ଅନଗୁଳ-ଢେଙ୍କାନାଳ

ସ୍ଥିତି ହରାଉଛି ଯାଉଁଳି ପୋଖରୀ

ସ୍ଥିତି ହରାଉଛି ଯାଉଁଳି ପୋଖରୀ

ଢେଙ୍କାନାଳ ଅଫିସ୍‌, ୧୩।୧୨(ରତନ ନାୟାର)-ଢେଙ୍କାନାଳବାସୀ ଆଧ୍ୟାତ୍ମିକ ଭାବନା ସହିତ ଜଡ଼ିତ ଯାଉଁଳି ପୋଖରୀ ସ୍ଥିତି ହରାଇବାରେ ଲାଗିଛି। ୩୦୦ବର୍ଷ ପୁରୁଣା ଏହି ଐତିହ୍ୟ ସମ୍ପନ୍ନ ପୋଖରୀ ଏକଦା ସହରବାସୀଙ୍କ ଶୋଷ ମେଣ୍ଟାଉଥିଲା। ଏଣ୍ଡାମେଣ୍ଟ କମିଶନ ଅଧୀନରେ ଥିବା ଏହି ଜଳାଶୟ ରକ୍ଷଣାବେକ୍ଷଣ ଅଭାବରୁ ଏବେ ମାଟିରେ ଲୀନ ହେବାକୁ ବସିଛି।
ପୋଖରୀର ପୁନରୁଦ୍ଧାର ପାଇଁ ୩ବର୍ଷ ହେଲା ଉଦ୍ୟମ ଆରମ୍ଭ ହୋଇଛି। ତେବେ ଆବଶ୍ୟକ ଅନୁଦାନ ଅଭାବ ଏଥିରେ କଣ୍ଟା ସାଜିଛି। ୨୦୧୪-୧୫ ଆର୍ଥିକ ବର୍ଷରେ ତତ୍କାଳୀନ ଜିଲାପାଳ ରୂପା ରୋଶନ ସାହୁଙ୍କ ଦୃଷ୍ଟିକୁ ଆସିବା ପରେ ବ୍ଲକ ପକ୍ଷରୁ ପୋଖରୀର ପୁନରୁଦ୍ଧାର ପାଇଁ ୯ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ଅନୁଦାନ ଟଙ୍କାରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଅଧିକ ଟଙ୍କା ନ ମିଳିବାରୁ ପୁନରୁଦ୍ଧାର କାର୍ଯ୍ୟ ଅଧାରେ ଅଟକି ଯାଇଥିଲା। ଏହାପରେ ପୁନର୍ବାର ବ୍ଲକ ପକ୍ଷରୁ ଅଧିକ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଏଭିତରେ ୨ ବର୍ଷ ବିତିଯାଇଥିଲେ ମଧ୍ୟ ଅର୍ଥ ଅଭାବରୁ କାମ ବନ୍ଦ ହୋଇପଡିଛି। ଜଳବାୟୁ ପରିବର୍ତ୍ତନ ଏବଂ ଅସ୍ବାଭାବିକ ଭାବେ ବଢ଼ୁଥିବା ତାପମାତ୍ରା ଯୋଗୁ ଖରାଦିନେ ପାନୀୟ ଜଳ ମୁନ୍ଦାଏ ପାଇଁ ଢେଙ୍କାନାଳ ସହରବାସୀ ଡହଳବିକଳ ହେଉଛନ୍ତି। ହାତପାହାନ୍ତାରେ ଜଳଶୟ ଥାଇ ଏହାର ପୁନରୁଦ୍ଧାର ଦିଗରେ ଉଦ୍ୟମ କରା ନ ଯିବା ପ୍ରଶାସନିକ ସ୍ଥାଣୁତା ବୋଲି ଅଭିଯୋଗ କରିଛନ୍ତି ସଚେତନ ନାଗରିକ।
ଏ ସମ୍ପର୍କରେ ପରିବେଶବିତ୍‌ ପ୍ରଦ୍ୟୁମ୍ନ ପ୍ରସାଦ ରଥ କୁହନ୍ତି, ପୋଖରୀର ପୁନରୁଦ୍ଧାର ପାଇଁ ପ୍ରଥମ ପର୍ଯ୍ୟାୟରେ ବ୍ଲକ ଜରିଆରେ ୯ଲକ୍ଷ ଟଙ୍କା ବ୍ୟବସ୍ଥା କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଭୂଷଣ ଶିଳ୍ପାନୁଷ୍ଠାନ ପକ୍ଷରୁ ପାରିପାର୍ଶ୍ୱିକ ଉନ୍ନୟନମୂଳକ କାର୍ଯ୍ୟରେ ଅନ୍ତର୍ଭୁକ୍ତ କରାଇ ଏଥିପାଇଁ ଆଉ ୧୦ ଲକ୍ଷ ଟଙ୍କା ବ୍ଲକକୁ ଦିଆଯାଇଥିଲା। ଏଥିରେ ଆଂଶିକ କାର୍ଯ୍ୟ ହୋଇଛି। ହେଲେ ପୋଖରୀର ସମ୍ପୂର୍ଣ୍ଣ ପୁନରୁଦ୍ଧାର ପାଇଁ ପ୍ରାୟ ୨୦ଲକ୍ଷ ଟଙ୍କାର ଅର୍ଥ ଆବଶ୍ୟକତା ରହିଛି। ବିଡିଓ ସରୋଜ କୁମାର ଦତ୍ତ କୁହନ୍ତି, ବ୍ଲକ ମାଧ୍ୟମରେ ୨ଟି ପର୍ଯ୍ୟାୟରେ ହାରାହାରି ୨୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସମ୍ପୂର୍ଣ୍ଣ ପୁନରୁଦ୍ଧାର ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି। ଏକାଥରରେ ପୁନରୁଦ୍ଧାର କାର୍ଯ୍ୟ ସାରିବା ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

All Right Reserved By

Model This Week

Model This Week

ଅନଗୁଳ-ଢେଙ୍କାନାଳ

ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ଅନୁଗୋଳ ଅଫିସ,୨୬।୪- ଅନୁଗୋଳ ସହରର ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଗୁରୁବାର ସକାଳେ କେହି ଅପହରଣ କରିନେଇଥିବା ପରିବାର ପକ୍ଷରୁ ସନ୍ଧ୍ୟାରେ ଅନୁଗୋଳ ଥାନାରେ ଅଭିଯୋଗ ହୋଇଛି।

ବୃଦ୍ଧଙ୍କୁ ମାଡ଼ ଅଭିଯୋଗ

ବଇଣ୍ଡା,୨୬।୪(ଡି.ଏନ୍‌.ଏ.)- ଠାକୁରଗଡ଼ ଥାନା ଭଙ୍ଗାମୁଣ୍ଡା ଗ୍ରାମର ଶଙ୍ଖାଳି ବିଶ୍ୱାଳଙ୍କୁ ସେହି ଗ୍ରାମର ବିପିନ ନାୟକ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି।

ସଚେତନ ହେଲେ ଦୁର୍ଘଟଣା କମିବ

ସଚେତନ ହେଲେ ଦୁର୍ଘଟଣା କମିବ

ବଇଣ୍ଡା,୨୬।୪(ଡି.ଏନ୍‌.ଏ.)- ସମ୍ପ୍ରତି ଦୁର୍ଘଟଣାର ହାର ବଢି ଚାଲିଛି। ଅସାବଧାନତା ବଶତଃ ଗାଡ଼ି ଚଳାଚଳ ସହ ମଦ୍ୟପାନ ଯୋଗୁ ଏଭଳି ଘଟୁଛି।

ଅଭିନେତ୍ରୀ ଉଷସୀଙ୍କୁ ଅସଦାଚରଣ ଘଟଣା : ଅଭିଯୁକ୍ତଙ୍କ ପକ୍ଷରୁ ପାଲଟା ଅଭିଯୋଗ

ଅଭିନେତ୍ରୀ ଉଷସୀଙ୍କୁ ଅସଦାଚରଣ ଘଟଣା : ଅଭିଯୁକ୍ତଙ୍କ ପକ୍ଷରୁ ପାଲଟା ଅଭିଯୋଗ

ତାଳଚେର, ୨୬ା୪(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ଥାନା ଡେରଙ୍ଗ ଗ୍ରାମକୁ ଏକ ଅପେରା ଦଳରେ ଅଭିନୟ କରିବାକୁ ଯାଇଥିବାବେଳେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ସେହି ଗ୍ରାମର ଇନ୍ଦ୍ରମଣି ସାହୁ ଅସଦାଚରଣ ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ତେବେ ଗୁରୁବାର ଇନ୍ଦ୍ରମଣିଙ୍କ ପକ୍ଷରୁ ତାଳଚେର ଏସ୍‌ଡିଜେଏମ୍‌ କୋର୍ଟରେ ତାଙ୍କ ଓକିଲ ଏକ ପାଲଟା ମକଦ୍ଦମା ରୁଜୁ କରିଛନ୍ତି।

ଶୋ’ ରୁମ୍‌ ଶଟର ତାଡ଼ି ୩ ବାଇକ୍‌ ଲୁଟ୍‌

ଶୋ’ ରୁମ୍‌ ଶଟର ତାଡ଼ି ୩ ବାଇକ୍‌ ଲୁଟ୍‌

ଅନୁଗୋଳ ଅଫିସ,୨୬।୪- ଅନୁଗୋଳ ସହରର ପଞ୍ଚମହଲା ନିକଟରେ ଥିବା ୟାମାହା ଶୋରୁମ୍‌ ଗୋଦାମର ଶଟର୍‌ ତାଡି ଦୁର୍ବୃତ୍ତମାନେ ବୁଧବାର ରାତିରେ ୩ଟି ବାଇକ୍‌ ଲୁଟି ନେଇଛନ୍ତି। ଏ

ସୁରକ୍ଷା ବାର୍ତ୍ତା ବାଣ୍ଟିବ ସଚେତନତା ରଥ

ସୁରକ୍ଷା ବାର୍ତ୍ତା ବାଣ୍ଟିବ ସଚେତନତା ରଥ

ପାଲଲହଡ଼ା,୨୬।୪(ଡି.ଏନ୍‌.ଏ.)- ପାଲଲହଡ଼ା ଉପଖଣ୍ଡ ବସ୍‌ ମାଲିକ ସଂଘ ତତ୍ତ୍ୱାବଧାନରେ ଗୁରୁବାର ୨୯ ତମ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଛି

ଦୁର୍ଘଟଣାରେ ଏନ୍‌ଟିପିସି ଶ୍ରମିକ ଗୁରୁତର

କଣିହାଁ,୨୬।୪(ଡି.ଏନ୍‌.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ସ୍ଥିତ ଏନ୍‌ଟିପିସି ପ୍ରକଳ୍ପର ଠିକା ଶ୍ରମିକ ଯଦୁମଣି ଦାସ ଗୁରୁବାର ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି।

 ଭିଜିଲାନ୍ସ ଜାଲରେ ଆରଡବ୍ଲ୍ୟୁଏସ୍‌ଏସ୍‌  ଇଞ୍ଜିନିୟର

ଭିଜିଲାନ୍ସ ଜାଲରେ ଆରଡବ୍ଲ୍ୟୁଏସ୍‌ଏସ୍‌ ଇଞ୍ଜିନିୟର

ଢେଙ୍କାନାଳ ଅଫିସ, ୨୬।୪ - ଭିଜିଲାନ୍ସ ହାତରେ ଗୁରୁବାର ଧରାପଡ଼ିଛନ୍ତି ପୁରୀ ଜିଲା ସତ୍ୟବାଦୀ ବ୍ଲକର ଆରଡବ୍ଲ୍ୟୁଏସ୍‌ଏସ୍‌ ଆସିଷ୍ଟାଣ୍ଟ ଇଞ୍ଜିନିୟର ସଞ୍ଜୟ ସାହୁ ।

ଟ୍ୟାଙ୍କର ଧକ୍କାରେ ସାଇକେଲ ଆରୋହୀ  ମୃତ

ଟ୍ୟାଙ୍କର ଧକ୍କାରେ ସାଇକେଲ ଆରୋହୀ ମୃତ

ବଇଣ୍ଡା,୨୬।୪(ଡି.ଏନ୍‌.ଏ.)- କଟକ-ସମ୍ବଲପୁର ୫୫ନଂ.ଜାତୀୟ ରାଜପଥର ହଣ୍ଡପା ଥାନା ଲୁହାମୁଣ୍ଡା ସାହୁ ଛକରେ ଗୁରୁବାର ସଡକ ଦୁର୍ଘଟଣା ଘଟିଛି।

ଉଷସୀଙ୍କୁ  ନ୍ୟାୟ ପାଇଁ  ଡିଆଇଜିଙ୍କୁ ଦାବିପତ୍ର

ଉଷସୀଙ୍କୁ ନ୍ୟାୟ ପାଇଁ ଡିଆଇଜିଙ୍କୁ ଦାବିପତ୍ର

ତାଳଚେର,୨୬ା୪(ନି.ପ୍ର.)- ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ନ୍ୟାୟ ପ୍ରଦାନ କରାଯିବା ପାଇଁ ଗୁରୁବାର ତାଳଚେର ଯୁବ ସମାଜସେବୀ ସଂଗଠନ ପକ୍ଷରୁ ଦାବି କରାଯାଇଛି।

ଫେରାର ଅଭିଯୁକ୍ତ ଗିରଫ

ଫେରାର ଅଭିଯୁକ୍ତ ଗିରଫ

ବଇଣ୍ଡା,୨୬।୪(ଡି.ଏନ୍‌.ଏ.)- ହଣ୍ଡପା ପୋଲିସ ଗାଁ ବଇଣ୍ଡା ପଞ୍ଚାୟତ ଡଙ୍ଗାଧର ଗ୍ରାମରେ ଚଢାଉ କରି ଫେରାର ଥିବା ଅଭିଯୁକ୍ତ ହରିହର ବାଘଙ୍କୁ ବୁଧବାର ଗିରଫ କରିଛି।

 ୨ ୟ ଦିନରେ ନୂଆ ବଡ଼କେରା  ଗ୍ରାମବାସୀଙ୍କ ଧାରଣା

୨ ୟ ଦିନରେ ନୂଆ ବଡ଼କେରା ଗ୍ରାମବାସୀଙ୍କ ଧାରଣା

ବନ୍ତଳା,୨୬।୪(ଡି.ଏନ୍‌.ଏ.)- ବାରମ୍ବାର ବିଦ୍ୟୁତ୍‌ କାଟ ପ୍ରତିବାଦରେ ଅନୁଗୋଳ ଜିଲା ବନ୍ତଳା ଥାନା ନୂଆ ବଡ଼କେରା ଗ୍ରାମବାସୀଙ୍କ ଧାରଣା ଶୁକ୍ରବାର ୨ୟ ଦିନରେ ପହଞ୍ଚିଛି।