ଅନଗୁଳ-ଢେଙ୍କାନାଳ

ପୋଲିସ-ମାଜିଷ୍ଟ୍ରେଟ୍‌ ସମନ୍ବୟ ବୈଠକ: ସୌଖୀନ ପାଇଁ ମିଳିବନି ବନ୍ଧୁକ ଲାଇସେନ୍ସ

ପୋଲିସ-ମାଜିଷ୍ଟ୍ରେଟ୍‌ ସମନ୍ବୟ ବୈଠକ: ସୌଖୀନ ପାଇଁ ମିଳିବନି ବନ୍ଧୁକ ଲାଇସେନ୍ସ
ଢେଙ୍କାନାଳ ଅଫିସ, ୧୩।୧୨-ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ବୁଧବାର ଅପରାହ୍ନରେ ଜିଲା ପୋଲିସ-ମାଜିଷ୍ଟ୍ରେଟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଭୂପେନ୍ଦ୍ର ସିଂ ପୁନିଆ ଏଥିରେ ଅଧ୍ୟକ୍ଷତା କରି ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ଜନଜାତି (ଏସ୍‌ଟି) ମାମଲାଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବାକୁ ସମସ୍ତ ଥାନାଧିକାରୀ ଏବଂ ଏସ୍‌ଡିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସରକାରୀ କର୍ମଚାରୀଙ୍କ ଉପରେ ହେଉଥିବା ଆକ୍ରମଣ, ଆଇନଶୃଙ୍ଖଳା ପରିସ୍ଥିତିକୁ ଗୁରୁତ୍ୱ ଦେଇ ଥାନାଧିକାରୀମାନେ ସମାଧାନ କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି। ନିରୀହ ଲୋକଙ୍କୁ ଅଯଥା ହଇରାଣ ହରକତ ନ କରିବା, ସୌଖୀନ ପାଇଁ କୌଣସି ବ୍ୟକ୍ତିଙ୍କୁ ବନ୍ଧୁକ ଲାଇସେନ୍ସ ନ ଦେବାକୁ ଜିଲାପାଳ ପୋଲିସ ଅଧିକାରୀଙ୍କୁ ତାଗିଦ୍‌ କରିଛନ୍ତି। ସମାଜବିରୋଧୀ ବ୍ୟକ୍ତିଙ୍କୁ ଦୃଢ଼ହସ୍ତରେ ଦମନ କରିବାକୁ ସର୍ବସମ୍ମତି ମତ ପ୍ରକାଶ ପାଇଥିଲା। ଜିଲାରେ ଜମିବାଡି ସମ୍ପର୍କିତ ମାମଲାଗୁଡିକୁ ଥାନାରେ ସହୃଦୟତାର ସହ ଗ୍ରହଣ କରି ଏହାର ସମାଧାନ କରିବାକୁ ପରାମର୍ଶ ଦିଆଯାଇଥିଲା। ନିଖୋଜ ପିଲା ଓ ବାଲ୍ୟ ବିବାହ ବନ୍ଦ, ୫୫ନଂ. ଓ ୫୩ନଂ ଜାତୀୟ ରାଜପଥରେ ମଦ୍ୟପାନ କରି ଯାନବାହନ ଚାଳନା, ରାତି ୧୧ଟା ମଧ୍ୟରେ ସମସ୍ତ ଢାବା ବନ୍ଦ, ବ୍ରେଥ୍‌ ଅନାଲାଇଜର ବ୍ୟବହାର, ଅଭ୍ୟାସଗତ ଚୋରାମଦ ବିକ୍ରେତାଙ୍କ ବିରୋଧରେ କଡ଼ା ପଦକ୍ଷେପ ପାଇଁ ପୋଲିସ, ଅବକାରୀ ବିଭାଗ ଏବଂ ମାଜିଷ୍ଟ୍ରେଟ୍‌ଙ୍କ ସମନ୍ବୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ସରକାରୀ ପ୍ରକଳ୍ପ ଯଥା କେନାଲ, ରାସ୍ତା, ରେଳଧାରଣା ଇତ୍ୟାଦି ଅବରୋଧ କରିବା ନେଇ ଅନେକ ମାମଲା ରୁଜୁ ହେଉଛି। ଏହାଦ୍ୱାରା ସରକାରୀ ରାଜକୋଷକୁ କୋଟି କୋଟି ଟଙ୍କା ଅପଚୟ ହେଉଛି। ଏପରି ମାମଲାଗୁଡ଼ିକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ମାନବାଧିକାର ସମ୍ବନ୍ଧୀୟ ମାମଲାଗୁଡିକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଥିବା ବୈଠକରେ ଆଲୋଚନା ହୋଇଥିଲା। ପ୍ରଦୂଷଣ ରୋକିବାକୁ ରାସ୍ତାକଡ଼ରେ କୋଇଲା ବ୍ୟବହାର ବନ୍ଦ କରିବା ଏବଂ ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସ-ମାଜିଷ୍ଟ୍ରେଟ୍‌ମାନେ ଏକାଠି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଏସ୍‌ପି ବସନ୍ତ କୁମାର ପାଣିଗ୍ରାହୀ, ଅତିରିକ୍ତ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଉପଜିଲାପାଳ ଶିଳ୍ପା ଶର୍ମା, କଳ୍ପତରୁ ବେହେରା, ଭବେଶ ନାୟକ, ସମସ୍ତ ଏସ୍‌ଡିପିଓ, ଥାନାଧିକାରୀ, ଅବକାରୀ ଅଧୀକ୍ଷକ, ଆଞ୍ଚଳିକ ପରିବହନ ଅଧିକାରୀ, ତହସିଲଦାର ଏବଂ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
All Right Reserved By

ଅନଗୁଳ-ଢେଙ୍କାନାଳ

ଗ୍ୟାସ ନିଆଁରୁ ମା, ଝିଅ ମୃତ୍ୟୁ ଘଟଣା: ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଜେଲ୍‌ଭରୋ ଆନ୍ଦୋଳନ

ଗ୍ୟାସ ନିଆଁରୁ ମା, ଝିଅ ମୃତ୍ୟୁ ଘଟଣା: ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଜେଲ୍‌ଭରୋ ଆନ୍ଦୋଳନ

ଭୁବନ,୨୪।୯(ଡି.ଏନ.ଏ.)- ଭୁବନ ଏନ୍‌ଏସି ୩ନଂ. ଓ୍ବାର୍ଡ ଅଧୀନ ଗୋଡ଼ିପାଟଣାର ଦୁର୍ଯ୍ୟୋଧନ ପୋଥାଳଙ୍କ ସ୍ତ୍ରୀ ମମତା ଓ ଝିଅ ଜ୍ୟୋସ୍ନାମୟୀଙ୍କ ମୃତ୍ୟୁ ଘଟଣାକୁ ନେଇ ସୋମବାର ଅଞ୍ଚଳର ସମସ୍ତ ମହିଳା ସ୍ବୟଂସହାୟକ ଗୋଷ୍ଠୀ ପକ୍ଷରୁ ଜେଲଭରୋ ଆନ୍ଦୋଳନ କରାଯାଇଛି। 

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ଢେଙ୍କାନାଳ ଅଫିସ,୨୪ା୯- ଢେଙ୍କାନାଳ ସହର ଗୁଡିଆନାଳି ଶିକ୍ଷକ କଲୋନିଠାରେ ରହୁଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ଶତପଥୀ(୮୪)ଙ୍କ ସୋମବାର ଭୋର ସମୟରେ ପରଲୋକ ହୋଇଯାଇଛି। 

ଇନ୍‌ଜେକ୍ସନ ନେଇ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଇନ୍‌ଜେକ୍ସନ ନେଇ ଯୁବକଙ୍କ ମୃତ୍ୟୁ ଅଭିଯୋଗ


ଅନୁଗୋଳ ଅଫିସ,୨୪।୯- ଅନୁଗୋଳ ଥାନା ବଲାସିଂଘା ଗ୍ରାମ ବାଲିସାହିର ଜଣେ ଯୁବକ ଇନଜେକ୍ସନ ନେଇ ମୃତ୍ୟୁବରଣ କରିଛନ୍ତି। ଏ ନେଇ ତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଯୁବକ ଜଣକ ହାଟ ଛକରେ ଥିବା ଜୈନେକ ଡାକ୍ତରଙ୍କ ପାଖରେ ଦହ ଦେଖେଇ ଏକ ଔଷଧ ଦୋକାନରେ ଇନଜେକ୍ସନ ନେଇଥିଲେ। ପରେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା। 

ଅନୁଗୋଳ ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ

ଅନୁଗୋଳ ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ


ଅନୁଗୋଳ ଅଫିସ,୨୪।୯-  ବିଭିନ୍ନ ଦାବିରେ  ଅନୁଗୋଳ ଅଗ୍ନିଶମ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। 

ଆମ ପୋଲିସ ସମିତି ବୈଠକ

ଆମ ପୋଲିସ ସମିତି ବୈଠକ

ଛେଣ୍ଡିପଦା,୨୪।୯(ଡି.ଏନ.ଏ.)- ଛେଣ୍ଡିପଦା ଥାନା ପୋଲିସ ପ୍ରଶାସନ ପକ୍ଷରୁ ବସନ୍ତପୁର ପଞ୍ଚାୟତ ଅଫିସଠାରେ ସୋମବାର ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଆଇଆଇସି ନିର୍ମଳା ଗୋଚ୍ଛାୟତଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ପଞ୍ଚାୟତସ୍ତରୀୟ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା।

୭୪ ଅଭିଯୋଗ ଶୁଣିଲେ ଜିଲାପାଳ

୭୪ ଅଭିଯୋଗ ଶୁଣିଲେ ଜିଲାପାଳ

କାମାକ୍ଷାନଗର,୨୪।୯(ଡି.ଏନ.ଏ.)- କାମାକ୍ଷାନଗର ବ୍ଲକ ପରିସରରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।

ଅଗ୍ନିକାଣ୍ଡ: ୪ ବଖରା ଛାର୍‌ଖାର

ଅଗ୍ନିକାଣ୍ଡ: ୪ ବଖରା ଛାର୍‌ଖାର


ପରଜଙ୍ଗ,୨୪ା୯(ଡି.ଏନ.ଏ.)- ପରଜଙ୍ଗ ବ୍ଲକ କଲଦା ପଞ୍ଚାୟତ ବ୍ରାହ୍ମଣୀବେଡିଆ ଗ୍ରାମରେ ଗ୍ୟାସ ସିଲିଣ୍ଡର ଲିକେଜ୍‌ରୁ ଅଗ୍ନିକାଣ୍ଡ ଘଟି ୪ ବଖରା ଛାରଖାର ହୋଇଯାଇଛି। 

ବିନା ଡିଜେରେ ହେବ ବଳଦଯାତ୍ରା

ବିନା ଡିଜେରେ ହେବ ବଳଦଯାତ୍ରା

ଭୁବନ, ୨୪ା୯(ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳର ଐତିହ୍ୟର ପ୍ରତୀକ ବଳଦଯାତ୍ରାରେ ବାଜିବନି ତୀବ୍ର ଶବ୍ଦଯୁକ୍ତ ଡିଜେ। ସର୍ବସାଧାରଣଙ୍କ ସ୍ବାର୍ଥ, ପରମ୍ପରା ବଞ୍ଚାଇ ରଖିବାକୁ ଯାଇ ସର୍ବସମ୍ମତ୍ତିକ୍ରମେ ଏପରି ନିଷ୍ପତ୍ତି ନିଆଯାଇଛି। ଏହାପରେ ଯାତ୍ରାକୁ ନେଇ ଲାଗି ରହିଥିବା ଅନିଶ୍ଚିତତାରେ ପଡ଼ିଛି ଯବନିକା, ଯାହାକୁ ସ୍ବାଗତ କରିଛନ୍ତି ବିଭିନ୍ନ ବର୍ଗର ବୁଦ୍ଧିଜୀବୀ। 
ବଳଦଯାତ୍ରାରେ ଡିଜେ ସାଉଣ୍ଡ ବାଜିବ କି ନାହିଁ ତାହାକୁ ନେଇ ଟଣାଓଟରା ଲାଗି ରହିଥିଲା। କେତେକ ବଳଦିଆ ଏବଂ ପୂଜା କମିଟି କର୍ମକର୍ତ୍ତା ଡିଜେ ସାଉଣ୍ଡ ସପକ୍ଷରେ ରହିଥିବାବେଳେ ଏହାକୁ ବିରୋଧ କରିଥିଲା ଶାନ୍ତି କମିଟି। ଏପରି କି କଟକଣା ନ ମାନିଲେ ଯାତ୍ରାରୁ ଓହରି ଯିବାକୁ ଧମକ ଦେଇଥିଲେ କମିଟି ସଭ୍ୟ। ଏହାପରେ ଯାତ୍ରା ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଥିଲା।

ବର୍ଷା ହେଲେ ପାଠପଢ଼ା ଠପ୍‌

ବର୍ଷା ହେଲେ ପାଠପଢ଼ା ଠପ୍‌

ଭୁବନ, ୨୪ା୯(ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା ଭୁବନ ବ୍ଲକ ଯମୁନାକୋଟ ପଞ୍ଚାୟତ ନୃସିଂହପୁରରେ ରହିଛି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ୧୯୫୮ରୁ ଆରମ୍ଭ ହୋଇଥିବା ଏହି ସ୍କୁଲରେ ପ୍ରଥମରୁ ସପ୍ତମ ଯାଏ ୬୮ଜଣ ପିଲା ପଢ଼ୁଛନ୍ତି। ଶିକ୍ଷାଦାନ ଲାଗି ୪ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି।

ନାବାଳିକାଙ୍କୁ ଅପହରଣ, ଯୁବକ ଗିରଫ

ନାବାଳିକାଙ୍କୁ ଅପହରଣ, ଯୁବକ ଗିରଫ

ଛେଣ୍ଡିପଦା,୨୪ା୯(ସ୍ବ.ପ୍ର.)- ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ବନ୍ତଳା ଥାନା ପୁରୁଣାଗଡ ଗ୍ରାମର ପଞ୍ଚାନନ ବେହେରା(୧୯)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସ କହିଛି,  ସମ୍ପୃକ୍ତା ନାବାଳିକାଙ୍କୁ ପଞ୍ଚାନନ ଶୁକ୍ରବାର ଅପହରଣ କରି ନିଜ ଘରେ ରଖିଥିଲେ। 

ବର୍ଷାରେ ଭିଜୁଛନ୍ତି, ଖରାରେ ସିଝୁଛନ୍ତି

ବର୍ଷାରେ ଭିଜୁଛନ୍ତି, ଖରାରେ ସିଝୁଛନ୍ତି

ଅନୁଗୋଳ ଅଫିସ, ୨୪ା୯- ଏକମାତ୍ର ଝାଟି ମାଟି ଘର ଭୁଶୁଡି ପଡିଲା। ସୌଭାଗ୍ୟବଶତଃ କାନ୍ଥ ପଡିବାରୁ ବଞ୍ଚିଗଲୁ ସିନା ଏବେ ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ। ପୋଷାକ ପତ୍ରଠାରୁ ଆରମ୍ଭ କରି ରୋଷେଇ ସାମଗ୍ରୀ କାନ୍ଥ ତଳେ ପୋତି ହୋଇଯାଇଛି। ପାଖରେ କିଛି ନ ଥିବାରୁ ୨ ଦିନ ହେଲା ବାହାରେ ବର୍ଷାରେ ଭିଜୁଛୁ। ସେମିତି ଘର ବାହାରେ ପଡି ରହି ପ୍ରଶାସନର ସହାୟତାକୁ ଅନାଇଛୁ। କେହି ଟିକିଏ ସାହାଯ୍ୟ କଲେ ଘରଟା ଉଠିପାରନ୍ତା ବୋଲି ଅସହାୟ ଅବସ୍ଥାରେ ଦୁଃଖ ବଖାଣିଛନ୍ତି ଅନୁଗୋଳ ଜିଲା ବଅଁରପାଳ ବ୍ଲକ ରାଉତଳା ଗ୍ରାମର ଅରକ୍ଷିତ ସାହୁ(୭୫)।

କଣିହାଁରେ ହାତୀ ଉପଦ୍ରବ, ମିଳିବ କ୍ଷତିପୂରଣ

କଣିହାଁରେ ହାତୀ ଉପଦ୍ରବ, ମିଳିବ କ୍ଷତିପୂରଣ

କଣିହାଁ, ୨୪ା୯(ଡି.ଏନ.ଏ.)- କଣିହାଁ ବନାଞ୍ଚଳ ଅଧୀନରେ ୪ ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି। ଏଥିଯୋଗୁ ବହୁ ଫସଲ ନଷ୍ଟ ହେବା ସହ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା କାମ ଜାରି ରହିଛି। ଏହି ଇଲାକାରେ ପଶିଥିବା ୧୪ଟି ହାତୀ ମଧ୍ୟରୁ ୪ଟି ଅନ୍ୟ ବନାଞ୍ଚଳକୁ ଯାଇଥିବାବେଳେ ଆଉ ୧୦ ହାତୀ ରହି ଉପଦ୍ରବ କରୁଛନ୍ତି।