ରାଜ୍ୟ |

ବିଦ୍ୟାଳୟକୁ ମିଳିବ ସୌରଶକ୍ତି: ୧୦ହଜାର ଇକୋ-କ୍ଲବ ଥିବା ବିଦ୍ୟାଳୟକୁ ପ୍ରାଥମିକତା

ବିଦ୍ୟାଳୟକୁ ମିଳିବ ସୌରଶକ୍ତି: ୧୦ହଜାର ଇକୋ-କ୍ଲବ ଥିବା ବିଦ୍ୟାଳୟକୁ ପ୍ରାଥମିକତା
ଭୁବନେଶ୍ୱର, ୧୪।୧୨(ବ୍ୟୁରୋ)- ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ବହୁ ଆଗରେ ରହିଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଅଧିକ ଶକ୍ତି ସଂରକ୍ଷଣ କରାଯାଉଛି। ସୋଲାର ଏନର୍ଜି ତଥା ସୌରଶକ୍ତିର ବ୍ୟବହାର ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଇକୋ କ୍ଲବ୍‌ ଥିବା ରାଜ୍ୟର ୧୦ ହଜାର ବିଦ୍ୟାଳୟକୁ ସୌରଶକ୍ତିରେ ପରିଚାଳିତ କରିବା ଲାଗି ଆଲୋଚନା ଚାଲିଛି। ଜଙ୍ଗଲ ଓ ପରିବେଶ ବିଭାଗ ସହ ମିଶି ଶକ୍ତି ବିଭାଗ ଆଗାମୀ ଦିନରେ ଏହି କାର୍ଯ୍ୟ ହାତକୁ ନେବ। ସେହିଭଳି ରାଜ୍ୟରେ ଏବେ ୬୬ଲକ୍ଷ ବିଜୁଳି ଉପଭୋକ୍ତା ରହିଥିବା ବେଳେ ଆଗାମୀ ଦିନରେ ଏହାକୁ ୧କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଅବସରରେ ଗୁରୁବାର ସୂଚନାଭବନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଯୋଗଦେଇ ମନ୍ତ୍ରୀ ମଲ୍ଲିକ କହିଥିଲେ, ଶକ୍ତି ସଂରକ୍ଷଣ ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଲୋକଙ୍କ ମନୋଭାବରେ ପରିବର୍ତ୍ତନ ଅଣାଯାଉଛି। ଏଥିପାଇଁ ବ୍ଲକ ଓ ଜିଲାସ୍ତରରେ କାର୍ଯ୍ୟକ୍ରମ ହେଉଛି। ପରିବେଶ ଅନୁକୂଳ ଶକ୍ତିଉତ୍ସର ଉଦାହରଣ ଦେଇ ମନ୍ତ୍ରୀ କହିଥିଲେ, ୧୦ବର୍ଷ ତଳେ ଜର୍ମାନରେ ୯୦% ଥର୍ମାଲ ଏନର୍ଜି ଏବଂ ମାତ୍ର ୧୦% ଗ୍ରୀନ୍‌ ଏନର୍ଜି ବ୍ୟବହାର ହେଉଥିଲା। ଏବେକିନ୍ତୁ ସେଠାରେ ୯୦% ବିଦ୍ୟୁତ୍‌ ଗ୍ରୀନ୍‌ ଏନର୍ଜି ଉତ୍ସରୁ ଆସୁଛି। ଜର୍ମାନ ଭଳି ଓଡ଼ିଶାରେ କିଭଳି ଅଧିକରୁ ଅଧିକ ଗ୍ରୀନ୍‌ ଏନର୍ଜି ବ୍ୟବହାର କରାଯାଇପାରିବ ରାଜ୍ୟ ସରକାର ତାହା ଉପରେ ଗୁରୁତ୍ୱ ଦେଉଛନ୍ତି। ଶକ୍ତି ବିଭାଗ ସଚିବ ହେମନ୍ତ ଶର୍ମା ସମ୍ମାନିତ ଅତିଥିଭାବେ ଯୋଗଦେଇ କହିଲେ, ସୌରଶକ୍ତି ଓ ପବନଶକ୍ତି ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି। ବିଦ୍ୟୁତ୍‌ ଅପଚୟ ରୋକିବା ଦିଗରେ ସମସ୍ତେ ସଚେତନ ହେବା ଜରୁରୀ। ସେଣ୍ଟର ଫର୍‌ ଏନଭାଇରନ୍‌ମେଣ୍ଟାଲ ଷ୍ଟଡିଜ୍‌ର ନିର୍ଦ୍ଦେଶକ ଆଶୁତୋଷ ଦେବତା କହିଥିଲେ, ଦେଶ ଲାଗି ପ୍ରଦୂଷଣ, ଜନସଂଖ୍ୟା ବୃଦ୍ଧି ଏବଂ ଶକ୍ତି ଅଭାବ ପ୍ରମୁଖ ସମସ୍ୟାଭାବେ ଉଭାହୋଇଛି। ୨୦୩୦ ସୁଦ୍ଧା କୋଇଲା ଏବଂ ୨୦୫୦ ସୁଦ୍ଧା ପେଟ୍ରୋଲ ସରିଯିବାର ଆଶଙ୍କା ରହିଛି। ତାହାକୁ ଦୃଷ୍ଟିରେ ରଖି ଏବେଠାରୁ ସଚେତନ ହେବାକୁ ପଡିବ। ୨୦୧୮ ମଧ୍ୟରେ ଇକୋ କ୍ଲବ୍‌ ଥିବା ୧୦ ହଜାର ବିଦ୍ୟାଳୟରେ ସୋଲାର ବ୍ୟବସ୍ଥା କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ଶକ୍ତି ବିଭାଗ ଅଧିକାରୀ ଡ. ସି. ସାହୁ ସ୍ବାଗତଭାଷଣ ଦେଇଥିବା ବେଳେ ଜେ.ପି. ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ୪୫ ହଜାର ଛାତ୍ରୀଛାତ୍ରଙ୍କୁ ନେଇ ବ୍ଲକ୍‌, ଜିଲା ଓ ରାଜ୍ୟସ୍ତରରେ ଆୟୋଜିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଏବଂ ରାଜ୍ୟର ଶକ୍ତି ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରିଥିବା ବିଭିନ୍ନ ସଂସ୍ଥାକୁ ପୁରସ୍କୃତ କରାଯାଇଥିଲା। ଶକ୍ତି ସଂରକ୍ଷଣ ଦିବସ ଅବସରରେ ସକାଳେ ଛାତ୍ରୀଛାତ୍ରଙ୍କୁ ନେଇ ଏକ ଶୋଭାଯାତ୍ରା କଳିଙ୍ଗ ଷ୍ଟାଡିୟମ୍‌ରୁ ବାହାରି ସୂଚନାଭବନ ପର୍ଯ୍ୟନ୍ତ ଆସିଥିଲା।
All Right Reserved By

ରାଜ୍ୟ |

ଓଡ଼ିଶା ସଂସ୍କୃତିକୁ ଅପମାନ ପଡିଲା ମହଙ୍ଗା: ଅଭିଜିତ୍‌ ଗିରଫ

ଓଡ଼ିଶା ସଂସ୍କୃତିକୁ ଅପମାନ ପଡିଲା ମହଙ୍ଗା: ଅଭିଜିତ୍‌ ଗିରଫ

ଭୁବନେଶ୍ୱର, ୨୩।୧୦(ବ୍ୟୁରୋ): ଓଡ଼ିଶା ସଂସ୍କୃତିକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇ ଶେଷରେ ସାମ୍ବାଦିକ ଅଭିଜିତ୍‌ ଆୟାର୍‌ ଗିରଫ୍‌ ହୋଇଛନ୍ତି। ଭୁବନେଶ୍ୱର ସହିଦନଗର ପୋଲିସ ଆୟାରଙ୍କୁ ଗିରଫ କରିଛି।

୪ ବନ କର୍ମଚାରୀ ସୁରକ୍ଷିତ

୪ ବନ କର୍ମଚାରୀ ସୁରକ୍ଷିତ

ଅନୁଗୋଳ ଅଫିସ, ୨୩।୧୦: ସାତକୋଶିଆ ଅଞ୍ଚଳରେ ଉପଦ୍ରବ ବାଘୁଣୀ ‘ସୁନ୍ଦରୀ’କୁ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରି ଏନକ୍ଲୋଜରକୁ ଆଣିବାକୁ ଯାଇଥିବା ୪ ବନବିଭାଗର କର୍ମଚାରୀ ସୁରକ୍ଷିତ ଭାବେ ଘରେ ଅଛନ୍ତି।

ବିଧାନସଭା ଗୃହ କମିଟି ନିକଟରେ ହାଜର ହେଲେ ଅଭିଜିତ ଆୟର

ବିଧାନସଭା ଗୃହ କମିଟି ନିକଟରେ ହାଜର ହେଲେ ଅଭିଜିତ ଆୟର

ଭୁବନେଶ୍ୱର, ୨୩।୧୦(ବ୍ୟୁରୋ): କୋଣାର୍କ ଓ ପୁରୀ ଶ୍ରୀମନ୍ଦିର ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟର ମିତ୍ର ମଙ୍ଗଳବାର ଓଡ଼ିଶା ବିଧାନସଭା ଗୃହ କମିଟି ନିକଟରେ ହାଜର ହୋଇଛନ୍ତି। ବିଧାନସଭାସ୍ଥିତ ୫୪ ନଂ. ପ୍ରକୋଷ୍ଠରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୃହ କମିଟି ବୈଠକରେ ଆୟର ନିଜର ପକ୍ଷ ରଖୁଛନ୍ତି। 

ମଦ୍ୟପ ଫାଣ୍ଡି ଅଧିକାରୀଙ୍କ ଉନ୍ମତ୍ତକାଣ୍ଡ, ଫାଣ୍ଡି ଘେରିଲେ ଲୋକେ

ମଦ୍ୟପ ଫାଣ୍ଡି ଅଧିକାରୀଙ୍କ ଉନ୍ମତ୍ତକାଣ୍ଡ, ଫାଣ୍ଡି ଘେରିଲେ ଲୋକେ

କୃଷ୍ଣପ୍ରସାଦ, ୨୩।୧୦(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ଥାନା ଅଧୀନ ମାଲୁଦ ଫାଣ୍ଡି ଅଧିକାରୀ ମଦ୍ୟପାନ କରି ଜନସାଧାରଣଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ମହଙ୍ଗା ପଡିଛି। 

ବିଜେଡିରେ ଯୋଗଦେଲେ ୧୬ ଭାଜପା କର୍ମୀ

ବିଜେଡିରେ ଯୋଗଦେଲେ ୧୬ ଭାଜପା କର୍ମୀ

ପରଜଙ୍ଗ, ୨୩।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନମଣ୍ଡଳୀ କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ ଭେଜିଆ ଗ୍ରାମର ୧୬ ଭାଜପା କର୍ମୀ ଧର୍ମାନନ୍ଦ ଦାସଙ୍କ ନେତୃତ୍ୱରେ ବିଜେଡିରେ ଯୋଗ ଦେଇଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁଙ୍କ ଡିହଡୋଳସ୍ଥିତ ବାସଭବନରେ ମଙ୍ଗଳବାର ସେମାନେ ପହଞ୍ଚି ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। 

 ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଆଶାକର୍ମୀ ସଂଘର ପ୍ରତିବାଦ ସଭା

ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଆଶାକର୍ମୀ ସଂଘର ପ୍ରତିବାଦ ସଭା

ରାଜକନିକା,୨୩ା୧୦(ଡି.ଏନ୍‌.ଏ.)- ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ, ରାଜକନିକା ସିଏଚ୍‌ସି କମିଟି ପକ୍ଷରୁ ସୋମବାର ରାଜକନିକା ସ୍ବାସ୍ଥ୍ୟ କେନ୍ଦ୍ର ଆଗରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। 

ଜିଲା ମହିଳା ଭାଜପାର ଖବରଦାତା ସମ୍ମିଳନୀ:ମହିଳାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ

ଜିଲା ମହିଳା ଭାଜପାର ଖବରଦାତା ସମ୍ମିଳନୀ:ମହିଳାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ

କେନ୍ଦ୍ରାପଡା ଅଫିସ, ୨୩ା୧୦- କେନ୍ଦ୍ରାପଡା ସହରର ଗୋପସ୍ଥିତ ଭାଜପା କାର୍ଯ୍ୟାଳୟରେ ଜିଲା ମହିଳା ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ସୋମବାର ଆୟୋଜିତ ହୋଇଯାଇଛି ା

ଅବଧି ପରେ ମଧ୍ୟ ସରୁନି ରାସ୍ତା କାମ:ଆନ୍ଦୋଳନ ପାଇଁ ଅଞ୍ଚଳବାସୀଙ୍କ ଚେତାବନୀ

ଅବଧି ପରେ ମଧ୍ୟ ସରୁନି ରାସ୍ତା କାମ:ଆନ୍ଦୋଳନ ପାଇଁ ଅଞ୍ଚଳବାସୀଙ୍କ ଚେତାବନୀ

ଡୁବୁରୀ,୨୩ା୧୦(ଡି.ଏନ୍‌.ଏ.)- ମଙ୍ଗରାଜପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ଅଧାପନ୍ତରିଆ ହୋଇ ପଡିରହିଛି ା ଏକ ବର୍ଷରୁ ଊର୍ଦ୍ଧ୍ୱ ହେବ ରାସ୍ତା କାମର ଅବଧି ପୂରିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତା ଓ କଲର୍ଭଟ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇ ପାରି ନାହଁି।

ବଜ୍ରପଲ୍ଲୀ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ

ବଜ୍ରପଲ୍ଲୀ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ

ଡୁବୁରୀ, ୨୩ା୧୦(ଡି.ଏନ୍‌.ଏ.)- ଜୟ ମା’ ଦୁର୍ଗା ଆଦିବାସୀ କ୍ଲବ ଓ ବଜ୍ରପଲ୍ଲୀ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ସ୍କୁଲ ଖେଳ ପଡ଼ିଆରେ ଆୟୋଜିତ ୨୬ତମ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି ା 

ଦାମଙ୍କ ବିରୋଧରେ ବିଷୋଦ୍‌ଗାର କଲେ ଉଲ୍ଲାସ

ଦାମଙ୍କ ବିରୋଧରେ ବିଷୋଦ୍‌ଗାର କଲେ ଉଲ୍ଲାସ

ପାରାଦୀପ,୨୩ା୧୦(ସ୍ବ.ପ୍ର.): ପାରାଦୀପ ବିଧାୟକ ଦାମୋଦର ରାଉତ ବିଜେଡିରୁ ବହିଷ୍କାର ହେବା ପରଠାରୁ ଜଣଙ୍କ ପରେ ଜଣେ ଅନୁଗତ ତାଙ୍କ ହାତ ଛାଡିବାରେ ଲାଗିଛନ୍ତି। ଏହି କ୍ରମରେ ୩୦ ବର୍ଷ ଧରି ଦାମଙ୍କ ସହ ରାଜନୈତିକ, ପାରିବାରିକ ଓ ବ୍ୟକ୍ତିଗତ ସମ୍ପର୍କରେ ଥିବା ଉଲ୍ଲାସ ବିଶ୍ୱାଳ ତାଙ୍କ ହାତ ଛାଡିଦେଇଛନ୍ତି। 

ନକଲି ଆର୍ମି ଅଫିସର ଗିରଫ

ନକଲି ଆର୍ମି ଅଫିସର ଗିରଫ

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ)- ନିଜକୁ ଜଣେ ଆର୍ମି ଅଫିସର କହୁଥିଲେ। ଆର୍ମିରେ ଚାକିରି ଦେବାକୁ କହି ବେକାର ଯୁବତୀଯୁବକଙ୍କଠାରୁ ବହୁ ଲକ୍ଷ ଟଙ୍କା ନେଇଥିଲେ। ନକଲି କାର୍ଡ ତିଆରି କରି ଆର୍ମି ଅଫିସର ଭଳି ସମସ୍ତ ସୁବିଧା ସୁଯୋଗ ବି ହାତଉଥିଲେ। 

ପୋଲିସର ଦାୟିତ୍ୱହୀନତା, ଚାଲିଗଲା ଜୀବନ:ବାଃ ବାଃରେ କମିଶନରେଟ ପୋଲିସ...

ପୋଲିସର ଦାୟିତ୍ୱହୀନତା, ଚାଲିଗଲା ଜୀବନ:ବାଃ ବାଃରେ କମିଶନରେଟ ପୋଲିସ...

ଭୁବନେଶ୍ୱର,୨୩ା୧୦ (ବ୍ୟୁରୋ) - ଦୁର୍ଘଟଣାରେ ଆହତ ଲୋକଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ପୁରସ୍କାର। ଏପରି ବହୁ ଯୋଜନା କରି କମିଶନରେଟ ପୋଲିସ ବାଃ ବାଃ ନେବାକୁ ଚେଷ୍ଟା କରୁଥିବାବେଳେ ନିଜ ଅଧିକାରୀ ଓ କର୍ମଚାରୀଙ୍କୁ ସେତିକି ସଚେତନ କରିପାରି ନ ଥିବା ଭଳି ମନେ ହେଉଛି।