ମେଟ୍ରୋ |

ସ୍ବର୍ଗଦ୍ୱାରରେ ହରିଶ୍ଚନ୍ଦ୍ର ଯୋଜନା : ତଦନ୍ତ କଲେ ସିଏମ୍‌ଆର୍‌ଏଫ୍‌ ନୋଡାଲ ଅଧିକାରୀ

ସ୍ବର୍ଗଦ୍ୱାରରେ ହରିଶ୍ଚନ୍ଦ୍ର ଯୋଜନା : ତଦନ୍ତ କଲେ ସିଏମ୍‌ଆର୍‌ଏଫ୍‌ ନୋଡାଲ ଅଧିକାରୀ

ପୁରୀ ଅଫିସ, ୧୪। ୧୨: ପୁରୀ ସ୍ବର୍ଗଦ୍ୱାର ଶ୍ମଶାନରେ କାର୍ଯ୍ୟକାରୀ ହରିଶ୍ଚନ୍ଦ୍ର ଯୋଜନାରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଆସୁଛି। ଗୁରୁବାର ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (ସିଏମ୍‌ଆରଏଫ୍‌) ନୋଡାଲ ଅଫିସର ନନ୍ଦ ସେଠୀ ପୁରୀ ଆସି ତଦନ୍ତ କରିଛନ୍ତି। ପୌରସଂସ୍ଥା କାର୍ଯ୍ୟାଳୟକୁ ଯାଇ ଏନ୍‌ଫୋର୍ସମେଣ୍ଟ ଅଫିସରଙ୍କ ପ୍ରକୋଷ୍ଠରେ ହରିଶ୍ଚନ୍ଦ୍ର ଯୋଜନାର ରେକର୍ଡକୁ ଯାଞ୍ଚ କରିଛନ୍ତି। ଏହାପରେ ସ୍ବର୍ଗଦ୍ୱାରକୁ ଯାଇ ସେଠାରେ ରେକର୍ଡ ପତ୍ର ତନଖି କରିଛନ୍ତି।
ମୃତକଙ୍କ ସମ୍ପର୍କୀୟଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ଶବ ସତ୍କାର ନିମନ୍ତେ ୨ହଜାର ଟଙ୍କା ଦେବାର ବ୍ୟବସ୍ଥା ରହିଛି। ଏହି ଯୋଜନା ସ୍ବର୍ଗଦ୍ୱାର ଶ୍ମଶାନରେ କାର୍ଯ୍ୟକାରୀ ହେଉଛି। କିନ୍ତୁ ସ୍ବର୍ଗଦ୍ୱାରରେ ହିତାଧିକାରୀଙ୍କୁ ଏହି ଯୋଜନାରେ ସମୁଦାୟ ୨ହଜାର ଟଙ୍କା ନଗଦ ଦିଆଯାଉନାହିଁ। ୧୭ଶହ ଟଙ୍କା ମଧ୍ୟରେ ହିତାଧିକାରୀଙ୍କୁ ଦେଢ କୁଇଣ୍ଟାଲ କାଠ, ପଥଶ୍ରାଦ୍ଧ ସାମଗ୍ରୀ ଆଦି ଯୋଗାଇ ଦିଆଯାଉଛି। କେବଳ ୩ଶହ ଟଙ୍କା ହିତାଧିକାରୀଙ୍କୁ ଦିଆଯାଉଛି। ତେବେ ପୌର ନିର୍ବାହୀ ଅଧିକାରୀ ସଞ୍ଜୟ ମିଶ୍ରଙ୍କ ବଦଳି ପରେ ନଭେମ୍ବର ୧ତାରିଖରେ ଶ୍ରୀକାନ୍ତ ତରେଇ କାର୍ଯ୍ୟରେ ଯୋଗଦେଇଥିଲେ। କିନ୍ତୁ ତାଙ୍କୁ ଆର୍ଥିକ କ୍ଷମତା ମିଳିବାରେ ବିଳମ୍ବ ହେବାରୁ ବ୍ୟାଙ୍କରୁ ଅର୍ଥ ଉଠାଣ ହୋଇ ପାରି ନ ଥିଲା। ହରିଶ୍ଚନ୍ଦ୍ର ଯୋଜନା ପ୍ରଭାବିତ ହୋଇଥିଲା। ପ୍ରାୟ ୧୦ଦିନ ଧରି ହିତାଧିକାରୀଙ୍କୁ ନଗଦ ୩ଶହ ଟଙ୍କା ଦିଆଯାଉ ନ ଥିଲା। ଏପରି କି ଓଏଫଡିସିଠାରୁ ବାକିରେ କାଠ ଯୋଗାଯାଉଥିଲା। ପୂଜା ସାମଗ୍ରୀ ଦୋକାନୀ ମଧ୍ୟ ଏକରକମ ବାକିରେ ଯୋଗାଉଥିଲେ। ଏହାପରଠାରୁ ସ୍ବର୍ଗଦ୍ୱାର ହରିଶ୍ଚନ୍ଦ୍ର ଯୋଜନାରେ ଅନିୟମିତତା ଲାଗି ରହିଛି। ଦିନେ ହିତାଧିକାରୀଙ୍କୁ ନଗଦ ଅର୍ଥ ଦିଆଗଲେ ଦିନେ ବନ୍ଦ ରହୁଛି। ସ୍ବର୍ଗଦ୍ୱାର ଶ୍ମଶାନକୁ ଓଡିଶା ବନ ଉନ୍ନୟନ ନିଗମ କାଠ ଯୋଗାଉଛି। କିନ୍ତୁ ପୌରସଂସ୍ଥା ଠିକ ସମୟରେ ଅର୍ଥ ଦେଉନାହିଁ। ସେପ୍ଟେମ୍ବର ମାସର ୧୬ଲକ୍ଷ ୩୭ହଜାର ୧ଶହ, ଅକ୍ଟୋବର ମାସର ୧୭ଲକ୍ଷ ୬୫ହଜାର ୧୨୫ ଏବଂ ନଭେମ୍ବର ମାସର ୧୮ଲକ୍ଷ ୨୧ହଜାର ୬୭୫ଟଙ୍କା ବାକି ପଡିଥିଲା। ଏହି ଅର୍ଥ ଦେବାରେ ପୌରସଂସ୍ଥା ବିଳମ୍ବ କରିବାରୁ ବିବାଦୀୟ ପରିସ୍ଥିତି ଉପୁଜିଥିଲା। ସିଏମ୍‌ଆରଏଫ୍‌ ନୋଡାଲ ଅଫିସର ଏ ସବୁର ତଦନ୍ତ କରିଛନ୍ତି। ଗତ ୩ ବର୍ଷ ମଧ୍ୟରେ ପୌରସଂସ୍ଥା ହରିଶ୍ଚନ୍ଦ୍ର ଯୋଜନାରେ ୯କୋଟି ୪୮ଲକ୍ଷ ଟଙ୍କା ପାଇଛି। ସିଏମ୍‌ଆରଏଫ ନୋଡାଲ ଅଫିସର ସେଠୀ ଗଣମାଧ୍ୟମକୁ କହିଛନ୍ତି ଯେ, ଇତିମଧ୍ୟରେ ପୌରସଂସ୍ଥା ଓଏଫ୍‌ଡିସିକୁ ବକେୟା ଅର୍ଥ ପ୍ରଦାନ କରିସାରିଛି। କିନ୍ତୁ ଯୋଜନା କାର୍ଯ୍ୟକାରିତା ଏବଂ ପରିଚାଳନାଗତ ତ୍ରୁଟି ରହିଛି। ସ୍ବର୍ଗଦ୍ୱାରରେ ଯେଉଁ କାଉଣ୍ଟର କରାଯାଉଛି ସେଠାରେ ରେକର୍ଡ ପରିଚାଳନା କରାଯାଉଛି। ଏହାକୁ କମ୍ପ୍ୟୁଟରୀକରଣ କରିବାର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ହିତାଧିକାରୀଙ୍କୁ କିଭଳି ଏକକାଳୀନ ନଗଦ ୨ହଜାର ଟଙ୍କା ଦିଆଯାଇପାରିବ ତାହା ମଧ୍ୟ ଚିନ୍ତା କରାଯାଉଛି ବୋଲି ସେ କହିଛନ୍ତି। ପୌରସଂସ୍ଥା ଏନ୍‌ଫୋର୍ସମେଣ୍ଟ ଅଫିସର ଶ୍ୟାମସୁନ୍ଦର ମହାପାତ୍ର କହିଛନ୍ତି, କୌଣସି ଅନିୟମିତତା ହୋଇନାହିଁ। ନିର୍ବାହୀ ଅଧିକାରୀଙ୍କ ଆର୍ଥିକ କ୍ଷମତା ନ ଥିବାରୁ କିଛି ଦିନ ହିତାଧିକାରୀଙ୍କୁ ନଗଦ ଅର୍ଥ ୩ ଶହ ଦିଆଯାଇପାରୁ ନ ଥିଲା। ବର୍ତ୍ତମାନ ଦିଆଯାଉଛି। ବ୍ରାହ୍ମଣଙ୍କ ଦକ୍ଷିଣା ଏବଂ ଶବ ସତ୍କାର ପାଇଁ ହିତାଧିକାରୀଙ୍କୁ ନଗଦ ୩ଶହ ଟଙ୍କା ଦିଆଯାଉଛି। ବର୍ତ୍ତମାନ ନଗଦ ଅର୍ଥ କିଛି ହିତାଧିକାରୀଙ୍କୁ ନ ଦେବା ଲାଗି ଚିନ୍ତା କରାଯାଉଛି। ବ୍ରାହ୍ମଣ ଓ ଶବଦାହ କରୁଥିବା ବ୍ୟକ୍ତି ହିତାଧିକାରୀଙ୍କୁ ଅର୍ଥ ମାଗିବେନି। ସେମାନଙ୍କୁ ଏହି ଯୋଜନାରୁ ଅର୍ଥ ଦେବା ଲାଗି ଚିନ୍ତା କରାଯାଉଛି। ସେମାନଙ୍କୁ ଡାକି ଆଲୋଚନା ପରେ ନିଷ୍ପତ୍ତି ନିଆଯିବ। ସ୍ବର୍ଗଦ୍ୱାର କାଉଣ୍ଟରକୁ କମ୍ପ୍ୟୁଟରୀକରଣ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

All Right Reserved By

Model This Week

Model This Week

ମେଟ୍ରୋ |

ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ ନେଇ ବିଧାନସଭାରେ ହଙ୍ଗାମା: ୩ଟା ଯାଏ ଗୃହ ମୁଲତବୀ

ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ ନେଇ ବିଧାନସଭାରେ ହଙ୍ଗାମା: ୩ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ରାଜ୍ୟରେ ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠକୁ ନେଇ ବିରୋଧୀ ଦଳ ଶୁକ୍ରବାର ବିଧାନସଭାରେ ହଙ୍ଗାମା କରିଛନ୍ତି।

ଚୋରି ଉଦ୍ୟମ ପଣ୍ଡ: ୬ ଗିରଫ

ଚୋରି ଉଦ୍ୟମ ପଣ୍ଡ: ୬ ଗିରଫ

ଜଟଣୀ,୨୭।୪ (ଡି.ଏନ୍‌.ଏ.): ବିଭିନ୍ନ ଚୋରି ଓ ଡକାୟତି ଘଟଣାରେ ଜଟଣୀ ପୋଲିସ ଶୁକ୍ରବାର ସକାଳୁ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପ୍ରକାଶ ଚନ୍ଦ୍ର ସିଂହ(୨୪), ଗୋଲାମ ଖାନ୍‌ (୨୩), ଅନ୍‌ସର ଖାନ୍‌(୨୧), ବୁଲୁ ଖାନ୍‌ (୨୦), ଅବ୍‌ଦୁଲ ମନ୍‌ସୁର୍‌(୨୧) ଓ ସାବିତ୍‌ ଖାନ୍‌ (୨୦)।

ବିଜେଡି ଛାଡିଲେ ହେମା

ବିଜେଡି ଛାଡିଲେ ହେମା

ଭୁବନେଶ୍ୱର, ୨୭।୪(ବ୍ୟୁରୋ): ହେମା ଗମାଙ୍ଗ ଶୁକ୍ରବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ଏଥିନେଇ ସେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ତାଙ୍କର ଇସ୍ତଫା ପତ୍ର ପଠାଇଥିବା ସୂଚନା ମିଳିଛି। ତେବେ ବିଭିନ୍ନ କାରଣ ଦର୍ଶାଇ ସେ ଦଳ ଛାଡିଥିବା କହିଛନ୍ତି।

ମିଛ ମାମଲାରେ ଛନ୍ଦିଦେଲା ପୋଲିସ:ଥାନାର କନଷ୍ଟେବଳ ମାଗୁଥିଲେ ଟଙ୍କା

ଭୁବନେଶ୍ୱର,୨୭।୪(ବ୍ୟୁରୋ)/ ଚନ୍ଦ୍ରଶେଖରପୁର(ଡିଏନ୍‌ଏ) : ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ କମିଶନ୍‌ରେଟ୍‌ ପୋଲିସ ‘ଉଇ କେୟାର ଓ ଉଇ ଡେୟାର’ ସ୍ଲୋଗାନ ଦେଉଛି। କିନ୍ତୁ ବାସ୍ତବରେ ପୋଲିସ ଅନ୍ୟ ଶକ୍ତିଦ୍ୱାରା ପ୍ରଭାବିତ ହୋଇ ସାଧାରଣ ଲୋକଙ୍କ ଉପରେ ଦାଉ ସାଧୁଛି। କେଉଁଠି ଦୋଷ ନ କରି ସ୍ବୀକାର କରିବା ପାଇଁ ମାଡ଼ ମାରୁଛି ତ ଆଉ କେଉଁଠି ମିଛ ମାମଲାରେ ଫସାଇ କୋର୍ଟ ଚାଲାଣ କରୁଛି। ଚନ୍ଦ୍ରଶେଖରପୁର ଥାନାଞ୍ଚଳର ପାଣ୍ଡବ ଦେଓଗାମ୍‌ ନାମକ ଜଣେ ବ୍ୟକ୍ତି ଏଭଳି ପୋଲିସର ଆକ୍ରୋଶର ଶିକାର ହୋଇଛନ୍ତି। ପୋଲିସ ତାଙ୍କୁ ମିଛ ମାମଲାରେ ଫସାଇ କୋର୍ଟ ଚାଲାଣ କରିଛି ବୋଲି ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ଓ ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି।

ନିଖିଳ ଉକତ୍ଳ ଶିକ୍ଷକ ମହାସଂଘର ଧାରଣା:ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର, ପ୍ରତଶ୍ରୁତି ଦେଲେ ସଚିବ

ଭୁବନେଶ୍ୱର, ୨୭।୪(ବ୍ୟୁରୋ)- ସପ୍ତମ ବେତନ କମିଶନ ଅନୁସାରେ ଦରମା ଓ ପେନସନ୍‌ ପ୍ରଦାନରେ ସରକାର ପକ୍ଷପାତିତା କରୁଛନ୍ତି। ରାଜ୍ୟରେ ଥିବା ବହୁ ଶିକ୍ଷକ, ଅଧ୍ୟାପିକା ଅଧ୍ୟାପକଙ୍କ ସହ ଅବସରପ୍ରାପ୍ତ ଶିକ୍ଷକ ଓ ଅଧ୍ୟାପକ ସପ୍ତମ ବେତନ କମିଶନ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ସରକାରଙ୍କ ଏହି ପକ୍ଷପାତିତା ନୀତିକୁ ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ବିରୋଧ କରୁଛି। ୟୁଜିସି ଦରମା ସ୍କେଲ୍‌କୁ ସଂଶୋଧନ କରି ସପ୍ତମ ବେତନ ପ୍ରଦାନ କରିବାକୁ ପୂର୍ବରୁ ମହାସଂଘ ଦାବି କରି ଆସୁଥିବାବେଳେ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିବା ସାଧାରଣ ସମ୍ପାଦକ ଅଧ୍ୟାପକ ରବି ରାୟ କହିଛନ୍ତି। ଗୁରୁବାର ମହାସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ଗଣଧାରଣା ଦିଆଯାଇଛି।

ପାଣ୍ଡିଆନ୍‌ଙ୍କ ଘର ଆଗରେ ମହିଳାଙ୍କ ଧାରଣା ଉଦ୍ୟମ:ଉଲଗ୍ନ ହୋଇ ବସିଥାନ୍ତେ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିତ ଭି.କେ ପାଣ୍ଡିଆନ୍‌ଙ୍କ ସରକାରୀ ବାସଭବନ ଆଗରେ ଧାରଣା ଦେବାକୁ ଆସିଥିଲେ ଜଣେ ମହିଳା। ହେଲେ ସେ ପହଞ୍ଚତ୍ବାମାତ୍ରେ ଆଗୁଆ ସୂଚନା ପାଇଥିବା ପୋଲିସ ତାଙ୍କୁ ସେଠାରୁ ଉଠାଇ ନେଇଥିଲା। ମହିଳା ଜଣକ ହେଲେ ସୋନାଲିକା ମହାନ୍ତି। ସେ ନିଜକୁ ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ସ୍ତ୍ରୀ ବୋଲି ଦାବିକରି ଆସୁଛନ୍ତି। ବିଧାୟକ ତାଙ୍କୁ ବିବାହ କରି ପ୍ରତାରଣା କରିଥିବା ଅଭିଯୋଗ ଆଣି ନ୍ୟାୟ ପାଇଁ ସେ ଏଭଳି ଆନ୍ଦୋଳନାତ୍ମକ ପନ୍ଥା ଆପଣାଉଛନ୍ତି। ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଉ ନ ଥିବାରୁ ସୋନାଲିକା ଉଲଗ୍ନ ହୋଇ ପାଣ୍ଡିଆନଙ୍କ ଘର ଆଗରେ ଧାରଣାରେ ବସିବେ ବୋଲି ପୂର୍ବରୁ କେତେଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ। ହେଲେ ଗୁରୁବାର ଧାରଣାରେ ବସିବା ପୂର୍ବରୁ ଏହି ଖବର ପୋଲିସ ନିକଟରେ ପହଞ୍ଚତ୍ ଯାଇଥିଲା। ଜୋନ୍‌ ଏସିପି ଓ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉକ୍ତ ସ୍ଥାନରେ ଜଗି ରହିଥିଲେ। ସୋନାଲିକା ପାଣ୍ଡିଆନ୍‌ଙ୍କ ଘର ଆଗକୁ ଚାଲି ଚାଲି ଯାଉଥିବା ସମୟରେ ପୋଲିସ ତାଙ୍କୁ କାବୁ କରିନେଇଥିଲା।

ସାଲେପୁର ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍ଗିନ:ଟ୍ରାକୋଷ୍ଟୋମୀ ଚିକିତ୍ସା ପଦ୍ଧତି ପାଇଁ ପ୍ରସ୍ତୁତି

କଟକ ଅଫିସ, ୨୭।୪- ବଳାତ୍କାରର ଶିକାର ହୋଇଥିବା ସାଲେପୁର ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା କ୍ରମଶଃ ସଙ୍ଗିନ ହେବାରେ ଲାଗିଛି। ଗୁରୁବାର ଦିନ ତମାମ ପୀଡିତାଙ୍କ ଶରୀର ନିସ୍ତେଜ ଥିବାବେଳେ ଚିକିତ୍ସା ପାଇଁ ଗଠିତ ୧୩ଜଣିଆ ଡାକ୍ତରୀଦଳର ଘନଘନ ବୈଠକ ବସିଥିଲା। ସନ୍ଧ୍ୟା ସୁଦ୍ଧା ଟିମ୍‌ର ନିଷ୍ପତ୍ତି ଅନୁଯାୟୀ, ପୀଡିତାଙ୍କୁ ଟ୍ରାକୋଷ୍ଟୋମୀ ଚିକିତ୍ସା ପଦ୍ଧତି ଯୋଗାଇ ଦିଆଯିବ। ଟ୍ରାକୋଷ୍ଟୋମୀ ଚିକିତ୍ସା ହେଉଛି ଭେଣ୍ଟିଲେଟର ନଳୀକୁ ବେକବାଟ ଦେଇ ଶ୍ୱାସନଳୀ ସହିତ ଖଞ୍ଜାଯିବ। ଏବେ ପୀଡିତାଙ୍କ ଶ୍ୱାସକ୍ରିୟା ପାଇଁ ଭେଣ୍ଟିଲେଟର ନଳୀ ତାଙ୍କ ପାଟି ବାଟେ ଦିଆଯାଇଛି। ଏହି ଚିକିତ୍ସା ପଦ୍ଧତି ଅତିବେଶୀରେ ୭ରୁ ୧୦ ଦିନ ଚାଲିଥାଏ। ଅଧିକ ଦିନ ଏହି ଚିକିତ୍ସା ପଦ୍ଧତିରେ ରହିଲେ ଶରୀରର ଶବ୍ଦ ଇନ୍ଦ୍ରିୟ ନଷ୍ଟ ହୋଇଯିବାର ଆଶଙ୍କା ଥାଏ। ତେଣୁ ବେକ ପାଖରେ କଣା କରାଯାଇ ଏହି ନଳୀ ଖଞ୍ଜା ଯିବାକୁ ଡାକ୍ତରୀ ଟିମ୍‌ ନିଷ୍ପତ୍ତି ଗ୍ରହଣ କରିଛି।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା:ପୁଞ୍ଜିଲାଲଙ୍କୁ ରିମାଣ୍ଡରେ ଆଣି ଜେରା

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା:ପୁଞ୍ଜିଲାଲଙ୍କୁ ରିମାଣ୍ଡରେ ଆଣି ଜେରା

କଟକ ଅଫିସ, ୨୭।୪- କ୍ରାଇମବ୍ରାଞ୍ଚର ୬ ଦିନିଆ ରିମାଣ୍ଡରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର। ଭଇଁସା ଜ୍ୟୋତି ବିକାଶ କଲେଜର ଇଂଲିଶ ଅଧ୍ୟାପକ ତଥା ପୂର୍ବତନ ଅଧ୍ୟକ୍ଷ ପୁଞ୍ଜିଲାଲଙ୍କୁ ଅଧିକ ପଚରାଉଚରା ପାଇଁ କ୍ରାଇମବ୍ରାଞ୍ଚ ଗୁରୁବାର ରାତିରେ ଏହି ରିମାଣ୍ଡରେ ଆଣିଛି। ତାଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟରେ ରଖାଯାଇ ଜେରା ଆରମ୍ଭ ହୋଇଛି । କଲେଜ ଅଧ୍ୟକ୍ଷ ଚୌକିକୁ ନେଇ ପୁଞ୍ଜିଲାଲଙ୍କ ପୁଞ୍ଜିଭୂତ ଅସନ୍ତୋଷ ଲୋମହର୍ଷଣକାରୀ ଉପହାର ବୋମା ବିସ୍ଫୋରଣର ମୂଳ କାରଣ ବୋଲି କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି। ଘଟଣା ପଛରେ ଆଉ କିଛି ରହସ୍ୟ ଥିବା ସନ୍ଦେହ କରି ପୁଞ୍ଜିଲାଲଙ୍କଠାରୁ ସତ ଓକାଳିବାକୁ ଚେଷ୍ଟା କରୁଛି। ପୁଞ୍ଜିଲାଲ ଯେଉଁ ଅଟୋ ସହାୟତାରେ ରାୟପୁର ସ୍କାଏକିଂ କୋରିୟର ସଂସ୍ଥାକୁ ଯାଇଥିଲେ, ସେ ସମ୍ପର୍କରେ ଅଧିକ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ। ପାର୍ସଲଟିକୁ କୋରିୟର ସଂସ୍ଥାରେ ଦେଇଦେବାକୁ କହି ପୁଞ୍ଜିଲାଲ ଉକ୍ତ ଅଟୋ ଚାଳକଙ୍କୁ ଅଧିକ ୨୦ ଟଙ୍କା ଦେଇଥିବା ଜଣାପଡିଛି।

ମ୍ୟାଲେରିଆ, ଡେଙ୍ଗୁ ରୋଗୀଙ୍କ ସମ୍ପର୍କରେ ତଥ୍ୟ ଦେବେ ଘରୋଇ ହସ୍ପିଟାଲ:ପରୀକ୍ଷା ରିପୋର୍ଟ, ଚିକିତ୍ସା ପଦ୍ଧତିର ହେବ ଯାଞ୍ଚ

ଭୁବନେଶ୍ୱର,୨୭।୪(ବ୍ୟୁରୋ)- ମ୍ୟାଲେରିଆ, ଡେଙ୍ଗୁ ଏବଂ ଜାପାନୀ ଏନ୍‌ସେଫାଲାଇଟସ୍‌ ରୋଗରେ ଆକ୍ରାନ୍ତ ରୋଗୀ କୌଣସି ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଉକ୍ତ ହସ୍ପିଟାଲ ଏ ସମ୍ପର୍କରେ ନିକଟସ୍ଥ ସରକାରୀ ହସ୍ପିଟାଲକୁ ଜଣାଇବେ। ଏହି ଆଧାରରେ ରୋଗୀର ବିଭିନ୍ନ ପରୀକ୍ଷା ରିପୋର୍ଟ ସହ ଚିକିତ୍ସା ପଦ୍ଧତି ସମ୍ପର୍କରେ ତଦାରଖ କରାଯିବ। ଏଥିପାଇଁ ଓଡ଼ିଶା ମହାମାରୀ ରୋଗ ଆକ୍ଟ-୧୯୯୭କୁ ପରିବର୍ତ୍ତନ କରାଯାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଗେଜେଟ୍‌ ନୋଟିଫିକେଶନ(ବିଜ୍ଞପ୍ତି) ପ୍ରକାଶ ପାଇଛି।

ନିରାମୟ କେନ୍ଦ୍ର ଆଗରେ ଲମ୍ବା ଧାଡ଼ି କ୍ୟାପିଟାଲ ହସ୍ପିଟାଲ:୩ବର୍ଷ ବିତିଲାଣି, ଖୋଲୁନି ପ୍ରସ୍ତାବିତ ୪ ନିରାମୟ କେନ୍ଦ୍ର

ଭୁବନେଶ୍ୱର, ୨୭।୪(ବ୍ୟୁରୋ)- କ୍ୟାପିଟାଲ ହସ୍ପିଟାଲରେ ୫ଟି ନିରାମୟ କେନ୍ଦ୍ର ଖୋଲିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରସ୍ତାବ ରହିଥିଲା। କିନ୍ତୁ ବିଭାଗ ଗୋଟିଏ କେନ୍ଦ୍ର ଖୋଲି ଦେଇ ଚୁପ୍‌ ବସିପଡ଼ିଛି। ଫଳରେ ଏହାର ପରିଣତି ରୋଗୀଙ୍କୁ ଭୋଗିବାକୁ ପଡୁଛି। ନିରାମୟ କେନ୍ଦ୍ର ଅଭାବ ଥିବାରୁ ସମସ୍ତ ବିଭାଗର ରୋଗୀ ଓ ସମ୍ପର୍କୀୟମାନେ ଔଷଧ ପାଇଁ ହସ୍ପିଟାଲରେ ଥିବା ଏକମାତ୍ର କେନ୍ଦ୍ର ଆଗରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେଉଛନ୍ତି। ସରକାର ୨୦୧୫ରେ ନିରାମୟ ଯୋଜନା ଆରମ୍ଭ କରିଥିଲେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲରେ ୫ଟି ନିରାମୟ କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ ରଖିଥିଲେ। ସେଗୁଡ଼ିକ ମଧ୍ୟରୁ ଗୋଟିଏ ବହିର୍ବିଭାଗ ରୋଗୀଙ୍କ ପାଇଁ, ୨ୟଟି ୧୦୦ ଶଯ୍ୟା ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ବିଭାଗ କୋଠାରେ ଖୋଲିବାକୁ ସ୍ଥିର ହୋଇଥିଲା। ୩ୟ କେନ୍ଦ୍ର ଶିଶୁ ବିଭାଗ ପାର୍ଶ୍ୱରେ, ୪ର୍ଥଟି ଓ୍ବାର୍ଡରେ ଚିକିତ୍ସିତ ରୋଗୀଙ୍କ ପାଇଁ ଏବଂ ୫ମ କେନ୍ଦ୍ରଟି କାଜୁଆଲଟିକୁ ଆସୁଥିବା ଗୁରୁତର ରୋଗୀଙ୍କ ପାଇଁ ଖୋଲିବାକୁ ପ୍ରସ୍ତାବ ରହିଥିଲା। ସାଢେ ୩ ବର୍ଷ ପୂରି ଯାଇଥିଲେ ମଧ୍ୟ ସମସ୍ତ କେନ୍ଦ୍ର ଖୋଲିପାରିଲା ନାହିଁ।

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଥିଲେ ଉତ୍କଳ ଏକତ୍ରୀକରଣର ମହାନ୍‌ କର୍ଣ୍ଣଧାର

ଭୁବନେଶ୍ୱର,୨୭।୪(ବ୍ୟୁରୋ)-ନବ ଉତ୍କଳର ପ୍ରମୁଖ ନିର୍ମାତାମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଥିଲେ ଉତ୍କଳ ଏକତ୍ରୀକରଣର ମହାନ୍‌ କର୍ଣ୍ଣଧାର। ସେ ଥିଲେ ଜଣେ ସାହିତ୍ୟାନୁରାଗୀ, ସୁଶାସକ ତଥା ପ୍ରଜାବତ୍ସଳ ଦାନବୀର। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାରେ ତାଙ୍କର ଭୂମିକା ଥିଲା ଉଲ୍ଲେଖନୀୟ। ଭାଷା ଭିତ୍ତିରେ ଓଡ଼ିଶା ରାଜ୍ୟ ଗଠନ ଦାବି ଆମ ସ୍ବାଭିମାନ ଓ ଅସ୍ମିତାର ପ୍ରତୀକ ଥିଲା ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ଗୁରୁବାର ସୂଚନା ଭବନଠାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ପାତ୍ର ଏହା କହିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗ, ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଏବଂ ପାରଳା ଗଜପତି ବିକାଶ ମଞ୍ଚ, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ନିଷ୍ଠୁର ମା’:୭ମାସର ଶିଶୁ କନ୍ୟାକୁ ନିଆଁରେ ଶୁଆଇଦେଲେ, ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ

ଭୁବନେଶ୍ୱର,୨୭।୪(ବ୍ୟୁରୋ) : ମା’ ସ୍ନେହ ପାଇବାକୁ କାନ୍ଦୁଥିଲା ୭ ମାସର ଶିଶୁକନ୍ୟା। କୋଳେଇନେବା ବଦଳରେ ନିଆଁ କୋଳରେ ଶୁଆଇ ଦେଲେ ନିର୍ଦ୍ଦୟା ମା’। ନୟାପଲ୍ଲୀ ଥାନା ସାଲିଆସାହି ଶକ୍ତିବିହାରରେ ଗୁରୁବାର ସକାଳେ ଘଟିଛି ଏଭଳି ଏକ ହୃଦୟବିଦାରକ ଘଟଣା। ଶିଶୁକନ୍ୟାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ନିଆଁରେ ଶିଶୁକନ୍ୟା ଶରୀରର ୯୦ ପ୍ରତିଶତ ପୋଡ଼ିଯାଇଥିଲା। ତାଙ୍କୁ ମେଡିକାଲର ବେବି ସର୍ଜରି ବିଭାଗରେ ଚିକିତ୍ସା କରାଯାଉଥିଲା। ବିଳମ୍ବିତ ରାତିରେ ଶିଶୁକନ୍ୟାଟିର ମୃତ୍ୟୁ ଘଟିଥିବା ଥାନାଧିକାରୀ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଘଟଣାକୁ ନେଇ ଉକ୍ତ ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣ କରିବା ସହ ଅଭିଯୁକ୍ତ ମା’ ସୁନା ପିଙ୍ଗୁଆଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ପାରିବାରିକ କଳହରୁ ଏହି ଘଟଣା ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଶୁକ୍ରବାର ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ମା’ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।