ସମ୍ପାଦକୀୟ |

ଅଲକ୍ଷ୍ମୀର ଶେଷ ଇଚ୍ଛା

ଅଲକ୍ଷ୍ମୀର ଶେଷ ଇଚ୍ଛା

ରଞ୍ଜନ ସାହୁ
ଆମର ପୂର୍ବଜମାନେ ଉତ୍ତମ ନାଗରିକ ଗଢିବା ସକାଶେ ସୁନ୍ଦର ସୁନ୍ଦର ନୀତିନିୟମ ଗଢ଼ିଛନ୍ତି, ଯାହା ପରିବାରରୁ ଶିକ୍ଷା କରାଯାଏ। ପରିବାର ଶୃଙ୍ଖଳିତ ହେଲେ ସମାଜ ନିୟମାନୁବର୍ତ୍ତୀ ହୁଏ। ଏବେ କିନ୍ତୁ ଦେଖୁ ଯେ ହିଂସା, ସ୍ବେଚ୍ଛାଚାରିତା ଚାରିଆଡେ ବ୍ୟାପିଯାଇଛି। ଭୋଗ ବିଳାସ ବ୍ୟତିରେକେ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ ଆଜିର ଯୁବ ସମାଜ ପାଇଁ। ସମୟ ଥିଲା ଝିଅମାନେ ବିବାହ ପୂର୍ବରୁ ପୁରୁଷ ସହ ମୁକ୍ତାକାଶରେ ବୁଲିପାରୁ ନ ଥିଲେ। ତାହା ଏକ ଅବୈଧ ସମ୍ପର୍କର ଉତ୍ସ ବୋଲି ବିଚାରି ସମାଜ ଅତ୍ୟଧିକ ଘନିଷ୍ଠତାକୁ ଖରାପ ନଜରରେ ଦେଖୁଥିଲା। ଏବେ କିନ୍ତୁ ଦେଖାଯାଉଛି ଝିଅମାନେ ନିମ୍ନକଟି ଜିନ୍‌ ପ୍ୟାଣ୍ଟ ପିନ୍ଧି ଯୁବକମାନଙ୍କ ବାଇକରେ ବୁଲୁଛନ୍ତି ଓ ରାସ୍ତାକଡ ଫାଷ୍ଟଫୁଡ୍‌ ଦୋକାନରୁ ପିଜା ବର୍ଗର୍‌ ଆଦି ଖାଉଛନ୍ତି। ଯେଉଁ ଝିଅ ପ୍ରାରମ୍ଭରୁ ବାହାର ଖାଦ୍ୟ ଖାଇବାରେ ଅଭ୍ୟସ୍ତ ହୁଏ ଓ ଭିନ୍ନ ଭିନ୍ନ ଯୁବକ ସହିତ ଫୁର୍ତ୍ତି କରେ ସେ କ’ଣ କେବେ ବୈକୁଣ୍ଠ ସମାନ ପରିବାରଟିଏ ଗଢିପାରେ? ଦୂରଦର୍ଶୀ, ପ୍ରଜ୍ଞାବାନ୍‌ ମନୁ ତେଣୁ ଆଚାରବିଚାର, ସାମାଜିକ ଚଳଣି ସମ୍ପର୍କରେ କେଇ ହଜାର ବର୍ଷ ତଳୁ ଏକ ନୀତିଶାସ୍ତ୍ର ରଚନା କରିଥିଲେ, ଯାହା ‘ମନୁସଂହିତା’ ନାମରେ ଜଣାଶୁଣା। ବ୍ରିଟିଶ ଶାସନକାଳରେ ୧୭୯୪ ମସିହାରେ ଇଂରେଜ ଲେଖକ ‘ସାର୍‌ ଉଇଲିୟମ୍‌ ଜୋନସ’ ଉକ୍ତ ସଂସ୍କୃତ ଗ୍ରନ୍ଥକୁ ଇଂରାଜୀରେ ଅନୁବାଦ କରିଛନ୍ତି। ସମାଜକୁ ସତ୍‌ମାର୍ଗରେ ପରିଚାଳିତ କରିବା ଲକ୍ଷ୍ୟରେ ସେଥିରେ ଅନେକ ନୀତିବାଣୀ ସ୍ଥାନିତ। ସେଥିମଧ୍ୟରୁ ଗୋଟିଏ ହେଉଛି: "Consuming liquor, association with wicked persons, separation from husband, rambling around, sleeping for unreasonable hours and dwelling with a male before marriage- are demerits of women. Such women are passion for men, immutable in temper and natural heartlessness, because of which they become disloyal to husband and irresponsible for their family." ଏହି ଧରଣର ଝିଅ ବାପାମା’ଙ୍କ ଚାପରେ ବିବାହ କଲେ ମଧ୍ୟ ନୂତନ ପୁରୁଷକୁ ପତି ଦେବତା ରୂପେ ଗ୍ରହଣ କରିପାରନ୍ତି ନାହିଁ। ଯେମିତି ବରୁଣଦେବଙ୍କ ଜ୍ୟେଷ୍ଠାକନ୍ୟା, ଲକ୍ଷ୍ମୀଙ୍କର ବଡଭଉଣୀ ଅଲକ୍ଷ୍ମୀ ପତି ଗୃହରେ ଚଳିପାରି ନ ଥିଲେ। ଅଲକ୍ଷ୍ମୀ ଦେଖିବାକୁ ଯେମିତି କୁରୂପୀ ଓ ଅସୁନ୍ଦରୀ, ଗୁଣରେ ମଧ୍ୟ ସେମିତି ଅଲକ୍ଷଣୀ। ଲକ୍ଷ୍ମୀଙ୍କ ଅନୁରୋଧରେ ବିଷ୍ଣୁ ନିଜର ଭକ୍ତ ସତ୍ୟବ୍ରତ ଋଷି ‘ଉଦ୍ଦାଳକ’ ସହିତ ତା’ର ବିଭାଘର କରାଇ ଦେଇଥିଲେ। ମାତ୍ର ଅଳ୍ପଦିନ ମଧ୍ୟରେ ଅଲକ୍ଷ୍ମୀ ବ୍ୟଥିତ ହୋଇ କ୍ରନ୍ଦନ କଲେ। ଋଷି ଆଶ୍ରମରେ ଯଜ୍ଞକୁଣ୍ଡ, ଘୃତାହୁତି, ଭଜନ, କୀର୍ତ୍ତନ, ବେଦପାଠ, ଫଳମୂଳ ଆହାର ତାଙ୍କୁ ସୁଖ ଦେଇପାରିଲା ନାହିଁ। ସ୍ବାମୀ ଉଦ୍ଦାଳକଙ୍କୁ ଅଗତ୍ୟା ସେ କହିଲେ, ମତ୍ସ୍ୟ, ମାଂସ ଭକ୍ଷଣ, ମଦ୍ୟପାନ ଏଠାରେ ନାହିଁ। କଳିଗୋଳ, ହିଂସା, ଅଶାନ୍ତି ନାହିଁ। ଶାକାହାର, ଘୃତାନ୍ନ ଦେଖିଲେ ମୋତେ ବାନ୍ତି ଲାଗୁଛି। ତେଣୁ ଏଠାରେ ମୁଁ ତିଳେମାତ୍ର ରହିପାରିବି ନାହିଁ। ତାଙ୍କ କଥା ଶୁଣି ଋଷି ଉଦ୍ଦାଳକ ତାଙ୍କୁ ନେଇ ଅରଣ୍ୟ ମଧ୍ୟସ୍ଥ ଗୋଟିଏ ଅଶ୍ୱତ୍ଥ ବୃକ୍ଷମୂଳେ ଛାଡି ଚାଲିଆସିଲେ। ଅଲକ୍ଷ୍ମୀଙ୍କ ଅବସ୍ଥା ଦେଖି ବିଷ୍ଣୁ ତାଙ୍କୁ ବୈକୁଣ୍ଠପୁରରେ ଆଶ୍ରୟ ନେବାକୁ ଆମନ୍ତ୍ରଣ ଜଣାଇଲେ। ମାତ୍ର ଅଲକ୍ଷ୍ମୀ କହିଲେ, ମୁଁ ସେଠି ଚଳିପାରିବି ନାହିଁ। ଯେଉଁଠି ଆମିଷ ଭକ୍ଷଣ, ମଦ୍ୟପାନ, ହିଂସା, ବାଦ ଥିବ ମୋର ସେହି ସ୍ଥାନ ଭଲ। ଏଣୁ ମୋର ଈପ୍‌ସିତ ସ୍ଥାନରେ ମୋତେ ରହିବାକୁ ଦିଅ। ବିଷ୍ଣୁ ତଥାସ୍ତୁ କହି ଚାଲିଗଲେ। ସେହିଦିନଠାରୁ ଅଲକ୍ଷ୍ମୀ ନିଶାଚରଙ୍କ ସଙ୍ଗୀ ହୋଇ ଅଶ୍ୱତ୍ଥ ବୃକ୍ଷରେ ରହିଗଲେ। ଅଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ସ୍ତ୍ରୀଲୋକମାନେ ଶନିବାର ଅଶ୍ୱତ୍ଥ ବୃକ୍ଷକୁ ପୂଜା କରନ୍ତି। ଆଜିକାଲି ଏମିତି ପ୍ରତ୍ୟେକ ପରିବାରରେ ଏହି ଭୋଗବିଳାସ ଓ ଅଲକ୍ଷ୍ମୀର ରାଜୁତି। ଅଲକ୍ଷ୍ମୀର ଗୁଣାବଳୀ ଅଧିକାଂଶ ଝିଅଙ୍କ କାୟମନୋବାକ୍ୟକୁ ଆୟତ୍ତ କରିନେଇଛି। ଫଳରେ ବିବାହ ପରେ ଶାଶୁଘରେ ଝୋଟିଚିତା, ଗୁରୁବାର ଓଷା, ମଙ୍ଗଳା ଓଷା, ସତ୍ୟନାରାୟଣ ପୂଜା, ସୁଦଶାବ୍ରତ, ସାବିତ୍ରୀ ବ୍ରତ ଇତ୍ୟାଦି ଦେଖି ବିରକ୍ତି ପ୍ରକାଶ କରୁଛନ୍ତି। ଶାଶୁ ଶ୍ୱଶୁରଙ୍କୁ primitive idiots ବୋଲି କହି ଭର୍ତ୍ସନା କରୁଛନ୍ତି। ପ୍ରଗତି ପାଇଁ ନାରୀଶିକ୍ଷା ଓ ସ୍ବାଧୀନତା ଅନିବାର୍ଯ୍ୟ। ମାତ୍ର କୁସଂସ୍କାର, ସ୍ବେଚ୍ଛାଚାର, ଭ୍ରଷ୍ଟାଚାର ଆଦୌ ଗ୍ରହଣୀୟ ନୁହେଁ।
ମୋ-୯୮୬୧୦୬୦୮୦୩

All Right Reserved By

Model This Week

Model This Week

ସମ୍ପାଦକୀୟ |

ନିରର୍ଥକ ପରୀକ୍ଷା

ନିରର୍ଥକ ପରୀକ୍ଷା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଅନେକ କମ୍ପାନୀ ପ୍ରାଣୀଙ୍କ ଉପରେ ପରୀକ୍ଷା ନିରୀକ୍ଷା କରୁଛନ୍ତି। ଏପରି କି ଅନେକ ଅନାବଶ୍ୟକ ପରୀକ୍ଷା ବି ସେମାନେ କରୁଛନ୍ତି। ଉଦାହରଣସ୍ବରୂପ ପର୍‌ଫ୍ୟୁମ୍‌ (ବାସ୍ନା) କମ୍ପାନୀମାନେ ପର୍‌ଫ୍ୟୁମ୍‌ ତିଆରି ପାଇଁ ସବୁ ଜିନିଷ ଅଲଗା ଅଲଗା ରଖିଥାନ୍ତି। ତାକୁ କେବଳ ମିଶେଇବା କଥା। କିନ୍ତୁ ସେମାନେ ସେହି ପର୍‌ଫ୍ୟୁମ୍‌କୁ ଠେକୁଆଙ୍କ ଆଖିରେ ସ୍ପ୍ରେ କରୁଛନ୍ତି। ତାଙ୍କ ଚମକୁ ଚିରି ସେଥିରେ ଘଷୁଛନ୍ତି। ଆହୁରି ଅନେକ ଭୟଙ୍କର ପରୀକ୍ଷା କରୁଛନ୍ତି। ଏମାନେ ହେଲେ ଆରାମିଜ୍‌, ବାଲେନ୍ସିଆଗା, ବଲଗାରି, କାଚାରେଲ, ଡୋନ୍ନା କରନ, ଡନ୍‌ହିଲ ଫ୍ରାଗ୍ରାନ୍ସେସ୍‌, ଏଲିଜାବେଥ୍‌ ଆର୍ଡେନ୍‌, ଗୁସି ଫ୍ରାଗ୍ରାନ୍ସେସ୍‌, ହୁଗୋ ବସ୍‌, ଜୋ ମାଲୋନ୍‌, ଲାକୋଷ୍ଟ ଫ୍ରାଗ୍ରାନ୍ସେସ୍‌, ମାର୍କ ଜାକୋବ୍ସ ଫ୍ରାଗ୍ରାନ୍ସେସ୍‌, ମାଇକେଲ କୋର୍ସ, ମିସୋନି, ରାଲ୍‌ଫ ଲରେନ୍‌ ଫ୍ରାଗ୍ରାନ୍ସେସ୍‌, ଟମି ହିଲ୍‌ଫିଗର ଓ କେଞ୍ଜୋ ପ୍ରଭୃତି। ...

 ଲୋଡ଼ା ପ୍ରାକୃତିକ ଜଙ୍ଗଲ

ଲୋଡ଼ା ପ୍ରାକୃତିକ ଜଙ୍ଗଲ

ବିଚିତ୍ର ବିଶ୍ୱାଳ ପ୍ରକୃତି, ପରିବେଶ ଓ ସର୍ବୋପରି ମାନବ ସମାଜକୁ ବଞ୍ଚେଇ ରଖିବାରେ ଜଙ୍ଗଲର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଜଙ୍ଗଲ ଏମିତି ଏକ ଜୈବ ସମାଜ, ଯେଉଁଥିରେ ଅନେକ ପ୍ରକାର ବୃକ୍ଷଲତା, ଜୀବଜନ୍ତୁ, କୀଟପତଙ୍ଗ ଓ କୋଟି କୋଟି ପ୍ରଜାତିର ଅଣୁଜୀବ ପରସ୍ପର ସହିତ ସଂଶ୍ଳିଷ୍ଟ ହୋଇ ସହାବସ୍ଥାନ କରିଥାନ୍ତି। ଏସବୁକୁ ନେଇ ଜଙ୍ଗଲର ପରିଭାଷା। ମାନବ ସମାଜର ଏକ ବଡ଼ ଭାଗ ଜଙ୍ଗଲ ଭିତରେ ବା ଜଙ୍ଗଲ ସହିତ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ହୋଇ ବସବାସ କରିଥାନ୍ତି। ଠିକ୍‌ ସମୟରେ ବର୍ଷା ହେବାରେ, ବାୟୁମଣ୍ଡଳର ତାପମାତ୍ରାକୁ ସନ୍ତୁଳିତ ରଖିବାରେ, ଅଙ୍ଗାରକାମ୍ଳ ଗ୍ୟାସ୍‌କୁ ନିୟନ୍ତ୍ରଣରେ ରଖି ଅମ୍ଳଜାନ ପ୍ରଦାନ କରିବାରେ, ବିଭିନ୍ନ ପ୍ରକାର କାଷ୍ଠ ଓ ଅଣକାଷ୍ଠ ଦ୍ରବ୍ୟ ଯୋଗାଇବାରେ, ଔଷଧୀୟ ଉପାଦାନ ଆଦି ଯୋଗାଇ ମାନବ ସମାଜକୁ ତିଷ୍ଠି ରହିବାରେ ଜଙ୍ଗଲ ବହୁଳ ଭାବେ ସାହାଯ୍ୟ କରିଥାଏ। ୧୮୯୪ ଓ ୧୯୫୨ ମସିହାରେ ପ୍ରଣୀତ ଜଙ୍ଗଲ ନୀତିରେ ମୁଖ୍ୟତଃ ଉପତ୍ାଦନ ତଥା ଜଙ୍ଗଲରୁ ଆର୍ଥିକ ରୋଜଗାର ଉପରେ ହଁି ମୁଖ୍ୟ ଗୁରୁତ୍ୱ ଦିଆଯାଇଥିଲା। ତା’ପରେ ୧୯୮୮ ମସିହାର ଜଙ୍ଗଲ ନୀତିରେ ମାନବ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କର ଜୀବନ ଧାରଣ ପାଇଁ ପରିବେଶ ଓ ପ୍ରକୃତିର ସନ୍ତୁଳନକୁ ବଜାୟ ରଖିବାରେ ଜଙ୍ଗଲର ଭୂମିକାକୁ ମୁଖ୍ୟ ଗୁରୁତ୍ୱ ଦିଆଯାଇଥିଲା। ...

କୃଷି ଅନୁରାଗୀ ଗଜପତି

କୃଷି ଅନୁରାଗୀ ଗଜପତି

ବିନୋଦ ଚନ୍ଦ୍ର ଜେନା ସମ୍ପ୍ରତି ଆମ ରାଜ୍ୟ ତଥା ଦେଶରେ କୃଷକମାନଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି ା କୃଷକ ଆତ୍ମହତ୍ୟା କରୁଛି ା କୃଷିକୁ ନେଇ ରାଜନୀତି ଚାଲିଛି। କିନ୍ତୁ ଉତ୍କଳ ପ୍ରଦେଶ ଗଠନ ପରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି (୨୬ା୦୪ା୧୮୯୨-୨୫ା୦୫ା୧୯୭୪)ଙ୍କ ଦୂରଦୃଷ୍ଟି ସୁଦୂରପ୍ରସାରୀ ଥିଲା ା ଇଂରେଜ ସରକାର ପାରଳା ରାଜ୍ୟକୁ ଏକ ଜମିଦାରି ରୂପେ ଗ୍ରହଣ କରିଥିଲେ ସୁଦ୍ଧା ଖେମୁଣ୍ଡି ରାଜ୍ୟର ବାସିନ୍ଦାମାନଙ୍କ ହୃଦୟର ବାସ୍ତବିକ୍‌ ସମ୍ରାଟ ଥିଲେ ...

ଏଇ ଭାରତରେ

ଏଇ ଭାରତରେ

ଭାରତର ମହାନ୍‌ ସଂସ୍କୃତି କହେ, ପିତାଙ୍କୁ ପୂଜାକଲେ ସମସ୍ତ ଦେବଦେବୀ ସନ୍ତୁଷ୍ଟ ହୁଅନ୍ତି। ମାତ୍ର ବସ୍ତୁବାଦୀ ସମାଜରେ ପିତାମାନେ ବାର୍ଦ୍ଧକ୍ୟରେ ଅଲୋଡ଼ା ହୋଇଯାଉଛନ୍ତି। କେତେକ କ୍ଷେତ୍ରରେ ସେମାନଙ୍କୁ ଜରାନିବାସରେ ଜୀବନ କଟାଇବାକୁ ପଡ଼ୁଛି, ନଚେତ୍‌ ରାସ୍ତାକଡ଼, ବସ୍‌ଷ୍ଟାଣ୍ଡ, ରେଳଷ୍ଟେଶନ ପାଲଟିଯାଉଛି ଆଶ୍ରୟସ୍ଥଳ। ପିଲାମାନେ ନିଜ ପରିବାର ସହ ରହୁଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ସେଠି ବୃଦ୍ଧ ମାତାପିତାଙ୍କୁ ସ୍ଥାନ ମିଳୁନି। ଯଦି କୌଣସି ସମୟରେ ବୃଦ୍ଧ ପିତା ଘରେ ରହିବାକୁ ଅଡ଼ିବସୁଛନ୍ତି ତାଙ୍କୁ ନିର୍ଯାତନାର ଶିକାର ହେବାକୁ ପଡ଼ୁଛି। ନିକଟରେ ଉତ୍ତରପ୍ରଦେଶର କୁଶୀନଗର ଜିଲାରେ ଦେଖିବାକୁ ମିଳିଛି ଏଭଳି ଏକ ଅମାନବୀୟ ଘଟଣା। ବୃଦ୍ଧ ପିତା ଘରେ ରହିବାକୁ ଜିଦି କରିବାରୁ ବଡ଼ପୁଅ ତାଙ୍କୁ ଏକ ଗଛରେ ବାନ୍ଧି ପିଟିବାକୁ ପଛାଇଲେ ନାହିଁ। ନିକଟରେ ସାନଭାଇ ଛିଡ଼ାହୋଇ ସବୁ ଦେଖୁଥିଲେ ମଧ୍ୟ କିଛି କହୁ ନ ଥିଲେ। ଏହି ବୃଦ୍ଧ ପିତା ଜଣକ ହେଉଛନ୍ତି ନୁରୁଲ ଇସ୍‌ଲାମ୍‌ ଓରଫ ହାଥୁ। ବାର୍ଦ୍ଧକ୍ୟରେ ତାଙ୍କର ମୁଣ୍ଡ ଠିକ୍‌ ରହୁ ...

 ସମ୍ପାଦକୀୟ/ବଂଶବାଦ ଏକ ମାଧ୍ୟମ

ସମ୍ପାଦକୀୟ/ବଂଶବାଦ ଏକ ମାଧ୍ୟମ

ଚଳିତବର୍ଷ ମେ ୧୨ରେ କର୍ନାଟକ ବିଧାନସଭା ନିର୍ବାଚନ। ଏହାକୁ ନେଇ ରାଜନୈତିକ ପରିସ୍ଥିତି ଉଷ୍ମ ଥିବାବେଳେ କର୍ନାଟକ ‘ପୁତ୍ର ଉଦୟ’ ବା ‘son rise’ ରାଜ୍ୟରେ ପରିଣତ ହୋଇଛି ବୋଲି ଆଲୋଚନା ଆରମ୍ଭ ହୋଇ ଗଲାଣି। ଏହି ରାଜ୍ୟରୁ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ରହି ଆସିଥିବା ନେତାମାନଙ୍କର ପ୍ରାୟ ୮ଜଣ ପୁତ୍ର ଏଥର ନିର୍ବାଚନ ଲଢୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଆର୍‌. ବୋମାଇଙ୍କ ପୁତ୍ର ବାସବରାଜଙ୍କ ଠାରୁ ଆରମ୍ଭ କରି ଏସ୍‌. ବାଙ୍ଗରାପ୍ପାଙ୍କ ପୁତ୍ର ମହିମା, ଧରମ ସିଂଙ୍କ ପୁତ୍ର ଅଜୟ, ଏଚ୍‌ଡି ଦେବେଗୌଡାଙ୍କ ପୁତ୍ର କୁମାର ସ୍ବାମୀ ଓ ରେବାନ୍ନା ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାଙ୍କ ପୁତ୍ର ଯତୀନ୍ଦ୍ର ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବେକାର ମୁଖ୍ୟ ଭାଜପା ନେତା ବି.ଏସ୍‌. ୟେଦୁରାପ୍ପା ତାଙ୍କର ପୁତ୍ର ବି. ଓ୍ବାଇ. ବିଜୟେନ୍ଦ୍ରଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଏଥିରୁ ଓହରି ଯାଇଛନ୍ତି, ଯାହାକୁ ନେଇ ନାମାଙ୍କନପତ୍ର ଦାଖଲ...

ନଦୀର ସ୍ବାସ୍ଥ୍ୟ

ନଦୀର ସ୍ବାସ୍ଥ୍ୟ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ ନିକଟ ଅତୀତରେ ହୋଇଥିବା ବିଭିନ୍ନ ଘୋଷଣାରୁ ଲାଗୁଛି ଯେ ନଦୀ ବଞ୍ଚାଇବା ପାଇଁ ସରକାରୀ ଅଭିଯାନ ଆରମ୍ଭ ହୋଇଯାଇଛି ବା ହେବାକୁ ଯାଉଛି ଓଡ଼ିଶାରେ। ରାଜ୍ୟ ସରକାର ‘ସବୁଜ ମହାନଦୀ ଅଭିଯାନ’ କଥା କହିଛନ୍ତି। ସିଆଡ଼େ ସମ୍ବଲପୁର ଜିଲା ପ୍ରଶାସନ ସବୁଜ, ସ୍ବଚ୍ଛ ଓ ସୁନ୍ଦର ମହାନଦୀର ଆହ୍ବାନ ଦେଇ ବିଭିନ୍ନ ଆୟୋଜନ ଆରମ୍ଭ କରିଦେଇଛନ୍ତି। ନଦୀଜଳର ଭାଗବଣ୍ଟାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଖୁବ୍‌ ଜମିଥିବା ବେଳେ ନଦୀର ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ ପାଇବା ଖୁସିର କଥା। ନଦୀ ହେଉଛି ସଭ୍ୟତାର ଆଧାର, ନଦୀ ଯୋଗୁ ସଭ୍ୟତାର ପ୍ରବାହ ହୋଇଥାଏ। ନଦୀର ସ୍ଥିତିରୁ ସଭ୍ୟତା କେତେ ସୁସ୍ଥ ଓ ସଭ୍ୟ ତାହା ଜଣାପଡ଼ିଥାଏ। ଶ୍ରୀମଦ୍‌ଭାଗବତର ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟର ୩୨-୩୩ ଶ୍ଳୋକରେ ଉଲ୍ଲେଖ ଅଛି: ବୃକ୍ଷରାଜି ହେଉଛି ପ୍ରଭୁଙ୍କ ଶରୀରର ଲୋମ, ବାୟୁ ହେଉଛି ପ୍ରଭୁଙ୍କର ...

ମ୍ୟାଲେରିଆ ନିରାକରଣ

ମ୍ୟାଲେରିଆ ନିରାକରଣ

ଡା. ରାମଚନ୍ଦ୍ର ରାଉତ ଏପ୍ରିଲ ୨୫କୁ ‘ବିଶ୍ୱ ମ୍ୟାଲେରିଆ’ ଦିବସ ରୂପେ ପାଳନ କରାଯାଏ। ମ୍ୟାଲେରିଆ ଏକ ପ୍ରମୁଖ ସଂକ୍ରାମକ ରୋଗ ରୂପେ ଆବହମାନ କାଳରୁ ରହି ଆସିଛି ଏବଂ ଏହା ବିଶ୍ୱର ଅଧିକାଂଶ ମୃତ୍ୟୁ ଓ ଦାରିଦ୍ର୍ୟର ଏକ ପ୍ରମୁଖ କାରଣ। ପ୍ରତି ୨ ମିନିଟ୍‌ରେ ଗୋଟିଏ ଶିଶୁ କେଉଁଠି ନା କେଉଁଠି ମ୍ୟାଲେରିଆ ସଂକ୍ରମଣ ଦ୍ୱାରା ମୃତ୍ୟୁମୁଖରେ ପଡିଥାଏ। ୨୦୧୫ରେ ସାରା ବିଶ୍ୱରେ ୨୧କୋଟି ୨୦ଲକ୍ଷ ଲୋକ ମ୍ୟାଲେରିଆରେ ପୀଡିତ ହୋଇଥିବା ବେଳେ ତହିଁରୁ ୪ ଲକ୍ଷ ୨୯ ହଜାର ମୃତ୍ୟୁମୁଖରେ ପଡିଥିଲେ। ମାତ୍ର ୨୦୧୬ରେ ଏହା କମିବା ପରିବର୍ତ୍ତେ ଆହୁରି ୫୦ ଲକ୍ଷ ଲୋକ ଏହାଦ୍ୱାରା ଆକ୍ରାନ୍ତ ହୋଇଥିଲେ।...

ଏଇ ଭାରତରେ

ଏଇ ଭାରତରେ

ଝିଅର ବିବାହ ବୟସ ହେଲେ ମାତାପିତାଙ୍କର ଚିନ୍ତା ବଢ଼େ। ସବୁଠୁ ଚିନ୍ତା ଅଧିକ ଘାରେ ଯୌତୁକକୁ ନେଇ। ମଧ୍ୟପ୍ରଦେଶର ଟିକମଗଡ ଜିଲା ପୃଥ୍ବୀପୁରରେ ଏମିତି ଏକ ବାହାଘର ହେଲା ଯାହା ସମସ୍ତଙ୍କ ଆଖି ଖୋଲିଦେଇଛି। ବିବାହରେ ପୁଅଘର ଲୋକେ ଯୌତୁକ ଭାବେ ଝିଅଘରୁ କେବଳ ଗୋଟିଏ ଗଛର ଚାରା ନେଇଛନ୍ତି। ଝିଅ ଘରକୁ ମଧ୍ୟ ବଦଳରେ ଏକ ଚାରା ଦେଇଛନ୍ତି। ବାହାଘରକୁ ଯେଉଁ ବରଯାତ୍ରୀ ଯିବେ ସମସ୍ତଙ୍କୁ ଗୋଟିଏ କରି ଚାରା ଉପହାର ଦେବାକୁ ବରଘର ଝିଅଘରକୁ ଅନୁରୋଧ କରିଥିଲେ। ତାହା ହିଁ ହୋଇଛି। ଉପହାର ଭାବେ ଦିଆଯାଉଥିବା ଚାରାଟିକୁ ସଯତ୍ନରେ ଲଗାଇ ବଢାଇବାକୁ ସମସ୍ତଙ୍କୁ ସଂକଳ୍ପ କରାଯାଇଥିଲା। ଏଭଳି ଅନନ୍ୟ ବିବାହ କରିଥିବା ଯୁବକ ଜଣକ ହେଉଛନ୍ତି ଅମିତ ଦୁବେ। ଉକ୍ତ ଅଞ୍ଚଳରେ ପ୍ରତିବର୍ଷ ...

ସମ୍ପାଦକୀୟ/ରକ୍ତ ଶୋଷଣ, ପରେ ଦାନ

ସମ୍ପାଦକୀୟ/ରକ୍ତ ଶୋଷଣ, ପରେ ଦାନ

ଦେଶର ପ୍ରଗତିରେ ପରିବହନ ବ୍ୟବସ୍ଥା ସୁଗମ ହେବା ନିତାନ୍ତ ଦରକାର। ଏଥିପାଇଁ ପ୍ରମୁଖ ଉପାଦାନ ହେଉଛି ଇନ୍ଧନ। ଆଜିର ସମୟରେ ପେଟ୍ରୋଲ ଓ ଡିଜେଲ ଦର ଅର୍ଥନୈତିକ ବ୍ୟବସ୍ଥାକୁ ଗତିଶୀଳ କରାଉଛି। ଲୋକମାନଙ୍କ ଯାତାୟାତଠାରୁ ଆରମ୍ଭ କରି ସାମଗ୍ରୀର ଦର ଉପରେ ତୈଳ ଦରର ସିଧାସଳଖ ପ୍ରଭାବ ରହିଛି। ତେଣୁ ପ୍ରତ୍ୟେକ ସରକାର ତେଲ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରିଥାଆନ୍ତି। ହେଲେ ନରେନ୍ଦ୍ର ଦାମୋଦରଦାସ ମୋଦି ୨୦୧୪ରେ କ୍ଷମତାକୁ ଆସିବା ପରେ ତୈଳ ଦର ଉପରେ ଥିବା ନିୟନ୍ତ୍ରଣକୁ ହଟାଦେଲେ। ଏ ଦିଗରେ ଦିଆଯାଉଥିବା ରିହାତିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିଦିଆଗଲା। ଫଳରେ ତେଲ ଦର ବଜାର ବ୍ୟବସ୍ଥା ଅନୁଯାୟୀ ସ୍ଥିରୀକୃତ ହେଉଥିବା କୁହାଯାଉଛି। ଭୁବନେଶ୍ୱରରେ ଏବେ ପେଟ୍ରୋଲ ୭୪ ଟଙ୍କା ନିକଟତର ହୋଇ ...

 ଚାଷୀ ମୃତ୍ୟୁ ଓ ଦଣ୍ଡମୁକ୍ତ କର୍ମଚାରୀ

ଚାଷୀ ମୃତ୍ୟୁ ଓ ଦଣ୍ଡମୁକ୍ତ କର୍ମଚାରୀ

ସହଦେବ ସାହୁ ଆମ ଦେଶର କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ ତା’ର ୨୦୧୬ର ଏଡିଏସ୍‌ଆଇ (ଆକ୍ସିଡେଣ୍ଟାଲ୍‌ ଡେଥ୍‌ ଆଣ୍ଡ୍‌ ସୁଇସାଇଡ୍ସ ଇନ୍‌ ଇଣ୍ଡିଆ)ର ଅଗ୍ରିମ (ପ୍ରୋଭିଜନାଲ୍‌) ରିପୋର୍ଟରେ ପ୍ରକାଶ କରିଛି ଯେ ସାରା ଦେଶରେ ୨୦୧୫ରେ ଚାଷୀ ଆତ୍ମହତ୍ୟା ୧୨,୬୦୨ ଥିବାବେଳେ ୨୦୧୬ରେ ୧୧,୩୭୦କୁ କମିଛି। ଓଡିଶାରେ ସେହି ଢାଞ୍ଚା। ୨୦୧୪ ରିପୋର୍ଟରେ ଚାଷୀ ଆତ୍ମହତ୍ୟା ସଂଖ୍ୟା ୫ ଥିଲା, ୨୦୧୫ ଓ ୧୬ରେ ସରକାରୀ ରିପୋର୍ଟରେ ଶୂନ ଥିବାବେଳେ ୨୦୧୭ରେ ୨୦୧୪ ସଂଖ୍ୟାର ଦୁଇଗୁଣ ବଢିଯାଇଛି। ...

ସ୍ତ୍ରୀର ଦରମା

ସ୍ତ୍ରୀର ଦରମା

ରୁଦ୍ର ପ୍ରସନ୍ନ ରଥ ବିଗତ କିଛି ବର୍ଷ ମଧ୍ୟରେ ଭାରତରେ ନାରୀ ଶିକ୍ଷାର ବ୍ୟାପକ ପ୍ରଚାର ଏବଂ ପ୍ରସାର ଘଟିବା ସହ ନିଯୁକ୍ତି କ୍ଷେତ୍ରରେ ଏମାନଙ୍କ ପାଇଁ ବିଶେଷ ସୁଯୋଗ ସୃଷ୍ଟି ହୋଇଛି। ତଥାପି ଦେଶର ପ୍ରଗତିକୁ ଏହା ନୂଆ ଦିଶା ଦେବାରେ ସକ୍ଷମ ନୁହେଁ। କାରଣ ସାମାଜିକ, ରାଜନୈତିକ ଏବଂ ଲିଙ୍ଗଗତ ଭେଦଭାବ ଯୋଗୁ ନାରୀଟିଏ ଅନେକ କ୍ଷେତ୍ରରେ ନିଜ ପାଇଁ ମନପସନ୍ଦର ଚାକିରି ଏବଂ ଦରମା ପାଇବାରେ ସକ୍ଷମ ହୋଇପାରୁ ନାହିଁ।

ଏଇ ଭାରତରେ

ଏଇ ଭାରତରେ

ଲୋକଙ୍କ ମଧ୍ୟରେ ବେଳେବେଳେ ଏଭଳି ମାନସିକତା ସୃଷ୍ଟି ହୁଏ, ଯାହାକି ସହଜରେ ବିଶ୍ୱାସ ହୁଏନାହିଁ। ମୋବାଇଲ ଓ ଇଣ୍ଟର୍‌ନେଟ ବ୍ୟବହାର ଯୁଗରେ ମଧ୍ୟ କେତେକଙ୍କ ମଧ୍ୟରେ ରକ୍ଷଣଶୀଳ ଚିନ୍ତାଧାରା ଦେଖାଯାଉଛି। ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରରେ। ବାଙ୍ଗାଲୋରର ଜଣେ ଯୁବତୀଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ବିରୋଧ କରି ଲକ୍ଷ୍ନୌର ଅଭିଷେକ ନାମକ ଜଣେ ଯୁବକ ମୁସଲମାନ ଡ୍ରାଇଭର ଚଳାଉଥିବା ଏକ ଘରୋଇ କାର୍‌ ପରିବହନ ସଂସ୍ଥାରେ ଯିବାକୁ ମନା କରିଦେଇଛନ୍ତି। ଏହାକୁ ଟୁଇଟ କରି ସେ କହିଛନ୍ତି ଯେ, ଯଦି ଜଣେ ଯୁବତୀ ରୁଦ୍ର ହନୁମାନ ପୋଷ୍ଟର ଲଗାଯାଇଥିବା କାର୍‌ରେ ...