ଅନ୍ତର୍ଜାତୀୟ |

ଆତ୍ମଘାତୀ ବୋମା ବିସ୍ଫୋରଣ: ୧୩ ପୋଲିସ ଅଧିକାରୀ ମୃତ

 ଆତ୍ମଘାତୀ ବୋମା ବିସ୍ଫୋରଣ: ୧୩ ପୋଲିସ ଅଧିକାରୀ ମୃତ
ମୋଗାଦିଶୁ,୧୪।୧୨: ସୋମାଲିଆ ରାଜଧାନୀ ମୋଗାଦିଶୁଠାରେ ଗୁରୁବାର ଏକ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ପୋଲିସ ତାଲିମ୍‌ ଶିବିରରେ ହୋଇଥିବା ଏହି ଘଟଣାରେ ୧୩ଜଣ ପୋଲିସ ଅଧିକାରୀ ନିହତ ହୋଇଛନ୍ତି। ବୋମା ଜ୍ୟାକେଟ୍‌ ପିନ୍ଧିଥିବା ଜଣେ ବ୍ୟକ୍ତି ଏହି କାଣ୍ଡ ଘଟାଇଥିବା ପୋଲିସ ପକ୍ଷରୁ ସୂଚିତ କରାଯାଇଛି। ଏହି ଘଟଣାରେ ଅଲ୍‌-ଶବାବ୍‌ ଆତଙ୍କବାଦୀ ସଂଗଠନର ହାତ ଥିବା କୁହାଯାଉଛି। ପୂର୍ବରୁ ଗତ ଅକ୍ଟୋବରରେ ମୋଗାଦିଶୁରେ ହୋଇଥିବା ବୋମା ବିସ୍ଫୋରଣରେ ୫ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।
All Right Reserved By

ଅନ୍ତର୍ଜାତୀୟ |

ଆମେରିକା ମୁହାଁ ହଣ୍ଡୁରାସ ଶରଣାର୍ଥୀ

ଆମେରିକା ମୁହାଁ ହଣ୍ଡୁରାସ ଶରଣାର୍ଥୀ

ଓ୍ବାଶିଂଟନ୍‌,୨୨।୧୦: ହଣ୍ଡୁରାସରୁ ଆସୁଥିବା ହଜାର ହଜାର ଶରଣାର୍ଥୀ ରବିବାର ନଦୀ ପାର ହୋଇ ଆମେରିକାରେ ପ୍ରବେଶ କରିଛନ୍ତି। ଏପଟେ ଏମାନଙ୍କୁ ରୋକିବା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ।

ଆସୁଛି ଆଉ ଏକ ପ୍ରଳୟଙ୍କରୀ ତୋଫାନ

ଆସୁଛି ଆଉ ଏକ ପ୍ରଳୟଙ୍କରୀ ତୋଫାନ

ମେକ୍ସିକୋ ସିଟି,୨୨।୧୦: ତୋଫାନ ‘ଓ୍ବିଲା’ ଏବେ କାଟାଗୋରୀ ୩ରୁ କାଟାଗୋରୀ ୪ରେ ପରିଣତ ହୋଇଛି। ଏହା ମଧ୍ୟ ମେକ୍ସିକୋରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି। 

ଭାରତ ବିରୋଧରେ ‘ଓ୍ବାଟର ବମ୍‌’ ପ୍ରୟୋଗ କରୁଛି ଚାଇନା

ଭାରତ ବିରୋଧରେ ‘ଓ୍ବାଟର ବମ୍‌’ ପ୍ରୟୋଗ କରୁଛି ଚାଇନା

ନୂଆଦିଲ୍ଲୀ/ବେଜିଂ,୨୨।୧୦: ଭାରତର ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବା ପାଇଁ ଚାଇନା ଓ୍ବାଟର ବମ୍‌ ଯୋଜନା ପ୍ରସ୍ତୁତ କରିଛି। ସମ୍ପ୍ରତି ପ୍ରତି ସେକେଣ୍ଡରେ ବ୍ରହ୍ମପୁତ୍ର ନଦୀରେ ୧୮ ହଜାର କ୍ୟୁସେକ୍‌ ଜଳ ଛଡ଼ାଯାଉଛି।

ଆଫଗାନିସ୍ତାନରେ ବିସ୍ଫୋରଣ: ୧୧ ମୃତ

ଆଫଗାନିସ୍ତାନରେ ବିସ୍ଫୋରଣ: ୧୧ ମୃତ

କାବୁଲ,୨୧।୧୦: ବହୁଦିନ ପରେ ଆଫଗାନିସ୍ତାନରେ ନିର୍ବାଚନ ଆୟୋଜିତ ହୋଇଥିବା ବେଳେ ଏଠାକାର ପରିସ୍ଥିତି ଅଶାନ୍ତ ହୋଇ ପଡିଛି। ଶନିବାର ନିର୍ବାଚନ ସମୟରେ ବିସ୍ଫୋରଣ ହୋଇଥିବା ଖବର ଆସିଥିବା ବେଳେ ରବିବାର ମଧ୍ୟ ଏହାର ପୁନରାବୃତ୍ତି ହୋଇଛି। 

ଖୋଲିବ ଚାଇନା-ହଂକଂ ସାମୁଦ୍ରିକ ପୋଲ

ଖୋଲିବ ଚାଇନା-ହଂକଂ ସାମୁଦ୍ରିକ ପୋଲ

ବେଜିଂ,୨୧।୧୦: ଚାଇନା-ହଂକଂକୁ ଯୋଡୁଥିବା ବିଶ୍ୱର ସର୍ବବୃହତ୍ତ ସାମୁଦ୍ରିକ ପୋଲ ହଂକଂ-ଜୁହାଇ-ମକାଓକୁ ସାଧାରଣ ଯାତ୍ରୀଙ୍କ ପାଇଁ ଆସନ୍ତା ବୁଧବାର ଅର୍ଥାତ୍‌ ଅକ୍ଟୋବର ୨୪ ତାରିଖରେ ଖୋଲି ଦିଆଯିବ ବୋଲି ସୂଚନା ମିଳିଛି।

୪୫୦ ଲକ୍ଷ ଟଙ୍କାରେ ବିକ୍ରି ହେଲା ଚନ୍ଦ୍ର ପଥର

୪୫୦ ଲକ୍ଷ ଟଙ୍କାରେ ବିକ୍ରି ହେଲା ଚନ୍ଦ୍ର ପଥର

ବୋଷ୍ଟନ,୨୧।୧୦: ଚନ୍ଦ୍ରରୁ ପୃଥିବୀକୁ ଖସି ଥିବା ଉଲକାପିଣ୍ଡ ପଥର ୪୫୦ ଲକ୍ଷ ୩ ହଜାର ୪ ଶହ ୩୭ ଟଙ୍କାରେ ବିକ୍ରି ହୋଇଛି। 

ଆଇଏନ୍‌ଏଫ୍‌ ସନ୍ଧିକୁ ନେଇ ରୁଷଠାରୁ ଅଲଗା ହେଲା ଆମେରିକା

ଆଇଏନ୍‌ଏଫ୍‌ ସନ୍ଧିକୁ ନେଇ ରୁଷଠାରୁ ଅଲଗା ହେଲା ଆମେରିକା

ଓ୍ବାଶିଂଟନ,୨୧।୧୦: ଆମେରିକା ମଧ୍ୟ ଦୂରଗାମୀ ପରମାଣୁ ଶକ୍ତି (ଆଇଏନ୍‌ଏଫ୍‌) ସନ୍ଧିରୁ ଦୂରେଇ ଯାଇଥିବା କହିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଶୀତଳ ଯୁଦ୍ଧ ସମୟରେ ଆମେରିକା ରୁଷ ସହ ଏହି ଚୁକ୍ତି ସ୍ବାକ୍ଷରିତ କରିଥିଲା। 

ଆକାଶେ ହସିବ ଦ୍ୱିତୀୟ ଜହ୍ନ

ଆକାଶେ ହସିବ ଦ୍ୱିତୀୟ ଜହ୍ନ

ବେଜିଂ: ଖୁବ୍‌ଶୀଘ୍ର ଆକାଶରେ ଆଉ ଏକ ଜହ୍ନ ଝଲସିବାକୁ ଯାଉଛି। ଏହାକୁ ମଧ୍ୟ ଦ୍ୱିତୀୟ ଜହ୍ନ କୁହାଯାଇପାରେ। ଚନ୍ଦ୍ରର ଆଲୋକ ଖୁବ୍‌ ମନମତାଣିଆ ଆଉ ଆକର୍ଷଣୀୟ ହୋଇଥିବା ବେଳେ ସୂର୍ଯ୍ୟାଲୋକର ୪ଲକ୍ଷ ଭାଗରୁ ୧ଭାଗ ହିଁ ଆମେ ପାଇଥାଉ। ଚନ୍ଦ୍ର ବାସ୍ତବରେ ରାତ୍ରିର ଅନ୍ଧାର ସମ୍ପୂର୍ଣ୍ଣ ଭାବରେ ଦୂରୀଭୂତ କରିବାକୁ ସମର୍ଥ ନୁହେଁ। ଏହାକୁ ଦୃଷ୍ଟିରେ ରଖି ଚାଇନାର ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଏକ କୃତ୍ରିମ ଜହ୍ନ ଆକାଶକୁ ଛାଡ଼ିବାକୁ ଯାଉଛନ୍ତି। 

ସ୍କାର୍ପ ପିନ୍ଧି ଅଫିସ ଆସିବାରୁ ଇସ୍ତଫା ଦେବାକୁ କହିଲେ ବସ୍‌

ସ୍କାର୍ପ ପିନ୍ଧି ଅଫିସ ଆସିବାରୁ ଇସ୍ତଫା ଦେବାକୁ କହିଲେ ବସ୍‌

ଇସ୍‌ଲାମାବାଦ,୨୦।୧୦: ପାକିସ୍ତାନର ଏକ ସପ୍ଟଓ୍ବେୟାର କମ୍ପାନୀରେ କାମ କରୁଥିବା ଜଣେ ଯୁବତୀ ସ୍କାର୍ପ ପିନ୍ଧିବାରୁ ତାଙ୍କ ଚାକିରି ପ୍ରତି ବିପଦ ସୃଷ୍ଟି ହୋଇଛି। ସେ ଅଫିସ ଭିତରକୁ ସ୍କାର୍ପ ପିନ୍ଧି ପଶି ଆସିବାରୁ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି। 

ତିବ୍ବତରେ ଭୂସ୍ଖଳନ: ଅରୁଣାଚଳ ପ୍ରଦେଶରେ ବନ୍ୟା ସତର୍କ ସୂଚନା

ତିବ୍ବତରେ ଭୂସ୍ଖଳନ: ଅରୁଣାଚଳ ପ୍ରଦେଶରେ ବନ୍ୟା ସତର୍କ ସୂଚନା

ନୂଆଦିଲ୍ଲୀ/ବେଜିଂ, ୨୦।୧୦: ତିବ୍ବତରେ ହୋଇଥିବା ଭୂସ୍ଖଳନ ଫଳରେ ଏକ ନଦୀର ଗତିପଥରେ ଅବରୋଧ ଉପୁଜିଛି। ଫଳରେ ଏକ କୃତ୍ରିମ ହ୍ରଦ ମଧ୍ୟ ସୃଷ୍ଟି ହୋଇଛି। ଏହା ଅରୁଣାଚଳ ପ୍ରଦେଶକୁ ଲାଗି ରହିଥିବା ବ୍ରହ୍ମପୁତ୍ର ନଦୀର ଅବବାହିକାରେ ଥିବା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି। 

ଜମାଲ ଖଶୋଗୀ ମୃତ: ସୌଦି ଆରବ

ଜମାଲ ଖଶୋଗୀ ମୃତ: ସୌଦି ଆରବ

ରିୟାଦ,୨୦।୧୦: କିଛିଦିନ ତଳେ ନିଖୋଜ ଥିବା ଆମେରିକା ଖବରଦାତା  ଜମାଲ ଖଶୋଗୀଙ୍କ ମୃତ୍ୟୁ ହୋଇଥିବା ସୌଦି ଆରବ ସ୍ପଷ୍ଟ କରିଛି। ତୁର୍କୀର ରାଜଧାନୀ ଇସ୍ତାନବୁଲସ୍ଥିତ ସୌଦି ଆରବ ଦୂତାବାସରେ ଖଶୋଗୀଙ୍କ ମୃତ୍ୟୁ ହୋଇଥିବା କହିଛି ସୌଦି ଆରବ।

ଚାଇନାରେ ଦେଖାଯିବ ୩ଟି ଚନ୍ଦ୍ରମା

ଚାଇନାରେ ଦେଖାଯିବ ୩ଟି ଚନ୍ଦ୍ରମା

ବେଜିଂ,୧୯।୧୦: ଆଗାମୀ ଦିନରେ ଚାଇନା ଆକାଶରେ ଗୋଟିଏ ନୁହେଁ ୩ଟି ଚାନ୍ଦ ଦେଖାଯିବ ବୋଲି ସୂଚନା ମିଳିଛି। ବିଜ୍ଞାନ କ୍ଷେତ୍ରରେ ଚାଇନା ଆଉ ୨ ପାଦ ଆଗକୁ ଯାଇ ଏମିତି ସଫଳତା ହାସଲ କରିବ ବୋଲି କହିଛି।