଲାକୁ ନେଇ ମତ ରଖିଲେ ହେମା

ନୂଆଦିଲ୍ଲୀ,୨୧।୪: ନାବାଳିକା ବଳାତ୍କାର ଘଟଣା ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଉତ୍ତର ପ୍ରଦେଶ ମଥୁରାର ଭାଜପା ସାଂସଦ ତଥା ବଲିଉଡ ଅଭିନେତ୍ରୀ ହେମାମାଳିନୀ ତାଙ୍କ ମତ ରଖିଛନ୍ତି।

ଶେଷ ହେଲା ‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ର ଶୁଟିଂ

ଶେଷ ହେଲା ‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ର ଶୁଟିଂ

ନୂଆଦିଲ୍ଲୀ,୨୧।୪: ଆମେରିକାରରେ ଶୁଟିଂ ଚାଲିଥିବା ଅପ୍‌ କମିଙ୍ଗ ପଲିଟିକାଲ ଡ୍ରାମା ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ର ଶୁଟିଂ ଶେଷ ହୋଇଥିବା ଜଣାପଡିଛି। ଏଥିରେ ଲିଡ୍‌ ରୋଲରେ ଥିବା ବଲିଉଡ ଅଭିନେତା ଅନୁପମ ଖେର୍‌ ସୋସିଆଲ ମିଡିଆ ମାଧ୍ୟମରେ ଏହା କହିଛନ୍ତି।

ଅଭିଷେକଙ୍କ ସହ ଅଭିନୟ କରିବେ ଆଲିୟା

ଅଭିଷେକଙ୍କ ସହ ଅଭିନୟ କରିବେ ଆଲିୟା

ବମ୍ବେ, ୨୨।୪ : ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଆଲିୟା ଭଟ୍ଟ ଅମୃତା ପ୍ରୀତମ୍‌ ଏବଂ ସାହୀର ଲୁଧିୟାନୀଙ୍କ ଉପରେ ହେବାକୁଥିବା ବାୟୋପିକ୍‌ ଫିଲ୍ମରେ ଅଭିନୟ କରିବେ। ତାଙ୍କ ସହିତ ଅଭିଷେକ ବଚ୍ଚନ ଅପୋଜିଟ୍‌ରେ ରହିବେ। ଫିଲ୍ମର ନିର୍ମାଣ ସଞ୍ଜୟ ଲିଲା ଭସାଂଲୀ କରୁଛନ୍ତି। ଫିଲ୍ମର ନାମ ‘ଗୁସ୍ତାଖିଆଁ’ ରଖାଯାଇଛି।

ରିଲିଜ୍‌ ହେବ ଓଡ଼ିଆ, ହିନ୍ଦୀ, ଇଂଲିଶରେ ଏକାଧିକ ଫିଲ୍ମ

ରିଲିଜ୍‌ ହେବ ଓଡ଼ିଆ, ହିନ୍ଦୀ, ଇଂଲିଶରେ ଏକାଧିକ ଫିଲ୍ମ

ଭୁବନେଶ୍ୱର,୨୦।୪(ବ୍ୟୁରୋ)-ଏଥର ଫେଣ୍ଟାଫେଣ୍ଟି ଫିଲ୍ମକୁ ନେଇ ଆସିଛି ଫ୍ରାଇଡେ’ ରିଲିଜ୍‌। ଶୁକ୍ରବାର ରିଲିଜ୍‌ରେ ଓଡ଼ିଆ, ହିନ୍ଦୀ ଓ ଇଂଲିଶର ଏକାଧିକ ଭିନ୍ନସ୍ବାଦର ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଛି। ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ବିୟଣ୍ଡ ଦ କ୍ଲାଉଡ୍‌ସ’ ସହ ଆଉ ଏକ ହିନ୍ଦୀ ଫିଲ୍ମ ‘ନାନୁ କି ଜାନୁ’, ଇଂଲିଶ ଫିଲ୍ମ ‘ଟ୍ରୁଥ୍‌ ଅର୍‌ ଡେୟାର’ ଏବଂ ଓଡ଼ିଆ ଫିଲ୍ମ ‘ଯୋଗୀ’ ମୁକ୍ତିଲାଭ କରିବ।

କଠଓ୍ବା ବଳାତ୍କାର ମାମଲାରେ ପ୍ରତିକ୍ରିୟା ରଖିଲେ ବିଗ୍‌ ବି

କଠଓ୍ବା ବଳାତ୍କାର ମାମଲାରେ ପ୍ରତିକ୍ରିୟା ରଖିଲେ ବିଗ୍‌ ବି

ବମ୍ବେ,୧୯।୪: କଠଓ୍ବା ବଳାତ୍କାର ମାମଲା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଏହା ଉପରେ ମତ ରଖିବାକୁ ନିଜକୁ ଲଜ୍ୟାବୋଧ କରିଥିବା କହିଛନ୍ତି ମହାନାୟକ ଅଭିତାଭ ବଚ୍ଚନ।

ମ୍ୟାଡାମେ ତୁଷାଡସ୍‌ରେ କରନ୍‌

ମ୍ୟାଡାମେ ତୁଷାଡସ୍‌ରେ କରନ୍‌

ନୂଆଦିଲ୍ଲୀ,୧୯।୪: ବଲିଉଡ୍‌ର ପ୍ରଥମ ଭାରତୀୟ ଫିଲ୍ମମେକର ଭାବେ ମ୍ୟାଡାମେ ତୁଷାଡସ୍‌ ମ୍ୟୁଜିୟମରେ କରନ୍‌ ଜୋହରଙ୍କୁ ସ୍ଥାନ ମିଳିଛି। କରନ୍‌ ତାଙ୍କ ଟୁଇଟର ପେଜରେ ଏହାକୁ ନେଇ ଖୁସି ପ୍ରକାଶ କରିବା ସହ ମ୍ୟାଡାମେ ତୁଷାଡସ୍‌ ଭଳି ମର୍ଯ୍ୟାଦାସମ୍ପନ୍ନ ମ୍ୟୁଜିୟମରେ ସ୍ଥାନ ପାଇଥିବାରୁ ଏଥିରେ ସମ୍ପୃକ୍ତ ଥିବା ଲଣ୍ଡନର ସମ୍ପୂର୍ଣ୍ଣ ଟିମକୁ ଧନ୍ୟବାଦ ଜଣାଇଛନ୍ତି।

ଆଲିଆଙ୍କ ଆକ୍ରୋଶ

ଆଲିଆଙ୍କ ଆକ୍ରୋଶ

ବମ୍ବେ: କଠୁଆ, ଉନ୍ନାଓ ଏବଂ ସୁରଟ୍‌ ବଳାତ୍କାର ମାମଲାରେ ଦେଶବ୍ୟାପୀ ଉଦ୍‌ବେଗ ପ୍ରକାଶ ପାଇଥିବାବେଳେ ବଲିଉଡ୍‌ ଜଗତରୁ ମଧ୍ୟ ଏହାର ତୀବ୍ର ନିନ୍ଦା କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ଏହି ବିରୋଧ ସ୍ବରରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ।

ମ୍ୟାରେଜ  ପାଇଁ  ପ୍ରସ୍ତୁତି

ମ୍ୟାରେଜ ପାଇଁ ପ୍ରସ୍ତୁତି

ଅନିଲ ତନୟା ସୋନମ କପୁରଙ୍କ ମନ ଆଉ କେଉଁଠି ଲାଗୁନାହିଁ। କେମିତି ମ୍ୟାରେଜ ଡେଟ୍‌ ଆସିବ। ଆଉ ତା’ପୂର୍ବରୁ ପ୍ରସ୍ତୁତିକୁ ନେଇ ବ୍ୟସ୍ତ ଅଛନ୍ତି ସେ। ସୋନମଙ୍କ ସଂଗୀତରେ କୋରିଓଗ୍ରାଫି ଦାୟିତ୍ୱ ତୁଲାଉଛନ୍ତି ବଲିଉଡ୍‌ର ବିଶିଷ୍ଟ କୋରିଓଗ୍ରାଫର ଫରହା ଖଁ। ।

ଆକ୍ସନ ମାଷ୍ଟରଙ୍କ ସଜବାଜ

ଆକ୍ସନ ମାଷ୍ଟରଙ୍କ ସଜବାଜ

ଜଲିଉଡ୍‌ର ଆକ୍ସନ ମାଷ୍ଟର ବାପି ପଣ୍ଡା ଏବେଠାରୁ ସଜବାଜ ହେଲେଣି। କାରଣ ଗତ କିଛିବର୍ଷ ହେବ ସେ ବାଘାଯତୀନ ଲୋକନାଟ୍ୟରେ ଅଭିନୟ କ୍ୟାରିୟର ଜାରି ରଖିଛନ୍ତି। ଚଳିତ ଯାତ୍ରା ସିଜନରେ ଲେଖକ-ନିର୍ଦ୍ଦେଶକ ଗଣେଶ-ଗୁରୁ ଯୋଡିଙ୍କର ‘କାହାଣୀ କାନ୍ଦୁଛି ଆଖି ଲୁଚେଇ’ ଏବଂ ନିହାର ମହାନ୍ତି-ତାପସ ସ୍ବାଇଁଙ୍କ ‘ପାକିସ୍ତାନୀ ଝିଅ ଭାରତ କେ ଲିୟେ ସହିଦ’ ସୁପର ଡୁପର ହିଟ୍‌ ହୋଇସାରିଛି।

୮୨ ବର୍ଷର ସ୍ମୃତି ‘ସୀତା ବିବାହ’

୮୨ ବର୍ଷର ସ୍ମୃତି ‘ସୀତା ବିବାହ’

ରାସ ସ୍ରଷ୍ଟା ସେ। ସେ ଥିଲେ ଜଣେ ଆଧ୍ୟାତ୍ମିକ ପୁରୁଷ। ଓଡ଼ିଆ ଭାଷାରେ ସର୍ବପ୍ରଥମ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ସେ ନିର୍ମାଣ କରିଥିଲେ। ତାହା ଥିଲା ‘ସୀତା ବିବାହ’। ତେଣୁ ଓଡ଼ିଆ ସିନେମା ଜଗତ ପାଇଁ ସେ ଜଣେ ପ୍ରାତଃ ସ୍ମରଣୀୟ ବ୍ୟକ୍ତିତ୍ୱ।

ପରଦାରେ ‘ଯୋଗୀ’

ପରଦାରେ ‘ଯୋଗୀ’

ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷକୁ ଓଡ଼ିଆ ସିନେମା ‘ଯୋଗୀ’ ପରଦା ଉପରକୁ ଆସୁଛି। ଚଳିତ ମାସ ୨୦ରେ ଏହା ମୁକ୍ତିଲାଭ କରିବ ବୋଲି ସୂଚନା ଦେଇଛନ୍ତି ଏହାର ପ୍ରଯୋଜକ ଶ୍ରୀଧର ମାର୍ଥା। ରେଞ୍ଜ ରୟାଲ ସିନେ ଲ୍ୟାବ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ପାଖାପାଖି ୭୦ କଳାକାର ଅଭିନୟ କରିଛନ୍ତି।