Dharitri News
ଉପକୂଳ ଓଡିଶା

ପିଏମ୍‌ଇଜିପିରେ ବ୍ୟାଙ୍କର ଅସହଯୋଗ

ପିଏମ୍‌ଇଜିପିରେ ବ୍ୟାଙ୍କର ଅସହଯୋଗ ଯାଜପୁର ଅଫିସ,୧୩।୧୨ ଯାଜପୁର ଜିଲାରେ ଥିବା ବ୍ୟାଙ୍କଗୁଡ଼ିକ ଜିଲାସ୍ତରୀୟ ଟାସ୍କଫୋର୍ସ କମିଟିର ନିଷ୍ପତ୍ତିକୁ ମାନୁ ନାହାନ୍ତି। ଯଦ୍ୱାରା ଜିଲାରେ ପ୍ରଧାନମନ୍ତ୍ରୀ କର୍ମନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ(ପିଏମ୍‌ଇଜିପି) ଏକ ପ୍ରକାର ଲକ୍ଷ୍ୟଭ୍ରଷ୍ଟ ହୋଇଥିବା ଜଣାପଡ଼ିଛି। ଜିଲାରେ ଶିଳ୍ପ ବିକାଶ ପାଇଁ ଗୁରୁଦାୟିତ୍ୱ ବହନ କରୁଥିବା ଆଞ୍ଚଳିକ ଶିଳ୍ପକେନ୍ଦ୍ର, ବ୍ୟାଙ୍କ/ଆର୍‌ଆର୍‌ବି ଏବଂ କେଭିଆଇସି(ଖଦି ଓ ଗ୍ରାମୀଣ ଶିଳ୍ପ ପରିଷଦ) ଆବଶ୍ୟକ ଅନୁଯାୟୀ ସକ୍ରିୟ ହେଉ ନ ଥିବା ଯୋଗୁ ଶିଳ୍ପ ବିକାଶର ଗତି ଦିନକୁ ଦିନ ମନ୍ଥର ହେବାରେ ଲାଗିଛି। ଚଳିତ ୨୦୧୭-୧୮ ଆର୍ଥତ୍କ ବର୍ଷରେ ଯାଜପୁର ଜିଲା ଆଞ୍ଚଳିକ ଶିଳ୍ପକେନ୍ଦ୍ର(ଆର୍‌ଆଇସି) ଓ କେଭିଆଇସି ଜରିଆରେ ୩୬୧ଟି ଆବେଦନ ପତ୍ର ବ୍ୟାଙ୍କଗୁଡ଼ିକୁ ପ୍ରେରଣ ହୋଇଥିଲା। କିନ୍ତୁ ସେଥିମଧ୍ୟରୁ ମାତ୍ର ୨୯ଟି ଆବେଦନ ମଞ୍ଜୁର ହୋଇଥିବାବଳେ ୨୮୩ଟି ଆବେଦନ ବ୍ୟାଙ୍କଗୁଡ଼ିକର ଫାଇଲ ତଳେ ଚପି ହୋଇ ଯାଇଛି। ସେହିପରି ଶିଳ୍ପି ଉନ୍ନତି ଯୋଜନାରେ ମଧ୍ୟ ୧୫୬ ଆବେଦନକାରୀଙ୍କ ମଧ୍ୟରୁ ମାତ୍ର ୧୭ଟି ଆବେଦନ ମଞ୍ଜୁର ହୋଇଛି। ପିଏମ୍‌ଇଜିପି ଅନ୍‌ଲାଇନ ପୋର୍ଟାଲ ୨୦୧୬ଜୁଲାଇ ୧ତାରିଖରୁ ଆରମ୍ଭ ହୋଇଛି। ପିଏମ୍‌ଇଜିପିର କାର୍ଯ୍ୟକାରୀକୁ ନେଇ ବିଭିନ୍ନ ପ୍ରକ୍ରିୟା ଯଥା ଆବେଦନ, ଋଣ ମଞ୍ଜୁର ଆଦି ଅନ୍‌ଲାଇନ ମାଧ୍ୟମରେ ସମ୍ପନ୍ନ ହେଉଛି। ଜିଲାସ୍ତରୀୟ ଟାସ୍କଫୋର୍ସ କମିଟିର ମଞ୍ଜୁର ପରେ ଆବେଦନଗୁଡିକୁ ବ୍ୟାଙ୍କ ନିକଟକୁ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଆଯାଉଛି। ଆରଆଇସି ଦ୍ୱାରା ୧୭୪ ଆବେଦନ ଜିଲାର ବିଭିନ୍ନ ବ୍ୟାଙ୍କକୁ ପ୍ରେରଣ ହୋଇଛି । ସେଥିରୁ ମାତ୍ର ୧୫ଟି ଆବେଦନ ମଞ୍ଜୁର କରାଯାଇଛି । ବାକି ୧୫୯ଟି ଆବେଦନ ପଡି ରହିଛି । ସେହିପରି କେଭିଆଇସି ଦ୍ୱାରା ୧୮୭ ଆବେଦନ ଦିଆଯାଇଥିବାବେଳେ ମାତ୍ର ୧୪ ଆବେଦନ ମଞ୍ଜୁର ହୋଇଛି। ବାକି ୧୭୪ ଆବେଦନ ପଡ଼ି ରହିଛି। ଆର୍‌ଆଇସି ଓ କେଭିଆଇସି ଦ୍ୱାରା ପ୍ରେରିତ ଆବେଦନ ମଧ୍ୟରୁ ଆହ୍ଲାବାଦ ବ୍ୟାଙ୍କରେ ୨୭, ଆନ୍ଧ୍ରବ୍ୟାଙ୍କରେ ୧୦, କାନାଡ଼ା ବ୍ୟାଙ୍କରେ ୩୧, ଇଣ୍ଡିଆ ବ୍ୟାଙ୍କରେ ୧୧, ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ୫୦, ୟୁକୋ ବ୍ୟାଙ୍କରେ ୮, ୟୁନିୟନ ବ୍ୟାଙ୍କରେ ୧୪, ୟୁବିଆଇ ବ୍ୟାଙ୍କରେ ୧୧, କର୍ପୋରେଶନ ବ୍ୟାଙ୍କରେ ୮, ଆଇଓବିରେ ୮, ବିଓଆଇରେ ୯ଟି ଏଭଳି ୨୮୩ ଆବେଦନ ମଞ୍ଜୁର ଅପେକ୍ଷାରେ ରହିଛି। ରାଜ୍ୟର ଅନ୍ୟ ୨୧ ଜିଲାରେ ପିଏମଇଜିପିର ଅଗ୍ରଗତି ସନ୍ତୋଷଜନକ ଥିବାବେଳେ ଯାଜପୁର ସମେତ ବଲାଙ୍ଗୀର, ପୁରୀ ଓ କୋରାପୁଟ ଜିଲାରେ ନୈରାଶ୍ୟଜନକ ହୋଇଥିବା ଜଣାପଡିଛି। ରାଜ୍ୟ ଶିଳ୍ପ ନିର୍ଦ୍ଦେଶକ ନିରଞ୍ଜନ ସାହୁ ଏନେଇ ଉଦ୍‌ବେଗ ପ୍ରକାଶ କରିବା ସହିତ ଧାର୍ଯ୍ୟଲକ୍ଷ୍ୟକୁ ପୂରଣ କରିବାକୁ ଜିଲା ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି। ତେବେ ଏହି ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଦିନକୁ ଦିନ କାର୍ଯ୍ୟକ୍ରମ ମୂଳ ଲକ୍ଷ୍ୟଠାରୁ ଦୂରେଇ ଯିବାରେ ଲାଗିଛି। ସାମଗ୍ରିକ ଶିଳ୍ପ ବିକାଶକୁ ତ୍ୱରାନ୍ବିତ କରିବା ପରିବର୍ତ୍ତେ ଆବେଦନକାରୀଙ୍କୁ ବିଭିନ୍ନ ଆଳ ଦେଖାଇ ଭୁଆଁ ବୁଲାଯାଉଛି। ପିଏମ୍‌ଇଜିପି ଯୋଜନାରେ ଋଣ ପରିମାଣ ଓ ରିହାତିକୁ ବୃଦ୍ଧି କରାଯାଇଛି ସତ ହେଲେ ଏଥିରେ କେବଳ ଧନୀ ଶ୍ରେଣୀର ହିତାଧିକାରୀ ସୁଯୋଗ ପାଉଥିବାବେଳେ ଗରିବ ଶ୍ରେଣୀର ଆଶାୟୀ ଯୁବତୀଯୁବକ ବଞ୍ଚିତ ରହୁଛନ୍ତି ବୋଲି ଅଭିଯୋଗ ହୋଇଆସୁଛି। ମିଳିଥିବା ତଥ୍ୟ ଅନୁସାରେ ଚଳିତବର୍ଷ ଶିଳ୍ପୀ ଉନ୍ନତି ଯୋଜନାରେ ମଧ୍ୟ ବ୍ୟାଙ୍କଗୁଡ଼ିକର ସହଯୋଗ ରହୁନାହିଁ। ଏହି ଯୋଜନାରେ ୨୮ଟି ଆବେଦନ ପ୍ରାୟୋଜିତ ହୋଇଛି। ସେଥିରୁ ମାତ୍ର ୧୧ଟି ଆବେଦନ ନାମଞ୍ଜୁର ହୋଇଥିବାବେଳେ ୧୭ଟି ଆବେଦନ ମଞ୍ଜୁର ହୋଇଛି । ଛତିଆ ଓଜିବିରେ ୩ଟି, ଗଡ଼ମଧୁପୁର ଓଜିବିରେ ୪ଟି, ଜେନାପୁର ଓଜିବିରେ ୪ଟି ଆବେଦନକୁ ନାମଞ୍ଜୁର କରି ଫେରାଇ ଦିଆଯାଇଛି। ଚଳିତ ବର୍ଷ ୧୫୬ ଜଣଙ୍କୁ ଶିଳ୍ପୀ ଉନ୍ନତି ଯୋଜନାରେ ସାମିଲ କରାଯାଇଛି । ହେଲେ ସେଥିରୁ ମାତ୍ର ୧୭ଟି ଆବେଦନ ମଞ୍ଜୁର ହେବା ଯୋଜନାର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାଦ୍ୱାରା କର୍ମନିଯୁକ୍ତି ସୃଷ୍ଟି ହେବା ତ ଦୂରର କଥା କ୍ରମଶଃ କର୍ମନିଯୁକ୍ତି ସଙ୍କୁଚିତ ହେବାରେ ଲାଗିଛି । ଜିଲାସ୍ତରୀୟ ଟାସ୍କଫୋର୍ସ କମିଟିର ଅଧ୍ୟକ୍ଷ ତଥା ଜିଲାପାଳ ରଞ୍ଜନ କୁମାର ଦାସ ତାଙ୍କ ପତ୍ରସଂଖ୍ୟା ୨୭୨୨/୭।୧୨।୨୦୧୭ରେ ଏହି ଦୁର୍ବଳ ଅଗ୍ରଗତି ଉପରେ କ୍ଷୋଭ ପ୍ରକାଶ କରିବା ସହିତ ଜିଲା ବ୍ୟାଙ୍କ ସଂଯୋଜକଙ୍କୁ ଏନେଇ ତାଗିଦ କରିଛନ୍ତି। ଉପଯୁକ୍ତ ଆବେଦନଗୁଡିକୁ ତୁରନ୍ତ ଅନ୍‌ଲାଇନ ମାଧ୍ୟମରେ ମଞ୍ଜୁର କରି ସଂପୃକ୍ତ ତାଲିମ କେନ୍ଦ୍ରଗୁଡ଼ିକୁ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଲିମ ଶେଷ ପରେ ଆବଶ୍ୟକ ଅର୍ଥ ତୁରନ୍ତ ପୈଠ କରାଯାଉ ବୋଲି ଜିଲାପାଳ ପରାମର୍ଶ ଦେଇଛନ୍ତି।

ଉପକୂଳ ଓଡିଶା

ମହିଳାଙ୍କ ମୃତଦେହ ଉଦ୍ଧାର

ଦଶପଲ୍ଲା, ୨୦।୧(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଭୋଗବାଡ଼ି ନିକଟ ଜଙ୍ଗଲରୁ ଶନିବାର ସକାଳେ ଜନୈକ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। କାରଣ ଅସ୍ପଷ୍ଟ ଥିବା ବେଳେ କେହି ହତ୍ୟାକରି ତାଙ୍କୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଖବର ପାଇ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ଯବାନଙ୍କ ସ୍ତ୍ରୀଙ୍କୁ ମାଡ଼ ମାରି ବିସ୍ଥାପନ ଘଟଣା: କ୍ଷତିପୂରଣ ସହ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ

ଯବାନଙ୍କ ସ୍ତ୍ରୀଙ୍କୁ ମାଡ଼ ମାରି ବିସ୍ଥାପନ ଘଟଣା: କ୍ଷତିପୂରଣ ସହ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ

କଳିଙ୍ଗନଗର,୧୯।୧(ଡି.ଏନ୍‌.ଏ.) ଟାଟା କାରଖାନା ବିସ୍ଥାପନ ପାଇଁ ଜଣେ କର୍ତ୍ତବ୍ୟରତ ଯବାନଙ୍କ ଘର ଭାଙ୍ଗିବା ସହ ସ୍ତ୍ରୀକୁ ମାଡ଼ ମାରିବା ଘଟଣାର ୫ଦିନ ପରେ ସମାଧାନର ବାଟ ବାହାରିଛି। ଶୁକ୍ରବାର କଳିଙ୍ଗନଗର ଅତିରିକ୍ତ ଜିଳାପାଳ(ଏଡିଏମ୍‌)ଙ୍କ କାର୍ଯ୍ୟାଳୟରେ ଉଭୟ ପତିପତ୍ନୀ ଏନେଇ ଲିଖିତଭାବେ ଜଣାଇବାପରେ ଘଟଣାର ମୋଡ଼ ବଦଳିଛି। ତୁରନ୍ତ ଘଟଣାର ସମାଧାନ କରି ସଂପୃକ୍ତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହ ନ୍ୟାୟୋଚିତ ଢ଼ଙ୍ଗରେ ସମାଧାନ କରିବାକୁ ଟାଟା କାରଖାନା ପୂନର୍ବାସ ଓ ଥଇଥାନ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏଡିଏମ୍‌ ଅବଦୁଲ ଅଲିମ ଖାଁ। ଏସଂକ୍ରାନ୍ତରେ ଟାଟା କାରଖାନାର ପରିଚାଳକ ଶ୍ରୀକାନ୍ତ ଭଦ୍ରଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ଘଟଣାର ପୁଙ୍ଖାନୁପୁଙ୍ଖ ଆଲୋଚନା କରି କାହିଁକି ଏଭଳି ଘଟଣା ଘଟିଲା ବୋଲି ବିରକ୍ତି ପ୍ରକାଶ କରିବାସହ ଭବିଷ୍ୟତରେ ଏଭଳି ଘଟଣାର ପୂନରାବୃତ୍ତି ଯେପରି ନ ହୁଏ ସେଥିପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଥିଲେ।

ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ମାମଲା:ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ଦେଲେ ଥାନାଧିକାରୀ

ଯାଜପୁର ଅଫିସ,୧୯।୧- ବହୁ ଚର୍ଚ୍ଚିତ ଗୟାଧର ତରାଇ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ଶୁକ୍ରବାର ଧର୍ମଶାଳା ଥାନାଧିକାରୀ ଅମିତାଭ ମହାପାତ୍ର ଚଣ୍ଡିଖୋଲ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ଜେଏମ୍‌ଏଫ୍‌ସି)ଙ୍କ ନିକଟରେ ବୟାନ ଦେଇଛନ୍ତି ।

ପେଣ୍ଠପାଳ ପଞ୍ଚାୟତ ସମିତିସଭ୍ୟା ଉପନିର୍ବାଚନରେ ୫୪ ପ୍ରତିଶତ ମତଦାନ

ପଟାମୁଣ୍ଡାଇ,୧୯।୧(ସ୍ବ.ପ୍ର.)-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ ସମିତିସଭ୍ୟା ଉପନିର୍ବାଚନ ଶୁକ୍ରବାର ୧୮ଟି ବୁଥ୍‌ରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି।

ଶାନ୍ତିଶୃଙ୍ଖଳାର ସହ ନିଜାମପୁର ସମିତିସଭ୍ୟ ଉପନିର୍ବାଚନ ଶେଷ

ଯାଜପୁର ଅଫିସ,୧୯।୧-ଯାଜପୁର ଜିଲା ଦଶରଥପୁର ବ୍ଲକ ନିଜାମପୁର ପଞ୍ଚାୟତର ସମିତିସଭ୍ୟ ଉପନିର୍ବାଚନ ଶୁକ୍ରବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ବିଜେଡି ସମର୍ଥତ୍ତ ପ୍ରାର୍ଥୀ ରୁକ୍ମଣୀ ଦାସ ବିଜୟୀ ହୋଇଥିବା ବେସରକାରୀ ସୂତ୍ରରୁ ଜଣାପଡିଛି।

ଶାନ୍ତିଶୃଙ୍ଖଳାର ସହ ୫୦ ଓ୍ବାର୍ଡର ମତଦାନ ଶେଷ

ଶାନ୍ତିଶୃଙ୍ଖଳାର ସହ ୫୦ ଓ୍ବାର୍ଡର ମତଦାନ ଶେଷ

ନୟାଗଡ ଅଫିସ,୧୯।୧-ଜିଲାର ୫୦ଓ୍ବାର୍ଡର ଓ୍ବାର୍ଡମେମ୍ବର ପଦବୀ ପାଇଁ ଶୁକ୍ରବାର ୫୦ଟି ବୁଥ୍‌ରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି।

କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର

କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର ଅଫିସ, ୧୯।୧: ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ପଞ୍ଚାୟତ ପଦଳା ଗ୍ରାମର ଏକ କୂଅରୁ ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।

ବନ୍ଦର ଲେବର ଟ୍ରଷ୍ଟି ନିର୍ବାଚନ: ୪ ବୁଥ୍‌ରେ ଚାଲିଛି ମତଦାନ

ବନ୍ଦର ଲେବର ଟ୍ରଷ୍ଟି ନିର୍ବାଚନ: ୪ ବୁଥ୍‌ରେ ଚାଲିଛି ମତଦାନ

ପାରାଦୀପ, ୧୯।୧(ସ୍ବ.ପ୍ର.): ପାରାଦୀପ ବନ୍ଦର ଲେବର ଟ୍ରଷ୍ଟି ନିର୍ବାଚନ ପାଇଁ ଶୁକ୍ରବାର ୪ ବୁଥ୍‌ରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଅପରାହ୍ନ ୪.୧୫ ଯାଏ ଚାଲୁ ରହିବ।

ଠାକୁରଙ୍କ ପାଇଁ ଫୁଲ ତୋଳିବା ହେଲା କାଳ

ଠାକୁରଙ୍କ ପାଇଁ ଫୁଲ ତୋଳିବା ହେଲା କାଳ

ପାରାଦୀପ, ୧୯।୧(ସ୍ବ.ପ୍ର.): ଠାକୁରଙ୍କ ପାଇଁ ଫୁଲ ତୋଳିବା ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ପଡ଼ିଛି। ଘଟଣାଟି ଘଟିଛି ଚଣ୍ଡିଖୋଲ-ପାରାଦୀପ ୫ ନଂ.(କ) ଜାତୀୟ ରାଜପଥର ଭୂତମୁଣ୍ଡାଇଠାରେ।

ନିମ୍ନମାନର ଚାଉଳ ଯୋଗାଣ ଘଟଣାର ତଦନ୍ତ ଜାରି

ବିରଜାକ୍ଷେତ୍ର,୧୯।୧(ଡି.ଏନ୍‌.ଏ) ହିତାଧିକାରୀଙ୍କୁ ନିମ୍ନମାନର ଚାଉଳ ଯୋଗାଣ ହେଉଥିବା ଅଭିଯୋଗ ଉପରେ ବୁଧବାରଠାରୁ ତଦନ୍ତ ଆରମ୍ଭ ହୋଇଛି। ଫଳରେ ଏହି ଦୁର୍ନୀତିରେ ସାମିଲ ଥିବା ଅସାଧୁ କର୍ମଚାରୀମାନେ ଭୟଭୀତ ହୋଇପଡ଼ିଥିବା ଜଣାପଡ଼ିଛି। ପ୍ରକାଶ ଯେ, ଚଳିତମାସ ୫ ଓ ୬ ତାରିଖ ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ ଯାଜପୁର ଜିଲାକୁ ଦୁଇଦିନିଆ ଗସ୍ତରେ ଆସି ଜିଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ସମୟରେ ହିତାଧିକାରୀଙ୍କୁ ନିମ୍ନମାନର ଚାଉଳ ବଣ୍ଟନ କରାଯାଇଥିବା ଅଭିଯୋଗ ପାଇଥିଲେ।

ପାଣି ପାଇଁ ହନ୍ତସନ୍ତ ହେବେ ୨୦ ଓ୍ବାର୍ଡବାସୀ

ପାଣି ପାଇଁ ହନ୍ତସନ୍ତ ହେବେ ୨୦ ଓ୍ବାର୍ଡବାସୀ

ଯାଜପୁର ଅଫିସ,୧୯।୧ ଯାଜପୁର ଜିଲାର ବ୍ୟାସନଗର ଓ ଯାଜପୁର ଟାଉନର ୨୦ଟି ୱାର୍ଡର ବାସିନ୍ଦା ଆସନ୍ତା ଗ୍ରୀଷ୍ମ ଋତୁରେ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେ। ଖରା ମାସ ପୂର୍ବରୁ ପାଇପ୍‌ଲାଇନ ସଂଯୋଗ କରାଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ ସଂଯୋଗ ହୋଇ ନ ଥିବା ଅଞ୍ଚଳକୁ ପାଇପ୍‌ ବିଛା କାର୍ଯ୍ୟ ୪ମାସ ପରେ ସମ୍ପୂର୍ଣ୍ଣ ହେବ ବୋଲି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହିକ୍ରମରେ ବ୍ୟାସନଗର ପୌରାଞ୍ଚଳର ୧୪ଟି ୱାର୍ଡ ପାଇଁ ପ୍ରଥମଶ୍ରେଣୀ ଠିକାଦାର ଶରତଚନ୍ଦ୍ର ପ୍ରଧାନଙ୍କ ନାମରେ ୨କୋଟି ୯୮ଲକ୍ଷ ୪୪ହଜାର ୪୦ଟଙ୍କାର ଟେଣ୍ଡର ଗ୍ରହଣ କରାଯାଇଛି ।

ସରପଞ୍ଚଙ୍କ ନାଁରେ ଥାନାରେ ଅଭିଯୋଗ

ଚଣ୍ଡିଖୋଲ,୧୯।୧(ଡି.ଏନ୍‌.ଏ.)- ବ୍ଲକ ଏବଂ ପଞ୍ଚାୟତ କାର୍ଯ୍ୟାଳୟରୁ କାର୍ଯ୍ୟାଦେଶ ପାଇ କାମ କରୁଥିବା ହିତାଧିକାରୀଙ୍କୁ ଧମକ ଦେବା ଏବଂ କାମ ବନ୍ଦ କରିବାକୁ ନେଇ ମଙ୍ଗଳବାର ସିହା ପଞ୍ଚାୟତର ସରପଞ୍ଚଙ୍କ ନାମରେ ବଡ଼ଚଣା ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଯେ, ଚତୁର୍ଦ୍ଦଶ ଅର୍ଥ କମିଶନ ଏବଂ ଗ୍ରାମୀଣ ଗୋପବନ୍ଧୁ ଯୋଜନାରେ ସିହା ପଞ୍ଚାୟତର ଦୁଇଟି କାମ ପାଇଁ ବ୍ଲକ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ପିତାମ୍ବର ବଳ ଏବଂ ଅମୃତ କୁମାର ଦାସଙ୍କୁ ୨୦୧୫-୧୬ ଆର୍ଥିକ ବର୍ଷରେ ୨ଟି କାଯର୍‌ୟାଦେଶ ଦିଆଯାଇଥିଲା । କାର୍ଯ୍ୟାଦେଶ ପାଇବା ପରେ ଉଭୟ ହିତାଧିକାରୀ ଆବଶ୍ୟକ ସାମଗ୍ରୀ ଓ ସିମେଣ୍ଟ ପକାଇ ମଙ୍ଗଳବାର କାମ ଆରମ୍ଭ କରିବା ସମୟରେ ସିହା ପଞ୍ଚାୟତ ସରପଞ୍ଚ ଏବଂ ଅନ୍ୟ ଜଣେ ବ୍ୟକ୍ତି କାର୍ଯ୍ୟକରୁଥିବା ୨ ବ୍ୟକ୍ତିଙ୍କୁ ଧମକଚମକ ଦେବା ସହ କାମ ବନ୍ଦ କରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିବା ସମ୍ପୃକ୍ତ ୨ ବ୍ୟକ୍ତି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ, କାମ କରିବା ପୂର୍ବରୁ ସମ୍ପୃକ୍ତ ସରପଞ୍ଚ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ସେମାନେ ଏହା ଦେଇ ନ ପାରିବାରୁ କାମ ବନ୍ଦ କରିବା ସହ ଗାଳିଗୁଲଜ କରି ଧମକ ଦେଇଥିଲେ ।