ଅନଗୁଳ-ଢେଙ୍କାନାଳ

ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ଘଟଣା:ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ବୟାନ ରେକର୍ଡ

 ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ଘଟଣା:ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ବୟାନ ରେକର୍ଡ
ପରଜଙ୍ଗ, ୧୩। ୧୨(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଅଞ୍ଚଳରୁ ଜଣେ ୧୦ମ ଶ୍ରେଣୀ ସ୍କୁଲ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ଘଟଣାକୁ ପୂରିଛି ୭ଦିନ। ମାମଲା ରୁଜୁ ପରେ ୧୬୧ ଧାରା ଅନୁଯାୟୀ ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲା। ବୁଧବାର ୧୬୪ ଧାରାରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୁଣିଥରେ ବୟାନ ରେକର୍ଡ କରାଯାଇଛି। ଅନ୍ୟପଟେ ଥାନାରେ ମାମଲା, ପୀଡ଼ିତାଙ୍କ ବୟାନ ରେକର୍ଡ ଏବଂ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜିଲାପାଳଙ୍କୁ ଗୁହାରି ସତ୍ତ୍ୱେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ବାପା। ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ଶିଥିଳତା ଅବଲମ୍ବନ କରୁଥିବା ସେ ମତ ଦେଇଛନ୍ତି। ଗତ ଗୁରୁବାର ପୂର୍ବାହ୍ନରେ ଅଞ୍ଚଳର ଜନୈକା ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ କରାଯାଇଥିଲା। ତେବେ ପାଖରେ ଥିବା ସାନ ଭଉଣୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଭିଯୁକ୍ତଙ୍କ ଉଦ୍ୟମ ପଣ୍ଡ ହୋଇଯାଇଥିଲା। କନ୍ଦରସିଂହା ଗ୍ରାମର ସୁଶାନ୍ତ ନାଥଙ୍କ ସମେତ ଅନ୍ୟ ୩ ଅପହରଣ ଉଦ୍ୟମ କରିଥିବା ନାବାଳିକା ଛାତ୍ରୀଙ୍କ ସାନ ଭଉଣୀ ଚିହ୍ନିପାରିଥିଲେ। ଏଥିସହ ଅପହରଣ ଉଦ୍ୟମରେ ବ୍ୟବହୃତ ଗାଡ଼ି ନମ୍ବର (ଓଡ଼ି ୦୫ ୯୮୬୬ ) ମଧ୍ୟ ଟିପି ରଖିଥିଲେ। ଏ ସମ୍ପର୍କରେ ଛାତ୍ରୀଙ୍କ ବାପା ଏତଲା (ନଂ.୨୩୯/୧୭)ରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ଛାତ୍ରୀଙ୍କ ବାପା କୁହନ୍ତି, ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ। ଏଥିପାଇଁ ରାଜନୈତିକ ଚାପ ପଡୁଛି। ଏତଲାରେ ଦର୍ଶାଯିବା ସତ୍ତ୍ୱେ କାର୍‌କୁ ଜବତ କରାଯାଇନାହିଁ। ପୋଲିସ ଏପରି ସମ୍ବେଦନଶୀଳ ଘଟଣାକୁ ହାଲ୍‌କା ଭାବେ ନେଉଛି। ଏ ନେଇ ସୋମବାର କାମାକ୍ଷାନଗରରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କ ନିକଟରେ ସେ ଅଭିଯୋଗ କରିଥିଲେ। ତଥାପି ପୋଲିସ କାହାରିକୁ ଧରୁ ନ ଥିବା ସେ ଅଭିଯୋଗ କରିଛନ୍ତି। ପୋଲିସ ରାଜନୈତିକ ଚାପରେ ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ଦୀଲେଶ୍ୱର ପ୍ରଧାନ। ଏଥିସହ ଅଭିଯୁକ୍ତମାନେ ଧରାପଡ଼ି ନ ଥିବା କଥାକୁ ସେ ସ୍ବୀକାର କରିଛନ୍ତି। ଏତଲାରେ ଦର୍ଶାଯାଇଥିବା ନମ୍ବର ଆଧାରରେ ଗାଡ଼ିର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ କଟକ ଆର୍‌ଟିଓଙ୍କୁ ଅନୁରୋଧ କରାଯାଇଥିବା ସେ ସ୍ପଷ୍ଟୀକରଣ ରଖିଛନ୍ତି।
All Right Reserved By

ଅନଗୁଳ-ଢେଙ୍କାନାଳ

୨ ପରିବାର ମଧ୍ୟରେ ଗଣ୍ଡଗୋଳ: ୨ ମାମଲା, ୫ ଗିରଫ

୨ ପରିବାର ମଧ୍ୟରେ ଗଣ୍ଡଗୋଳ: ୨ ମାମଲା, ୫ ଗିରଫ

ବଇଣ୍ଡା, ୨୩ା୧୦(ଡି.ଏନ.ଏ.)- ହଣ୍ଡପା ଥାନା ଗଦେଇମୁଣ୍ଡା ଗ୍ରାମରେ ଜମିବାଡି ସମସ୍ୟାକୁ ନେଇ ରବିବାର ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ପୋଲିସ ଦୁଇଟି ମାମଲା ରୁଜୁ କରି ୫ ଜଣଙ୍କୁ ଗିରଫ କରି ମଙ୍ଗଳବାର ଆଠମଲ୍ଲିକ କୋର୍ଟଚାଲାଣ କରିଛି। 

କେନାଲ କବାଟ ତଳେ ଚାପିହୋଇ ଗଲା ଛାତ୍ରଙ୍କ ଜୀବନ

କେନାଲ କବାଟ ତଳେ ଚାପିହୋଇ ଗଲା ଛାତ୍ରଙ୍କ ଜୀବନ

ପରଜଙ୍ଗ, ୨୩।୧୦(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ରେଙ୍ଗାଳ ମୁଖ୍ୟ ବାମ କେନାଲରୁ ବାହାରିଥିବା ପରଜଙ୍ଗ ବ୍ରାଞ୍ଚ କେନାଲର ମେଣ୍ଢାପଦା ଗାଁ ନିକଟରେ ମଙ୍ଗଳବାର ୧୦ଟା ବେଳେ ପାଟରପଦା ଗ୍ରାମର କନ୍ଦର୍ପ ବିଶ୍ୱାଳଙ୍କ ପୁଅ ଶାନ୍ତନୁ ବିଶ୍ୱାଳ(୧୭) ଗାଧୋଉ ଥିବାବେଳେ କେନାଲରେ ଲାଗିଥିବା କବାଟ ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। 

୪ ବନ କର୍ମଚାରୀ ସୁରକ୍ଷିତ

୪ ବନ କର୍ମଚାରୀ ସୁରକ୍ଷିତ

ଅନୁଗୋଳ ଅଫିସ, ୨୩।୧୦: ସାତକୋଶିଆ ଅଞ୍ଚଳରେ ଉପଦ୍ରବ ବାଘୁଣୀ ‘ସୁନ୍ଦରୀ’କୁ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରି ଏନକ୍ଲୋଜରକୁ ଆଣିବାକୁ ଯାଇଥିବା ୪ ବନବିଭାଗର କର୍ମଚାରୀ ସୁରକ୍ଷିତ ଭାବେ ଘରେ ଅଛନ୍ତି।

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବଅଁରପାଳ, ୨୩।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲକୋ କଲୋନୀ ପରିସରରୁ ମଙ୍ଗଳବାର ସକାଳେ ଗୁରୁତର ଅବସ୍ଥାରେ ଉଦ୍ଧାର ଜଣେ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ମୁନା ସାମଲ(୪୦)। 

ସୁନ୍ଦରୀକୁ ନେଇ ଚିନ୍ତା:କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ସୁନ୍ଦରୀକୁ ନେଇ ଚିନ୍ତା:କେନ୍ଦ୍ର ଜଙ୍ଗଲ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଅନୁଗୋଳ ଅଫିସ/ବନ୍ତଳା,୨୩ା୧୦ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ଅନୁଗୋଳ ସାତକୋଶିଆ ଆସିଥିବା ବାଘୁଣୀ ସୁନ୍ଦରୀ ବାରମ୍ବାର ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରି ଜୀବନ ନେଉଛି। 

୫୦ ଲକ୍ଷ କ୍ଷତିପୂରଣ ଦାବି କଲା କଂଗ୍ରେସ

୫୦ ଲକ୍ଷ କ୍ଷତିପୂରଣ ଦାବି କଲା କଂଗ୍ରେସ

ଅନୁଗୋଳ ଅଫିସ,୨୩ା୧୦ ବାଘୁଣୀ ଆକ୍ରମଣରେ ମୃତ ତ୍ରିନାଥ ସାହୁଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଅନୁଗୋଳ ଜିଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏଥିସହ ବାଘୁଣୀକୁ ସ୍ଥାନାନ୍ତର, ମୃତକଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ପାଇଁ ଦଳ ଦାବି କରିଛି।

ଭାଜପା ରଖିଲା ସ୍ଥାନାନ୍ତର ଦାବି:ସ୍ଥାନାନ୍ତର ନ ହେଲେ ଜିଲାବ୍ୟାପୀ ଆନ୍ଦୋଳନ

ଭାଜପା ରଖିଲା ସ୍ଥାନାନ୍ତର ଦାବି:ସ୍ଥାନାନ୍ତର ନ ହେଲେ ଜିଲାବ୍ୟାପୀ ଆନ୍ଦୋଳନ

ଅନୁଗୋଳ ଅଫିସ,୨୩ା୧୦ଅନୁଗୋଳ ଜିଲା ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଭାଜପା କର୍ମୀମାନେ ବାଘୁଣୀ ଆକ୍ରମଣରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ତୁରନ୍ତ ସୁନ୍ଦରୀକୁ ସ୍ଥାନାନ୍ତର କରିବାକୁ ଦାବି କରିଥିଲେ। 

‘ଶାନ୍ତି ପାଇଁ ଲୋଡ଼ା କଳାସଂସ୍କୃତି’

‘ଶାନ୍ତି ପାଇଁ ଲୋଡ଼ା କଳାସଂସ୍କୃତି’

ଢେଙ୍କାନାଳ ଅଫିସ, ୨୩ା୧୦ସଂସ୍କୃତିର ସହର ଢେଙ୍କାନାଳ। ଏଠାକାର ସାଂସ୍କୃତିକ ଅନୁଷ୍ଠାନ ପ୍ରଚେଷ୍ଟାରେ ଅନେକ ପ୍ରତିଭାବାନ କଳାକାର ସୃଷ୍ଟି ହୋଇପାରିଛନ୍ତି। 

‘ବାଜି ରାଉତଙ୍କ ବଳିଦାନ ବଡ଼ ପ୍ରେରଣା’

‘ବାଜି ରାଉତଙ୍କ ବଳିଦାନ ବଡ଼ ପ୍ରେରଣା’

ଢେଙ୍କାନାଳ ଅଫିସ, ୨୩ା୧୦ଢେଙ୍କାନାଳ ମାଟିର ବୀର ସନ୍ତାନ ଶହୀଦ ବାଜି ରାଉତ। ମାତ୍ର ୧୨ବର୍ଷ ବୟସରେ ସେ ଦେଶ ଲାଗି ବଳିଦାନ ଦେଇଥିଲେ। ଏହା ହିଁ ଏଠାକାର ଯୁବଗୋଷ୍ଠୀ ପାଇଁ ସବୁଠାରୁ ବଡ଼ ପ୍ରେରଣା ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। 

ଓଡ଼ିଶାର ସର୍ବକନିଷ୍ଠ ୱେବ୍‌ ଡିଜାଇନର ଆୟୁଷ

ଓଡ଼ିଶାର ସର୍ବକନିଷ୍ଠ ୱେବ୍‌ ଡିଜାଇନର ଆୟୁଷ

ଅନୁଗୋଳ ଅଫିସ,୨୩ା୧୦ ମାତ୍ର ୧୧ ବର୍ଷ ବୟସରେ ବିନା କୌଣସି ବୃତ୍ତିଗତ ଟ୍ରେନିଂରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଆୟୁଷ ରଞ୍ଜନ ରାଉତ ଜଣେ ସଫଳ ୱେବ୍‌ ଡିଜାଇନର ହୋଇ ପରିଛନ୍ତି। 

‘ଦୁର୍ନୀତି ବିରୋଧୀ ଆନ୍ଦୋଳନ ତୀବ୍ର ହେବ’

‘ଦୁର୍ନୀତି ବିରୋଧୀ ଆନ୍ଦୋଳନ ତୀବ୍ର ହେବ’

ପରଜଙ୍ଗ,  ୨୩ା୧୦(ଡି.ଏନ୍‌.ଏ.)ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଆମ ଗଁା, ଆମ ବିକାଶ କାର୍ଯ୍ୟକ୍ରମ’ ଲୋକଦେଖାଣିଆ। ଏଥିରେ ସାଧାରଣ ଲୋକଙ୍କ ଅପେକ୍ଷା ବିଜେଡି କର୍ମୀ  ଅଧିକ ଲାଭବାନ ହେଉଛନ୍ତି। 

ସହାୟତା ପାଇଁ ୩ ଘଣ୍ଟା ଅପେକ୍ଷା

ସହାୟତା ପାଇଁ ୩ ଘଣ୍ଟା ଅପେକ୍ଷା

ଅନୁଗୋଳ ଅଫିସ,୨୩ା୧୦ଅନୁଗୋଳ ଜିଲା ମୁଖ୍ୟ କାର୍ଯ୍ୟାଳୟଠାରେ ସୋମବାର ଜିଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।