ମନୋରଞ୍ଜନ |

ଅନୁଷ୍କାଙ୍କ ଫିଟ୍‌ନେସ୍‌ ରହସ୍ୟ

ଅନୁଷ୍କାଙ୍କ ଫିଟ୍‌ନେସ୍‌ ରହସ୍ୟ

ନିକଟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ପ୍ରେମିକ ବିରାଟ କୋହଲିଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅନୁଷ୍କା ଶର୍ମା। ହେଲେ ନିଜକୁ ଫିଟ୍‌ ରଖିବାକୁ ସେ କେତେ ତତ୍ପର ଜାଣନ୍ତି ? ସକାଳୁ ଉଠି ଜିମ୍‌ରୁ ଫେରିବା ପରେ ସେ ଦୁଇଟି ଅଣ୍ଡା (ଧଳାଅଂଶ) ଖାଇବା ସହ ଫ୍ରୁଟ୍‌ ଜୁସ୍‌ ପିଅନ୍ତି। ପାଖାପାଖି ୧୦ଟା ବେଳକୁ ଚିଜ୍‌ ଟୋଷ୍ଟ ଖାଇବା ସହ ଲେମ୍ବୁ ପାଣି, ପଇଡ଼ ପାଣି ପିଅନ୍ତି। ତାଙ୍କ ଲଞ୍ଚ୍‌ ତାଲିକାରେ ରହିଛି ଦୁଇଟି ରୁଟି, ଡାଲି, ସାଲାଡ ଏବଂ ତରକାରି। ଆଉ ଏ ସବୁ ତାଙ୍କ ଘରେ ହିଁ ପ୍ରସ୍ତୁତ ହୋଇଥାଏ। ରାତିରେ ଶୋଇବାକୁ ଯିବା ପୂର୍ବରୁ କ୍ଷୀର ପିଇଥାନ୍ତି। ସେ ଜଙ୍କ୍‌ ଫୁଡ୍‌ କଦାପି ଖାଆନ୍ତି ନାହିଁ। ପ୍ରତିଦିନ ସକାଳେ ଏବଂ ରାତିରେ ଯୋଗ କରିବାକୁ ଭୁଲି ନ ଥାନ୍ତି। ଖାସ୍‌ କଥା ହେଲା ସେ ପ୍ରତିଦିନ ଅଧଘଣ୍ଟା ଡ୍ୟାନ୍ସ ପ୍ରାକ୍ଟିସ କରନ୍ତି।

All Right Reserved By

ମନୋରଞ୍ଜନ |

‘ଗୁଲାବ ଜାମୁନ୍‌’ରେ ନଜର ଆସିବେ ଐଶ୍‌-ଅଭି

‘ଗୁଲାବ ଜାମୁନ୍‌’ରେ ନଜର ଆସିବେ ଐଶ୍‌-ଅଭି

ମୁମ୍ବାଇ: ବଲିଉଡ ଆକ୍ଟର ଅଭିଷେକ ବଚ୍ଚନ ଓ ତାଙ୍କର ଅଭିନେତ୍ରୀ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ୮ ବର୍ଷ ପରେ ପୁଣି ଏକାଠି ଅଭିନୟ କରିବେ ବୋଲି ଶୁଣିବାକୁ ମିଳିଛି।

ଦେହଜୀବୀ ଭୂମିକାରେ ବଲିଉଡ୍‌ ଅଭିନେତ୍ରୀ

ଦେହଜୀବୀ ଭୂମିକାରେ ବଲିଉଡ୍‌ ଅଭିନେତ୍ରୀ

ମୁମ୍ବାଇ: ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିବାକୁ ପ୍ରାୟ ଅଭିନେତ୍ରୀ ଆଶା ରଖିଥାନ୍ତି। ଏହି କ୍ରମରେ ବଲିଉଡ୍‌ର କେତେକ ନାମୀ ଅଭିନେତ୍ରୀ ଦେହଜୀବୀ ଭୂମିକାରେ ଅଭିନୟ କରି ନିଜର ଦକ୍ଷତା ପ୍ରତିପାଦିତ କରିବାକୁ ଚେଷ୍ଟା କରିଛନ୍ତି।

ଜାହ୍ନବୀଙ୍କ ନିକଟରେ ଶ୍ରୀଦେବୀଙ୍କ ଭଳି ଚାର୍ମ ନାହିଁ: ଆଶୁତୋଷ

ଜାହ୍ନବୀଙ୍କ ନିକଟରେ ଶ୍ରୀଦେବୀଙ୍କ ଭଳି ଚାର୍ମ ନାହିଁ: ଆଶୁତୋଷ

ମୁମ୍ବାଇ: ଜାହ୍ନବୀ କପୁରଙ୍କ ଡେବ୍ୟୁ ଫିଲ୍ମ ‘ଧଡକ୍‌’ ଶୁକ୍ରବାର ଫ୍ରାଇଡେ ରିଲିଜରେ ସାମିଲ ହୋଇଛି। ଏହି ଫିଲ୍ମକୁ ଦେଖିବା ପରେ ଆସୁଛି ଅନେକ ମତ ଓ ମନ୍ତବ୍ୟ। ହେଲେ ବଲିଉଡ କଳାକାର ଆଶୁତୋଷ ରାଣା ଦେଇଥିବା ଏକ ମନ୍ତବ୍ୟ କେତେଜଣଙ୍କର ଭ୍ରୂକୁଞ୍ଚନ ସୃଷ୍ଟି କରିଛି।

ବଲିଉଡ୍‌ରେ ଲୋପାମୁଦ୍ରାଙ୍କ ପଦାର୍ପଣ

ବଲିଉଡ୍‌ରେ ଲୋପାମୁଦ୍ରାଙ୍କ ପଦାର୍ପଣ

ମୁମ୍ବାଇ:ବଲିଉଡ୍‌ରେ ପଦାର୍ପଣ କରିବାକୁ ଯାଉଛନ୍ତି ଗର୍ଜିୟସ୍‌ ମିସ୍‌ ୟୁନାଇଟେଡ୍‌ କଣ୍ଟିନେଣ୍ଟ ୨୦୧୬ ସେକେଣ୍ଡ ରନର୍ସଅପ୍‌ ଲୋପାମୁଦ୍ରା ରାଉତ୍‌। ହେମନ୍ତ ହେଗ୍‌ଡ଼େଙ୍କ ସସ୍ପେନ୍ସ ଥ୍ରିଲର୍‌ ‘ବ୍ଲଡ୍‌ ଷ୍ଟୋରି’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ଲୋପାମୁଦ୍ରା।

ଜାହ୍ନବୀଙ୍କ ଅଭିନୟ ଦେଖି ସ୍ତବ୍ଧ ହେଲେ ଅର୍ଜୁନ

ଜାହ୍ନବୀଙ୍କ ଅଭିନୟ ଦେଖି ସ୍ତବ୍ଧ ହେଲେ ଅର୍ଜୁନ

ମୁମ୍ବାଇ: ଫ୍ରାଇଡେ ରିଲିଜରେ ଏଥର ଫ୍ଲୋରକୁ ଆସିଛି ଜାହ୍ନବୀ କପୁରଙ୍କ ଡେବ୍ୟୁ ଫିଲ୍ମ ‘ଧଡକ୍‌’। ଏହି ରୋମାଣ୍ଟିକ ମୁଭି ୟଙ୍ଗ ଅଡିଅନ୍ସଙ୍କୁ ବେଶ୍‌ ପସନ୍ଦ ଆସିଥିବା ବେଳେ ଦୁଇ ନୂଆ କଳାକାରଙ୍କ ଅଭିନୟକୁ ମିଳିଛି ଅନେକ ପ୍ରଶଂସା।

ଶମ୍ମି କପୁରଙ୍କ ଗୀତର ରିମେକ୍‌ କରିବେ ଅନିଲ

ଶମ୍ମି କପୁରଙ୍କ ଗୀତର ରିମେକ୍‌ କରିବେ ଅନିଲ

ମୁମ୍ବାଇ: ଅନିଲ କପୁର ଓ ରାଜକୁମାର ରାଓଙ୍କ ଫିଲ୍ମ ‘ଫନ୍ନେ ଖାଁ’ ୩ ଆସନ୍ତା ଅଗଷ୍ଟରେ ରିଲିଜ୍‌ ହେବାର ଯୋଜନା ରହିଛି। ଏବେ ପର୍ଯ୍ୟନ୍ତ ଫିଲ୍ମର ଯେଉଁ ଗୀତ ରିଲିଜ୍‌ ହୋଇଛି ତାକୁ ଦେଖି ଦର୍ଶକେ ଭଲ ରେସ୍‌ପନ୍ସ ଦେଇଛନ୍ତି।

ପ୍ରଶଂସକଙ୍କୁ ଚମକାଇ ଦେଲେ ବଲିଉଡ଼ ଗାୟକ ଲକି

ପ୍ରଶଂସକଙ୍କୁ ଚମକାଇ ଦେଲେ ବଲିଉଡ଼ ଗାୟକ ଲକି

ମୁମ୍ବାଇ: ଏବେ ବଲିଉଡ ଦୁନିଆରେ ସତେ ଯେମିତି କାହାର ନଜର ଲାଗିଗଲା ଭଳି ମନେ ହେଉଛି। ଦୀର୍ଘ ୩ ମାସ ହେବ ବିଦେଶରେ ରହି କ୍ୟାନସର ଭଳି ମାରାତ୍ମକ ରୋଗର ଚିକିତ୍ସା କରୁଛନ୍ତି ଅଭିନେତା ଇରଫାନ୍‌ ଖାନ୍‌।

ଚର୍ଚ୍ଚାରେ ଗୋଲ୍ଡ ଗର୍ଲ ମୌନୀ

ଚର୍ଚ୍ଚାରେ ଗୋଲ୍ଡ ଗର୍ଲ ମୌନୀ

ମୁମ୍ବାଇ: ବଙ୍ଗଳା ସୁନ୍ଦରୀ ମୌନୀ ରୟଙ୍କ ବଲିଉଡ୍‌ ଯାତ୍ରା ବେଶ୍‌ ଆକର୍ଷଣୀୟ। ଟେଲିଭିଜନ୍‌ ଦୁନିଆରୁ ଅଭିନୟ ଯାତ୍ରା ଆରମ୍ଭ କରିଥିବା ମୌନୀ ଏବେ ବି-ଟାଉନ୍‌ର ବହୁଚର୍ଚ୍ଚିତ ଅଭିନେତ୍ରୀ ପାଲଟିଛନ୍ତି।

ଫିଲ୍ମ ଫ୍ରାଇଡେ’: ପରଦାକୁ ଆସିବ ‘ଧଡକ୍‌’

ଫିଲ୍ମ ଫ୍ରାଇଡେ’: ପରଦାକୁ ଆସିବ ‘ଧଡକ୍‌’

ଭୁବନେଶ୍ୱର,୨୦।୭(ବ୍ୟୁରୋ)- ଗତ ସପ୍ତାହରେ ‘ସୁର୍‌ମା’ ରିଲିଜ ପରେ ଚଳିତ ସପ୍ତାହ ଫିଲ୍ମ ଫ୍ରାଇଡେ’ରେ ରିଲିଜ ହେବାକୁ ଯାଉଛି ହିନ୍ଦୀ ଫିଲ୍ମ ‘ଧଡକ୍‌’। ଏହାସହ ଏଥର ଦୁଇ ଦୁଇଟି ଆମେରିକାନ୍‌ ଫିଲ୍ମ ‘ହୋଟେଲ ଟ୍ରାନ୍ସିଲ୍‌ଭାନିଆ ୩: ଏ ମନ୍‌ଷ୍ଟର ଭ୍ୟାକେସନ୍‌’ ଏବଂ ‘ସ୍କାଏସ୍କ୍ରାପର୍‌’ ମଧ୍ୟ ପରଦାକୁ ଆସୁଛି।

ଡେବ୍ୟୁ ଫିଲ୍ମ ଜରିଆରେ ମାଆଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବେ ଜାହ୍ନବୀ

ଡେବ୍ୟୁ ଫିଲ୍ମ ଜରିଆରେ ମାଆଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବେ ଜାହ୍ନବୀ

ମୁମ୍ବାଇ: ଏଥର ଫ୍ରାଇଡେ ରିଲିଜରେ ସାମିଲ ହେଉଛି ଜାହ୍ନବୀ କପୁରଙ୍କ ଡେବ୍ୟୁ ଫିଲ୍ମ ‘ଧଡକ୍‌’। ଏଥିରେ ସେ ତାଙ୍କ ଅଭିନେତ୍ରୀ ମାଆଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବେ ବୋଲି ଜଣାପଡିଛି।

ମଲ୍‌ରେ ବିନା ଦ୍ୱିଧାରେ ବୁଲିଲେ ସଲମାନ, ଚିହ୍ନି ପାରିଲେନି କେହି

ମଲ୍‌ରେ ବିନା ଦ୍ୱିଧାରେ ବୁଲିଲେ ସଲମାନ, ଚିହ୍ନି ପାରିଲେନି କେହି

ବମ୍ବେ: ବଲିଉଡର କିଙ୍ଗ ଖାନଙ୍କର ଦେଶ ତଥା ଦେଶ ବାହାରେ ଅନେକ ପ୍ରଶଂସକ। ଏଥିପାଇଁ ତାଙ୍କୁ ସବୁବେଳେ ନିଜର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ସଲମାନ ଯେଉଁଠିକୁ ବି ଯାଆନ୍ତି ପ୍ରଶଂସକଙ୍କ ଭିଡ଼ ଜମା ହୋଇଯାଏ। ମାତ୍ର ଏହାର ଓଲଟା କିଛି ଦେଖିବାକୁ ମିଳିଛି ସୁଦୂର ଦୁବାଇରେ। ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ସଲମାନ ଏକ ମଲ୍‌ରେ ବିନା ଦ୍ୱିଧାରେ ତଥା ବେଶ୍‌ ଆରାମରେ ବୁଲୁଥିବା ଦେଖାଯାଉଛି।

କେବେ ଭୁଲି ନାହାନ୍ତି ଦୀପିକା

କେବେ ଭୁଲି ନାହାନ୍ତି ଦୀପିକା

ଦୀପିକା ପାଦୁକୋନ-ବର୍ତ୍ତମାନ ବଲିଉଡ୍‌ର ଅନ୍ୟତମ ବ୍ୟସ୍ତ ଅଭିନେତ୍ରୀ। ଶୁଟିଂ ସେଟ୍‌ରେ ସେ ଯେପରି ପଙ୍କ୍‌ଚୁଆଲ ଠିକ୍‌ ସେହିପରି ବ୍ୟକ୍ତିଗତ ଜୀବନରେ କେତେକ କଥାକୁ ସେ ବେଶ୍‌ ଗମ୍ଭୀରତାର ସହ ନେଇଥାଆନ୍ତି। କୌଣସି କାରଣରୁ ନିଜ ଦୈନନ୍ଦିନ ଜୀବନଶୈଳୀ ପ୍ରଭାବିତ ହେଉ ତାହା ସେ ଚାହାନ୍ତି ନାହିଁ।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ