ରାଜ୍ୟ |

ସଂସଦରେ ମହାନଦୀ ଝଡ଼ ସୃଷ୍ଟି କରିବ ବିଜେଡି

ସଂସଦରେ ମହାନଦୀ ଝଡ଼ ସୃଷ୍ଟି କରିବ ବିଜେଡି
ଭୁବନେଶ୍ୱର,୧୪।୧୨(ବ୍ୟୁରୋ):ଏଥର ସଂସଦରେ ଉଠିବ ମହାନଦୀ ପ୍ରସଙ୍ଗ। ଶୁକ୍ରବାର ଆରମ୍ଭ ହେବାକୁ ଯାଉଥିବା ପାର୍ଲାମେଣ୍ଟର ଶୀତ ଅଧିବେଶନରେ ବିଜୁ ଜନତା ଦଳ(ବିଜେଡି)ଏମ୍‌ପିମାନେ ଏହି ପ୍ରସଙ୍ଗ ଜୋର୍‌ଦାର ଉଠାଇବେ। ଏଥିସହିତ ପୋଲାଭରମ୍‌ ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସପି) ପ୍ରସଙ୍ଗକୁ ନେଇ ବିଜେଡି ଏମ୍‌ପିମାନେ କେନ୍ଦ୍ର ସରକାରଙ୍କୁ ଘେରିବେ। ଗୁରୁବାର ପୂର୍ବାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେଡି ସଂସଦୀୟ ଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଉକ୍ତ ବୈଠକରେ ଦୁଇଜଣ ଏମ୍‌ପିଙ୍କୁ ଛାଡି ଦେଲେ ବିଜେଡିର ପ୍ରାୟ ସବୁ ଲୋକ ସଭା ଏବଂ ରାଜ୍ୟ ସଭା ସଦସ୍ୟ ଯୋଗ ଦେଇଥିଲେ। କେନ୍ଦ୍ରର ଓଡିଶା ବିରୋଧୀ ଆଭିମୁଖ୍ୟକୁ ମୁକାବିଲା କରିବା ପାଇଁ ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଏମ୍‌ପି କଳିକେଶ ସିଂଦେଓ କହିଛନ୍ତି, ମହାନଦୀ ବିବାଦର ସମାଧାନ ଲାଗି କେନ୍ଦ୍ର ସରକାର ଆଇନ ମାଧ୍ୟମରେ ଯାହା କରିବା କଥା ନ କରି ଛତିଶଗଡ ସରକାରକୁ ସହାୟତା କରୁଛନ୍ତି। ଶୀତକାଳୀନ ଅଧିବେଶନରେ କେନ୍ଦ୍ରର ଏଭଳି ଆଭିମୁଖ୍ୟକୁ ବିରୋଧ କରିବା ବିଜେଡିର ମୁଖ୍ୟ ପ୍ରସଙ୍ଗ ହେବ। ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ର ସରକାର ଆନ୍ଧ୍ର ସରକାରଙ୍କୁ କାର୍ଯ୍ୟ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଉନାହାନ୍ତି। ଏହି ପ୍ରସଙ୍ଗରେ ମଧ୍ୟ ବିଜେଡି ତା’ର ସ୍ବର ଟାଣ କରିବ। ରାଜ୍ୟରେ ହେବାକୁ ଥିବା ବିଭିନ୍ନ ରେଳ ପ୍ରକଳ୍ପଗୁଡିକ ପାଇଁ ରାଜ୍ୟ ସରକାର ୫୦ପ୍ରତିଶତ ଅର୍ଥ ଯୋଗାଇଦେବା ସାଙ୍ଗକୁ ମାଗଣାରେ ଜମି ମଧ୍ୟ ଯୋଗାଉଛନ୍ତି। ହେଲେ କେନ୍ଦ୍ର ସରକାର ଉକ୍ତ ପ୍ରକଳ୍ପ କରିବା ବଦଳରେ ବାହାନା କରିଚାଲିଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା କଥା ପ୍ରଧାନମନ୍ତ୍ରୀ ତାଙ୍କର ନିର୍ବାଚନୀ ଇସ୍ତାହାରରେ ବିଶେଷ ଗୁରୁତ୍ୱ ଦେଇଥିଲେ। ହେଲେ ବର୍ତ୍ତମାନ ଧାନର ଏମ୍‌ଏସ୍‌ପି ବୃଦ୍ଧି କରିବାକୁ କେନ୍ଦ୍ର ସରକାର ମନା କରୁଛନ୍ତି। ଏମିତି କି ଚାଷ ପାଇଁ କେନ୍ଦ୍ର ଅଧିକ ସହାୟତା ମଧ୍ୟ ଦେଉ ନାହିଁ। ଚାଷୀଙ୍କୁ ଅଧିକ ସହାୟତା ପ୍ରଦାନ କରିବାକୁ ରାଜ୍ୟ ସରକାର ଚିନ୍ତା କରୁଥିଲେ ମଧ୍ୟ ହାତ ଏକପ୍ରକାର ବାନ୍ଧି ହୋଇ ରହିଛି। ଛତିଶଗଡର ଚାଷୀଙ୍କୁ ଯଦି କେନ୍ଦ୍ର ସରକାର ଅଧିକ ଅର୍ଥ ଦେଉଛନ୍ତି, ଧାନର ଏମ୍‌ଏସ୍‌ପି ଉପରେ ଅଧିକ ବୋନସ୍‌ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି, ତେବେ ଓଡିଶା ଚାଷୀଙ୍କ ଲାଗି କେନ୍ଦ୍ର କାହିଁକି ଟାଳଟୁଳ ନୀତି ଗ୍ରହଣ କରୁଛି ସେ ନେଇ ପାର୍ଲାମେଣ୍ଟରେ ପ୍ରଶ୍ନ କରାଯିବ। ବ୍ରାହ୍ଣଣୀ ଦ୍ୱିତୀୟ ସେତୁ ନିର୍ମାଣ କଥାକୁ ମଧ୍ୟ ଉଠାଯିବ। କେନ୍ଦ୍ର ସରକାର ଏହି ସେତୁର ନିର୍ମାଣ ଲାଗି ଫରେଷ୍ଟ କ୍ଲିୟରାନ୍ସର ଆବଶ୍ୟକତା ଥିବା କହୁଛନ୍ତି। ହେଲେ ସେତୁର କାର୍ଯ୍ୟ ହେବାକୁ ଥିବା ସ୍ଥାନରେ ଜଙ୍ଗଲ ଜମି ନାହିଁ। ତେଣୁ ସେନେଇ ମଧ୍ୟ ସଂସଦରେ ପ୍ରଶ୍ନ ଉଠାଯିବ ବୋଲି କଳିକେଶ କହିଛନ୍ତି। ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି, ସଂସଦରେ ବିଭିନ୍ନ ମୋଶନ ଜରିଆରେ ବିଜେଡି ମହାନଦୀ ପ୍ରସଙ୍ଗ ଉଠାଇବ। ପୋଲାଭରମ ପ୍ରସଙ୍ଗକୁ ମଧ୍ୟ ଜୋର୍‌ଦାର କରାଯିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମଭାବାପନ୍ନ ଦଳଗୁଡିକ ସହ ଆଲୋଚନା କରାଯାଇ ମହାନଦୀ ବିବାଦକୁ ସଂସଦରେ ଜୋରଦାର୍‌ କରାଯିବ ବୋଲି ଭର୍ତ୍ତୃହରି କହିଛନ୍ତି।
All Right Reserved By

ରାଜ୍ୟ |

ପାଟଖଣ୍ଡା ଯାତ୍ରାର ତୃତୀୟ ଦିନ:ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି

ପାଟଖଣ୍ଡା ଯାତ୍ରାର ତୃତୀୟ ଦିନ:ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି

 ଦେଓଗାଁ,୨୦ା୧୦(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହାରେ ବିଜୟା ଦଶମୀ ତିଥିରେ ଗୁରୁବାର ଆରମ୍ଭ ହୋଇଛି ପଞ୍ଚଦନ ବ୍ୟାପୀ ଐତିହ୍ୟପୂର୍ଣ୍ଣ ମା’ ପାଟଖଣ୍ଡା ଯାତ୍ରା । ଶନିବାର ଯାତ୍ରାର ତୃତୀୟ ଦିନରେ ନିଶିପୂଜା, ଲିଙ୍ଗାବରଣ ପୂଜା ଓ ମଧ୍ୟ୍ୟରାତ୍ରରେ ସନ୍ଧିପୂଜା ଅନୁଷ୍ଠିତ ହୋଇଥିଲା। ଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମୁଛି। 

ଗୁଣପୁର-ନୌପଡା ମଧ୍ୟରେ ଟ୍ରେନ୍‌ ଚଳାଚଳ ବନ୍ଦ: ତେଜୁଛି ଅସନ୍ତୋଷ

ଗୁଣପୁର-ନୌପଡା ମଧ୍ୟରେ ଟ୍ରେନ୍‌ ଚଳାଚଳ ବନ୍ଦ: ତେଜୁଛି ଅସନ୍ତୋଷ

ଗୁଣପୁର,୨୦ା୧୦(ଡି.ଏନ.ଏ)-ତିତ୍‌ଲି ସାମୁଦ୍ରିକ ଝଡରେ ନୌପଡା-ଗୁଣପୁର ରେଳପଥର ପେଦାସାନା ନିକଟରେ ରେଳଧାରଣା କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ୧୨ତାରିଖଠାରୁ ଏହି ରେଳପଥରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଛି। ଏଥିଯୋଗୁ ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଗୁଣପୁର-ପୁରୀ, ପୁରୀ-ଗୁଣପୁର, ପଲାସା-ଗୁଣପୁର, ଗୁଣପୁର-ପଲାସା, ରାଜ୍ୟରାଣୀ ଏକ୍ସପ୍ରେସ କେବଳ ପାଲାସା ପର୍ଯ୍ୟନ୍ତ ଚଳାଚଳ କରୁଛି। 

କେବିସିରେ ୨୫ ଲକ୍ଷ ଜିତିଲେ ରବିକୁମାର

କେବିସିରେ ୨୫ ଲକ୍ଷ ଜିତିଲେ ରବିକୁମାର

ଦାମନଯୋଡ଼ି,୨୦।୧୦(ଡି.ଏନ୍‌.ଏ)-  ନାଲ୍‌କୋ କର୍ମଚାରୀ ନମ୍ବଲା ରବି କୁମାର ସୋନି ଟିଭି ଚ୍ୟାନେଲ୍‌ରେ ପ୍ରସାରିତ କୌନ୍‌ ବନେଗା କରୋଡ଼ ପତି (କେବିସି)ରେ ଭାଗନେଇ ୨୫ ଲକ୍ଷ ଟଙ୍କା ଜିତିଛନ୍ତି। ଏହି ଏପିସୋଡ଼ ଗୁରୁବାର ପ୍ରସାରିତ ହୋଇଥିଲା। ଅବସରପ୍ରାପ୍ତ ପୋଲିସ୍‌ କର୍ମଚାରୀ ଏନ୍‌ ଜଗନ୍ନାଥମଙ୍କ ବଡ଼ପୁଅ ହେଉଛନ୍ତି ରବି। ରବି ୨୦୦୦ ମସିହାରୁ କେବିସି ପାଇଁ ପ୍ରସ୍ତୁତ ହେଉଥିଲେ।

ରାଜ୍ୟପାଳଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

ରାଜ୍ୟପାଳଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

କୋଣାର୍କ, ୨୦।୧୦(ଡି.ଏନ୍‌.ଏ.)-ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ଅପରାହ୍ନରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ। ରାଜ୍ୟପାଳଙ୍କୁ ସରକାରୀ ଗାଇଡ଼ ଆଭାସ ଚନ୍ଦ୍ର ମହାନ୍ତି ସୂର୍ଯ୍ୟମନ୍ଦିର ସମ୍ବନ୍ଧରେ ବିଶଦ ଭାବେ ଅବଗତ କରାଇଥିଲେ। ପରେ ପରେ ରାଜ୍ୟପାଳ ଇଣ୍ଡିଆନ ଅଏଲ୍‌ ଫାଉଣ୍ଡେଶନ ପକ୍ଷରୁ ନିର୍ମିତ ବ୍ୟାଖ୍ୟାନକେନ୍ଦ୍ର ବୁଲି ଦେଖିଥିଲେ। 

ନଦୀରୁ ବାଳକ ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ:  ପାରିବାରିକ ଶାନ୍ତି ପାଇଁ ଦିଆଯାଇଥିଲା ବଳି

ନଦୀରୁ ବାଳକ ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ: ପାରିବାରିକ ଶାନ୍ତି ପାଇଁ ଦିଆଯାଇଥିଲା ବଳି

ବଲାଙ୍ଗୀର ଅଫିସ/ଟିଟିଲାଗଡ, ୨୦।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ସିନ୍ଧେକେଲା ନିକଟ ଉନ୍ଦେର ନଦୀ ପଠାରୁ ନିଖୋଜ ବାଳକର ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। 

ଲାଠିପୂଜାରେ ଦୁଲୁକିଲା ଆଦିବାସୀ ଗାଁ

ଲାଠିପୂଜାରେ ଦୁଲୁକିଲା ଆଦିବାସୀ ଗାଁ

ମାଥିଲି,୨୦। ୧୦(ଡି.ଏନ.ଏ)-ଦଶହରା ପର୍ବ ଶନିବାର ଶେଷ ହୋଇଛି। ପୀଠରୁ ଆବାହନ କରି ଅଣାଯାଇଥିବା ଲାଠିଦେବୀ ପୁନର୍ବାର ନିଜ ଆସ୍ଥାନ ସ୍ଥଳକୁ ଲେଉଟି ଯାଇଛନ୍ତି। ଏଥିପାଇଁ ଶୁକ୍ରବାର ରାତିରେ ମାଲକାନଗିରି ଜିଲା ମାଥିଲି ବ୍ଲକ ଭେଜାଗୁଡା ପଞ୍ଚାୟତ ଅଧିନ କତାମେଟା ଗ୍ରାମ ଉତ୍ସବମୁଖର ହୋଇ ଉଠିଥିଲା ଶେଷ ଦିନ ପୂଜାରେ ଅଞ୍ଚଳର ୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

ଦାମୋଦର ବେଶରେ ଦର୍ଶନ ଦେଲେ ଶ୍ରୀନୀଳମାଧବ ଜୀୟୁ

ଦାମୋଦର ବେଶରେ ଦର୍ଶନ ଦେଲେ ଶ୍ରୀନୀଳମାଧବ ଜୀୟୁ

ଖଣ୍ଡପଡ଼ା,୨୦।୧୦(ସ୍ବ.ପ୍ର)- ନୀଳମାଧବ ଜୀୟୁ ଦାମୋଦର ବେଶରେ ଶ୍ରଦ୍ଧାଳୁ ଭକ୍ତଙ୍କୁ ଶନିବାର ଦର୍ଶନ ଦେଇଛନ୍ତି। ଏହି ଅବସରରେ ଶ୍ରୀଜୀଉଙ୍କ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ପ୍ରଥମେ ଦ୍ୱାର ଫିଟା ପରେ ମଙ୍ଗଳ ଆଳତୀ, ମଇଲମ ଓ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଠାକୁରଙ୍କ ଦାମୋଦର ବେଶ ସମ୍ପନ୍ନ ହୋଇଥିଲା। 

ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ନୀତି: ନଟବର ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ ଠାକୁର

ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ନୀତି: ନଟବର ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପାଳ ଠାକୁର

ସାକ୍ଷୀଗୋପାଳ,୨୦।୧୦(ଡି.ଏନ୍‌.ଏ.): ପରମ୍ପରା କ୍ରମେ ଆଶ୍ବିନ ଶୁକ୍ଳ ଏକାଦଶୀ ଶନିବାର ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ଏହି ଅବସରରେ ସାକ୍ଷୀଗୋପାଳ ଠାକୁରଙ୍କୁ ନଟବର ବେଶରେ ସଜ୍ଜିତ କରାଯାଇଛି। 

ଜୟପୁର: ଅପରାଜିତା ପୂଜା ସହ ରାବଣ ପୋଡ଼ିରେ ସରିଲା ଦଶହରା

ଜୟପୁର: ଅପରାଜିତା ପୂଜା ସହ ରାବଣ ପୋଡ଼ିରେ ସରିଲା ଦଶହରା

ଜୟପୁର, ୨୦ା୧୦(ନି.ପ୍ର)-କୋରପୁଟ ଜିଲା ଜୟପୁର ସହରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରସିଦ୍ଧ ଅପରାଜିତା ପୂଜା ସହ ରାବଣ ପୋଡ଼ିରେ ଦଶହରା ପର୍ବ ସମାପ୍ତ ହୋଇଯାଇଛି। ମୁଳାଷ୍ଟମୀରେ ଆଜ୍ଞାମାଳ ମିଳିବା ପରଠାରୁ ସହରରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା। ରାବଣ ପୋଡି ପାଇଁ ଦଶହରା ପଡିଆରେ ପ୍ରବଳ ଜନସମାଗମ ହୋଇଥିଲା।

 ସଚେତନତା ଅଭାବରୁ ଝିଅ ଶବ କାନ୍ଧରେ ନେଉଥିଲେ, ଲୋକଙ୍କ ହସ୍ତକ୍ଷେପ ପରେ ଶବ ମହାପ୍ରୟାଣ ଗାଡ଼ିରେ ଗଲା

ସଚେତନତା ଅଭାବରୁ ଝିଅ ଶବ କାନ୍ଧରେ ନେଉଥିଲେ, ଲୋକଙ୍କ ହସ୍ତକ୍ଷେପ ପରେ ଶବ ମହାପ୍ରୟାଣ ଗାଡ଼ିରେ ଗଲା

ଭଞ୍ଜନଗର,୨୦।୧୦(ଡି.ଏନ୍‌.ଏ.): ସରକାରୀ ଯୋଜନା ସମ୍ପର୍କରେ ଅନେକ ଲୋକ ଜାଣିପାରୁ ନାହାନ୍ତି। ଯେଉଁମାନେ ସଚେତନ କରାଇବା ପାଇଁ ଅଛନ୍ତି, ସେମାନଙ୍କର ଆଗ୍ରହ ମଧ୍ୟ ଦେଖାଯାଉନାହିଁ। ଫଳରେ ଗରିବ ଲୋକେ ସଚେତନତା ଅଭାବରୁ ସରକାରୀ ଯୋଜନାର ସୁବିଧା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବିଜେଡିରେ ଯୋଗଦେଲେ ୧୫ ଭାଜପା କର୍ମୀ

ବିଜେଡିରେ ଯୋଗଦେଲେ ୧୫ ଭାଜପା କର୍ମୀ

ପରଜଙ୍ଗ,୨୦।୧୦: ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନମଣ୍ଡଳୀ କୁସୁମଜୁଡି ପଞ୍ଚାୟତର ୧୫ ଜଣ ଭାଜପା କର୍ମୀ ଶନିବାର ବିଜେଡିରେ ଯୋଗ ଦେଇଛନ୍ତି। 

ନିଆରା ପରମ୍ପରା ସହ ଥାନାରେ ଦଶହରା ପାଳିତ ମହୁଲି ମଦ, ଛେଳି ସମର୍ପଣ ପରେ ପୂଜା ପାହାନ୍ତି ପାଟଖଣ୍ଡା

ନିଆରା ପରମ୍ପରା ସହ ଥାନାରେ ଦଶହରା ପାଳିତ ମହୁଲି ମଦ, ଛେଳି ସମର୍ପଣ ପରେ ପୂଜା ପାହାନ୍ତି ପାଟଖଣ୍ଡା

ଦାରିଙ୍ଗବାଡ଼ି,୨୦।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦୁର୍ଗାପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । ଏହି ଅବସରରେ ଦାରିଙ୍ଗବାଡ଼ି ଏବଂ ସିମନବାଡ଼ିଠାରେ ସ୍ବତନ୍ତ୍ର ପୂଜାମଣ୍ଡପ କରାଯାଇ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜାର୍ଚ୍ଚନା କରାଯାଇଛି ।