ମନୋରଞ୍ଜନ |

ଅପେରା ହାଲ୍‌ଚାଲ: ଲୋକେ ହସିଲେ ମୋତେ ଭଲ ଲାଗେ

ଅପେରା ହାଲ୍‌ଚାଲ: ଲୋକେ ହସିଲେ ମୋତେ ଭଲ ଲାଗେ

ଅପେରା ନାଟକ ‘ଅନ୍ଧ ଦେଶେ ଗଲି ଦର୍ପଣ ବିକି, ମହାଭାରତ ପରେ, କଉଡ଼ି ଖେଳ, କହଲୋ ବଉଳ କିଏ ତୋ ବର’ ଆଦି ଶତାଧିକ ନାଟକ ତାଙ୍କ ଅଭିନୟ ଦକ୍ଷତାର ପରିଚୟ ବହନ କରେ। ଦୀର୍ଘ ୬୦ ବର୍ଷର ଅଭିନୟ କ୍ୟାରିୟରରେ ସେ ଦର୍ଶକଙ୍କୁ ହସେଇ ହସେଇ ବେଦମ କରିଛନ୍ତି। ଅଙ୍ଗଭଙ୍ଗୀ, ଡାଏଲଗ ଡେଲିଭରି ଶୈଳୀର ସ୍ବତନ୍ତ୍ରତା ତାଙ୍କୁ ଦେଇଛି ନିଆରା ପରିଚୟ। ସେ ହେଲେ ଓଡ଼ିଆ ଅପେରା ଜଗତର ଜଣେ ନାମୀ ହାସ୍ୟାଭିନେତା ଭାବରେ ଜଣାଶୁଣା ତଥା ନିକଟରେ ଯାତ୍ରାରୁ ସନ୍ନ୍ୟାସ ନେଇଥିବା ଜଗନ୍ନାଥ ରାଉତ ଓରଫ ଜଗା।
-ଇରେ ତୁ କି କାମ କରିବୁ, ଷ୍ଟେପିନ୍‌ ଖୋଲୁ ଖୋଲୁ ଦଶଥର ପଡିଯାଉଛୁ। ଭେଣ୍ଡା ଟୋକାଟା। ଆରେ ଯେତେବେଳେ ମୁଁ ତୋ ବୟସର ହୋଇଥିଲି ସେତେବେଳେ ଦଶ କିଲୋ ମେଣ୍ଢା ମାଉଁସ ଖାଉଥିଲି। -କେଉଁଦିନ ମୋତେ ଦେଲ ଯେ ମୁଁ ଫୋପାଡିଦେଲି। -ଆରେ ମୁଁ ଦେଖୁଛି ତୁ ଦିନକ କାମକୁ ମାସେ ଲଗାଇବୁ। ମୋ ଗ୍ୟାରେଜ ଡୁବେଇ ଦେବୁ। କେବଳ ଧର୍ମକୁ ଚାହିଁକରି ତୋତେ ପଇସା ଦେଉଛି..।’ କୋଣାର୍କ ଗଣନାଟ୍ୟ ପରିବେଷିତ ସୁପରହିଟ୍‌ ନାଟକ ‘କଉଡ଼ି ଖେଳ’(ରଚନା-ହର ବାରିକ, ନିର୍ଦ୍ଦେଶନା-ମୀନକେତନ)ର ଏକ କମେଡି ସିନ୍‌ର କୀୟଦଂଶ ହେଉଛି ଜଣେ ଗ୍ୟାରେଜ ମାଲିକ ଏବଂ ଫିଟର ମଧ୍ୟରେ କଥାବାର୍ତ୍ତା। ସେହି ଗ୍ୟାରେଜ ମାଲିକ ଚରିତ୍ରକୁ ଜଗା ରାଉତ ଏଭଳି ଫୁଟାଇବାରେ ଦକ୍ଷ ଥିଲେ, ଯାହା ତାଙ୍କୁ ଦର୍ଶକଙ୍କ ନିକଟତର କରାଇବାରେ ସକ୍ଷମ ହୋଇଥିଲା। - ୧୮ ବର୍ଷ ବୟସରୁ ମୋର ଅଭିନୟ ଆରମ୍ଭ ହୋଇଥିଲା। ଗୀତିନାଟ୍ୟ ‘ଜଳନ୍ଧର ବଧ’(୧୯୫୮) ପରେ ପାଖାପାଖି ୧୦ବର୍ଷ ଏହି ଧାରା ଜାରି ରହିଲା। ତା’ପରେ ସାତଶଙ୍ଖ ଅପେରାରେ କଟିଗଲା ୪୦ବର୍ଷ । ‘ମଧୁପାର୍ବଣ, ଶହୀଦ ପୃଥୀରାଜ, ଅନ୍ଧ ଦେଶେ ଗଲି ଦର୍ପଣ ବିକି, ଆକାଶ କଇଁଆ ଚିଲିକା ମାଛ’ ପରି ଅପେରା ନାଟକରେ ତାଙ୍କର କମେଡି ଅଭିନୟକୁ ଯେତେ ପ୍ରଶଂସା କରାଯିବ କମ୍‌ ହେବ। ପରବର୍ତ୍ତୀ ସମୟରେ କୋଣାର୍କ ଗଣନାଟ୍ୟ (୨୦୦୨-୨୦୦୮)ର ‘କଉଡ଼ି ଖେଳ, କହଲୋ ବଉଳ କିଏ ତୋ ବର, ନ କହିଲେ କୁଳ ଭାସିଯାଉଛି’ ଆଦି ନାଟକରେ ମୋ ଅଭିନୟ କେତେ ସଫଳ ତାହା ଦର୍ଶକ ହିଁ କହିବେ।’ କମେଡିକୁ କାହିଁକି ବାଛିନେଲେ ପ୍ରଶ୍ନର ଉତ୍ତରରେ ସେ କହନ୍ତି, ‘ଦର୍ଶକ ହସିଲେ ମୋତେ ଭଲ ଲାଗେ। କାରଣ ମୁଁ ଯେଉଁ ଭୂମିକାଗୁଡିକରେ ସେମାନଙ୍କ ସାମ୍‌ନାକୁ ଆସିଥିଲି ସେଗୁଡିକ ମଧ୍ୟରୁ କମେଡିର ସ୍ବାଦ ଥିଲା ନିଆରା। ତା’ପରେ ମୋଠାରେ ସତେଯେମିତି କମେଡି ଷ୍ଟାମ୍ପ୍‌ ଲାଗିଗଲା। ଗତ କିଛିବର୍ଷ କଳିଙ୍ଗ ଗଣନାଟ୍ୟରେ ଅଭିନୟ କରିବା ପରେ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଯୋଗୁ ଅଭିନୟ ଛାଡ଼ିବାକୁ ବାଧ୍ୟ ହୋଇଥିଲି।’-ଶୁଭ୍ର ମହାପାତ୍ର

All Right Reserved By

ମନୋରଞ୍ଜନ |

ସ୍ବଚ୍ଛତାପ୍ରିୟ ଅନୁଷ୍କା ଶର୍ମା

ସ୍ବଚ୍ଛତାପ୍ରିୟ ଅନୁଷ୍କା ଶର୍ମା

ବମ୍ବେ: ରାସ୍ତା ଉପରେ ଅଳିଆ ଆବର୍ଜନା ଫୋପାଡ଼ୁଥିବା ବ୍ୟକ୍ତିଙ୍କ ପାଇଁ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ନୀତି ହେଲା ‘ଜିରୋ ଟଲେରେନ୍ସ’। ଅର୍ଥାତ୍‌ ଏଭଳି ଲୋକଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ ଅନୁଷ୍କା। ଏପରି କି ରାସ୍ତା ଅଳିଆ ପକାଉଥିବା ଜଣେ ବ୍ୟକ୍ତିଙ୍କୁ ସହ ଝଗଡ଼ା କରିବାକୁ ମଧ୍ୟ ପଛେଇ ନାହାନ୍ତି ଅଭିନେତ୍ରୀ। ଅନୁଷ୍କାଙ୍କ ସ୍ବଚ୍ଛତା ନେଇ ସଚେତନତା କାର୍ଯ୍ୟର ଭିଡିଓ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିଛନ୍ତି ତାଙ୍କ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲୀ।

ଜୁବିନ୍‌ଙ୍କ ବିରୋଧରେ ଗୁରୁତର ଅଭିଯୋଗ

ଜୁବିନ୍‌ଙ୍କ ବିରୋଧରେ ଗୁରୁତର ଅଭିଯୋଗ

ବମ୍ବେ: ବଲିଉଡ୍‌ ଗାୟକ ଜୁବିନ୍‌ ନୌଟିୟାଲ୍‌ଙ୍କ ବିରୋଧରେ ମାର୍‌ପିଟ ଅଭିଯୋଗ ହୋଇଛି। ଶୁକ୍ରବାର ଉତ୍ତରାଖଣ୍ଡର ଡେରାଡୁନ୍‌ଠାରେ ଏକ ହୋଟେଲ୍‌ରେ ଜୁବିନ୍‌ ଦୁର୍ବ୍ୟବହାର ପ୍ରଦର୍ଶନ ସାଙ୍ଗକୁ ମାର୍‌ପିଟ କରିଥିବା ଏକ ପ୍ରେମୀ ଯୁଗଳ ଅଭିଯୋଗ ଆଣି ମାମଲା ଦାଏର କରିଛନ୍ତି। ଜୁବିନ୍‌ ମଧ୍ୟ ସେମାନଙ୍କ ବିରୋଧରେ ପାଲଟା ମାମଲା ଦାଏର କରିଛନ୍ତି।

ପ୍ରିୟଙ୍କାଙ୍କ ପ୍ରେମରେ ପାଗଳ ନିକ୍‌

ପ୍ରିୟଙ୍କାଙ୍କ ପ୍ରେମରେ ପାଗଳ ନିକ୍‌

ଲସ୍‌ ଏଞ୍ଜେଲ୍‌ସ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଗାୟକ ନିକ୍‌ ଜୋନାସ୍‌ଙ୍କ ପ୍ରେମ କାହାଣୀ ଏବେ ବଲିଉଡ୍‌ରୁ ଆରମ୍ଭ କରି ହଲିଉଡ୍‌ ଯାଏ ଖବର ଶିରୋନାମାରେ ରହିଛି।

ସଲ୍‌ମାନ, କ୍ୟାଟ୍ରିନାଙ୍କ ବିରୋଧରେ ମାମଲା

ସଲ୍‌ମାନ, କ୍ୟାଟ୍ରିନାଙ୍କ ବିରୋଧରେ ମାମଲା

ଓ୍ବାଶିଂଟନ୍‌: ଆମେରିକୀୟ କୋର୍ଟରେ ଅଭିନେତା ସଲ୍‌ମାନ ଖାନ, କ୍ୟାଟ୍ରିନା କୈଫ୍‌, ସୋନାକ୍ଷୀ ସିହ୍ନା, ରଣବୀର ସିଂ, ପ୍ରଭୁ ଦେବାଙ୍କ ସମେତ ଅନେକ ବଲିଉଡ୍‌ ସେଲିବ୍ରିଟିଙ୍କ ବିରୋଧରେ ମାମଲା ହୋଇଛି।

ଆଇକନ୍‌ଙ୍କୁ ଭେଟିଲେ ‘ଡବୁ ଅଙ୍କଲ୍‌’

ଆଇକନ୍‌ଙ୍କୁ ଭେଟିଲେ ‘ଡବୁ ଅଙ୍କଲ୍‌’

ବମ୍ବେ: ‘ଡ୍ୟାନ୍ସିଂ ଅଙ୍କଲ୍‌’ ଭାବେ ଜଣାଶୁଣା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ସଞ୍ଜୀବ ଶ୍ରୀବାସ୍ତବ ଶେଷରେ ନିଜ ଆଇକନ୍‌ ଗୋବିନ୍ଦାଙ୍କୁ ଭେଟିବାର ସୁଯୋଗ ପାଇଛନ୍ତି। ଭାଇରାଲ ଭିଡିଓ ଜରିଆରେ ବେଶବିଦେଶରେ ଲୋକଙ୍କୁ ମତୁଆଲା କରିଛନ୍ତି ମଧ୍ୟପ୍ରଦେଶର ଭୋପାଳ ସହରର ଏହି ପ୍ରାଧ୍ୟାପକ ଜଣକ। ରିଏଲିଟି ଶୋ ‘ଡ୍ୟାନ୍ସ ଦିଓ୍ବାନେ’ ସେଟ୍‌ରେ ଗୋବିନ୍ଦାଙ୍କ ସହ ହୋଇଛି ତାଙ୍କର ଭେଟ। ବଲିଉଡ୍‌ର ଏହି କିମ୍ବଦନ୍ତୀ କଳାକାରଙ୍କ ସହ ଗୋଟିଏ ମଞ୍ଚରେ ନାଚିବାର ସୁଯୋଗ ପାଇଛନ୍ତି ସଞ୍ଜୀବ। ଗୋବିନ୍ଦାଙ୍କ ଫିଲ୍ମ ‘ଖୁଦ୍‌ଗର୍ଜ’ର ‘ଆପ୍‌ କେ ଆଜାନେ ସେ’ ଗୀତରେ ନାଚିଥିଲେ ସେମାନେ। ଏହି ଗୀତରେ ହିଁ ଡବୁ ଅଙ୍କଲ୍‌ଙ୍କ ଡାନ୍ସ ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ପାଲଟିଛି। ପ୍ରକାଶ ଯେ, ଏକ ବିବାହ କାର୍ଯ୍ୟକ୍ରମରେ ସଞ୍ଜୀବ ଏହି ଗୀତରେ ନାଚୁଥିବା ବେଳର ଭିଡିଓ ସୋସିଆଲ୍‌ ମିଡିଆରେ କେହି ଅପ୍‌ଲୋଡ କରିଥିଲେ।

ଆସିଲା ‘ଲଭ୍‌ରାତ୍ରି’ ଟ୍ରେଲର୍‌

ଆସିଲା ‘ଲଭ୍‌ରାତ୍ରି’ ଟ୍ରେଲର୍‌

ବମ୍ବେ: ରିଲିଜ୍‌ ହେଲେ ‘ଲଭ୍‌ରାତ୍ରି’ର ପ୍ରଥମ ଟ୍ରେଲର୍‌। ଅଭିନେତା ସଲ୍‌ମାନ ଖାନ୍‌ଙ୍କ ପ୍ରଡକ୍ସନ୍‌ ହାଉସ୍‌ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ପଦାର୍ପଣ କରୁଛନ୍ତି ପୁଣି ଦୁଇ ନବାଗତ କଳାକାର ଆୟୁଷ ଶର୍ମାଙ୍କୁ ଏବଂ ଓ୍ବରିନା ହୁସେନ୍‌। ‘ଲଭ୍‌ରାତ୍ରି’ରେ ନିଜ ଭିଣୋଇ ଆୟୁଷଙ୍କୁ ଲଞ୍ଚ୍‌ କରୁଛନ୍ତି ସଲ୍‌ମାନ। ଆୟୁଷଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଆସୁଛନ୍ତି ଓ୍ବରିନା। ‘ବଲିଉଡ୍‌ର ଆମ ଭାଇ ନିଜ ଭାଇଙ୍କୁ ଲଞ୍ଚ୍‌ କରୁଛନ୍ତି’ ବୋଲି ଗୁରୁବାର ରିଲିଜ୍‌ ହୋଇଥିବା ଟ୍ରେଲର୍‌ରେ ଉଲ୍ଲେଖ କରାଯାଇଛି। ଟ୍ରେଲର୍‌ ଦେଖି ଫିଲ୍ମର କାହାଣୀ ବିଷୟରେ ସମ୍ୟକ୍‌ ସୂଚନା ମିଳିପାରିଛି। ଆୟୁଷଙ୍କ ପ୍ରଥମ ଫିଲ୍ମକୁ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ଚାଲିଥିଲା। ଆୟୁଷ ଏବଂ ଓ୍ବରିନା ଦର୍ଶକ ଦରବାରରେ କିଭଳି ଯାଦୁ ଦେଖାଇ ପାରିଛନ୍ତି ତାହା ଫିଲ୍ମ ଦେଖିବା ପରେ ପ୍ରକୃତରେ ଜଣାପଡ଼ିବ।

ଆଜିଯାଏ ଗର୍ଲଫ୍ରେଣ୍ଡ ନାହାନ୍ତି-ଚିନ୍ମୟ ମିଶ୍ର

ଆଜିଯାଏ ଗର୍ଲଫ୍ରେଣ୍ଡ ନାହାନ୍ତି-ଚିନ୍ମୟ ମିଶ୍ର

ଓଡ଼ିଆ ଟେଲିଭିଜନ ଜଗତର ଲୋକପ୍ରିୟ ଖଳନାୟକ ଚିନ୍ମୟ ମିଶ୍ର। ୧୨ରୁ ଅଧିକ ଟେଲି ଧାରାବାହିକରେ ଅଭିନୟ ଯାଦୁ ଦେଖାଇସାରିଥିବା ଚିନ୍ମୟ ନିଜର ରିୟଲିଷ୍ଟିକ୍‌ ଆକ୍ଟିଂ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ। କେତେବେଳେ ଦର୍ଶକଙ୍କୁ ହସାଉଥିବାବେଳେ କେତେବେଳେ ସେମାନଙ୍କୁ ରଗାଉଥିବା ଏହି ଅଭିନେତା ନିଜର ଅପ୍‌କମିଙ୍ଗ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’କୁ ନେଇ ଏବେ ବେଶ୍‌ ଚର୍ଚ୍ଚାରେ।

ଓ୍ବେଟ୍‌ ଲିଫ୍ଟିଂ ଏକ୍ସରସାଇଜ ଅଧିକ କରେ-ଅନୁଭା ସୌର୍ଯ୍ୟା

ଓ୍ବେଟ୍‌ ଲିଫ୍ଟିଂ ଏକ୍ସରସାଇଜ ଅଧିକ କରେ-ଅନୁଭା ସୌର୍ଯ୍ୟା

ଅନୁଭା ସୌର୍ଯ୍ୟା। ଓଡ଼ିଆ ସିନେ ଜଗତରେ ଜଣେ ଜଣାଶୁଣା ଚେହେରା। ୨୦୧୧ ‘ମୁଁ ପ୍ରେମୀ ମୁଁ ପାଗଳ’ ଫିଲ୍ମ ମାଧ୍ୟମରେ ସେ ଓଡ଼ିଆ ସିନେ ଜଗତକୁ ପ୍ରବେଶ କରିଥିଲେ। ‘ସମୟ ବଡ଼ ବଳବାନ’, ‘ରିଭେଞ୍ଜ’, ‘ସ୍ବିଟ୍‌ ହାର୍ଟ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଶୁଟିଂ ବ୍ୟସ୍ତତାରେ ଥାଇ ମଧ୍ୟ ସେ ନିଜ ଫିଟ୍‌ନେସ୍‌ ପ୍ରତି ସବୁବେଳେ ଧ୍ୟାନ ଦେଇଥାନ୍ତି।

ଜମିବ ରଜ ଲଢ଼େଇ

ଜମିବ ରଜ ଲଢ଼େଇ

ଚଳିତବର୍ଷ ରଜରେ ଦୁଇଟି ଓଡ଼ିଆ ସିନେମା-ଫୋର ଇଡିୟଟ୍‌ସ, ସୁନ୍ଦରଗଡର ସଲମାନ ଖାଁ ରିଲିଜ ହୋଇଛି। ଫିଲ୍ମଦ୍ୱୟ ଚଳିତ ମାସ ୧୩ରେ ପରଦା ଉପରକୁ ଆସିଛି। ହେଲେ ଚଳିତ ମାସ ୧୫ରେ ପରଦା ଉପରକୁ ଆସୁଛି ଚର୍ଚ୍ଚିତ ଫିଲ୍ମ ‘ରେସ-୩’, ଯାହାର ନାୟକ ସାଜିଛନ୍ତି ବଲିଉଡର ଅନ୍ୟତମ ଲୋକପ୍ରିୟ ତାରକା ସଲମାନ ଖାଁ।

ଯଦି ଡିନୋ ରାଜି ହୋଇଥାଆନ୍ତେ...

ଯଦି ଡିନୋ ରାଜି ହୋଇଥାଆନ୍ତେ...

ବେଳେବେଳେ ଅଭିନୟ ଜୀବନରେ ଆଶା କରୁ ନ ଥିବା ଘଟଣା ଘଟିଥାଏ। ସାମାନ୍ୟ ଭୁଲ ନିଷ୍ପତ୍ତି ପାଇଁ କେତେକଙ୍କୁ ସାରା ଜୀବନ ଅନୁତାପ କରିବାକୁ ପଡେ। ଏଭଳି ଏକ ଘଟଣା ଘଟିଥିଲା ଅଭିନେତା ଡିନୋ ମୋରେୟାଙ୍କ ଜୀବନରେ। ‘ଗୋଲମାଲ୍‌’ର କାଷ୍ଟିଂ ବିଷୟରେ ଆଲୋଚନା ଚାଲିଥାଏ। ଏଥିରେ ଏକ ଘୁଙ୍ଗା ଭୂମିକା କିଏ କରିବ ସେ ନେଇ ଅଡୁଆରେ ପଡିଗଲେ ନିର୍ଦ୍ଦେଶକ ରୋହିତ ସେଟ୍ଟୀ।

ଚ୍ୟାଲେଞ୍ଜ ଦେବ ରଙ୍ଗମହଲ

ଚ୍ୟାଲେଞ୍ଜ ଦେବ ରଙ୍ଗମହଲ

ଆସନ୍ତା ଯାତ୍ରା ସିଜନ ପାଇଁ ପ୍ରାୟ ସବୁ ଅପେରା ପାର୍ଟି ପୂର୍ବ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଆଉ ଦିନ କେଇଟା ପରେ ଆଖଡା ଆରମ୍ଭ ହୋଇଯିବ। ଇତି ମଧ୍ୟରେ ନାଟ୍ୟକାର ଏବଂ ନିର୍ଦ୍ଦେଶକ ନିଜ ନିଜ ନାଟକକୁ ରୂପ ଦେବାରେ ଲାଗିପଡିଛନ୍ତି।

ଏଣିକି ମାପିଚୁପି ଚାଲିବି

ଏଣିକି ମାପିଚୁପି ଚାଲିବି

ନବାଗତା ଆହାନା। ହାତୀ ମୁଣ୍ଡରେ ସୁନାକଳସ ଢାଳିବା ପରି ହଠାତ୍‌ ତାଙ୍କୁ ବ୍ରେକ୍‌ ମିଳିଥିଲା ଓଡ଼ିଆ ସିନେମା ‘ଭୈରବ’ରେ। ଯଦିଓ ପିଲାଟି ଦିନରୁ ଡ୍ୟାନ୍ସ ସହ ଜଡିତ ଥିଲେ ହେଲେ ଭବିଷ୍ୟତରେ ଜଣେ ଅଭିନେତ୍ରୀ ହେବାର ସ୍ବପ୍ନ ମଧ୍ୟ ଦେଖିଥିଲେ।

Model This Week

ପ୍ରଭାତ