ରାଜ୍ୟ |

ପଦାରେ ପଡ଼ିଲା ବଡ଼ଦେଉଳର ସୁରକ୍ଷା: ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ

ପଦାରେ ପଡ଼ିଲା ବଡ଼ଦେଉଳର ସୁରକ୍ଷା: ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ

ପୁରୀ ଅଫିସ, ୧୪।୧୨: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଦିନକୁ ଦିନ ବିପନ୍ନ ହେବାରେ ଲାଗିଛି। ସେଲ୍‌ଫି ବଡ଼ଦେଉଳର ବହୁ ଗୁପ୍ତ ତଥ୍ୟକୁ ପଦାରେ ପକାଇ ଦେଇଥିବା ବେଳେ ଗୁରୁବାର ଶ୍ରୀମନ୍ଦିର ଉପରେ ଉଡିଛି ଡ୍ରୋନ। ଡ୍ରୋନ ତୋଳିଛି ଶ୍ରୀମନ୍ଦିର ଭିତର ଦୃଶ୍ୟ, ଯାହାକି ବଡ଼ଦେଉଳର ସୁରକ୍ଷା ବ୍ୟବସ୍ଥାକୁ ପୁଣି ପଦାରେ ପକାଇଛି। କିଛିଦିନ ଧରି ସୋସିଆଲ ମିଡିଆରେ ମନ୍ଦିର ଭିତର ଫଟୋ ଭାଇରାଲ ହେଉଥିବାବେଳେ କ୍ୟାମେରା ସଂଯୁକ୍ତ ଡ୍ରୋନ ଉଡ଼ିବା ଘଟଣା ସମସ୍ତଙ୍କ ଚିନ୍ତା ବଢାଇଦେଇଛି। ଖବର ପାଇ ସିଂହଦ୍ୱାର ଥାନା ପୋଲିସ ଡ୍ରୋନ ଉଡ଼ାଉଥିବା ରୁଷିଆର ୪ ନାଗରିକଙ୍କୁ ଥାନାକୁ ଆଣି ପଚରାଉଚରା କରିଛି। ପ୍ରାୟ ୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଅଟକ ରଖି ପଚରାଉଚରା କରିବା ପରେ ସେମାନଙ୍କୁ ଛାଡି ଦିଆଯାଇଛି।
ଅପରାହ୍ନ ପ୍ରାୟ ସାଢେ ୧ଟାରେ ରୁଷିଆର ୪ (୨ ମହିଳା ଓ ୨ ପୁରୁଷ) ପର୍ଯ୍ୟଟକ ମ୍ୟାକ୍ସିମ ଭେର୍‌କୋଟର୍ଭ, ଲୁଲିଆ ସଲ୍‌ଭା, ଡିମା ଜେଓବିନ୍‌ ଏବଂ ଏଲେନା ସୋଲୋଡେହକ୍‌ ସିଂହଦ୍ୱାର ସମ୍ମୁଖ ରାଧାବଲ୍ଲଭ ମଠ ଛାତ ଉପରେ ରହି ଡ୍ରୋନ୍‌ ସାହାଯ୍ୟରେ ଶ୍ରୀମନ୍ଦିରର ଫଟୋ ଏବଂ ଭିଜୁଆଲ ଉଠାଉଥିଲେ। ଶ୍ରୀମନ୍ଦିର ଉପରେ ଏହି ଡ୍ରୋନ୍‌ ଉଡୁଥିବା କେତେଜଣ ଭକ୍ତ ଦେଖି ଜେଟିପି ଏବଂ ଡ୍ୟୁଟିରେ ଥିବା ପୋଲିସଙ୍କୁ କହିଥିଲେ। ଖବର ପାଇ ସିଂହଦ୍ୱାର ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାଶ ଅନ୍ୟ ପୋଲିସ କର୍ମଚାରୀଙ୍କୁ ନେଇ ବିଦେଶୀଙ୍କୁ ଧରିଥିଲେ। ସେମାନଙ୍କଠାରୁ ଡ୍ରୋନ୍‌ ଏବଂ ମେମୋରି କାର୍ଡ ଜବତ କରିଥିଲେ। ସମସ୍ତଙ୍କୁ ଧରି ଥାନାକୁ ଆଣିଥିଲେ। ପରେ ବରିଷ୍ଠ ପୋଲିସ ଅଧିକାରୀମାନେ ଥାନାରେ ପହଞ୍ଚତ୍ ସେମାନଙ୍କୁ ପଚରାଉଚରା କରିଥିଲେ। ସମସ୍ତଙ୍କ ପାସ୍‌ପୋର୍ଟ, ଭିଜା ଆଦି କାଗଜପତ୍ର ଯାଞ୍ଚ କରାଯାଇଥିଲା। କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ଡ୍ରୋନ୍‌ ଉଡାଉଥିଲେ ସେ ନେଇ ପୋଲିସ ତଥ୍ୟ ସଂଗ୍ରହ କରିଥିଲା। ସେମାନେ ଉଠାଇଥିବା ଫଟୋ ଏବଂ ଭିଜୁଆଲକୁ ଡିଲିଟ୍‌ କରାଯାଇଥିଲା।
ଏ ସମ୍ପର୍କରେ ସିଂହଦ୍ୱାର ଥାନା ଆଇଆଇସି କହିଛନ୍ତି, ରୁଷିଆର ୪ ଜଣ ଇସ୍କନ ଭକ୍ତ ଗତ ୭ ତାରିଖଠାରୁ ଆସି ପୁରୀରେ ରହୁଛନ୍ତି। ସେଠାକାର ଇସ୍କନ ଭକ୍ତମାନେ ଜଗନ୍ନାଥ ଧାମକୁ ପରିକ୍ରମା କରିବାକୁ ଆସିବେ। ତେଣୁ ଏହା ପୂର୍ବରୁ ସେମାନେ ବିଭିନ୍ନ ସ୍ଥାନରେ ଫଟୋ ଉଠାଉଥିଲେ। ଅପରାହ୍ନରେ ଏମାନେ ରାଧାବଲ୍ଲଭ ମଠ ଉପରେ ଡ୍ରୋନ୍‌ ଉଡାଉଥିବା ଖବର ପାଇବା ପରେ ତୁରନ୍ତ ସେମାନଙ୍କୁ ଧରିଥିଲୁ। ସେମାନଙ୍କଠାରୁ ଯେଉଁ ଡ୍ରୋନ୍‌ ଜବତ ହୋଇଛି ସେଥିରେ ୧ ମିନିଟ୍‌ ୧୩ ସେକେଣ୍ଡର ଭିଜୁଆଲ ଥିଲା, ତାହାକୁ ଡିଲିଟ୍‌ କରାଯାଇଛି। ଏଥିରେ ଶ୍ରୀମନ୍ଦିର ସମ୍ମୁଖ ଭାଗ ବିଶେଷକରି ବଡ଼ଦାଣ୍ଡ, ପାଚେରି ଆଦି ରହିଥିଲା। ତେବେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ୨ ଜଣ ଓଡ଼ିଆ ଗାଇଡ଼ ଏହି ୪ ବିଦେଶୀଙ୍କୁ ଧରି ରାଧାବଲ୍ଲଭ ମଠ ଉପରେ ଥାଇ ଡ୍ରୋନ ସାହାଯ୍ୟରେ ଶ୍ରୀମନ୍ଦିରର ଭିଜୁଆଲ ଏବଂ ଫଟୋ ଉଠାଉଥିଲେ। ମନ୍ଦିରର ଚାରିପାର୍ଶ୍ୱ ରେକର୍ଡିଂ କରୁଥିଲେ। ଦୀର୍ଘ ସମୟ ଧରି ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡିବା ପରେ ଭକ୍ତଙ୍କଠାରୁ ସୂଚନା ପାଇ ପୋଲିସ ସେମାନଙ୍କୁ ଧରି ଥାନାକୁ ନେଇଥିଲା।
ସୂଚନାଯୋଗ୍ୟ, ପୂର୍ବରୁ ଶ୍ରୀମନ୍ଦିର ଉପରେ ଏକାଧିକଥର ଡ୍ରୋନ ଓ କ୍ବାଡାକାପ୍ଟର ଉଡ଼ାଣକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଛି। ଶ୍ରୀମନ୍ଦିର ଉପରେ କୌଣସି ପ୍ରକାର ଉଡ଼ାଣକୁ ନିଷିଦ୍ଧ କରିବା ଲାଗି ୨୦୧୫ରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ମଧ୍ୟ ଦାଏର କରାଯାଇଥିଲା। ତେବେ ଶ୍ରୀମନ୍ଦିର ଇଲାକାକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା ଲାଗି ବାରମ୍ବାର ଦାବି ହୋଇଆସୁଛି।

All Right Reserved By

ରାଜ୍ୟ |

ନିମାପଡ଼ା ବିଧାୟକଙ୍କ ଅଶାଳୀନ ମନ୍ତବ୍ୟ ଘଟଣା: କୁଶ ପୁତ୍ତଳିକା ଦାହ କଲା ଭାଜପା ଯୁବମୋର୍ଚ୍ଚା

ନିମାପଡ଼ା ବିଧାୟକଙ୍କ ଅଶାଳୀନ ମନ୍ତବ୍ୟ ଘଟଣା: କୁଶ ପୁତ୍ତଳିକା ଦାହ କଲା ଭାଜପା ଯୁବମୋର୍ଚ୍ଚା

ନିମାପଡ଼ା,୧୭।୭(ଡି.ଏନ୍‌.ଏ.): ଧନୁଆ ନଦୀ ବନ୍ଧ ପାର୍ଶ୍ୱରେ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ସୋମବାର ସାଧାରଣ ଲୋକମାନଙ୍କୁ ଅଶାଳୀନ ମନ୍ତବ୍ୟ ପ୍ରଦାନ ଘଟଣାକୁ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି। ମଙ୍ଗଳବାର ନିମାପଡ଼ା ବସ୍‌ଷ୍ଟାଣ୍ଡ ନିକଟରେ ଭାଜପା କର୍ମୀମାନେ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି।

ଅଗଷ୍ଟ ୯ରେ ସିପିଏମ୍‌ର ଜେଲ୍‌ଭରୋ ଆନ୍ଦୋଳନ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରାଯାଉ। ରାଜ୍ୟର ସମସ୍ତ କୃଷି ଋଣ ଛାଡ଼ କରାଯାଉ। ଏହି ମର୍ମରେ ରାଜ୍ୟ ସିପିଏମ୍‌ ପକ୍ଷରୁ ଚଳିତ ଅଗଷ୍ଟ ୯ରେ ଜେଲ୍‌ଭରୋ ଆନ୍ଦୋଳନ କରାଯିବ।

ଧର୍ମେନ୍ଦ୍ରଙ୍କୁ ଦାମଙ୍କ ସମାଲୋଚନା: ଛେରାପହଁରାକୁ ଝାଡ଼ୁ ମାରିବା ସହ ତୁଳନା ନିଚ୍ଛକ ଅହଙ୍କାରର ପ୍ରତିଫଳନ

ଧର୍ମେନ୍ଦ୍ରଙ୍କୁ ଦାମଙ୍କ ସମାଲୋଚନା: ଛେରାପହଁରାକୁ ଝାଡ଼ୁ ମାରିବା ସହ ତୁଳନା ନିଚ୍ଛକ ଅହଙ୍କାରର ପ୍ରତିଫଳନ

ଭୁବନେଶ୍ୱର,୧୭୭।୭(ବ୍ୟୁରୋ): ଓଡ଼ିଆ ଜାତିର ସ୍ପନ୍ଦନ ହେଉଛନ୍ତି ଜଗନ୍ନାଥ। କେବଳ ତାଙ୍କର ନବକଳେବର ହୁଏ। ସେଠି ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନବକଳେବର ହେବ, ତେବେ ଏହା ତାଙ୍କର ଅହଙ୍କାର ବୋଲି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ କହିଛନ୍ତି। ଉକ୍ତ ଅହଂକାରକୁ ପୁରୀବାସୀ ତଥା ଓଡ଼ିଆ ସହ୍ୟ କରିପାରିବେ ନାହିଁ।

ଗାଁକୁ ନାହିଁ ରାସ୍ତା: ୩ କିମି ବୁହାହେଲେ ରୋଗୀ

ଗାଁକୁ ନାହିଁ ରାସ୍ତା: ୩ କିମି ବୁହାହେଲେ ରୋଗୀ

ସଜନାଗଡ଼,୧୭।୭(ଡି.ଏନ୍‌.ଏ): ନୀଳଗିରି ଉପଖଣ୍ଡ ଶିଆଡ଼ିମାଳ ପଞ୍ଚାୟତ କୁଲଡ଼ିହା ପାଦଦେଶରେ ସିନ୍ଦୁରିଆ ଗ୍ରାମରେ ଜଣେ ରୋଗୀଙ୍କୁ ମଙ୍ଗଳବାର ଦୀର୍ଘ ତିନି କି.ମି. ବୋହି ଆଣିବା ପରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେ ହେଲେ ରୂହ୍ୟା ସିଂ।

କଟକ, ଭୁବନେଶ୍ୱରରୁ ସଂଗୃହୀତ ୨୧ ମାଛରେ ଫର୍ମାଲିନ୍‌ ନାହିଁ

କଟକ, ଭୁବନେଶ୍ୱରରୁ ସଂଗୃହୀତ ୨୧ ମାଛରେ ଫର୍ମାଲିନ୍‌ ନାହିଁ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଆନ୍ଧ୍ରରୁ ଆସୁଥିବା ମାଛରୁ ଫର୍ମାଲିନ୍‌ ବାହାରିବା ପରେ ଆମିଷ ଭକ୍ଷଣକାରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ଗତ କିଛି ଦିନ ହେବ ଆନ୍ଧ୍ର ମାଛର ଚାହିଦା ଓଡ଼ିଶା ବଜାରରେ ଖସିଯାଇଛି। ରାଜ୍ୟରେ ଉତ୍ପାଦନ ହେଉଥିବା ଦେଶୀ ମାଛର ଦାମ୍‌ ବହୁତ ବଢ଼ିଯାଇଛି।

ରାଜ୍ୟ ଜନସ୍ବାସ୍ଥ୍ୟ ବିଜ୍ଞାନଗାରର ନବୀକରଣ ହେବ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଓଡ଼ିଶା ରାଜ୍ୟ ଜନସ୍ବାସ୍ଥ୍ୟ ବିଜ୍ଞାନଗାରର ନବୀକରଣ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏଥି ସହିତ ଆବଶ୍ୟକ ହେଉଥିବା ଆହୁରି ୯ କୋଟି ଟଙ୍କା ଖାଦ୍ୟ ନମୁନା ପରୀକ୍ଷା ପାଇଁ ଯନ୍ତ୍ରପାତି ସକାଶେ ଯୋଗାଇ ଦେବେ।

ମୃତ ବ୍ୟକ୍ତିଙ୍କ ନାମରେ ଲକ୍ଷାଧିକ ଟଙ୍କା ହଡ଼ପ ଉଦ୍ୟମ, ୩ ଗିରଫ

ମୃତ ବ୍ୟକ୍ତିଙ୍କ ନାମରେ ଲକ୍ଷାଧିକ ଟଙ୍କା ହଡ଼ପ ଉଦ୍ୟମ, ୩ ଗିରଫ

ବ୍ରହ୍ମପୁର ଅଫିସ,୧୭।୭: ଜାଲ କାଗଜପତ୍ର ଜରିଆରେ ମୃତ ବ୍ୟକ୍ତିଙ୍କ ନାମରେ ଲକ୍ଷାଧିକ ଟଙ୍କା ହଡପ ଉଦ୍ୟମ ବିଫଳ ହୋଇଛି। ଦୁଇଟି ମାମଲାରେ ପ୍ରାୟ ୭ଲକ୍ଷ ଟଙ୍କା ଆତ୍ମସାତ ପାଇଁ ଉଦ୍ୟମ ହୋଇଥିଲା । ଟାଉନ ଥାନା ପକ୍ଷରୁ ଦୁଇଟି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି।

୫ ମିନିଟ୍‌ର ଅସ୍ତ୍ରୋପଚାର ଫେରାଇଲା ଶତାୟୁଙ୍କ ଦୃଷ୍ଟିଶକ୍ତି: କ୍ୟାପିଟାଲ ହସ୍ପିଟାଲ୍‌ର ରେକର୍ଡ

୫ ମିନିଟ୍‌ର ଅସ୍ତ୍ରୋପଚାର ଫେରାଇଲା ଶତାୟୁଙ୍କ ଦୃଷ୍ଟିଶକ୍ତି: କ୍ୟାପିଟାଲ ହସ୍ପିଟାଲ୍‌ର ରେକର୍ଡ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କ୍ୟାପିଟାଲ ହସ୍ପିଟାଲ ବିରଳ ରେକର୍ଡ ସୃଷ୍ଟି କରିଛି। ଶହେରୁ ଊର୍ଦ୍ଧ୍ୱ ବୟସ୍କ ଜଣେ ବୃଦ୍ଧଙ୍କ ଚକ୍ଷୁରେ ଡାକ୍ତରମାନଙ୍କ ଦ୍ୱାରା ସଫଳତାର ସହ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି।

ଲାଞ୍ଜିପଲ୍ଲୀ ବୋମାମାଡ଼ ଘଟଣା: ଅନ୍ୟ ୨ ଅଭିଯୁକ୍ତ ଗିରଫ

ଲାଞ୍ଜିପଲ୍ଲୀ ବୋମାମାଡ଼ ଘଟଣା: ଅନ୍ୟ ୨ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୧୭।୭: ସ୍ଥାନୀୟ ଲାଞ୍ଜିପଲ୍ଲୀ ଦୁର୍ଗାମନ୍ଦିର ଛକଠାରେ ଗତ ୧୦ ତାରିଖ ଏକ ଚଳନ୍ତା କାର ଉପରକୁ ହୋଇଥିବା ବୋମା ମାଡ଼ ଘଟଣାର ଅନ୍ୟ ୨ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସ ସୋମବାର ଗିରଫ କରିଛି। ଏ ନେଇ ସ୍ଥାନୀୟ ବୈଦ୍ୟନାଥପୁର ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ତ୍ରିନାଥ ପଟେଲ ସୂଚନା ଦେଇଛନ୍ତି।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୨୧,୯୬୦ ପ୍ରକଳ୍ପ ଲାଗି ୫୪୭କୋଟି ମଞ୍ଜୁର

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୨୧,୯୬୦ ପ୍ରକଳ୍ପ ଲାଗି ୫୪୭କୋଟି ମଞ୍ଜୁର

ଭୁବନେଶ୍ୱର,୧୭।୭(ବ୍ୟୁରୋ): ମାର୍ଚ୍ଚ ୫ ବିଜୁ ଜୟନ୍ତୀରୁ ଆରମ୍ଭ ହୋଇଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୧୦୧ଟି ବ୍ଲକରେ ପହଞ୍ଚିଛି। ମଙ୍ଗଳବାର ଏହି କାର୍ଯ୍ୟକ୍ରମରେ ୬ଟି ବ୍ଲକ ସାମିଲ ହୋଇଛି। ଉକ୍ତ ବ୍ଲକଗୁଡ଼ିକ ହେଲା ତରଭା, ବସ୍ତା, ବଅଁରପାଳ, ଆଗଲପୁର, ଧରାକୋଟ ଏବଂ ଝରିଗାଁ।

ଭୁବନେଶ୍ୱରରୁ ବ୍ୟାଙ୍କକ ବିମାନ ଉଡ଼ାଣ ସେବା ବନ୍ଦ

ଭୁବନେଶ୍ୱରରୁ ବ୍ୟାଙ୍କକ ବିମାନ ଉଡ଼ାଣ ସେବା ବନ୍ଦ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଭୁବନେଶ୍ୱରରୁ ବ୍ୟାଙ୍କକ ଯାଉଥିବା ଏୟାର ଇଣ୍ଡିଆର ବିମାନ ସେବାକୁ ହଠାତ୍‌ ବନ୍ଦ କରି ଦିଆଯାଇଛି। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ପରିଚାଳନାଗତ ସମସ୍ୟା ଦେଖାଇ ଭୁବନେଶ୍ୱର-ବ୍ୟାଙ୍କକ ବିମାନ ସେବା ବନ୍ଦ କରିଦେଇଛନ୍ତି।

ଆଡ଼ପ ଦର୍ଶନ ଆରମ୍ଭ

ଆଡ଼ପ ଦର୍ଶନ ଆରମ୍ଭ

ପୁରୀ ଅଫିସ,୧୭।୭: ଆରମ୍ଭ ହେଲା ଆଡ଼ପ ଦର୍ଶନ। ଜନ୍ମବେଦିରେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରି କୃତାର୍ଥ ହେଉଛନ୍ତି ଭକ୍ତ। ସୋମବାର ଦାରୁବିଗ୍ରହମାନେ ଗୋଟି ପହଣ୍ଡିରେ ଯାଇ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଥିଲେ। ରାତି ୯ଟା ୫ରେ ପହଣ୍ଡି ଶେଷ ହୋଇଥିଲା। ଏହାପରେ ଅନ୍ୟାନ୍ୟ ନୀତି ବଢ଼ି ରାତି ପ୍ରାୟ ୪ଟାରେ ଠାକୁରଙ୍କ ପହୁଡ଼ ହୋଇଥିଲା।

Model This Week

ରୂପେଶ