Dharitri News
ମନୋରଞ୍ଜନ |

ଚାଲିଛି ପ୍ରେମିକା ଖୋଜା

ଚାଲିଛି ପ୍ରେମିକା ଖୋଜା ପ୍ରଭୁ ଜଣେ ଖୁସ୍‌ ମିଜାସ୍‌ର ପିଲା। ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ପୁଅ, ତେଣୁ ଅଭାବ ଅସୁବିଧା କ’ଣ ସିଏ ଜାଣେନା। ହେଲେ ତାହାର ଗୋଟିଏ ଲକ୍ଷ୍ୟ, ଜଣେ ସୁନ୍ଦରୀ ଝିଅକୁ ଯେମିତି ହେଲେ ଭଲ ପାଇବ। ସେଥିପାଇଁ ଆରମ୍ଭ ହୋଇଛି ପ୍ରେମିକା ଖୋଜା। କିନ୍ତୁ ବିଡ଼ମ୍ବନା, ଯେଉଁ କେତେଜଣ ସୁନ୍ଦରୀଙ୍କ ସଂସ୍ପର୍ଶରେ ଆସିଛି କିଛିଦିନ ପରେ ସେମାନଙ୍କ ବାହାଘର ହୋଇଯାଉଛି। ଥରେ ସୋସିଆଲ ମିଡିଆରେ ଜଣେ ଝିଅର ଫେକ୍‌ ଫଟୋ ଦେଖି ତାକୁ ଭଲ ପାଇ ବସିଛି। ଆରମ୍ଭ ହୋଇଯାଇଛି ତା’ ସହ ଚାଟିଂ ଆଉ କଥାବାର୍ତ୍ତା। କିନ୍ତୁ ସେ ଯେତେବେଳେ ଜାଣୁଛି ଯେ ଫଟୋରେ ଦେଖିଥିବା ଝିଅ ଆଉ ଅସଲି ପ୍ରେମିକା ଅଲଗା ସେତେବେଳେ କ’ଣ ହେଉଛି ? ପୁଣି ନିଜ ପ୍ରେମିକାଠାରୁ ପ୍ରତିଶୋଧ ନେବାକୁ ତାକୁ ଢାଲ ଭାବରେ ବ୍ୟବହାର କରାଯାଉଛି? ଏହି ସମୟରେ ପ୍ରଭୁ କି ନିଷ୍ପତ୍ତି ନେଉଛି ଆଉ ପରବର୍ତ୍ତୀ ସମୟରେ ତାହାର ପ୍ରେମ ସଫଳ ହେଉଛି କି ନାହିଁ ତାହା ସିନେମା ଦେଖିଲେ ହିଁ ଜାଣିପାରିବେ। ହଁ, ଏପରି ଏକ ରୋମାଣ୍ଟିକ୍‌ ଚରିତ୍ରରେ ପରଦା ଉପରକୁ ଆସୁଛନ୍ତି ନବାଗତ ତଥା ପୁରୀରେ ଜନ୍ମିତ ଆର୍‌ୟନ ଦାଶ କୁମାର। ଶ୍ରୀଧର ମାର୍ଥା ପ୍ରଯୋଜିତ ତଥା ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ଯୋଗୀ’ରେ ତାଙ୍କୁ ବ୍ରେକ୍‌ ମିଳିଛି। ପୁରୀରେ ଜନ୍ମିତ ଏହି ଅଭିନେତା ଏବେ ବମ୍ବେରେ ରହୁଛନ୍ତି। ମଡେଲିଂରୁ କ୍ୟାରିୟର ଆରମ୍ଭ କରିବା ପରେ ୨୦୦୮ରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ଏବଂ କେତୋଟି ହିନ୍ଦୀ ସିନେମାରେ ନାନା ପାଟେକରଙ୍କ ସହ ନିର୍ଦ୍ଦେଶନା ପରି ଦାୟିତ୍ୱ ତୁଲାଇ ସାରିଛନ୍ତି। ତେବେ ଓଡ଼ିଆ ଚଳଚ୍ଚିତ୍ରରେ ସେ ଦର୍ଶକଙ୍କୁ କେତେ ପ୍ରଭାବିତ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ମନୋରଞ୍ଜନ |

୨୫ରେ ରିଲିଜ୍‌ ହେବ ‘ପଦ୍ମାବତ୍‌’

୨୫ରେ ରିଲିଜ୍‌ ହେବ ‘ପଦ୍ମାବତ୍‌’

ନୂଆଦିଲ୍ଲୀ: ‘ପଦ୍ମାବତ୍‌’କୁ ନେଇ ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାର କରିଥିବା ପୁନର୍ବିଚାର ଆବେଦନକୁ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି। କୋର୍ଟ ତାଙ୍କ ପୂର୍ବ ରାୟକୁ ଅପରିବର୍ତ୍ତିତ ରଖିଛନ୍ତି।

ତୁଟୁନାହିଁ ‘ପଦ୍ମାବତ୍‌’ ବିବାଦ

ତୁଟୁନାହିଁ ‘ପଦ୍ମାବତ୍‌’ ବିବାଦ

ନୂଆଦିଲ୍ଲୀ,୨୨।୧: ସଞ୍ଜୟ ଲୀଲା ଭଂସାଲୀଙ୍କ ପିଲ୍ମ ‘ପଦ୍ମାବତ୍‌’ର ରିଲିଜ୍‌କୁ ନେଇ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଥିଲେ ମଧ୍ୟ ବିବାଦ ଥମୁନାହିଁ। ଫିଲ୍ମର ରିଲଜ୍‌ ଡେଟ୍‌ ପାଖେଇ ଆସୁଥିବା ବେଳେ ବିବାଦ ବଢିବାରେ ଲାଗିଛି।

‘ଫାଷ୍ଟ ଲେଡିଜ୍‌’ ଉତ୍ସବରେ ସମ୍ମାନିତ ହେଲେ ଐଶ୍‌

‘ଫାଷ୍ଟ ଲେଡିଜ୍‌’ ଉତ୍ସବରେ ସମ୍ମାନିତ ହେଲେ ଐଶ୍‌

ବମ୍ବେ: ପୂର୍ବତନ ବିଶ୍ୱସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ହୋଇଛନ୍ତି ସମ୍ମାନିତ। ରାଷ୍ଟ୍ରପତି ଭବନରେ ଆୟୋଜିତ ‘ଫାଷ୍ଟ ଲେଡିଜ୍‌’ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସମ୍ମାନିତ କରିଛନ୍ତି।

ସୁପ୍ରିମକୋର୍ଟଙ୍କ ରାୟ ପରେ ବି ଗୁଜରାଟରେ ରିଲିଜ୍‌ ହେବନି ‘ପଦ୍ମାବତ୍‌’

ସୁପ୍ରିମକୋର୍ଟଙ୍କ ରାୟ ପରେ ବି ଗୁଜରାଟରେ ରିଲିଜ୍‌ ହେବନି ‘ପଦ୍ମାବତ୍‌’

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଗ୍ରୀନ୍‌ ସିଗ୍‌ନାଲ୍‌ ପରେ ମଧ୍ୟ ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ପଦ୍ମାବତ୍‌’ ଗୁଜରାଟରେ ରିଲିଜ୍‌ ହେବନାହିଁ।

ମାଡାମ ତୁସାଡ୍‌ରେ ସ୍ଥାନ ପାଇବ ସନ୍ନିଙ୍କ ମହମ ପୁତଳା

ମାଡାମ ତୁସାଡ୍‌ରେ ସ୍ଥାନ ପାଇବ ସନ୍ନିଙ୍କ ମହମ ପୁତଳା

ନୂଆଦିଲ୍ଲୀ: ଜଣେ ପର୍ନଷ୍ଟାରରୁ ବଲିଉଡର ଜଣେ ସଫଳ ନାୟିକା ସାଜିଥିବା ସନ୍ନି ଲିଓନ ମ୍ୟୁଜିୟମରେ ସ୍ଥାନ ପାଇବେ। କହିବାର ତାତ୍ପର୍ଯ୍ୟ ଦିଲ୍ଲୀର ପ୍ରସିଦ୍ଧ ମାଡାମ ତୁସାଡ୍‌ ମ୍ୟୁଜିୟମରେ ତାଙ୍କର ଏକ ମହମର ମୂର୍ତ୍ତି ସ୍ଥାନ ପାଇବ।

ସବୁ ରାଜ୍ୟରେ ମୁକ୍ତି ଲାଭ କରିବ ପଦ୍ମାବତ୍‌

ସବୁ ରାଜ୍ୟରେ ମୁକ୍ତି ଲାଭ କରିବ ପଦ୍ମାବତ୍‌

ନୂଆଦିଲ୍ଲୀ,୧୮।୧: ଭାରତର ସବୁ ରାଜ୍ୟରେ ହିନ୍ଦୀ ଚଳଚ୍ଚିତ୍ର ପଦ୍ମାବତ୍‌ ମୁକ୍ତି ଲାଭ କରିବ। କୌଣସି ରାଜ୍ୟ ଏହାକୁ ନିଷିଦ୍ଧ ଘୋଷଣା କରିପାରିବେ ନାହିଁ ବୋଲି ଗୁରୁବାର ସୁପ୍ରିମ୍‌କୋର୍ଟ ସୂଚିତ କରିଛନ୍ତି।

‘ପଦ୍ମାବତ୍‌’କୁ ପୁଣି ରେଡ୍‌ ସିଗ୍‌ନାଲ୍‌

‘ପଦ୍ମାବତ୍‌’କୁ ପୁଣି ରେଡ୍‌ ସିଗ୍‌ନାଲ୍‌

ନୂଆଦିଲ୍ଲୀ,୧୬।୧: ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ପଦ୍ମାବତ୍‌’କୁ ହରିୟାଣାରେ ମଧ୍ୟ ନିଷିଦ୍ଧ କରାଗଲା। ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ପରେ ଏବେ ହରିୟାଣା ସରକାର ଏହି ଫିଲ୍ମକୁ ରାଜ୍ୟରେ ରିଲିଜ୍‌ କରିବାକୁ ବାରଣ କରିଛନ୍ତି।

ପରଦାରେ ଫିକା ପଡ଼ିଲା‘କଲାକାଣ୍ଡି’

ପରଦାରେ ଫିକା ପଡ଼ିଲା‘କଲାକାଣ୍ଡି’

ବମ୍ବେ: ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଥିଲା ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନ୍‌ଙ୍କ ଫିଲ୍ମ ‘କଲାକାଣ୍ଡି’। ଟିଜର୍‌ରୁ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ଏହା ହୋଇପାରିନାହିଁ। ମୁକ୍ତିଲାଭ କରିବାର ତିନି ଦିନ ମଧ୍ୟରେ ଫିଲ୍ମଟି ମାତ୍ର ୩ କୋଟି ୮୫ଲକ୍ଷ ଟଙ୍କା ବ୍ୟବସାୟ କରିବାରେ ସଫଳ ହୋଇଛି।

ବଦଳିଲା ଅୟାରୀର ରିଲିଜ୍‌ ତାରିଖ

ବଦଳିଲା ଅୟାରୀର ରିଲିଜ୍‌ ତାରିଖ

ବମ୍ବେ: ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଫଦ୍ମାବତ୍‌’ ଡରରେ ବଳଦିଗଲା ନିରଜ ପାଣ୍ଡେଙ୍କ ଫିଲ୍ମ ‘ଅୟାରୀ’ର ରିଲିଜ୍‌ ଡେଟ୍‌। ସିଦ୍ଧାର୍ଥ ମାଲହୋତ୍ରା ଓ ମନୋଜ ବାଜପେୟୀଙ୍କ ଷ୍ଟାରକାଷ୍ଟରେ ନିର୍ମାଣ ହୋଇଥିବା ଫିଲ୍ମ ‘ଅୟାରୀ’ ଆସନ୍ତା ଫେବୃୟାରୀ ୯ରେ ରିଲିଜ୍‌ ହେବ ବୋଲି ସୂଚନା ମିଳିଛି।

ବଲିଉଡରେ ଏଣ୍ଟ୍ରି କରିବେ ଆଉଜଣେ ଆଡଲ୍ଟ ନାୟିକା

ବଲିଉଡରେ ଏଣ୍ଟ୍ରି କରିବେ ଆଉଜଣେ ଆଡଲ୍ଟ ନାୟିକା

ବମ୍ବେ: ବଲିଉଡ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଖୁବଶୀଘ୍ର ଜଣେ ନାମୀଦାମୀ ଆଡଲ୍ଟ ଷ୍ଟାରଙ୍କୁ ବଲିଉଡରେ ଲଞ୍ଚ କରିବାକୁ ଯାଉଛନ୍ତି। ଏବେ ରାମଗୋପାଳ ବର୍ମା ତାଙ୍କର ଆଗାମୀ ଫିଲ୍ମ ପାଇଁ ଆମେରିକାର ଆଡଲ୍ଡ ଷ୍ଟାର ମିୟା ମାଲକୋଓ୍ବାଙ୍କ ସହ ଶୁଟିଂରେ ବ୍ୟସ୍ତ ଅଛନ୍ତି।

ଏପ୍ରିଲରେ ପରଦାକୁ ଆସିବ ସୈଫ ଅଲ୍ଲି ଖାନ୍‌ଙ୍କ ଫିଲ୍ମ ‘ବଜାର’

ଏପ୍ରିଲରେ ପରଦାକୁ ଆସିବ ସୈଫ ଅଲ୍ଲି ଖାନ୍‌ଙ୍କ ଫିଲ୍ମ ‘ବଜାର’

ନୂଆଦିଲ୍ଲୀ: ସୈଫ ଅଲ୍ଲି ଖାନ୍‌ଙ୍କ ଅଭିନିତ ଫିଲ୍ମ ‘କାଲାକାନ୍ଦି’ ଜାନୁୟାରୀ ୧୨ରେ ପରଦାକୁ ଆସୁଥିବା ବେଳେ ତାଙ୍କର ଅପ୍‌ କମିଙ୍ଗ ଫିଲ୍ମ ‘ବଜାର’ର ରିଲିଜ୍‌ ଡେଟ୍‌ ମଧ୍ୟ ସ୍ଥିର ହୋଇ ସାରିଛି। ଏପ୍ରିଲ ୨୭ରେ ମୁକ୍ତିଲାଭ କରିବ ‘ବଜାର’।

ବକ୍ସ ଅଫିସ୍‌ ଟକ୍କର: ୨ଦିନରେ ଆସିବ ୩ଟି ଫିଲ୍ମ

ବକ୍ସ ଅଫିସ୍‌ ଟକ୍କର: ୨ଦିନରେ ଆସିବ ୩ଟି ଫିଲ୍ମ

ବମ୍ବେ,୮।୧: ବିବାଦରେ ଫସିଥିବା ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ପଦ୍ମାବତ’ର ରିଲିଜ୍‌ ତାରିଖ ଏକ ପ୍ରକାର ସ୍ଥିର ହୋଇ ସାରିଛି। ଜାନୁୟାରୀ ୨୫ରେ ଏହା ରିଲିଜ୍‌ ହେବ ବୋଲି ଆଲୋଚନା ହେଉଛି। ଠିକ୍‌ ଏହିଦିନ ହିଁ ଅକ୍ଷୟ କୁମାରଙ୍କ ଫିଲ୍ମ ‘ପ୍ୟାଡ୍‌ ମ୍ୟାନ୍‌’ ରିଲିଜ୍‌ ହେବ। ଆଉ ଏହାର ଗୋଟିଏ ଦିନ ପରେ ଅର୍ଥାତ୍‌ ଜାନୁୟାରୀ ୨୬ରେ ପରଦାକୁ ଆସିପାରେ ଫିଲ୍ମ ‘ଅୟାରୀ’।