ଉପକୂଳ ଓଡିଶା

ବାର୍ଷିକୋତ୍ସବ ବନ୍ଦ କରିବାକୁ ଚାଲିଛି ଯୋଜନା

ବାର୍ଷିକୋତ୍ସବ ବନ୍ଦ କରିବାକୁ ଚାଲିଛି ଯୋଜନା
ରସୁଲପୁର,୧୩।୧୨(ଡି.ଏନ୍‌.ଏ.)- ରସୁଲପୁର ବ୍ଲକର ପୁରାତନ ଡିଗ୍ରୀ କଲେଜ ଉପେନ୍ଦ୍ରନାଥ ଶାରଦା ମହାବିଦ୍ୟାଳୟ(ମୁଗୁପାଳ କଲେଜ) ୨ ଛାତ୍ରଗୋଷ୍ଠୀ ମଧ୍ୟରେ ଅଶାନ୍ତି ଲାଗି ରହିଥିବା ଦେଖିବାକୁ ମିଳିଛି। ଏପରିକି ଚଳିତ ବର୍ଷ ହେବାକୁ ଥିବା ବାର୍ଷିକୋତ୍ସବ ବନ୍ଦ କରିବାକୁ ଯୋଜନା ଚାଲିଥିବା ଜଣାପଡ଼ିଛି। ପ୍ରକାଶ ଯେ, ଛାତ୍ରସଂସଦ ନିର୍ବାଚନ ପରଠାରୁ ଏହି କଲେଜ ୨ ରାଜନୈତିକ ଦଳର ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି। ଛାତ୍ର ସଂସଦ ନିର୍ବାଚନରେ ଶାସକ ଦଳର ସମର୍ଥତ୍ତ ପ୍ରାର୍ଥୀ ପରାଜିତ ହେବା ପରେ କିଛି ଛାତ୍ର କଲେଜର ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ଫଳରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି। ଯାହାର ପ୍ରଭାବ ଆଗାମୀ ବାର୍ଷିକୋତ୍ସବ ଉପରେ ପଡ଼ିବାର ଆଶା କରାଯାଉଛି। ବାର୍ଷିକୋତ୍ସବ ପାଇଁ ଆୟୋଜିତ ହେବାକୁ ଥିବା ବାର୍ଷିକ କ୍ରୀଡା ପାଇଁ ଜାରି ନୋଟିସରୁ ବିବାଦ ସୃଷ୍ଟି ହୋଇଛି। କଲେଜର ଅଧ୍ୟକ୍ଷା ସୁସ୍ମିତା ମିଶ୍ର ଏ ନେଇ ନୋଟିସ ଜାରି କରିଥିବାରୁ ତାଙ୍କ ଉପରେ ଚାପ ପଡୁଛି । ଜଣେ ଛାତ୍ରନେତା କଲେଜରେ କୌଣସି ଉନ୍ନୟନ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଖୋଲାଖୋଲି ଫୋନ୍‌ ଜରିଆରେ କାଳେ ଧମକ ଦେଉଛନ୍ତି ବୋଲି ଜାଣିବାକୁ ମିଳିଛି । ବାର୍ଷିକ କ୍ରୀଡା ପରେ ଡ୍ରାମାଟିକ୍‌ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ, ବାର୍ଷିକ ଉତ୍ସବ, କଲେଜ ପ୍ରତିଷ୍ଠା ଉତ୍ସବ ଭଳି ବଡ ବଡ କାର୍ଯ୍ୟକ୍ରମ ନ ହେବା ପାଇଁ ମଧ୍ୟ ଚାପ ପକାଯାଉଛି। ଦୀର୍ଘଦିନ ଧରି ଖେଳପଡିଆକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହେଉଥିବାବେଳେ ସ୍ଥାନୀୟ ନେତୃତ୍ୱଙ୍କ ହସ୍ତକ୍ଷେପ ଯୋଗୁ ତାହା ପୁଣି ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ା କଲେଜକୁ ଆସିଥିବା ୧୦ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଖର୍ଚ୍ଚ ହୋଇପାରୁ ନାହିଁ । ଛାତ୍ରନେତାମାନେ ଅଧ୍ୟକ୍ଷା ମିଶ୍ରଙ୍କ ଠାରୁ ଏହା ଜାଣିବା ପରେ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି । କଲେଜର କାର୍ଯ୍ୟକ୍ରମରେ ରାଜନୈତିକ ହସ୍ତକ୍ଷେପକୁ କଡା ବିରୋଧ କରିଛନ୍ତି । ଆଗକୁ ଏଭଳି ପରିସ୍ଥିତି ଜାରି ରହିଲେ ଛାତ୍ରନେତାମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଛାତ୍ର ସଂସଦର ସଭାପତି ସତ୍ୟପ୍ରକାଶ ମିଶ୍ରଙ୍କୁ ପଚାରିବାରେ କଲେଜରେ ଚାଲିଥିବା ରାଜନୈତିକ ହସ୍ତକ୍ଷେପକୁ ବିରୋଧ କରିଛନ୍ତି। କଲେଜ ଅର୍ଥରେ କାର୍ଯ୍ୟକ୍ରମ ହେବ । ରାଜନୈତିକ ବ୍ୟକ୍ତିଙ୍କର ହୀନଚକ୍ରାନ୍ତକୁ ନେଇ ବିଦ୍ୟାର୍ଥୀଙ୍କ ଉପରେ ନକାରାମତ୍କ ପ୍ରଭାବ ପକାଇବ ବୋଲି କହିଛନ୍ତି। ଏ ସମ୍ପର୍କରେ ଅଧ୍ୟକ୍ଷା ମିଶ୍ରଙ୍କୁ ପଚାରିବାରେ ଚାପ ପଡୁଥିତ୍ବା କଥାକୁ ସ୍ବୀକାର କରିଛନ୍ତି । ଏ ନେଇ କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।
All Right Reserved By

ଉପକୂଳ ଓଡିଶା

ଗୁଲନଗରରେ ଗଣେଶ ମେଲଣ

ଗୁଲନଗରରେ ଗଣେଶ ମେଲଣ

କେନ୍ଦ୍ରାପଡା ଅଫିସ, ୨୦।୯- କେନ୍ଦ୍ରାପଡା ବ୍ଲକ ଗୁଲନଗର ପଞ୍ଚାୟତରେ ଗଣେଶ ମେଲଣ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛ। ଏଥିରେ ପଞ୍ଚାୟତର ୭ଟି ଗଣେଶଙ୍କ ମୁଣ୍ମୟ ପ୍ରତିମା ସାମିଲ ହେବା ସହିତ ଏକତ୍ର ଭୋଗ ଲାଗି ହୋଇଥିଲା ।

କୃଷିଋଣ ଛାଡ ପାଇଁ ଦାବିପତ୍ର

କୃଷିଋଣ ଛାଡ ପାଇଁ ଦାବିପତ୍ର

କେନ୍ଦ୍ରାପଡା ଅଫିସ, ୨୦।୯- ଡେରାବିଶ ବ୍ଲକ ଗଣିଆମୁହଁ ଗ୍ରାମର ପାର୍ବତୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ କୃଷିଋଣ ଛାଡ ପାଇଁ ଜିଲାପାଳଙ୍କୁ ଏକ ଦାବିପତ୍ର ବୁଧବାର ପ୍ରଦାନ କରିଛନ୍ତି। 

 ଶ୍ରମିକଙ୍କୁ ପରିଚୟପତ୍ର ବଣ୍ଟନ

ଶ୍ରମିକଙ୍କୁ ପରିଚୟପତ୍ର ବଣ୍ଟନ

କେନ୍ଦ୍ରାପଡା ଅଫିସ, ୨୦।୯-ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ୫୦ ଜଣ କୁଶଳୀ ଶ୍ରମିକଙ୍କୁ ବୁଧବାର ପରିଚୟ ପତ୍ର ପ୍ରଦାନ କରାଯାଇଛି। ।ଜିଲା ଶ୍ରମ ଅଧିକାରୀ କଳ୍ପନା ମିଶ୍ରଙ୍କ ଅଧ୍ୟକ୍ଷତାରେ ଏଥିପାଇଁ କେନ୍ଦ୍ରାପଡା ବ୍ଲକ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। 

ଶୌଚ ହେବାକୁ ଯାଇ ମହିଳା ନିଖୋଜ

ଶୌଚ ହେବାକୁ ଯାଇ ମହିଳା ନିଖୋଜ

ଆଳି,୨୦।୯(ଡି.ଏନ୍‌.ଏ.): ଆଳି ଥାନା ଅନ୍ତର୍ଗତ ଲୋକାପଡା ଗ୍ରାମର ସୁକାନ୍ତି  ଘଡେଇ (୮୦)ବର୍ଷ ବୁଧବାର ବିଳମ୍ବିତ ରାତିରେ ଶୌଚ ହେବାକୁ ଯାଇ ନିଖୋଜ ହୋଇଯାଇଛନ୍ତି।

ବାହାଡାଝୋଲା ହରିପୁରରେ ରାସ୍ତାରୋକୋ

ବାହାଡାଝୋଲା ହରିପୁରରେ ରାସ୍ତାରୋକୋ

ଓଡଗାଁ,୨୦।୯(ସ୍ବ.ପ୍ର.)-ନୂଆଗାଁ ବ୍ଲକ ହରିପୁର ପ୍ରାଥମିକ ବିଦ୍ୟାଳୟରୁ  ଚୋରି ହୋଇଥିବା ନଥିପତ୍ର ଉଦ୍ଧାର କରିବା ଦାବି ନେଇ ଗ୍ରାମବାସୀ ଗୁରୁବାର ଓଡଗାଁ-ବାହାଡାଝୋଲା ମୁଖ୍ୟ ରାସ୍ତାରେ କାଠ ପକାଇ ରାସ୍ତାରୋକୋ କରିଛନ୍ତି ।

ମହାକାଳପଡାରେ ଯୁବକଙ୍କୁ ହତ୍ୟା

ମହାକାଳପଡାରେ ଯୁବକଙ୍କୁ ହତ୍ୟା

ମହାକାଳପଡା,୨୦।୯(ଡି.ଏନ.ଏ.)-ମହାକାଳପଡା ବ୍ଳକ ଅଧୀନ ବଡିହ ଗ୍ରାମର ବସନ୍ତ ନାୟକ (୨୨) ନାମକ ଜଣେ ଯୁବକଙ୍କୁ ବୁଧବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି । ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ଗୁହାଳ ପୋଡ଼ି ଗାଇ ବାଛୁରୀ ଜୀବନ୍ତ ଦଗ୍ଧ

ଡେରାବିଶ,୨୦।୯(ସ୍ବ.ପ୍ର.)-ଡେରାବିଶ ବ୍ଲକ ଅଧୀନ ଗୋଲରାହାଟ ପଞ୍ଚାୟତର ପଣ୍ଡିତପାଟଣା ଗ୍ରାମର ବେଣୁଧର ମଲ୍ଲିକଙ୍କ ଗୁହାଳ ଘରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଗାଇ ଓ ଗୋଟିଏ ବାଛୁରୀ  ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଖବରପାଇ ସ୍ଥାନୀୟ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଅଁାକୁ ଆୟତ୍ତ କରିଥିଲେ । 

 ବିଦ୍ୟୁତ ଖୁଣ୍ଟକୁ ପିଟିଲା ଲୁଟେରାଙ୍କ ବୋଲେରୋ, ୩ଜଣଙ୍କୁ ଅଟକ ରଖି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଗ୍ରାମବାସୀ

ବିଦ୍ୟୁତ ଖୁଣ୍ଟକୁ ପିଟିଲା ଲୁଟେରାଙ୍କ ବୋଲେରୋ, ୩ଜଣଙ୍କୁ ଅଟକ ରଖି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଗ୍ରାମବାସୀ

ରଣପୁର,୨୦।୯(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ବାଉଁଶଗଡ଼ଠାରେ ଗୁରୁବାର ମଧ୍ୟାହ୍ନ ୧୨ଟାରେ ଜଣେ ମାଛ ବେପାରୀଙ୍କଠାରୁ ଲୁଟ ହୋଇଛି। ୪ଜଣ ଦୁର୍ବୃତ୍ତ ଏକ ବୋଲେରୋରେ ଆସି ବେପାରୀ ନବ କିଶୋର ରାଉତଙ୍କୁ ବନ୍ଧୁକ ଦେଖାଇ ୧୫ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇ ଦ୍ରୁତ ଗତିରେ ପଳାଉଥିଲେ। ଏହି ସମୟରେ ସେମାନେ କୁଳାସର ଗ୍ରାମରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହୋଇଥିଲେ। ଗାଡ଼ିଟି ଅଟକି ଯିବାପରେ ଗ୍ରାମବାସୀ ସେମାନଙ୍କୁ ଘେରିଯାଇଥିଲେ।

ଜୀବିକା ମିଶନ ପକ୍ଷରୁ ସମନ୍ବୟ କର୍ମଶାଳା

ଜୀବିକା ମିଶନ ପକ୍ଷରୁ ସମନ୍ବୟ କର୍ମଶାଳା

ରାଜନଗର,୨୦।୯(ଡିଏନଏ)-ଓଡିଶା ଜୀବିକା ମିଶନ ରାଜନଗର ଶାଖା ପକ୍ଷରୁ ଜୀବିକା ସମନ୍ବୟ କର୍ମଶାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।

ରାଜନଗରରେ ବୈଜୟନ୍ତଙ୍କ କୁଶ ପୁତ୍ତଳିକା ଦାହ

ରାଜନଗରରେ ବୈଜୟନ୍ତଙ୍କ କୁଶ ପୁତ୍ତଳିକା ଦାହ

ରାଜନଗର,୨୦।୯(ଡି.ଏନ.ଏ.)-ରାଜନଗର ବିଜେଡି ପକ୍ଷରୁ ଗୁରୁବାର ମଧ୍ୟାହ୍ନ ୧୨ଟା ସମୟରେ ରାଜନଗର ବ୍ଲକ ଛକଠାରେ ପୂର୍ବତନ କେନ୍ଦ୍ରାପଡା ଏମପି ବୈଜୟନ୍ତ ପଣ୍ଡାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

ଜାଲ ନୋଟ ଜବତ : ଜଣେ ଅଟକ

ଜାଲ ନୋଟ ଜବତ : ଜଣେ ଅଟକ

ରାଜନଗର,୨୦।୯(ଡି.ଏନ.ଏ.)-ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ରାଜନଗର ବଜାରରେ ଜାଲ ନୋଟ କାରବାର କରୁଥିବା ଜଣେ ଯୁବକଙ୍କୁ ଲୋକେ କାବୁ କରି ପୋଲିସ ଜିମା ଦେଇଛନ୍ତି । 

ବିଭିନ୍ନ ଦାବିରେ ଶ୍ରମିକ ସଂଘର ଗଣଧାରଣା

ବିଭିନ୍ନ ଦାବିରେ ଶ୍ରମିକ ସଂଘର ଗଣଧାରଣା

କେନ୍ଦ୍ରାପଡ଼ା ଅଫିସ୍‌, ୨୦।୯
ଓଡିଶା କନଷ୍ଟ୍ରକ୍ସନ ୱାର୍କର୍ସ ୟୁନିୟନ ପକ୍ଷରୁ ବିଭିନ୍ନ ଦାବି ଉପସ୍ଥାପନ କରାଯାଇ ଜିଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଗଣଧାରଣା ଦିଆଯାଇଥିଲା। ତେବେ ଦାବି ସମ୍ପର୍କରେ ଆସନ୍ତା ୨୪ ତାରିଖରେ ୟୁନିୟନ ଓ ଶ୍ରମ ଅଧିକାରୀଙ୍କ ମଧ୍ୟରେ ଏକ ଆଲୋଚନା ହେବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଏହି ଗଣଧାରଣା ସ୍ଥଗିତ ରହିଥିଲା। ସଂଗଠନ ସଭାପତି ଧନେଶ୍ୱର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶ୍ରମିକ ନେତା ଜଗଜ୍ଜୀବନ ଦାସ, ଅଜିତ ପରିଡ଼ା, ଗୟାଧର ଧଳ, ଉମେଶଚନ୍ଦ୍ର ସିଂହ, ଖଗେଶ୍ୱର ପ୍ରଧାନ, ମାଧବ ଦାସ, ରମେଶ ମଳିକ, ପ୍ରସନ୍ନ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ।