ଉପକୂଳ ଓଡିଶା

ମଞ୍ଚ ନାଟକର ଅନନ୍ୟ ପ୍ରତିଭା ଅଭିରାମ

ମଞ୍ଚ ନାଟକର ଅନନ୍ୟ ପ୍ରତିଭା ଅଭିରାମ

ବରୀ,୧୩।୧୨(ଡି.ଏନ୍‌.ଏ.)

ମଞ୍ଚ ନାଟକ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ଅନନ୍ୟ ପ୍ରତିଭା ହେଉଛନ୍ତି ଅଭିରାମ ଶତପଥୀ। ସେ ୧୯୪୬ ଡିସେମ୍ବର ୨୫ ତାରିଖରେ ବରୀ ବ୍ଲକ ଚନ୍ଦନପୁର ପଞ୍ଚାୟତର ଚନ୍ଦନପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଜୀବନର ଅପରାହ୍ନରେ ଏବେ ବି ମଞ୍ଚକଳା ତାଙ୍କ ପାଇଁ ପେସା ନୁହେଁ ନିଶା ପାଲଟିଛି । ଦୀର୍ଘ ୫୦ ବର୍ଷର କଳାକାର ଜୀବନରେ କେବଳ ଯାଜପୁର ଜିଲା ନୁହେଁ ସାରା ଓଡ଼ିଶାର ବହୁ ନାମୀଦାମୀ କଳାକାରଙ୍କ ସହିତ ଅଭିନୟ କରିବା ସହିତ ନିର୍ଦ୍ଦେଶନା ଦେବା କ୍ଷେତ୍ରରେ ତାଙ୍କର ସ୍ବତନ୍ତ୍ର ଭୂମିକା ରହିଛି। ଅଦ୍ୟାବଧି ୨୧୪ଟି ମଞ୍ଚ ନାଟକରେ ଅଭିନୟ କରିଥିବାବେଳେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ନାଟକରେ ନିର୍ଦ୍ଦେଶନା ଦେଇ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ଅଭିରାମ। କଳାକ୍ଷେତ୍ରରେ ତାଙ୍କର ଅବଦାନକୁ ସତେ ଯେମିତି ବରୀ ଅଞ୍ଚଳ ସବୁବେଳେ ମନେ ପକାଇଥାଏ । ବୟସର ଅପରାହ୍ନରେ ବିଦ୍ୟାଳୟ ହେଉ କିମ୍ବା ମହାବିଦ୍ୟାଳୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କୁ ଖୋଜା ପଡ଼ିଥାଏ। ସେ ନିଜ କଳାକାର ଜୀବନ ମଧ୍ୟରେ ବିରଜା ଗଣନାଟ୍ୟ (ବରୀ), ଭାରତ ଗଣନାଟ୍ୟ (କାଏମା), କଳିଙ୍ଗ ଗଣନାଟ୍ୟ(ଜାରକା), ନିଉ ଓଡ଼ିଶା (ମଙ୍ଗଳପୁର), ହରଗୌରୀ ଅପେରା (ଢେଙ୍କାନାଳ), ବାଣିଶ୍ରୀ ଅପେରା (ଅଲିଆବାଦ), ପଞ୍ଚପୁଷ୍ପ ଅପେରା (ବନମାଳିପୁର), ଓଳାଶୁଣୀ ଅପେରା (ଅଲିଆବାଦ) ସମେତ ପ୍ରାୟ ୧୧ଟି ନାଟ୍ୟ ସଂସ୍ଥାରେ ନିର୍ଦ୍ଦେଶନା ଦେଇ ମଞ୍ଚ ନାଟକ କ୍ଷେତ୍ରରେ ସେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତିି। ସେହି ଅନନ୍ୟ ପ୍ରତିଭା ନିଜର ଅଭିନୟକୁ ନେଇ ତତ୍‌କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଠାରୁ ସମ୍ମାନିତ ହୋଇଥିଲେ। ମଞ୍ଚ ଅଭିନୟରେ ନିଜର ନିପୁଣତା ଓ ନିର୍ଦ୍ଦେଶନା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ବର୍ତ୍ତମାନ ମଞ୍ଚ ଅଭିନେତାଙ୍କ ପାଇଁ ଏକ ଆଦର୍ଶ । ଯାଜପୁର ଜିଲାର ନବଜ୍ୟୋତି ନାଟ୍ୟ ସଂସଦ, ଜନକଲ୍ୟାଣ ନାଟ୍ୟ ସଂସଦ (ରନତ୍ଗିରି) ସାଂସ୍କୃତିକ ପରିଷଦ, ବକୁଳ ବନ ଯୁବ ପରିଷଦ, ଢେଙ୍କାନାଳ, ଆଞ୍ଚଳିକ ଯୁବସଂସ୍ଥା, କୋରାପୁଟ ସମେତ ଅନେକ ସାଂସ୍କୃତିକ ସଂସ୍ଥା ତାଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି । ତାଙ୍କର ଏହି ୫୦ ବର୍ଷର କଳାକାର ଜୀବନ ମଧ୍ୟରେ ତାଙ୍କୁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ମିଳୁଥିବା ୧୨ ଶହ ଟଙ୍କାରେ ସନ୍ତୁଷ୍ଟ ହେବାକୁ ପଡ଼ିଥାଏ।

All Right Reserved By

Model This Week

ନିକିତା

ଉପକୂଳ ଓଡିଶା

ନିଖିଳ ଉତ୍କଳ କଂସାରୀ ସମାଜର ଅଧିବେଶନ ଉଦ୍‌ଯାପିତ

ନିଖିଳ ଉତ୍କଳ କଂସାରୀ ସମାଜର ଅଧିବେଶନ ଉଦ୍‌ଯାପିତ

ଖଣ୍ଡପଡା,୨୩।୪(ସ୍ବ.ପ୍ର)-ନିଖିଳ ଉକତ୍ଳ କଂସାରୀ ସମାଜ କେନ୍ଦ୍ରାଞ୍ଚଳ ଶାଖାର ୨ଦିନ ବ୍ୟାପୀ ଅନୁଷ୍ଠିତ ୪୬ ତମ ବାର୍ଷିକ ଅଧିବେଶନ ରବିବାର ଉଦ୍‌ଯାପିତ ହୋଇଯାଇଛି ।

କାଳବୈଶାଖୀରେ ଉପୁଡିଲା ଗଛ,ଭାଙ୍ଗିଲା ସ୍କୁଲ ଘର

କାଳବୈଶାଖୀରେ ଉପୁଡିଲା ଗଛ,ଭାଙ୍ଗିଲା ସ୍କୁଲ ଘର

ଗଣିଆ,୨୩।୪(ଡି.ଏନ.ଏ.)-ନୟାଗଡ ଜିଲା ଗଣିଆ ବ୍ଲକ ଅଞ୍ଚଳରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇ ବହୁ କ୍ଷୟକ୍ଷତି ଘଟିଛି। ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଥିବାବେଳେ ସ୍କୁଲ କାନ୍ଥ, ଆଜବେଷ୍ଟସ ଭାଙ୍ଗିରୁଜି ଯାଇଛି।

୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ

ଜଗତ୍‌ସିଂହପୁର,୨୩।୪- ଜଗତ୍‌ସିଂହପୁର ଜିଲାରେ ୨୯ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ ସୋମବାର ଏକ ସଚେତନତା ରଥ ଉଦ୍‌ଘାଟନ କରିଥିଲେ।

ସ୍ବତନ୍ତ୍ର ମିଶନ ଇନ୍ଦ୍ର ଧନୁଷ କାର୍ଯ୍ୟକ୍ରମ

ଜଗତ୍‌ସିଂହପୁର,୨୩।୪- ମଣ୍ଡାସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଟିଗିଗାଁଠାରେ ସୋମବାର ସ୍ବତନ୍ତ୍ର ମିଶନ ଇନ୍ଦ୍ର ଧନୁଷ କାର୍ଯ୍ୟକ୍ରମକୁ ଜିଲାପାଳ ୟାମିନୀ ଷଡ଼ଙ୍ଗୀ ଶୁଭ ଉଦ୍‌ଘାଟନ କରିଥିଲେ। କୌଣସି ଆଦୌ ଟୀକା ନେଇ ନ ଥିବା କିମ୍ବା ଟିକାକରଣ ହୋଇ ନ ଥିବା ଶିଶୁଙ୍କ ପାଇଁ ଏହି ସ୍ବତନ୍ତ୍ର ମିଶନ ଇନ୍ଦ୍ର ଧନୁଷ କାର୍ଯ୍ୟକ୍ରମ ବିଶେଷ ଉପଯୋଗୀ।

ସଡ଼କ ନିରାପତ୍ତା ପାଇଁ ସଚେତନତା କାର୍ଯ୍ୟକ୍ରମ

ସଡ଼କ ନିରାପତ୍ତା ପାଇଁ ସଚେତନତା କାର୍ଯ୍ୟକ୍ରମ

କେନ୍ଦାପଡ଼ା ଅଫିସ୍‌,୨୩।୪- କେନ୍ଦ୍ରାପଡ଼ା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପରିବହନ କାର୍ଯ୍ୟାଳୟଠାରେ ସୋମବାର ସଡ଼କ ନିରାପତ୍ତା ସପ୍ତାହ ଆରମ୍ଭ ହୋଇଛି। ଜିଲାପାଳ ରେଘୁ ଜୀ. ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଛି।

ସାଇନ ବୋର୍ଡ ମାରିବାକୁ ନେଇ ବିବାଦ, ସଶସ୍ତ୍ର ପୋଲିସ ମୁତୟନ

ଯାଜପୁର ରୋଡ଼,୨୩।୪(ନି.ପ୍ର.)- କୋରେଇ ଥାନା ଅନ୍ତର୍ଗତ ତାହାରପୁର ପଞ୍ଚାୟତ ହାଇସ୍କୁଲ ସମ୍ମୁଖରେ ସାଇନ ବୋର୍ଡ ମାରିବାକୁ ନେଇ ସୋମବାର ଜଇଁନ୍ତଳ ଓ ଖଣ୍ଡୁଆଳ ଗ୍ରାମ ମଧ୍ୟରେ ବିବାଦ ଦେଖାଦେଇଛି। ସୂଚନାଯୋଗ୍ୟ, ପଞ୍ଚାୟତ ହାଇସ୍କୁଲ ଛକ ଜଇଁନ୍ତଳ ଗ୍ରାମବାସୀ ଜନସାଧାରଣଙ୍କୁ ସୂଚନା ଦେବାପାଇଁ ଗାଁ ନାମ ଲେଖି ଏକ ସାଇନବୋର୍ଡ ମାରିଥିଲେ।

କାର୍‌ ଦୁର୍ଘଟଣାରେ ୩ ଆହତ

କାର୍‌ ଦୁର୍ଘଟଣାରେ ୩ ଆହତ

ଚଣ୍ଡିଖୋଲ,୨୩।୪(ଡି.ଏନ୍‌.ଏ)- ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବଡ଼ଚଣା ପେଟ୍ରୋଲ ପମ୍ପ ନିକଟରେ ସୋମବାର କାର୍‌ ଧକ୍କାରେ ୩ ଜଣ ଆହତ ହୋଇଛନ୍ତି।

ଜିଲାପାଳଙ୍କ ଜନଶୁଣାଣି ଶିବିର

ଜିଲାପାଳଙ୍କ ଜନଶୁଣାଣି ଶିବିର

ରାଜନଗର,୨୩।୪- କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ସୋମବାର ଜିଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ୧୫୧ ଅଭିଯୋଗ କରାଯାଇଥିଲା।

ବେକରେ ଓଡ଼ଣି ଦେଇ ଆତ୍ମହତ୍ୟା କଲେ ନବବଧୂ

ବେକରେ ଓଡ଼ଣି ଦେଇ ଆତ୍ମହତ୍ୟା କଲେ ନବବଧୂ

ମହାକାଳପଡ଼ା,୨୩।୪(ଡି.ଏନ୍‌.ଏ)- ଜମ୍ବୁ ମେରାଇନ ଥାନା ଅଧୀନ ସ୍ଥାନୀୟ ରାମନଗର ପଞ୍ଚାୟତ ୫ ନଂ. ଓ୍ବାର୍ଡର କାଳାବାଡ଼ିଠାରେ ପାରିବାରିକ କଳହକୁ ନେଇ ରବିବାର ବିଳମ୍ବିତ ରାତିରେ ଜଣେ ନବବଧୂ ବେକରେ ଓଢଣି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ବସ୍‌ ଚକା ତଳେ ପଡ଼ି ବୃଦ୍ଧା ଗୁରୁତର

ବସ୍‌ ଚକା ତଳେ ପଡ଼ି ବୃଦ୍ଧା ଗୁରୁତର

ଓଡ଼ଗାଁ,୨୩।୪(ସ୍ବ.ପ୍ର)- ଓଡ଼ଗାଁ ବସ୍‌ ଷ୍ଟାଣ୍ଡରେ ଏକ ମିନି ବସ୍‌ ଚକା ତଳେ ପଡ଼ି ସୋମବାର ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ବୃଦ୍ଧାଙ୍କୁ ନୟାଗଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।ବୃଦ୍ଧା ଜଣକ ନୟାଗଡ଼ ଜିଲା ମେଣ୍ଟୁପଲ୍ଲୀ ଗ୍ରାମର ବୋଲି ପୋଲିସ ସୂଚନାରୁ ଜଣାପଡ଼ିଛି।

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ସାଲେପୁର,୨୩।୪(ଡି.ଏନ୍‌.ଏ.): କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ବଜାରରେ ସୋମବାର ସିମେଣ୍ଟ ବୋଝେଇ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ। ଉତ୍ତ୍ୟକ୍ତ ଲୋକେ ଟ୍ରକ୍‌ର ଆଗ କାଚ ବାଡେଇ ଭାଙ୍ଗିଦେବା ସହ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

୨୯ତମ ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ

୨୯ତମ ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ

ବିରଜାକ୍ଷେତ୍ର,୨୩।୪(ଡି.ଏନ୍‌.ଏ.): ଯାଜପୁର ସହରସ୍ଥିତ ମିନି ଷ୍ଟାଡିୟମ୍‌ରେ ସୋମବାର ଜିଲାପାଳ ରଞ୍ଜନ କୁମାର ଦାସଙ୍କ ଦ୍ୱାରା ୨୯ତମ ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ ହୋଇଯାଇଛି।