ଜାତୀୟ |

ମୋଦିଙ୍କର ରହିଛି ପାକିସ୍ତାନ ସହ ସମ୍ପର୍କ: ଓବୈସି

ମୋଦିଙ୍କର ରହିଛି ପାକିସ୍ତାନ ସହ ସମ୍ପର୍କ: ଓବୈସି

ହାଇଦ୍ରାବାଦ,୧୪।୧୨: ଅଲ୍‌ ଇଣ୍ଡିଆ ମଜଲିସ୍‌ ଏ ଇନ୍ତେହାଦ୍‌ ଉଲ ମୁସ୍‌ଲିମ୍‌ (ଏଆଇଏମ୍‌ଆଇଏମ୍‌) ମୁଖ୍ୟ ଅସଦୁଦ୍ଦିନ ଓଓ୍ବାସି ପୁଣି ଥରେ ଗୁଜରାଟ ନିର୍ବାଚନର ଷ୍ଟାର କ୍ୟାମ୍ପନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଜେରୁଜେଲମକୁ ରାଜଧାନୀ ଘୋଷଣା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଅଲ୍‌ ଇଣ୍ଡିଆ ମୁସଲିମ ପର୍ସନାଲ ବୋର୍ଡ ଦ୍ୱାରା ଆୟୋଜିତ ଏକ ର଼୍ୟାଲିକୁ ସମ୍ବୋଧିତ କରିବା ଅବସରରେ ଓଓ୍ବାସି ଟ୍ରମ୍ଫଙ୍କ ସହ ମୋଦିଙ୍କୁ ମଧ୍ୟ ସମାଲୋଚନା କରିବାକୁ ଭୁଲି ନ ଥିଲେ। ଗୁଜରାଟ ନିର୍ବାଚନରେ ମୋଦିଙ୍କ ସି-ପ୍ଲେନ ପ୍ରଚାରକୁ ନେଇ ସେ ତାଙ୍କୁ ଟାର୍ଗେଟ କରିଥିଲେ। ଉକ୍ତ ସି-ପ୍ଲେନ ପାକିସ୍ତାନରୁ ଆସିଥିବା କହିଥିଲେ ଓଓ୍ବାସି। ତେଣୁ ମୋଦି ଓ ଅନ୍ୟ କିଛି ଭାଜପା ନେତାଙ୍କର ପାକିସ୍ତାନ ସହ ଲିଙ୍କ ଥିବା ଓଓ୍ବାସି ଅଭିଯୋଗ କରିଥିଲେ।

All Right Reserved By

Model This Week

ନିକିତା

ଜାତୀୟ |

ନାବାଳିକା ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ: ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ମୋହର

ନାବାଳିକା ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ: ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ମୋହର

ନୂଆଦିଲ୍ଲୀ,୨୨।୪(ପି.ଟି.): ଏଣିକି ୧୨ ବର୍ଷରୁ କମ୍‌ ବୟସର ପିଲାଙ୍କୁ ବଳାତ୍କାର କରାଯାଇଥିବା ପ୍ରମାଣିତ ହେଲେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର କେନ୍ଦ୍ର ସରକାରଙ୍କ ଏ ସଂକ୍ରାନ୍ତ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି। ଜମ୍ମୁ-କଶ୍ମୀରର କଠୁଆ, ଉତ୍ତରପ୍ରଦେଶର ଉନ୍ନାଓ ଏବଂ ଗୁଜରାଟର ସୁରଟରେ ନାବାଳିକାଙ୍କୁ ଗଣବଳାତ୍କାର ବର୍ବରତାର ସୀମା ଟପିଥିଲା।

ମହାରାଷ୍ଟ୍ରରେ ଏନ୍‌କାଉଣ୍ଟର: ୨୫ ମାଓବାଦୀ ନିହତ

ମହାରାଷ୍ଟ୍ରରେ ଏନ୍‌କାଉଣ୍ଟର: ୨୫ ମାଓବାଦୀ ନିହତ

ବମ୍ବେ,୨୨।୪(ପି.ଟି.): ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ରବିବାର ସୁରକ୍ଷା ବଳକୁ ଏକ ବଡ଼ଧରଣର ସଫଳତା ମିଳିଛି। ଗଡ଼ଚିରୋଲି ଜିଲାରେ ପୋଲିସ ଏନ୍‌କାଉଣ୍ଟରରେ ୨୫ ମାଓବାଦୀ ନିହତ ହୋଇଛନ୍ତି। ତଡ୍‌ଗାଓଁ- ଭମ୍‌ରାଗଡ଼ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ସୁରକ୍ଷା ବଳକୁ ଗୋଇନ୍ଦା ସୂଚନା ମିଳିଥିଲା।

ୟେଚୁରୀଙ୍କ ସେକେଣ୍ଡ୍‌ ଇନିଂସ୍‌ ଆରମ୍ଭ

ୟେଚୁରୀଙ୍କ ସେକେଣ୍ଡ୍‌ ଇନିଂସ୍‌ ଆରମ୍ଭ

ହାଇଦ୍ରାବାଦ୍‌,୨୨।୪: ମାକ୍ସବାଦୀ କମ୍ୟୁନିଷ୍ଟ୍‌ ପାର୍ଟି ନେତା ସୀତାରାମ ୟେଚୁରୀ ଦ୍ୱିତୀୟଥର ପାଇଁ ମହାସଚିବ ଭାବେ ନିର୍ବାଚିତ ହୋଇଛନ୍ତି। ହାଇଦ୍ରାବାଦ୍‌ଠାରେ ପାର୍ଟିର ବରିଷ୍ଠ କର୍ମକର୍ତ୍ତାଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ଭାରତମାଳା ପ୍ରକଳ୍ପ: ନିର୍ମାଣ ହେବ ୨୫ ହଜାର କିମି ସଡ଼କ ପଥ, ଖର୍ଚ୍ଚ ହେବ ସାଢ଼େ ୫ ଲକ୍ଷ କୋଟି

ଭାରତମାଳା ପ୍ରକଳ୍ପ: ନିର୍ମାଣ ହେବ ୨୫ ହଜାର କିମି ସଡ଼କ ପଥ, ଖର୍ଚ୍ଚ ହେବ ସାଢ଼େ ୫ ଲକ୍ଷ କୋଟି

ନୂଆଦିଲ୍ଲୀ, ୨୨।୪ : ଦେଶରେ ସଡ଼କ ପଥର ବିକାଶ ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଆଗାମୀ ଦିନରେ ୨୫ ହଜାର କିଲୋମିଟର ସଡ଼କ ପଥ ନିର୍ମାଣ ହେବ। ଏହି ଯୋଜନାରେ ୭ଟି ଏକ୍ସପ୍ରେସ୍‌ ହାଇଓ୍ବେ ନିର୍ମିତ ହେବ। ଏଥିପାଇଁ ସାଢ଼େ ୫ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଆବଶ୍ୟକ ଭିତ୍ତି ଭୂମି ଉପଲବ୍ଧ ହେଲେ ଏହି ଯୋଜନା ୨୦୨୨ ସୁଦ୍ଧା ପୂରଣ ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

୮୦,୦୦୦ କୋଟି ଟପିଲା ଜନଧନ ଆକାଉଣ୍ଟ ଜମା

୮୦,୦୦୦ କୋଟି ଟପିଲା ଜନଧନ ଆକାଉଣ୍ଟ ଜମା

ନୂଆଦିଲ୍ଲୀ,୨୨।୪-ସରକାରଙ୍କ ଆର୍ଥତ୍କ ଅନ୍ତର୍ଭୁକ୍ତି ପଦକ୍ଷେପ ସ୍ବରୂପ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଖୋଲିଥିବା ବ୍ୟାଙ୍କ ଖାତାଗୁଡିକରେ ଜମା ପରିମାଣ ୮୦,୦୦୦ କୋଟି ଟଙ୍କ ଟପିଛି।

୨୫ ବର୍ଷ ସାନ ଗାର୍ଲନ୍‌ଫ୍ରେଣ୍ଡ୍‌ଙ୍କୁ ବିବାହ କଲେ ମିଲନ୍ଦ

୨୫ ବର୍ଷ ସାନ ଗାର୍ଲନ୍‌ଫ୍ରେଣ୍ଡ୍‌ଙ୍କୁ ବିବାହ କଲେ ମିଲନ୍ଦ

ବମ୍ବେ, ୨୨।୪ : ଅଭିନେତା ଓ ମଡେଲ ମିଲନ୍ଦ ସୋମନ୍‌ ରବିବାର ତାଙ୍କଠାରୁ ୨୫ ବର୍ଷ ସାନ ଗାର୍ଲଫ୍ରେଣ୍ଡ୍‌ ଅଙ୍କିତା କୁଓ୍ବଁରଙ୍କୁ ବିବାହ କରିଛନ୍ତି। ଅଙ୍କିତାଙ୍କ ବୟସ ଏବେ ୨୭ ବର୍ଷ ଏବଂ ମିଲନ୍ଦଙ୍କ ବୟସ ୫୨ ବର୍ଷ। ଏହି ବହୁଚର୍ଚ୍ଚିତ ବିବାହକୁ ନେଇ ରବିବାର ଦିନ ତମାମ ବଲିଉଡ୍‌ରେ ଗହଳ ଚହଳ ଲାଗିରହିଛି।

ମହାରାଷ୍ଟ୍ରରେ ମିଳିତ ସୁରକ୍ଷାବଳଙ୍କ ସର୍ଚ୍ଚ ଅପରେଶନ: ୧୪ ମାଓବାଦୀ ନିହତ

ମହାରାଷ୍ଟ୍ରରେ ମିଳିତ ସୁରକ୍ଷାବଳଙ୍କ ସର୍ଚ୍ଚ ଅପରେଶନ: ୧୪ ମାଓବାଦୀ ନିହତ

ବମ୍ବେ, ୨୨।୪ : ମହାରାଷ୍ଟ୍ର ଗଢ଼ଚିରୌଲିରେ ମିଳିତ ସୁରକ୍ଷାବଳଙ୍କ ସର୍ଚ୍ଚ ଅପରେଶନରେ ୧୪ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। କସନପୁରଠାରେ ରବିବାର ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ଏହି ସର୍ଚ୍ଚ ଅପରେଶନ ହୋଇଥିଲା। ମାଓବାଦୀମାନଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲା।

ଏୟାର ଇଣ୍ଡିଆ ବିମାନର ଝରକା ଖସିଲା: ୩ ଆହତ

ଏୟାର ଇଣ୍ଡିଆ ବିମାନର ଝରକା ଖସିଲା: ୩ ଆହତ

ନୂଆଦିଲ୍ଲୀ, ୨୨।୪ : ଅମୃତସରରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନର ଝରକା ଖସିପଡିବାରୁ ୩ ଯାତ୍ରୀ ଆହତ ହୋଇଛନ୍ତି। ଝରକା ଖସି ପଡିବାରୁ ୭୮୭ ବୋଇଙ୍ଗ୍‌ ଡ୍ରିମ୍‌ଲାଇନର ବିମାନରେ ହଠାତ୍‌ ଜୋର୍‌ରେ ଧକ୍କା ଅନୁଭୁତ ହୋଇଥିଲା ଫଳରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ଜଣେ ଯାତ୍ରୀଙ୍କ ମୁଣ୍ଡରେ ଝରକା ଖସି ପଡିଥିବାବେଳେ ଅନ୍ୟ ଦୁଇଜଣ ମଧ୍ୟ ଆହତ ହୋଇଥିବା କୁହାଯାଉଛି।

୨ ବର୍ଷରେ ଜଙ୍ଗଲ ପରିସୀମା ୬,୭୭୮ ବର୍ଗ କିମି ବୃଦ୍ଧି

୨ ବର୍ଷରେ ଜଙ୍ଗଲ ପରିସୀମା ୬,୭୭୮ ବର୍ଗ କିମି ବୃଦ୍ଧି

ନୂଆଦିଲ୍ଲୀ, ୨୨।୪ : ଗତ ଦୁଇ ବର୍ଷ ମଧ୍ୟରେ ଦେଶରେ ଜଙ୍ଗଲ ପରିସୀମା ୬,୭୭୮ କିଲୋମିଟର ବୃଦ୍ଧି ପାଇଛି। ଭାରତୀୟ ଜଙ୍ଗଲ ସର୍ଭେ ରିପୋର୍ଟରେ ଏହା ଦର୍ଶାଯାଇଛି। ୨୦୧୫ଠାରୁ ୨୦୧୭ ମଧ୍ୟରେ ଏହା ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ଆନ୍ଧ୍ରପ୍ରଦେଶ, କର୍ନାଟକ ଏବଂ କେରଳରେ ଜଙ୍ଗଲ ପରିସୀମାରେ ଅଧିକ ବୃଦ୍ଧି ଘଟିଥିବା ରିପୋର୍ଟରେ ସୂଚିତ କରାଯାଇଛି।

କମିଛି ରେଳ ଦୁର୍ଘଟଣା

କମିଛି ରେଳ ଦୁର୍ଘଟଣା

ନୂଆଦିଲ୍ଲୀ, ୨୨।୪ : ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶରେ ରେଳ ଦୁର୍ଘଟଣା କମିଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ଏହା ଦର୍ଶାଯାଇଛି। ରେଳ ଟ୍ରାକ୍‌ର ନବୀକରଣ ଯୋଗୁ ଏହା ସମ୍ଭବ ହୋଇପାରିଛି। ୨୦୧୭-୧୮ରେ ୭୩ ରେଳ ଦୁର୍ଘଟଣା ହୋଇଛି।

ପ୍ରଦୂଷଣ ମୁକ୍ତ ବାୟୁ ଓ ଜଳ ପାଇଁ ସଂଗ୍ରାମ ଜାରି ରଖିଛି ମଣିଷ: ଦିୟା ମିର୍ଜା

ପ୍ରଦୂଷଣ ମୁକ୍ତ ବାୟୁ ଓ ଜଳ ପାଇଁ ସଂଗ୍ରାମ ଜାରି ରଖିଛି ମଣିଷ: ଦିୟା ମିର୍ଜା

ବମ୍ବେ, ୨୨।୪ : ସମ୍ପ୍ରତି ମଣିଷ ପ୍ରଦୂଷଣ ମୁକ୍ତ ବାୟୁ, ଜଳ ଓ ଭୋଜନ ପାଇଁ ସଂଗ୍ରାମ ଜାରି ରଖିଛି। ଏନେଇ ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା ରବିବାର ବିଶ୍ୱ ପୃଥିବୀ ଦିବସ ଅବସରରେ ସୂଚିତ କରିଛନ୍ତି। ପୂର୍ବରୁ ମଣିଷ ଖାଦ୍ୟ, ବସ୍ତ୍ର ଓ ବାସଗୃହ ପାଇଁ ସଂଗ୍ରାମ କରୁଥିଲା। ତେବେ ପରିବର୍ତ୍ତିତ ସମୟ ସହିତ ସଂଗ୍ରାମର ଧାରା ବଦଳି ଯାଇଛି ବୋଲି ଦିୟା କହିଛନ୍ତି।

ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ  ଅଧ୍ୟାଦେଶ: ମିଳିଲା ରାଷ୍ଟ୍ରପ୍ରତିଙ୍କ ମଞ୍ଜୁରୀ

ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ଅଧ୍ୟାଦେଶ: ମିଳିଲା ରାଷ୍ଟ୍ରପ୍ରତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ, ୨୨।୪ : ଏଣିକି ୧୨ ବର୍ଷରୁ କମ୍‌ ବୟସର ଝିଅଙ୍କୁ ବଳାତ୍କାର କଲେ ଫାଶୀଦଣ୍ଡ ମିଳିବ। ୧୬ ବର୍ଷରୁ କମ୍‌ ବୟସର କନ୍ୟାଙ୍କୁ ବଳାତ୍କାର କରିଥିବା ବ୍ୟକ୍ତି ମଧ୍ୟ ଆଜୀବନ କାରାଦଣ୍ଡ ଭୋଗିବେ। ଏ ସମ୍ପର୍କିତ ଏକ ଅଧ୍ୟାଦେଶକୁ ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ଦେଇଛନ୍ତି। ଫଳରେ ଏହି ଆଇନ ଏପ୍ରିଲ୍‌ ୨୨ ତାରିଖ(ରବିବାର)ଠାରୁ ଲାଗୁ ହୋଇଛି।