ଉପକୂଳ ଓଡିଶା

ଅବହେଳା ପ୍ରଦର୍ଶନକାରୀ ଡାକ୍ତରଙ୍କ ବିରୋଧରେ ଗର୍ଜିଲା ପରିଷଦ

ଅବହେଳା ପ୍ରଦର୍ଶନକାରୀ ଡାକ୍ତରଙ୍କ ବିରୋଧରେ ଗର୍ଜିଲା ପରିଷଦ
ଜଗତ୍‌ସିଂହପୁର ଅଫିସ, ୧୩।୧୨ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ କେତେକ ଡାକ୍ତର ରୋଗୀଙ୍କ ସହ ଚରମ ବିଶ୍ୱାସଘାତକତା କରୁଛନ୍ତି। ଏପରି କି ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ଅନେକ ସମୟରେ ରୋଗୀଙ୍କ ମୃତ୍ୟୁ ହେବାର ମଧ୍ୟ ନଜିର ରହିଛି। ଲୋକଙ୍କ ଟିକସରେ ମୋଟା ଅଙ୍କର ଦରମା ପାଉଥିବା ଏହି ଡାକ୍ତରମାନେ ଜିଲା ମୁଖ୍ୟ ଚିକିତ୍ସାଳୟ ଅପେକ୍ଷା ବେସରକାରୀ ନର୍ସିଂହୋମ୍‌ ଆଦିରେ ଅଧିକ ସମୟ କାଟୁଛନ୍ତି। ସରକାରଙ୍କ ଜନ କଲ୍ୟାଣକାରୀ ନିରାମୟ ଯୋଜନା କାର୍ଯ୍ୟକାରିତାରେ ବାଧକ ସାଜି ବାହାରୁ ଔଷଧ କିଣିବାକୁ ରୋଗୀଙ୍କୁ ବାଧ୍ୟ କରୁଛନ୍ତି। ରୋଗୀ ଓ ସେମାନଙ୍କ ସମ୍ପର୍କିୟଙ୍କ ପ୍ରତି ଡାକ୍ତରଙ୍କ ଆଚରଣ ସୀମା ଟପିଗଲାଣି। ତେଣୁ ଏହି ଅର୍ଥଲୋଭି ଡାକ୍ତରଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବୁଧବାର ଜିଲା ଗଣ ସଂଗ୍ରାମ ପରିଷଦ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅନୁଷ୍ଠିତ ଧାରଣାରେ ଚେତାବନୀ ଦିଆଯାଇଛି। ଜିଲାରେ ଖାଲିଥିବା ଡାକ୍ତର ପଦବୀ ତୁରନ୍ତ ପୂରଣ କରିବା ସହ କର୍ତ୍ତବ୍ୟରେ ଅବହେଳା କରୁଥିବା ଡାକ୍ତରଙ୍କୁ କେବଳ ନିଲମ୍ବନ ନୁହେଁ ବରଂ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରାଯାଇଛି। ଆଗାମୀ ଦିନରେ ଡାକ୍ତରମାନେ ସେମାନଙ୍କ କାର୍ଯ୍ୟପ୍ରତି ସତର୍କ ନ ରହିଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଜିଲା ଗଣ ସଂଗ୍ରାମ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି। ଗଣ ସଂଗ୍ରାମ ପରିଷଦ ସମ୍ପାଦକ ତଥା ଆଇନଜୀବୀ ବାସୁଦେବଙ୍କ ନେତୃତ୍ୱରେ ଅନୁଷ୍ଠିତ ଧାରଣାରେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ ଗତ ୩୦ତାରିଖରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଶିଶୁରୋଗ ବିଶେଷଜ୍ଞ ମମତା ଶତପଥୀ ଏବଂ ଭେଷଜ ବିଶେଷଜ୍ଞ ହିମାଂଶୁ ଶେଖର ନନ୍ଦଙ୍କୁ ନିଲମ୍ବିତ କରିଥିଲେ। ଏହି ୨ଡାକ୍ତରଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବିରେ ଓମ୍‌ସା ଆନ୍ଦୋଳନ ଚେତାବନୀ ଦେଇଥିଲା। ଓମ୍‌ସାର ଏହି ଚେତାବନୀକୁ ଜିଲା ଗଣ ସଂଗ୍ରାମ ପରିଷଦ ଦୃଢ ନିନ୍ଦା କରିବା ସହ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଥିଲେ। ନିଲମ୍ବିତ ଡାକ୍ତରଙ୍କୁ କେବଳ ନିଲମ୍ବନ ନୁୁହେଁ ବରଂ ସେମାନଙ୍କ ବିରୋଧରେ ଅଧିକ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ଅଛି ବୋଲି ପରିଷଦ ପକ୍ଷରୁ ଦାବି ହୋଇଛି। ଏହି ଡାକ୍ତରମାନେ ସରକାରୀ ନିଯୁକ୍ତି ପାଇଥିଲେ ସୁଦ୍ଧା ରୋଗୀଙ୍କୁ ନର୍ସିଂହୋମ୍‌ ମୁହାଁ କରୁଛନ୍ତି। ଏଥିସହ ଆଉ ମଧ୍ୟ କେତେଜଣ ଡାକ୍ତର ଅଛନ୍ତି ଯେଉଁମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଜିଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି। ସେଗୁଡିକ ବ୍ୟବହାର କରା ନ ଯାଇ ରୋଗୀଙ୍କୁ ବାହାରେ ପରୀକ୍ଷା ପାଇଁ ବାଧ୍ୟ କରାଯାଉଛି। ତେଣୁ ଆଗାମୀ ଦିନରେ ଡାକ୍ତରଙ୍କ ଏଭଳି ଆଚରଣରେ ସୁଧାର ନ ଆସିଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ପ୍ରଦୀପ୍ତ ରାମଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଧାରଣାରେ ଆଇନଜୀବୀ ବାସୁଦେବ ସରକାରଙ୍କ ନିରାମୟ ଯୋଜନାରେ ଡାକ୍ତର ଚିଠା ଲେଖୁ ନ ଥିବା ଅଭିଯୋଗରେ କଟକର ଜଣେ ଡାକ୍ତରଙ୍କୁ ଗିରଫ କରିବାକୁ ପଦକ୍ଷେପ ନିଆଯାଇଛି। ଏହି ଆଧାରରେ ଜଗତ୍‌ସିଂହପୁରରୁ ନିଲମ୍ବିତ ୨ଡାକ୍ତରଙ୍କୁ ମଧ୍ୟ ଗିରଫ କରାଯାଉ ବୋଲି ବାସୁଦେବ ଦାବି କରିଛନ୍ତି। ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ଦେବୀ ପ୍ରସାଦ ମହାରଣା, ବିପ୍ଳବ ଚୌଧୁରୀ, ଶାରଦା ଜେନା, ଶେଷଦେବ ନନ୍ଦ, ରବୀନ୍ଦ୍ର ନାଥ ସ୍ବାଇଁ, ପ୍ରସନ୍ନ ମହାପାତ୍ର, ବସନ୍ତ ସ୍ବାଇଁ, ଶାରଦା ପ୍ରସନ୍ନ ସିଂହ, ବନମାଳୀ ମହାରଣା, ଶାରଦା ପ୍ରସାଦ ରାୟ, ପ୍ରଦୀପ୍ତ ସାହୁ, ପ୍ରଶାନ୍ତ ମଲ୍ଲିକ, ଜଗଦାନନ୍ଦ ବେହେରା, ଭରତ ସାହୁ, ସୁଭାଷ ସ୍ବାଇଁ, ବିଭୂତିଭୂଷଣ ପରିଡ଼ା, ଧର୍ମାନନ୍ଦ ରାଉତ, ଶିବ ଚରଣ ସାହୁ, ଶାରଦା ପ୍ରସାଦ ରାୟ, ରମେଶ ନାୟକ, ବିଭୂତି ଗାୟନ, ମନୋଜ ଦାଶ, ଯଦୁନାଥ ଜେନା ଓ କୃଷ୍ଣଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ଡାକ୍ତରଙ୍କ ମନମାନିକୁ ବିରୋଧ କରିଥିଲେ। ଏହି ଧାରଣାରେ ବିଭିନ୍ନ ବର୍ଗର ଲୋକମାନେ ସାମିଲ ହୋଇ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
All Right Reserved By

ଉପକୂଳ ଓଡିଶା

 ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ବିଭିନ୍ନ ଦାବି ନେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ମହାକାଳପଡା, ୧୫।୧୦(ଡି.ଏନ.ଏ.): କଂଗ୍ରେସ ପକ୍ଷରୁ ସ୍ଥାନୀୟ ମହାକାଳପଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଲଘୁଚାପଜନିତ ଓ ତିତ୍‌ଲି ବାତ୍ୟା ପ୍ରଭାବରେ ସ୍ଥାନୀୟ ଚାଷୀଙ୍କୁ ପଲିଥିନ୍‌, କୃଷି ଋଣ ଛାଡ, ମତ୍ସ୍ୟଜୀବିଙ୍କୁ ସହାୟତା ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଅଟଳ ସମ୍ମାନ ସମାରୋହ

ଅଟଳ ସମ୍ମାନ ସମାରୋହ

ଆଳି,୧୫।୯(ଡି.ଏନ.ଏ.): ପ୍ରିନ୍ସ ଫାଉଣ୍ଡେସନ ପକ୍ଷରୁ ସୋମବାର ପୂର୍ବାହ୍ନରେ ନିଆଳ ହାଟଠାରେ ଥିବା ହେଲିପ୍ୟାଡ ପଡିଆରେ ଅଟଳ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ଡଙ୍କାରୀ ପାହାଡ଼ର ୬ କଳାପଥର ଖାଦାନ ସିଲ୍‌

ଡଙ୍କାରୀ ପାହାଡ଼ର ୬ କଳାପଥର ଖାଦାନ ସିଲ୍‌

ଯାଜପୁର ଅଫିସ,୧୫।୧୦: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବହୁ ଚର୍ଚ୍ଚିତ ଡଙ୍କାରୀ ପାହାଡର ୬ଟି କଳାପଥର ଖାଦାନକୁ ସୋମବାର ସକାଳେ ସିଲ୍‌ କରି ଦିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ୪ ଜେସିବି ମେଶିନ ସହାୟତାରେ ଖାଦାନକୁ ଯାଇଥିବା ରାସ୍ତାରେ ପ୍ରାୟ ୧୦ ଫୁଟ ଗଭୀର ଏକ ଗାତ ଖୋଳାଯାଇଛି

ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ପାଳନ

ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ପାଳନ

ରାଜନଗର, ୧୫।୧୦(ଡି.ଏନ.ଏ.) ନ୍ଦ୍ରୋପଡା ଜିଲା ରାଜନଗର ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ସୋମବାର ପାଳନ ହୋଇଯାଇଛି। 

ସାହିତ୍ୟ ଆସରରେ ଗଳ୍ପ ଓ କବିତା ପାଠ

ସାହିତ୍ୟ ଆସରରେ ଗଳ୍ପ ଓ କବିତା ପାଠ

ବୋଲଗଡ଼,୧୫ା୧୦(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତଠାରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। 

ମା’ କୋଶଳାଶୁଣି ମହୋସତ୍ବ ଉଦ୍‌ଘାଟିତ

ମା’ କୋଶଳାଶୁଣି ମହୋସତ୍ବ ଉଦ୍‌ଘାଟିତ

ବୋଲଗଡ଼,୧୫ା୧୦(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ଆରିକମାଠାରେ ମା’ କୋଶଳାଶୁଣି ମହୋସତ୍ବ ଶନିବାରଠାରୁ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ସନ୍ଧ୍ୟାର ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ ସାମାଜିକ କର୍ମୀ ପ୍ରଦୀପ କୁମାର ସାହୁ ଯୋଗ ଦେଇଥିଲେ।

ରାଜ୍ୟସ୍ତରୀୟ କବାଡ଼ି ଟୁର୍ନାମେଣ୍ଟ : ବାରଙ୍ଗ ବିଜୟୀ

ରାଜ୍ୟସ୍ତରୀୟ କବାଡ଼ି ଟୁର୍ନାମେଣ୍ଟ : ବାରଙ୍ଗ ବିଜୟୀ

ବୋଲଗଡ଼,୧୫ା୧୦(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବାଙ୍କୋଇ କଚେରିବର କବାଡି ଖେଳପଡ଼ିଆରେ ଚାଲିଥିବା ମା’ରାମଚଣ୍ଡୀ ରାଜ୍ୟସ୍ତରୀୟ କବାଡି ଟୁର୍ନ୍ନାମେଣ୍ଟର ୨ୟ ଦିବସୀୟ ମ୍ୟାଚ୍‌ ରବିବାର ଅନୁଷ୍ଠିତ ହୋଇଛି।

ରୋଗପୋକ, ବନ୍ୟଜନ୍ତୁ ପ୍ରାଦୁର୍ଭାବ: ଚାଷୀ ହନ୍ତସନ୍ତ

ଟାଙ୍ଗୀ(ଖୋର୍ଦ୍ଧା),୧୫ା୧୦(ଡି.ଏନ.ଏ.)-ରଣପୁର ବ୍ଲକ୍‌ର ମୟୂରଝାଲିଆ ଓ ରାଜଜଙ୍କିଆ ପଞ୍ଚାୟତର ଚାଷଜମିରେ ରୋଗପୋକ ଓ ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବ ଯୋଗୁ ଚାଷୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ହାତୀ, ପାତିମାଙ୍କଡ଼, ରୋଗପୋକ ଓ ଶେଷକୁ ତିତ୍‌ଲି ଯୋଗୁ ଲଗାତର ବର୍ଷା ଏହି ଅଞ୍ଚଳର ଚାଷୀଙ୍କୁ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ କରାଇଛି ।

    କୃଷ୍ଣଙ୍କୁ ପାଇବା ପାଇଁ ୧ ମାସ ଧରି ମାନସିକ ବ୍ରତ

କୃଷ୍ଣଙ୍କୁ ପାଇବା ପାଇଁ ୧ ମାସ ଧରି ମାନସିକ ବ୍ରତ

ଖଣ୍ଡପଡା,୧୫ା୧୦(ସ୍ବ.ପ୍ର.)-କଣ୍ଟିଲୋ ଶ୍ରୀ ନୀଳମାଧବ ଜୀଉଙ୍କ ଶରଦ ରାସୋସତ୍ବ ଶନିବାରଠାରୁ ଆରମ୍ଭ ହୋଇଯାଇଛି ା ଉସତ୍ବର ପ୍ରଥମ ପର୍ବ ଆରମ୍ଭ ହୁଏ ଶୁକ୍ଳ ପଞ୍ଚମୀ ତିଥିରୁ ା ଏଥିନିମନ୍ତେ ନୀଳମାଧବ ପାଦଦେଶରେ ଥିବା ମହାନଦୀ ବାଲୁକା ଶଯ୍ୟା ଉତ୍ସବ ମୁଖରିତ ହୋଇଉଠେ ା 

ଦଶହରା ପାଳନ ନିମନ୍ତେ ୩ ପୂଜା କମିଟିଙ୍କ ପ୍ରସ୍ତୁତି

ଦଶହରା ପାଳନ ନିମନ୍ତେ ୩ ପୂଜା କମିଟିଙ୍କ ପ୍ରସ୍ତୁତି

ଖଣ୍ଡପଡା,୧୫ା୧୦(ସ୍ବ.ପ୍ର.)-ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜାକୁ ଅଧିକ ସରସସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଖଣ୍ଡପଡ଼ା ବ୍ଲକ ଖଳିସାହି ଗ୍ରାମର ୩ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଦଶହରା ପର୍ବ ପାଳନ ନିମନ୍ତେ ଖଳିସାହି ଦୁର୍ଗା ବଜାର, ଲକ୍ଷ୍ମୀବଜାର ଓ ଗଣେଶ ବଜାର ପୂଜା କମିଟିର ସଦସ୍ୟମାନେ ଏକ ମାସ ପୂର୍ବରୁ ପ୍ରସ୍ତୁତି ଚଳାଇଛନ୍ତି। ଗ୍ରାମର ମୁଖ୍ୟ ବଜାର ମଧ୍ୟରେ ୧୦ଟି ତୋରଣ ନିର୍ମାଣ କାର୍ଯ୍ୟ ଚାଲୁରହିଛି।

ଦଶପଲ୍ଲା ମେଡିକାଲ ପରିସର ସଫେଇ

ଦଶପଲ୍ଲା ମେଡିକାଲ ପରିସର ସଫେଇ

ଦଶପଲ୍ଲା,୧୫ା୧୦(ଡି.ଏନ.ଏ.)- ରବିବାର ଦଶପଲ୍ଲାସ୍ଥିତ ତମନ୍ନା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ତରଫରୁ ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ରାସ୍ତାଘାଟ ଓ ମେଡିକାଲ ପରିସର ସଫେଇ କରାଯାଇଛି।

ପ୍ରାତଃ ଭ୍ରମଣ ବେଳେ ଧକ୍କାଦେଲା ଟ୍ରକ୍‌: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ନୂଆଗାଁ,୧୫ା୧୦ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ଥାନା ଅଧୀନ କୋରଡା ଗ୍ରାମରେ ରବିବାର ପ୍ରାତଃ ଭ୍ରମଣରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଟ୍ରକ୍‌ ଧକ୍କା ଦେବାରୁ ସେ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।