ସମ୍ପାଦକୀୟ |

ଚାଷୀର ଆୟ, ଚାଷୀର ସୁରକ୍ଷା

ଚାଷୀର ଆୟ, ଚାଷୀର ସୁରକ୍ଷା

ବିଚିତ୍ର ବିଶ୍ୱାଳ
ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ଚାଷୀଙ୍କ ଆୟକୁ ଦୁଇଗୁଣ କରିବା ହେଉଛି ମୋଦି ସରକାରଙ୍କ ସବୁଠାରୁ ଲୋକପ୍ରିୟ ଘୋଷଣା। ନୀତି ଆୟୋଗ, କୃଷି ବିଶ୍ୱବିଦ୍ୟାଳୟ, ଅର୍ଥନୀତିଜ୍ଞ ଓ ଏପରି କି ଚାଷବାସ ସହିତ ଆଦୌ ସଂପର୍କ ନ ଥିବା ବିଶେଷଜ୍ଞମାନେ ବି ବର୍ତ୍ତମାନ ଚାଷୀଙ୍କ ଆୟକୁ ଦୁଇଗୁଣ କରିବାର ଉପାୟ ବିଷୟରେ କଥା ହେଉଛନ୍ତି। କିନ୍ତୁ ବଡ଼ ଦୁର୍ଭାଗ୍ୟର ବିଷୟ ଯେ, ଯେଉଁ ଉପାୟରେ ଚାଷୀମାନଙ୍କର ଆୟକୁ ଦୁଇଗୁଣ କରିବା ପାଇଁ ନୀତି ନିର୍ଦ୍ଧାରକମାନେ ଯୋଜନା କରୁଛନ୍ତି, ସେଥିରେ ଚାଷୀମାନଙ୍କର ଆୟ କେବେ ବି ଦୁଇଗୁଣ ହୋଇପାରିବ ନାହଁି। ଚାଷୀମାନଙ୍କ ଆୟକୁ ଦୁଇଗୁଣ କରିବା ଘୋଷଣାଟି ସିନା ନୂଆ, ହେଲେ ସେଥିପାଇଁ ଯେଉଁ ଉପାୟ ସବୁ ଅବଲମ୍ବନ କରାଯାଉଛି, ତାହା ସେହି ପୁରୁଣାକାଳିଆ। ନୀତି ନିର୍ଦ୍ଧାରକଙ୍କଠୁ ଆରମ୍ଭ କରି କୃଷି ବୈଜ୍ଞାନିକ, ଅର୍ଥନୀତିଜ୍ଞମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଚାଷୀର ଉପତ୍ାଦନ ବଢ଼ାଇବା, ଜଳସେଚନ ପରିସର ବୃଦ୍ଧି କରିବା, ଫସଲ ବୀମା ଓ ଚାଷୀ ପାଇଁ ସ୍ଥାୟୀ ବଜାର ସୃଷ୍ଟି କରିବା ଉପରେ ହଁି ଗୁରୁତ୍ୱ ଦେଉଛନ୍ତି। କେହି ବି ଅସଲ କଥାକୁ ଯାଉନାହାନ୍ତି। ଯେଉଁ ବଡ଼ବଡ଼ ଅଧିକାରୀମାନେ ଚାଷୀକୁ ଉପତ୍ାଦନ ବଢ଼ାଇ ଆୟ ଦୁଇଗୁଣ କରିବାକୁ ଉପଦେଶ ଦେଉଛନ୍ତି, ସେମାନେ ସମସ୍ତେ ମାସକୁ ମାସ ନିରାପଦ ଦରମା ପାଇ ନିଜର ଆୟକୁ ସୁରକ୍ଷିତ ରଖିଛନ୍ତି ଓ ଅୟେସ୍‌ ଆରାମ୍‌ରେ କାଳ କାଟୁଛନ୍ତି। କିନ୍ତୁ ସେମାନେ ଚାଷୀ ପାଇଁ କୌଣସି ସ୍ଥାୟୀ ରୋଜଗାର ସୁରକ୍ଷା କଥା ନ କହି କେବଳ ଉପତ୍ାଦନ ବଢ଼ାଇବା, ଜଳସେଚନ ପରିସର ବୃଦ୍ଧି କରିବା ଓ ଫସଲ ବୀମା ଆଦି ବିଷୟରେ କହୁଛନ୍ତି। ଅସଲ କଥା ହେଉଛି, ଗତ କୋଡ଼ିଏ ପଚିଶ ବର୍ଷର କୃଷି ନୀତି ଓ ତାହାର ପରିଣାମସ୍ବରୂପ ଚାଷୀମାନଙ୍କର ବାସ୍ତବ ପରିସ୍ଥିତିରୁ ଏହା ସ୍ପଷ୍ଟ ଯେ, ଚାଷୀମାନଙ୍କର ଆୟ ବଢ଼ାଇବା ପାଇଁ ହେଲେ ସେମାନଙ୍କୁ ଏକ ସ୍ଥାୟୀ ରୋଜଗାର ସୁରକ୍ଷା ଯୋଗାଇଦେବା ଉଚିତ। ଅର୍ଥାତ୍‌ ଚାଷୀମାନଙ୍କୁ ମାସିକ ଏକ ନିର୍ଦ୍ଦିଷ୍ଟ ପରିମାଣର ସୁରକ୍ଷା ଭତ୍ତା ଯୋଗାଇ ଦିଆଯିବା ଆବଶ୍ୟକ। ଏହାଦ୍ୱାରା ସେମାନେ ଅନ୍ୟମାନଙ୍କ ପରି ସମ୍ମାନର ସହ ବଞ୍ଚତ୍ପାରିବେ। ଯଦି ଉପତ୍ାଦନ ବୃଦ୍ଧି ପଞ୍ଜାବ ଚାଷୀମାନଙ୍କର ରୋଜଗାର ସୁରକ୍ଷାର ଏକ ମୁଖ୍ୟ ଉପାୟ ହୋଇଥାନ୍ତା, ତା’ହେଲେ ସେମାନଙ୍କୁ ଆଜି ଆତ୍ମହତ୍ୟା କରିବାକୁ ପଡ଼ି ନ ଥାନ୍ତା। ଚାଷୀ ଆତ୍ମହତ୍ୟାରେ ପଞ୍ଜାବ ଆଜି ଦ୍ୱିତୀୟ କି ତୃତୀୟ ସ୍ଥାନରେ ନ ଥାନ୍ତା। ପଞ୍ଜାବରେ ଚାଷୀମାନଙ୍କର ଉପତ୍ାଦନ ହାର ଆମ ଦେଶରେ ଅଧିକ। ସେଠାରେ ଚାଷୀମାନେ ଏକ ହେକ୍ଟର ଜମିରୁ ପ୍ରାୟତଃ ୪୫ କୁଇଣ୍ଟାଲ ଗହମ ଓ ୬୦ କୁଇଣ୍ଟାଲ ଧାନ ଅମଳ କରୁଛନ୍ତି। ଜଳସେଚନ ଦୃଷ୍ଟିରୁ ବି ପଞ୍ଜାବର ଚାଷୀମାନେ ଯଥେଷ୍ଟ ଆଗରେ। ସେଠାରେ ପ୍ରାୟ ୯୮ ପ୍ରତିଶତ ଜମି ଜଳସେଚିତ। ତା’ହେଲେ ତ ସେଠାକାର ଚାଷୀମାନେ ବହୁ ସଂଖ୍ୟାରେ ଆତ୍ମହତ୍ୟା କରୁଛନ୍ତି କାହିଁକି? ବାସ୍ତବ କଥା ହେଉଛି, ପଞ୍ଜାବର ଚାଷୀମାନେ ବି ଅତ୍ୟନ୍ତ ସଂକଟଜନକ ସ୍ଥିତିରେ ଗତି କରୁଛନ୍ତି। ପ୍ରତ୍ୟେକ ଦିନ ସେଠାରେ ଜଣେ ଚାଷୀ ଆତ୍ମହତ୍ୟା କରୁଛି। ଋଣ ଭାର, ରୋଜଗାରର ସଂକଟ ଆଦି ସମସ୍ୟା ପଞ୍ଜାବର ଚାଷୀମାନଙ୍କ ମୁଣ୍ଡ ଉପରେ ଖଣ୍ଡା ହୋଇ ଝୁଲୁଛି। ତେଣୁ କେବଳ ଉପତ୍ାଦନ ବା ଜଳସେଚନ ବଢ଼ାଇବା ଦ୍ୱାରା ଚାଷୀମାନଙ୍କର ଆୟ ଦୁଇଗୁଣ ହେବ ନାହଁି। ଏତଦ୍‌ବ୍ୟତୀତ କେବଳ ଧାନ ଓ ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଦେଲେ ବି ଚାଷୀମାନଙ୍କର ଆୟ ଦ୍ୱିଗୁଣିତ ହେବ ନାହଁି। କାରଣ ଆମ ଦେଶରେ ମାତ୍ର ୬% ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ଓ ଗହମ ବିକିବାକୁ ସକ୍ଷମ ହୋଇଥାନ୍ତି। ବାକି ୯୪% ଚାଷୀ ଖୋଲା ବଜାରରେ ନିଜ ଉପତ୍ାଦନ ବିକ୍ରି କରି ପ୍ରଚୁର ଶୋଷଣର ଶିକାର ହୁଅନ୍ତି। ତେଣୁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ବି ଭାରତ ପରି ଦେଶରେ ଚାଷୀମାନଙ୍କର ରୋଜଗାର ଦୁଇଗୁଣ କରିବାରେ ସକ୍ଷମ ହୋଇପାରିବ ନାହଁି। ଏହି ପ୍ରକ୍ରିୟାରେ ପ୍ରାୟ ୯୪% ଚାଷୀ ଲାଭ ପାଇବାରୁ ବଞ୍ଚତ୍ତ ରହିଯିବେ। ଅବଶ୍ୟ ଚାଷୀମାନଙ୍କର ଉପତ୍ାଦନର ସର୍ବନିମ୍ନ ସହାୟକ ମୂଲ୍ୟ ନ୍ୟାୟପୂର୍ଣ୍ଣ ଭାବେ ବୃଦ୍ଧି ପାଇବା ଉଚିତ। କିନ୍ତୁ କେବଳ ଏତିକି କରି ଚାଷୀମାନଙ୍କୁ ସୁରକ୍ଷା ଦେଇ ହେବ ନାହଁି। ବିଶିଷ୍ଟ କୃଷିବିତ୍‌ ତଥା ଖାଦ୍ୟ ନୀତି ବିଶେଷଜ୍ଞ ଦେବୀନ୍ଦର ଶର୍ମାଙ୍କ ମତରେ ଚାଷୀମାନଙ୍କ ପାଇଁ ମାସିକ ଏକ ରୋଜଗାର ସୁରକ୍ଷା ବ୍ୟବସ୍ଥା ରହିବା ଉଚିତ। ନଚେତ୍‌ ଆଉ କୌଣସି ପ୍ରକାରେ ବି ଚାଷୀମାନଙ୍କର ଆୟକୁ ଦୁଇଗୁଣ କରିହେବ ନାହଁି। ଶର୍ମା କୁହନ୍ତି, ଆଜିର ସମୟରେ ସମ୍ମାନର ସହ ବଞ୍ଚତ୍ବା ପାଇଁ ଯେତିକି ଟଙ୍କା ଆବଶ୍ୟକ ସେତିକି ଚାଷୀମାନଙ୍କୁ ମାସିକ ସୁରକ୍ଷା ଭତ୍ତା ଆକାରରେ ଯୋଗାଇ ଦିଆଯିବା ଉଚିତ। ତା’ହେଲେ ଆଜିର ଦରଦାମ୍‌ ବୃଦ୍ଧି ସମୟରେ ଚାଷୀଟିଏ ମଣିଷ ପରି ସମ୍ମାନର ସହ ବଞ୍ଚିପାରିବ। ସରକାରୀ ଚାକିରିଆମାନଙ୍କୁ ଯେପରି ମାସିକ ଦରମା ଦିଆଯାଇ ତାଙ୍କ ପାଇଁ ରୋଜଗାରର ସୁରକ୍ଷା ବ୍ୟବସ୍ଥା କରାଯାଇଛି, ବର୍ତ୍ତମାନ ସମୟରେ ଚାଷୀ ତଥା ଅନ୍ନଦାତାଙ୍କ ପାଇଁ ସେପରି ବ୍ୟବସ୍ଥା କରିବାର ସମୟ ଆସିଛି। ପ୍ରକୃତରେ ଚାଷୀମାନଙ୍କ ପାଇଁ ଯେଉଁ ସବୁ ଯୋଜନା କରାଯାଉଛି, ତା’ର ସୁଫଳ ସେମାନଙ୍କ ଅପେକ୍ଷା ଅନ୍ୟମାନେ ଅଧିକ ପରିମାଣରେ ପାଉଛନ୍ତି। ତେଣୁ ଚାଷୀକୁ ଆଉ ଉପତ୍ାଦନ ବୃଦ୍ଧିର ଦିବାସ୍ବପ୍ନ ନ ଦେଖାଇ ସିଧା ସିଧା ସେମାନଙ୍କ ପାଇଁ ମାସିକ ରୋଜଗାର ସୁରକ୍ଷା ବ୍ୟବସ୍ଥା କରିବା ଉଚିତ। ଚାଷୀ ତା’ର ଆପେ ଆପେ ଉପତ୍ାଦନ ବୃଦ୍ଧି କରିବ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର, ମୋ -୯୪୩୮୪୬୮୪୭୪

All Right Reserved By

ସମ୍ପାଦକୀୟ |

ପଞ୍ଚଗବ୍ୟ: ଏକ ଟନିକ୍‌ ଓ ଔଷଧ

ପଞ୍ଚଗବ୍ୟ: ଏକ ଟନିକ୍‌ ଓ ଔଷଧ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପୂର୍ବରୁ ଏହି ସ୍ତମ୍ଭରେ ଶସ୍ୟକ୍ଷେତ୍ରରେ ପଞ୍ଚଗବ୍ୟର ବ୍ୟବହାର ଉପରେ ଏକ ନିବନ୍ଧ ଲେଖିଥିଲି। ବହୁବର୍ଷର ଗବେଷଣା ପରେ ଉକ୍ତ ପୁସ୍ତକ ଲେଖିଥିବା ଡ. କେ. ନଟରାଜନ୍‌ ଏଥିରେ ପ୍ରାଣୀମାନଙ୍କ ଉପରେ ପଞ୍ଚଗବ୍ୟର ପ୍ରଭାବ ସମ୍ବନ୍ଧରେ ମଧ୍ୟ ଏକ ଅଧ୍ୟାୟ ଲେଖିଛନ୍ତି। ଗଛଲତା ଉପରେ ଅଧ୍ୟୟନ ପରେ ତାଙ୍କ ଗବେଷକ ଦଳ ପ୍ରାଣୀ ଓ ମନୁଷ୍ୟ ଉପରେ ଅଧ୍ୟୟନ ଆରମ୍ଭ କରିଦେଇଥିଲେ। ପୂର୍ବ ନିବନ୍ଧଟି ଯେଉଁମାନେ ପଢ଼ି ନ ଥିବେ ସେମାନଙ୍କ ପାଇଁ ଏହାର ପ୍ରସ୍ତୁତି ପ୍ରଣାଳୀ ନିମ୍ନରେ ଆଉ ଥରେ ଲେଖୁଛି।...

ଅଭାବର ଚିତ୍ରପଟ

ଅଭାବର ଚିତ୍ରପଟ

ଡ. ସୁବାସ ଚନ୍ଦ୍ର ପାତ୍ର ଦାରିଦ୍ର୍ୟର ମାତ୍ରା ତଥା କିସମ ଅଛି। ବିଭିନ୍ନ ପ୍ରକାର ଦାରିଦ୍ର୍ୟରେ ମଣିଷ ହନ୍ତସନ୍ତ କିନ୍ତୁ ଅର୍ଥନୈତିକ ଦାରିଦ୍ର୍ୟ ମଣିଷକୁ ବେଶି ନିପୀଡ଼ିତ କରେ କାରଣ ତା’ର ପ୍ରଭାବ ଦୃଶ୍ୟମାନ। ସବୁ ଦରିଦ୍ରତା ପଛରେ ଥାଏ ଏକ ଅଭାବବୋଧ ଏବଂ ଏହି ଅଭାବ ଯେତେବେଳେ ସର୍ବବ୍ୟାପୀ ଓ ସର୍ବଗ୍ରାସୀ ହୋଇଯାଏ ସେଇଠି ଦାରିଦ୍ର୍ୟ ହୋଇପଡ଼େ ଦୁର୍ବିଷହ।...

ପତିତପାବନ ଯାତ୍ରା

ପତିତପାବନ ଯାତ୍ରା

ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର ପୁରୁଷୋତ୍ତମ ଜଗନ୍ନାଥ ଦିବ୍ୟ ନୀଳାଚଳରେ ଅନାଦିକାଳରୁ ଦାରବୀ ଲୀଳା ସଂରଚନା କରିଛନ୍ତି। ତାଙ୍କ ଦିବ୍ୟ ଲୀଳାକୁ ଦୁଇଭାଗରେ ବିଭକ୍ତ କରାଯାଇଛି- ଶ୍ରୀମନ୍ଦିର ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି ସ୍ବରୂପରେ ଐଶ୍ୱର୍ଯ୍ୟଲୀଳା ଏବଂ ରଥଯାତ୍ରାରେ ଅଗଣିତ ଭକ୍ତଙ୍କ ସହିତ ମାଧୁର୍ଯ୍ୟଲୀଳା। ତାଙ୍କର ଏହି ମାଧୁର୍ଯ୍ୟଲୀଳା ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱମାନସକୁ ଉଦ୍‌ବୁଦ୍ଧ କରିଆସିଛି। ବିଶ୍ୱର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦର୍ଶନ କରିବାକୁ ଶ୍ରୀକ୍ଷେତ୍ର ଆଗମନ କରିଥାନ୍ତି। ଏହି ଯାତ୍ରାରେ ପ୍ରଭୁ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଦିନେ ନା ଦିନେ ସଫଳତା ଆଣି ଦେଇଥାଏ। ଯାହାକି ପୂର୍ବ ବାଙ୍ଗାଲୋରର ଲିଙ୍ଗରାଜପୁରମ୍‌ ଅଞ୍ଚଳରେ ବାସ କରୁଥିବା ଜଣେ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ସ୍ବାମୀଙ୍କ କ୍ଷଣିକ ରାଗର ଶିକାର ହୋଇ ନିଜର ମୁଖମଣ୍ଡଳର ସୌନ୍ଦର୍ଯ୍ୟକୁ ହରାଇଥିବା ଅନୀଥା ପାର୍କର ମେରୀ ନାମ୍ନୀ ଜଣେ ମହିଳା ଦୀର୍ଘ ୧୮ବର୍ଷ ଧରି ସଂଘର୍ଷ କରିବା ପରେ ଏବେ ସ୍ବାବଲମ୍ବୀ ହୋଇପାରିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ଏକ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ସହଯୋଗରେ ଅନୀଥା ଏକ ଦୋକାନ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିଛନ୍ତି। ସାମାନ୍ୟ କଥାକୁ କେନ୍ଦ୍ର କରି ୧୮ବର୍ଷ ତଳେ ଅନୀଥାଙ୍କ ସ୍ବାମୀ ଏକ ଜଳନ୍ତା ଲଣ୍ଠନକୁ ତାଙ୍କ ଉପରକୁ ଫିଙ୍ଗି ଦେଇଥିଲେ। ଏଥିରେ ଅନୀଥାଙ୍କ ମୁହଁ ଓ ଶରୀରର ବିଭିନ୍ନ ଅଂଶ ପୋଡ଼ି ଯାଇଥିଲା। ଦୀର୍ଘଦିନ ଧରି ଚିକିତ୍ସିତ...

ସାମରିକ ପ୍ରଶିକ୍ଷିତ ଯୁବକ

ସାମରିକ ପ୍ରଶିକ୍ଷିତ ଯୁବକ

ସମ୍ପାଦକୀୟ/ତଥାଗତ ସତପଥୀ ଭାରତର ବିରାଟ ଯୁବଶକ୍ତିକୁ କାର୍ଯ୍ୟରେ ଲଗାଇବା ସକାଶେ କେନ୍ଦ୍ର ସରକାର ଜାତୀୟ ଯୁବ ସଶକ୍ତୀକରଣ ଯୋଜନା (ଏନ୍‌-ଓ୍ବାଇଇଏସ୍‌) ସୃଷ୍ଟି ଲାଗି ଚିନ୍ତା କରିଛନ୍ତି। ଏଥିରେ ପ୍ରତିବର୍ଷ ୧୦ ଲକ୍ଷ ଯୁବତୀଯୁବକ ବିଶେଷକରି ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କୁ ସାମରିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବାର ବ୍ୟବସ୍ଥା କରାଯାଇପାରେ। ଏମାନଙ୍କୁ ୧୨ ମାସ ପାଇଁ ଷ୍ଟାଇପେଣ୍ଡ୍‌ ଦିଆଯାଇ ସାମରିକ ତାଲିମ ଦିଆଗଲେ ସେମାନେ ପ୍ରତିରକ୍ଷା, ଅର୍ଦ୍ଧସାମରିକ ବଳ ଏବଂ ପୋଲିସ ବାହିନୀରେ ନିଯୁ....

 ବୋଲକରା ବୋଲ୍‌ ବମ୍‌

ବୋଲକରା ବୋଲ୍‌ ବମ୍‌

ବୈଷ୍ଣବ ଚରଣ ମହାନ୍ତି ‘ବୋଲ୍‌ ବମ୍‌...ହର ହର ବମ୍‌...ଭୋଲା ବାବା ପାର୍‌ କରେଗା...ଜଟିଆ ବାବା ପାର୍‌ କରେଗା...’- ଏ ଡାକ ହେଉଛି କାଉଡ଼ିଆମାନଙ୍କର। ଦିନ ଥିଲା କାଉଡ଼ିଆ ଶବ୍ଦଟାର ଅର୍ଥ କାଢ଼ିବାକୁ ଅଭିଧାନ ଖେଳେଇବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ଏ ଶବ୍ଦଟା ଖୁବ୍‌ ସାଧାରଣ ହୋଇଯାଇଛି ଏବଂ ଓଡ଼ିଶାର ଗଁାଗହଳିଠାରୁ ସହର ବଜାର ପର୍ଯ୍ୟନ୍ତ ସବୁଆଡ଼େ ସବୁରି ତୁଣ୍ଡରେ ଆସ୍ଥାନ ଜମେଇ ବସିଛି। ଏଇମାତ୍ର କୋଡ଼ିଏ ପଚିଶ ବର୍ଷ ତଳେ କାଉଡ଼ିଆ କ’ଣ କେହି ଜାଣି ନ ଥିଲେ। ପ୍ରଥମେ ଜଣେ ଦି’ଜଣ ପାଣିଭାର ଧରି ରାସ୍ତାରେ ଯାଉଥିବାର ଦେଖି ଲୋକେ କୌତୂହଳୀ ହେଇ ଚାହଁୁଥିଲେ, ଏବେ ତ ପିମ୍ପୁଡ଼ି ଧାର ପରି ରାସ୍ତାସାରା କାଉଡ଼ିଆଙ୍କ ...

ଅମର୍ତ୍ତ୍ୟର ପାରିଜାତ: ନୀଳାଦ୍ରିନାଥ

ଅମର୍ତ୍ତ୍ୟର ପାରିଜାତ: ନୀଳାଦ୍ରିନାଥ

ଡ. ଶରତ ଚନ୍ଦ୍ର ରଥ ହେ ନୀଳାଦ୍ରିନାଥ! ତୁମକୁ ସହସ୍ର ପ୍ରଣାମ। ତୁମେ ଅନନ୍ତ, ତୁମ ମହିମା ଅନନ୍ତ। ତୁମ ମହିମାର ଲଳିତ ସଙ୍ଗୀତ ଝରିପଡେ ବିହଙ୍ଗ ଗାନରେ, ଝରଣାର ଝର୍ଝର ତାନରେ। ତୁମ ଅଙ୍ଗର ସୁବାସ ଫୁଟିପଡେ ଫୁଲର ସୁରଭିରେ, ତୁମ ସ୍ମିତହାସ୍ୟର ମଧୁରିମା ଫିଟିପଡେ ଜୋଛନାର ଲାବଣ୍ୟରେ। ତୁମେ ସର୍ବମୟ କର୍ତ୍ତା, ବିଶ୍ୱବିଧାତା, ତୁମକୁ କଳିବାକୁ ମୁଁ ଶକ୍ତିହୀନ, ତୁମେ ବିଶାଳ ନୀଳସିନ୍ଧୁ, ମୁଁ କ୍ଷୀଣ ଏକ ଜଳାଧାର।...

ଏଇ ଭାରତରେ

ଏଇ ଭାରତରେ

ବର୍ତ୍ତମାନ ପରିବେଶକୁ ବହୁ ଭାବରେ ପ୍ରଦୂଷଣ କରୁଛି ପ୍ଲାଷ୍ଟିକ୍‌। ଏହାଦ୍ୱାରା ଜଳ, ସ୍ଥଳ, ମୃତ୍ତିକା ପ୍ରଦୂଷଣ ହେଉଛି। ପ୍ଲାଷ୍ଟିକ୍‌ ଜରିରେ ବାସିଖାଦ୍ୟ ରଖି ବାହାରେ ଫିଙ୍ଗାଯାଉଥିବାରୁ ଏହାକୁ ଖାଇ ବହୁ ଗୋରୁ, ଛେଳି, କୁକୁର ଅସୁସ୍ଥ ହେଉଛନ୍ତି। ଅନେକ ପ୍ରାଣୀ ମୃତ୍ୟୁବରଣ କରୁଛନ୍ତି। ସମୁଦ୍ରରେ ପ୍ଲାଷ୍ଟିକ୍‌ ବୋତଲ, ପଲିଥିନ୍‌, ଜରି ପ୍ରଭୃତିର ଭାସମାନ ପାହାଡ଼ ସୃଷ୍ଟି ହେଉଛି। ଏହା ଜଳଜନ୍ତୁଙ୍କ ପାଇଁ ବଇରୀ ସାଜିଛି। ଏଣୁ ସମ୍ପ୍ରତି ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ର ବ୍ୟବହାରକୁ ହ୍ରାସ କରିବା ପାଇଁ ସବୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି...

ସମ୍ପାଦକୀୟ/ଅଯୋଗ୍ୟ ଯୁବପିଢ଼ି

ସମ୍ପାଦକୀୟ/ଅଯୋଗ୍ୟ ଯୁବପିଢ଼ି

ଭାରତରେ ପିଲାମାନଙ୍କୁ ବଡ଼ ହେଲେ କ’ଣ ହେବ ବୋଲି ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନ ସର୍ବଦା ପଚରାଯାଇଆସୁଛି। ପ୍ରାୟ ଅଧିକାଂଶଙ୍କଠାରୁ ଉତ୍ତର ମିଳିଆସୁଛି ଡାକ୍ତର ଓ ଇଞ୍ଜିନିୟର ହେବେ। ଯଦିଓ ଛୁଆଟିଏ ଏହି ପାଠ୍ୟକ୍ରମ ସହିତ ଅଭ୍ୟସ୍ତ ନ ଥାଏ, ତଥାପି ମାତାପିତାଙ୍କ ଅଭିଳଷିତ ସ୍ବପ୍ନ ପିଲାଙ୍କ ଉପରେ ଅଜାଡ଼ି ହୋଇଯାଇଥାଏ ବୋଲି କୁହାଯାଏ। ଏବେ ଏହି ଦୁଇ ବୃତ୍ତିରେ ଘରୋଇ କଲେଜରେ ନାମ ଲେଖାଉଥିବା ପିଲାଙ୍କ ବିଷୟରେ ଅନେକ ନକାରାତ୍ମକ ତଥ୍ୟ ସାମ୍ନାକୁ ଆସିବା ଆରମ୍ଭ କଲାଣି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୧୭ରେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି) ଅନ୍ତର୍ଗତ ଫିଜିକ୍ସ (ପଦାର୍ଥ ବିଜ୍ଞାନ) ଓ କେମିଷ୍ଟ୍ରି (ରସାୟନ ବିଜ୍ଞାନ) ବିଷୟବସ୍ତୁରେ ୫୧୦ ବିଦ୍ୟାର୍ଥୀ ଶୂନ ...

 ବଳାତ୍କାର ଓ ସାମାଜିକ ବିଫଳତା

ବଳାତ୍କାର ଓ ସାମାଜିକ ବିଫଳତା

ସବ୍ୟସାଚୀ ଅମିତାଭ ବଳାତ୍କାର କେବଳ ଦଣ୍ଡନୀୟ ଅପରାଧ ନୁହେଁ ବରଂ ଦେଶ ଓ ସମାଜ ପାଇଁ ଲଜ୍ଜା। ଇତିମଧ୍ୟରେ କେନ୍ଦ୍ର କ୍ୟାବିନେଟ୍‌ କ୍ରିମିନାଲ ଲ’ ସଂଶୋଧନ ଅଧ୍ୟାଦେଶ ଆଣିିଛନ୍ତି। ଏଥିରେ ୧୨ ବର୍ଷ ପର୍ଯ୍ୟନ୍ତ ନାବାଳିକା ଓ ଶିଶୁଙ୍କ ସହ ବଳାତ୍କାର କରୁଥିବା ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦେବାର ବ୍ୟବସ୍ଥା ରହିଛି। ଅତୀତରେ ନିର୍ଭୟା କାଣ୍ଡ ସାରା ଦେଶକୁ ବିଚଳିତ କରିଥିଲା। ସେତେବେଳେ ବି ଆଇନରେ ସଂଶୋଧନ ଅଣାଯାଇଥିଲା। ନାବାଳକ ବା କିଶୋରଙ୍କ ଦ୍ୱାରା କରାଯାଉଥିବା ଜଘନ୍ୟ ଅପରାଧରେ ବିଚାର ପାଇଁ ଅଭିଯୁକ୍ତଙ୍କ ବୟସ ୧୮ ବର୍ଷ ବଦଳରେ ୧୬ ବର୍ଷ କରାଯାଇଥିଲା। ପୋକ୍‌ସୋ ଆଇନକୁ କଡା କରାଯାଇସାରିଛି।...

ଅପରିଣାମଦର୍ଶୀ ମଣିଷ

ଅପରିଣାମଦର୍ଶୀ ମଣିଷ

ବୈକୁଣ୍ଠନାଥ ମିଶ୍ର ଏକଦା ଜଣେ ଆଧୁନିକ ଶିକ୍ଷିତ ଯୁବକ ବନ୍ଧୁମାନଙ୍କ ସହ ଶିକାର ଓ ବଣଭୋଜି ପାଇଁ ଘୋର ଜଙ୍ଗଲ ମଧ୍ୟକୁ ଯାଇ ବାଟବଣା ହୋଇଗଲେ। ଏଣେତେଣେ ବୁଲୁ ବୁଲୁ ଯୁବକ ଦେଖିଲେ ତାଙ୍କୁ ବଣର ସବୁ ପ୍ରାଣୀ ଘେରି ଯାଇଛନ୍ତି। ଯୁବକଙ୍କୁ ଭୟଭୀତ ହେବାର ଦେଖି ପଶୁରାଜ ସିଂହ କହିଲା, ଭୟ କରନାହିଁ ଯୁବକ। ଆଜି ତୁମ ସହ ଆମର ଏକ ଆଲୋଚନା ସଭା ଅନୁଷ୍ଠିତ ହେବ। ଆଲୋଚନାର ପ୍ରସଙ୍ଗ ପଶୁ-ମଣିଷ ସମ୍ପର୍କ। ଏଥିରେ ତୁମେ ତୁମର ଓ ଆମେ ଆମର ବକ୍ତବ୍ୟ ରଖିବୁ। ଆମେ ପରାସ୍ତ ହେଲେ ପୂର୍ବବତ୍‌ ତୁମର ବଶ୍ୟତା ସ୍ବୀକାର କରିବୁ ଏବଂ ତୁମେ ପରାସ୍ତ ହେଲେ ଆମ୍ଭମାନଙ୍କୁ ଶିକାର କରିବ ନାହିଁ କିମ୍ବା ଆମ ବାସସ୍ଥାନ ଉପରେ କର୍ତ୍ତୃତ୍ୱ ଜାହିର କରି ଏହାକୁ ଧ୍ୱଂସ କରିବ ନାହିଁ। ଆମ ଆଲୋଚନାର ସାକ୍ଷୀ ରହିବେ ଏ ବନଭୂମି ଓ ବୃକ୍ଷଲତା।...

ଏଇ ଭାରତରେ

ଏଇ ଭାରତରେ

ସମାଜରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଅର୍ଥ ଏବଂ ଯୋଗାଡ଼ଯନ୍ତ୍ର ଅଭାବରୁ ବିବାହ କରିପାରି ନ ଥାନ୍ତି। ସେହି ଆର୍ଥତ୍କ ଦୁର୍ବଳ ଶ୍ରେଣୀର ଯୁବତୀଯୁବକଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରିବା ପାଇଁ ଜାଫ୍ରି କାଉନସିଲ୍‌ ଆଗେଇ ଆସିଛି। ଦୀର୍ଘ ୪ବର୍ଷ ଧରି ଏହି ଅନୁଷ୍ଠାନ ବର୍ଷକୁ ଥରେ ଗଣବିବାହ ଆୟୋଜନ କରିଆସୁଛି। ଚଳିତ ବର୍ଷ ଶ୍ରୀନଗରରେ ଆୟୋଜିତ ଗଣବିବାହ କାର୍ଯ୍ୟକ୍ରମରେ ୧୦୫ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉକ୍ତ ରାଜ୍ୟର ବିଭିନ୍ନ ଜିଲାରୁ ଆର୍ଥତ୍କ ଦୁର୍ବଳ ଶ୍ରେଣୀର କନ୍ୟାବର ସାମିଲ ହୋଇଥିଲେ। ଏହା ଏକ ସରଳ ତଥା ନିରାଡମ୍ବର ବିବାହ ଉତ୍ସବ ଥିଲା। ରବିବାର ଅମରସିଂ କ୍ଲବ୍‌ଠାରେ ଧର୍ମୀୟ ତଥା ସାମାଜିକ ସଂଗଠନ ଜାଫ୍ରି କାଉନସିଲ୍‌ ଦ୍ୱାରା ଏହା ଆୟୋଜିତ ହୋଇଥିଲା। ଉକ୍ତ କାଉନସିଲ୍‌ ପୂର୍ବରୁ ଗଣବିବାହ ଆୟୋଜନ କରାଇଥିଲେ ମଧ୍ୟ ଏଥର ସଂଖ୍ୟା ଥିଲା ସବୁଠୁ ଅଧିକ। ବିବାହ କରିବାକୁ ଥିବା କନ୍ୟାବର ଏହି ସଂଗଠନରେ ପ୍ରଥମେ ନାମ ...

Model This Week

ରୂପେଶ