Dharitri News
ଜାତୀୟ |

ନୌସେନାରେ ଆଇଏନ୍‌ଏସ୍‌ କଲ୍‌ଓ୍ବରି

ନୌସେନାରେ ଆଇଏନ୍‌ଏସ୍‌ କଲ୍‌ଓ୍ବରି ବମ୍ବେ,୧୪।୧୨(ପି.ଟି.): ନୌସେନାରେ ସାମିଲ ହେଲା ଭାରତର ପ୍ରଥମ ସ୍କର୍ପିନ୍‌ ଶ୍ରେଣୀ ବୁଡ଼ାଜାହାଜ ଆଇଏନ୍‌ଏସ୍‌ କଲ୍‌ଓ୍ବରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରର ବମ୍ବେ ଉପକୂଳରେ ଏହାର ଜଳାବତରଣ କରିଛନ୍ତି। ଆଇଏନ୍‌ଏସ୍‌ କଲ୍‌ଓ୍ବରି ‘ମେକ୍‌ ଇନ୍‌ ଇଣ୍ଡିଆ’ ଅଭିଯାନର ଏକ ଉତ୍କର୍ଷ ଉଦାହରଣ ଏବଂ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା ଲାଗି ଏକ ବୃହତ୍‌ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ବୁଡ଼ାଜାହାଜ ଭିତରକୁ ପ୍ରବେଶ କରି ଏହାର ପ୍ଲାକ୍‌ ଉନ୍ମୋଚନ କରିବା ସହ ସେଠାରେ ଥିବା କର୍ମଚାରୀଙ୍କୁ ସହ ଭାବବିନିମୟ ମଧ୍ୟ କରିଥିଲେ ମୋଦି। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀଥାରାମନ୍‌, ନୌସେନା ମୁଖ୍ୟ ଆଡ୍‌ମିରାଲ ସୁନିଲ ଲାନ୍‌ବା, ଜାତୀୟ ସୁରକ୍ଷା ଉପଦେଷ୍ଟା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ, ମହାରାଷ୍ଟ୍ର ରାଜ୍ୟପାଳ ସି. ବିଦ୍ୟାସାଗର ରାଓ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌, ଭାରତରେ ଅବସ୍ଥାପିତ ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକ୍‌ଜାଣ୍ଡର୍‌ ଜିଗ୍‌ଲେର୍‌ ଏବଂ ନୌସେନାର ଅନେକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଭାରତୀୟ ମହାସାଗରରେ ଦେଖାଯାଉଥିବା ଘାତକ ଟାଇଗର ସାର୍କ କଲ୍‌ଓ୍ବରିର ନାମାନୁସାରେ ଏହି ବୁଡ଼ାଜାହାଜର ନାମକରଣ କରାଯାଇଛି। ଟାଇଗର ସାର୍କ ଭଳି ଆଇଏନ୍‌ଏସ୍‌ କଲ୍‌ଓ୍ବରି ଭାରତୀୟ ନୌସେନାକୁ ଶକ୍ତି ପ୍ରଦାନ କରିବ। ଏକବିଂଶ ଶତାବ୍ଦୀ ହେଉଛି ଏସିଆର ଶତାବ୍ଦୀ। ଏହି ଶତାବ୍ଦୀର ବିକାଶ ହିନ୍ଦ ମହାସାଗର ଦେଇ ଗତି କରିବ। ସେଥିପାଇଁ ହିନ୍ଦ ମହାସାଗର ଭାରତ ସରକାରଙ୍କ ବିକାଶ ନୀତିରେ ଆଗରେ ରହିଛି ବୋଲି ମୋଦି କହିଛନ୍ତି। ସୂଚନାଯୋଗ୍ୟ ଯେ, କଲ୍‌ଓ୍ବରି ବୁଡ଼ାଜାହାଜ ଫ୍ରେଞ୍ଚ୍‌ ନାଭାଲ୍‌ ଡିଫେନ୍ସ ଆଣ୍ଡ ଏନର୍ଜି କମ୍ପାନୀ (ଡିସିଏନ୍‌ଏସ୍‌) ଦ୍ୱାରା ବମ୍ବେ ଉପକୂଳରେ ଥିବା ମାଜାଗାଓଁ ଡକ୍‌ ଲିମିଟେଡ୍‌ (ଏମ୍‌ଡିଏଲ୍‌)ଠାରେ ନିର୍ମିତ ହୋଇଛି। ନିଜର ଗୋପନ ସ୍ବଭାବ ଲାଗି ଜଣାଶୁଣା ଆଇଏନ୍‌ଏସ୍‌ କଲ୍‌ଓ୍ବରିରେ ନିରବ ଢଙ୍ଗରେ ଗତି କରିଥାଏ। ଏହାର ଶବ୍ଦ ବିକିରଣ ମାତ୍ରା ଅତି କମ୍‌। ଗଭୀର ସମୁଦ୍ରରେ ଗତିକରିବା ଅନୁକୂଳ ଆକାର ଏବଂ ଆଗନ୍ତୁକ ଶତ୍ରୁର ଆଭାସ ପାଇ ତୁରନ୍ତ ଏହାର ଜବାବ ଦେବା କ୍ଷମତା ଯୋଗୁ ଅନ୍ୟ ବୁଡ଼ାଜାହାଜଠାରୁ କାଲ୍‌ଓ୍ବରି ସ୍ବତନ୍ତ୍ର ବୋଲି ଏମ୍‌ଡିଏଲ୍‌ ପକ୍ଷରୁ ଉଲ୍ଲେଖ କରାଯାଇଛି। ପ୍ରଥମ କଲ୍‌ଓ୍ବରି ୧୯୬୭ ଡିସେମ୍ବର ୮ରେ ଭାରତୀୟ ନୌସେନାରେ ସାମିଲ ହୋଇଥିଲା। ଏହାଥିଲା ଦେଶର ପ୍ରଥମ ବୁଡ଼ାଜାହାଜ। ତିନି ଦଶନ୍ଧିର ସେବା ପରେ ୧୯୯୬ ମେ ୩୧ରେ ଏହା ସେବାନିବୃତ୍ତ ହୋଇଥିଲା।

ଜାତୀୟ |

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନୂଆଦିଲ୍ଲୀ,୨୨।୧(ସ୍ବ.ପ୍ର.): ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ଏ ପର୍ଯ୍ୟନ୍ତ କାହିଁକି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଏହି ଉପନିର୍ବାଚନକୁ କାହିଁକି ବିଳମ୍ବିତ କରାଯାଉଛି ବୋଲି ସୋମବାର ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ।

ଅଭିନବ ଢଙ୍ଗରେ ‘ପଦ୍ମାବତ୍‌’କୁ ବିରୋଧ

ଅଭିନବ ଢଙ୍ଗରେ ‘ପଦ୍ମାବତ୍‌’କୁ ବିରୋଧ

ଭିଲଓ୍ବାରା,୨୨।୧: ରାଜସ୍ଥାନର ଭିଲଓ୍ବାରା ଜିଲାରେ ଜଣେ ଯୁବକ ଫିଲ୍ମ ‘ପଦ୍ମାବତ୍‌’ର ରିଲିଜ୍‌କୁ ନେଇ ଅଭିନବ ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି।

ଏକ ପ୍ରତିଶତ ଧନୀଙ୍କ ପାଖରେ ଦେଶର ୭୩ ପ୍ରତିଶତ ସମ୍ପତ୍ତି

ଏକ ପ୍ରତିଶତ ଧନୀଙ୍କ ପାଖରେ ଦେଶର ୭୩ ପ୍ରତିଶତ ସମ୍ପତ୍ତି

ନୂଆଦିଲ୍ଲୀ, ୨୨।୧: ଦେଶ ବିକାଶର ପ୍ରକୃତ ସତ୍ୟ ଏବେ ଲୋକଲୋଚନକୁ ଆସିଛି। ଦେଶର ଏକ ପ୍ରତିଶତ ଧନୀଙ୍କ ପାଖରେ ୭୩ ପ୍ରତିଶତ ସମ୍ପତ୍ତି ରହିଥିବା ଅକ୍ସଫେମ୍‌ ସଂସ୍ଥା ଦ୍ୱାରା କରାଯାଇଥିବା ସର୍ଭେ ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି।

ଲୋୟାଙ୍କ ମୃତ୍ୟୁ ସହ ଜଡ଼ିତ ସମସ୍ତ ମାମଲାର ସୁପ୍ରିମକୋର୍ଟରେ ହେବ ବିଚାର

ଲୋୟାଙ୍କ ମୃତ୍ୟୁ ସହ ଜଡ଼ିତ ସମସ୍ତ ମାମଲାର ସୁପ୍ରିମକୋର୍ଟରେ ହେବ ବିଚାର

ନୂଆଦିଲ୍ଲୀ,୨୨।୧: ସିବିଆଇ ଜଜ୍‌ ବିଏଚ୍‌ ଲୋୟାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ।

ବ୍ରାଇଟ୍‌ଲ୍ୟାଣ୍ଡ ସ୍କୁଲ ମାମଲା: ମୁହଁ ଖୋଲିଲେ ଅଭିଯୁକ୍ତ ଛାତ୍ରୀ

ବ୍ରାଇଟ୍‌ଲ୍ୟାଣ୍ଡ ସ୍କୁଲ ମାମଲା: ମୁହଁ ଖୋଲିଲେ ଅଭିଯୁକ୍ତ ଛାତ୍ରୀ

ଲକ୍ଷ୍ନୌ,୨୨।୧: ଲକ୍ଷ୍ନୌର ବ୍ରାଇଟ୍‌ଲ୍ୟାଣ୍ଡ ସ୍କୁଲରେ ଜଣେ ପ୍ରଥମ ଶ୍ରେଣୀ ପିଲାଙ୍କୁ ଛୁରିମାରିବା ଅଭିଯୋଗରେ ଅଭିଯୁକ୍ତ ଛାତ୍ରୀ ଜଣଙ୍କ ସୋମବାର ମୁହଁ ଖୋଲିଛନ୍ତି। ତାଙ୍କୁ ଏହି ମାମଲାରେ ଫସାଇ ଦିଆଯାଇଥିବା ସେ କହିଛନ୍ତି।

ଯୋଗୀଙ୍କୁ ଟାର୍ଗେଟ୍‌ କଲେ ଅଖିଳେଶ

ଯୋଗୀଙ୍କୁ ଟାର୍ଗେଟ୍‌ କଲେ ଅଖିଳେଶ

ଲକ୍ଷ୍ନୌ,୨୨।୧: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଉତ୍ତର ପ୍ରଦେଶର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଯୋଗୀ ଆଦିତ୍ୟନାଥଙ୍କୁ ଦୋଷାରୋପ କରିଛନ୍ତି।

ସାଇବର ଯୁଦ୍ଧରେ ଜିତିଲେ କାରଗିଲ୍‌ ବୀର

ସାଇବର ଯୁଦ୍ଧରେ ଜିତିଲେ କାରଗିଲ୍‌ ବୀର

ନୂଆଦିଲ୍ଲୀ,୨୨।୧: ସେନା ଅଧିକାରୀ ଓ କାରଗିଲ୍‌ ସେନା ଏବେ ପ୍ରକୃତ ଯୁଦ୍ଧକ୍ଷେତ୍ରରେ ଲଢୁଛନ୍ତି। ନିକଟରେ ପାକିସ୍ତାନ ଓ ଚାଇନାର କିଛି ହ୍ୟାକର ଭାରତୀୟ ସେନାଙ୍କ ତଥ୍ୟ ଚୋରାଇବା ଓ ନଷ୍ଟ କରିବାକୁ ଚାହୁଁଥିବା ବେଳେ ଏହାକୁ ଅକାମୀ କରିଦେଇଛନ୍ତି କାରଗିଲ୍‌ ବୀର।

ରୋବୋଟିକ୍‌ ଇଞ୍ଜିନିୟରିଂ ପ୍ରତି ଶିକ୍ଷାର୍ଥୀ ଆଗ୍ରହ ପ୍ରକାଶ କରିବା ଉଚିତ: ରାଷ୍ଟ୍ରପତି

ରୋବୋଟିକ୍‌ ଇଞ୍ଜିନିୟରିଂ ପ୍ରତି ଶିକ୍ଷାର୍ଥୀ ଆଗ୍ରହ ପ୍ରକାଶ କରିବା ଉଚିତ: ରାଷ୍ଟ୍ରପତି

ବଦୋଦରା, ୨୨।୧: ଦେଶର ଶିକ୍ଷାର୍ଥୀମାନେ ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସି ଏବଂ ରୋବୋଟିକ୍‌ ଇଞ୍ଜିନିୟରିଂ ପ୍ରତି ଆଗ୍ରହ ପ୍ରକାଶ କରିବା ଉଚିତ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ସୂଚିତ କରିଛନ୍ତି।

ସରସ୍ବତୀ ପୂଜା ପେଣ୍ଡାଲ ପୋଡ଼ିଲେ ଅସାମାଜିକ ବ୍ୟକ୍ତି

ସରସ୍ବତୀ ପୂଜା ପେଣ୍ଡାଲ ପୋଡ଼ିଲେ ଅସାମାଜିକ ବ୍ୟକ୍ତି

କଲିକତା, ୨୨।୧: ପଶ୍ଚିମବଙ୍ଗ ହାଓ୍ବଡା ଜିଲା ଦାସନଗର ଅଞ୍ଚଳରେ ଏକ ସରସ୍ବତୀ ପୂଜା ପେଣ୍ଡାଲ ରବିବାର ବିଳମ୍ବିତ ରାତିରେ ପୋଡ଼ିଯାଇଛି। କେତେକ ଅସାମାଜିକ ବ୍ୟକ୍ତତି ସଂଘବଦ୍ଧ ଭାବେ ଏହା କରିଥିବା କୁହାଯାଇଛି

ତୁଟୁନାହିଁ ‘ପଦ୍ମାବତ୍‌’ ବିବାଦ

ତୁଟୁନାହିଁ ‘ପଦ୍ମାବତ୍‌’ ବିବାଦ

ନୂଆଦିଲ୍ଲୀ,୨୨।୧: ସଞ୍ଜୟ ଲୀଲା ଭଂସାଲୀଙ୍କ ପିଲ୍ମ ‘ପଦ୍ମାବତ୍‌’ର ରିଲିଜ୍‌କୁ ନେଇ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଥିଲେ ମଧ୍ୟ ବିବାଦ ଥମୁନାହିଁ। ଫିଲ୍ମର ରିଲଜ୍‌ ଡେଟ୍‌ ପାଖେଇ ଆସୁଥିବା ବେଳେ ବିବାଦ ବଢିବାରେ ଲାଗିଛି।

ରୁଷ ସହିତ ଭାରତର ୩୯ ହଜାର କୋଟି ପ୍ରତିରକ୍ଷା ଚୁକ୍ତି

ରୁଷ ସହିତ ଭାରତର ୩୯ ହଜାର କୋଟି ପ୍ରତିରକ୍ଷା ଚୁକ୍ତି

ନୂଆଦିଲ୍ଲୀ,୨୨।୧: ରୁଷ ସହିତ ଭାରତ ଖୁବ୍‌ ଶୀଘ୍ର ଏସ୍‌-୪୦୦ ଆଣ୍ଟି ମିଜାଇଲ ଡିଫେନ୍ସ ସିଷ୍ଟମର ୩୯ ହଜାର କୋଟି ଟଙ୍କାର ଚୁକ୍ତି ପାଇଁ ଚୁଡାନ୍ତ ନିଷ୍ପତ୍ତି ନେବ। ୩୯ ହଜାର କୋଟି ଟଙ୍କାର ଏହି ଚୁକ୍ତିକୁ ନେଇ ଭାରତ ଓ ରୁଷ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଯାଇଛି।

ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ଗିରଫ

ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ, ୨୨।୧: ଜାନୁୟାରୀ ୨୬ ପୂର୍ବରୁ ଇଣ୍ଡିଆନ୍‌ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନ ସଦସ୍ୟ ଅବଦୁଲ୍‌ ସୁବାହନ କ୍ୟୁରେଶୀଙ୍କୁ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍‌ ଗିରଫ କରିଛି।