ରାୟଗଡା

ବନ୍ଧୁପତ୍ନୀଙ୍କ ଅଶ୍ଳୀଳ ଫଟୋ ଉଠାଇ ବ୍ଲାକମେଲିଂ:ଯୁବକ ଗିରଫ

ବନ୍ଧୁପତ୍ନୀଙ୍କ  ଅଶ୍ଳୀଳ ଫଟୋ ଉଠାଇ ବ୍ଲାକମେଲିଂ:ଯୁବକ ଗିରଫ

ଗୁଣପୁର, ୧୨।୧୨(ଡି.ଏନ.ଏ)- ବନ୍ଧୁ ପତ୍ନୀଙ୍କୁ ଅସଦ୍‌ ବ୍ୟବହାର କରିବା ସହ ମୋବାଇଲରେ ଅଶ୍ଳୀଳ ଫଟୋ ଉଠାଇ ବ୍ଲାକମେଲ କରିବା ଘଟଣାରେ ଗୁଣପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗୁଣପୁର ଥାନା ଅଧୀନ କାରିଣିଗୁଡା ଗ୍ରାମରେ ଏଭଳି ଅଶୋଭନୀୟ ଘଟଣା ଘଟିଛି । ସ୍ବାମୀଙ୍କ ଉପସ୍ଥିତିରେ ତାଙ୍କର ଜଣେ ବନ୍ଧୁ ଜି. ସନ୍ତୋଷ ମହିଳା ଜଣଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିଲେ । ଏହାକୁ ବାରଣ କରିବାରୁ ଅଜାଣତରେ ସନ୍ତୋଷ ତାଙ୍କ ଫଟୋ ଉଠାଇଥିଲେ । ଏହି ଫୋଟ ଦେଖାଇ ମୋତ ବ୍ଲାକମେଲିଂ କରୁଥିବା ମହିଳା ଜଣଙ୍କ ଅଭିଯୋଗ କରିଥିଲେ । ଶାରୀରିକ ସଂପର୍କ ନ ରଖିଲେ ଫଟୋଗୁଡିକ ବାହାରକୁ ଛାଡିଦେବାକୁ ସନ୍ତୋଷ ଧମକ ଦେଉଥିଲେ । ଏପରିକି ଫଟୋ ଗୁଡିକ ଡିଲିଟ କରିବା ପାଇଁ ୧୫ହଜାର ଟଙ୍କା ମଧ୍ୟ ସେ ଦାବି କରିଥିଲେ । ବାଧ୍ୟହୋଇ ମହିଳା ଜଣଙ୍କ ରବିବାର ଗୁଣପୁର ଥାନାର ଆଶ୍ରୟ ନେଇଥିଲେ । ତାଙ୍କ ଅଭିଯୋଗକୁ ଆଧାର କରି ସୋମବାର ସନ୍ତୋଷଙ୍କୁ ଗିରଫ କରାଯାଇଥିବା ନେଇ ଗୁଣପୁର ଆଇଆଇସି ନିର୍ମଳଚନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

All Right Reserved By

ରାୟଗଡା

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗିରଫ

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗିରଫ

ରାୟଗଡା ଅଫିସ୍‌, ୧୮।୬- ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ଏକ ଗାଁର ଜନୈକା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ସୋମବାର କଲ୍ୟାଣସିଂହପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ବେନିଆ ଜାଲା(୫୭)। ଅଭିଯୁକ୍ତ ଜଣଙ୍କ ଗତ ୧୬ତାରିଖ ରାତିରେ ନାବାଳିକାଙ୍କ ଘରେ ପଶି ବଳାତ୍କାର କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।

କାର୍‌-ବାଇକ୍‌ ଧକ୍କା: ଜଣେ ଆହତ

ପାରଳାଖେମୁଣ୍ଡି,୧୮ା୬(ସ୍ବ.ପ୍ର.)- ଗଜପତି ଜିଲା ପାରଳାଖେମୁଣ୍ଡି ସହରସ୍ଥ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ସୋମବାର ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହି ଧକ୍କା ଘଟିଛି। ଏଥିରେ ବାଇକ୍‌ ଆରୋହୀ ଆହତ ହୋଇଥିବା ବେଳେ କାର୍‌ ସମ୍ମୁଖ ଭାଗ ନଷ୍ଟ ହୋଇଯାଇଛି।

ବଳାତ୍କାର ଅଭିଯୋଗରେ ଗୃହରକ୍ଷୀ ଗିରଫ

ବଳାତ୍କାର ଅଭିଯୋଗରେ ଗୃହରକ୍ଷୀ ଗିରଫ

କାଶୀନଗର, ୧୮ା୬(ଡି.ଏନ.ଏ.)- ଗଜପତି ଜିଲା କାଶୀନଗର ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ଗୋବିନ୍ଦ ଲୁହାକବାଟଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରାଯାଇ ସୋମବାର କୋର୍ଟଚାଲାଣ କରାଯାଇଛି। ଜଣେ ନାବାଳିକାଙ୍କୁ ସେ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଗତ ୧୧ ତାରିଖରେ କାଶୀନଗର ଥାନାରେ ଅଭିଯୋଗ ହୋଇଥିଲା।

ଯୋଗ ଅଭ୍ୟାସ ଶିବିର

ଯୋଗ ଅଭ୍ୟାସ ଶିବିର

ମାଲକାନଗିରି,୧୮।୬(ଡି.ଏନ.ଏ)- ଆସନ୍ତା ୨୧ରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ ହେବ ।ଏହି ଅବସରରେ ବାରଣାସୀର ନବାପୁରାସ୍ଥିତ ପଣ୍ଡିତ ରାହୁଲ ସଂସ୍କୃତାୟନ ସୌଧ ଏବଂ ଅଧ୍ୟୟନ କେନ୍ଦ୍ର ପକ୍ଷରୁ ମାଲକାନଗିରି ଜିଲାରେ ଯୋଗ ଶିବିର ପାଇଁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଜିଲାର ୫ଟି ସ୍ଥାନ ମାଲକାନଗିରି, ଜ୍ୟୋତିନଗର, ଖଇରପୁଟ, ମାଥିଲି ଓ ଗୋବିନ୍ଦପାଲ୍ଲୀରେ ଶିବିର ଚାଲିଛି । ଏହା ଆସନ୍ତା ୨୧ ତାରିଖରେ ଶେଷ ହେବ । ସୋମବାର ସ୍ଥାନୀୟ ଜ୍ୟୋତିନଗରଠାରେ ଏକ ଯୋଗ ଶିବିର ହୋଇଯାଇଛି। ଏଥିରେ କେନ୍ଦ୍ରର ଉପ ସଭାପତି ବି.ଏଲ ପ୍ରଜାପତି. ଯୋଗ ଗୁରୁ ଭୋଳାନାଥ ରାୟ ଓ ପତଞ୍ଜଳିର ମହିଳା ପ୍ରଭାରୀ ତୃପ୍ତି ରାୟ ଯୋଗ ଦେଇ ନିଃଶୁଳ୍କ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ଏଥିରେ ୨୪ ଜଣ ଅଂଶଗ୍ରହଣ କରିଥିଲେ ।

ବିଶ୍ୱ ଦୁର୍ଭିକ୍ଷ ସଂଘର୍ଷ ଦିବସ ପାଳିତ

ମାଲକାନଗିରି,୧୮। ୬(ଡି.ଏନ.ଏ.)- ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟଠାରେ ରବିବାର ବିଶ୍ୱ ଦୁର୍ଭିକ୍ଷ ସଂଘର୍ଷ ଦିବସ ପାଳିତ ହୋଇଯାଇଛି । ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସହକାରୀ ବନ ସଂରକ୍ଷକ ଜଗଦ୍ଦିଶ ପଟ୍ଟନାୟକ, ପରିବେଶବିତ ଦୁର୍ଯ୍ୟୋଧନ ପାତ୍ର, ଉତ୍କଳ ସାହିତ୍ୟ ସଂସଦ ସଦସ୍ୟ କେଶବ ଚନ୍ଦ୍ର ନାୟକ ଯୋଗ ଦେଇ ବିଶ୍ୱ ଦୁର୍ଭିକ୍ଷ ସଂଘର୍ଷ ଦିବସ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।

ଦୁର୍ଦ୍ଦିନରେ ବାଉଁଶ କାରିଗର

ଦୁର୍ଦ୍ଦିନରେ ବାଉଁଶ କାରିଗର

ରାୟଗଡା ଅଫିସ୍‌, ୧୮।୬ ଆବଶ୍ୟକ କଞ୍ଚାମାଲ ଓ ଉପଯୁକ୍ତ ବଜାର ସୁବିଧା ଅଭାବରୁ ବାଉଁଶ ସାମଗ୍ରୀ ପ୍ରସ୍ତୁତ କରୁଥିବା କାରିଗରମାନେ ଏବେ ଦୁର୍ଦ୍ଦିନରେ ଗତି କରୁଛନ୍ତି । କାରିଗରମାନେ କଷ୍ଟେମଷ୍ଟେ ଦୂରସ୍ଥାନରୁ ବାଉଁଶ ବୋହି କରି ଆଣି ସେଥିରେ ନାନା ଉପକରଣ ତିଆରି କରୁଥିଲେ ମଧ୍ୟ ଉଚିତ ମୂଲ୍ୟ ପାଇପାରୁ ନାହଁ।ନ୍ତି । ଫଳରେ ସେମାନଙ୍କ ଜୀବିକା ପ୍ରତି ସଙ୍କଟ ସୃଷ୍ଟି ହୋଇଛି ।

ଗୁମୁଡା ମହିମା ଆଶ୍ରମରେ ଅଖଣ୍ଡ ଘୃତବତୀ ପ୍ରଜ୍ଜ୍ୱଳନ

ଗୁମୁଡା ମହିମା ଆଶ୍ରମରେ ଅଖଣ୍ଡ ଘୃତବତୀ ପ୍ରଜ୍ଜ୍ୱଳନ

ଗୁଣପୁର,୧୮।୬(ଡି.ଏନ.ଏ) ରାୟଗଡା ଜିଲା ରାମନାଗୁଡା ବ୍ଲକ ଗୁମୁଡାସ୍ଥିତ ଅଲେଖ ମହିମା ଆଶ୍ରମରେ ବ୍ରହ୍ମପ୍ରାପ୍ତି ସାଧୁ ଅଜିତ ଦାସଙ୍କ ସ୍ମୃତି ଚାରଣ ଉପଲକ୍ଷେ ଅଖଣ୍ଡ ଘୃତବତୀ ପ୍ରଜ୍ଜଳନ କରାଯାଇଛି । ଏଥିସହ ବ୍ରହ୍ମଧନି ସ୍ଥାପନ ଏବଂ ଅହୋରାତ୍ର ପ୍ରଭୁ ନାମଭଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମହିମା ଧର୍ମ ଧାମ ସମାଜର ସଭାପତି ବ୍ରହ୍ମାବଧୂତ ପବିତ୍ର ମୋହନ ବାବା ଯୋଗଦେଇ ସମସ୍ତ କାର୍ଯ୍ୟ ସଂପାଦନା କରିଥିଲେ। ବ୍ରାହ୍ମମୂହୂର୍ତ୍ତର ଘୃତବତୀ ପ୍ରଜ୍ଜଳନ ଘୃତାହତି, ବାଲ୍ୟଲିଳା କାର୍ଯ୍ୟକ୍ରମ ହୋଇଥିଲା। ପ୍ରାର୍ଥନା, ଧର୍ମସଭା ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ମଶାଙ୍କ ଦୌରାତ୍ମ୍ୟରେ ଅଣନିଃଶ୍ୱାସୀ ସହରବାସୀ

ମଶାଙ୍କ ଦୌରାତ୍ମ୍ୟରେ ଅଣନିଃଶ୍ୱାସୀ ସହରବାସୀ

ରାୟଗଡା ଅଫିସ୍‌, ୧୮।୬ ରାୟଗଡା ପୌର ପରିଷଦର ପରିମଳ ପରିଚାଳନାରେ ଅବ୍ୟବସ୍ଥା କାରଣରୁ ଅଧିକାଂଶ ଅଞ୍ଚଳରେ ପୂର୍ତ୍ତି ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛ। ଡ୍ରେନ୍‌ଗୁଡିକ ଆବର୍ଜନାରେ ଭର୍ତ୍ତି ହୋଇଯାଇଛି ା ନର୍ଦ୍ଦମା ଜଳ ଠିକ୍‌ ଭାବେ ନିଷ୍କାସିତ ହୋଇ ପାରୁ ନାହିଁ। ଫଳରେ ମଶାଙ୍କ ବଂଶ ବୃଦ୍ଧି ପାଇବାରେ ଲାଗିଛି । ପୌର ପରିଷଦ ତରଫରୁ ମଶା ବଂଶ ଦମନ ନିମନ୍ତେ ଲକ୍ଷାଧିକ ଟଙ୍କା ବ୍ୟୟରେ କିଣାଯାଇଥିବା ୪ରୁ ଊର୍ଦ୍ଧ୍ୱ ଟିଫା ମେଶିନ୍‌ କାମରେ ଲାଗୁନି। ଟିଫା ମେଶିନ୍‌ ବୁଲାଯାଉ ନ ଥିବାରୁ ପରିସ୍ଥିତି ଅଣାୟତ ହେଲାଣ। ମଶାଙ୍କ ଦୌରାତ୍ମ୍ୟରେ ସହରବାସୀ ଅଣନିଃଶ୍ୱାସୀ ହୋଇଗଲେଣି। ମଶା କାମୁଡାରେ ଅଞ୍ଚଳବାସୀ ମ୍ୟାଲେରିଆ, ମସ୍ତିଷ୍କ ମ୍ୟାଲେରିଆ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ପୌର ପରିଷଦ କର୍ତ୍ତୃପକ୍ଷ କିମ୍ବା ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ନିରବ ରହୁଛନ୍ତି ।

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

କୋରାପୁଟ,୧୮।୬(ସ୍ବ.ପ୍ର.) କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ମନ୍ଦିର ପରିସରରେ ପରିଚାଳନା କମିଟି ସମ୍ପାଦକ ଗଦାଧର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପୌରାଧ୍ୟକ୍ଷ ଭଗବାନ ବାହିନୀପତି, ଏଡିଏମ୍‌ଓ ଡ. କାଳିପ୍ରସାଦ ବେହେରା, ଜଗବନ୍ଧୁ ସାମଲ, ଲଳିତ ମୋହନ ପଟ୍ଟନାୟକ, ପି.ସି. ମହାପାତ୍ର, ଉମାକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ରହି ୧୪ ତାରିଖ ରଥଯାତ୍ରାକୁ ସଫଳ କରିବା ପାଇଁ ଆଲୋଚନା କରିଥିଲେ।

ଉଦ୍‌ଯାପିତ ହେଲା ରଜ ମଉଜ

ଉଦ୍‌ଯାପିତ ହେଲା ରଜ ମଉଜ

ସୁନାବେଡ଼ା,୧୮।୬(ଡି.ଏନ୍‌.ଏ.) ସୁନାବେଡ଼ା ସ୍ଥିତ ମଧୁସୂଦନ ସେବାସଂଘ ଆନୁକୂଲ୍ୟରେ ସ୍ଥାନୀୟ ହାଲ୍‌ସ୍ଥିତ ଭଞ୍ଜ ମଣ୍ଡପରେ ୩ଦିନ ଧରି ଚାଲିଥିବା ରଜ ଉତ୍ସବ ଉଦ୍‌ଯାପିତ ହୋଇଛି। ଝୋଟି, ପିଠା, ମହିଳାଙ୍କ ମଧ୍ୟରେ ଅନେକ ଖେଳ ସହ ମେହେନ୍ଦି ପ୍ରତିଯୋଗିତା, ଛୋଟପିଲାଙ୍କ ଫ୍ୟାଶନ ଶୋ’ ଓ ନୃତ୍ୟ ପ୍ରତିଯୋଗିତା ହୋଇଥିଲା। ଦମ୍ପତି ଯୋଡ଼ିଙ୍କୁ ନେଇ ମଧ୍ୟ କୌତୁକ ଖେଳ ଅନୁଷ୍ଠିତ ହୋଇଥିଲା।

କୁରୁବ ଗ୍ରାମରେ ଲାଗିଲା ମାଓବାଦୀ ବିରୋଧୀ ପୋଷ୍ଟର

କୁରୁବ ଗ୍ରାମରେ ଲାଗିଲା ମାଓବାଦୀ ବିରୋଧୀ ପୋଷ୍ଟର

ମାଲକାନଗିରି,୧୮।୬(ଡି.ଏନ୍‌.ଏ.): ଚାଷ କାର୍ଯ୍ୟ ବିରୋଧରେ କୁରୁବ ଗ୍ରାମରେ ମାଓବାଦୀଙ୍କ ପକ୍ଷରୁ ଲଗାଯାଇଥିବା ପୋଷ୍ଟରକୁ ବିରୋଧ କରିଛି ସମ୍ପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନ। ଉକ୍ତ ସଙ୍ଗଠନ ପକ୍ଷରୁ ମାଓବାଦୀଙ୍କ ପୋଷ୍ଟର ବିରୋଧରେ ପୋଷ୍ଟର ଲଗାଯାଇଛି।

ଗଜପତିରେ ପେଲିକାନ୍‌ ପକ୍ଷୀ

ଗଜପତିରେ ପେଲିକାନ୍‌ ପକ୍ଷୀ

ପାରଳାଖେମୁଣ୍ଡି,୧୮।୬(ସ୍ବ.ପ୍ର.)- ପାରଳାଖେମୁଣ୍ଡି ଉପକଣ୍ଠ ରାସୁରୁ ଗ୍ରାମ ମୁଖ୍ୟ ରାସ୍ତା ପାର୍ଶରେ ଥିବା ଏକ ପୋଖରୀରେ କିଛି ପେଲିକାନ ପ୍ରଜାତିର ବିରଳ ପକ୍ଷୀ ଦେଖିବାକୁ ମିଳିଛି। ପକ୍ଷୀଗୁଡିକ ବହୁ ଦୂରଦୂରାନ୍ତରୁ ଏହି ଋତୁରେ ଗଜପତି ଜିଲାକୁ ଆସିଥାନ୍ତି।

Model This Week

ପ୍ରଭାତ