ସମ୍ପାଦକୀୟ |

ଅଜ୍ଞାତରେ ମାଂସାହାର

ଅଜ୍ଞାତରେ ମାଂସାହାର

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
କେବଳ ମାଂସ ନ ଖାଇବାକୁ ଶାକାହାର କୁହାଯାଇପାରିବ ନାହିଁ। ଆମିଷ ତାଲିକାରେ କ୍ଷୀରକୁ ବି ରଖିବାକୁ ହେବ କାରଣ ତାହା ହେଉଛି ତରଳ ପ୍ରାଣୀ ମାଂସ। ଆପଣ ବି ଅଜ୍ଞାତରେ ମାଂସାହାର କରୁଥାଇପାରନ୍ତି। ପ୍ରାଣୀମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ଓ ବିଭିନ୍ନ ଗ୍ରନ୍ଥିରୁ ସଂଗୃହୀତ ଉପାଦାନ ଆକାରରେ ବିଭିନ୍ନ ଶିଳ୍ପ ଆପଣମାନଙ୍କୁ କ’ଣ ଖାଇବାକୁ ଦେଉଛନ୍ତି, ତାହା ଜାଣନ୍ତି କି? ଅନେକ ଶିଳ୍ପ ପ୍ରାଣୀମାନଙ୍କ ମସ୍ତିଷ୍କ, ସୁଷୁମ୍ନା କାଣ୍ଡ, ଅଗ୍ନ୍ୟାଶୟ, ପାକସ୍ଥଳୀ, ଯକୃତ, ଫୁସ୍‌ଫୁସ୍‌, ବୃକ୍କ ଓ ଜରାୟୁ ଏବଂ ଅନ୍ତଃସ୍ରାବୀ ଗ୍ରନ୍ଥି, ଶ୍ଳୈଷ୍ମିକ (ପିଟୁଇଟାରୀ) ଗ୍ରନ୍ଥି, ଗଳଗ୍ରନ୍ଥି, ପାରାଥାଇରଏଡ୍‌ (ଗଳଗ୍ରନ୍ଥି ଭିତରେ ଥିବା ଅନ୍ୟତମ ଅନ୍ତଃସ୍ରାବୀ ଗ୍ରନ୍ଥି) ଓ ଆଡ୍ରେନାଲ (ମୂତ୍ରାଶୟ ନିକଟରେ ଥିବା ଅନ୍ତଃସ୍ରାବୀ ଗ୍ରନ୍ଥି) ପ୍ରଭୃତି ବ୍ୟବହାର କରନ୍ତି। ପ୍ରାଣୀମାନଙ୍କ ଶରୀରରୁ ଗ୍ରନ୍ଥିଗୁଡ଼ିକ ବାହାର କରି ତାକୁ ଶୀତଳୀକରଣ ପଦ୍ଧତିରେ ରଖାଯାଏ। ଗ୍ରନ୍ଥିଗୁଡ଼ିକର ପାର୍ଶ୍ୱରେ ଲାଗିଥିବା ଚର୍ବି ଓ ସଂଯୋଗକାରୀ ପେଶୀଗୁଡ଼ିକୁ କାଟି ବାହାର କରିଦିଆଯାଏ। ତାକୁ ମହମଲଗା କାଗଜରେ ବିଯୁକ୍ତ ୧୮ଂ ସେଣ୍ଟିଗ୍ରେଡ୍‌ ଉତ୍ତାପରେ ରଖାଯାଏ। ଯେତେବେଳେ ଗ୍ରନ୍ଥିଗୁଡ଼ିକ ଔଷଧ ତିଆରି କାରଖାନାରେ ପହଞ୍ଚେ, ସେତେବେଳେ ତାକୁ କାଟି ବିଭିନ୍ନ ଦ୍ରବଣରେ ମିଶାଇ ସେଥିରୁ ରସ ବାହାର କରାଯାଏ ବା ତାକୁ ଭାକ୍ୟୁମ୍‌ ଡ୍ରାୟର୍‌ରେ ରଖାଯାଏ। ଶୁଖିଗଲା ପରେ ତାକୁ ଗୁଣ୍ଡ କରି କ୍ୟାପ୍‌ସୁଲ ଭିତରେ ରଖାଯାଏ ବା ତରଳ ପଦାର୍ଥରେ ମିଶାଇ ତରଳ ଔଷଧରେ ପରିଣତ କରାଯାଏ। ମସ୍ତିଷ୍କ ଓ ସୁଷୁମ୍ନା କାଣ୍ଡରେ କୋଲେଷ୍ଟରଲ ଥାଏ। ଏହା ହେଉଛି ଭିଟାମିନ୍‌ ଡି କୋଲେକ୍ୟାଲ୍‌ସିଫେରଲ ତିଆରି ପାଇଁ ଆବଶ୍ୟକ କଞ୍ଚାମାଲ। ଏହି ଭିଟାମିନ୍‌ ଡିକୁ କ୍ଷୀରଜାତ ଦ୍ରବ୍ୟ, ଜୁସ୍‌ ଓ ଶସ୍ୟରୁ ପ୍ରସ୍ତୁତ ଖାଦ୍ୟରେ ମିଶାଯାଏ, ଯାହା ଉପରେ ମରାଯାଏ ‘ଫର୍ଟିଫାଏଡ୍‌ ଉଇଥ୍‌ ଭିଟାମିନ୍‌ ଡି’। କୋଲେଷ୍ଟରଲ ହେଉଛି ଏକ ଅଠାଳିଆ ଚର୍ବି ପରି ପଦାର୍ଥ, ଯାହା ଆଖି ଓ ମୁହଁର ମେକ୍‌ଅପ୍‌, ଶେଭିଂ (ଦାଢ଼ି ଖିଅର) ଉପକରଣ ଏବଂ ଶାମ୍ପୁରେ ବ୍ୟବହୃତ ହୁଏ। ପ୍ରାଣୀମାନଙ୍କ ଗଲ୍‌ ବ୍ଲାଡର୍‌ (ପିତ୍ତାଶୟ)ରୁ ପିତ୍ତରସ (ବାଇଲ) ମିଳିଥାଏ। ବଦହଜମି, କୋଷ୍ଠକାଠିନ୍ୟ ଓ ପିତ୍ତାଶୟରେ ବିଶୃଙ୍ଖଳା ପାଇଁ ଏବଂ ଯକୃତର କାର୍ଯ୍ୟକ୍ଷମତା ବୃଦ୍ଧି କରିବା ପାଇଁ ଏହା ବ୍ୟବହୃତ ହୁଏ। ଗୋରୁ ବା ଘୁଷୁରିଙ୍କ ପିତ୍ତରସକୁ ଶୁଖିଲା ବା ତରଳ ଆକାରରେ ବିକ୍ରି କରାଯାଏ। ପିତ୍ତରସର କେତେକ ଉପାଦାନ ଯଥା ପ୍ରେଡ୍‌ନିସୋନ୍‌ ଓ କର୍ଟିସୋନ୍‌କୁ ଅଲଗା କଢ଼ାଯାଏ, ଯାହାକୁ ଔଷଧରେ ବ୍ୟବହାର କରାଯାଏ। ଯକୃତ ହେଉଛି ପ୍ରାଣୀମାନଙ୍କର ସବୁଠାରୁ ବଡ଼ ଗ୍ରନ୍ଥି। ଗୋଟିଏ ବୟସ୍କ ଗୋରୁର ଯକୃତ ପ୍ରାୟ ୫ କେଜି ଏବଂ ଘୁଷୁରିର ପ୍ରାୟ ୧.୪ କେଜି ହୋଇଥାଏ। କଞ୍ଚା ପ୍ରାଣୀ ଯକୃତକୁ ବାଟି ସେଥିରେ ଈଷତ୍‌ ଅମ୍ଳୀକୃତ ଗରମ ପାଣି ମିଶାଇ ଯକୃତ ରସ ପ୍ରସ୍ତୁତ କରାଯାଏ। ଏହାକୁ ଅଳ୍ପ ତାପମାତ୍ରାରେ ମାରି ଘନୀକୃତ ପେଷ୍ଟ ପ୍ରସ୍ତୁତ କରାଯାଏ, ଯାହାକୁ ଔଷଧ ଶିଳ୍ପଗୁଡ଼ିକ ଭିଟାମିନ୍‌ ବି୧୨ ପ୍ରସ୍ତୁତି ପାଇଁ କଞ୍ଚାମାଲ ଭାବେ ବ୍ୟବହାର କରନ୍ତି। ଏହି ଔଷଧ ରକ୍ତହୀନତା ରୋଗୀଙ୍କୁ ଦିଆଯାଏ। ରକ୍ତକୁ ପତଳା କରିବା ପାଇଁ ହେପାରିନ୍‌ ବ୍ୟବହାର କରାଯାଏ। ଏହାକୁ ଯକୃତ, ଫୁସ୍‌ଫୁସ୍‌ ଓ କ୍ଷୁଦ୍ରାନ୍ତ୍ରରୁ ପ୍ରସ୍ତୁତ କରାଯାଏ। ପ୍ରେଜେଷ୍ଟେରନ୍‌ ଓ ଏଷ୍ଟ୍ରୋଜେନ୍‌ ହେଉଛି ଘୁଷୁରି ଜରାଶୟରୁ ସଂଗୃହୀତ ହର୍ମୋନ୍‌। ମହିଳାମାନଙ୍କ ଗର୍ଭ ସମସ୍ୟା ଦୂର ପାଇଁ ଏବଂ ମୁହଁର ଧୁଡ଼ୁଧୁଡ଼ିଆ ଚର୍ମକୁ ମସୃଣ କରିବା ପାଇଁ ଫେସ୍‌ କ୍ରିମ୍‌ରେ ଏହାକୁ ବ୍ୟବହାର କରାଯାଏ। ରିଲାକ୍ସିନ୍‌ ହେଉଛି ଏକ ହର୍ମୋନ୍‌ ଯାହାକୁ ଗର୍ଭବତୀ ଗାଈଙ୍କଠାରୁ ସଂଗ୍ରହ କରାଯାଏ ଏବଂ ପିଲା ଜନ୍ମ ସମୟରେ ଔଷଧ ଆକାରରେ ମହିଳାମାନଙ୍କୁ ଦିଆଯାଏ। ଡାଇବେଟିସ୍‌ ରୋଗରେ ବ୍ୟବହାର କରାଯାଉଥିବା ଇନ୍‌ସୁଲିନ୍‌ ଗୋରୁ ଓ ଘୁଷୁରିମାନଙ୍କ ଅଗ୍ନ୍ୟାଶୟରୁ ସଂଗ୍ରହ କରାଯାଏ। ୧୯୨୧ ମସିହାରୁ ଏହା ଡାଇବେଟିସ୍‌ ଚିକିତ୍ସାରେ ବ୍ୟବହାର ହୋଇଆସୁଛି। ମାତ୍ର ୮ ଆଉନ୍ସ (୧ ଆଉନ୍ସ ପ୍ରାୟ ୨୮ ଗ୍ରାମ୍‌) ଶୁଦ୍ଧ ଇନ୍‌ସୁଲିନ୍‌ ତିଆରି ପାଇଁ ୨ ଟନ୍‌ରୁ ଅଧିକ ଘୁଷୁରି ଦେହାଂଶ (ଅଗ୍ନ୍ୟାଶୟ) ଦରକାର। ଅଗ୍ନ୍ୟାଶୟ କୋଷରୁ ଗ୍ଲୁକାଗୋନ୍‌ ନାମକ ଆଉ ଏକ ଜିନିଷ ତିଆରି କରାଯାଏ, ଯାହା ଅଧିକ ଇନ୍‌ସୁଲିନ୍‌ ନେବା ଜନିତ ବିଶୃଙ୍ଖଳା କ୍ଷେତ୍ରରେ ରକ୍ତଶର୍କରା ବୃଦ୍ଧି ପାଇଁ ବ୍ୟବହାର କରାଯାଏ। କିମୋଟ୍ରିପ୍ସିନ୍‌ ଓ ଟ୍ରିପ୍ସିନ୍‌ ହେଉଛି ପ୍ରାଣୀ ବା ମାଛଙ୍କ ଅଗ୍ନ୍ୟାଶୟରୁ ସଂଗୃହୀତ ଏଞ୍ଜାଇମ୍‌ (ବିପାଚକ)। ସର୍ଜରୀ ପରେ ଓ ଆଘାତ କ୍ଷତ ଜନିତ ଅସୁସ୍ଥତା ପରେ ଶୀଘ୍ର ସୁସ୍ଥ ହୋଇଉଠିବା ପାଇଁ ଏହାକୁ ବ୍ୟବହାର କରାଯାଏ। ଜମାଟ ବାନ୍ଧିଥିବା ରକ୍ତକୁ ତରଳାଇବା ପାଇଁ, ସାଧାରଣ ଥଣ୍ଡା ରୋଗରେ ଏବଂ ଖାଦ୍ୟ ଶିଳ୍ପରେ ଟ୍ରିପ୍ସିନ୍‌ ବ୍ୟବହାର କରାଯାଏ। ଘୁଷୁରି, ଗୋରୁ ବା ମେଣ୍ଢାଙ୍କ ଅନ୍ତଃସ୍ରାବୀ ଗ୍ରନ୍ଥିରୁ ଆଡ୍ରେନାଲାଇନ୍‌ ବା ଏପିନେଫ୍ରାଇନ୍‌ ନିଷ୍କାସନ କରାଯାଏ। ଏହାକୁ ଇଞ୍ଜେକ୍ସନ ଆକାରରେ ନେଲେ ମାଂସପେଶୀକୁ ରକ୍ତ ପ୍ରବାହ ବଢ଼େ ଏବଂ ହୃଦ୍‌ଯନ୍ତ୍ରର କ୍ରିୟାରେ ଉନ୍ନତି ହୁଏ। ଆରାକିଡୋନିକ୍‌ ଏସିଡ୍‌ ହେଉଛି ଏକ ଫ୍ୟାଟି ଏସିଡ୍‌, ଯାହାକୁ ପ୍ରାଣୀଙ୍କ ଯକୃତରୁ ସଂଗ୍ରହ କରାଯାଇଥାଏ ଏବଂ ଏକ ବଡ଼ି-ବିଲ୍‌ଡିଂ ଉପାଦାନ ଭାବେ ବଜାରରେ ବିକ୍ରି କରାଯାଏ। ଏକ୍‌ଜିମା (ବିଇଞ୍ଚ), ଚମଦଳା ଓ ମଚଳା କ୍ଷେତ୍ରରେ ଚମକୁ ନରମ କରିବା ପାଇଁ ଏହାକୁ ମଧ୍ୟ କ୍ରିମ୍‌ ଭାବରେ ବ୍ୟବହାର କରାଯାଏ। ଇଲାଷ୍ଟେନ୍‌ ଓ କୋଲାଜେନ୍‌ ହେଉଛି ଏକପ୍ରକାର ପ୍ରୋଟିନ୍‌ ଯାହାକୁ ଗୋରୁ ଓ ଘୁଷୁରିଙ୍କ ବେକର ଲିଗାମେଣ୍ଟ ଓ ଏଓର୍ଟା (ହୃଦୟର ବାମ ଅଳିନ୍ଦରୁ ଶୁଦ୍ଧରକ୍ତ ସଂଚାଳିକା ନଳୀ)ରୁ ସଂଗ୍ରହ କରାଯାଇଥାଏ। ବଜାରରେ ଏହାକୁ ବୟୋବୃଦ୍ଧିଜନିତ ଶ୍ଳଥ ଚର୍ମକୁ ଚିକ୍କଣ କରିବା ନାମରେ ବିକ୍ରି କରାଯାଏ, ଯାହା ପ୍ରକୃତରେ ଏକ ପ୍ରବଞ୍ଚନା ଛଡ଼ା କିଛି ନୁହେଁ। ଲିପେଜ୍‌ ଓ ରେନିଟ୍‌ ହେଉଛି ଦୁଇଟି ବିପାଚକ ଯାହାକୁ ବାଛୁରି, ଛେଳି ଓ ମେଣ୍ଢା ଛୁଆଙ୍କ ପାକସ୍ଥଳୀ ଓ ଜିଭରୁ ଅଣାଯାଇଥାଏ। ଏହାକୁ ଛେନା ତିଆରି, କ୍ଲଟିଂ ଏଜେଣ୍ଟ ଏବଂ ହଜମ ସହାୟକ ଭାବେ ବ୍ୟବହାର କରାଯାଏ। ଘୁଷୁରିର ପାକସ୍ଥଳୀରୁ ପେପ୍‌ସିନ୍‌ ସଂଗ୍ରହ କରାଯାଏ, ଯାହାକୁ ରେନିଟ୍‌ ପରି ବ୍ୟବହାର କରାଯାଏ। ପାମିଟିକ୍‌ ଏସିଡ୍‌ ଓ ଓଲିକ୍‌ ଏସିଡ୍‌ ହେଉଛି ଏକପ୍ରକାର ଫ୍ୟାଟି ଏସିଡ୍‌, ଯାହା ଉଭୟ ପ୍ରାଣିଜ ଓ ଉଦ୍ଭିଜ୍ଜ ଚର୍ବିରୁ ସଂଗ୍ରହ କରାଯାଇପାରେ। ଓଲିକ୍‌ ଏସିଡ୍‌ ଏକ ପ୍ରକାର ପ୍ରାଣିଜ ଚର୍ବି ଟାଲୋରୁ ସଂଗ୍ରହ କରାଯାଏ, ଯାହାକୁ ସାବୁନ୍‌ ଓ ମହମବତି ତିଆରିରେ ବ୍ୟବହାର କରାଯାଏ। ଏହାକୁ ମଧ୍ୟ ଆପଣ ଚକୋଲୋଟ୍‌, ଆଇସ୍‌କ୍ରିମ୍‌, କେତେକ ମୃଦୁ ପାନୀୟ, କଣ୍ଡିମେଣ୍ଟ, ଶାମ୍ପୁ, କ୍ରିମ୍‌, ନେଲ୍‌ପଲିଶ୍‌, ଲିପ୍‌ଷ୍ଟିକ୍‌ ଓ ଚର୍ମରେ ଲଗାଯାଉଥିବା କ୍ରିମ୍‌ରେ ଦେଖିବାକୁ ପାଇବେ। ଓସେନଲ ନାମରେ ବିକ୍ରି କରାଯାଉଥିବା ଓଲେଲ୍‌ ଆଲକୋହଲ ହେଉଛି ମାଛତେଲରେ ଥିବା ଏକ ଚର୍ବି। ଲୁଗାପଟାର ତନ୍ତୁକୁ ନରମ କରିବା ପାଇଁ ପ୍ଲାଷ୍ଟିସାଇଜର ଭାବେ ଡିଟର୍ଜେଣ୍ଟରେ ଏହା ବ୍ୟବହାର କରାଯାଏ। ପାନ୍ଥେନୋଲର ଅନ୍ୟ ନାମ ପ୍ରୋ ଭିଟାମିନ୍‌ ବି୫, ଯାହା ଏକ ମଏଶ୍ଚରାଇଜିଙ୍ଗ୍‌ ଉପାଦାନ ଭାବେ ବିଭିନ୍ନ ପ୍ରସାଧନ ସାମଗ୍ରୀ, କଣ୍ଡିଶନର, ନାଜାଲ ସ୍ପ୍ରେ, ଆଇଡ୍ରପ୍‌ ଏବଂ କଣ୍ଟାକ୍ଟ ଲେନ୍ସ ସଫା କରିବାରେ ବ୍ୟବହୃତ ତରଳ ପଦାର୍ଥରେ ବ୍ୟବହାର କରାଯାଏ। ଏହାକୁ ପ୍ରାଣୀଙ୍କ ଯକୃତ, ବୃକ୍କ, ଲବ୍‌ଷ୍ଟର, ମାଛ, କୁକୁଡ଼ା ପ୍ରଭୃତିଙ୍କଠାରୁ ସଂଗ୍ରହ କରାଯାଏ। ଏହାକୁ ମଧ୍ୟ ବିଭିନ୍ନ ପନିପରିବା, ଛତୁ, ଶିମ୍ବ ଜାତୀୟ ମଞ୍ଜି ପ୍ରଭୃତିରୁ ସଂଗ୍ରହ କରାଯାଇପାରିବ। ଯଦି ଏହା ଉଦ୍ଭିଜ୍ଜ ଉପାଦାନରୁ ସଂଗୃହୀତ ବୋଲି ଲେଖା ନ ଥିବ, ତେବେ ଏହା ପ୍ରାଣୀଙ୍କଠାରୁ ସଂଗୃହୀତ ବୋଲି ଧରିନେବାକୁ ହେବ।
Email: gandhim@nic.in

All Right Reserved By

ସମ୍ପାଦକୀୟ |

ଅସହଯୋଗର ଦୁଃଖ

ଅସହଯୋଗର ଦୁଃଖ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଦେଶର ସର୍ବୋଚ୍ଚ ଖାଉଟି ସମବାୟ ସଂସ୍ଥା ବୋର୍ଡ ଅଫ୍‌ ନ୍ୟାଶ୍‌ନାଲ କୋଅପରେଟିଭ୍ସ କଞ୍ଜ୍ୟୁମର୍ସ ଫେଡ଼େରେଶନ୍‌ (ଏନ୍‌ସିସିଏଫ୍‌ ବୋର୍ଡ)ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି)ଙ୍କୁ ନିଯୁକ୍ତି ଦେବା କାହାର ଅଧିକାରଭୁକ୍ତ ଏ ନେଇ ଉକ୍ତ ସଂସ୍ଥା ଏବଂ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଛି। ମନ୍ତ୍ରଣାଳୟ ଜଣେ ଯୁଗ୍ମ ସଚିବ ଅନିଲ ବହୁଗୁଣାଙ୍କୁ ଏମ୍‌ଡି ଭାବେ ନିଯୁକ୍ତି ଦେବାବେଳେ ଏହି ମତଭେଦ ପଦାକୁ ଆସିଛି। ବିଶିଷ୍ଟ ସମବାୟ ନେତା ତଥା ପୂର୍ବତନ ବିଧାୟକ ବିଜେନ୍ଦର ...

ଗୁଜବର ବ୍ୟାପକତା

ଗୁଜବର ବ୍ୟାପକତା

ଶିବରାମ ଶତପଥୀ ପ୍ରାୟ ଷାଠିଏ ବର୍ଷ ପୂର୍ବର କଥା। ଲୋକେ ପଦବ୍ରଜରେ ଯିବା ଆସିବା କରୁଥିଲେ। ଦିନେ ମୁଁ ପଦିଆ ମାମୁଙ୍କୁ ପଚାରିଲି- ତୁମେ ପରା ଆଜି ଅମୁକ ଗାଁକୁ ଯିବାର ଥିଲା, ଯାଉନ। ସେ କହିଲେ ଖଙ୍ଗାର ମାତିଛି ପରା, ଏକୁଟିଆ କେମିତି ଯିବି? ପିଲାଙ୍କୁ ତାଗିଦ କରାଯାଉଥିଲା, ଏକା ଏକା ଦେଖିଲେ ପିଲାଙ୍କୁ ଖଙ୍ଗାର ବସ୍ତାରେ ପୂରାଇ ନେଇଯିବ। ଅମୁକଠାରେ ପୋଲ ତିଆରି ହେଉଛି ତ, ତା ନିଅଁରେ ପକାଇବା ପାଇଁ ପିଲାଙ୍କୁ ଧରି ନିଆଯାଉଛି। ପୋଲର ସ୍ଥାୟିତ୍ୱ ପାଇଁ ନରବଳି ଆବଶ୍ୟକ। ଏହା ଅବଶ୍ୟ ଏକ ଅନ୍ଧବିଶ୍ୱାସ।...

ଭକ୍ତ ଓ ଭଗବାନଙ୍କ ମହାମିଳନ

ଭକ୍ତ ଓ ଭଗବାନଙ୍କ ମହାମିଳନ

ବିମଳ ପ୍ରସନ୍ନ ଦାସ ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଯୁଗେ ଯୁଗେ ଅନୁପମ ଓ ଅଲୌକିକ। ସେଥିପାଇଁ ଦାସିଆ ବାଉରିଙ୍କ ଅଧିକାର ଓ ଅଭିମାନ ଯୁଗ ଯୁଗକୁ ଅତୁଟ ରହିଛି ଓ ରହିଥିବ। କାରଣ ଲୀଳାମୟ, କାଳିଆ ସାଆନ୍ତ, ମହାବାହୁ ରାଜାଧିରାଜ ମଣିଷର ଠାକୁର। ଭକ୍ତର ଭାବରେ ବନ୍ଧା। ତା’ର ଜୀବନ ଧନ-ଅନ୍ଧ ଲଉଡି। କେତେ ବିଶ୍ୱାସ ଓ ନିର୍ଭରତା ଭକ୍ତର। ସାମାନ୍ୟ ଭରତିଆ ପକ୍ଷୀଟିର ଉଦାହରଣ ଯଥେଷ୍ଟ। କୁରୁକ୍ଷେତ୍ର ଯୁଦ୍ଧ ପ୍ରାରମ୍ଭରେ ପକ୍ଷୀଟି ବ୍ୟାକୁଳ ପ୍ରାର୍ଥନା କରିଛି ତା’ର ଅଣ୍ଡା ଦୁଇଟିକୁ ରକ୍ଷା କରିବାକୁ। ଭକ୍ତ ବଳରାମଙ୍କ କାଳଜ...

ଏଇ ଭାରତରେ

ଏଇ ଭାରତରେ

ନୀଚକୁଳରେ ଜନ୍ମ ହୋଇଥିବାରୁ ଜଣେ ମହିଳାଙ୍କ ହାତରନ୍ଧା ଖାଇବାକୁ କେତେକେ ନାକ ଟେକିଛନ୍ତି। ପରିଣାମ ସ୍ବରୂପ ଉକ୍ତ ମହିଳାଙ୍କୁ ସ୍କୁଲ୍‌ରୁ ହଟାଇ ଦେବାପାଇଁ ଉଚ୍ଚଜାତିର ଲୋକମାନେ ଦାବି ଉଠାଇଥିଲେ। ତାମିଲନାଡୁର ଏକ ସ୍କୁଲ୍‌ରେ ମଧ୍ୟାହ୍ନଭୋଜନ ରୋଷେଇ କରିବାରୁ ଉକ୍ତ ଦଳିତ ମହିଳାଙ୍କୁ ବଞ୍ଚତ୍ତ କରାଯାଇଛି। ତିରୁପୁର ଜିଲାର ଓକାମ୍‌ପଲାୟମ୍‌ ଗାଅଁାରେ ପି. ପାପଲ୍‌ ନାମ୍ନୀ ଏହି ମହିଳା ଗତ ୨ବର୍ଷ ହେଲା ମଧ୍ୟାହ୍ନଭୋଜନ ପାଚିକା ଭାବରେ ନିଯୁକ୍ତି ପାଇଥିଲେ। ସପ୍ତାହକ ତଳେ ନିଜ ଅନୁରୋଧ କ୍ରମେ ...

ଆଜିର ଅର୍ଥନୀତି/ ସ୍ବପ୍ନମୁଖା ଏଲ୍‌ଆଇସି

ଆଜିର ଅର୍ଥନୀତି/ ସ୍ବପ୍ନମୁଖା ଏଲ୍‌ଆଇସି

ଗତମାସରେ ବୀମା ନିୟାମକ ଓ ଉନ୍ନୟନ କର୍ତ୍ତୃପକ୍ଷ (ଆଇଆର୍‌ଡିଏ)ଠାରୁ ଅନୁମତି ପାଇବା ପରେ ଜୀବନବୀମା ନିଗମ (ଏଲ୍‌ଆଇସି) ବୋର୍ଡ କ୍ଷତିରେ ଚାଲୁଥିବା ଆଇଡିବିଆଇ ବ୍ୟାଙ୍କରେ ନିଜର ଅଂଶଧନ ୫୧ ପ୍ରତିଶତକୁ ବୃଦ୍ଧି କରିବା ଲାଗି ସରକାରଙ୍କୁ ପ୍ରସ୍ତାବ ଦେଇଛି। ଆଉ କେତେଟା ପ୍ରକ୍ରିୟା ଶେଷହେବା ପରେ ଉକ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଲ୍‌ଆଇସିର ଅଧୀନ ହୋଇଯିବ। ଆଇଡିବିଆଇ ବ୍ୟାଙ୍କରେ ଜୀବନବୀମା ନିଗମର ବର୍ତ୍ତମାନ ୭.୯୮ ପ୍ରତିଶତ ଅଂଶଧନ ରହିଛି, ଯାହା ମାର୍ଚ୍ଚ ୨୦୧୮ ସୁଦ୍ଧା ୧୦.୮୨ ପ୍ରତିଶତ ଥିଲା। ରୁଗ୍ଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ସୁସ୍ଥ କରିତୋଳିବା ଦୀର୍ଘଦିନ ହେଲା ସରକାରଙ୍କର ଏକ ନୀତି ...

 ସଙ୍କଟରେ ଭବିଷ୍ୟତ

ସଙ୍କଟରେ ଭବିଷ୍ୟତ

ଉପେନ୍ଦ୍ର ବିଶ୍ୱାଳ ପାଗଳପ୍ରାୟ ଘୂରି ବୁଲୁଥାନ୍ତି ମହାମାନ୍ୟ ମଦନମୋହନ ମାଲବ୍ୟ। ନିଶା ଘାରିଥାଏ ବନାରସରେ ବିଶ୍ୱସ୍ତରୀୟ ହିନ୍ଦୁ ବିଶ୍ୱବିଦ୍ୟାଳୟଟିଏ ପ୍ରତିଷ୍ଠା କରିବାକୁ। ହାତ ପତଉଥାନ୍ତି ସମସ୍ତଙ୍କୁ। ଏପରିକି ମୃତଦେହ ଶୋଭାଯାତ୍ରାରେ ଫିଙ୍ଗାଯାଉଥିବା ପଇସା କଉଡ଼ିକୁ ମଧ୍ୟ ସାଉଁଟି ରଖୁଥାନ୍ତି। ବଡ଼ ଆଶା ନେଇ ପହଞ୍ଚତ୍ଲେ ଦିନେ ଘନଶ୍ୟାମ ଦାସ ବିର୍ଲାଙ୍କ ବାସଭବନରେ। ବୈଠକଖାନାରେ ଟିକିଏ ବସିବାକୁ କହି ଠାକୁର ପୂଜା ପାଇଁ ଗଲେ ସେ। ଦୀପଟି ଜଳାଇଲାବେଳେ ପ୍ରଥମ ପରେ ଦ୍ୱିତୀୟ ଦିଆସିଲିକାଠିଟି ଲିଭିଗଲା। ତୃତୀୟ କାଠିଟି ବି ଲିଭିଗଲା ସାମାନ୍ୟ ଅସାବଧାନତାବଶତଃ। ଗର୍ଜିଉଠି ବର୍ଷିଗଲେ ପୂଜକ ଉପରେ। ଆଚମ୍ବିତ ହେଲେ ...

ପ୍ରାଣବନ୍ତ, ପ୍ରଣବସ୍ବରୂପ

ପ୍ରାଣବନ୍ତ, ପ୍ରଣବସ୍ବରୂପ

ଡା. ଅଂଶୁମାନ୍‌ କର ଗତ ସ୍ନାନପୂର୍ଣ୍ଣିମା ଦିନ ଗଜପତି ମହାରାଜ ପ୍ରଭୁ ଜଗନ୍ନାଥଙ୍କ ଆଳତି କରିବା ସମୟରେ ପ୍ରଭୁଙ୍କ ଶିରରୁ ଫୁଲମାଳ ଖସିବାକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ଆଜିର ସୋସିଆଲ ମିଡିଆ ଯୁଗରେ ଏହି ଘଟଣାର ଭୂରି ଭୂରି ପ୍ରଚାର ଓ ପ୍ରସାର ଚାଲିଛି। ଜଗନ୍ନାଥ ଓ ପୁରୀ ଶ୍ରୀମନ୍ଦିରର ପ୍ରାଣବନ୍ତ ଅସ୍ତିତ୍ୱର ଏହା ଏକ ଦିବ୍ୟ ପ୍ରମାଣ ବୋଲି ଅନେକେ ମତ ବ୍ୟକ୍ତ କରୁଛନ୍ତି। କେତେଜଣ କହୁଛନ୍ତି, ଏହାଦ୍ୱାରା ପ୍ରଭୁ ନିଜ ପ୍ରତ୍ୟକ୍ଷ ଉପସ୍ଥିତିର ପ୍ରମାଣ ଦେଉଛନ୍ତି।...

ଏଇ ଭାରତରେ

ଏଇ ଭାରତରେ

ଜଣେ ନବଜାତ ଶିଶୁ କ୍ଷୀର ପାନ କରିବା ପରେ କୋମା ଅବସ୍ଥାରେ ଥିବା ତା’ ମା’ଙ୍କର ଚେତା ଫେରିଆସିଛି। ଏପରି ଏକ ଘଟଣା କେରଳରେ ଘଟିଛି। ବେଟିନା ନାମ୍ନୀ ଜଣେ ମହିଳା ଶିଶୁପୁତ୍ରର କାନ୍ଦ ଶୁଣି ଧୀରେ ଧୀରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଜୁନ୍‌ ୧୪ରେ ଶିଶୁଟି ଜନ୍ମଗ୍ରହଣ କରିଥିଲା। ଶିଶୁଟି ସ୍ତନ୍ୟପାନ କରିବା ପରେ ମହିଳାଙ୍କର ସ୍ନାୟୁଗତ ସମସ୍ୟା ଧୀରେ ଧୀରେ ସୁଧୁରିବାରେ ଲାଗିଥିଲା ବୋଲି ହସ୍ପିଟାଲ୍‌ର ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ର ମୁଖ୍ୟ ଡକ୍ଟର ଆର. ବିବେକ ପ୍ରକାଶ କରିଛନ୍ତି। ...

ପଞ୍ଚଗବ୍ୟ: ଏକ ଟନିକ୍‌ ଓ ଔଷଧ

ପଞ୍ଚଗବ୍ୟ: ଏକ ଟନିକ୍‌ ଓ ଔଷଧ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପୂର୍ବରୁ ଏହି ସ୍ତମ୍ଭରେ ଶସ୍ୟକ୍ଷେତ୍ରରେ ପଞ୍ଚଗବ୍ୟର ବ୍ୟବହାର ଉପରେ ଏକ ନିବନ୍ଧ ଲେଖିଥିଲି। ବହୁବର୍ଷର ଗବେଷଣା ପରେ ଉକ୍ତ ପୁସ୍ତକ ଲେଖିଥିବା ଡ. କେ. ନଟରାଜନ୍‌ ଏଥିରେ ପ୍ରାଣୀମାନଙ୍କ ଉପରେ ପଞ୍ଚଗବ୍ୟର ପ୍ରଭାବ ସମ୍ବନ୍ଧରେ ମଧ୍ୟ ଏକ ଅଧ୍ୟାୟ ଲେଖିଛନ୍ତି। ଗଛଲତା ଉପରେ ଅଧ୍ୟୟନ ପରେ ତାଙ୍କ ଗବେଷକ ଦଳ ପ୍ରାଣୀ ଓ ମନୁଷ୍ୟ ଉପରେ ଅଧ୍ୟୟନ ଆରମ୍ଭ କରିଦେଇଥିଲେ। ପୂର୍ବ ନିବନ୍ଧଟି ଯେଉଁମାନେ ପଢ଼ି ନ ଥିବେ ସେମାନଙ୍କ ପାଇଁ ଏହାର ପ୍ରସ୍ତୁତି ପ୍ରଣାଳୀ ନିମ୍ନରେ ଆଉ ଥରେ ଲେଖୁଛି।...

ଅଭାବର ଚିତ୍ରପଟ

ଅଭାବର ଚିତ୍ରପଟ

ଡ. ସୁବାସ ଚନ୍ଦ୍ର ପାତ୍ର ଦାରିଦ୍ର୍ୟର ମାତ୍ରା ତଥା କିସମ ଅଛି। ବିଭିନ୍ନ ପ୍ରକାର ଦାରିଦ୍ର୍ୟରେ ମଣିଷ ହନ୍ତସନ୍ତ କିନ୍ତୁ ଅର୍ଥନୈତିକ ଦାରିଦ୍ର୍ୟ ମଣିଷକୁ ବେଶି ନିପୀଡ଼ିତ କରେ କାରଣ ତା’ର ପ୍ରଭାବ ଦୃଶ୍ୟମାନ। ସବୁ ଦରିଦ୍ରତା ପଛରେ ଥାଏ ଏକ ଅଭାବବୋଧ ଏବଂ ଏହି ଅଭାବ ଯେତେବେଳେ ସର୍ବବ୍ୟାପୀ ଓ ସର୍ବଗ୍ରାସୀ ହୋଇଯାଏ ସେଇଠି ଦାରିଦ୍ର୍ୟ ହୋଇପଡ଼େ ଦୁର୍ବିଷହ।...

ପତିତପାବନ ଯାତ୍ରା

ପତିତପାବନ ଯାତ୍ରା

ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର ପୁରୁଷୋତ୍ତମ ଜଗନ୍ନାଥ ଦିବ୍ୟ ନୀଳାଚଳରେ ଅନାଦିକାଳରୁ ଦାରବୀ ଲୀଳା ସଂରଚନା କରିଛନ୍ତି। ତାଙ୍କ ଦିବ୍ୟ ଲୀଳାକୁ ଦୁଇଭାଗରେ ବିଭକ୍ତ କରାଯାଇଛି- ଶ୍ରୀମନ୍ଦିର ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି ସ୍ବରୂପରେ ଐଶ୍ୱର୍ଯ୍ୟଲୀଳା ଏବଂ ରଥଯାତ୍ରାରେ ଅଗଣିତ ଭକ୍ତଙ୍କ ସହିତ ମାଧୁର୍ଯ୍ୟଲୀଳା। ତାଙ୍କର ଏହି ମାଧୁର୍ଯ୍ୟଲୀଳା ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱମାନସକୁ ଉଦ୍‌ବୁଦ୍ଧ କରିଆସିଛି। ବିଶ୍ୱର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦର୍ଶନ କରିବାକୁ ଶ୍ରୀକ୍ଷେତ୍ର ଆଗମନ କରିଥାନ୍ତି। ଏହି ଯାତ୍ରାରେ ପ୍ରଭୁ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଦିନେ ନା ଦିନେ ସଫଳତା ଆଣି ଦେଇଥାଏ। ଯାହାକି ପୂର୍ବ ବାଙ୍ଗାଲୋରର ଲିଙ୍ଗରାଜପୁରମ୍‌ ଅଞ୍ଚଳରେ ବାସ କରୁଥିବା ଜଣେ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ସ୍ବାମୀଙ୍କ କ୍ଷଣିକ ରାଗର ଶିକାର ହୋଇ ନିଜର ମୁଖମଣ୍ଡଳର ସୌନ୍ଦର୍ଯ୍ୟକୁ ହରାଇଥିବା ଅନୀଥା ପାର୍କର ମେରୀ ନାମ୍ନୀ ଜଣେ ମହିଳା ଦୀର୍ଘ ୧୮ବର୍ଷ ଧରି ସଂଘର୍ଷ କରିବା ପରେ ଏବେ ସ୍ବାବଲମ୍ବୀ ହୋଇପାରିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ଏକ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ସହଯୋଗରେ ଅନୀଥା ଏକ ଦୋକାନ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିଛନ୍ତି। ସାମାନ୍ୟ କଥାକୁ କେନ୍ଦ୍ର କରି ୧୮ବର୍ଷ ତଳେ ଅନୀଥାଙ୍କ ସ୍ବାମୀ ଏକ ଜଳନ୍ତା ଲଣ୍ଠନକୁ ତାଙ୍କ ଉପରକୁ ଫିଙ୍ଗି ଦେଇଥିଲେ। ଏଥିରେ ଅନୀଥାଙ୍କ ମୁହଁ ଓ ଶରୀରର ବିଭିନ୍ନ ଅଂଶ ପୋଡ଼ି ଯାଇଥିଲା। ଦୀର୍ଘଦିନ ଧରି ଚିକିତ୍ସିତ...

୧. ଜଗନ୍ନାଥଙ୍କ ରଥର ଚକ ସଂଖ୍ୟା କେତେ?

Model This Week

ରୂପେଶ