ମେଟ୍ରୋ |

ଦୀପ ଦୋକାନୀଙ୍କୁ ମୋବାଇଲ ମନା, ଜେଟିପିଙ୍କ ଉପରେ ବି କଟକଣା

ଦୀପ ଦୋକାନୀଙ୍କୁ ମୋବାଇଲ ମନା, ଜେଟିପିଙ୍କ ଉପରେ ବି କଟକଣା
ପୁରୀ ଅଫିସ, ୧୪।୧୨: ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ଉପରେ ଦୀପ ଦୋକାନୀଙ୍କ ଉପରେ କଟକଣା ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ। ଶୁକ୍ରବାରଠାରୁ କୌଣସି ଦୀପ ଦୋକାନୀ ମୋବାଇଲ ଆଣି ମନ୍ଦିର ଭିତରକୁ ଆସିପାରିବେ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁବାର ଏ ନେଇ ସମସ୍ତ ଦୀପ ବ୍ୟବସାୟୀଙ୍କୁ କୁହାଯାଇଛି। ସେହିପରି ଜେଟିପିମାନଙ୍କୁ ମଧ୍ୟ ତାଗିଦ କରାଯାଇଛି। ଶୁକ୍ରବାରଠାରୁ କୌଣସି ଜେଟିପି ଆଣ୍ଡ୍ରଏଡ୍‌ ଫୋନ ମନ୍ଦିର ଭିତରକୁ ଆଣି ଆସିବେ ନାହିଁ। ଶ୍ରୀମନ୍ଦିରରେ କାର୍ଯ୍ୟରତ ସମସ୍ତ ଜେଟିପିଙ୍କୁ ମଧ୍ୟ ଏ ସମ୍ପର୍କରେ କୁହାଯାଇଛି। ଯଦି କୌଣସି ଜେଟିପି ଆଣ୍ଡ୍ରଏଡ୍‌ ଫୋନ ଆଣି ଆସନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି।
All Right Reserved By

ମେଟ୍ରୋ |

ରାଜଧାନୀ କଲେଜରେ ଆଶାୟୀ ସମ୍ପାଦକ ପ୍ରାର୍ଥୀଙ୍କୁ ମାଡ଼ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଛାତ୍ରୀଛାତ୍ରଙ୍କ ଧାରଣା

ରାଜଧାନୀ କଲେଜରେ ଆଶାୟୀ ସମ୍ପାଦକ ପ୍ରାର୍ଥୀଙ୍କୁ ମାଡ଼ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଛାତ୍ରୀଛାତ୍ରଙ୍କ ଧାରଣା

ଭୁବନେଶ୍ୱର, ୨୪।୯(ବ୍ୟୁରୋ)- କଲେଜରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଛାତ୍ର ଏବଂ ଅଣଛାତ୍ରଙ୍କୁ ତୁରନ୍ତ ଗିରଫ କର। ନଚେତ କଲେଜକୁ ଅଚଳ କରି ଦିଆଯିବ। ପୋଲିସକୁ ଏଭଳି ଚେତାବନୀ ଦେଇଛନ୍ତି ରାଜଧାନୀ କଲେଜ ଛାତ୍ରୀଛାତ୍ର। ଗତ କିଛିଦିନ ତଳେ କଲେଜ ପରିସରରେ ଦୁଇଜଣ ଛାତ୍ର ଓ ଦୁଇଜଣ ଅଣଛାତ୍ର ପ୍ରବେଶ କରି ଆଗାମୀ ଛାତ୍ର ସଂସଦ ନିର୍ବାଚନରେ ଆଶାୟୀ ସମ୍ପାଦକ ପ୍ରାର୍ଥୀଙ୍କୁ ମାଡ଼ ମାରିଥିଲେ। 

ପୋଲିସ-ଆଇନଜୀବୀ ବିବାଦ: ବୁଧବାର ଯାଏ କାର୍ଯ୍ୟବନ୍ଦ ଜାରି ରହିବ

ପୋଲିସ-ଆଇନଜୀବୀ ବିବାଦ: ବୁଧବାର ଯାଏ କାର୍ଯ୍ୟବନ୍ଦ ଜାରି ରହିବ

କଟକ ଅଫିସ, ୨୪।୯- କଟକରେ ଆଇନଜୀବୀ-ପୋଲିସ ବିବାଦକୁ ମାସେ ପୂରିବାକୁ ବସିଲାଣି। ହେଲେ ଏଯାଏ ବିବାଦରେ କୌଣସି ସ୍ଥାୟୀ ସମାଧାନ ବାହାରିପାରିଲା ନାହିଁ। ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୋଲିସର ମାଡ଼ ଘଟଣାରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସୋମବାର ହାଇକୋର୍ଟ ବାର୍‌ ଅସୋସିଏଶନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି।

ଖୁଣ୍ଟିଆ ପେଟ୍ରୋଲପମ୍ପରେ ତେଲ ଠକେଇକୁ ନେଇ ଉତ୍ତେଜନା

ଖୁଣ୍ଟିଆ ପେଟ୍ରୋଲପମ୍ପରେ ତେଲ ଠକେଇକୁ ନେଇ ଉତ୍ତେଜନା

ପୁରୀ ଅଫିସ,୨୪।୯ : ପେଟ୍ରୋଲ ପମ୍ପରେ ତେଲ ଠକେଇ ନେଇ ପୁରୀ ଜିଲା ମେଡିକାଲ ଛକସ୍ଥିତ ଖୁଣ୍ଟିଆ  ପେଟ୍ରୋଲ ପମ୍ପରେ ସୋମବାର ଉତ୍ତେଜନା ପ୍ରକାଶ ପାଇଛି। ତେଲ ଠକେଇ ଅଭିଯୋଗ ଆଣି କେତେଜଣ ଗ୍ରାହକ ହୋହ୍ଲାଲ୍ଲା କରିଛନ୍ତ। 

ନକ୍ସଲ ପ୍ରବଣ ଅଞ୍ଚଳକୁ ଯିବା ପୂର୍ବରୁ ସତର୍କ ରହନ୍ତୁ: ପୋଲିସ ଡିଜି

ନକ୍ସଲ ପ୍ରବଣ ଅଞ୍ଚଳକୁ ଯିବା ପୂର୍ବରୁ ସତର୍କ ରହନ୍ତୁ: ପୋଲିସ ଡିଜି

କଟକ ଅଫିସ, ୨୪।୯: ଓଡ଼ିଶାର ମାଓବାଦୀ ଏବଂ ନକ୍ସଲ ପ୍ରବଣ ଅଞ୍ଚଳକୁ ରାଜନେତାମାନେ ଯିବା ପୂର୍ବରୁ ସତର୍କ ରହନ୍ତୁ। ସୋମବାର ଏହା କହିଛନ୍ତିି ରାଜ୍ୟ ପୋଲିସ ଡିଜି ଆର୍‌ପି ଶର୍ମା। 

ପୋଲିସ-ଆଇନଜୀବୀ ବିବାଦ ଘଟଣା: ଗୁରୁବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ପ୍ରତିନିଧି ଦଳ

ପୋଲିସ-ଆଇନଜୀବୀ ବିବାଦ ଘଟଣା: ଗୁରୁବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ପ୍ରତିନିଧି ଦଳ

କଟକ ଅଫିସ, ୨୪।୯: ପୋଲିସ-ଆଇନଜୀବୀ ବିବାଦ ଘଟଣା ଥମିବାର ନାଁ ଧରୁନାହିଁ। ଆସନ୍ତା ବୁଧବାର ପର୍ଯ୍ୟନ୍ତ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ। 

ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ପୁରୀ ଅଫିସ,୨୪।୯ : ୬ ଦଫା ଦାବି ନେଇ ପୁରୀ ଜିଲା ଅଗ୍ନିଶମ କର୍ମଚାରୀ ସଂଘ ପକ୍ଷରୁ ସୋମବାର ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଉଛି। 

ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀଙ୍କ ଧାରଣା

ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀଙ୍କ ଧାରଣା

କାକଟପୁର,୨୪।୯(ଡି.ଏନ.ଏ.):୬ଦଫା ଦାବିନେଇ ସୋମବାରଠାରୁ ଅସ୍ତରଙ୍ଗ ଅଗ୍ନିଶମ କାର୍ଯ୍ୟାଳୟ ଏବଂ ଚମ୍ପାହାର  କାର୍ଯ୍ୟାଳୟ ସମ୍ମୁଖରେ ଅଗ୍ନିଶମ ବିଭାଗର ସମୂହ  କର୍ମଚାରୀମାନେ ଧାରଣା ଦେଇଛନ୍ତି। 

କାକଟପୁର ବ୍ଲକ କାର୍ଯ୍ୟାଳୟଠାରେ ଜନଶୁଣାଣି ଶିବିର

କାକଟପୁର ବ୍ଲକ କାର୍ଯ୍ୟାଳୟଠାରେ ଜନଶୁଣାଣି ଶିବିର

କାକଟପୁର, ୨୪।୯(ଡି.ଏନ.ଏ.): କାକଟପୁର ବ୍ଲକ କାର୍ଯ୍ୟାଳୟର ବୈଠକ ଗୃହରେ ସୋମବାର ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। 

ଆନ୍ଦୋଳନରେ ଅଗ୍ନିଶମ ବିଭାଗ କର୍ମଚାରୀ: ଜରୁରିକାଳୀନ ସେବା ଠପ୍‌

ଆନ୍ଦୋଳନରେ ଅଗ୍ନିଶମ ବିଭାଗ କର୍ମଚାରୀ: ଜରୁରିକାଳୀନ ସେବା ଠପ୍‌

ଜଗନ୍ନାଥପ୍ରସାଦ, ୨୪।୯(ଡି.ଏନ.ଏ.): ପୁରୀ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ ଥିବା ଅଗ୍ନିଶମ କେନ୍ଦ୍ରରେ ସୋମବାର ପୂର୍ବାହ୍ନ ୧୦ଟାରୁ କାର୍ଯ୍ୟରତ ବିଭାଗୀୟ କର୍ମଚାରୀମାନେ  ବିଭିନ୍ନ ଦାବିନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ  କାର୍ଯ୍ୟବନ୍ଦ ଆନ୍ଦୋଳନ  କରୁଛନ୍ତି। 

କ୍ଷେତ ମଜଦୂରର ଗଣ ବିକ୍ଷୋଭ

କ୍ଷେତ ମଜଦୂରର ଗଣ ବିକ୍ଷୋଭ

ଖୋର୍ଦ୍ଧା ଅଫିସ,୨୪।୯: ଭାରତୀୟ କ୍ଷେତ ମଜଦୂର ୟୁନିୟନ ଖୋର୍ଦ୍ଧା ଜିଲା ପରିଷଦ ପକ୍ଷରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ମତ୍ସ୍ୟଜୀବୀ ମହାସଂଘ ଘେରିବ ଚିଲିକା ବ୍ଲକ ଓ ତହସିଲ

ଖୋର୍ଦ୍ଧା ଅଫିସ,୨୪।୯: ୭ଦଫା ଦାବି ପୂରଣ ନ ହେବାରୁ ଚିଲିକା ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ମଙ୍ଗଳବାର ଆଇନ ଅମାନ୍ୟ ଆନ୍ଦୋଳନ କରାଯବ। ଏ ନେଇ ପ୍ରସ୍ତୁତି ପର୍ବ ସୋମବାର ଶେଷ ହୋଇଛି। 

ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଖୋର୍ଦ୍ଧା ଅଫିସ,୨୪।୯:ଅଗ୍ନିଶମ କର୍ମଚାରୀ ୬ଦଫା ଦାବିନେଇ ଖୋର୍ଦ୍ଧା ଜିଲା ଚିଲିକା ବ୍ଲକର ଗଙ୍ଗାଧରପୁର, ବାଣପୁର ବ୍ଲକର ବାଣପୁରରେ ସୋମବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।