ରାୟଗଡା

ଜୀବିକା ବଞ୍ଚାଇଛି ଝରଣା ପାଣି

ଜୀବିକା ବଞ୍ଚାଇଛି ଝରଣା ପାଣି
କୋରାପୁଟ,୧୩।୧୨(ସ୍ବ.ପ୍ର)-କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। କେତେକ ସ୍ଥାନରେ ଜଳ ବିଭାଜିକା ପ୍ରକଳ୍ପ ନିର୍ମାଣ କରି ପାହାଡିଆ ଜମିକୁ ଜଳସେଚିତ କରି ବିଭିନ୍ନ ପ୍ରକାର ପନିପରିବା ଚାଷ କରାଯାଉଛି। ଏହାଦ୍ୱାରା ଚାଷୀଙ୍କ ଆର୍ଥତ୍କ ସ୍ଥିତି ସୁଦୃଢ ହୋଇପାରୁଛି। ମାତ୍ର କୋରାପୁଟ ମ୍ୟୁନିସିପାଲିଟିର ୧୫ ନଂ. ଓ୍ବାର୍ଡ ପିଣ୍ଡିକିମାଳିଗୁଡା ଗ୍ରାମର ଲୋକେ ପ୍ରଶାସନର ବିନା ସହାୟତାରେ ଗ୍ରାମବାସୀ ଚାଷଜମିକୁ ସଶ୍ୟଶ୍ୟାମଳା କରିପାରିଛନ୍ତି। ୧ କି.ମି. ଦୂରରେ ଥିବା ପାହାଡିଆ ଝରଣାରୁ ପ୍ଲାଷ୍ଟିକ ପାଇପ ଯୋଗେ ସେମାନେ ଜମିକୁ ପାଣି ଆଣିପାରିଛନ୍ତି। ପିଣ୍ଡିକିମାଳିଗୁଡା ଗ୍ରାମରେ ଥିବା ୩୫ ପରିବାର ମାଳି ସଂପ୍ରଦାୟର ା ସେମାନଙ୍କ ଆୟର ମୁଖ୍ୟ ମାଧ୍ୟମ ହେଉଛି ଚାଷ ା ମାତ୍ର ପାଣିର ଅଭାବ ଯୋଗୁ ସେମାନେ ଏକ କୁଅରୁ ପାଣି କାଢି ବର୍ଷରେ ୩ /୪ ମାସ ଫସଲ କରି ବହୁ କଷ୍ଟରେ ନିଜର ପରିବାର ପ୍ରତିପୋଷଣ କରୁଥିଲେ। କିପରି ଜମିକୁ ବର୍ଷ ତମାମ ପାଣି ମିଳିପାରିବ ସେନେଇ ଗ୍ରାମରେ ଏକ ବୈଠକ ବସିଲା ା ଗ୍ରାମବାସୀ ଏନେଇ ନିଜ ନିଜ ମତ ରଖିଲେ। ଗ୍ରାମର ମୁଖିଆ ଗଙ୍ଗାଧର ନାୟକ ଗାଁର ୧ କି.ମି. ଦୂରରେ ଥିବା ଦାଦିବୁଢା ପାହାଡ ନିକଟରେ ଏକ ଝରଣା ରହିଥିବା ପ୍ରକାଶ କରି ସେହି ପାଣିକୁ କିପରି ଗ୍ରାମକୁ ଆଣିବା ସେ ନେଇ ଚିନ୍ତା କରିବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ। ଗ୍ରାମବାସୀ ଏନେଇ କୋରାପୁଟ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇ ଏହି ଝରଣା ପାଣି ଚାଷଜମିକୁ ମଡାଇବା ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲୋ ା ମାତ୍ର ଏପରି କିଛି ବ୍ୟବସ୍ଥା ମ୍ୟୁନିସିପାଲିଟିରେ ନାହଁି ଏଥିପାଇଁ କୋରାପୁଟ ବିଡିଓଙ୍କୁ ସାକ୍ଷାତ କରିବାକୁ କର୍ତ୍ତୃପକ୍ଷ କହିଥିଲେ ା ପରେ ଗ୍ରାମବାସୀ ବ୍ଲକକୁ ଯାଇ ବିଡିଓଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ସେବେଠାରୁ ଗ୍ରାମବାସୀ ନିଜସ୍ବ ଉଦ୍ୟମରେ କିପରି ସେହି ଝରଣା ପାଣିକୁ ଚାଷଜମିକୁ ଆଣିବେ ସେନେଇ ସମସ୍ତେ ଶପଥ କରିଥିଲେ ା ୨୦୧୬ ନଭେମ୍ବରରେ ଏହି ପାହଡର ଝରଣା ପାଣି କିପରି ଗ୍ରାମକୁ ଆସିବ ସେ ନେଇ ଜମିରେ ନାଳ କରି ପ୍ରଥମେ ଗ୍ରାମ ମୁଣ୍ଡକୁ ଆଣିଥିଲେ। ସେଠାରେ ଏକ ବିରାଟ ଖାଲ ଥିବାରୁ ପାଣିକୁ ପ୍ରାୟ ୩ଶହ ମିଟର ପ୍ଲାଷ୍ଟିକ ପାଇପ ଯୋଗେ ଜମିରେ ପାଣି ପହଞ୍ଚାଇଥିଲେ । ସେମାନେ ବାଉଁଶ ଓ କାଠ ପୋତି ତା’ ଉପରେ ଏହି ପାଇପ ନେଇଥିଲେ । ଗ୍ରାମରେ ଏହି ପାଣି ପହଞ୍ଚତ୍ବା ପରେ ସେମାନ ଏହାକୁ ଶୁଖଲା ଜମିକୁ ମଡାଇଥିଲେ। ଏହି କାର୍ଯ୍ୟ ପାଇଁ ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କା ଖର୍ଚ୍ଚ ସହ ୪ ଦିନ ଧରି ଗ୍ରାମବାସୀ ଶ୍ରମଦାନ କରିଥିଲେ। ବର୍ତ୍ତମାନ ଏହି ପାଣି ଦ୍ୱାରା ଗ୍ରାମବାସୀ ସେମାନଙ୍କ ୧୦ ଏକରରୁ ଉର୍ଦ୍ଧ୍ୱ ଜମିରେ ବର୍ଷସାରା ବିଭିନ୍ନ ପନିପରିବା ଚାଷ କରୁଛନ୍ତି। ସେମାନଙ୍କ ଆର୍ଥତ୍କ ଅବସ୍ଥା ମଧ୍ୟ ସୁଧୁରିବା ଆରମ୍ଭ କରିଛି ା ଏହି ପାଣିକୁ ସେମାନେ କେବଳ ଚାଷକାମ ନୁହେଁ ଗ୍ରାମବାସୀ ଏହି ପାଣିକୁ ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ମଧ୍ୟ କରୁଛନ୍ତି। ପାଣିକୁ ଅଯଥା ନଷ୍ଟ ନ କରି ଗାଧୁଆ ପାଣିକୁ ମଧ୍ୟ ଜମିକୁ ଛାଡୁଛନ୍ତି। ଗ୍ରାମବାସୀ ଏବେ ଜମିରେ ଆଳୁ,ବାଦାମ, ପିଆଜ, ରସୁଣ, ବିନ୍‌ସ, ଗାଜର, ବାଇଗଣ, କଖାରୁ, କାକୁଡି, ଜହ୍ନି,କୋବି , ଲଙ୍କା, ମକା , ଶାଗ ଆଦି ପନିପରିବା ଚାଷ କରିବା ସହ ଗେଣ୍ଡୁଫୁଲ ମଧ୍ୟ ଚାଷ କରୁଛନ୍ତି। ଅମଳ ପନିପରିବାକୁ ସେମାନେ କୋରାପୁଟ ବଜାରରେ ବିକ୍ରି କରି ଅର୍ଥ ଉପାର୍ଜନ କରିପାରୁଛନ୍ତି ବୋଲି ଗ୍ରାମର ରାମଚନ୍ଦ୍ର ମାଳି, ଲଇଚନ ମାଳି, ରବିନ୍ଦ୍ର ମାଳି, ପଦ୍ମନାଭ ନାୟକ, ଭାସ୍କର ନାୟକ, କବି ନାୟକ, ମଧୁ ନାୟକ, ଚୈତନ୍ୟ ନାୟକ ପ୍ରକାଶ କରିଛନ୍ତି ା ଏନେଇ ଗ୍ରାମର ମୁଖିଆ ଗଙ୍ଗାଧର ନାୟକଙ୍କୁ ପଚାରିବାରୁ ସେ କହିଲେ ଯେ, ଗ୍ରାମରେ ପୂର୍ବରୁ ପାଣି ପାଇଁ ଯେଉଁ ଅସୁବିଧା ହେଉଥିଲା ବତ୍ତର୍ର୍ମାନ ଝରଣା ପାଣି ଯୋଗୁ ତାହା ଆଉ ନାହିଁ। ଏବେ ବର୍ଷର ପ୍ରାୟ ୧୦ ମାସ ଆମେ ଚାଷ କରିପାରୁଛୁ । ସରକାରଙ୍କ ପକ୍ଷରୁ ଯଦି ଗ୍ରାମରେ ଏକ ଜଳ ବିଭାଜିକା ପ୍ରକଳ୍ପ କରାଯାନ୍ତା ତାହାଲେ ସ୍ଥାୟୀ ଭାବେ ପାଣି ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସେ କହିଛନ୍ତି। ସେହିପରି ଗ୍ରାମର ବିଶ୍ୱନାଥ ନାୟକ ନାମକ ଜଣେ ଚାଷୀଙ୍କୁ ପଚାରିବାରୁ ସେ କହିଲେ ଯେ, ଝରଣା ଜଳକୁ ପାଇପ ଯୋଗେ ଆଣିବା ଦ୍ୱାରା ମୋର ଥିବା ଦେଢ ଏକର ଜମିରେ ଚାଷ କରିପାରୁଛି। ବର୍ଷର ୨/୩ ମାସ ଝରଣା ଜଳ ଶୁଖିଯାଉଥିବାରୁ ସେହି ୩ ମାସ ଚାଷ ବନ୍ଦ ହୋଇଯାଉଛି।
All Right Reserved By

ରାୟଗଡା

କୋଲାବ ନଦୀରେ ଭାସୁଛି ଭାଲୁର ମୃତଦେହ

କୋଲାବ ନଦୀରେ ଭାସୁଛି ଭାଲୁର ମୃତଦେହ

ଜୟପୁର/କୁନ୍ଦୁରା, ୧୬।୧୦(ଡି.ଏନ୍‌.ଏ.) କୋରାପୁଟ ଜିଲା କୁନ୍ଦୁରା ଥାନା ଅଞ୍ଚଳର ଡଙ୍ଗରପାଉଁଶୀ ଗ୍ରାମ ନିକଟ କୋଲାବ ନଦୀରେ ମଙ୍ଗଳବାର ଏକ   ଭାଲୁର ମୃତଦେହ ଭାସୁଥିବାର ଗ୍ରାମବାସୀ ଦେଖିଥିଲେ। ଭାଲୁ ଦେହରେ କ୍ଷତ ଚିହ୍ନ ଥିବାରୁ ତାକୁ  କେହି ମାରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। 

ଦୁଇ ପୁତୁରାଙ୍କ କାଠ ଫାଳିଆ ମାଡରେ ଦାଦାଙ୍କ ମୃତ୍ୟୁ

ଦୁଇ ପୁତୁରାଙ୍କ କାଠ ଫାଳିଆ ମାଡରେ ଦାଦାଙ୍କ ମୃତ୍ୟୁ

ମୁନିଗୁଡା, ୧୬।୧୦(ଡି.ଏନ୍‌.ଏ.): ପାରିବାରିକ କଳହକୁ କେନ୍ଦ୍ରକରି ବଚସା ବଢିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଦୁଇ ପୁତୁରା କାଠ ଫାଳିଆରେ  ଦାଦାଙ୍କୁ ମାଡ ମାରିବାରୁ ଘଟଣାସ୍ଥଳରେ ସେ ପ୍ରାଣ ହରାଇଥିଲେ। ପୋଲିସ ସେଠାରେ ପହଞ୍ଚିବାପରେ ଅଭିଯୁକ୍ତ ଦ୍ୱୟ ଦୋଷ ସ୍ବିକାର କରିବା ସହ ଆତ୍ମସମର୍ପଣ କରିଥିଲେ। ମୃତକ ଜଣଙ୍କ ହେଲେ ରାୟଗଡା ଜିଲା ମୁନିଗୁଡା ଥାନା ଅଧୀନ କୁଲେରୀପେଟା ଗ୍ରାମର କାତ୍ରା ସିକ୍‌କା। ଅଭିଯୁକ୍ତ ଦ୍ୱୟ ହେଲେ ଉକ୍ତ ଗ୍ରାମର ଟଣିଆ ସିକ୍‌କା ଓ ଲୁକେ ସିକ୍‌କା।

ସବୁ ଅଞ୍ଚଳରେ ପହଞ୍ଚିନି ରିଲିଫ୍‌

କାଶୀନଗର, ୧୬।୧୦(ଡି.ଏନ୍‌.ଏ.): କାଶୀନଗର ବ୍ଲକ ଏବଂ ଏନ୍‌ଏସିର ସବୁ ଅଞ୍ଚଳରେ ରିଲିଫ ପହଞ୍ଚତ୍ ନ ଥିବା ବେଳେ ବିଦ୍ୟୁତ୍‌ ଓ ପାନୀୟଜଳ ଯୋଗାଣ ମଧ୍ୟ ସ୍ବାଭାବିକ ହୋଇପାରିନାହିଁ। ଫଳରେ ଲୋକେ ଦୁର୍ଦ୍ଦଶା ମଧ୍ୟରେ ଶଢୁଛନ୍ତି। ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଏ. ଆଓ, ରାଜସ୍ବ ବିଭାଗ ଉପସଚିବ ଆଶୁତୋଷ ସାମଲଙ୍କ ସମୀକ୍ଷା ପରେ ଏହା ସ୍ପଷ୍ଟ ହୋଇଛି।

ଶୁଣିଲାନି ପ୍ରଶାସନ:ଗାଁ କୁ ରାସ୍ତା ତିଆରି କଲେ ରଙ୍ଗବନ୍ଧବାସୀ

ଶୁଣିଲାନି ପ୍ରଶାସନ:ଗାଁ କୁ ରାସ୍ତା ତିଆରି କଲେ ରଙ୍ଗବନ୍ଧବାସୀ

କୋରାପୁଟ/ନାରାୟଣପାଟଣା,୧୬।୧୦(ସ୍ବ.ପ୍ର/ଡି.ଏନ୍‌.ଏ.)-ଗାଁ କୁ ନାହିଁ ପକ୍କା ରାସ୍ତା। ଫଳରେ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏ ନେଇ ବାରମ୍ବାର ପ୍ରଶାସନକୁ ଜଣାଇଲେ ା ହେଲେ କିଛି ସୁଫଳ ମିଳିଲାନି ା

ଜୟପୁର ଆକାଶବାଣୀକୁ ମିଳିବ ଦୁଇଟି ଜାତୀୟସ୍ତର ପୁରସ୍କାର

ଜୟପୁର,୧୬।୧୦(ଡି.ଏନ.ଏ.)-କୋରାପୁଟ ଜିଲା ଜୟପୁରସ୍ଥିତ ଆକାଶବାଣୀ କେନ୍ଦ୍ରକୁ ଜାତୀୟସ୍ତରରେ ଦୁଇଟି ପୁରସ୍କାର ମିଳିବ ା ଏଥିନେଇ ଶନିବାର ସନ୍ଧ୍ୟାରେ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ା

ବେକକାଟି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ବେକକାଟି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ନନ୍ଦପୁର, ୧୫।୧୦(ଡି.ଏନ୍‌.ଏ.)-କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ କସନ୍ଧି ଗ୍ରାମପଞ୍ଚାୟତ ଅନ୍ତଗର୍ର୍ତ ଆଡ୍ରା ଗ୍ରାମର ରଘୁ ହନ୍ତାଳଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ନନ୍ଦପୁର ପୋଲିସ।

ଗଛ ସହ ପିଟି ହୋଇ ବ୍ରିଜ ତଳକୁ ଖସିଲା ବସ୍‌ : ୩୦ ଆହତ

ଗଛ ସହ ପିଟି ହୋଇ ବ୍ରିଜ ତଳକୁ ଖସିଲା ବସ୍‌ : ୩୦ ଆହତ

ମାଥିଲି,୧୫।୧୦(ଡି.ଏନ୍‌.ଏ)-ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲି ଫାଣ୍ତି ନିକଟ ବ୍ରିଜରେ ଭାରସାମ୍ୟ ହରାଇ ସୋମବାର ଏକ ଘରୋଇ ବସ୍‌ ବ୍ରିଜର ଏକ ପାଶର୍‌ବ ଗଛକୁ ପିଟି ହୋଇ ବସ୍‌ ତଳକୁ ଖସିପଡିଛି। ଫଳରେ ବସ୍‌ରେ ଥିବା ୩୦ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଗୋବିନ୍ଦପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆହତମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଥିବା ସୂଚନା ମିଳିଛି ।

 ଜୟପୁରରେ କାର୍ଯ୍ୟକ୍ଷମ ହେଲା ଜିଲା ଚିକିତ୍ସାଳୟ

ଜୟପୁରରେ କାର୍ଯ୍ୟକ୍ଷମ ହେଲା ଜିଲା ଚିକିତ୍ସାଳୟ

ଜୟପୁର,୧୫।୧୦(ନି.ପ୍ର.)-ଜୟପୁରରେ ଜିଲା ଚିକିତ୍ସାଳୟ ସୋମବାରଠାରୁ ଆରମ୍ଭ ହୋଇଛି । ଜୟପୁର ନିକଟସ୍ଥ ଫୁଲବାଡ଼ଠାରେ ୨୭ ଏକର ଜମିରେ ଏହି ଜିଲା ଚିକିତ୍ସାଳୟ ନିର୍ମିତ ହୋଇଛି । କୋରାପୁଟରେ ଥିବା ଜିଲା ଚିକିତ୍ସାଳୟ ଜୟପୁରକୁ ସ୍ଥାନାନ୍ତର କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଘୋଷଣାର ୧୫ ମାସ ପରେ ସୋମବାର କାର୍ଯ୍ୟକ୍ଷମ ହୋଇଛି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ଏଠାରେ ନୂତନ ଯନ୍ତ୍ରପାତି ଲାଗିଥିବା ବେଲେ ଲିଫ୍ଟ ମଧ୍ୟ ଲାଗିଛି ।

ପଲିଥିନ୍‌ ବର୍ଜନ ପାଇଁ ଶପଥ ନେଲେ ଛାତ୍ରୀଛାତ୍ର

ପଲିଥିନ୍‌ ବର୍ଜନ ପାଇଁ ଶପଥ ନେଲେ ଛାତ୍ରୀଛାତ୍ର

ମାଲକାନଗିରି,୧୫।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ବ୍ଲକ ପଦ୍ମଗିରି ମଙ୍ଗଳ ବିଭାଗ ଉଚ୍ଚ ବିଦ୍ୟାଳୟର ୮୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପଲିଥିନି ବର୍ଜନ ପାଇଁ ରବିବାର ସପଥ ନେଇଛନ୍ତିା

ବିପଦପୂର୍ଣ୍ଣ ଅବସ୍ଥାରେ ପଞ୍ଚାଳି ରାସ୍ତା

ଟିକିରି, ୧୫।୧୦(ଡି.ଏନ୍‌.ଏ.)-ରାୟଗଡା ଜିଲା କାଶୀପୁର ବ୍ଲକ ଶଙ୍କରଡା ପଞ୍ଚାୟତ ପଞ୍ଚାଳି, କପାଡାଙ୍ଗ କେବିଡି କି ଅନେକ ଗ୍ରାମକୁ ସଂଯୋଗ ହୋଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟଛି। ଏହି ରାସ୍ତା ଉପରେ ବିଭିନ୍ନ ଗ୍ରାମର ଲୋକେ ନିର୍ଭର କରୁଥିବା ବେଳେ   ବର୍ତ୍ତମାନ ଏହା ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଲୋକେ ଉକ୍ତ ରାସ୍ତାରେ ଯା’ଆସ କରିବାକୁ  ହଇରାଣ ହେଉଛନ୍ତି।

କ୍ଷୁଦ୍ର ଚଳଚ୍ଚିତ୍ର ‘ଚେଙ୍କ’ ଉନ୍ମୋଚିତ

ନବରଙ୍ଗପୁର,୧୫।୧୦(ବି.ପ୍ର.)-ଚେଙ୍କ ନୁହେଁ , ଚିକିତ୍ସା ା ନବରଙ୍ଗପୁର ଜିଲାରେ ସଚେତନତା ଅଭାବ ଲାଗି ଗ୍ରାମାଞ୍ଚଳମାନଙ୍କରେ ଶିଶୁମାନଙ୍କୁ ଚେଙ୍କ ଦିଆଯାଉଛି ା ଏହା ଦ୍ୱାରା ଅନେକ କୋମଳମତି ଶିଶୁଙ୍କ ପ୍ରାଣହାନୀ ଘଟୁଛି। ଚେଙ୍କ ଚିକିତ୍ସା କିଭଳି ରୋକାଯାଇ ପାରିବ, ସେ ନେଇ ଚେତନା ଗ୍ରୁପ ପକ୍ଷରୁ ପ୍ରୟାସ କରାଯାଇଛି ା 

ବିଦ୍ୟୁତ, ପାଣି ଯୋଗାଣ ଦାବିରେ ରାସ୍ତାରୋକୋ

ବିଦ୍ୟୁତ, ପାଣି ଯୋଗାଣ ଦାବିରେ ରାସ୍ତାରୋକୋ

ପାରଳାଖେମୁଣ୍ଡି, ୧୪।୧୦(ସ୍ବ.ପ୍ର.)-ବାତ୍ୟା ତିତ୍‌ଲି ଯୋଗୁ  ପାରଳାଖେମୁଣ୍ଡି ବିଶେଷ ଭାବେ ପ୍ରଭାବିତ ହୋଇଛି। ତିତ୍‌ଲିର ୪ ଦିନ ପରେ ମଧ୍ୟ ଅନ୍ଧାରରେ ପାରଳାଖେମୁଣ୍ଡି ସହର। ଏଥିସହ ପିଇବା ପାଣି ମଧ୍ୟ ମିଳୁନି। ଜଳ ଓ ବିଦ୍ୟୁତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ରବିବାର ସନ୍ଧ୍ୟାରେ ସହରର ଗାନ୍ଧୀ ଛକରେ ଅଞ୍ଚଳବାସୀ  ରାସ୍ତାରୋକୋ କରିଛନ୍ତି। ବିଦ୍ୟୁତ୍‌ ନ ଥିବା ଯୋଗୁ ଅନ୍ଧାରରେ ରହୁଛୁ। ବର୍ଷା ଛାଡିଥିବାରୁ ବିଷାକ୍ତ ସାପ ଓ ଜନ୍ତୁଙ୍କ ଭୟ ରହୁଛି ବୋଲି ଅଞ୍ଚଳବାସୀ କହିଛନ୍ତି।