ବ୍ରହ୍ମପୁର

ରାଜସ୍ବ ଲକ୍ଷ୍ୟ ପୂରଣ କରିବାକୁ ନିର୍ଦ୍ଦେଶ

ରାଜସ୍ବ ଲକ୍ଷ୍ୟ ପୂରଣ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୧୩।୧୨(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ବୁଧବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ଅଧ୍ୟକ୍ଷତା କରି ଚଳିତ ବର୍ଷ ରାଜସ୍ବ ଲକ୍ଷ୍ୟ ପୂରଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଦିନତମାମ ପ୍ରତି ତହସିଲୱାରୀ ସମୀକ୍ଷା କରାଯାଇଥିବା ଦେଖାଯାଇଥିଲା। ଚୋରା ମଦ କାରବାର ଉପରେ ଅଙ୍କୁଶ ଲଗାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ଔଷଧ ଦୋକାନ ନିୟମିତ ଯାଞ୍ଚ କରି ଖିଲାପିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲା। ପେଟ୍ରୋଲ ପମ୍ପଗୁଡିକରେ ହେଲମେଟ ଯାଞ୍ଚ କରିବାକୁ ତହସିଲଦାରମାନଙ୍କୁ କୁହାଯାଇଛି। ହେଲମେଟ ନ ଥିଲେ ଜରିମାନା ଆଦାୟ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ କହିଥିଲେ। ବେଆଇନ ବାଲି ଓ ପଥର ଚାଲାଣ ରୋକିବାକୁ ତହସିଲଦାର ଓ ପୋଲିସ ମିଳିତ ଭାବେ ଚଢାଉ କରି ଜରିମାନା ଆଦାୟ କରିବାକୁ କୁହାଯାଇଛି। ଚଳିତ ବର୍ଷ ଗଞ୍ଜାମ ଅବକାରୀ ଜିଲାରେ ୫୬ କୋଟି ୩୦ ଲକ୍ଷ ଟଙ୍କା ରାଜସ୍ବ ଆଦାୟ ଲକ୍ଷ୍ୟ ରହିଛି। ନଭେମ୍ବର ଶେଷ ସୁଦ୍ଧା ୩୧ କୋଟି ୭୫ଲକ୍ଷ ୯୩ ହଜାର ୯୯୯ ଟଙ୍କା (୫୭ ପ୍ରତିଶତ) ରାଜସ୍ବ ଆଦାୟ କରାଯାଇଥିବା ସମୀକ୍ଷା ବେଳେ ଜଣାପଡିଥିଲା। ସେହିପରି ବ୍ରହ୍ମପୁର ଅବକାରୀ ଜିଲାରେ ଚଳିତ ବର୍ଷ ୭୮ କୋଟି ଟଙ୍କାର ରାଜସ୍ବ ଲକ୍ଷ୍ୟ ଦିଆଯାଇଥିଲା। ସେଥିରୁ ୪୧ କୋଟି ୩୮ ଲକ୍ଷ ୭୬ ହଜାର ୫୮୯ ଟଙ୍କା (୫୨ ପ୍ରତିଶତ) ଆଦାୟ ହୋଇଛି। ଅବକାରୀ ରାଜସ୍ବ ଲକ୍ଷ୍ୟ ପୂରଣ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବସ ଛାତ ଉପରେ ଯାତ୍ରୀ ପରିବହନ ହେଉଛି କି ନାହିଁ ନିୟମିତ ଚଢାଉ କରି ପଦକ୍ଷେପ ନେବାକୁ କୁହାଯାଇଛି। ଅତିରିକ୍ତ ଜିଲାପାଳ (ରାଜସ୍ବ) ବିଜୟ କୁମାର ଦାଶ, ଡେପୁଟି କଲେକ୍ଟର ଅଞ୍ଜନ ଦାସ, ଛତ୍ରପୁର ଉପଜିଲାପାଳ ସୁଧାକର ଶବର, ବ୍ରହ୍ମପୁର ଉପଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଁଇ, ଆରଟିଓ ସଞ୍ଜୟ ବିଶ୍ୱାଳଙ୍କ ସମେତ ତହସିଲଦାର ଓ ଅନ୍ୟ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ।

All Right Reserved By

ବ୍ରହ୍ମପୁର

ଅଲାରିଗଡ଼ରେ ପ୍ରବଚନ କାର୍ଯ୍ୟକ୍ରମ

ଅଲାରିଗଡ଼ରେ ପ୍ରବଚନ କାର୍ଯ୍ୟକ୍ରମ

ଶେରଗଡ଼,୧୬।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଅଲାରିଗଡ଼ ଗ୍ରାମରେ ରଥଯାତ୍ରା ଉପଲକ୍ଷେ ପ୍ରବଚନ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ଅବସରରେ ରବିବାର ପ୍ରବଚକ ଜିତୁଦାସ ଯୋଗ ଦେଇଥିଲେ। ଭକ୍ତ ଏବଂ ଭଗବାନ କିପରି ନିକଟତର ହୁଅନ୍ତି ସେ ସମ୍ପର୍କରେ ପ୍ରବଚନ ଶୁଣାଇଥିଲେ।

ଲଗାଣ ବର୍ଷାରେ ଘର ଭାଙ୍ଗିଲା: ଜଣେ ଆହତ

ଲଗାଣ ବର୍ଷାରେ ଘର ଭାଙ୍ଗିଲା: ଜଣେ ଆହତ

ଗଞ୍ଜାମ,୧୬।୭(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅଞ୍ଚଳରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏଥିରେ ଖଣ୍ଡଦେଉଳୀ ଗ୍ରାମର ବସନ୍ତ ବିଶ୍ୱାଳଙ୍କ ପୁଅ ସୀମାଞ୍ଚଳଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଏଥିରେ ସୀମାଞ୍ଚଳ ଆହତ ହୋଇଛନ୍ତି। ତାଙ୍କ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି।

ପଥରରେ ଛେଚି ରାଜମିସ୍ତ୍ରିଙ୍କୁ ହତ୍ୟା

ପଥରରେ ଛେଚି ରାଜମିସ୍ତ୍ରିଙ୍କୁ ହତ୍ୟା

ଛତ୍ରପୁର,୧୬।୭(ଡି.ଏନ.ଏ)-ଗଞ୍ଜାମ ଜିଲା ଗୋପାଳପୁର ଥାନା ଶୀତଳାପଲ୍ଲୀ ଗାଁର ଜଣେ ରାଜମିସ୍ତ୍ରିଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ସେ ହେଲେ ଏଙ୍କା ରେଡ୍ଡୀ। ରବିବାର ସକାଳେ ଚମାଖଣ୍ଡି ଥାନା ଟାଙ୍ଗଣାପଲ୍ଲୀ ପଞ୍ଚାୟତ ନୂଆ ନଗରଡ଼ିହର ଏକ ଗୋଚର ଜମିରୁ ତାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି ।

କୁଲାଡ଼-ଗାଲେରି ରାସ୍ତା ବନ୍ଦ

କୁଲାଡ଼-ଗାଲେରି ରାସ୍ତା ବନ୍ଦ

ଭଞ୍ଜନଗର,୧୬।୭(ଡି.ଏନ.ଏ.)- ଭଞ୍ଜନଗର ଅଞ୍ଚଳରେ ଶନିବାର ଓ ରବିବାର ତୁହାକୁ ତୁହା ବର୍ଷା ହେଉଛି । ଏଥିଯୋଗୁ ଭଞ୍ଜନଗର ବ୍ଲକ ସୋରିଷମୂଳିଠାରେ ବଡ଼ ନଦୀରେ ଥିବା ଅସ୍ଥାୟୀ ସେତୁ ରବିବାର ସମ୍ପୂର୍ଣ୍ଣ ଧୋଇଯାଇଛି। ଫଳରେ କୁଲାଡ଼ ଭାୟା ତୁରୁମୁ ଗାଲେରି ରାସ୍ତା ବନ୍ଦ ହୋଇଯାଇଛି।

ଘର ଦେଇ ପ୍ରବାହିତ ହେଲା ବର୍ଷାଜଳ

ଘର ଦେଇ ପ୍ରବାହିତ ହେଲା ବର୍ଷାଜଳ

ଶେରଗଡ, ୧୬ା୭ (ଡି.ଏନ୍‌.ଏ.) -ଶେରଗଡ ବ୍ଲକରେ ଶନିବାର ଠାରୁ ଲଗାଣ ବର୍ଷା ଲାଗି ରହିଛି। ରୈବତ ପାହାଡରେ ବର୍ଷା ହେବାରୁ ରାମଗିରି ଗ୍ରାମର ୭ ପରିବାର ଘର ଦେଇ ବର୍ଷାଜଳ ପ୍ରବାହିତ ହୋଇଛି। ଫଳରେ ବହୁ ସାମଗ୍ରୀ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।

ଜୁଆ ଆଡ୍ଡାରେ ଚଢାଉ, ୪ ଗିରଫ

ଆସିକା,୧୬ା୭ (ଡି.ଏନ୍‌.ଏ.)-ଗାଙ୍ଗପୁର ଥାନା ବାଙ୍କଲଡି ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଶନିବାର ରାତିରେ ପୋଲିସ ଚଢାଉ କରିଥିଲା । ସେଠାରୁ ପୋଲିସ ୪ଜଣଙ୍କୁ ଗିରଫ କରିବା ସହ ୩୬ ହଜାର ୮ଶହ ଟଙ୍କା, ୪ଟି ମୋବାଇଲ ଫୋନ ଓ ଗୋଟିଏ ତାସ ମୁଠା ଜବତ କରିଛି ।

ଏଟିଏମ୍‌ କାର୍ଡ ଚୋରି କରି ଟଙ୍କା ହଡପ, ଅଭିଯୁକ୍ତ ଗିରଫ

ହିଞ୍ଜିଳିକାଟୁ, ୧୬।୭(ଡି.ଏନ୍‌.ଏ.)- ଜଣେ ବ୍ୟକ୍ତିଙ୍କ ଏଟିଏମ୍‌ କାର୍ଡ ଚୋରି କରି ବିଭିନ୍ନ କିସ୍ତିରେ ୧୮ ହଜାର ୬ ଶହ ଟଙ୍କା ଉଠାଣ ଅଭିଯୋଗରେ ହିଞ୍ଜିଳି ପୋଲିସ ରବିବାର ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମର ଅଗାଧୁ ରାଉତ(୨୯)।

ନାଗପୁରରେ ଲୁଟ, ଆସିକାରେ ଲୁଟେରା

ଆସିକା,୧୬ା୭ (ଡି.ଏନ୍‌.ଏ.) -ମହାରାଷ୍ଟ୍ରର ନାଗପୁର ପୁରୁଣା କେଣ୍ଟ ଥାନା ଇଲାକାରେ ଜୁନ ଶେଷ ସପ୍ତାହରେ ଏକ ଜୁଏଲାରୀରୁ ହୋଇଥିବା ଲୁଟ ମାମଲାର ଲୁଟେରାଙ୍କୁ ଗଞ୍ଜାମ ଜିଲା ଆସିକାରୁ ଠାବ କରାଯାଇଛି। ଲୁଟେରାଙ୍କୁ ଧରିବା ପାଇଁ ଗତ ସପ୍ତାହେ ହେଲା ଆସିକାରେ ନାଗପୁର ପୋଲିସ ଆସିକାରେ ରହିଥିଲା।

ବଟି ଆଦାୟ ଅଭିଯୋଗ, ଜଣେ ଗିରଫ

ଆସିକା,୧୬।୭ (ଡି.ଏନ୍‌.ଏ.): ଆସିକା ଥାନା ଇଲାକାରେ ଦାଦାବଟି ଆଦାୟ କରୁଥିବା ଅଭିଯୋଗରେ ପୋଲିସ ରବିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଆସିକା ଥାନା କୋଟିନଡା ଫାଣ୍ଡି ଅନ୍ତର୍ଗତ ବରଗାଁର ନାରାୟଣ ନାହାକ ।

ବିଦ୍ୟୁତ୍‌ ଆଘାତରେ ବୃଦ୍ଧ ମୃତ

ବିଦ୍ୟୁତ୍‌ ଆଘାତରେ ବୃଦ୍ଧ ମୃତ

ଭଞ୍ଜନଗର,୧୬।୭ (ଡି.ଏନ.ଏ.): ବିଦ୍ୟୁତ ଆଘାତରେ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ନୂଆଗାଁର ଜଣେ ବୃଦ୍ଧଙ୍କର ରବିବାର ମୃତ୍ୟୁ ଘଟିଛି। ସେ ହେଲେ ପଞ୍ଚୁ ସେଠୀ। ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇ ଦେଇଛି ।

ଅସମୟରେ ସାହା ହୋଇଥିଲା ଖବରକାଗଜ

ଅସମୟରେ ସାହା ହୋଇଥିଲା ଖବରକାଗଜ

ବେଗୁନିଆପଡ଼ା,୧୬ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାଙ୍କୁଡ଼ା ଗ୍ରାମର ଭାଗିରଥୀ ପରିଡା। ପରିବାର କହିଲେ ବିଧବା ମା’, ସ୍ତ୍ରୀ ସୁନିତାରାଣୀ ଓ ୨ ପୁଅ। ସେ ୨୬ ବର୍ଷ ହେଲା ଖବର କାଗଜ ବିକି ପରିବାର ଚଳାଉଛନ୍ତି।

ମରଣଯନ୍ତା ହଳଦିଆପଦର ଓଭରବ୍ରିଜ୍‌

ବ୍ରହ୍ମପୁର ଅଫିସ,୧୬।୭-ବ୍ରହ୍ମପୁରରୁ ରାଜଧାନୀ ଭୁବନେଶ୍ୱର, ସେହିପରି ବିଶାଖାପାଟଣା, ଭାଇଜାଗ ଭଳି ବଡ ବଡ ସହର ସହ ଯୋଡି ହୋଇଥିବା ୧୬ନଂ. ଜାତୀୟ ରାଜପଥର ବ୍ରହ୍ମପୁରରେ ଥିବା ହଳଦିଆପଦର ଓଭରବ୍ରିଜ ବର୍ତ୍ତମାନ ଡେଥ ଜୋନ୍‌ ପାଲଟିଛି ।

Model This Week

ରୂପେଶ