ଫୁରସତ |

୨୦୧୮ରେ ଆସିବ ଦୁନିଆର ସବୁଠାରୁ ଆରାମଦାୟକ ବସ

୨୦୧୮ରେ ଆସିବ ଦୁନିଆର ସବୁଠାରୁ ଆରାମଦାୟକ ବସ
ଲଣ୍ଡନ: ୨୦୧୮ରେ ବ୍ରିଟେନବାସୀ ଏକ ନିଆରା ବସ ଯାତ୍ରାର ଅନୁଭୁତି ପାଇବେ। ବିଳମ୍ବିତ ରାତ୍ରିରେ ଚାଲିବାକୁ ଥିବା ଏହି ବସ୍‌ରେ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାର ଆଧୁନିକ ସୁବିଧା ଯୋଗାଇ ଦିଆଯିବ। ଏଥିରେ ପର୍ସନାଲ ବେଡ୍‌ରୁମର ସୁବିଧା ମିଳିବ ଯାତ୍ରୀଙ୍କୁ। ବର୍ତ୍ତମାନ ସୁଦ୍ଧା ଏହାର ଫଟୋ ରିଲିଜ ହୋଇଥିବା ବେଳେ ଏହା ବର୍ଷ ଆରମ୍ଭରୁ ଚାଲିବ ବୋଲି ସୂଚନା ମିଳିଛି। ୧୪ଟି ରୁଟ୍‌ରେ ଚାଲିବାକୁ ଥିବା ଏହି ବସ୍‌ରେ ଯାତ୍ରୀଙ୍କୁ ମିଳିବ କମନ୍‌ ଡାଇନିଙ୍ଗ, ପର୍ସନାଲ ଲକର, ଫ୍ରି ଓ୍ବାଇ ଫାଇ ଭଳି ସୁବିଧା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପଣଙ୍କୁ ନିଦ ଲାଗିଯାଇଥିଲେ ବି ଗନ୍ତବ୍ୟ ସ୍ଥଳ ଆସିବା କ୍ଷଣି ଆପଣଙ୍କୁ ସୂଚନା ଦିଆଯିବ।
All Right Reserved By

ଫୁରସତ |

ଏଭଳି ସ୍ତ୍ରୀ ସ୍ବାମୀଙ୍କ ପାଇଁ କ’ଣ ଆଣନ୍ତି...

ଏଭଳି ସ୍ତ୍ରୀ ସ୍ବାମୀଙ୍କ ପାଇଁ କ’ଣ ଆଣନ୍ତି...

ଦାମ୍ପତ୍ୟ ଜୀବନକୁ ଦୃଢ଼ କରିବା ଲାଗି ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ମଧୁର ସମ୍ପର୍କ  ଗୁରୁତ୍ୱପୂର୍ଣ୍ଣ। ଏହା ବିନା ଦାମ୍ପତ୍ୟ ଜୀବନ ନିରର୍ଥକ ପାଲଟି ଯାଏ । ବିବାହପରେ ଜୀବନରେ ପରିବର୍ତ୍ତନ ଆସିବାର ସ୍ବପ୍ନ ଦେଖିଥାନ୍ତି ଅନେକ ଯୁବକ। 

 ଗଧର ହେଲା ବିବାହ

ଗଧର ହେଲା ବିବାହ

କର୍ନାଟକ ହୋରା ଗାଁର ଲୋକେ ଗଧ ସହିତ ଏକ ଗଧୁଣୀର ବିବାହ ବେଶ୍‌ ଧୁମାଧାମ୍‌ରେ କରିଛନ୍ତି। ପୂର୍ବରୁ ଗଧ ସହିତ ଅନ୍ୟ ଏକ ଗଧୁଣୀ ରହୁଥିଲା। ତେବେ ଗଧୁଣୀକୁ ଚିତାବାଘ ମାରି ଦେବା ପରେ ଗଧର ବ୍ୟବହାରରେ ଆସିଥିଲା ପରିବର୍ତ୍ତନ।

ସନ୍ତାନ ଜନ୍ମ ପାଇଁ ମିଳୁଛି ଋଣ

ସନ୍ତାନ ଜନ୍ମ ପାଇଁ ମିଳୁଛି ଋଣ

ଘରପାଇଁ, ଗାଡ଼ି ପାଇଁ ଲୋନ୍‌ ଋଣ ନେବା କଥା ଆମେ ଜାଣିଛେ। ତେବେ ସନ୍ତାନ ଜନ୍ମ ଲାଗି ଋଣ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଏବେ ଛତିଶଗଡ଼ ରାୟପୁରରେ କିଛି ଘରୋଇ କ୍ଲିନିକ୍‌ରେ ଆରମ୍ଭ ହୋଇଛି ଏଭଳି ବ୍ୟବସ୍ଥା। 

ଫେସବୁକ୍‌ ସାଙ୍ଗଙ୍କୁ ଭେଟିବାକୁ ଆମେରିକାରୁ ଅମୃତସର ପହଞ୍ଚିଲେ ମହିଳା

ଫେସବୁକ୍‌ ସାଙ୍ଗଙ୍କୁ ଭେଟିବାକୁ ଆମେରିକାରୁ ଅମୃତସର ପହଞ୍ଚିଲେ ମହିଳା

ଅମୃତସର, ୨୧।୯: ଫେସବୁକ ବନ୍ଧୁଙ୍କୁ ଭେଟିବାକୁ ସୁଦୂର ଆମେରିକାରୁ ଅମୃତସର ଚାଲି ଆସିଛନ୍ତି ଜଣେ ମହିଳା। ଏହି ମହିଳାଙ୍କ ନାମ ହ୍ବିଟନ୍‌ ହ୍ୟାରିସ୍‌। ସେ ଆମେରିକାରେ ଏକ ଜିମ୍‌ରେ ଟ୍ରେନର ଭାବେ କାମ କରନ୍ତି।

ବିଶ୍ୱର ସର୍ବବୃହତ ଘଣ୍ଟି

ବିଶ୍ୱର ସର୍ବବୃହତ ଘଣ୍ଟି

ପୋଲାଣ୍ଡ, ୨୧।୯: ବିଶ୍ୱର ସର୍ବବୃହତ୍‌ ଘଣ୍ଟି ପୋଲାଣ୍ଡରେ ନିର୍ମାଣ କରାଯାଇଛି। ୫୫ ଟନ ଓଜନର ଏହି ଘଣ୍ଟିଟି ଟ୍ରାଇଡେଣ୍ଟ୍‌ ସହରସ୍ଥିତ ଏକ ଧାର୍ମିକ ସ୍ଥଳରେ ଲଗାଯାଇଛି।

ବିବାହ କଲେ ୬୫ କୋଟି ଦେବେ ମଡେଲ

ବିବାହ କଲେ ୬୫ କୋଟି ଦେବେ ମଡେଲ

ନିଜ ମନପସନ୍ଦର ସାଥୀଙ୍କୁ ବିବାହ କରିବାକୁ ସମସ୍ତଙ୍କ ସ୍ବପ୍ନ ଥାଏ। ଏହାକୁ ପୂରଣ କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥା’ନ୍ତି ଯୁବତୀଯୁବକ।

୧୦୦ ଟଙ୍କାରେ ବ୍ରାଣ୍ଡେଡ୍‌ ଜିନ୍ସ

୧୦୦ ଟଙ୍କାରେ ବ୍ରାଣ୍ଡେଡ୍‌ ଜିନ୍ସ

ସାଧାରଣତଃ ବ୍ରାଣ୍ଡେଡ୍‌ କପଡା ପିନ୍ଧିବାକୁ ସମସ୍ତଙ୍କର ଇଚ୍ଛା ଥାଏ। ଅର୍ଥାଭାବରୁ କେହିକେହି ବ୍ରାଣ୍ଡେଡ୍‌ କପଡା କିଣିବାରେ ଅସମର୍ଥ ହୋଇଥାନ୍ତି। 

ଲୁହ ଆସିଲେ ଲାଲ୍‌ ପଡିଯାଉଛି ଶରୀର

ଲୁହ ଆସିଲେ ଲାଲ୍‌ ପଡିଯାଉଛି ଶରୀର

ବିଶ୍ୱରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଅଜବ ରୋଗରେ ପୀଡିତ ଅଛନ୍ତି। ଏମିତି ଏକ ନିଆରା ରୋଗରେ ପୀଡିତ ୧୯ ବର୍ଷୀୟ ଲିଣ୍ଡେସ୍‌ ଚୋବ୍ରେ।

ଜଣେ ବ୍ୟକ୍ତିଙ୍କ ଅପେକ୍ଷାରେ ୫୦୦ ଜୀବଜନ୍ତୁ

ଜଣେ ବ୍ୟକ୍ତିଙ୍କ ଅପେକ୍ଷାରେ ୫୦୦ ଜୀବଜନ୍ତୁ

ଜୀବଜନ୍ତୁଙ୍କ ପାଇଁ ଭଗବାନ ପାଲଟିିଛନ୍ତି କେନିଆର ଜଣେ ବ୍ୟକ୍ତି। ପ୍ରତିଦିନ ଟ୍ରକ୍‌ ଭଡା କରି ୩୦୦୦ ଲିଟର ପାଣି ବୋହିଆଣି ୫୦୦ରୁ ଊର୍ଦ୍ଧ୍ୱ ଜୀବଜନ୍ତୁଙ୍କ ଶୋଷ ମେଣ୍ଟାଇଥାନ୍ତି କେନିଆର ପ୍ୟାଟ୍ରିକ୍‌ କିଲୋନୋଜୋ ମ୍ବେଲୁଆ।

ହିନ୍ଦୀ ଟୁଇଟ୍‌ ଲୋକପ୍ରିୟତା ବଢ଼ୁଛି

ହିନ୍ଦୀ ଟୁଇଟ୍‌ ଲୋକପ୍ରିୟତା ବଢ଼ୁଛି

ଓ୍ବାଶିଂଟନ୍‌: ଭାରତରେ ହିନ୍ଦୀରେ ଟୁଇଟ୍‌ କରିବାର ଲୋକପ୍ରିୟତା ବୃଦ୍ଧିପାଇବାରେ ଲାଗିଛି। ଆମେରିକାରେ ଜଣେ ଭାରତୀୟଙ୍କ ସମେତ କେତେକ ଗବେଷକଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡିଛି।

ଅବସର ସମୟରେ ମେକାନିକ୍‌ କାମ କରନ୍ତି ରାଜା

ଅବସର ସମୟରେ ମେକାନିକ୍‌ କାମ କରନ୍ତି ରାଜା

ଦୁଇ ଦୁଇଟି ଦେଶର ରାଜା ସେ ପୁଣି ଅବସର ସମୟରେ କାର୍‌ ମେକାନିକ୍‌ ଭାବେ କାମ କରନ୍ତି! ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। 

ଯେଉଁଠି ରୋଗୀଙ୍କୁ ମାଟିରେ ପୋତି କରାଯାଏ ଚିକିତ୍ସା

ଯେଉଁଠି ରୋଗୀଙ୍କୁ ମାଟିରେ ପୋତି କରାଯାଏ ଚିକିତ୍ସା

ସୌଦିରେ ଉଦୁଉଦିଆ ଖରାବେଳେ ବାହାରକୁ ବାହାରିବା ମୁସ୍କିଲ୍‌। ମାତ୍ର ଏଠାରେ ରୋଗୀଙ୍କ ଚିକିତ୍ସା ଉତ୍ତପ୍ତ ବାଲିରେ କରାଯାଏ। ରୋଗୀଙ୍କ ଶରୀରରୁ କପଡ଼ା କାଢ଼ିନିଆଯାଏ ଏବଂ  ଖରାରେ ବେକ ପର୍ଯ୍ୟନ୍ତ ବାଲିରେ ଗାତରେ ଠିଆ କରି ପୋତି ଦିଆଯାଏ।