ଜୀବନଚର୍ଯ୍ୟା |

ଚଟଣି ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ

ଚଟଣି ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ
ଅନେକ ସମୟରେ ଆମେ ବିଭିନ୍ନ ପ୍ରକାର ଚଟଣିକୁ ଖାଦ୍ୟରେ ସାମିଲ କରିଥାଉ। ଯାହା ଖାଦ୍ୟର ସ୍ବାଦ ବଦଳାଇ ଦେବା ସହ ସ୍ବାସ୍ଥ୍ୟ ପାଇଁ ମଧ୍ୟ ହିତକର ବୋଲି କୁହାଯାଏ। ପୁଦିନା ଚଟଣି: ଏହି ଚଟଣି ଖାଇବା ଫଳରେ ହଜମ ଶକ୍ତି ବୃଦ୍ଧି ହୋଇଥାଏ। ପେଟରେ ଚର୍ବି ଜମା ହେବାକୁ ଦେଇ ନ ଥାଏ ଓ ପାକସ୍ଥଳୀକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ପ୍ରତିଦିନ ଏହାକୁ ଖାଦ୍ୟରେ ସାମିଲ କଲେ ଆପଣଙ୍କୁ ଭଲ ଭୋକ ଲାଗିବା ସହ ବାନ୍ତି ଭଳି ସମସ୍ୟା ଥିଲେ ଏହା ଭଲ କାମ ଦେଇଥାଏ। ର୍ଭୁସୁଙ୍ଗ ପତ୍ର ଚଟଣି: ଏହା ଆଇରନ୍‌ ଓ ଫଲିକ୍‌ ଏସିଡ୍‌ର ଏକ ମୁଖ୍ୟ ସ୍ରୋତ ବୋଲି କୁହାଯାଏ। ରକ୍ତହୀନତାରୁ ଦୂରେଇ ରହିବା ପାଇଁ ର୍ଭୁସୁଙ୍ଗ ପତ୍ର ଚଟଣି ଏକ ମାତ୍ର ପ୍ରାକୃତିକ ମାଧ୍ୟମ ବୋଲି କୁହାଯାଏ।  ଧନିଆ ପତ୍ର ଚଟଣି: ଧନିଆ ପତ୍ର ଖାଦ୍ୟରେ ସାମିଲ କଲେ ଏହା ଖାଦ୍ୟର ସ୍ବାଦକୁ ବଢାଇ ଦେଇଥାଏ। ତେବେ ଏହାର ଚଟଣି ଖାଇଲେ ହଜମ ଶକ୍ତି ବୃଦ୍ଧି ପାଇଥାଏ। ଏଥିରେ ଭିଟାମିନ୍‌-ସି ଓ ଭିଟାମିନ୍‌-କେ ଭରପୂର ଥାଏ। ଏହା ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ। ଧନିଆ ପତ୍ର ଚଟଣି ନିୟମିତ ଖାଇଲେ ଶରୀରରେ ଇନସୁଲିନ୍‌ କ୍ଷରଣ ହେବା ସହ ସୁଗାର୍‌ ଲେଭଲ୍‌ କମ୍‌ ହୋଇଥାଏ।  ପିଆଜ ଓ ରସୁଣ ଚଟଣି: ଏହା ମୁଖ୍ୟତଃ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିବା ସହ ଅର୍ଶ ରୋଗୀଙ୍କ ପାଇଁ ବେଶ ଫଳପ୍ରଦ ହୋଇଥାଏ। ରସୁଣରେ ଆଣ୍ଟି ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି ଫଙ୍ଗାଲ ଗୁଣ ଥିବାରୁ ଏହା ଶରୀରରେ ଚର୍ବି ବଢିବାକୁ ଦେଇ ନ ଥାଏ।  ଟମାଟୋ ଚଟଣି: ଟମାଟୋରେ ଭିଟାମିନ୍‌ ଓ ଗ୍ଲୁଟାଥାଇନ୍‌ ଭରପୂର ଥିବା ବେଳେ ଏହା ଖାଦ୍ୟର ସ୍ବାଦ ବଢାଇବାରେ ସହାୟକ ହୋଇଥାଏ। ଟମାଟୋ ଚଟଣିକୁ ନିୟମିତ ଖାଦ୍ୟରେ ସାମିଲ କଲେ ଏହା ଚେହେରାରେ ଚମକ ଆଣିଥାଏ। କ୍ୟାନସର ଠାରୁ ଦୂରେଇ ରଖିବାରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହା ବ୍ୟକ୍ତିକୁ ସୁସ୍ଥ ଓ ଦୀର୍ଘଜୀବୀ ରଖିବାରେ ସହାୟକ ହୋଇଥାଏ। ନିୟମିତ ଭାବେ ଏହିସବୁ ଚଟଣିକୁ ଖାଦ୍ୟରେ ସାମିଲ କଲେ ଆମେ କମ୍‌ ଖର୍ଚ୍ଚରେ ସୁସ୍ଥ ରହିପାରିବା।
All Right Reserved By

ଜୀବନଚର୍ଯ୍ୟା |

ପେଟ କମାଇବା ଲାଗି ସକାଳେ କରନ୍ତୁ ଏହି ଓ୍ବାର୍କଆଉଟ

ପେଟ କମାଇବା ଲାଗି ସକାଳେ କରନ୍ତୁ ଏହି ଓ୍ବାର୍କଆଉଟ

ଆଜିକାଲି ମେଦବହୁଳତା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଅତ୍ୟାଧୁନିକ ଜୀବନଶୈଳୀ ଏବଂ ଅନିୟମିତ ତଥା ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟଗ୍ରହଣ ଏହାର ମୁଖ୍ୟ କାରଣ ବୋଲି ଗବେଷଣାରୁ ଜଣାପଡ଼ିଛି। ଏଥିଲାଗି ମଣିଷ ରୋଗଗ୍ରସ୍ତ ହେବା ସହ ଶରୀରର ଆକାରରେ ପରିବର୍ତ୍ତନ ହେଉଛି। 

ମେଦବହୁଳତାକୁ ଦୁରେଇ ରହିବା ପାଇଁ ସକାଳେ କରନ୍ତୁ ୧୦ ମିନିଟ ଧ୍ୟାନ

ମେଦବହୁଳତାକୁ ଦୁରେଇ ରହିବା ପାଇଁ ସକାଳେ କରନ୍ତୁ ୧୦ ମିନିଟ ଧ୍ୟାନ

ଧ୍ୟାନ ଦ୍ୱାରା ମେଦବହୁଳତା ଦୂର ହୁଏ। ପ୍ରତିଦିନ ଅଭ୍ୟାସ କରି ୧୦ ମିନିଟ ଧ୍ୟାନ କଲେ ମିଳିଥାଏ ସୁଫଳ। 

ପ୍ରାଥମିକ ଉପଚାର

ପ୍ରାଥମିକ ଉପଚାର

କାର୍ଯ୍ୟବ୍ୟସ୍ତତା ମଧ୍ୟରେ ନିଜ ସ୍ବାସ୍ଥ୍ୟ ପ୍ରତି ଅବହେଳା କରିବା ଏବଂ ଶାରୀରିକ ଯନ୍ତ୍ରଣା ଅଧିକ ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ମନଇଚ୍ଛା ପେନ୍‌କିଲର୍‌ ଖାଇନେବାର ଅଭ୍ୟାସ ପ୍ରାୟ ଅଧିକାଂଶ ମହିଳାଙ୍କର ରହିଛି ।

ବର୍ଷାରେ ଶିଶୁର ଯତ୍ନ

ବର୍ଷାରେ ଶିଶୁର ଯତ୍ନ

ବର୍ଷାଦିନେ ପାଣି, ସନ୍ତସନ୍ତିଆ ଥଣ୍ଡା ପାଗ ସାଧାରଣତଃ କାହାରିକୁ ଭଲ ଲାଗି ନ ଥାଏ। ତେବେ ଏସବୁର ସବୁଠୁ ଅଧିକ ନକାରାତ୍ମକ ପ୍ରଭାବ ପଡିଥାଏ ଶିଶୁଙ୍କ ଉପରେ । ବିଶେଷକରି ସେମାନଙ୍କ ତ୍ୱଚା ଏଥିରେ ବେଶି ପ୍ରଭାବିତ ହୋଇଥାଏ। ତେଣୁ ଏଦିନେ ଶିଶୁଙ୍କ ତ୍ୱଚାର କିପରି ଯତ୍ନ ନେବେ ଜାଣି ରଖନ୍ତୁ ଟିପ୍ସ...

ସୌନ୍ଦର୍ଯ୍ୟ ଓ ପୁଦିନା ପତ୍ର

ସୌନ୍ଦର୍ଯ୍ୟ ଓ ପୁଦିନା ପତ୍ର

ପୁଦିନା କେବଳ ଖାଦ୍ୟର ସ୍ବାଦ ବଢାଇ ନ ଥାଏ ବରଂ ଏଥିରେ ଭରି ରହିଥିବା ଉପାଦାନ ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ବି ବରଦାନ ସଦୃଶ...

କେମିତି କରିବେ ଜଗିଂ

କେମିତି କରିବେ ଜଗିଂ

ଆଜିକାଲି ଲୋକେ ଫିଟ୍‌ ରହିବା ପାଇଁ ତଥା ମେଦବହୁଳତାରୁ ରକ୍ଷା ପାଇବାକୁ  ଜଗିଂ କରୁଥିବା ଦେଖାଯାଉଛି। ହେଲେ ଠିକ୍‌ ଉପାୟରେ ଜଗିଂ ନ କରିବା ଫଳରେ ଅନେକ ସମସ୍ୟା ଦେଖାଦେଇଥାଏ। ତେଣୁ ଜଗିଂ କରିବାର ସରଳ ଉପାୟ ବିଷୟରେ ଜାଣି ରଖିବା ନିହାତି ଆବଶ୍ୟକ।

ତିଆରି ହେବ ପ୍ଲାଷ୍ଟିକ୍‌ ଗଁ।

ତିଆରି ହେବ ପ୍ଲାଷ୍ଟିକ୍‌ ଗଁ।

ଆଗାମୀ ଦିନରେ ଘର ତିଆରି ପାଇଁ ଆଉ ଇଟାର ବ୍ୟବହାର ହେବ ନାହିଁ। ପ୍ଲାଷ୍ଟିକରେ ନିର୍ମାଣ କରାଯିବ ଘର। ଘରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ ବୋତଲରେ ଏପରି ହାଲକା ଘର  ତିଆରି କରିବା ପାଇଁ ପାନାମାରେ  ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। 

କାହିଁକି ଫୁଲରେ ସଜାଯାଏ ଘର ଏହି ରାତିରେ...

କାହିଁକି ଫୁଲରେ ସଜାଯାଏ ଘର ଏହି ରାତିରେ...

ବାହାଘର ନେଇ ଉଭୟ ଯୁବତୀଯୁବକଙ୍କ ମନରେ ରହିଥାଏ ଅନେକ ସ୍ବପ୍ନ। ଏହା ଉଭୟଙ୍କ ପାଇଁ ଏକ ନୂତନ ଅଭିଜ୍ଞତା ଆଣିଥାଏ। ବାହାଘରର ଚାରି ଦିନ ପରେ ଚତୁର୍ଥୀ ରାତି ପାଳିତ ହୋଇଥାଏ। 

ଡିଜେଲ ଇଞ୍ଜିନ୍‌ ଧୂଆଁ ଓ ଆଜ୍‌ମା

ଡିଜେଲ ଇଞ୍ଜିନ୍‌ ଧୂଆଁ ଓ ଆଜ୍‌ମା

ଡିଜେଲ ଇଞ୍ଜିନ୍‌ ଧୂଆଁ ଯୋଗୁ ପରିବେଶ ପ୍ରଦୂଷିତ ହୋଇଥାଏ। ଏଭଳି ଧୂଆଁ ସଂସ୍ପର୍ଶରେ ବାରମ୍ବାର ଆସିଲେ ତାହା ଆଜ୍‌ମା ସମସ୍ୟାକୁ ଡାକି ଆଣିଥାଏ। କେବଳ ସେତିକି ନୁହେଁ, ଏହାର ଖରାପ ପ୍ରଭାବ ଫୁସ୍‌ଫୁସ୍‌ ଉପରେ ପଡ଼ିଥାଏ।

ସ୍ମାର୍ଟ ଫୋନ୍‌ ବ୍ୟବହାର ଦୃଷ୍ଟିଶକ୍ତିକୁ ପ୍ରଭାବିତ କରେ

ସ୍ମାର୍ଟ ଫୋନ୍‌ ବ୍ୟବହାର ଦୃଷ୍ଟିଶକ୍ତିକୁ ପ୍ରଭାବିତ କରେ

ଆଜିକାଲି ସ୍ମାର୍ଟ ଫୋନ୍‌ ବ୍ୟବହାର ସତେଯେମିତି ଦୈନନ୍ଦିନ ଜୀବନର ଅନ୍ୟତମ ପ୍ରମୁଖ କାମ ପାଲଟି ଯାଇଛି। ଅନ୍ୟପକ୍ଷରେ ଏହାଦ୍ୱାରା ଅନେକ କାମ ଅନାୟାସରେ ଏବଂ କମ ସମୟରେ ହୋଇପାରୁଛି। 

ସ୍ବାସ୍ଥ୍ୟୋପକାରୀ ଧନିଆ

ସ୍ବାସ୍ଥ୍ୟୋପକାରୀ ଧନିଆ

କେତେକ ଖାଦ୍ୟ ପ୍ରସ୍ତୁତି ସମୟରେ ଧନିଆକୁ ବ୍ୟବହାର କରାଯାଏ, ଯାହା ଖାଦ୍ୟକୁ ଆହୁରି ସ୍ବାଦିଷ୍ଟ କରିଥାଏ। ଧନିଆପତ୍ର ଚଟଣିର ସ୍ବାଦ ଯିଏ ଖାଇଛି ସିଏ ଜାଣିଛି। ତେବେ ଏଥିରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ସେ ସମ୍ପର୍କରେ ଟିପ୍ସ...

ବ୍ରେନ୍‌ଷ୍ଟ୍ରୋକ୍‌ରୁ ଦୂରେଇ ରହିବାକୁ ଚାହୁଁଛନ୍ତି? ସକାଳେ ପିଅନ୍ତୁ ଅଧାକପ ପାନମହୂରୀର ଚା’

ବ୍ରେନ୍‌ଷ୍ଟ୍ରୋକ୍‌ରୁ ଦୂରେଇ ରହିବାକୁ ଚାହୁଁଛନ୍ତି? ସକାଳେ ପିଅନ୍ତୁ ଅଧାକପ ପାନମହୂରୀର ଚା’

ପାନମଧୁରୀ ଚା’ ଦେହ ପାଇଁ ଉପକାରୀ। ବହୁ ରୋଗରୁ ଏହା ଦୂରେଇ ରଖିଥାଏ।