ଉପକୂଳ ଓଡିଶା

ପ୍ରତିମାସରେ ୨୫ ହଜାର ଲିଟର କିରୋସିନ ବାଟମାରଣା

ପ୍ରତିମାସରେ ୨୫ ହଜାର ଲିଟର କିରୋସିନ ବାଟମାରଣା

ଚଣ୍ଡିଖୋଲ,୧୩।୧୨(ଡି.ଏନ.ଏ)

ବଡ଼ଚଣା ପଞ୍ଚାୟତ ସମିତି ୪୩ଟି ପଞ୍ଚାୟତକୁ ନେଇ ଗଠିତ । ଖାଦ୍ୟ ସୁରକ୍ଷା ଯୋଜନାରେ ୧ ଲକ୍ଷ ୮୨ ହଜାର ୬୯୮ ଜଣ ହିତାଧିକାରୀ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏହି ହିତାଧିକାରୀଙ୍କ ନିମନ୍ତେ ପ୍ରତ୍ୟେକ ମାସରେ ୧ ଲକ୍ଷ ୧୫ ହଜାର ୧୦୦ ଲିଟର କିରୋସିନ ଆସୁଛି। ଚଣ୍ଡିଖୋଲସ୍ଥିତ ସିଟି କିରୋସିନ ଡିପୋରୁ ହୋଲସେଲର ଭାବେ ନିଯୁକ୍ତି ହୋଇଥିବାବେଳେ ୭୮ ଜଣ ରିଟେଲରଙ୍କ ଜରିଆରେ ଖାଉଟିଙ୍କୁ କିରୋସିନ ବଣ୍ଟନ କରାଯାଉଅଛି। ଏହି କିରୋସିନରୁ ପ୍ରତ୍ୟେକ ମାସରେ ୨୫ ହଜାର ଲିଟର କିରୋସିନ ବାଟମାରଣା ହୋଇଥିବା ନେଇ ଅଭିଯୋଗ ହୋଇଛି।
ସରକାରଙ୍କ ନିୟମାନୁଯାୟୀ, ପ୍ରତ୍ୟେକ ହିତାଧିକାରୀଙ୍କୁ ମୁଣ୍ଡପିଛା ୬୩୦ ମିଲି ପ୍ରଦାନ ପାଇଁ ନିର୍ଦ୍ଦେଶ ଥିବାବେଳେ ଏହାକୁ ଅମାନ୍ୟ କରି ପ୍ରତ୍ୟେକ ହିତାଧିକାରୀଙ୍କୁ ୫୦୦ ମି.ଲି ପ୍ରଦାନ କରାଯାଉଅଛି। ପ୍ରତ୍ୟେକ ହିତାଧିକାରୀଙ୍କର ୧୩୦ ମିଲି ହଡପ କରାଯାଉଛି। ଫଳରେ ମାସିକ ବଡ଼ଚଣାରେ ସିଧାସଳଖ ଭାବେ ୨୫ ହଜାର ଲିଟର କିରୋସିନ ହିତାଧିକାରୀଙ୍କ ନିକଟକୁ ଯାଇପାରୁନାହିଁ। ବସ୍ତୁ ଓ ସେବା ଟିକସ (ଜିଏସ୍‌ଟି) ଲାଗୁହେଲା ପରେ ହୋଲସେଲରମାନେ କମ୍ପ୍ୟୁଟରାଇଜ ବିଲ ରିଟେଲରଙ୍କୁ ପ୍ରଦାନ କରିବାର ନିୟମ ଥିବାବେଳେ ଅଦ୍ୟାବଧି ହୋଲସେଲର ସିଟି କିରୋସିନ ହାତଲେଖା ବିଲ ରିଟେଲରଙ୍କୁ ପ୍ରଦାନ କରୁଛନ୍ତି। ସେହିଭଳି ସରକାରୀ ନିୟମ ଅନୁଯାୟୀ ୨୦ ଟଙ୍କା ୨୪ ପଇସା ମୂଲ୍ୟ ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ୨.୫ ଜିଏସ୍‌ଟି ନେବାର ବ୍ୟବସ୍ଥା ରହିଛି । ଏହି ଅନୁସାରେ ଜିଏସ୍‌ଟିକୁ ମିଶାଇବା ପରେ ହୋଲସେଲର ରିଟେଲରଙ୍କ ନିକଟରୁ ୨୧ ଟଙ୍କା ୨୫ ପଇସା ମୂଲ୍ୟରେ ନେବା କଥା। ତେବେ ପ୍ରତି ଲିଟରରେ ୩୦ ପଇସା ଅଧିକ ହୋଲସେଲର ରିଟେଲରଙ୍କ ନିକଟରୁ ନେଉଥିବା ନେଇ କେତେକ ରିଟେଲର ଅଭିଯୋଗ କରିଛନ୍ତି। ଅଧିକ ନେଉଥିବା ଏହି ୩୦ ପଇସା ବିଲରେ ପଡ଼ୁନାହିଁ। ଯଦି କୌଣସି ରିଟେଲର ଏଥିପ୍ରତି ଅଭିଯୋଗ କରୁଛନ୍ତି ତେବେ ସେମାନଙ୍କୁ ହଇରାଣ କରାଯାଉଛି। ଏହାପରେ ପ୍ରତ୍ୟେକ ବ୍ୟାରେଲରେ ୨ ଶହ ୨୦ ଲିଟର କିରୋସିନ ରହିବାର ନିୟମ ଥିଲାବେଳେ ବ୍ୟାରେଲ ପିଛା ୨୦ ଲିଟର କମ୍‌ କିରୋସିନ ରହୁଛି। ଏଥିପାଇଁ ରିଟେଲରମାନେ ୨୪ ଟଙ୍କା ମୂଲ୍ୟରେ ବିକ୍ରୟ କରୁଛନ୍ତି। ଏପରିକି ଚଣ୍ଡିଖୋଲ ଠାରୁ ଦୀର୍ଘ ୪୦ କିମି ଦୂର ସମିଆ, କୋଲଣଗିରି, ବଡ଼ବାଲିକୁଦା ଆଦି ପଞ୍ଚାୟତଗୁଡ଼ିକୁ ପରିବହନ ଖର୍ଚ୍ଚ ଅଧିକ ଲାଗୁଥିଲାବେଳେ ବାଟରେ ଥିବା ଶ୍ରୀରାମପୁର ଟୋଲଗେଟରେ ଟୋଲ ଦେଇ ରିଟେଲରମାନେ ଯାଉଛନ୍ତି। ରିଟେଲରମାନେ ମଧ୍ୟ ଏହି ଖର୍ଚ୍ଚକୁ ଭରଣା କରିବା ପାଇଁ କେତେକ ହିତାଧିକାରୀଙ୍କୁ ନଦେଇ ଏହାକୁ କଳା ବଜାରରେ ବିକ୍ରୟ କରୁଛନ୍ତି। ଏହି ଡିପୋ ନିକଟରେ ୨ ଜଣ ଚୋରା କିରୋସିନ ବ୍ୟବସାୟୀ ରହୁଛନ୍ତି। ସେମାନେ ଏଠାରୁ କିରୋସିନ ନେଇ ପାରାଦୀପକୁ ଚାଲାଣ କରୁଛନ୍ତି। ସିଧାସଳଖ ଭାବେ କରାଯାଉଥିବା କିରୋସିନ କଳାବଜାର ବିଷୟରେ ଜ୍ଞାତ ଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀମାନେ ଏହା ଦେଖି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ବଡ଼ଚଣା ବ୍ଲକ ଯୋଗାଣ ଅଧିକାରୀ ବିଶ୍ୱଜିତ୍‌ ମିଶ୍ରଙ୍କୁ ପଚାରିବାରେ କିରୋସିନ କଳାବଜାର ସମ୍ପର୍କରେ କୌଣସି ଖବର ନାହିଁ। ତେଲ ଢାଳି ହେଉଥିବା ଯୋଗୁ ହିତାଧିକାରୀଙ୍କୁ କିଛି ତେଲ କମ୍‌ ଦିଆଯାଉଛି। କମ୍ପ୍ୟୁଟର ବିଲ ପ୍ରସ୍ତୁତ ହୋଇ ନ ଥିବାରୁ ଦିଆଯାଇପାରିନାହିଁ। ବିଲ ଠାରୁ ଅଧିକ ମୂଲ୍ୟ ନେଉଥିବା ନେଇ କୌଣସି ଅଭିଯୋଗ ହୋଇନାହିଁ। ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

All Right Reserved By

Model This Week

Model This Week

ଉପକୂଳ ଓଡିଶା

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

କେନ୍ଦ୍ରାପଡ଼ା ଅଫିସ, ୨୫।୪- ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ ଉପଲକ୍ଷେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଜିଲା ମୁଖ୍ର ଚିକିତ୍ସାଧିକାରୀ ଡା. ବୈଷ୍ଣବ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନଚଷ୍ଠିତ ଏହି ସଭାରେ ଜିଲାରେ ମ୍ୟାଲେରିଆ ରୋଗର ପ୍ରଭାବ, କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା ହୋଇଥିଲା।

ଡେରାବିଶ: ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ

ଡେରାବିଶ: ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ

ଡେରାବିଶ,୨୫।୪(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲାପାଳ ରେଘୁଜୀଙ୍କ ନିର୍ଦ୍ଦେଶ କ୍ରମେ ଡେରାବିଶ ତହସିଲ ଅଧୀନ ଛତାଠାରେ ଥିବା ସରକାରୀ ଜମିରୁ ବୁଧବାର ଜବରଦଖଲ ଉଚ୍ଛେଦ କରାଯାଇଛି। ତହସିଲଦାର କାହ୍ନୁଚରଣ ଲେଙ୍କାଙ୍କ ଉପସ୍ଥିତିରେ ଉକ୍ତ ଜମିରେ ନିର୍ମିତ ଘରଗୁଡିକୁ ଭଙ୍ଗାଯାଇଛି।

ସାଲେପୁର ମହୋତ୍ସବ, ଉତ୍କଳ ଦିବସ ପାଳିତ

ସାଲେପୁର ମହୋତ୍ସବ, ଉତ୍କଳ ଦିବସ ପାଳିତ

ସାଲେପୁର,୨୫।୪(ଡି.ଏନ୍‌.ଏ.): ସ୍ଥାନୀୟ ହାଇସ୍କୁଲ ପଡିଆରେ ବୁଧବାର ୪ ଦିନ ବ୍ୟାପି ସାଲେପୁର ମହୋତ୍ସବ ଓ ଉତ୍କଳ ଦିବସ ପାଳିତ ହୋଇଯାଇଛି। ସାଲେପୁର ମଧୁଜୟନ୍ତୀ କମିଟିର ସଭାପତି ତଥା ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଛି।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୩ ପ୍ରକଳ୍ପ ପାଇଁ ୩୫ ଲକ୍ଷ ଅନୁଦାନ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୩ ପ୍ରକଳ୍ପ ପାଇଁ ୩୫ ଲକ୍ଷ ଅନୁଦାନ

ଜଗତ୍‌ସିଂହପୁର ଅଫିସ,୨୫।୪: ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଗୋଡ଼ା ପଞ୍ଚାୟତ ବୁଧବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସାମିଲ ହୋଇଛି। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ଭିଡିଓ କନ୍‌ଫରେନ୍ସିଂ ଜରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ପଞ୍ଚାୟତବାସୀଙ୍କ ସମସ୍ୟା ବୁଝିଥିଲେ।

୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ

୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ଯାଜପୁର ରୋଡ,୨୫।୪(ନି.ପ୍ର.): ଯାଜପୁର ରୋଡ ପୋଲିସ ଓ ଯାଜପୁର ରୋଡ ଟ୍ରକ୍‌ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ପୁରୁଣା ଥାନା ପରିସରରେ ବୁଧବାର ୨୯ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି।

ରାଜନଗରରେ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

ରାଜନଗରରେ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

ରାଜନଗର,୨୫।୪(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ସମ୍ମିଳନୀ କକ୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାର ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ବୁଧବାର ଅନୁଷ୍ଠିତ ହୋଇଛି।

ବଢ଼ିବାରେ ଲାଗିଛି ଶିଶୁ ଶ୍ରମିକଙ୍କ ସଂଖ୍ୟା

ଯାଜପୁରରୋଡ,୨୫।୪(ନି.ପ୍ର.) :ସରକାରଙ୍କ ସର୍ବଶିକ୍ଷା ଅଭିଯାନ ‘ସମସ୍ତେ ପଢ଼ନ୍ତୁ, ସମସ୍ତେ ଗଢ଼ନ୍ତୁ’ ଜରିଆରେ ପିଲାମାନଙ୍କୁ ଉଚ୍ଚଶିକ୍ଷା ଦେବା ପାଇଁ ଏହି ନିୟମ ପ୍ରଣୟନ କରାଯାଇଛି। ଏହା ବ୍ୟତୀତ ପିଲାମଙ୍କ ମଧ୍ୟାହ୍ନ ଭୋଜନ ଓ ପୋଷାକ ବଣ୍ଟନ ପ୍ରକ୍ରିୟା କରାଯାଉଛି। ଯାହା ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ମୌଳିକ ସୁବିଧା ପାଇପାରିବେ। ଫଳରେ ସେମାନେ ଉଚ୍ଚଶିକ୍ଷାର ଲାଭ ଉଠାଇପାରିବେ। ମାତ୍ର ବହୁ ସ୍ଥାନରେ ସରକାରଙ୍କ ଏହି ଯୋଜନା ଦିଗହରା ହେଉଥିବା ଦେଖିବାକୁ ମିଳୁଛି। ଯାହାଫଳରେ ସରକାରଙ୍କ ଯୋଜନା କେବଳ କାଗଜକଲମରେ ସୀମିତ ଥିବା ପରିଲକ୍ଷିତ ହେଉଛି। ଏଭଳି ଦୃଷ୍ଟାନ୍ତ ଯାଜପୁର ଜିଲାରେ ଦେଖିବାକୁ ମିଳୁଛି।

ମାନପୁର ଓଭର ବ୍ରିଜ୍‌,ମାର୍ଥାପୁର ହାଇଲେଭଲ ବ୍ରିଜ୍‌ ଉଦ୍‌ଘାଟିତ

ମାନପୁର ଓଭର ବ୍ରିଜ୍‌,ମାର୍ଥାପୁର ହାଇଲେଭଲ ବ୍ରିଜ୍‌ ଉଦ୍‌ଘାଟିତ

କଳିଙ୍ଗନଗର,୨୫।୪(ଡି.ଏନ୍‌.ଏ.):୧୭କୋଟି ୭୪ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଚୋରଦା-ଡୁବୁରୀ ୨ଲେନ୍‌ ବିଶିଷ୍ଟ ରାସ୍ତାର ମାନପୁର ରେଳ ଓଭରବ୍ରିଜ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ଓରଭବ୍ରିଜର ଲୋକାର୍ପଣ କରିଛନ୍ତି। ଏଥିସହିତ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ମାର୍ଥାପୁର ନିକଟରେ ୨କୋଟି ୪୨ଲକ୍ଷ ଟଙ୍କାରେ ନିର୍ମିତ ହାଇଲେବଲ ବ୍ରିଜ୍‌ର ମଧ୍ୟ ଲୋକାର୍ପଣ ହୋଇଛି। ସେହିପରି ସୁକିନ୍ଦାଠାରୁ ଅଶୋକଝର ପର୍ଯ୍ୟନ୍ତ ଦୁଇ ଲେନ ବିଶିଷ୍ଟ ୧୦.୭ କି.ମି ଲମ୍ବ ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଶିଳାନ୍ୟାସ, ୧୧୫ କୋଟି ୨ ଲକ୍ଷ ବ୍ୟୟରେ ଏନଏଚ-୫୩ ଡାକବଙ୍ଗଳାଠାରୁ ହାତୀବାରୀ ପର୍ଯ୍ୟନ୍ତ ୧୬ କି.ମି ରାସ୍ତାର ପ୍ରଶସ୍ତିକରଣ ଶିଳାନ୍ୟାସ କରାଯାଇଛି।

ନିଆରା ଢଙ୍ଗରେ ପୁତ୍ର ପାଳିଲେ ପିତାଙ୍କ ଜନ୍ମଦିନ

ଡେରାବିଶ,୨୫।୪(ସ୍ବ.ପ୍ର.): ବର୍ତ୍ତମାନ ସମୟରେ ବିଭିନ୍ନ କାରଣରୁ ସମାଜ ଅବକ୍ଷୟ ଆଡକୁ ଗତି କରୁଥିବା ବେଳେ ଡେରାବିଶ ବ୍ଲକ ଅଞ୍ଚଳରେ ଏକ ପରିବାରର ପୁଅମାନେ ମିଶି ପିତାଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ବ୍ଲକ ଅଧୀନସ୍ଥ ହରିଅଙ୍କ ପଞ୍ଚାୟତ ମୁଣ୍ଡଳ ଗ୍ରାମରେ ଅବସରପ୍ରାପ୍ତ ଶିକ୍ଷକ ରତ୍ନାକର ନାୟକଙ୍କ ଘର । ଶିକ୍ଷକତା ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ଗଢିବା ଓ ସମାଜ ସେବାରେ ଅଧିକାଂଶ ସମୟ ନିଜକୁ ନିୟୋଜିତ କରି ଅଞ୍ଚଳରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।

ପେଟ୍ରୋଲ ଢାଳି ଘର ଜାଳିଦେଲେ ଦୁର୍ବୃତ୍ତ

ପେଟ୍ରୋଲ ଢାଳି ଘର ଜାଳିଦେଲେ ଦୁର୍ବୃତ୍ତ

କୁଜଙ୍ଗ,୨୫।୪(ସ୍ବ.ପ୍ର.): ସୋମବାର ବିଳମ୍ବିତ ରାତିରେ କୁଜଙ୍ଗ ଥାନା ଗୋପିଆକୁଦ (ତାଳଦଣ୍ଡା) ଗ୍ରାମରେ କେତେଜଣ ଦୁର୍ବୃତ୍ତ ଗ୍ରାମର ଯଜ୍ଞେଶ୍ୱର ପଣ୍ଡାଙ୍କ ଘରକୁ ପେଟ୍ରୋଲ୍‌ ଢାଳି ନିଅଁ। ଲଗାଇ ଦେଇଛନ୍ତି। ମାତ୍ର ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଏ ନେଇ କ୍ଷତିଗ୍ରସ୍ତ ପରିବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ହେଲେ ପୋଲିସ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରି ପାରିନାହିଁ। ସୂଚନା ଅନୁସାରେ, ଯଜ୍ଞେଶ୍ୱରଙ୍କ ପରିବାରଲୋକେ ଶୋଇଥିବାବେଳେ ଦୁର୍ବୃତ୍ତ ତାଙ୍କ ଘରେ ନିଅଁ। ଲଗାଇ ଦେଇଥିଲେ। ଏହାଦେଖି ପରିବାରର ସମସ୍ତ ସଦସ୍ୟ ଉଠି ପଡ଼ିଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଓ ତାଙ୍କ ସହଯୋଗୀ ନିଅଁ। ଲଗାଉଥିବା ଯଜ୍ଞେଶ୍ୱରଙ୍କ ଝିଅ ଦେଖିଥିଲେ। ପରେ ସେମାନଙ୍କୁ ଯଜ୍ଞେଶ୍ୱରଙ୍କ ପରିବାର ଲୋକେ କାବୁ କରିବାକୁ ଚେଷ୍ଟା କରିଥିଲେ। ହେଲେ ତାହା ସମ୍ଭବ ହୋଇ ପାରି ନ ଥିଲା। ଦୁର୍ବୃତ୍ତ ଏମାନଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏ ସମ୍ପର୍କରେ କୁଜଙ୍ଗ ଥାନା ଅଧିକାରୀ ଦିଲୀପ କୁମାର ସାହୁ କହିଛନ୍ତି, ଆମ ନିକଟରେ ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ଚାଲିଛି। ତୁରନ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କାମରେ ଲାଗୁନି ମାର୍କେଟ କମ୍ପ୍ଲେକ୍ସ

କାମରେ ଲାଗୁନି ମାର୍କେଟ କମ୍ପ୍ଲେକ୍ସ

ନାଉଗଁ।,୨୫।୪(ସ୍ବ.ପ୍ର.): ବେକାର ଯୁବତୀ ଯୁବକଙ୍କୁ ରୋଜଗାରକ୍ଷମ କରିବା ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବାବେଳେ ତାହା ପ୍ରକୃତରେ କାର୍ଯ୍ୟକାରୀ ହେଉଛି କି ନାହିଁ, ତାହାର ତଦାରଖ କରାଯାଉନାହିଁ। ଫଳରେ ଅନେକ ଯୋଜନାରେ ଖର୍ଚ୍ଚ ହେଉଥିବା ଲକ୍ଷାଧିକ ଟଙ୍କା ପାଣିରେ ପଡୁଛି, ଯାହାର ସ୍ପଷ୍ଟ ଉଦାହରଣ ହେଉଛି ନାଉଗାଁ ବ୍ଲକ ଜାମୁଗଁ। ପଞ୍ଚାୟତର କଣ୍ଟୁଣିଆ ବଜାରଠାରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ। ଏହି ମାର୍କେଟ କମ୍ପ୍ଲେକ୍ସ ୨.୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା। ଜାମୁଗାଁ ପଞ୍ଚାୟତ ଓ ନାଉଗାଁ ବ୍ଲକର ମିଳିତ ପାଣ୍ଠିରେ ୨୦୦୬ ମସିହାରେ କଣ୍ଟୁଣିଆ ବଜାରର ପୂର୍ବ ଦିଗକୁ ଏହି ମାର୍କେଟ କମ୍ପ୍ଲେକ୍ସ ଗୃହ ନିର୍ମାଣ କରାଯାଇଥିଲ। ଗୃହ ନିର୍ମାଣ ପରେ ଏହାର ଆବଣ୍ଟନ କରାଯିବା ପୂର୍ବରୁ ପଞ୍ଚାୟତ ସମିତି ଭାଙ୍ଗି ନୂତନ ପଞ୍ଚାୟତ ସମିତି ପାଇଁ ନିର୍ବାଚନ ହୋଇଥିଲା। ୨୦୦୭ ନିର୍ବାଚନ ପରେ ଉକ୍ତ ପଞ୍ଚାୟତର ନୂତନ ସରପଞ୍ଚ ଏଥିପ୍ରତି ଦୃଷ୍ଟି ଦେଲେନାହିଁ କିମ୍ବା ବ୍ଲକ କାର୍ଯ୍ୟାଳୟ ତରଫରୁ କୌଣସି ବ୍ୟବସ୍ଥା କରାଗଲା ନାହିଁ।

ମୌଳିକ ଅଧିକାର ଦାବି କରି ଆଦିବାସୀଙ୍କ ତହସିଲ ଘେରାଉ

ମୌଳିକ ଅଧିକାର ଦାବି କରି ଆଦିବାସୀଙ୍କ ତହସିଲ ଘେରାଉ

ନୂଆଗାଁ,୨୫।୪ (ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଲକର ଆଦିବାସୀମାନେ ମୌଳିକ ସୁବଧା ପାଇବାରୁ ବଞ୍ଚତ୍ତ ହେଉଥିବା ନେଇ ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ଯାଏ ବାରମ୍ବାର ଗୁହାରି କରି ଆସୁଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁ ନାହାନ୍ତି। ସେମାନଙ୍କ ଦୁଃଖ ଅସହ୍ୟ ହେବାରୁ ଭାଜପା କର୍ମୀଙ୍କ ସହାୟତାରେ ମଙ୍ଗଳବାର ତିନି ଶହରୁ ଅଧିକ ଆଦିବାସୀ ମହିଳାପୁରୁଷ ଏକତ୍ରିତ ହୋଇ ନୂଆଗାଁ ଡାକ ବଙ୍ଗଳାରୁ ଧନୁତୀର, ଭୁଷା,ବର୍ଛା ଆଦି ଧରି ଶୋଭାଯାତ୍ରାରେ ବାହାରି ନୂଆଗାଁ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ ।