ବ୍ରହ୍ମପୁର

ଦାଉ ସାଧୁଛି ପ୍ରାକୃତିକ ଦୁର୍ବିପାକ

ଦାଉ ସାଧୁଛି ପ୍ରାକୃତିକ ଦୁର୍ବିପାକ

ଭଞ୍ଜନଗର,୧୩।୧୨(ଡି.ଏନ.ଏ.)-ଗୋଟିଏ ପରେ ଗୋଟିଏ ପ୍ରାକୃତିକ ଦୁର୍ବିପାକ ଯୋଗୁ ଭଞ୍ଜନଗର ଉପଖଣ୍ଡର ଚାଷୀଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି । ଅକ୍ଟୋବର ମାସରେ ପ୍ରବଳ ବର୍ଷା ହୋଇଥିଲା। ପରେ ଧାନ ଫସଲରେ ମାଟିଆ ଗୁଣ୍ଡିପୋକ ଲାଗିଥିଲା । ଏହାଦ୍ୱାରା ଭଞ୍ଜନଗର ବ୍ଲକର ୧୨ଶହ ହେକ୍ଟର ଜମିର ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିଲା । ଜଗନ୍ନାଥପ୍ରସାଦ ବ୍ଲକରେ ୧୮ଶହ ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଥିଲା । ଏଥିପାଇଁ ଚାଷୀ ଚିନ୍ତାରେ ପଡିଥିବା ବେଳେ ପୁଣି ନଭେମ୍ବର ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ହୋଇଥିଲା । ଏଥିରେ ଭଞ୍ଜନଗର ବ୍ଲକର ଆଉ ୬ ଶହ ହେକ୍ଟର ଜମିର ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଗନ୍ନାଥପ୍ରସାଦରେ ୧୪୯୮ ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଥିଲା । ଏଭଳି ପରିସ୍ଥିତିରେ ଚାଷୀମାନେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି । ମାଟିଆ ଗୁଣ୍ଡି ପୋକ ଓ ବର୍ଷା ଯୋଗୁ ଧାନର ଏଫଏକ୍ୟୁ ମାନକୁ ନେଇ ମଧ୍ୟ ସମସ୍ୟା ଦେଖାଦେଇଛି । ୨୧ ତାରିଖରୁ ସରକାରଙ୍କ ପକ୍ଷରୁ ମଣ୍ଡି ଖୋଲାଯିବ । ମଣ୍ଡିରେ ଉକ୍ତ ଧାନ ମିଲର ଗ୍ରହଣ କରିବାକୁ ନେଇ ବିବାଦ ଉପୁଜିବା ସମ୍ଭାବନା ରହିଛି। ତେଣୁ ସରକାର ମଣ୍ଡିରେ ଚାଷୀମାନେ ଧାନ ବିକ୍ରି କରିବା ସମୟରେ ଏଫଏକ୍ୟୁ ମାନରେ କୋହଳ କରିବା ପାଇଁ ଦାବି ହୋଇଛି। ବର୍ତ୍ତମାନ ଚାଷୀମାନେ ଧାନ ଫସଲ ଅମଳ କରିବା ପରେ ପନିପରିବା ଚାଷ ଆରମ୍ଭ କରି ଦେଇଛନ୍ତି । ତେବେ ଗତ ୩ ଦିନ ହେବ ଭଞ୍ଜନଗର ଅଞ୍ଚଳରେ କୁହୁଡ଼ା ପାଗ ରହୁଥିବା ଯୋଗୁ ପନିପରିବା ଫସଲରେ ମଧ୍ୟ ରୋଗ ପୋକ ଲାଗିବା ଆଶଙ୍କା ରହିଛି । ତେଣୁ ସଚେତନ ଚାଷୀମାନେ ଫସଲରେ ଔଷଧ ପ୍ରୟୋଗ କରୁଥିବା ବେଳେ ଅନ୍ୟମାନେ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି । ଫସଲ କ୍ଷତି ସମ୍ପର୍କରେ ଭଞ୍ଜନଗର ଜିଲା କୃଷି ଅଧିକାରୀ ଅର୍ଜୁନ କୁମାର ବିଷୋୟୀ କହିଛନ୍ତି, କ୍ଷତିଗ୍ରସ୍ତ ଚାଷୀ ଚିହ୍ନଟ ପ୍ରକ୍ରିୟା ସରିଛି । ସରକାରଙ୍କ ପକ୍ଷରୁ ଆଗାମୀ ଦିନରେ ଚାଷୀଙ୍କୁ କୁକୁଡ଼ା ଚିଆଁ, ପନିପରିବା ମଞ୍ଜି ଆଦି ସୁବିଧାରେ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । କମ୍‌ ଦିନ ମଧ୍ୟରେ ଚାଷୀ ଏହି ସୁବିଧା ପାଇବେ । ଅନ୍ୟପକ୍ଷରେ ଭଞ୍ଜନଗର ତହସିଲଦାର ସମ୍ବିତ ରାଉତ କହିଛନ୍ତି, ଚାଷୀଙ୍କୁ ସହାୟତା ପ୍ରଦାନ ଆରମ୍ଭ ହୋଇଛି । ଯେଉଁ ଚାଷୀମାନେ କ୍ଷତିପୂରଣ ସହାୟତା ପାଇଁ ଆବେଦନ କରିନାହାନ୍ତି ସେମାନଙ୍କ କଥାକୁ ମଧ୍ୟ ବିଚାରକୁ ନିଆଯାଇଛି । ଛେଦାଭୂମିର ଚାଷୀ ସନ୍ତୋଷ ନାୟକ କହିଛନ୍ତି , ମୁଁ ବର୍ଷସାରା ପରିବା ଚାଷ କରୁଛି । ଗତ ଲଗାଣ ବର୍ଷା ଯୋଗୁ ପ୍ରାୟ ୧୫ ହଜାର ଟଙ୍କାର ଫସଲ କ୍ଷତିଗ୍ରସ୍ତ ହୋଇଥିଲା । ସରକାରୀ ସହାୟତା ମିଳିନାହିଁ । ତଥାପି ଚାଷ ବଜାୟ ରଖିଛି।

All Right Reserved By

ବ୍ରହ୍ମପୁର

ପୋଲିସ ପକ୍ଷରୁ ଗାଡିମୋଟର ଯାଞ୍ଚ

ଆସିକା,୧୬ା୭ (ଡି.ଏନ୍‌.ଏ) ଗାଙ୍ଗପୁର ଥାନା ଇଲାକାରେ ଅପରାଧୀ ଧରପଗଡ ଅଭିଯାନକୁ ଜୋରଦାର କରାଯାଇଛି। ସୋମବାର ଅପରାହ୍ନରେ ଆସିକା-ଭଞ୍ଜନଗର ମୁଖ୍ୟରାସ୍ତାର କଣ୍ଟେଇପଲ୍ଲୀ ଛକଠାରେ ପୋଲିସ ପକ୍ଷରୁ ରୋଡ ବ୍ଲକିଂ କରାଯାଇଥିଲା।

ସାଉଥ୍‌କୋ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା

ସାଉଥ୍‌କୋ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା

ଭଞ୍ଜନଗର,୧୬।୭(ଡି.ଏନ.ଏ)-ଭଞ୍ଜନଗର ସାଉଥ୍‌କୋର ୩୩/୧୧ କେଭି ଷ୍ଟ୍ରକ୍ଚର ଗୁଡ଼ିକରେ ଆଉଟସୋର୍ସିଂ ମାଧ୍ୟମରେ କାମ କରୁଥିବା ୨୮ ଜଣ କର୍ମଚାରୀ ୫ ମାସ ହେଲା ଦରମା ପାାଇନାହାନ୍ତି।

ଚୋରା ମଦ କାରବାର,୨ ଗିରଫ

ଭଞ୍ଜନଗର,୧୬।୭(ଡି.ଏନ.ଏ.)-ଚୋରା ଦେଶୀ ମଦ କାରବାର ଅଭିଯୋଗରେ ତାରସିଂ ପୋଲିସ ସୋମବାର୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଖପରାପାଲ୍ଲୀର ବୁଲୁ ନାୟକ ଓ ବେରୁଆବାଡ଼ିର ଲକ୍ଷ୍ମୀକାନ୍ତ ପ୍ରଧାନ।

ଉଜୁଡ଼ି ଗଲା ବାଇଗଣ ଫସଲ, ଚିନ୍ତାରେ ଚାଷୀ

ଉଜୁଡ଼ି ଗଲା ବାଇଗଣ ଫସଲ, ଚିନ୍ତାରେ ଚାଷୀ

କବିସୂର୍ଯ୍ୟନଗର,୧୬ା୭: ଲଘୁଚାପଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲାର ହଜାର ହଜାର ହେକ୍ଟର ଜମି ଏବେ ଜଳ ମଗ୍ନ ହୋଇପଡିଛି। କବିସୂର୍ଯ୍ୟନଗର ବ୍ଲକରେ ଏହାର ପ୍ରଭାବ ବେଶୀ ପଡିଛି।

କେନାଲରେ ଭାସି ଜଣଙ୍କ ମୃତ୍ୟୁ

ପୁରୁଷୋତ୍ତମପୁର,୧୬।୭(ଡି.ଏନ୍‌.ଡି):ପୁରୁଷୋତ୍ତମପୁର ଥାନା ସମା ଗ୍ରାମ ପାଲଣା କେନାଲରେ ଭାସି ସୋମବାର ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭରତ ପ୍ରଧାନ (୬୮)। ପୁରୁଷୋତ୍ତମପୁର ଅଞ୍ଚଳରେ ୩ଦିନ ଧରି ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ବର୍ଷା ପାଣିର ପ୍ରଖର ସ୍ରୋତରେ ସମା, ଫାସିପଡ଼ା, ପୁରୁଷୋତ୍ତମ ଅଞ୍ଚଳରେ ଥିବା ଅନେକ କେନାଲ ହିଡ଼ ଭାଙ୍ଗିଯାଇଛି।

ଅଲାରିଗଡ଼ରେ ପ୍ରବଚନ କାର୍ଯ୍ୟକ୍ରମ

ଅଲାରିଗଡ଼ରେ ପ୍ରବଚନ କାର୍ଯ୍ୟକ୍ରମ

ଶେରଗଡ଼,୧୬।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଅଲାରିଗଡ଼ ଗ୍ରାମରେ ରଥଯାତ୍ରା ଉପଲକ୍ଷେ ପ୍ରବଚନ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ଅବସରରେ ରବିବାର ପ୍ରବଚକ ଜିତୁଦାସ ଯୋଗ ଦେଇଥିଲେ। ଭକ୍ତ ଏବଂ ଭଗବାନ କିପରି ନିକଟତର ହୁଅନ୍ତି ସେ ସମ୍ପର୍କରେ ପ୍ରବଚନ ଶୁଣାଇଥିଲେ।

ଲଗାଣ ବର୍ଷାରେ ଘର ଭାଙ୍ଗିଲା: ଜଣେ ଆହତ

ଲଗାଣ ବର୍ଷାରେ ଘର ଭାଙ୍ଗିଲା: ଜଣେ ଆହତ

ଗଞ୍ଜାମ,୧୬।୭(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅଞ୍ଚଳରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏଥିରେ ଖଣ୍ଡଦେଉଳୀ ଗ୍ରାମର ବସନ୍ତ ବିଶ୍ୱାଳଙ୍କ ପୁଅ ସୀମାଞ୍ଚଳଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଏଥିରେ ସୀମାଞ୍ଚଳ ଆହତ ହୋଇଛନ୍ତି। ତାଙ୍କ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି।

ପଥରରେ ଛେଚି ରାଜମିସ୍ତ୍ରିଙ୍କୁ ହତ୍ୟା

ପଥରରେ ଛେଚି ରାଜମିସ୍ତ୍ରିଙ୍କୁ ହତ୍ୟା

ଛତ୍ରପୁର,୧୬।୭(ଡି.ଏନ.ଏ)-ଗଞ୍ଜାମ ଜିଲା ଗୋପାଳପୁର ଥାନା ଶୀତଳାପଲ୍ଲୀ ଗାଁର ଜଣେ ରାଜମିସ୍ତ୍ରିଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ସେ ହେଲେ ଏଙ୍କା ରେଡ୍ଡୀ। ରବିବାର ସକାଳେ ଚମାଖଣ୍ଡି ଥାନା ଟାଙ୍ଗଣାପଲ୍ଲୀ ପଞ୍ଚାୟତ ନୂଆ ନଗରଡ଼ିହର ଏକ ଗୋଚର ଜମିରୁ ତାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି ।

କୁଲାଡ଼-ଗାଲେରି ରାସ୍ତା ବନ୍ଦ

କୁଲାଡ଼-ଗାଲେରି ରାସ୍ତା ବନ୍ଦ

ଭଞ୍ଜନଗର,୧୬।୭(ଡି.ଏନ.ଏ.)- ଭଞ୍ଜନଗର ଅଞ୍ଚଳରେ ଶନିବାର ଓ ରବିବାର ତୁହାକୁ ତୁହା ବର୍ଷା ହେଉଛି । ଏଥିଯୋଗୁ ଭଞ୍ଜନଗର ବ୍ଲକ ସୋରିଷମୂଳିଠାରେ ବଡ଼ ନଦୀରେ ଥିବା ଅସ୍ଥାୟୀ ସେତୁ ରବିବାର ସମ୍ପୂର୍ଣ୍ଣ ଧୋଇଯାଇଛି। ଫଳରେ କୁଲାଡ଼ ଭାୟା ତୁରୁମୁ ଗାଲେରି ରାସ୍ତା ବନ୍ଦ ହୋଇଯାଇଛି।

ଘର ଦେଇ ପ୍ରବାହିତ ହେଲା ବର୍ଷାଜଳ

ଘର ଦେଇ ପ୍ରବାହିତ ହେଲା ବର୍ଷାଜଳ

ଶେରଗଡ, ୧୬ା୭ (ଡି.ଏନ୍‌.ଏ.) -ଶେରଗଡ ବ୍ଲକରେ ଶନିବାର ଠାରୁ ଲଗାଣ ବର୍ଷା ଲାଗି ରହିଛି। ରୈବତ ପାହାଡରେ ବର୍ଷା ହେବାରୁ ରାମଗିରି ଗ୍ରାମର ୭ ପରିବାର ଘର ଦେଇ ବର୍ଷାଜଳ ପ୍ରବାହିତ ହୋଇଛି। ଫଳରେ ବହୁ ସାମଗ୍ରୀ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।

ଜୁଆ ଆଡ୍ଡାରେ ଚଢାଉ, ୪ ଗିରଫ

ଆସିକା,୧୬ା୭ (ଡି.ଏନ୍‌.ଏ.)-ଗାଙ୍ଗପୁର ଥାନା ବାଙ୍କଲଡି ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଶନିବାର ରାତିରେ ପୋଲିସ ଚଢାଉ କରିଥିଲା । ସେଠାରୁ ପୋଲିସ ୪ଜଣଙ୍କୁ ଗିରଫ କରିବା ସହ ୩୬ ହଜାର ୮ଶହ ଟଙ୍କା, ୪ଟି ମୋବାଇଲ ଫୋନ ଓ ଗୋଟିଏ ତାସ ମୁଠା ଜବତ କରିଛି ।

ଏଟିଏମ୍‌ କାର୍ଡ ଚୋରି କରି ଟଙ୍କା ହଡପ, ଅଭିଯୁକ୍ତ ଗିରଫ

ହିଞ୍ଜିଳିକାଟୁ, ୧୬।୭(ଡି.ଏନ୍‌.ଏ.)- ଜଣେ ବ୍ୟକ୍ତିଙ୍କ ଏଟିଏମ୍‌ କାର୍ଡ ଚୋରି କରି ବିଭିନ୍ନ କିସ୍ତିରେ ୧୮ ହଜାର ୬ ଶହ ଟଙ୍କା ଉଠାଣ ଅଭିଯୋଗରେ ହିଞ୍ଜିଳି ପୋଲିସ ରବିବାର ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମର ଅଗାଧୁ ରାଉତ(୨୯)।

Model This Week

ରୂପେଶ