Dharitri News
ରାଜ୍ୟ |

୪ ସନ୍ତାନଙ୍କୁ ବିକି ମା’ଫେରାର

୪ ସନ୍ତାନଙ୍କୁ ବିକି ମା’ଫେରାର ଭୁବନେଶ୍ୱର, ୧୪।୧୨(ବ୍ୟୁରୋ)- ଦାରିଦ୍ର୍ୟ ଆଗରେ ହାର୍‌ ମାନିଲା ମା’ର ସ୍ନେହ ମମତା। ଶେଷରେ କିଛି ଟଙ୍କା ପାଇଁ ମା’ ନିଜର ୪ ସନ୍ତାନଙ୍କୁ ଅନ୍ୟକୁ ବିକି ଦେଲା। ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ଏବଂ ଚାଇଲ୍ଡଲାଇନ ଗୋଟିଏ ଶିଶୁପୁତ୍ରକୁ ସାଲିଆସାହିର ଜନତାନଗରରୁ ଗୁରୁବାର ଉଦ୍ଧାର କରିବା ପରେ ଘଟଣାଟି ଲୋକଲୋଚନକୁ ଆସିଛି। ପିଲାଙ୍କୁ ବିକି ଦେଇଥିବା ମହିଳା ଏବଂ ତାଙ୍କ ସ୍ବାମୀ ଏବେ ଫେରାର ଅଛନ୍ତି। ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ମୁତାବକ, ସାଲିଆସାହି ଜନତାନଗରରେ ରୁହନ୍ତି ରେଖା ବିଶ୍ୱାଳ(ଛଦ୍ମନାମ)। ସ୍ବାମୀ ସ୍ତ୍ରୀ ଶ୍ରମିକଭାବେ କାମ କରି ଗୁଜୁରାଣ ମେଣ୍ଟାନ୍ତି। ୫ବର୍ଷ ତଳେ ସେମାନଙ୍କର ପ୍ରଥମେ ୨ ଯାଁଳା ଝିଅ ଜନ୍ମ ହୋଇଥିଲେ। ଅର୍ଥାଭାବରୁ ପିଲାଙ୍କ ଭରଣପୋଷଣ କରି ନ ପାରିବାରୁ ସେମାନଙ୍କୁ ବିକି ଦେଇଥିଲେ। ୩ମାସ ତଳେ ଉଭୟଙ୍କର ପୁଣି ଯାଁଳା ପୁଅ ଜନ୍ମ ନେଇଥିଲେ। ଏଥର ବି ସମାନ ଅବସ୍ଥା ଥିଲା। ଅଭାବ ଅନଟନ ଯୋଗୁ ପିଲାଙ୍କ ଲାଳନପାଳନ କରିବାରେ ସମସ୍ୟା ହେଲା। ତେଣୁ ମାସକ ପରେ ସେମାନେ ୨ପୁଅଙ୍କୁ ବିକ୍ରି କରିଦେଇଥିଲେ। ଉକ୍ତ ବସ୍ତିରେ ରହୁଥିବା ଲିଙ୍ଗରାଜ ଦିଗାଲ ଓ ତାଙ୍କ ସ୍ତ୍ରୀ ଆରତି ଦିଗାଲଙ୍କର କୌଣସି ସନ୍ତାନ ନ ଥିବାରୁ ସେମାନେ ରେଖାଙ୍କଠାରୁ ଏକ ଶିଶୁପୁତ୍ର କିଛି ଟଙ୍କା ଦେଇ କିଣିଥିଲେ। ଅନ୍ୟ ଏକ ଶିଶୁକୁ ରେଖା ଅନ୍ୟତ୍ର ବିକ୍ରି କରିଦେଇଥିଲେ। ଗୁରୁବାର ବସ୍ତିର ଜଣେ ମହିଳା ସିଡବ୍ଲ୍ୟୁସିକୁ ଘଟଣା ବିଷୟରେ ଜଣାଇଥିଲେ। ସିଡବ୍ଲ୍ୟୁସି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଚାଇଲ୍ଡ ଲାଇନ୍‌କୁ ଖବର ଦେଇଥିଲା। ଚାଇଲ୍ଡଲାଇନ ସଦସ୍ୟମାନେ ଲିଙ୍ଗରାଜଙ୍କ ଘରକୁ ଯାଇ ପଚରାଉଚରା କରିଥିଲେ। ପ୍ରଥମେ ଲିଙ୍ଗରାଜ ଓ ତାଙ୍କ ସ୍ତ୍ରୀ ଏହାକୁ ଏଡାଇ ଯାଇଥିଲେ। ସେମାନେ ଉକ୍ତ ଶିଶୁପୁତ୍ରକୁ ପାଇଥିଲେ ବୋଲି କହି ଭୁଆଁ ବୁଲାଇଥିଲେ। ଶେଷରେ ପୋଲିସ ଯାଇ ସେମାନଙ୍କୁ ପଚରାଉଚରା କରିବା ପରେ ଉଭୟେ ସତ ମାନିଯାଇଥିଲେ। ଉକ୍ତ ଶିଶୁପୁତ୍ରକୁ ରେଖାଙ୍କଠାରୁ ସେମାନେ କିଣିଥିବା ସ୍ବୀକାର କରିଥିଲେ। ଅଧିକ ତଦନ୍ତ ପାଇଁ ପୋଲିସ ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏହାସହ ଆଉ ୩ଜଣ ଶିଶୁଙ୍କୁ ରେଖା କାହାକୁ ବିକ୍ରି କରିଛନ୍ତି ସେ ନେଇ ମଧ୍ୟ ପୋଲିସ ଖୋଳତାଡ଼ ଜାରି ରଖିଛି। ଅନ୍ୟ ୩ ଶିଶୁଙ୍କୁ ରେଖା କେଉଁମାନଙ୍କୁ ବିକ୍ରି କରିଛନ୍ତି ସେ ଧରାପଡ଼ିବା ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଏହାସହ ଲାଇଲ୍ଡଲାଇନ୍‌ ପକ୍ଷରୁ ନୟାପଲ୍ଲୀ ଥାନା ଅଧିକାରୀଙ୍କୁ ଏକ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିଶୋର ନ୍ୟାୟ ଆଇନ-୨୦୧୫ ଅନୁଯାୟୀ ଧାରା ୮୦, ୮୧ରେ ମାମଲା ରୁଜୁ କରିବା ସହିତ ମହିଳା ଜଣକ ବିକ୍ରି କରିଥିବା ଆଉ ୩ଜଣ ଶିଶୁଙ୍କୁ ଖୋଜିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ |

ମହାନଦୀ ପ୍ରସଙ୍ଗରେ ବସିବ ଗୃହ କମିଟି ବୈଠକ

ମହାନଦୀ ପ୍ରସଙ୍ଗରେ ବସିବ ଗୃହ କମିଟି ବୈଠକ

ଭୁବନେଶ୍ୱର, ୧୭।୧(ବ୍ୟୁରୋ)- ମହାନଦୀ ପ୍ରସଙ୍ଗରେ ଆଗାମୀ କାର୍ଯ୍ୟପନ୍ଥା କ’ଣ ହେବ ସେ ନେଇ ଗୃହ କମିଟି ବୈଠକରେ ସ୍ଥିର କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ଅମର ଶତପଥୀ।

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ୬,୫୦୦ କୋଟି ଅନୁଦାନ ଦେବାକୁ ଦାବି

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ୬,୫୦୦ କୋଟି ଅନୁଦାନ ଦେବାକୁ ଦାବି

ଭୁବନେଶ୍ୱର,୧୭।୧(ବ୍ୟୁରୋ): ଆଗାମୀ ସାଧାରଣ ବଜେଟରେ ଓଡିଶାକୁ ରେଳବାଇ ଅନୁଦାନ ଦାବି କରି ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟକୁ ୬ ହଜାର ୫ଶହ କୋଟିର ରେଳବାଇ ଅନୁଦାନ ଦେବାକୁ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୂଳପତି

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୂଳପତି

ଭୁବନେଶ୍ୱର ୧୭।୧(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୂଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ଦୀପକ କୁମାର ବେହେରା। ବୁଧବାର ଗଭର୍ଣ୍ଣର ଡ. ଏସ୍‌. ସି ଜମିର ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି।

୨୬ରୁ ଧାରଣାରେ ବସିବ ଶକ୍ତି  ବିଭାଗ କର୍ମଚାରୀସଂଘ

୨୬ରୁ ଧାରଣାରେ ବସିବ ଶକ୍ତି ବିଭାଗ କର୍ମଚାରୀସଂଘ

ଭୁବନେଶ୍ୱର,୧୭।୧(ବ୍ୟୁରୋ)- ଆସନ୍ତା ଫେବୃୟାରୀ ୨୬ ତାରିଖରୁ ଓଡ଼ିଶା ଶକ୍ତି ବିଭାଗ କର୍ମଚାରୀ ସଂଘ କ୍ରମାଗତଭାବେ ଧାରଣା ଓ ଅନଶନରେ ବସିବ। ଏନେଇ ସଂଘର ସଭାପତି ଧୋବେଇ ସାହୁ ମଙ୍ଗଳବାର ସୂଚନା ଦେଇଛନ୍ତି।

ବିଡିଓ, ତହସିଲଦାର  ସ୍ତରରେ ଅଦଳବଦଳ

ବିଡିଓ, ତହସିଲଦାର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୭।୧(ବ୍ୟୁରୋ)- ସାରା ରାଜ୍ୟର ୬୦ଟି ବ୍ଲକ୍‌ ପାଇଁ ବ୍ଲକ୍‌ ଉନ୍ନୟନ ଅଧିକାରୀ(ବିଡିଓ)ଙ୍କୁ ଅଦଳବଦଳ କରାଯାଇଛି। ମଙ୍ଗଳବାର ଏନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ: ଇନ୍‌ପୁଟ୍‌  ସବ୍‌ସିଡି ପ୍ରଦାନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କର

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ: ଇନ୍‌ପୁଟ୍‌ ସବ୍‌ସିଡି ପ୍ରଦାନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କର

ଭୁବନେଶ୍ୱର,୧୭।୧(ବ୍ୟୁରୋ): ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନ୍ତର୍ଗତ ଗଠିତ ରାଜ୍ୟ କାର୍ଯ୍ୟକାରିଣୀ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି।

ଶେଷହେବ ଯାତ୍ରାର ଯାତ୍ରା

ଶେଷହେବ ଯାତ୍ରାର ଯାତ୍ରା

ଭୁବନେଶ୍ୱର,୧୭।୧(ବ୍ୟୁରୋ): ଆଗାମୀ ଅଗଷ୍ଟ ମାସରୁ ବନ୍ଦ ହେବକୁ ଯାଉଛି ସମସ୍ତ ଯାତ୍ରାପାର୍ଟି। ଏ ନେଇ ଯାତ୍ରା ମାଲିକ ସଂଘ ପକ୍ଷରୁ ବୁଧବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।

ରଥ କାଠ ପାଇଁ ବୌଦ୍ଧ ଗଲେ ୫ ଜଣିଆ ଟିମ୍‌

ରଥ କାଠ ପାଇଁ ବୌଦ୍ଧ ଗଲେ ୫ ଜଣିଆ ଟିମ୍‌

ପୁରୀ ଅଫିସ, ୧୭।୧: ପ୍ରଥମ ଥର ପାଇଁ ବୌଦ୍ଧ ବନମଣ୍ଡଳରୁ ଆସିବ ରଥ କାଠ। ଏଥିଲାଗି ବୁଧବାର ଶ୍ରୀମନ୍ଦିର ପ୍ରଶାସନର ଏକ ୫ ଜଣିଆ ଟିମ୍‌ ବୌଦ୍ଧ ଯାତ୍ରା କରିଛନ୍ତି।

ବମ୍ବେ ସିଏସ୍‌ଟିରୁ ହଟିଲା ବିକୃତ ପୋଷ୍ଟର

ବମ୍ବେ ସିଏସ୍‌ଟିରୁ ହଟିଲା ବିକୃତ ପୋଷ୍ଟର

ପୁରୀ ଅଫିସ, ୧୭।୧: ବମ୍ବେର ଛତ୍ରପତି ଶିବାଜୀ ଟର୍ମିନସ ଷ୍ଟେଶନରେ ଲଗାଯାଇଥିଲା ବିକୃତ ପୋଷ୍ଟରକୁ ବୁଧବାର ଆଇଆରସିଟିସି ପକ୍ଷରୁ ହଟାଇ ଦିଆଯାଇଛି।

ଶ୍ରୀଜଗନ୍ନାଥ ମନ୍ଦିରର ବିକୃତ ପୋଷ୍ଟରକୁ ନେଇ ବିକ୍ଷୋଭ

ଶ୍ରୀଜଗନ୍ନାଥ ମନ୍ଦିରର ବିକୃତ ପୋଷ୍ଟରକୁ ନେଇ ବିକ୍ଷୋଭ

ପୁରୀ ଅଫିସ, ୧୭।୧: ଭାରତୀୟ ରେଳବିଭାଗ ପକ୍ଷରୁ ଭାରତ ଦର୍ଶନ ପତ୍ରିକାରେ ଏକ ଇସ୍କନ ମନ୍ଦିରକୁ ଶ୍ରୀଜଗନ୍ନାଥ ମନ୍ଦିର ଭାବେ ଚିହ୍ନଟ କରାଯାଇଥିବା ପ୍ରତିବାଦରେ ବୁଧବାର ଶ୍ରୀଜଗନ୍ନାଥ ସେବା ପକ୍ଷରୁ ଆଇଆରସିଟିସି ବିରୋଧରେ ପୁରୀ ରେଳ ଷ୍ଟେସନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।

ନିମ୍ବ ଗଛରୁ ବାହାରୁଛି କ୍ଷୀର: ଚାଲିଛି ପୂଜାର୍ଚ୍ଚନା

ନିମ୍ବ ଗଛରୁ ବାହାରୁଛି କ୍ଷୀର: ଚାଲିଛି ପୂଜାର୍ଚ୍ଚନା

ମହାକାଳପଡ଼ା, ୧୭।୧(ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ଅଧୀନ ଲୁଣିମାଠିଆ ଆଦିବାସୀ ପଡ଼ା ଗ୍ରାମର ସୁକୁଲ ମାଝିଙ୍କ ବାଡ଼ିରେ ଥିବା ଏକ ନିମ୍ବ ଗଛରୁ କ୍ଷୀର ବାହାରୁଛି।

କଲେଜ କ୍ଲାସ ରୁମ୍‌ରେ ଛାତ୍ରୀଙ୍କୁ ଗଣବଳାତ୍କାର

କଲେଜ କ୍ଲାସ ରୁମ୍‌ରେ ଛାତ୍ରୀଙ୍କୁ ଗଣବଳାତ୍କାର

ଖୁଣ୍ଟୁଣୀ,୧୬।୧(ଡି.ଏନ୍‌.ଏ.)- କଟକ ଜିଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଏକ କଲେଜରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। କଲେଜରେ ଉତ୍ସବ ପାଳନ କରାଯାଉଥିବାବେଳେ ଜଣେ ଛାତ୍ର ଓ ଅନ୍ୟଜଣେ ଅଣଛାତ୍ର ଘଟାଇଛନ୍ତି ଏହି ଅମାନୁଷିକ କାଣ୍ଡ।