ରାଜ୍ୟ |

ବିଷ ପିଇ ପୁଣି ଜଣେ ଚାଷୀ ଜୀବନ ହାରିଲେ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ବିଷ ପିଇ ପୁଣି ଜଣେ ଚାଷୀ ଜୀବନ ହାରିଲେ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ପାଇକମାଳ,୧୪।୧୨(ଡି.ଏନ.ଏ.) ବରଗଡ଼ ଜିଲାରେ ଚାଷୀ ଆତ୍ମହତ୍ୟା ଥମିବାର ନାଁ ନେଉନି। ବିଷ ପିଇ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ବୁଧବାର ବିଳମ୍ବିତ ରାତିରେ ବୁର୍ଲା ଡାକ୍ତରଖାନାରେ ପାଇକମାଳ ବ୍ଲକ କାଂସଡ଼ା ପଞ୍ଚାୟତ ଅଧୀନ ବରପାଲି ଗ୍ରାମର ଚାଷୀ ଦୈତାରୀ ରଣା(୪୫)ଙ୍କ ମୃତ୍ୟୁ ହୋଇଛି ା ଫସଲହାନୀ, ଋଣବୋଝ ଚିନ୍ତାରୁ ସେ ଆତ୍ମହତ୍ୟା କରିଥିବା ମୃତ ଚାଷୀଙ୍କ ପୁଅ ହୃଷୀକେଶ ଅଭିଯୋଗ କରିଛନ୍ତି। ତେବେ ବୁର୍ଲାରୁ ବ୍ୟବଚ୍ଛେଦ ହୋଇ ଘରକୁ ଫେରିବା ବାଟରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ମୃତଚାଷୀଙ୍କ ଶବକୁ ରଖି ରାସ୍ତାରୋକୋ କରିଥିଲେ। ପ୍ରଶାସନିକ ଅଧିକାରୀମାନେ ସେଠାରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ସେମାନଙ୍କ ଦାବିକୁ ବିଚାର କରି ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ରାସ୍ତାରୋକୋରୁ ଆନ୍ଦୋଳନକାରୀମାନେ ଓହରିଥିଲେ। ସୂଚନା ଅନୁଯାୟୀ, ଗତ ଖରିଫ୍‌ରେ ମୃତଚାଷୀ ଦୈତାରୀ ନିଜର ୩୦ ଏକର ଜମିରୁ ୧୫ ଏକର ଜମିରେ ଚାଷ କରିଥିଲେ। ବିଭିନ୍ନ ସୂତ୍ରରୁ ଋଣ, କରଜ କରି ସେ ଚାଷ କାର୍ଯ୍ୟରେ ବିନିଯୋଗ କରିଥିଲେ। ସ୍ବଳ୍ପ ବୃଷ୍ଟିପାତ ତଥା ମରୁଡ଼ି ଯୋଗୁ ସବୁ ଫସଲ ଉଜୁଡ଼ି ଯାଇଥିଲା। ଫଳରେ ସେ ଋଣ ପରିଶୋଧ ଚିନ୍ତାରେ ରହୁଥିଲେ ବୋଲି ପୁଅ ହୃଷୀକେଶ କହିଛନ୍ତି। ଗତ ୫ ତାରିଖ ଦୈତାରୀ ଘରେ ଥିବା କୀଟନାଶକ ପିଇ ଦେଇଥିଲେ। ସେ ଗୁରୁତର ଅବସ୍ଥାରେ ପଡ଼ି ବାନ୍ତି କରୁଥିବା ଦେଖି ସ୍ତ୍ରୀ ତାରା, ପୁଅ ହୃଷୀକେଶ ଏବଂ ଅନ୍ୟ ଆତ୍ମୀୟ ସ୍ବଜନ ତାଙ୍କୁ ଉଦ୍ଧାର କରି ପ୍ରଥମେ ପଦ୍ମପୁର ଡାକ୍ତରଖାନାକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସେଠାରୁ ପୁଣି ତାଙ୍କୁ ନୂଆପଡ଼ା ଡାକ୍ତରଖାନା ନିଆଯାଇଥିଲା। ମାତ୍ର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ନ ହେବାରୁ ଦୈତାରୀଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ବୁଧବାର ରାତି ୧୨ଟା ୧୫ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ଗୁରୁବାର ବୁର୍ଲାରେ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକେ ଶବ ଧରି ଘରକୁ ଫେରୁଥିଲେ। ତେବେ ମୃତଚାଷୀଙ୍କ ପରିବାର ଲୋକଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ଇନ୍ଦିରା ଆବାସ ପ୍ରଦାନ, ବିଧବା ଭତ୍ତା, ଇନପୁଟ୍‌ ସବ୍‌ସିଡ଼ି ଏବଂ ନଗଦ ୫୦ହଜାର ଟଙ୍କା ତତ୍କାଳ କ୍ଷତିପୂରଣ ଦାବିକରି ସ୍ଥାନୀୟ ଲୋକେ ସନ୍ଧ୍ୟା ୬ଟାରେ ପାଇକମାଳ ଛକରେ ରାସ୍ତାରୋକୋ କରିଥିଲେ। ପାଇକମାଳ ଥାନା ଆଇଆଇସି ଅଭିମନ୍ୟୁ ନାୟକ, ଅତିରିକ୍ତ ତହସିଲଦାର ପୂର୍ଣ୍ଣାନନ୍ଦ ପଟେଲ ପ୍ରମୁଖ ସେଠାରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ସହିତ ମୃତଚାଷୀଙ୍କ ପରିବାର ଲୋକଙ୍କୁ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହା ସହିତ ଶୁକ୍ରବାର ଆତ୍ମହତ୍ୟା ଘଟଣାର ଅନୁସନ୍ଧାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଉପରୋକ୍ତ ଅଧିକାରୀମାନେ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ରାତି ୭ଟାରେ ଆନ୍ଦୋଳନରୁ ଲୋକେ ଓହରିଥିଲେ। ପ୍ରକାଶଥାଉ କି, ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଜିଲାର ୧୮ଜଣ ଚାଷୀ ଏଭଳି ଫସଲକ୍ଷତି ଯୋଗୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେଥିମଧ୍ୟରୁ ଗତ ଅଢ଼େଇ ମାସ ମଧ୍ୟରେ ୧୧ଜଣ ଚାଷୀଙ୍କ ଆତ୍ମହତ୍ୟା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
All Right Reserved By

ରାଜ୍ୟ |

ଓଡ଼ିଶା ସଂସ୍କୃତିକୁ ଅପମାନ ପଡିଲା ମହଙ୍ଗା: ଅଭିଜିତ୍‌ ଗିରଫ

ଓଡ଼ିଶା ସଂସ୍କୃତିକୁ ଅପମାନ ପଡିଲା ମହଙ୍ଗା: ଅଭିଜିତ୍‌ ଗିରଫ

ଭୁବନେଶ୍ୱର, ୨୩।୧୦(ବ୍ୟୁରୋ): ଓଡ଼ିଶା ସଂସ୍କୃତିକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇ ଶେଷରେ ସାମ୍ବାଦିକ ଅଭିଜିତ୍‌ ଆୟାର୍‌ ଗିରଫ୍‌ ହୋଇଛନ୍ତି। ଭୁବନେଶ୍ୱର ସହିଦନଗର ପୋଲିସ ଆୟାରଙ୍କୁ ଗିରଫ କରିଛି।

୪ ବନ କର୍ମଚାରୀ ସୁରକ୍ଷିତ

୪ ବନ କର୍ମଚାରୀ ସୁରକ୍ଷିତ

ଅନୁଗୋଳ ଅଫିସ, ୨୩।୧୦: ସାତକୋଶିଆ ଅଞ୍ଚଳରେ ଉପଦ୍ରବ ବାଘୁଣୀ ‘ସୁନ୍ଦରୀ’କୁ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରି ଏନକ୍ଲୋଜରକୁ ଆଣିବାକୁ ଯାଇଥିବା ୪ ବନବିଭାଗର କର୍ମଚାରୀ ସୁରକ୍ଷିତ ଭାବେ ଘରେ ଅଛନ୍ତି।

ବିଧାନସଭା ଗୃହ କମିଟି ନିକଟରେ ହାଜର ହେଲେ ଅଭିଜିତ ଆୟର

ବିଧାନସଭା ଗୃହ କମିଟି ନିକଟରେ ହାଜର ହେଲେ ଅଭିଜିତ ଆୟର

ଭୁବନେଶ୍ୱର, ୨୩।୧୦(ବ୍ୟୁରୋ): କୋଣାର୍କ ଓ ପୁରୀ ଶ୍ରୀମନ୍ଦିର ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟର ମିତ୍ର ମଙ୍ଗଳବାର ଓଡ଼ିଶା ବିଧାନସଭା ଗୃହ କମିଟି ନିକଟରେ ହାଜର ହୋଇଛନ୍ତି। ବିଧାନସଭାସ୍ଥିତ ୫୪ ନଂ. ପ୍ରକୋଷ୍ଠରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୃହ କମିଟି ବୈଠକରେ ଆୟର ନିଜର ପକ୍ଷ ରଖୁଛନ୍ତି। 

ମଦ୍ୟପ ଫାଣ୍ଡି ଅଧିକାରୀଙ୍କ ଉନ୍ମତ୍ତକାଣ୍ଡ, ଫାଣ୍ଡି ଘେରିଲେ ଲୋକେ

ମଦ୍ୟପ ଫାଣ୍ଡି ଅଧିକାରୀଙ୍କ ଉନ୍ମତ୍ତକାଣ୍ଡ, ଫାଣ୍ଡି ଘେରିଲେ ଲୋକେ

କୃଷ୍ଣପ୍ରସାଦ, ୨୩।୧୦(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ଥାନା ଅଧୀନ ମାଲୁଦ ଫାଣ୍ଡି ଅଧିକାରୀ ମଦ୍ୟପାନ କରି ଜନସାଧାରଣଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ମହଙ୍ଗା ପଡିଛି। 

ବିଜେଡିରେ ଯୋଗଦେଲେ ୧୬ ଭାଜପା କର୍ମୀ

ବିଜେଡିରେ ଯୋଗଦେଲେ ୧୬ ଭାଜପା କର୍ମୀ

ପରଜଙ୍ଗ, ୨୩।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନମଣ୍ଡଳୀ କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ ଭେଜିଆ ଗ୍ରାମର ୧୬ ଭାଜପା କର୍ମୀ ଧର୍ମାନନ୍ଦ ଦାସଙ୍କ ନେତୃତ୍ୱରେ ବିଜେଡିରେ ଯୋଗ ଦେଇଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁଙ୍କ ଡିହଡୋଳସ୍ଥିତ ବାସଭବନରେ ମଙ୍ଗଳବାର ସେମାନେ ପହଞ୍ଚି ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। 

 ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଆଶାକର୍ମୀ ସଂଘର ପ୍ରତିବାଦ ସଭା

ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଆଶାକର୍ମୀ ସଂଘର ପ୍ରତିବାଦ ସଭା

ରାଜକନିକା,୨୩ା୧୦(ଡି.ଏନ୍‌.ଏ.)- ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ, ରାଜକନିକା ସିଏଚ୍‌ସି କମିଟି ପକ୍ଷରୁ ସୋମବାର ରାଜକନିକା ସ୍ବାସ୍ଥ୍ୟ କେନ୍ଦ୍ର ଆଗରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। 

ଜିଲା ମହିଳା ଭାଜପାର ଖବରଦାତା ସମ୍ମିଳନୀ:ମହିଳାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ

ଜିଲା ମହିଳା ଭାଜପାର ଖବରଦାତା ସମ୍ମିଳନୀ:ମହିଳାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ

କେନ୍ଦ୍ରାପଡା ଅଫିସ, ୨୩ା୧୦- କେନ୍ଦ୍ରାପଡା ସହରର ଗୋପସ୍ଥିତ ଭାଜପା କାର୍ଯ୍ୟାଳୟରେ ଜିଲା ମହିଳା ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ସୋମବାର ଆୟୋଜିତ ହୋଇଯାଇଛି ା

ଅବଧି ପରେ ମଧ୍ୟ ସରୁନି ରାସ୍ତା କାମ:ଆନ୍ଦୋଳନ ପାଇଁ ଅଞ୍ଚଳବାସୀଙ୍କ ଚେତାବନୀ

ଅବଧି ପରେ ମଧ୍ୟ ସରୁନି ରାସ୍ତା କାମ:ଆନ୍ଦୋଳନ ପାଇଁ ଅଞ୍ଚଳବାସୀଙ୍କ ଚେତାବନୀ

ଡୁବୁରୀ,୨୩ା୧୦(ଡି.ଏନ୍‌.ଏ.)- ମଙ୍ଗରାଜପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ଅଧାପନ୍ତରିଆ ହୋଇ ପଡିରହିଛି ା ଏକ ବର୍ଷରୁ ଊର୍ଦ୍ଧ୍ୱ ହେବ ରାସ୍ତା କାମର ଅବଧି ପୂରିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତା ଓ କଲର୍ଭଟ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇ ପାରି ନାହଁି।

ବଜ୍ରପଲ୍ଲୀ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ

ବଜ୍ରପଲ୍ଲୀ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ

ଡୁବୁରୀ, ୨୩ା୧୦(ଡି.ଏନ୍‌.ଏ.)- ଜୟ ମା’ ଦୁର୍ଗା ଆଦିବାସୀ କ୍ଲବ ଓ ବଜ୍ରପଲ୍ଲୀ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ସ୍କୁଲ ଖେଳ ପଡ଼ିଆରେ ଆୟୋଜିତ ୨୬ତମ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି ା 

ଦାମଙ୍କ ବିରୋଧରେ ବିଷୋଦ୍‌ଗାର କଲେ ଉଲ୍ଲାସ

ଦାମଙ୍କ ବିରୋଧରେ ବିଷୋଦ୍‌ଗାର କଲେ ଉଲ୍ଲାସ

ପାରାଦୀପ,୨୩ା୧୦(ସ୍ବ.ପ୍ର.): ପାରାଦୀପ ବିଧାୟକ ଦାମୋଦର ରାଉତ ବିଜେଡିରୁ ବହିଷ୍କାର ହେବା ପରଠାରୁ ଜଣଙ୍କ ପରେ ଜଣେ ଅନୁଗତ ତାଙ୍କ ହାତ ଛାଡିବାରେ ଲାଗିଛନ୍ତି। ଏହି କ୍ରମରେ ୩୦ ବର୍ଷ ଧରି ଦାମଙ୍କ ସହ ରାଜନୈତିକ, ପାରିବାରିକ ଓ ବ୍ୟକ୍ତିଗତ ସମ୍ପର୍କରେ ଥିବା ଉଲ୍ଲାସ ବିଶ୍ୱାଳ ତାଙ୍କ ହାତ ଛାଡିଦେଇଛନ୍ତି। 

ନକଲି ଆର୍ମି ଅଫିସର ଗିରଫ

ନକଲି ଆର୍ମି ଅଫିସର ଗିରଫ

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ)- ନିଜକୁ ଜଣେ ଆର୍ମି ଅଫିସର କହୁଥିଲେ। ଆର୍ମିରେ ଚାକିରି ଦେବାକୁ କହି ବେକାର ଯୁବତୀଯୁବକଙ୍କଠାରୁ ବହୁ ଲକ୍ଷ ଟଙ୍କା ନେଇଥିଲେ। ନକଲି କାର୍ଡ ତିଆରି କରି ଆର୍ମି ଅଫିସର ଭଳି ସମସ୍ତ ସୁବିଧା ସୁଯୋଗ ବି ହାତଉଥିଲେ। 

ପୋଲିସର ଦାୟିତ୍ୱହୀନତା, ଚାଲିଗଲା ଜୀବନ:ବାଃ ବାଃରେ କମିଶନରେଟ ପୋଲିସ...

ପୋଲିସର ଦାୟିତ୍ୱହୀନତା, ଚାଲିଗଲା ଜୀବନ:ବାଃ ବାଃରେ କମିଶନରେଟ ପୋଲିସ...

ଭୁବନେଶ୍ୱର,୨୩ା୧୦ (ବ୍ୟୁରୋ) - ଦୁର୍ଘଟଣାରେ ଆହତ ଲୋକଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ପୁରସ୍କାର। ଏପରି ବହୁ ଯୋଜନା କରି କମିଶନରେଟ ପୋଲିସ ବାଃ ବାଃ ନେବାକୁ ଚେଷ୍ଟା କରୁଥିବାବେଳେ ନିଜ ଅଧିକାରୀ ଓ କର୍ମଚାରୀଙ୍କୁ ସେତିକି ସଚେତନ କରିପାରି ନ ଥିବା ଭଳି ମନେ ହେଉଛି।