ଉପକୂଳ ଓଡିଶା

ଜାରକାରେ ପ୍ଲାଷ୍ଟିକ ଅଟାକୁ ନେଇ ଚର୍ଚ୍ଚା

ଜାରକାରେ ପ୍ଲାଷ୍ଟିକ ଅଟାକୁ ନେଇ ଚର୍ଚ୍ଚା

ଯାଜପୁର ଅଫିସ,୧୩। ୧୨-ରାଜ୍ୟରେ ପ୍ଲାଷ୍ଟିକ ଚାଉଳ ପରେ ଏବେ ଯାଜପୁର ଜିଲାରେ ପ୍ଲାଷ୍ଟିକ ଅଟା ବଜାରକୁ ଆସିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଧର୍ମଶାଳା ବ୍ଲକ ଜାରକା ଅଞ୍ଚଳର ମନୋଜ ମହାନ୍ତିଙ୍କ ଘରେ ପୁରୀ ଛଣା ଯାଉଥିବାବେଳେ କିଛି ଭିନ୍ନତା ଦେଖା ଦେଇଥିବା ଜଣାପଡିଛି। ଗରମ ତେଲରେ ଯେତେବେଳେ କଞ୍ଚା ପୁରୀ ପକାଯାଉଥିଲା ସେଥିରୁ କିଛି ପ୍ଲାଷ୍ଟିକ ଭଳି ତରଳି ଯାଇ କଠିନ ଭାବେ ଜମଟ ବାନ୍ଧୁଥିବା ଦେଖିବାକୁ ମିଳିଥିଲା। ପରେ ପୁରୀକୁ ଯେତେବେଳେ ନିଆଁରେ ପକାଯାଇଥିଲା ପ୍ଲାଷ୍ଟିକ ଭଳି ତାହା ଜଳିଥିଲା। ଏହାକୁ ଦେଖି ସେଠାରେ ଉପସ୍ଥିତ ଲୋକେ ବିସ୍ମିତ ହୋଇ ପଡିଥିଲେ। ଏହାପରେ ତାକୁ କେହି ନ ଖାଇ ଫିଙ୍ଗି ଦେଇଥିଲେ। ଜଗତପୁରସ୍ଥିତ ଏକ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଅଟାରେ ଏହି ପୁରୀ ହେଉଥିଲା। ଏହାକୁ ଲୋକେ ପ୍ଲାଷ୍ଟିକ ମିଶା ଅଟା ବୋଲି ଅଭିଯୋଗ କରୁଥିବାରୁ ଜିଲା ଯୋଗାଣ ବିଭାଗ ପକ୍ଷରୁ ତଦନ୍ତସାପେକ୍ଷ ବୋଲି ମତପ୍ରକାଶ ପାଇଛି।

All Right Reserved By

Model This Week

Model This Week

ଉପକୂଳ ଓଡିଶା

କେନ୍ଦ୍ରାପଡ଼ା ପଲିଟେକ୍‌ନିକ୍‌ କଲେଜ: ୧୩୦ ଛାତ୍ର ପରୀକ୍ଷା ଦେବାରୁ ବଞ୍ଚତ୍ତ

ଡେରାବିଶ, ୨୬ା୪(ସ୍ବ.ପ୍ର.): ଡେରାବିଶ ବ୍ଲକ ଚାଟରାଚକଡ଼ା ପଞ୍ଚାୟତ ଛତାସ୍ଥିତ କେନ୍ଦ୍ରାପଡ଼ା ପଲିଟେକ୍‌ନିକ୍‌ କଲେଜରେ ଶେଷ ବର୍ଷ ଓ ଦ୍ୱିତୀୟ ବର୍ଷ ପିଲାଙ୍କ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଥିବା ବେଳେ ୧୩୦ଜଣ ଛାତ୍ର ପରୀକ୍ଷା ଦେବାରୁ ବଞ୍ଚତ୍ତ ହୋଇଛନ୍ତି। ଏଥିରେ ଶେଷ ବର୍ଷର ୮୦ ଛାତ୍ର ଥିବା ୫୦ଜଣ ଛାତ୍ର ୨ୟ ବର୍ଷର।

୮ ବଖରା ପୋଡ଼ିଗଲା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

୮ ବଖରା ପୋଡ଼ିଗଲା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ନାଉଗଁ।,୨୬ା୪(ସ୍ବ.ପ୍ର.): ନାଉଗଁ। ବ୍ଲକ ଗୋଠଦା-ଇଚ୍ଛାପୁର ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ଜଣଙ୍କ ୮ ବଖରା ପୋଡିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଗ୍ରାମର ଲଲାଟ ବିଶ୍ୱାଳଙ୍କ ୧ ବଖରା, ବିନୟ ବିଶ୍ୱାଳଙ୍କ ୧ ବଖରା ଓ ଶତୃଘନ ବିଶ୍ୱାଳଙ୍କ ୬ ବଖରା ପୋଡ଼ିଯାଇଛି।

ବାହୁବଳିଙ୍କ କବ୍‌ଜାରେ ଗୋଚର, ସର୍ବସାଧାରଣ ଜମି

ବାହୁବଳିଙ୍କ କବ୍‌ଜାରେ ଗୋଚର, ସର୍ବସାଧାରଣ ଜମି

କୁଜଙ୍ଗ,୨୬ା୪(ସ୍ବ.ପ୍ର.): କୁଜଙ୍ଗ ଥାନା ଜିଲାନାସୀ ପଞ୍ଚାୟତର ତେନ୍ତୁଲିଆ ଖମାର ଗ୍ରାମରେ ବହୁ ଗୋଚର ଓ ସର୍ବସାଧାରଣ ଜମି କେତେକ ଲୋକ ଜବରଦଖଲ କରି ରଖିଛନ୍ତି। ଏଥିଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।

ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ରଣପୁର,୨୬।୪(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ଥାନା ପୋଲିସ ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି) ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ଜଗତ୍‌ସିଂହପୁର ଜିଲା ବିରିଡି ଥାନା ବାଗଲପୁର ଗ୍ରାମରୁ ଗୁରୁବାର ଗିରଫ କରିଛି। ସେ ହେଲେ ସେହି ଗ୍ରାମର ସନାତନ ପରିଡା(୩୦)।

ସଡକ ସୁରକ୍ଷା ସପ୍ତାହ ପାଳିତ

ସଡକ ସୁରକ୍ଷା ସପ୍ତାହ ପାଳିତ

ବାଙ୍କୀ, ୨୬ା୪ (ସ୍ବ.ପ୍ର.) - ୨୯ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ବାଙ୍କୀ ଥାନାରେ ଗୁରୁବାର ଦୁର୍ଘଟଣାଗ୍ରସ୍ତଙ୍କ ସାହାଯ୍ୟ କରିଥିବା ଲୋକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। କଟକ ଜିଲା ଗ୍ରାମାଞ୍ଚଳ ପୋଲିସ ଓ କଟକ ଆଞ୍ଚଳିକ ପରିବହନ ପ୍ରାଧିକରଣ ପକ୍ଷରୁ ବାଙ୍କୀ ଥାନା ପରିସରରେ ଆୟୋଜିତ ଏହି ଉତ୍ସବରେ ବାଙ୍କୀ ଉପଖଣ୍ଡ ପୋଲିସ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ ।

ସଡ଼କ ସୁରକ୍ଷା ସପ୍ତାହ ସଚେତନତା ରାଲି

ସଡ଼କ ସୁରକ୍ଷା ସପ୍ତାହ ସଚେତନତା ରାଲି

କାଳିଆପାଣି,୨୬ା୪(ଡି.ଏନ୍‌.ଏ)- କାଳିଆପାଣି ଆମ ପୋଲିସ ପକ୍ଷରୁ ଦୁଇଦିନ ଧରି ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଛି। ଏହି ଅବସରରେ ଗୁରୁବାର ସକାଳ ୯ଟାରେ କାଳିଆପାଣି ପଞ୍ଚାୟତ କାଯର୍‌ୟାଳୟରୁ ବାଇକ ଶୋଭାଯାତ୍ରା କରାଯାଇଥିଲା ସରପଞ୍ଚ କଳ୍ପନା ଜେନା ଓ ଶ୍ରମିକ ସଂଘ ନେତା ନାରାୟଣ ଚନ୍ଦ୍ର ଧୀର ଅତିଥିଭାବେ ଯୋଗଦେଇ ଶୋଭାଯାତ୍ରାର ଉଦ୍‌ଘାଟନ କରିଥିଲେ ।

ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା

ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା

ବିରଜାକ୍ଷେତ୍ର,୨୬ା୪(ଡି.ଏନ୍‌.ଏ.)- ରାଜ୍ୟ ଦକ୍ଷତା ପ୍ରାଧିକରଣ ଆନୁକୂଲ୍ୟରେ ଜିଲାପାଳଙ୍କ ଗୁରୁବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲାପାଳ ବ୍ରଜବନ୍ଧୁ ଭୋଳ ଅଧ୍ୟକ୍ଷତା କରିଥିଲେ। ଚଳିତ ମାସ ୨୯ ଓ ୩୦ ଦୁଇ ଦିନ ଧରି ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଦକ୍ଷତା ସହିତ ଜଡ଼ିତ ବିଭିନ୍ନ ଅନୁଷ୍ଠାନର ଛାତ୍ରୀଛାତ୍ରଙ୍କ ମଧ୍ୟରେ ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା ଅନୁଷ୍ଠିତ ହେବ।

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ରାଜନଗର, ୨୬।୪ (ଡି.ଏନ୍‌.ଏ.)- ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ବିଶ୍ୱ ମ୍ୟାଲେରିଆ ଦିବସ ଗୁରୁବାର ପାଳିତ ହୋଇଯାଇଛି।

କଠୋର ଦଣ୍ଡ ବଳାତ୍କାର ଘଟଣା କମାଇବ

କେନ୍ଦ୍ରାପଡା ଅଫିସ,୨୬।୪-ଯୋଧପୁର ଜିଲା ସ୍ବତନ୍ତ୍ର କୋର୍ଟ ୨୦୧୩ ମସିହାରେ ଘଟିଥିବା ଏକ ନାବାଳିକା ବଳାତ୍କାର ମାମଲାର ରାୟ ବୁଧବାର ପ୍ରକାଶ କରି ଧାର୍ମିକ ଗୁରୁ ଆଶାରାମ ବାପୁଙ୍କୁ ଆଜୀବନ ଜେଲ ଦଣ୍ଡ ଦେଇଛନ୍ତି। ସେହିପରି ରାଜ୍ୟରେ ବଢୁଥିବା ନାବାଳିକା ବଳାତ୍କାର ମାମଲାରେ ଡିଜିପି ଆର.ପି. ଶର୍ମା ଚିନ୍ତା ପ୍ରକଟ କରି ଏଥିରେ ନିକଟ ସମ୍ପର୍କୀୟଙ୍କ ଭାଗୀଦାରି ବେଶି ବୋଲି ସୂଚନା ଦେଇଛନ୍ତି ା ଗତ ୩ ମାସ ମଧ୍ୟରେ କେନ୍ଦ୍ରପଡା ଜିଲାରେ ନାବାଳିକା ବଳାତ୍କାର ମାମଲା ମଧ୍ୟ କିଛି କମ ନୁହେଁ ା ଜିଲାରେ ୨ଟି ଭିଡିଓ ଭାଇରାଲ ମାମଲା ସହିତ ୩ ଶିଶୁଙ୍କୁ ବଳାତ୍କାର ହୋଇଥିବା ପୋଲିସ ତଥ୍ୟରୁ ସୂଚନା ମିଳିଛି ା ତ୍ୱରିତ ବିଚାର ଓ କଠୋର ଦଣ୍ଡ ବ୍ୟବସ୍ଥା ଏହି ଅପରାଧ ପ୍ରବଣତାକୁ କମାଇ ପାରିବ ବୋଲି ମତ ମିଳିଛି ା

ଭିଜିଲାନ୍ସ ଜାଲରେ ଚାନ୍ଦିଆ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ

ଭିଜିଲାନ୍ସ ଜାଲରେ ଚାନ୍ଦିଆ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ

ଡୁବୁରି,୨୬।୪(ଡି.ଏନ୍‌.ଏ.): ଯାଜପୁର ଜିଲା ଦାନଗଦି ବ୍ଲକ ଅନ୍ତର୍ଗତ ଚାନ୍ଦିଆ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଭୁ ପ୍ରସାଦ ଧୀର ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଡୁବୁରୀସ୍ଥିତ ଆଇଡିବିଆଇ ବ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ କଂକ୍ରିଟ ରାସ୍ତା ନିର୍ମାଣ ବିଲ୍‌ କରାଇଦେବା ପାଇଁ ସେ ମାଧୁରୀ ଅଙ୍ଗରାଇ ନାମକ ଜଣେ ମହିଳାଙ୍କଠାରୁ ୨୫ହଜାର ଲାଞ୍ଚ ନେଉଥିଲେ।

ପଥରରେ ଛେଚି ଯୁବକଙ୍କୁ ହତ୍ୟା

ପଥରରେ ଛେଚି ଯୁବକଙ୍କୁ ହତ୍ୟା

ଛତ୍ରପୁର, ୨୬।୪ (ଡି.ଏନ.ଏ.)- ଛତ୍ରପୁର ଥାନା ପୁରୁଣାପାଟଣା ଷ୍ଟେଶନ ରୋଡ୍‌ ନିକଟରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଛତ୍ରପୁର ରେଡ୍ଡୀସାହିର ଜି. ଶ୍ରୀନୁ। ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ଖବର ପାଇ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛି।

ବାଇକ୍‌ ଦୁର୍ଘଟଣାରେ ୫ ଗୁରୁତର

ବାଇକ୍‌ ଦୁର୍ଘଟଣାରେ ୫ ଗୁରୁତର

ପୁରୀ ଅଫିସ,୨୬।୪: ପୁରୀ-ବ୍ରହ୍ମଗିରି ଜାତୀୟ ରାଜପଥରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ କଙ୍କଣଦେଇପୁରର ରମେଶ ସାହୁ, ବସନ୍ତ ସାହୁ, କାବୁଲା ଘଟୁଆରୀ, ଗଙ୍ଗାଧର ଘଟୁଆରୀ ଓ ଗୋବିନ୍ଦ ଘଟୁଆରୀ। ସେମାନଙ୍କୁ ଜିଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।