Dharitri News
ରାଜ୍ୟ |

ଗଙ୍ଗା-ଯମୁନାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ଗଙ୍ଗା-ଯମୁନାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ କଟକ ଅଫିସ, ୧୪।୧୨- ଯୋଡା ପେଟ ଶିଶୁ ଗଙ୍ଗା-ଯମୁନାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି। ଅମ୍ଳଯାନ ପରିମାଣ ସାଂଘାତିକ ଭାବେ କମୁଥିବା ବେଳେ ରକ୍ତଚାପରେ ଅସ୍ଥିରତା ଦେଖାଦେଇଛି। ଶୁକ୍ରବାର ଯୋଡା ଶିଶୁଙ୍କ ଶରୀରରେ ଅମ୍ଳଯାନ ପରିମାଣ ୬୫ ପ୍ରତିଶତକୁ ଖସି ଆସିଥିବା ଦେଖାଯାଇଥିଲା। ଫଳରେ ଅମ୍ଳଯାନ ବଢାଇବା ପାଇଁ ଡାକ୍ତରମାନେ ବ୍ୟବସ୍ଥା କରିଥିଲେ। ଏହା ପରେ ଶିଶୁଙ୍କ ରକ୍ତଚାପରେ ଅସ୍ଥିରତା ଦେଖାଦେବାରୁ ଡାକ୍ତରମାନଙ୍କ ପାଇଁ ସମସ୍ୟା ବଢି ଯାଇଥିଲା। ଫଳରେ ଶୁକ୍ରବାର ତୁରନ୍ତ ଚିକିତ୍ସା ପାଇଁ ଗଠିତ ଡାକ୍ତରୀ ଦଳ ବୈଠକ ଡକାଯାଇଥିଲା। ଆବଶ୍ୟକସ୍ଥଳେ ଉଭୟଙ୍କୁ ଭେଣ୍ଟିଲେଟରରେ ରଖିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ଶିଶୁଦ୍ୱୟଙ୍କର ହୋଇଥିବା ବିଭିନ୍ନ ପରୀକ୍ଷା ରିପୋର୍ଟ ଉପରେ ମଧ୍ୟ ଅନୁଧ୍ୟାନ କରାଯାଇଛି। ଶିଶୁଦ୍ୱୟଙ୍କ ଛାତିରେ ଅନେକ ସମସ୍ୟା ଥିବା ଜଣାପଡ଼ିଛି। ହାର୍ଟ ଠିକ୍‌ ଭାବେ ତିଆରି ହୋଇନାହିଁ। ଫଳରେ ଛାତି ଭିତରେ ଅନେକ ତ୍ରୁଟିବିଚ୍ୟୁତି ଦେଖାଦେଇଛି। ଏହାକୁ ଡାକ୍ତରୀ ଭାଷାରେ କମ୍ପ୍ଲେକ୍ସ କାଡିଆକ୍‌ ଆନାମୋଲି କୁହାଯାଏ। ସେହିପରି ଉଭୟଙ୍କ ରକ୍ତନଳି ମଧ୍ୟରେ ଭାଗବଣ୍ଟା ହୋଇଛି। ତେଣୁ ଗୋଟିଏ ରକ୍ତନଳି ସହିତ ଉଭୟଙ୍କର ସମ୍ପର୍କ ରହିଥିବାରୁ ତାହା ମଧ୍ୟ ଡାକ୍ତରଙ୍କ ପାଇଁ ଚିନ୍ତା ବଢାଇ ଦେଇଛି। ତେଣୁ ବର୍ତ୍ତମାନ ସ୍ଥିତିରେ ଶିଶୁଦ୍ୱୟଙ୍କ ସ୍ବାସ୍ଥ୍ୟାବସ୍ଥାରେ ସ୍ଥିରତା ଆଣିବା ନିମନ୍ତେ ଡାକ୍ତରମାନେ ପ୍ରାଣପଣେ ଲାଗି ପଡ଼ିଛନ୍ତି। ଆସନ୍ତା ଦୁଇ ଦିନ ମଧ୍ୟରେ ଶିଶୁଦ୍ୱୟଙ୍କ ଚିକିତ୍ସା ସମ୍ପର୍କରେ ବଡ଼ ଧରଣର ନିଷ୍ପତ୍ତି ନିଆଯିବ ବୋଲି ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ କୁମାର ଶତପଥୀ ସୂଚନା ଦେଇଛନ୍ତି। ସୂଚନାଥାଉକି, ନୟାଗଡ ଜିଲା ଶରଣକୁଳ ଥାନା ଖଳିପାଟଣା ଗ୍ରାମର ଅଶୋକ ଦତ୍ତଙ୍କ ସ୍ତ୍ରୀ ସୁମିତ୍ରା ଏହି ପେଟଯୋଡା ଯାଆଁଳା କନ୍ୟାଙ୍କୁ ଜିଲା ସଦର ମହକୁମାର ଏକ ଘରୋଇ ହସ୍ପିଟାଲରେ ଜନ୍ମ ଦେଇଥିଲେ। ପରେ ଯାଆଁଳା ଶିଶୁଙ୍କ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ସେମାନଙ୍କୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା।

ରାଜ୍ୟ |

ଘର ନିର୍ମାଣ ବେଳେ ଅଘଟଣ, ବିଦ୍ୟୁତ ତାର ସସ୍ପର୍ଶରେ ଆସି  ୨ ଶ୍ରମିକ ମୃତ

ଘର ନିର୍ମାଣ ବେଳେ ଅଘଟଣ, ବିଦ୍ୟୁତ ତାର ସସ୍ପର୍ଶରେ ଆସି ୨ ଶ୍ରମିକ ମୃତ

ଭୁବନେଶ୍ୱର, ୨୧।୧(ବ୍ୟୁରୋ): ସ୍ଥାନୀୟ ଲକ୍ଷ୍ମୀସାଗର ସନ୍ତୋଷୀ ବିହାର ଲେନ୍‌-୧ସ୍ଥିତ ଏକ ନିର୍ମାଣାଧୀନ କୋଠାରେ ରବିବାର ବିଦ୍ୟୁତ ସଂସ୍ପର୍ଶରେ ଆସି କାର୍ଯ୍ୟରତ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ଖବର ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି।

ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ଭରସା ଅତୁଟ: ଉପନିର୍ବାଚନରେ ବିଜେଡିର ଜିତାପଟ

ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ଭରସା ଅତୁଟ: ଉପନିର୍ବାଚନରେ ବିଜେଡିର ଜିତାପଟ

ଭୁବନେଶ୍ୱର,୨୧।୧(ବ୍ୟୁରୋ)- ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତିର ପ୍ରଭାବ ଜାରି ରହିଛି। ବିଭିନ୍ନ ସ୍ଥାନରେ ପଞ୍ଚାୟତସ୍ତରୀୟ ଉପନିର୍ବାଚନରେ ଦଳ ସଫଳତା ହାସଲ କରିଛି। ମାତ୍ର ବର୍ଷକ ତଳେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଦଳ କେତେକ ସ୍ଥାନରେ ପରାଜିତ ହୋଇଥିଲା। ହେଲେ ବର୍ତ୍ତମାନ ଆସିଥିବା ଫଳାଫଳରୁ ଦଳ ନିଜର ସ୍ଥିତି ସୁଧାରି ପାରିଥିବାର ସଙ୍କେତ ଦେଇଛି ବୋଲି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବାତିଲ: ଡିଆରଏମ୍‌ଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ ଉଠାଇଲା ବିଜେଡି

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବାତିଲ: ଡିଆରଏମ୍‌ଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ ଉଠାଇଲା ବିଜେଡି

ଭୁବନେଶ୍ୱର,୨୧।୧(ବ୍ୟୁରୋ)-ନିକଟରେ ରେଳରାଷ୍ଟ୍ରମନ୍ତ୍ରୀ ରାଜେନ୍‌ ଗୋହେନ୍‌ ଓଡ଼ିଶା ଗସ୍ତ କରଥିଲେ। ଏହି ଗସ୍ତ ସମୟରେ ଖୁବ୍‌ଶୀଘ୍ର ଭୁବନେଶ୍ୱର ରେଳଷ୍ଟେଶନକୁ ଆଧୁନିକୀକରଣ ପାଇଁ ଏମ୍‌ଓୟୁ କରାଯିବ ବୋଲି ମତ ରଖିଥିଲେ। ଯାହାକୁ ଆଖି ଆଗରେ ରଖି ଶନିବାର ବା ଜାନୁୟାରୀ ୨୦ରେ ରେଲଓ୍ବେ ପକ୍ଷରୁ ରାଜ୍ୟ ସରକାରଙ୍କ ସହିତ ଏମ୍‌ଓୟୁ କରିବା ପାଇଁ ସ୍ଥିର କରାଯାଇଥିଲା।

ମିଶ୍ରଣ ପର୍ବରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ସମାଲୋଚନା: ଦୃଢ ପ୍ରତିଜବାବ ରଖିଲା ବିଜେଡି

ମିଶ୍ରଣ ପର୍ବରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ସମାଲୋଚନା: ଦୃଢ ପ୍ରତିଜବାବ ରଖିଲା ବିଜେଡି

ଭୁବନେଶ୍ୱର,୨୧।୧(ବ୍ୟୁରୋ)- ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ଏକ ମିଶ୍ରଣ ପର୍ବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ନିକଟରେ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିବା ଦାମୋଦର ରାଉତଙ୍କୁ ଢାଲ କରି ସେ କହିଛନ୍ତି ଯେ, ମୃତ୍ତିକା ସଂରକ୍ଷଣ ଦୁର୍ନୀତିର ଚେର ତୃତୀୟ ମହଲାକୁ ଲମ୍ବିଥିବାରୁ ରାଉତଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି। ରାଜ୍ୟ ସରକାରଙ୍କ ଭଙ୍ଗା ମାଠିଆର ବେଳ ସରି ଆସୁଛି। ପୁଣେ ଯାଇ ଆଦର୍ଶ ମୁଖ୍ୟମନ୍ତ୍ରୀର ଡିଣ୍ଡିମ ପିଟିବା ପୂର୍ବରୁ ଓଡ଼ିଆ ଭାବାବେଗ ସହ ଜଡିତ ଥିବା ପ୍ରଶ୍ନର ଉତ୍ତର ଦେବାକୁ ଧର୍ମେନ୍ଦ୍ର କହିଛନ୍ତି।

ଅର୍ଥ ତୋସରପାତ: ବିଡିଓ, ଯନ୍ତ୍ରୀଙ୍କ ସମେତ ୩ ଗିରଫ

କଟକ ଅଫିସ, ୨୦।୧- ଗ୍ରାମ ସଡ଼କ ନିର୍ମାଣ କ୍ଷେତ୍ରରେ ଦୁର୍ନୀତି। ୧କୋଟି ୩୨ଲକ୍ଷ ଟଙ୍କାର ପ୍ରକଳ୍ପକୁ ଟେଣ୍ଡର ନ କରି ବିଭାଗ ପକ୍ଷରୁ କରାଯାଇ ୪୨ଲକ୍ଷ ଟଙ୍କା ତୋସରପାତ କରାଯାଇଛି। ଏହି ଅଭିଯୋଗରେ ଭିଜିଲାନ୍ସ ସେଲ୍‌ ପକ୍ଷରୁ ସୁନ୍ଦରଗଡ ଜିଲାର ଲାଠିକଟା ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ସାହୁ ଓ ବ୍ଲକର ପୂର୍ବତନ ସହକାରୀ ଯନ୍ତ୍ରୀ ବୁଦ୍ଧେଶ୍ୱର ସାହୁଙ୍କୁ ଶନିବାର ଗିରଫ କରାଯାଇଛି।

୨୪ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

୨୪ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

କଟକ ଅଫିସ, ୨୦।୧- ଅଦାଲତ ଅଭିଯୁକ୍ତଙ୍କୁ ଦଣ୍ଡବିଧାନ କଲେ ମାମଲାର ତଦନ୍ତ ଅଧିକାରୀ ପୁରସ୍କୃତ ହେବେ। ଓଡିଶା ପୋଲିସ ପକ୍ଷରୁ ଏଭଳି ଅଭିନବ ଯୋଜନା ଶନିବାର କାର୍ଯ୍ୟକାରୀ ହୋଇଛି। ପ୍ରଥମ ଥର ପାଇଁ ରାଜ୍ୟର ୨୪ ଜଣ ପୋଲିସ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଡିଜିପି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରଶଂସାପତ୍ର ସହ ପ୍ରୋତ୍ସାହନ ରାଶି ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

ପୂର୍ବତନ ଉପଜିଲାପାଳଙ୍କୁ ୩ବର୍ଷ ଜେଲ୍‌ ଦଣ୍ଡ

କଟକ ଅଫିସ, ୨୦।୧-ମାଲକାନଗିରି ଜିଲାର ପୂର୍ବତନ ଉପଜିଲାପାଳ ବଳଭଦ୍ର ପଣ୍ଡାଙ୍କୁ ୩ବର୍ଷ ସଶ୍ରମ ଜେଲ୍‌ ଓ ୧ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦିଆଯାଇଛି। ଜରିମାନା ଅନାଦାୟ ହେଲେ ଅଭିଯୁକ୍ତ ପଣ୍ଡାଙ୍କୁ ଅଧିକ ୪ମାସ ସଶ୍ରମ ଜେଲ୍‌ ଭୋଗିବାକୁ ପଡିବ ବୋଲି ବିଚାରପତି ନିଜ ରାୟରେ ସ୍ପଷ୍ଟ କରିଛନ୍ତି।

କୃଷି ସଭାରେ ଯୁବକଙ୍କୁ ହତ୍ୟା

ନିରାକାରପୁର,୨୦।୧(ଡି.ଏନ୍‌.ଏ.)- କୃଷି ସଭା ଚାଲିଥିବାବେଳେ ଘଟିଥିଲା ଏକ ଲୋମହର୍ଷଣକାରୀ ଘଟଣା। ସେଠାରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯିବା ଯୋଗୁ ଆତଙ୍କ ଖେଳିଯାଇଥିଲା। ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ରାମେଶ୍ୱର ପଞ୍ଚାୟତ ଅଧୀନ ତାଳପଡ଼ା ଗ୍ରାମର ଗୋଠ ପଡ଼ିଆଠାରେ ଶନିବାର ଘଟିଥିଲା ଏହି ଘଟଣା।

ମହିଳାଙ୍କୁ ହତ୍ୟା: ପାହାଡ଼ ଖୋଲରୁ ମିଳିଲା ଗଳିତ ମୃତଦେହ

ଦଶପଲ୍ଲା,୨୦।୧(ଡି.ଏନ.ଏ.)-ଗତ କିଛିଦିନ ହେଲା ନିଖୋଜ ହୋଇଯାଇଥିଲେ ଜଣେ ୨୫ ବର୍ଷୀୟା ମହିଳା ହାର ଖିଲାର ଓ ତାଙ୍କ ଝିଅ ଯମୁନା(୫)। ଶନିବାର ହାରଙ୍କ ଗଳିତ ମୃତଦେହକୁ ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ କୁସୁମଘାଟି ପାହାଡର ଏକ ଖୋଲରୁ ପୋଲିସ ଜବତ କରିଛି। ନିଖୋଜ ଥିବା ହାରଙ୍କ ମୃତଦେହ ପାହାଡ ଉପରୁ ମିଳିବା ଏବଂ ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେଉଛି।

ଶିକ୍ଷୟିତ୍ରୀ ଅଞ୍ଜଳି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ପଡ଼ିଶା ଘର ଜ୍ୱାଇଁ ହତ୍ୟାକାରୀ

ଶିକ୍ଷୟିତ୍ରୀ ଅଞ୍ଜଳି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ପଡ଼ିଶା ଘର ଜ୍ୱାଇଁ ହତ୍ୟାକାରୀ

ଖୋର୍ଦ୍ଧା ଅଫିସ,୨୦।୧: ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ନିରାକାରପୁର ଥାନା ହରିପୁର ଉଗ୍ରତାରା ନୋଡାଲ ଉପ୍ରା ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରି ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ହତ୍ୟାକାରୀ ହେଉଛନ୍ତି ଅଞ୍ଜଳିଙ୍କ ପଡ଼ିଶା ଘରର ଜ୍ୱାଇଁ କୁନୁ ଜେନା(୨୨)।

 ୧୬୫ କୋଟିର ବ୍ୟାଙ୍କ ଆକାଉଣ୍ଟ ଅଚଳ

୧୬୫ କୋଟିର ବ୍ୟାଙ୍କ ଆକାଉଣ୍ଟ ଅଚଳ

ରାଇସୁଆଁ,୨୦।୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଇଣ୍ଡସ୍‌ ଇଣ୍ଡ ବ୍ୟାଙ୍କ ଶାଖାର ମ୍ୟାନେଜର ମାନସ ରାଉତ ଏକ କାରରେ ୫୦ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ପୋଲିସ ତାହାକୁ ଜବତ କରିବା ପରଠାରୁ ଏନେଇ ତନାଘନା ଜାରି ରଖିଛି। ବ୍ୟାଙ୍କ ମ୍ୟାନେଜରଙ୍କ ସମେତ କାରରେ ଯାଉଥିବା ବ୍ୟାଙ୍କ ଏକଜ୍‌କ୍ୟୁଟିଭ ଓ ଜଣେ ଗନ୍‌ମ୍ୟାନଙ୍କୁ ଗିରଫ କରି ଗତ୧୩ ତାରିଖରେ କୋର୍ଟ ଚାଲାଣ କରାଯାଇଛି।

ଭାଜପାରେ ସାମିଲ ହେଲେ ମିହିର, ଅନୁ, ରମାରଞ୍ଜନ

ଭାଜପାରେ ସାମିଲ ହେଲେ ମିହିର, ଅନୁ, ରମାରଞ୍ଜନ

ଭୁବନେଶ୍ୱର, ୨୦।୧(ବ୍ୟୁରୋ): ସାଧାରଣ ନିର୍ବାଚନକୁ ଦେଢ଼ ବର୍ଷରୁ କମ୍‌ ସମୟ ଥିବାରୁ ବିଭିନ୍ନ ରାଜନୈତିକ ଦଳରେ କର୍ମୀ ମିଶିବା, ଛାଡିବା ପର୍ବ ଆରମ୍ଭ ହୋଇଛି। ଅଭିନେତା ମିହିର ଦାସ, ଅଭିନେତ୍ରୀ ଅନୁ ଚୌଧୁରୀ ଏବଂ ସତ୍ୟବାଦୀ ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂ ବିଧିବଦ୍ଧ ଭାବେ ଶନିବାର ଭାଜପାରେ ଯୋଗଦାନ କରିଛନ୍ତି।