ଖେଳ |

ପିତାଙ୍କ ବିୟୋଗ ଯୋଗୁ ଓ୍ବେଷ୍ଟଇଣ୍ଡିଜ ସିରିଜରୁ ଓହରିଲେ ଗ୍ରାଣ୍ଡହୋମ

ପିତାଙ୍କ ବିୟୋଗ ଯୋଗୁ ଓ୍ବେଷ୍ଟଇଣ୍ଡିଜ ସିରିଜରୁ ଓହରିଲେ ଗ୍ରାଣ୍ଡହୋମ

ଓ୍ବେଲିଂଟନ, ୧୪।୧୨- ନ୍ୟୁଜିଲାଣ୍ଡ ଅଲ୍‌ରାଉଣ୍ଡର କଲିନ ଡି ଗ୍ରାଣ୍ଡହୋମ ପିତାଙ୍କ ବିୟୋଗ ଯୋଗୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଆଗାମୀ ଦିନିକିଆ ସିରିଜରୁ ଓହରିଯାଇଛନ୍ତି। ଗ୍ରାଣ୍ଡହୋମଙ୍କ ପିତା ଜିମ୍ବାଓ୍ବେରେ ରହୁଥିବାବେଳେ ତାଙ୍କର ସେଠାରେ ହଠାତ୍‌ ବିୟୋଗ ଘଟିଥିଲା। ଫଳରେ ଗ୍ରାଣ୍ଡହୋମ ଏବେ ତାଙ୍କ ଜନ୍ମସ୍ଥାନ ଜିମ୍ବାଓ୍ବେ ଅଭିମୁଖେ ଗସ୍ତ କରିଛନ୍ତି ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି। ଫଳରେ ୩୧ ବର୍ଷୀୟ ଗ୍ରାଣ୍ଡହୋମ୍‌ଙ୍କ ସ୍ଥାନରେ ଅନ୍ୟତମ ଅଲ୍‌ରାଉଣ୍ଡର ଡଗ୍‌ ବ୍ରାସଓ୍ବେଲଙ୍କୁ ଦଳରେ ଯୋଗ ଦେବା ଲାଗି ଡାକରା ମିଳିଛି। ଘରୋଇ ମାଟିରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ୨ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜକୁ ନ୍ୟୁଜିଲାଣ୍ଡ କ୍ଲିନ୍‌ ସୁଇପ୍‌ କରିବାରେ ସଫଳ ହୋଇଥିଲା। ଦୁଇଦେଶ ମଧ୍ୟରେ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ୨୦ରୁ ଆରମ୍ଭ ହେବ।

All Right Reserved By

Model This Week

Model This Week

ଖେଳ |

ଉର୍ମିଳା ଫୁଟବଲ କ୍ଲବର ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର, ୨୫।୪(ସ୍ପୋଟର୍‌ସ ବ୍ୟୁରୋ)-ଉର୍ମିଳା ଫୁଟବଲ କ୍ଲବ ପକ୍ଷରୁ ମହିଳା ମାନଙ୍କ ପାଇଁ ଏକ ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ଚଳିତମାସ ୨୬ ତାରିଖରୁ ଆରମ୍ଭ ହେବ। ୟୁନିଟ-୯ ବାଳିକା ବିଦ୍ୟାଳୟ ପଡ଼ିଆରେ ଏହା ମେ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାମଣି ନନ୍ଦ ପ୍ରକାଶ କରିଛନ୍ତି। ୨୦୦୮ରୁ କ୍ରମାଗତଭାବେ ଏହି କ୍ଲବ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଆସୁଛି। ଏଥର ଶିବିରରେ ଟାଟା ଫୁଟବଲ ଏକାଡେମୀରୁ ତାଲିମପ୍ରାପ୍ତ ତଥା ଭାରତୀୟ ଜୁନିୟର ଫୁଟବଲ ଦଳରେ ଖେଳିଥିବା ପ୍ରସନ୍ନ କୁମାର ଦାସ, ପୂର୍ବତନ ଖେଳାଳି ବରୁଣ ମାଝି, ଟୁନା ଖାଁ ଏବଂ କୃଷ୍ଣ ମହାରଣା ପ୍ରମୁଖ ପ୍ରଶିକ୍ଷଣ ଦେବେ। ଶିବିରରେ ଭାଗ ନେବାକୁ ଚାହୁଁଥିବା ଖେଳାଳିମାନେ ୟୁନିଟ-୯ ବିଦ୍ୟାଳୟ ଖେଳ ଶିକ୍ଷୟିତ୍ରୀ ଉର୍ମିଳା ଦାସଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି।

ଗୁରୁକୂଳ ୫୦କେ ପୁରୁଷ ର଼୍ୟାଙ୍କିଙ୍ଗ ଟେନିସ:ଚିନ୍ମୟ, ଆଶୁତୋଷ କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର,୨୫।୪(କ୍ରୀଡ଼ା ପ୍ରତିନିଧି)-ଅଲଇଣ୍ଡିଆ ଟେନିସ ଆସୋସିଏଶନ(ଏଆଇଟିଏ) ଓ ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ)ର ଅନୁମୋଦନକ୍ରମେ ମେଣ୍ଢାଶାଳସ୍ଥିତ ଗୁରୁକୂଳ ଟେନିସ ରିସର୍ଟରେ ଆରମ୍ଭ ହୋଇଛି ୫୦କେ ପୁରୁଷ ର଼୍ୟାଙ୍କିଙ୍ଗ ଟେନିସ ଟୁର୍ନାମେଣ୍ଟ। ମଙ୍ଗଳବାର ଅନୁଷ୍ଠିତ ପ୍ରି-କ୍ୱାର୍ଟର ଫାଇନାଲରେ ବିଜୟ ହାସଲ କରି ଓଡ଼ିଶାର ଚିନ୍ମୟ ପ୍ରଧାନ ଓ ଆଶୁତୋଷ ଦାସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଟପ୍‌ ସିଡ୍‌ର ମାନ୍ୟତା ପାଇଥିବା ଚିନ୍ମୟ ମହାରାଷ୍ଟ୍ରର ମନଭୀର ସିଂ ରାନ୍ଧଓ୍ବାଙ୍କୁ ୬-୨, ୬-୨ ସେଟ୍‌ରେ ହରାଇ ଆଗକୁ ବଢ଼ିଛନ୍ତି। ସେହିପରି ଆଶୁତୋଷ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମଧ୍ୟପ୍ରଦେଶର ଉତ୍କର୍ଷ ତିଓ୍ବାରୀଙ୍କୁ୬-୭(୫), ୬-୦, ୬-୧ ସେଟ୍‌ରେ ପରାସ୍ତ କରିଛନ୍ତି।

ଜାତୀୟ ଜୁନିୟର ହକି ପାଇଁ ଗାଙ୍ଗପୁର ଦଳ

ଜାତୀୟ ଜୁନିୟର ହକି ପାଇଁ ଗାଙ୍ଗପୁର ଦଳ

ଭୁବନେଶ୍ୱର, ୨୫।୪(କ୍ରୀଡ଼ା ପ୍ରତିନିଧି)-ଭୋପାଳରେ ଚଳିତମାସ ୨୬ରୁ ମେ ୬ ପର୍ଯ୍ୟନ୍ତ ୮ମ ଜାତୀୟ ଜୁନିୟର (ଗ୍ରେଡ୍‌-ଏ) ହକି ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଉଭୟ ମହିଳା ଓ ପୁରୁଷ ହକି ଗାଙ୍ଗପୁର ଦଳ ଘୋଷଣା କରାଯାଇଛି। ହକି ଗାଙ୍ଗପୁର ମହିଳା ଦଳ: ମାଧୁରି କିଣ୍ଡୋ(ଗୋଲକିପର), ଫିଲିସିଆ ଟପ୍ପୋ, ରାହିଲ ତିର୍କୀ, ଲକ୍ଷ୍ମୀ ଏକ୍କା(ଉପଅଧିନାୟିକା), ରିଙ୍କି କୁଜୁର, ସୁଶାନ୍ତି ମିଞ୍ଜ, ରୋଜିତା କୁଜୁର, ପ୍ରେମାଞ୍ଜଳି ଟପ୍ପୋ, ଜାହ୍ନବୀ ପ୍ରଧାନ, ଜିଓ୍ବନ କିଶୋରୀ ଟପ୍ପୋ(ଅଧିନାୟିକା), ନମ୍ରତା ଜସମିନ, ଜ୍ୟୋତି ଛତର, ଆଞ୍ଜେଲା ଟପ୍ପୋ, ସୁନୀତା ଖାଖା, ବିନିତା କୁଜୁର, ସୋନିଆ ଟପ୍ନୋ, ଆଟେନ ଟପ୍ନୋ, ସାଇନାଜ ଖାତୁନ। ମ୍ୟାନେଜର: ସୁରଜ କେର୍କେଟା, କୋଚ୍‌: ଫ୍ଲୋରେନ୍ସିଆ ଏକ୍କା।

ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌:ପଞ୍ଚମ ଦିବସରେ ୧୨ଟି ମ୍ୟାଚ

ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌:ପଞ୍ଚମ ଦିବସରେ ୧୨ଟି ମ୍ୟାଚ

ସମ୍ବଲପୁର, ୨୫।୪(ବ୍ୟୁରୋ)- ସମ୍ବଲପୁର ରିଜର୍ଭ ପୋଲିସ ପଡିଆ ଗ୍ରାଉଣ୍ଡ ରେ ଚାଲିଥିବା ୭୫ତମ ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌- ୨୦୧୮ ମଙ୍ଗଳବାର ଖେଳରେ ୧୨ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩ଟି ମ୍ୟାଚ ୩ ସେଟ ଏବଂ ୯ଟି ମ୍ୟାଚ ୨ସେଟ୍‌ ଖେଳା ଯାଇଥିଲା। ଗ୍ରାଉଣ୍ଡ-୧ରେ ପ୍ରଥମ ମ୍ୟାଚ କେନ୍ଦ୍ରାପଡା ବନାମ କେନ୍ଦୁଝର ଦ୍ୱିତୀୟ ଏସଏସବିଏନ ମଧ୍ୟରେ ହୋଇଥିଲା । ଏଥିରେ କେନ୍ଦୁଝର ଦ୍ୱିତୀୟ ଏସଏସବିଏନ ୨୫-୧୭ ଓ ୨୫-୧୭ ପଏଣ୍ଟରେ ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ କୋରାପୁଟ ପ୍ରଥମ ଆଇଆରବିଏନ୍‌ ୨୫-୧୭ ଓ ୨୫-୧୩ ପଏଣ୍ଟରେ କମିଶନରେଟ ପୋଲିସ (ବି)କୁ ହରାଇଥିଲା ।

ଶ୍ରଦ୍ଧାଞ୍ଜଳି ମା’ଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ୨୫।୪(ସ୍ପୋଟର୍‌ସ ବ୍ୟୁରୋ)- ପୂର୍ବତନ ଭାରତୀୟ ମହିଳା ଫୁଟବଲ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ମା’ ତଥା ରାଜ୍ୟରେ ମହିଳା ଫୁଟବଲର ପ୍ରତିଷ୍ଠା ଓ ପ୍ରଚାର ପ୍ରସାର ପାଇଁ ଅବିଶ୍ରାନ୍ତ ସହଯୋଗ କରି ଆସିଥିବା ସ୍ବର୍ଗତା ରଶ୍ମି ସାମନ୍ତରାୟଙ୍କ ପ୍ରଥମ ବାର୍ଷିକ ସ୍ମୃତିଚାରଣ ଓ ଶ୍ରାଦ୍ଧୋତ୍ସବ ମଙ୍ଗଳବାର ଏଠାରେ ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ ଏକ କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ରାଜ୍ୟ ସଭା ସଦସ୍ୟ ଅଚ୍ୟୁତ ସାମନ୍ତ, ମେୟର ଅନନ୍ତ ନାରାୟଣ ଜେନା, ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତିଙ୍କ ସମେତ ରାଜ୍ୟ କ୍ରୀଡ଼ା ଜଗତର ଅନେକ କ୍ରୀଡ଼ାବିତ୍‌, କୋଚ୍‌ ଏବଂ ଶୁଭେଚ୍ଛୁ ଯୋଗଦେଇ ଓଡ଼ିଶା କ୍ରୀଡ଼ାକୁ ସ୍ବର୍ଗତା ସାମନ୍ତରାୟଙ୍କ ଅବଦାନର ସ୍ମୃତିଚାରଣ କରିଥିଲେ।

ଆନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟବଲ:ଫୁଲବାଣୀ, ବଲାଙ୍ଗୀର, ବାଲେଶ୍ୱର ବିଜୟୀ

ଆନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟବଲ:ଫୁଲବାଣୀ, ବଲାଙ୍ଗୀର, ବାଲେଶ୍ୱର ବିଜୟୀ

ଭୁବନେଶ୍ୱର,୨୫।୪(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଆନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟବଲ ଟୁର୍ନାମେଣ୍ଟର ୪ର୍ଥ ଦିବସରେ ମୋଟ ୪ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ ଫୁଲବାଣୀ, ବଲାଙ୍ଗୀର ଓ ବାଲେଶ୍ୱର କ୍ରୀଡ଼ା ଛାତ୍ରାବାସ ବିଜୟ ହାସଲ କରିଛନ୍ତି। ଫୁଲବାଣୀ ଦଳ ୫-୦ ଗୋଲରେ ମିଳିତ ‘ବି’ ଦଳକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଧନେଶ୍ୱର ବେସ୍ରା ୨ଟି ଏବଂ ଦୁଖିଆ ମାରାଣ୍ଡି, ରବି ମାଢ଼ି ଓ ଝୁନୁ କୁଲଡି ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଅନ୍ୟଏକ ମ୍ୟାଚରେ ବଲାଙ୍ଗୀର ୪-୦ ଗୋଲରେ କେନ୍ଦୁଝର କ୍ରୀଡ଼ା ଛାତ୍ରାବାସକୁ ପରାସ୍ତ କରିଛି। ଜଗନ୍ନାଥ ଟୁଡୁ ୨ଟି ଏବଂ ରାଜନ ମାଝି ଓ ରଘୁ ମାରାଣ୍ଡି ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଦୁଲା ମୁର୍ମୁଙ୍କ ଏକମାତ୍ର ଗୋଲ ବଳରେ ବାଲେଶ୍ୱର କ୍ରୀଡ଼ା ଛାତ୍ରାବାସ ୧-୦ ଗୋଲରେ ସୁନ୍ଦରଗଡ଼କୁ ପରାସ୍ତ କରିଛି। ସମ୍ବଲପୁର ଓ ଭବାନୀପାଟଣା କ୍ରୀଡ଼ା ଛାତ୍ରାବାସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି। ସମ୍ବଲପୁର ପକ୍ଷରୁ ସୁଶାନ୍ତ କୁମାର ନାୟକ ଏବଂ ଭବାନୀପାଟଣା ପକ୍ଷରୁ କର୍ମା ମାହାତୋ ଗୋଟିଏ ଲେଖାଏ ଗୋଲ ଦେଇଥିଲେ।

ଝିଲିଙ୍କୁ ରୌପ୍ୟ ପଦକ

ଝିଲିଙ୍କୁ ରୌପ୍ୟ ପଦକ

ଭୁବନେଶ୍ୱର, ୨୫।୪(କ୍ରୀଡ଼ା ପ୍ରତିନିଧି)-ଉଜବେକିସ୍ତାନରେ ଅନୁଷ୍ଠିତ ଏସିଆନ ଜୁନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଝିଲି ଦଳବେହେରା ରୌପ୍ୟ ପଦକ ହାସଲ କରିଛନ୍ତି। ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ ଝିଲି ମହିଳା ୪୮ କେଜି କାଟେଗୋରି ସ୍ନାଚ୍‌ରେ ୭୩, କ୍ଲିନ ଆଣ୍ଡ ଜର୍କରେ ୯୩ କେଜି ଏହିପରି ମୋଟ ୧୬୬ କେଜି ଭାର ଉଠାଇ ଏହି ସଫଳତା ପାଇଛନ୍ତି। ପ୍ରଦର୍ଶନରେ ସ୍ଥିରତା ରଖିବାରେ ସକ୍ଷମ ହୋଇଥିବା ଝିଲି ଏହା ପୂର୍ବରୁ ଗତ ଫେବୃୟାରୀରେ ବିଶାଖାପାଟଣାରେ ଅନୁଷ୍ଠିତ ଜାତୀୟ ସବ୍‌ଜୁନିୟର ଓ ଜୁନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ହାସଲ କରିଥିଲେ। ଏହା ବ୍ୟତୀତ ସେ ଗତବର୍ଷ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଓ ଓସେନିଆ ଚାମ୍ପିୟନଶିପ୍‌ରେ ୪୮ କେଜି ଜୁନିୟର କାଟେଗୋରିରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

ଡିଜିପିଙ୍କୁ ଭେଟିଲେ ୩ ପୋଲିସ ଖେଳାଳି

କଟକ ଅଫିସ,୨୫।୪- ନୂଆଦିଲ୍ଲୀ ଠାରେ ସମାପ୍ତ ହୋଇଥିବା ସର୍ବଭାରତୀୟ ପୋଲିସ ଜୁଡ଼ୋ କ୍ଲଷ୍ଟର ପ୍ରତିଯୋଗିତାରେ ପଦକ ଜିତିଥିବା ୩ଜଣ ଖେଳାଳି ମଙ୍ଗଳବାର ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିଥିଲେ। ଏହି ୩ ଖେଳାଳି ହେଲେ ବିମଳ ଥାପା, ବର୍ଷା ନାଥ ଓ ପ୍ରତ୍ୟୁଷ କୁମାର କହଁର। ଉଷୁ ବିଭାଗରେ ଏହି ୩ଜଣ ବ୍ରୋଞ୍ଜ ବିଜୟୀ ହୋଇଥିଲେ । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଡ. ଶର୍ମା ଅଭ୍ୟାସ ଜାରି ରଖିବା ସହ ଆଗାମୀ ଦିନରେ ଆହୁରି ପଦକ ଜିତିବାକୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଓଡ଼ିଶା ପୋଲିସର କ୍ରୀଡ଼ା ଅଧିକାରୀ ବିଭୂତି ଭୂଷଣ ପରିଡ଼ା ଉପସ୍ଥିତ ଥିଲେ ।

ସେଭେନ ସାଇଟ୍‌ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ

କଟକ ଅଫିସ,୨୫।୪-ଫୁଟବଲ କ୍ଲବ ଗ୍ୟାଲେକ୍ସି ଆନୁକୂଲ୍ୟରେ ସ୍ଥାନୀୟ ପ୍ୟାରୀମୋହନ ଏକାଡେମୀରେ ସେଭେନ୍‌ ସାଇଟ୍‌ ଫୁଟବଲ ଟୁର୍ନାମେଣ୍ଟ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଏଥିରେ ୧୪ବର୍ଷରୁ କମ୍‌, ସିନିୟର ଓ ଭେଟେରାନ ବର୍ଗରେ ୩ ବିଭାଗର ପ୍ରତିଯୋଗିତା ହେବ। ଉଦ୍‌ଘାଟନୀ ଦିବସରେ ୧୪ବର୍ଷରୁ କମ୍‌ ବର୍ଗରେ ଖେଳାଯାଇଥିବା ମ୍ୟାଚ୍‌ରେ ୟଙ୍ଗ ଉତ୍କଳ କ୍ଲବ ୧-୦ ଗୋଲରେ ମହାବୀର କ୍ଲବକୁ ଓ ଜୟଦୁର୍ଗା କ୍ଲବ ୩-୧ ଗୋଲରେ ସାର୍ତ୍ତୋଳକୁ ପରାସ୍ତ କରିଛି। ସେହିପରି ସିନିୟର ବର୍ଗର ବାରବାଟୀ ୟୁନାଇଟେଡ କ୍ଲବ ୩-୨ ଗୋଲରେ ମହାବୀର କ୍ଲବକୁ ପରାସ୍ତ କରିଛି। ଉଦ୍‌ଘାଟନୀ ଉତ୍ସବରେ କ୍ୟାଟ୍‌ର ପୂର୍ବତନ ସଦସ୍ୟ ମନୋରଞ୍ଜନ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଶୁଭାଶିଷ କର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ।

ଆଇପିଏଲର ଓହରିଲେ ଷ୍ଟାନ୍‌ଲେକ୍‌

ଆଇପିଏଲର ଓହରିଲେ ଷ୍ଟାନ୍‌ଲେକ୍‌

ବମ୍ବେ, ୨୫।୪ (ପି.ଟି.)-ସରରାଇଜର୍ସ ହାଇଦ୍ରାବାଦ୍‌ର ଅଷ୍ଟ୍ରେଲୀୟ ପେସ୍‌ ବୋଲର ବିଲି ଷ୍ଟାନଲେକ୍‌ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଅବଶିଷ୍ଟ ମ୍ୟାଚରୁ ବାଦ୍‌ ପଡ଼ିଛନ୍ତି। ଦୁଇ ଦିନ ପୂର୍ବେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କ ଆଙ୍ଗୁଳିରେ ଗଭୀର ଆଘାତ ଲାଗିଛି। ତାଙ୍କର ଅସ୍ତ୍ରୋପଚାର ହେବ। ଚିକିତ୍ସା ଲାଗି ସେ ଅଷ୍ଟ୍ରେଲିଆ ଫେରିଯିବେ। ଏହି ୨୩ ବର୍ଷୀୟ ଫାଷ୍ଟ ବୋଲର ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ଖେଳିଥିବା ୪ଟି ଗେମ୍‌ରେ ୫ଟି ଉଇକେଟ ନେଇଛନ୍ତି।

ବାତ୍ରାଙ୍କୁ ଏଫ୍‌ଆଇଏଚ୍‌ର ଚେତାବନୀ

ବାତ୍ରାଙ୍କୁ ଏଫ୍‌ଆଇଏଚ୍‌ର ଚେତାବନୀ

ଲାଉସାନେ, ୨୫।୪ (ପି.ଟି.)-ଗତବର୍ଷ ଲଣ୍ଡନରେ ହକି ଓ୍ବାଲର୍‌ଡ ଲିଗ୍‌ ସେମିଫାଇନାଲ ବେଳେ ଇଂଲିଶ ଲ’ ଏନଫୋର୍ସମେଣ୍ଟ ଅଥରିଟିଜ୍‌ ବିପକ୍ଷରେ ଟିପ୍ପଣୀ ଦେଇ ଅଡୁଆରେ ପଡ଼ିଛନ୍ତି ଇଣ୍ଟରନ୍ୟାଶନାଲ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସଭାପତି ନରିନ୍ଦର ବାତ୍ରା। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏଫ୍‌ଆଇଏଚ୍‌ର ରିପ୍ଲେସମେଣ୍ଟ ଡିସିପ୍ଲିନାରୀ କମିଶନର ବାତ୍ରାଙ୍କୁ ଚେତାବନୀ ଦେବା ସହ ଜରିମାନା କରିଛି। ଏଫ୍‌ଆଇଏଚ୍‌ର କହିବା ଅନୁସାରେ ୨୦୧୭ରେ ଲଣ୍ଡନରେ ହିରୋ ହକି ଓ୍ବାଲର୍‌ଡ ଲିଗ୍‌ ସେମିଫାଇନାଲ ବେଳେ ଏକ ମାମଲାରେ ଇଂଲିଶ ଲ’ ଏନଫୋର୍ସମେଣ୍ଟ ଅଥରିଟିଜି ଭାରତୀୟ ଖେଳାଳି ସର୍ଦ୍ଦାର ସିଂଙ୍କୁ ଡାକି ତାଙ୍କୁ ଜେରା କରିଥିଲେ। ପୂର୍ବତନ ହକି ଇଣ୍ଡିଆ ସଭାପତି ବାତ୍ରା ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଏହି କାର୍ଯ୍ୟକୁ ସମାଲୋଚନା କରିଥିଲେ। ବାତ୍ରା ପରେ ଅବଶ୍ୟ ତାଙ୍କର ଏହି ଭାବପ୍ରବଣ ବକ୍ତବ୍ୟକୁ ନେଇ ଅନୁତାପ କରିବା ସହ ସର୍ବସାଧାଣରେ କ୍ଷମା ପ୍ରାର୍ଥନା କରିଥିଲେ। ବାତ୍ରା ବର୍ତ୍ତମାନ ଆହୁରିମଧ୍ୟ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)ର ସଭାପତି ଅଛନ୍ତି। ତାଙ୍କୁ ଲିଖିତ ଚେତାବନୀ ଦିଆଯିବା ସହ ଜରିମାନା ଅର୍ଥରାଶିକୁ ଏକ ସ୍ପୋଟର୍‌ସ ଚ୍ୟାରିଟି ଅନୁଷ୍ଠାନକୁ ଦେବା ଲାଗି ନିର୍ଦ୍ଦେଶ ହୋଇଛି। ହେଲେ ଏହାର ପରିମାଣ କେତେ ତାହା ଗୋପନ ରଖାଯାଇଛି।

ଭାରତରେ ପ୍ରଥମଥର ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌

ନୂଆଦିଲ୍ଲୀ,୨୫।୪ (ପି.ଟି.)-ଆସନ୍ତାବର୍ଷ ଭାରତରେ ପ୍ରଥମ ଥର ପାଇଁ ସମ୍ମାନଜନକ ଏସିଆନ ଚାମ୍ପିୟନଶିପ୍‌ ଆୟୋଜିତ ହେବ। ଟୋକିଓରେ ହେବାକୁଥିବା ୨୦୨୦ ଅଲିମ୍ପିକ୍ସ ପାଇଁ ଏହା ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ ହୋଇଥିବାରୁ ଭାରତୀୟ ଭାରୋତ୍ତୋଳକଙ୍କ ପାଇଁ ଏହା ଖୁସିର ବିଷୟ। ଏପ୍ରିଲ ୨୨ରେ ଉଜ୍‌ବେକିସ୍ତାନର ଅର୍ଜେଞ୍ଚଠାରେ ଏସିଆନ ଓ୍ବେଟ୍‌ଲିଫ୍ଟିଂ ଫେଡେରେଶନର କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକ ବସିଥିଲା। ଏଥିରେ ଭାରତକୁ ଚାମ୍ପିୟନଶିପ୍‌ ଆୟୋଜନ ଅଧିକାର ପ୍ରଦାନ କରାଯାଇଥିଲା। ଚାମ୍ପିୟନଶିପ୍‌ ପାଇଁ ତାରିଖ ଓ ଆୟୋଜକ ସହର ନାମ ପରେ ଘୋଷଣା କରାଯିବ ବୋଲି ଇଣ୍ଡିଆନ ଓ୍ବେଟଲିଫ୍ଟିଂ ଫେଡେରେଶନ ସାଧାରଣ ସମ୍ପାଦକ ସହଦେବ ଯାଦବ ଏକ ପ୍ରେସ୍‌ ଇସ୍ତାହାର ଜରିଆରେ ଜଣାଇଛନ୍ତି।