Dharitri News
ବାଣିଜ୍ୟ |

ଜିଏସ୍‌ଟି ପରିସରକୁ ଆସିପାରେ ପେଟ୍ରୋଲିୟମ୍‌, ରିୟଲ ଇଷ୍ଟେଟ୍‌

ଜିଏସ୍‌ଟି ପରିସରକୁ ଆସିପାରେ ପେଟ୍ରୋଲିୟମ୍‌, ରିୟଲ ଇଷ୍ଟେଟ୍‌ ନୂଆଦିଲ୍ଲୀ,୧୪-୧୨(ପି.ଟି.) ଜିଏସ୍‌ଟି ପରିଷଦ ବିଦ୍ୟୁତ୍‌, ପେଟ୍ରୋଲିୟମ୍‌ ସାମଗ୍ରୀ ସମେତ ଅନ୍ୟ କେତେକ କ୍ଷେତ୍ରକୁ ଜିଏସ୍‌ଟି ପରିସରକୁ ଆଣିବାକୁ ବିଚାର କରିବ। ଏ ନେଇ ବିହାର ଅର୍ଥମନ୍ତ୍ରୀ ସୁଶୀଲ ମୋଦି ସୂଚନା ଦେଇଛନ୍ତି। ବିଦ୍ୟୁତ୍‌, ରିୟଲ ଇଷ୍ଟେଟ, ଷ୍ଟାମ୍ପ ଡ୍ୟୁଟି ଜିଏସ୍‌ଟି ପରିସରକୁ ଆସିବା ଉଚିତ। ଏଗୁଡିକୁ ଜିଏସ୍‌ଟି ପରିସରକୁ ଆଣିବାକୁ ଉଦ୍ୟମ ଜାରି ରହିଥିବା ଉଦ୍ୟୋଗ ସଂଘ ଫିକିର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି। ମାତ୍ର ଏହା କେତେ ସମୟ ମଧ୍ୟରେ ହେବ ସେ ନେଇ କୌଣସି ସମୟ ସୀମା ସମ୍ପର୍କରେ ସୁଶୀଲ ସୂଚନା ଦେଇନାହାନ୍ତି। ଯଦି ପେଟ୍ରୋଲିୟମ୍‌ ସାମଗ୍ରୀ ଜିଏସ୍‌ଟି ପରିସରକୁ ଆସେ ତେବେ ଏହାକୁ ସର୍ବୋଚ୍ଚ ଟିକସ ସ୍ଲାବରେ ରଖାଯିବ। ଏହା ଉପରେ ରାଜ୍ୟଗୁଡିକ ସେସ୍‌ ଲାଗୁ କରିବାର ସ୍ବାଧୀନତା ପାଇବେ। ଏହା ଦ୍ୱାରା ରାଜ୍ୟଗୁଡିକ ସେମାନଙ୍କ ରାଜସ୍ବକୁ କେତେକ ମାତ୍ରାରେ ରକ୍ଷା କରିପାରିବେ। ବର୍ତ୍ତମାନ ଉଭୟ କେନ୍ଦ୍ର ତଥା ରାଜ୍ୟ ସେମାନଙ୍କ ରାଜସ୍ବର ୪୦% ପେଟ୍ରୋଲିୟମ୍‌ ସାମଗ୍ରୀ ଉପରୁ ଲାଭ କରୁଛନ୍ତି। ଅପରପକ୍ଷରେ ଟିକସ ସଂଗ୍ରହରେ ସ୍ଥିତାବସ୍ଥା ଆସିଲେ ସ୍ଲାବ ହ୍ରାସ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ବର୍ତ୍ତମାନ ସର୍ବୋଚ୍ଚ ଟିକସ ସ୍ଲାବ ୨୮% ରହିଥିବା ବେଳେ ଏହାକୁ ୨୫% ଏବଂ ୧୨ ଓ ୧୮% ସ୍ଲାବକୁ ଏକତ୍ର କରାଯିବାର ସମ୍ଭାବନା ରହିଥିବା ସେ ପ୍ରକାଶ କରିଛନ୍ତି। ସୁଶୀଲ ବର୍ତ୍ତମାନ ରାଜ୍ୟସ୍ତରୀୟ ଅର୍ଥମନ୍ତ୍ରୀମାନଙ୍କର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଜିଏସ୍‌ଟି ବ୍ୟବସ୍ଥାରେ ଇନ୍‌ଫୋସିସର ସଫ୍ଟଓ୍ବେରକୁ ନେଇ କିଛିଦିନ ତଳେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ମାତ୍ର ଆମେ ଏଥିଲାଗି ଇନ୍‌ଫୋସିସ ଭଳି ପ୍ରମୁଖ କମ୍ପାନୀଙ୍କୁ ଚୟନ କରିବା ସହ କମ୍ପାନୀର କାର୍ଯ୍ୟଧାରାକୁ ଭରସା କରୁଛୁ ବୋଲି ସେ ପ୍ରକାଶ କରିଛନ୍ତି। ଜିଏସ୍‌ଟି ନେଟଓ୍ବର୍କ ଠିକ୍‌ ଭାବେ କାର୍ଯ୍ୟକାରୀ ହେବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି। ବର୍ତ୍ତମାନ ଏହାର ୩୦% କ୍ଷମତାର ବ୍ୟବହାର ହେଉଛି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ଜିଏସ୍‌ଟିଏନ୍‌ ଏହାର ପ୍ରସ୍ତୁତିକୁ ନେଇ ପରିଷଦ ସାମ୍ନାରେ ମତାମତ ରଖୁ ବୋଲି ଜମ୍ମୁ-କଶ୍ମୀର ଅର୍ଥମନ୍ତ୍ରୀ ହାସିବ ଦ୍ରାବୁ ସୂଚନା ଦେଇଛନ୍ତି। ଗତ ୪ ମାସରେ ଏଥିରେ ୩.୨୦ ଲକ୍ଷ ରିଟର୍ନ ଫାଇଲ ହୋଇଥିବା ବେଳେ ଫର୍ମକୁ ସରଳୀକରଣ କରାଯାଇଛି। ଟିକସ ଫାଇଲ ଅଭିଜ୍ଞତାକୁ ସରଳୀକରଣ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାଯାଇଛି। ସେହିଭଳି ରିଫଣ୍ଡ ବ୍ୟବସ୍ଥା ତଥା ଇନ୍‌ପୁଟ ଟିକସ କ୍ରେଡିଟ୍‌ ଭଳି ପ୍ରସଙ୍ଗକୁ ଧ୍ୟାନରେ ରଖାଯାଇଛି। ଭାଟ୍‌ ଭଳି ଜିଏସଟି ମଧ୍ୟ ସଫଳ ହେବ। ଆଗାମୀ ୨-୩ ମାସ ମଧ୍ୟରେ ରାଜ୍ୟଗୁଡିକ କେନ୍ଦ୍ରଠାରୁ କୌଣସି କ୍ଷତିପୂରଣ ଆଶା କରିବେ ନାହିଁ ବୋଲି ଆଶା ରହିଥିବା ସୁଶୀଲ କହିଛନ୍ତି। ଜିଏସ୍‌ଟି ଲାଗୁଜନିତ କ୍ଷତିର ଭରଣା ଲାଗି କେନ୍ଦ୍ର ଆଗାମୀ ୫ ବର୍ଷ ଯାଏ କ୍ଷତିପୂରଣ ପ୍ରଦାନ କରିବ।

ବାଣିଜ୍ୟ |

ବଢିଚାଲିଛି ତୈଳ ଦର

ବଢିଚାଲିଛି ତୈଳ ଦର

ନୂଆଦିଲ୍ଲୀ, ୧୮-୧(ପି.ଟି.) ଦେଶରେ ଉଭୟ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦର ହୁହୁ ହୋଇ ବଢି ଚାଲିଛି। ନୂଆଦିଲ୍ଲୀରେ ପେଟ୍ରୋଲ୍‌ ଲିଟର ୭୧ ଟଙ୍କା ଟପିଥିବା ବେଳେ ବମ୍ବେରେ ୮୦ ଟଙ୍କା ଛୁଇଁଛି। ସେହିପରି ଡିଜେଲ୍‌ ଦର ନୂଆଦିଲ୍ଲୀରେ ୬୨ ଟଙ୍କା ଟପିଥିବା ବେଳେ ବମ୍ବେରେ ୬୬ ଟପିଛି। କିନ୍ତୁ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ନେଇ କୌଣସି ସନ୍ତୋଷ ଜନକ ଉତ୍ତର ରଖିନାହାନ୍ତି।

ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସହ ପ୍ରାକ୍‌ ବଜେଟ ବୈଠକ କଲେ ଜେଟ୍‌ଲୀ

ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସହ ପ୍ରାକ୍‌ ବଜେଟ ବୈଠକ କଲେ ଜେଟ୍‌ଲୀ

ନୂଆଦିଲ୍ଲୀ, ୧୮-୧(ପିଟି) ଆସନ୍ତା ୩୧ ତାରିଖରୁ ୨୦୧୮-୧୯ ଆର୍ଥିକବର୍ଷ ପାଇଁ ବଜେଟ୍‌ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଫେବୃୟାରୀ ୧ରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ସାଧାରଣ ବଜେଟ ଉପସ୍ଥାପନ କରିବେ। ଏଥିପାଇଁ ଗୁରୁବାର ସବୁ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କୁ ନେଇ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ୍‌ ବଜେଟ ବୈଠକ ଅନୁଷ୍ଠିତ ହୋଇଯାଇଛି।

 ଅସ୍ଥିତ୍ୱ ହରାଇବ ଫିଜିକାଲ୍‌ ବ୍ୟାଙ୍କ

ଅସ୍ଥିତ୍ୱ ହରାଇବ ଫିଜିକାଲ୍‌ ବ୍ୟାଙ୍କ

ନୂଆଦିଲ୍ଲୀ,୧୮-୧(ପି.ଟି.) ଯେଉଁଠାରେ ବ୍ୟାଙ୍କ ଖାତା ଖୋଲିବା, ଟଙ୍କା ଜମା କରିବା, ଉଠେଇବା, ଡିମାଣ୍ଡ୍‌ଡ୍ରାଫ୍‌ଟ୍‌ ତଥା ଚାଲାଣ କାଟିବା ବ୍ୟବସ୍ଥା ଥାଏ ତାହାକୁ ସାଧାରଣତଃ ଏକ ବ୍ୟାଙ୍କ ଶାଖା କୁହାଯାଏ। ଜଣେ ପରିଚାଳକଙ୍କ ଅଧୀନରେ କେତେକ କର୍ମଚାରୀଙ୍କୁ ନେଇ ଏହା ନିର୍ଦ୍ଦିଷ୍ଟ ଅଞ୍ଚଳରେ ପରିଚାଳିତ ହୋଇଥାଏ। ଗ୍ରାହକମାନେ ନିଜର ଆର୍ଥିକ କାରବାର କରିବା ପାଇଁ ଏଠାକୁ ଯାଇ ଥାଆନ୍ତି।

୨୯ ଉତ୍ପାଦରୁ ଟିକସ କମିଲା

୨୯ ଉତ୍ପାଦରୁ ଟିକସ କମିଲା

ନୂଆଦିଲ୍ଲୀ,୧୮-୧(ପି.ଟି.) ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ପରିଷଦର ୨୫ ତମ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେତେକ କୃଷିଜାତ ଉତ୍ପାଦ ସହ ୨୯ଟି ସାମଗ୍ରୀ ଏବଂ ୫୪ ପ୍ରକାର ସେବା ଉପରେ ଜିଏସ୍‌ଟି ହାର ହ୍ରାସ କରାଯାଇଛି। ୨୯ଟି ହସ୍ତଶିଳ୍ପ ସାମଗ୍ରୀକୁ ୦% ସ୍ଲାବ୍‌ରେ ରଖାଯାଇଛି।

କଲ୍‌ ଡ୍ରପ୍‌: ବାହାନା ଦେଖାଇ ପାରିବେନି ଟେଲିକମ୍‌ କମ୍ପାନୀ

କଲ୍‌ ଡ୍ରପ୍‌: ବାହାନା ଦେଖାଇ ପାରିବେନି ଟେଲିକମ୍‌ କମ୍ପାନୀ

ନୂଆଦିଲ୍ଲୀ,୧୮-୧(ପି.ଟି.) କଲ୍‌ ଡ୍ରପ୍‌ ସମସ୍ୟାକୁ ନେଇ ଟେଲିକମ୍‌ ବିଭାଗ(ଡଟ୍‌) ଅପରେଟର୍‌ମାନଙ୍କ ଉପରେ କଡା ଆଭିମୁଖ୍ୟ ପ୍ରକାଶ କରିଛି। ଏହି ସମସ୍ୟାକୁ ନେଇ କମ୍ପାନୀଗୁଡିକ ପକ୍ଷରୁ କୌଣସି ବାହାନା ଶୁଣାଯିବ ନାହିଁ। ମୋବାଇଲ୍‌ ଟାଓ୍ବାର ସଂସ୍ଥାପନ କ୍ଷେତ୍ରରେ ଅସୁବିଧା ହେଉଥିବାରୁ କଲ୍‌ ଡ୍ରପ୍‌ ସମସ୍ୟା ବଢ଼ୁଛି ବୋଲି ଟେଲିକମ୍‌ କମ୍ପାନୀଗୁଡିକ ବାହାନା ଦେଖାଉଥିବା ଡଟ୍‌ କହିଛି।

ହୋଟେଲ୍‌ଗୁଡିକ ଲାଗି ନୂଆ ନିୟମ: ରିସେପ୍‌ଶନ, ଓ୍ବେବ୍‌ସାଇଟ୍‌ରେ ପ୍ରଦର୍ଶିତ ହେବ ଷ୍ଟାର ମାନ୍ୟତା

ହୋଟେଲ୍‌ଗୁଡିକ ଲାଗି ନୂଆ ନିୟମ: ରିସେପ୍‌ଶନ, ଓ୍ବେବ୍‌ସାଇଟ୍‌ରେ ପ୍ରଦର୍ଶିତ ହେବ ଷ୍ଟାର ମାନ୍ୟତା

ନୂଆଦିଲ୍ଲୀ,୧୮-୧(ପି.ଟି.) ଏଣିକି ସମସ୍ତ ହୋଟେଲ ନିଜର ରିସେପ୍‌ଶନ ତଥା ଓ୍ବେବ୍‌ସାଇଟ୍‌ରେ ସେମାନଙ୍କ ଷ୍ଟାର ମାନ୍ୟତାକୁ ପ୍ରଦର୍ଶନ କରିବେ। ସେ ୫ ତାରକା ହେଉ କିମ୍ବା ୧ ତାରକା ତାହାକୁ ରିସେପ୍‌ଶନ ତଥା ନିଜ ଓ୍ବେବ୍‌ସାଇଟ୍‌ରେ ସ୍ପଷ୍ଟ ଭାବେ ପ୍ରଦର୍ଶିତ କରିବା ପାଇଁ ହୋଟେଲ୍‌ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଅନୁପାଳନ ପାଇଁ ୩ ମାସର ଡେଡ୍‌ଲାଇନ୍‌ ଧାର୍ଯ୍ୟ କରାଯାଇଛି।

ନିଶାନ ଇଣ୍ଡିଆର ‘ହାପି ଓ୍ବିଥ୍‌ ନିଶାନ୍‌’ ଅଭିଯାନ

ନିଶାନ ଇଣ୍ଡିଆର ‘ହାପି ଓ୍ବିଥ୍‌ ନିଶାନ୍‌’ ଅଭିଯାନ

ଦିଲ୍ଲୀ,୧୮-୧ ପ୍ରମୁଖ ଅଟୋ ନିର୍ମାତା କମ୍ପାନୀ ନିଶାନ୍‌ ଇଣ୍ଡିଆ ପକ୍ଷରୁ "ହାପି ଓ୍ବିଥ୍‌ ନିଶାନ୍‌" ଗ୍ରାହକ ସେବା ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା ହୋଇଛି । ଏହି ଅଭିଯାନ ନିଶାନ୍‌ ଏବଂ ଡାଟ୍‌ସନ୍‌ର ସମସ୍ତ ଆଉଟଲେଟଗୁଡିକରେ ଚଳିତ ମାସ ୧୮-୨୮ ତାରିଖ ମଧ୍ୟରେ ପାଳନ ହେବ ।

ସାହାରା ଲାଇଫ୍‌ ବାଣିଜ୍ୟ ଅକ୍ତିଆର ମାମଲାକୁ ନେଇ ନିୟାମକ ନିର୍ଦ୍ଦେଶ ଉଚ୍ଛେଦ କଲେ ସ୍ୟାଟ୍‌

ସାହାରା ଲାଇଫ୍‌ ବାଣିଜ୍ୟ ଅକ୍ତିଆର ମାମଲାକୁ ନେଇ ନିୟାମକ ନିର୍ଦ୍ଦେଶ ଉଚ୍ଛେଦ କଲେ ସ୍ୟାଟ୍‌

ବମ୍ବେ,୧୮-୧ ସୁବ୍ରତ ରୟଙ୍କ ସାହାରା ଲାଇଫ୍‌ ଇନସ୍ୟୁରାନ୍ସ ବାଣିଜ୍ୟକୁ ଅକ୍ତିଆର ଲାଗି ଆଇସିଆଇସିଆଇ ପ୍ରୁଡେନସିଆଲ୍‌କୁ ବୀମା ନିୟାମକ ଆଇଆରଡିଏଆଇ ଦେଇଥିଲେ। ଏହି ନିର୍ଦ୍ଦେଶକୁ ଦି ସିକ୍ୟୁରିଟିଜ୍‌ ଆପିଲେଟ ଟ୍ରିବ୍ୟୁନାଲ (ସ୍ୟାଟ୍‌) ଉଚ୍ଛେଦ କରି ଦେଇଛନ୍ତି। ସାହାରା ମାମଲାର ଶୁଣାଣି ପରେ ପୁଣି ଏକ ନୂଆ ନିର୍ଦ୍ଦେଶ ଜାରି କରିବାକୁ ସ୍ୟାଟ୍‌ କହିଛନ୍ତି। ମାତ୍ର ଅନ୍ତରୀଣ ସମୟ ପାଇଁ ସାହାରା ଲାଇଫ ବାଣିଜ୍ୟର ପରିଚାଳନା ନିମନ୍ତେ ଏକ ଆଡମିନିଷ୍ଟ୍ରେଟର ନିଯୁକ୍ତ ଲାଗି ଆଇଆର୍‌ଡିଏଆଇ ନିଷ୍ପତ୍ତିକୁ ସ୍ୟାଟ୍‌ କାଏମ ରଖିଛନ୍ତି।

ଟୟୋଟା ପକ୍ଷରୁ ଇନୋଭା କ୍ରିଷ୍ଟାର ଟେଷ୍ଟ ଡ୍ରାଇଭ୍‌

ଟୟୋଟା ପକ୍ଷରୁ ଇନୋଭା କ୍ରିଷ୍ଟାର ଟେଷ୍ଟ ଡ୍ରାଇଭ୍‌

ଭୁବନେଶ୍ୱର,୧୮-୧ ପ୍ରମୁଖ ଚାରିଚକିଆ ଯାନ ନିର୍ମାଣକାରୀ କମ୍ପାନୀ ଟୟୋଟା କିର୍ଲୋସ୍କାର ମୋଟର୍ସ ପକ୍ଷରୁ ଏହାର ପ୍ରମୁଖ ମଡେଲ ଇନୋଭା କ୍ରିଷ୍ଟାର ଏକ ଟେଷ୍ଟ ଡ୍ରାଇଭ୍‌ ସ୍ଥାନୀୟ ପଟିଆସ୍ଥିତ ଏସ୍ପିରିଟ୍‌ ଟୟୋଟା ଶୋ’ରୁମଠାରେ ଅନୁଷ୍ଠିତ ହୋଇଯାଇଛି। କମ୍ପାନୀ ୨୦୦୫ରେ ପ୍ରଥମେ ଇନୋଭା ମଡେଲକୁ ବଜାରକୁ ଆଣିଥିବା ବେଳେ ୨୦୧୬ରେ ଏହାର ଅତ୍ୟାଧୁନିକ ଭର୍ଜନ ଇନୋଭା କ୍ରିଷ୍ଟାକୁ ଉନ୍ମୋଚନ କରିଛି।

ବ୍ରିଲିଆଣ୍ଟ ପକ୍ଷରୁ ନୂଆ ସ୍ବାଗତମ ଅଗରବତୀ

ବ୍ରିଲିଆଣ୍ଟ ପକ୍ଷରୁ ନୂଆ ସ୍ବାଗତମ ଅଗରବତୀ

ଭୁବନେଶ୍ୱର,୧୮-୧ ପ୍ରମୁଖ ଅଗରବତୀ କମ୍ପାନୀ ବ୍ରିଲିଆଣ୍ଟ ପକ୍ଷରୁ ଏହାର ନୂତନ ବ୍ରାଣ୍ଡ ବ୍ରିଲିଆଣ୍ଟ ସ୍ବାଗତମ ଅଗରବତୀ ବଜାରକୁ ଆସିଛି। ସାତପଡାଠାରେ ଅନୁଷ୍ଠିତ ଏକ ବିତରକ ସମ୍ମିଳନୀରେ ଏହି ନୂଆ ବ୍ରାଣ୍ଡର ବଜାର ପ୍ରବେଶ ହୋଇଛି।

ଗୀତମ୍‌ ପକ୍ଷରୁ ଏମ୍‌ବିଏ ପାଠ୍ୟକ୍ରମ ଲାଗି ନାମଲେଖା

ଗୀତମ୍‌ ପକ୍ଷରୁ ଏମ୍‌ବିଏ ପାଠ୍ୟକ୍ରମ ଲାଗି ନାମଲେଖା

ବିଶାଖାପାଟଣା,୧୮-୧ ଗୀତମ୍‌ ଡିମଡ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏମ୍‌ବିଏ ପାଠ୍ୟକ୍ରମ ଲାଗି ନାମଲେଖା ସମ୍ପର୍କରେ ଘୋଷଣା କରାଯାଇଛି। ଦେଶର ଏକ ପ୍ରମୁଖ ବିସ୍କୁଲ ଭାବେ ଗୀତମ୍‌ ସ୍କୁଲ ଅଫ୍‌ ଇଣ୍ଟରନ୍ୟାଶନାଲ ବିଜ୍‌ନେଶ(ଜିଏସ୍‌ଆଇବି) ଶନିବାର ଏହି ଘୋଷଣା କରିଛି। ଜିଏସ୍‌ଆଇବି ପକ୍ଷରୁ ଇଣ୍ଟରନ୍ୟାଶନାଲ ବିଜନେସ, ଏମ୍‌ବିଏ ଇନ୍‌ ଇଣ୍ଟରନ୍ୟାଶନାଲ ବ୍ୟାଙ୍କିଂ ଆଣ୍ଡ ଫାଇନାନ୍ସ, ଏମ୍‌ବିଏ ଇନ୍‌ ଗ୍ଲୋବାଲ ଲଜିଷ୍ଟିକ୍‌ ଆଣ୍ଡ ସପ୍ଳାଇ ଚେନ ମ୍ୟାନେଜମେଣ୍ଟ, ପୋଷ୍ଟ ଗ୍ରାଜୁଏଟ୍‌ ଡିପ୍ଲୋମା ଇନ୍‌ ବିଜନେସ ଆନାଲିଟିକ୍ସ (ପିଜିଡିବିଏ) ଭଳି ପାଠ୍ୟକ୍ରମ ପ୍ରଦାନ କରୁଛି।

ସ୍ବାସ୍ଥ୍ୟ ବ୍ୟୟ ବରାଦ ୧୧% ବଢ଼ିପାରେ

ସ୍ବାସ୍ଥ୍ୟ ବ୍ୟୟ ବରାଦ ୧୧% ବଢ଼ିପାରେ

ଆଗାମୀ ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ର ଲାଗି ବ୍ୟୟ ବରାଦ ୧୧% ବଢିବାର ସମ୍ଭାବନା ରହିଛି। ବିଭିନ୍ନ ରୋଗ ନିୟନ୍ତ୍ରଣ ଲାଗି ଅଧିକ ବ୍ୟୟ ବରାଦ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅର୍ଥ ମନ୍ତ୍ରଣାଳୟକୁ କହିଥିଲା। ମାତ୍ର ବଜେଟରେ ଏହା ଠାରୁ କମ୍‌ ପରିମାଣର ବ୍ୟୟ ବରାଦ ହେବ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।