ଅପରାଧ |

୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ନିରାକାରପୁର,୧୪।୧୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ପଞ୍ଚାୟତ ପଦ୍ମପୁର ଗାଁ ମୁଣ୍ଡରେ ଗୁରୁବାର ବୋଡ଼ଙ୍ଗରା ଗ୍ରାମର ୬ ଯୁବକ ବଡ଼ପୋଖରୀ ଗ୍ରାମର ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏ ନେଇ ଥାନାରେ ଅଭଯୋଗ ହୋଇଛି। ଆକ୍ରମଣକାରୀମାନେ ଆହତ ଯୁବକଙ୍କ ମୋଟରସାଇକେଲ ଭାଙ୍ଗି ଦେଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡ଼ି ଉଦ୍ଧାର କରିବା ସହ ଆହତ ଦ୍ୱୟଙ୍କ ଚିକିତ୍ସା କରାଇଛି।

All Right Reserved By

ଅପରାଧ |

 କାଠ  ବୋଝେଇ ପିକ୍‌ଅପ ଜବତ

କାଠ ବୋଝେଇ ପିକ୍‌ଅପ ଜବତ

ବେତନଟୀ,୧୯ା୭.(ଡି.ଏନ.ଏ)-ବେତନଟୀ ବନାଞ୍ଚଳ ଅଧିକାରୀ ଘନଶ୍ୟାମ ସିଂଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ୍‌ ଗୁରବାର ଗଡଦେଉଳିଆ ନିକଟରୁ ଏକ ଚୋରା କାଠ ଗଣ୍ଡି ବୋଝେଇ ପିକ୍‌ଅପ ଜବତ କରିଛି।

ଯୌତୁକ ନିର୍ଯ୍ୟାତନା ଅଭିଯୋଗ

କେନ୍ଦ୍ରାପଡା ଅଫିସ, ୧୯ା୭: କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ କୁଶିଆପାଳ ଗ୍ରାମର ଆଲୋକ ନାୟକ ଓ ତାଙ୍କ ପରିବାର ବିରୋଧରେ ବୁଧବାର ଯୌତୁକ ନିର୍ଯ୍ୟାତନା ଅଭିଯୋଗ ହୋଇଛି। ୨୦୧୫ ମେ’ ୨୭ ତାରିଖରେ ଆଲୋକଙ୍କୁ କଟକ ଜିଲା ଟାଙ୍ଗି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ସୁମିତ୍ରା ନାଥ ବିବାହ କରିଥିଲେ।

୨୯୫ ଲିଟର ମଦ ଜବତ, ୭ ମହିଳା ଗିରଫ

୨୯୫ ଲିଟର ମଦ ଜବତ, ୭ ମହିଳା ଗିରଫ

ଦାରିଙ୍ଗବାଡ଼ି,୧୯।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଗୁରୁବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨୯୫ ଲିଟର ଦେଶୀ ମଦ ଜବତ କରାଛି। ବିପୁଳ ପରିମାଣର ମହୁଲ ପୋଚ୍‌କୁ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି।

ଟିଟୋଙ୍କ ୪ ସହଯୋଗୀ ଜେଲ ଗଲେ

ରାଜନଗର,୧୯।୭ (ଡି.ଏନ.ଏ.): ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସ୍‌ମାନ ଅଲ୍ଲୀଙ୍କ ୪ ସହଯୋଗୀଙ୍କୁ କ୍ରାଇମବ୍ରାଞ୍ଚ ବୁଧବାର ରାଜନଗର ଜେଏମଏଫସି କୋର୍ଟରେ ହାଜର କରାଇଥିଲା। ସେମାନେ ହେଲେ କଟକ ମଙ୍ଗଳାବାଗ ଥାନା ଅଞ୍ଚଳର ସେକ୍‌ ଅବଦୁଲ୍ଲା ଓରଫ ରାଜେଶ୍‌ , ଜାହାଙ୍ଗୀର ଖାନ୍‌, ଇମ୍‌ତିଆଜ୍‌ ଖାଁ ଓରଫ ବାବୁ ଓରଫ କାଲୁ, ଲାଲବାଗ ଥାନା ଅଞ୍ଚଳର ଗୋଲଡେନ ପପୁ ଓରଫ ମହମ୍ମଦ ଅବଦୁଲା ଆସିଫ।

ଭାଉଜଙ୍କୁ ହତ୍ୟା କରି ଦିଅରଙ୍କ ଆତ୍ମସମର୍ପଣ

ରାସଗୋବିନ୍ଦପୁର, ୧୯।୭(ଡ଼ି.ଏନ୍‌.ଏ) -ରାସଗୋବିନ୍ଦପୁର ବ୍ଲକ ରାଘବପୁର ଛକରେ ବୁଧବାର ଦିଅର ଆକ୍ରମଣରେ ଭାଉଜଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ ଅଭିଯୁକ୍ତ ଦିଅର ଅଜିତ ରାମ ବଡ଼ାମପୁର ଫାଣ୍ଡିରେ ଆତ୍ମସମର୍ପଣ କରିଛନ୍ତି।

ବୀରବର ବେହେରା ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ସହଯୋଗୀ ଫେରାର

ବୀରବର ବେହେରା ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ସହଯୋଗୀ ଫେରାର

ବିରିଡି,୧୮।୭(ଡି.ଏନ.ଏ.): ବିରିଡି ଥାନା ଅଧୀନ କୁଳ କଇଜଙ୍ଗା ଗ୍ରାମର ବୀରବର ବେହେରା ହତ୍ୟାକାଣ୍ଡ ଘଟଣାରେ ହାଇକୋର୍ଟଙ୍କ ଦ୍ୱାରା ଦଣ୍ଡିତ ମୁଖ୍ୟ ଅଭିଯୁକ୍ତ ଶୁକଦେବ ବେହରାଙ୍କୁ ଜଗତ୍‌ସିଂହପୁର ଜିଲା ପୋଲିସ ମଙ୍ଗଳବାର ରାତିରେ ଗିରଫ କରିଛି। ତାଙ୍କର ୨ ସହଯୋଗୀ ସେହି ଗ୍ରାମର ବୁଲା ଓରଫ ନରେନ୍ଦ୍ର ଦାସ, ଏବଂ ହିପି ଓରଫ ଉମେଶ ବେହେରା ଫେରାର ହୋଇ ଯାଇଛନ୍ତି।

ବଲାଣୀରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

ବଡ଼ବିଲ, ୧୮।୭(ସ୍ବ.ପ୍ର.): ବଲାଣୀରେ ବଡ଼ବିଲ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ମଙ୍ଗଳବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ ହୋଇଛି।

ତାଲା କାଟି ନେଇଗଲେ ଏସି, କୁଲର

ତାଲା କାଟି ନେଇଗଲେ ଏସି, କୁଲର

ବଅଁରପାଳ, ୧୮।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନାଠାରୁ ପ୍ରାୟ ୫ଶହ ମିଟର ଦୂରରେ ଥିବା ଏକ ଇଲେକ୍ଟ୍ରି ଦୋକାନରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବତ୍ତ ଦୋକାନର ତାଲା ଭାଙ୍ଗି ଏସି, କୁଲର ଏବଂ ଅନ୍ୟାନ୍ୟ ସାମଗ୍ରୀ ନେଇ ଯାଇଛନ୍ତି।

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ

କଟକ ଅଫିସ, ୧୮।୭: ସିଏମ୍‌ସି ସ୍ବାସ୍ଥ୍ୟକର୍ମୀ ସୁନୀଲ କୁମାର ଦାସଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଥିବା ସୁନୀଲଙ୍କ ଘର ଓ ସିଏମ୍‌ସି ଅଫିସରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଚାଲିଛି।

ଯାତ୍ରୀଙ୍କୁ ଟ୍ରାଫିକ ପୋଲିସ ମାଡ଼ ମାରିବା ଘଟଣା: ନ୍ୟାୟ ପାଇଁ ଡିସିପିଙ୍କ ଦ୍ୱାରସ୍ଥ ହେଲେ ଲୋକନାଥ

ଯାତ୍ରୀଙ୍କୁ ଟ୍ରାଫିକ ପୋଲିସ ମାଡ଼ ମାରିବା ଘଟଣା: ନ୍ୟାୟ ପାଇଁ ଡିସିପିଙ୍କ ଦ୍ୱାରସ୍ଥ ହେଲେ ଲୋକନାଥ

ଭୁବନେଶ୍ୱର,୧୮ା୭(ବ୍ୟୁରୋ)- ଜୟଦେବ ବିହାର ପାଲହାଇଟ ଛକରେ ରବିବାର ସକାଳେ ବିବାହ କାର୍ଯ୍ୟରେ ଯୋଗଦେବାକୁ କାରରେ ଯାଉଥିବା ଲୋକନାଥ ପଟ୍ଟନାୟକ ଓ ତାଙ୍କ ପରିବାର ଲୋକଙ୍କୁ ଟ୍ରାଫିକ୍‌ ପୋଲିସ ମାଡ଼ ମାରିଥିଲା। ୫ଜଣ ପୋଲିସ କର୍ମଚାରୀ ସେମାନଙ୍କୁ ତଳେ ପକାଇ ଗୋଇଠା ବିଧା ମାରିଥିଲେ। ଏ ନେଇ ଲୋକନାଥ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।

ରାଜନୈତିକ ଲିଙ୍କ୍‌ ଖୋଜିବାରେ ଏସ୍‌ଟିଏଫ୍‌ ବିଫଳ: ଟିଟୋଙ୍କ ୮ ସହଯୋଗୀ ଗିରଫ

ରାଜନୈତିକ ଲିଙ୍କ୍‌ ଖୋଜିବାରେ ଏସ୍‌ଟିଏଫ୍‌ ବିଫଳ: ଟିଟୋଙ୍କ ୮ ସହଯୋଗୀ ଗିରଫ

ଭୁବନେଶ୍ୱର(ବ୍ୟୁରୋ)/କଟକ ଅଫିସ, ୧୮ା୭- ଗ୍ୟାଙ୍ଗ୍‌ଷ୍ଟର ସୟଦ ଉସ୍‌ମାନ ଅଲି ଓରଫ ଟିଟୋ କେନ୍ଦ୍ରାପଡା ବାରିମୂଳ ଜେଲରେ ରହି ସହଯୋଗୀଙ୍କ ଦ୍ୱାରା ବାହାରେ ଆପରାଧିକ ନେଟଓ୍ବର୍କ ଚଳାଇପାରନ୍ତି। ଏହା ଉପରେ ଅଙ୍କୁଶ ଲଗାଇବାକୁ ଟିଟୋଙ୍କୁ ଚୌଦ୍ୱାର ଜେଲ୍‌କୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଉଛି।

ଟ୍ରେନରେ ମହିଳାଙ୍କୁ ଅସଦାଚରଣ, ଖବରଦାତା ଗିରଫ

ଟ୍ରେନରେ ମହିଳାଙ୍କୁ ଅସଦାଚରଣ, ଖବରଦାତା ଗିରଫ

ଭୁବନେଶ୍ୱର, ୧୮ା୭(ବ୍ୟୁରୋ)- ଟ୍ରେନରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜିଆରପି ଥାନା ପୋଲିସ ଜଣେ ଖବରଦାତାଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗୀର ଜିଲା ଶିଳ୍ପାଞ୍ଚଳର ସୁନୀଲ କୁମାର ମିଶ୍ର(୬୦)। ସେ ଜାତୀୟ ସ୍ତରର ଏକ ଦୈନିକ ଇଂଲିଶରେ ଖବରଦାତା ଭାବେ କାର୍ଯ୍ୟକରନ୍ତି।

Model This Week

ରୂପେଶ